spot_img
Home Blog Page 7596

ବେଙ୍ଗଳୁରୁ: ଦିନିକିଆ କ୍ରିକେଟରେ ରୋହିତ ଶର୍ମାଙ୍କ ନୂଆ ରେକର୍ଡ । ତୃତୀୟ ଦ୍ରୁତ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ କ୍ରିକେଟରେ ହାସଲ କଲେ ୯ ହଜାର ରନ୍ ।

ବେଙ୍ଗଳୁରୁ: ଦିନିକିଆ କ୍ରିକେଟରେ ରୋହିତ ଶର୍ମାଙ୍କ ନୂଆ ରେକର୍ଡ । ତୃତୀୟ ଦ୍ରୁତ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ କ୍ରିକେଟରେ ହାସଲ କଲେ ୯ ହଜାର ରନ୍ ।

ହ୍ୱାଟ୍ସଆପ୍ ଡାଉନ୍; ପଠାଇ ହେଉନି ଫଟୋ, ଭିଡିଓ ସମେତ ଷ୍ଟିକର

ନୂଆଦିଲ୍ଲୀ: ଫୋନରେ କାମ କରୁନି ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ । ଉଭୟ ଆଣ୍ଡ୍ରଏଡ୍ ଓ ଆଇଫୋନରେ ହ୍ୱାଟ୍ସଆପ୍ କାମ କରୁନାହିଁ । ହ୍ୱାଟ୍ସଆପ୍ ବ୍ୟବହାରକାରୀ ଷ୍ଟିକର ସମେତ ଫଟୋ ଓ ଭିଡିଓ ଫାଇଲ୍ ପଠାଇ ପାରୁନାହାନ୍ତି । ଛୋଟ ଛୋଟ ଫଟୋ କି ୧୦ ସେକେଣ୍ଡର ଭିଡିଓ ମଧ୍ୟ ଅନ୍ୟ କାହାରିକୁ ପଠାଇ ହେଉନାହିଁ । କେବଳ ଟେକ୍ସଟ୍ ପଠାଇ ହେଉଛି ।ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ହ୍ୱାଟ୍ସଆପର ଫିଚର ସବୁ କାମ କରିବା ବନ୍ଦ କରିଦେଇଥିବା ନେଇ ଟ୍ୱିଟ୍ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି କିଛି ୟୁଜର । ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ହେଲାଣି ହ୍ୱାଟ୍ସଆପରେ ଷ୍ଟିକର, ଫଟୋ ଓ ଭିଡିଓ ପଠାଇ ହେଉନାହିଁ ।ଯାହାକୁ ନେଇ ଲୋକେ ସୋସିଆଲ ମିଡିଆରେ ଟ୍ରୋଲ୍ କରିବା ଆରମ୍ଭ କରିଦେଲେଣି । #Whatsappdown ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡିଂରେ ଅଛି ।

କିଏ କଲା ପ୍ରିୟଙ୍କା ଗାନ୍ଧୀଙ୍କ ଆକାଉଣ୍ଟ ହ୍ୟାକ୍ ? ଚୋରି ହୋଇଛି କି କଂଗ୍ରେସର ୟୁପି ଷ୍ଟ୍ରାଟେଜି ?

ଭୁବନେଶ୍ୱର: ଶ୍ରୀଲଙ୍କାରେ ଫସିଥିବା ୧୧ ଓଡ଼ିଆ ସୁରକ୍ଷିତ ଭାବେ ଉଦ୍ଧାର । ଉଦ୍ଧାର କଲା ବୈଦେଶିକ ମନ୍ତ୍ରାଳୟ । ଘରକୁ ସୁରକ୍ଷିତ ଭାବେ ସମସ୍ତେ ଫେରିଥିବାରୁ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର: ଶ୍ରୀଲଙ୍କାରେ ଫସିଥିବା ୧୧ ଓଡ଼ିଆ ସୁରକ୍ଷିତ ଭାବେ ଉଦ୍ଧାର । ଉଦ୍ଧାର କଲା ବୈଦେଶିକ ମନ୍ତ୍ରାଳୟ । ଘରକୁ ସୁରକ୍ଷିତ ଭାବେ ସମସ୍ତେ ଫେରିଥିବାରୁ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କୁ ଟ୍ୱିଟ୍ କରି ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେକେଣ୍ଡ ହ୍ୟାଣ୍ଡ ଶପିଂ ସେଣ୍ଟରରୁ କିଣିଥିଲେ ବ୍ୟାଗ, ମିଳିଲା ଲକ୍ଷ ଲକ୍ଷ ଟଙ୍କା

ୱାଶିଂଟନ୍‌: ଆଜିର ସମୟରେ ସଚ୍ଚୋଟ ବ୍ୟକ୍ତିଙ୍କ ସଂଖ୍ୟା ହାତଗଣତି। ଏହି ଯେମିତି ହଜିଲା ଜିନିଷକୁ ଖୁବ୍ କମ ଲୋକ ଫେରାଇଥାନ୍ତି। ମାତ୍ର ଆମେରିକାର ସେଣ୍ଟ୍ରାଲ୍‌ ମିଚିଗାନ୍‌ରେ ରହୁଥିବା ୫୦ ବର୍ଷୀୟ ହାଓ୍ବାର୍ଡ କିର୍ବି ସଚ୍ଚୋଟତାର ପରିଚୟ ଦେଇଛନ୍ତି।

କିଛିଦିନ ତଳେ ହାଓ୍ବାର୍ଡ ସେକେଣ୍ଡ୍‌ ହ୍ୟାଣ୍ଡ୍‌ ଶପିଂ ସେଣ୍ଟରରୁ ଏକ ବ୍ୟାଗ୍‌ କିଣି ଘରକୁ ଆଣିଥିଲେ। ଯେତେବେଳେ ତାଙ୍କ ଝିଅ ବ୍ୟାଗ୍‌ଟିକୁ ଖୋଲିଲେ ଏଥିରେ ଟଙ୍କା ଭର୍ତ୍ତି ଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଥିରେ ୩୦ ଲକ୍ଷ ୫୪ ହଜାର ଟଙ୍କା ଥିବା ଦେଖିବାକୁ ମିଳିଥିଲା।

ଏକ ରିପୋର୍ଟ ଅନୁଯାୟୀ, ପରିବାର ଲୋକେ ଏତେ ପରିମାଣର ଟଙ୍କା ଦେଖି ଏଥିରେ କ’ଣ କରିବେ କିଛି ବୁଝିପାରିଲେ ନାହିଁ। ହାଓ୍ବାର୍ଡ ପ୍ରଥମେ ଭାବିଲେ ଏହି ଟଙ୍କାରେ ଘରର କରଜ ଶୁଝିଦେବେ। ଆଉ କିଛି ଟଙ୍କାରେ ବିଳାସମୟ ଜୀବନ ବିତାଇବେ। ଏଥିପାଇଁ ସେ ତାଙ୍କ ଓକିଲଙ୍କ ପରାମର୍ଶ ନେଲେ। ଓକିଲ କହିଲେ, ଏହି ଟଙ୍କା ତୁମ ପାଖରେ ରଖ। ତୁମେ ତ କେଉଁଠୁ ଚୋରି କରିନା ଯେ,ତୁମକୁ ପୋଲିସ ବାନ୍ଧିବ। କିନ୍ତୁ ହାଓ୍ବାର୍ଡଙ୍କ ହୃଦୟ ବାଧା ଦେଲା। ସେ ଚାହିଁଲେ ବ୍ୟାଗ୍‌ଟି ଯେଉଁଠୁ କିଣିଥିଲେ ସେଠାରେ ଫେରାଇ ଦେବେ। ଶେଷରେ ସେଇୟା ହିଁ କଲେ। ଏହି ବ୍ୟାଗ୍‌ଟି ନ୍ୟୁବେରିର ଏକ ପରିବାରର। ତାଙ୍କ ପିତାଙ୍କ ମୃତ୍ୟୁ ପରେ ବ୍ୟାଗ୍‌ଟିକୁ ଆଣି ସେକେଣ୍ଡ୍‌ ହ୍ୟାଣ୍ଡ୍‌ ଶପିଂ ସେଣ୍ଟରରେ ଦାନ କରିଦେଇଥିଲେ। ତେବେ ଦୋକାନ ମାଲିକ ହାଓ୍ବାର୍ଡଙ୍କ ଏପରି ସଚ୍ଚୋଟତା ଦେଖି ତାଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି।

ଆହୁରି ୨ ଦିନ ଲାଗି ରହିବ ଘନ କୁହୁଡ଼ି, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାତିରେ ଶୀତ, ଦିନରେ ଖରା । ମେଘମୁକ୍ତ ଅକାଶ ସାଙ୍ଗକୁ ସାମୁଦ୍ରିକ ପବନ ପ୍ରଭାବରେ ଶୀତ ଗାଏବ ହୋଇଯାଇଛି । ଓଡ଼ିଶା ଏବଂ ଏହାର ଉପକୂଳରେ ଆଣ୍ଟି ସାଇକ୍ଲୋନିକ୍‌ ସର୍କୁଲେସନ୍‌ ପାଇଁ ଶୀତର ପ୍ରକୋପ କମୁଛି । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ । ୨୧ ଏବଂ ୨୨ ତାରିଖରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଦେଖାଦେବ । କିଛି ସ୍ଥାନରେ ୫୦ ମିଟର ପର୍ଯ୍ୟନ୍ତ ଭିଜିବିଲିଟି ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।୨୧ ତାରିଖ ଦିନ ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଭଦ୍ରକ, କନ୍ଧମାଳ, କଳାହାଣ୍ଡି, ସୋନପୁରର ଗୋଟିଏ ଦୁଇଟି ସ୍ଥାନରେ ଘନକୁହୁଡ଼ି ଦେଖାଯିବ । ସେହିପରି ୨୨ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ଖୋର୍ଦ୍ଧା, କଟକରେ ଘନ କୁହୁଡ଼ିର ଆସ୍ତରଣ ଦେଖାଦେବ । ଘନ କୁହୁଡ଼ି ପାଇଁ ଏହି ସବୁ ଜିଲ୍ଲା ଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

କୁହୁଡ଼ି ପାଇଁ ୧୫ ଜିଲ୍ଲାକୁ ଓ୍ୱେଲୋ ଓ୍ୱାର୍ଣ୍ଣିଂ, ଗାଡ଼ି ଚାଳକଙ୍କୁ ସତର୍କ ହେବାକୁ ପରାମର୍ଶ

ଆସନ୍ତା ୨ ଦିନ ପାଇଁ ରାଜ୍ୟରେ ଅଳ୍ପ ଥଣ୍ଡା ଅନୁଭୂତ ହେବ । ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା କମିବ । ବିଶେଷ କରି ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଥଣ୍ଡା ଅନୁଭୂତ ହେବ । ରବିବାର ଅନୁଗୁଳ ଏବଂ ମାଲକାନଗିରିର ତାପମାତ୍ରା ୧୦ ଡିଗ୍ରୀ ରହିଥିବା ବେଳେ ଅନ୍ୟ ସହରର ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଛି ।

କୁହୁଡ଼ି ହେଲା କାଳ: ୬ଫୁଟ୍ ତଳକୁ ଖସିଲା ବୋଲେରୋ

ଖାଲି ଆଖିରେ ସୂର୍ଯ୍ୟ ପରାଗ ଦେଖିବାରୁ ନଷ୍ଟ ହେଲା ୭୦% ଦୃଷ୍ଟିଶକ୍ତି: ପଢ଼ନ୍ତୁ କ’ଣ କହିଲେ ଡାକ୍ତର

ସାବଧାନ! ଆପଣ ଖାଲି ଆଖିରେ ସୂର୍ଯ୍ୟପରାଗ ଦେଖୁଛନ୍ତି କି? ସୂର୍ଯ୍ୟପରାଗ ଦେଖିବା ବେଳେ ଚଷମା ବ୍ୟବହାର କରୁନାହାନ୍ତି । କିମ୍ୱା ବିନା କୌଣସି ସୁରକ୍ଷା ବ୍ୟବସ୍ଥାରେ ଏଭଳି କରୁଛନ୍ତି । ତେବେ ମହଙ୍ଗା ପଡ଼ିପାରେ ଆପଣ ଏଭଳି ଖାମଖିଆଲ ମନୋଭାବ । ନଷ୍ଟ ହୋଇପାରେ ଆପଣଙ୍କ ଦୃଷ୍ଟିଶକ୍ତି । ଯାହା ଘଟିଛି ରାଜସ୍ଥାନର କିଛି ପିଲାଙ୍କ କ୍ଷେତ୍ରରେ । ୧୫ ପିଲାଙ୍କ ପ୍ରାୟ ୭୦% ପର୍ଯ୍ୟନ୍ତ ଦୃଷ୍ଟିଶକ୍ତି ନଷ୍ଟ ହୋଇଯାଇଛି ।

ଗତ ୨୬ ଡିସେମ୍ୱରରେ ପିଲାମାନେ ସୂର୍ଯ୍ୟପରାଗ ବିନା ଚଷମାରେ ଦେଖିଥିଲେ । ଏହାର କିଛି ସମୟ ପରେ ସେମାନଙ୍କୁ ଦେଖାଯିବା ହିଁ ବନ୍ଦ ହୋଇଯାଇଥିଲା । ଏହା ପରେ ରାଜସ୍ଥାନର ସବୁଠୁ ବଡ଼ ସରକାରୀ ହସ୍ପିଟାଲ ସବାଇ ମାନସିଂହ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଆଖିରେ ଔଷଧ ପକାଇବା ପରେ ଝାପସା ଝାପସା ଦେଖାଦେଇଥିଲା ।  କିନ୍ତୁ ସ୍ପଷ୍ଟଭାବେ ଦେଖାଯାଇନଥିଲା ।

ପରୀକ୍ଷା ପରେ ପିଲାମାନଙ୍କ ପ୍ରାୟ ୪୦%ରୁ ୭୦% ଯାଏଁ ଦୃଷ୍ଟିଶକ୍ତି ନଷ୍ଟ ହୋଇଯାଇଥିବା ଡାକ୍ତର କହିଛନ୍ତି । ପିଲାମାନଙ୍କ ରେଟିନା ଜଳିଯାଇଥିବା ସବାଇ ମାନସିଂହ ହସ୍ପିଟାଲ ଚକ୍ଷୁ ବିଭାଗ ଡାକ୍ତର କହିଛନ୍ତି । ଆଖି ଭିତରେ ହଳଦିଆ ରଙ୍ଗର ଛାପ ସୃଷ୍ଟି ହୋଇଛି । ଚିକିତ୍ସା ଚାଲିଛି ସେମାନେ ପରେ ସ୍ପଷ୍ଟ ଦେଖିପାରିବେ ବୋଲି କହିଛନ୍ତି ଡାକ୍ତର ।

ଚକ୍ଷୁ ରୋଗ ବିଶେଷଜ୍ଞଙ୍କ କହିବା ହେଲା ଯେ, ସାଧାରଣତ ଆମେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ୨ରୁ ୩ ସେକେଣ୍ଡ ପର୍ଯ୍ୟନ୍ତ ଦେଖିପାରୁ । କିନ୍ତୁ ସୂର୍ଯ୍ୟପରାଗ ସମୟରେ ୨ରୁ୩ ମିନିଟ ପର୍ଯ୍ୟନ୍ତ ଦେଖିପାରୁ । ଏହି ସମୟରେ ସୂର୍ଯ୍ୟଙ୍କ କିରଣ ଏତେ ପ୍ରଖର ହୋଇନଥିଲେ ମଧ୍ୟ ରେଡିଏନ୍ସ ପ୍ରଖର ଥାଏ । ସୂର୍ଯ୍ୟ ପରାଗ ସମୟରେ ୨-୩ ମିନିଟରୁ ଅଧିକ ସମୟ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖିଲେ ରେଡିଏନ୍ସ ଯୋଗୁଁ ରେଟିନା ଡେମେଜ୍ ହୋଇଯାଏ ।

ଚିକିତ୍ସାରେ ସାହାଯ୍ୟ ଓ ସହଯୋଗ କରିଥିବାରୁ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କୁ ପ୍ରଶଂସା

ଭୁବନେଶ୍ୱର: ଚିକିତ୍ସାରେ ସାହାଯ୍ୟ ଓ ସହଯୋଗ ପାଇଁ ରାଜ୍ୟ ସରକାର ଓ ବିଜେଡି ନେତା ଅରୂପ ପଟ୍ଟନାୟକଙ୍କୁ ପ୍ରଶଂସା । ଶୁକ୍ରବାର ରାତିରେ ଖୋର୍ଦ୍ଧା କଲରାଜଙ୍ଗଲରେ ହାତୀ ଆକ୍ରମଣରେ ବ୍ରଜବନ୍ଧୁ ସାହୁ ନାମକ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ପ୍ରଥମେ ତାଙ୍କୁ ଭୁବନେଶ୍ୱର ଏମ୍‌ସ ଏବଂ ପରେ ସମ୍‌ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ଅରୂପ ପଟ୍ଟନାୟକ ସେଠାରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂପର୍କରେ ବୁଝିବା ସହିତ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରିଥିଲେ ।

Image result for bjd leader arup pattanaik

ଅସ୍ତ୍ରୋପଚାର ପରେ ବ୍ରଜବନ୍ଧୁ ସୁସ୍ଥ ଅଛନ୍ତି । ସାହାଯ୍ୟ ସହଯୋଗ ପାଇଁ ତାଙ୍କ ପରିବାର ପକ୍ଷରୁ ରାଜ୍ୟ ସରକାର ଓ ଅରୂପ ପଟ୍ଟନାୟକଙ୍କୁ ପ୍ରଶଂସା କରାଯିବା ସହ କୃତଜ୍ଞତା ଜ୍ଞାପନ କରାଯାଇଛି ।

ଉଦଯାପିତ ହେଲା ସ୍ପୋର୍ଟ୍ସ ଆଇଟି-୨୦୨୦, କ୍ରୀଡ଼ାକ୍ଷେତ୍ରରେ ପୁଞ୍ଜିନିବେଶକୁ ସରକାରଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଉଦଯାପିତ ହେଲା ‘ ସ୍ପୋର୍ଟ୍ସ ଆଇଟି ୨୦୨୦’ । ଉଦଯାପନି ଉତ୍ସବରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଇନ୍‌ଭେଷ୍ଟର ମାନେ ଓଡ଼ିଶାର କ୍ରୀଡ଼ା କ୍ଷେତ୍ରରେ  କିପରି ଇନ୍‌ଭେଷ୍ଟ କରିବେ ସେନେଇ ଅନୁଷ୍ଠିତ ହୋଇଛି ‘ସ୍ପୋର୍ଟ୍ସ ଆଇଟି ୨୦୨୦’  ।

ଏହି କାର୍ଯ୍ୟକ୍ରମରେ ସ୍ପୋର୍ଟ୍ସ ଇନ୍‌ଭେଷ୍ଟର ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ସ୍ପୋର୍ଟ୍ସ ହେକାଥନ ବିଜେତା ଟିମ୍‌କୁ ମଧ୍ୟ ପୁରଷ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପୁରଷ୍କାରରେ ରହିଛି ପ୍ୟାରିସ ଟିକେଟ୍‌ ।

 

ହେକାଥନ ପ୍ରତିଯୋଗିତାରେ ବିଜେତା ହୋଇଥିବା ଶ୍ରେଷ୍ଠ ଦଳ ଟିମ୍‌ ଇମ୍ପ୍ୟାକ୍ଟର୍ସକୁ ପ୍ୟାରିସ୍‌ ଟିକେଟ୍‌ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ସେପ୍ଟେମ୍ବରରେ ପ୍ୟାରିସ୍‌ରେ ହେବାକୁଥିବା ସବୁଠାରୁ ବଡ଼ ସ୍ପୋର୍ଟ୍ସ ଆଇଟି କାର୍ଯ୍ୟକ୍ରମରେ ଭାଗ ନେବ ଏହିଦଳ ।

ସେପଟେ ରାଜ୍ୟ ସରକାର କ୍ରୀଡା କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ପାଇଁ  ସ୍ପୋର୍ଟ୍ସ ଏଣ୍ଟରପ୍ରିନରସିପ୍‌କୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଏହି ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ଶିଳ୍ପମନ୍ତ୍ରୀ  ଦିବ୍ୟ ଶଙ୍କର ମିଶ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ ଉପସ୍ଥିତ ରହିଥିଲେ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ନେଇ ପ୍ରତିବାଦ: ଶିରିଡି ବନ୍ଦ, ଖୋଲା ରହିଛି ମନ୍ଦିର

ମୁମ୍ୱାଇ: ସାଇ ବାବାଙ୍କ ଜନ୍ମସ୍ଥାନକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଦେଇଥିବା ବୟାନକୁ ନେଇ ପ୍ରତିବାଦ । ରବିବାର ବନ୍ଦ ରହିଛି ଶିରିଡି । ଏହାସତ୍ତ୍ୱେ ସାଇ ବାବାଙ୍କ ମନ୍ଦିର ଖୋଲା ରହିଛି । ବାବାଙ୍କ ଦର୍ଶନ ଲାଗି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଗତକାଲି ଶିରିଡି ବନ୍ଦ ପାଇଁ ଡାକରା ଦେଇଥିଲେ ଶିରିଡି ବାସୀ ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ପଥରୀ ଗାଁକୁ ସାଇ ବାବାଙ୍କ ଜନ୍ମସ୍ଥାନ ବୋଲି କହିଥିଲେ । ଏହା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ୨୦୧୮ରେ ପଥରୀ ଗାଁକୁ ବାବା ଜନ୍ମସ୍ଥାନ ବୋଲି କହିଥିଲେ । ଏଥିସହିତ ମୁଖ୍ୟମନ୍ତ୍ରୀ ଠାକ୍‌ରେ ଜନ୍ମସ୍ଥାନ ପଥରୀର ବିକାଶ ନେଇ ୧୦୦ କୋଟି ଟଙ୍କା ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀ ଏଭଳି ବୟାନ ପରଠୁ ଦେଖାଦେଇଛି ବିବାଦ । ଅନିଶ୍ଚିତକାଳ ଯାଏଁ ଶିରିଡି ବନ୍ଦ ପାଇଁ ଡାକରା ଦେଇଛନ୍ତି ଶିରିଡି ବାସୀ । ବନ୍ଦ ଡାକରା ଦେଇଥିବା ଲୋକଙ୍କ କହିବାହେଲା ଯେ, ସାଇ ବାବା ନିଜ ଧର୍ମ ଓ ଜନ୍ମସ୍ଥାନ ସମ୍ପର୍କରେ କେବେ କେଉଁଠି ଚର୍ଚ୍ଚା କରିନାହାନ୍ତି । ଏଭଳି କି ସାଇ ଚରିତ୍ରରେ ମଧ୍ୟ ଏ ନେଇ କିଛି ଉଲ୍ଲେଖ ନଥିବା ସେମାନେ ଯୁକ୍ତି ବାଢ଼ିଛନ୍ତି ।

ଅପରପକ୍ଷରେ ସାଇ ମନ୍ଦିର ପୂର୍ବ ଟ୍ରଷ୍ଟି ଅଶୋକ ଖାମ୍ୱେକାରଙ୍କ କହିବା ହେଲା ସାଇ ବାବା ନିଜ ଧର୍ମ ଓ ଜନ୍ମସ୍ଥାନ ନେଇ କିଛି କହିନାହାନ୍ତି । ସେ ସର୍ବଧର୍ମ ସମାନତାର ପ୍ରତୀକ । ଉଦ୍ଧବ ଠାକ୍‌ରେଙ୍କୁ ଅନ୍ୟମାନଙ୍କ ଦ୍ୱାରା ଭୁଲ୍‌ ତଥ୍ୟ ଦିଆଯାଇଛି । ଏଥି ସହିତ ତାଙ୍କୁ ସାଇ ସତ୍ ଚରିତ୍ରର ଅଧ୍ୟୟନ ନେଇ ମଧ୍ୟ ପରାମର୍ଶ ଦେଇଛନ୍ତି । ସେ ଆହୁରି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ୨୦୧୮ରେ ସମାନ ବୟାନ ରଖିଥିଲେ ।

ସାଇ ବାବା ସମାଧି ଶତାଦ୍ଧି ସମାରୋହର ଉଦ୍‌ଘାଟନ ଅବସରରେ ସେ ଏହା କହିଥିଲେ । ସେ ମଧ୍ୟ ପଥରୀର ବିକାଶ ନେଇ କାମ କରିବେ ବୋଲି କହିଥିଲେ । ଆଉ ସେତେବେଳେ ମଧ୍ୟ ରାଷ୍ଟ୍ରପତିଙ୍କ ବୟାନକୁ ନେଇ ବିରୋଧ ଦେଖିବାକୁ ମିଳିଥିଲା ।

କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ

ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ । କୋଲକାତାରେ ୮୫ବର୍ଷ ବୟସରେ ସୁନନ୍ଦା ପଟ୍ଟନାୟକଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି ଅସୁସ୍ଥତା କାରଣରୁ ସେ ଚିକିତ୍ସାଧୀନ ଥିଲେ । ପ୍ରଖ୍ୟାତ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ସୁକନ୍ୟା ସୁନନ୍ଦା ।

Image result for singer sunanda patnaik

ସୁନନ୍ଦାଙ୍କୁ ୧୯୭୦ ଓ ୧୯୭୧ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ମିଳିଥିଲା । ୨୦୦୯ରେ ଓଡ଼ିଶା ସୋସାଇଟି ଅଫ ଆମେରିକା ପକ୍ଷରୁ ଲାଇଫ ଟାଇ ଆଚିଭମେଣ୍ଟ ଆୱାର୍ଡ ମିଳିଥିଲା । ତାଙ୍କ ଉପରେ ନିର୍ମିତ ଡକ୍ୟୁମେଣ୍ଟାରୀ ନୀଳମାଧବକୁ ମିଳିଥିଲା ଜାତୀୟ ପୁରସ୍କାର ।

Image result for singer sunanda patnaik

୧୯୪୮ ମସିହାରେ ୧୪ବର୍ଷ ବୟସରେ ସେ ଅଲ ଇଣ୍ଡିଆ ରେଡିଓରେ ଗୀତ ଗାଇବା ଆରମ୍ଭ କରିଥିଲେ  ।