ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ରୋକିବାକୁ ସରକାରଙ୍କ ପ୍ରୟାସ । ଏଣିକି ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ଜଗିବ ମୋବାଇଲ ଭ୍ୟାନ୍, ରାସ୍ତାରେ ରହିବେ ସ୍କ୍ୱାଡ୍ । ପ୍ରତି ୩୦ କିଲୋମିଟର ଅନ୍ତରରେ ମୋବାଇଲ୍ ଭ୍ୟାନ୍ ଓ ସ୍କ୍ୱାଡ୍ ରହିବେ । ନୂଆଦିଲ୍ଲୀରେ ଅନୁଷ୍ଠିତ ସଡ଼କ ସୁରକ୍ଷା ବୈଠକରେ ଯୋଗଦେଇ ଫେରିବା ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ ସୂଚନା ଦେଇଛନ୍ତି ।
ଏଥିସହ ରାଜ୍ୟର ଦୁର୍ଘଟଣା ପ୍ରବଣ ରାସ୍ତାରେ ବ୍ଲାକ୍ ସ୍ପଟ ଚିହ୍ନଟ କାମ ଜାରି ରହିଛି । କେନ୍ଦ୍ରକୁ ପ୍ରସ୍ତାବ ଦେଇଛୁ । ଆର୍ଥିକ ସହାୟତା ମିଳିଲେ ଆମେ ରାଜପଥରେ ସ୍କ୍ୱାଡ୍ ମୁତୟନ କରିବୁ । ନୂଆ ମୋଟର ଯାନ ଆଇନରେ ମୋଟା ଫାଇନ୍ କୋହଳ ନେଇ ଆଲୋଚନା ହୋଇଛି । କେନ୍ଦ୍ର ସମ୍ମତି ପ୍ରଦାନ କଲେ ଜରିମାନା କମିବ । ବର୍ତ୍ତମାନ ସେ ନେଇ କିଛି ନିଷ୍ପତ୍ତି ହୋଇନାହିଁ ।
ରାଜ୍ୟ ସରକାର ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ଦେଇଥିବା ସମୟସୀମାକୁ ଆଉ କୋହଳ କରାଯିବ ନାହିଁ । ୩ ମାସ କଣ୍ଟ ପୂରିଲେ ନୂଆ ମୋଟର ଯାନ ଆଇନ୍ ଅନୁଯାୟୀ ଜରିମାନା ଆଦାୟ ହେବ । ବାଇକ୍ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିବାକୁ ବାଧ୍ୟ । ପିଲିଅନ୍ ହେଲମେଟ ପିନ୍ଧିବା କଡ଼ାକଡ଼ି କରାଯିବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
ଜାତୀୟ ରାଜପଥ ଉପରେ ଟ୍ରାଫିକ୍ ଆଖି, ନିୟମ ଉଲ୍ଲଂଘନକାରୀଙ୍କୁ ତ୍ରାହି ନାହିଁ


ଚଳିତବର୍ଷ ଏହି ପରୀକ୍ଷା ଫେବ୍ରୁଆରୀ ମାସରେ ହେବ । ଯାହାକୁ କମର୍ସ ଛାତ୍ରଛାତ୍ରୀ ବିରୋଧ କରୁଛନ୍ତି । ଏଥିସହ +୨ ପ୍ରଥମ ବର୍ଷରେ ମନ୍ତ୍ରୀ ଘୋଷଣା କରିଥିବା କାଉନସିଲ୍ ପରୀକ୍ଷାକୁ ବିରୋଧ କରାଯାଇଛି । ପୂର୍ବଭଳି ମାର୍ଚ୍ଚ ମାସରେ ପରୀକ୍ଷା ପାଇଁ ଦାବି ହୋଇଛି ।
ଛାତ୍ର ଟାୟାର ଜାଳି ରାସ୍ତାରୋକ କରିଥିଲେ । ପୋଲିସ ଓ କଲେଜ କର୍ତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ଛାତ୍ରଛାତ୍ରୀ ଧାରଣରୁ ଉଠିଛନ୍ତି ।

ଚନ୍ଦ୍ରଭାଗାର ବିକାଶ ପାଇଁ ଖୁବ୍ ଶୀଘ୍ର ନୂଆ ଯୋଜନା ଆରମ୍ଭ କରାଯିବ ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ଗତକାଲିଠାରୁ ବରିଷ୍ଠ ଆଇଏଏସ ଅଧିକାରୀ ସମ୍ମିଳନୀ ଆରମ୍ଭ ହୋଇଛି। କାଲି ସାରା ଦିନ ବିକାଶ ନେଇ ମାନସ ମନ୍ଥନ ପରେ କୋଣାର୍କରେ ପହଞ୍ଚିଲେ ଆଇଏଏସ ସମ୍ମିଳନୀରେ ଯୋଗଦେଇଥିବା ଅଧିକାରୀ । ପୁରୀ ବେଲମାର୍ଗଠାରେ ଚାଲିଥିବା ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ରେ ରାତ୍ରୀଯାପନ କରିବା ପରେ ଆଜି ସକାଳୁ ବେଳାଭୂମିରେ ମର୍ଣ୍ଣି ଓ୍ବାକ୍ କରିଥିଲେ ଅଧିକାରୀ । କିଛିଦିନ ତଳେ ୫-ଟି ସଚିବ ଓ ପୂର୍ତ୍ତ ସଚିବ ବେଳାଭୂମି ଗସ୍ତ କରିଥିଲେ ।





