spot_img
Home Blog Page 7621

ନୂଆଦିଲ୍ଲୀ: ୨୦୧୨ ‘ନିର୍ଭୟା’ ମାମଲା । ସୁପ୍ରିମକୋର୍ଟରେ ଆଉ ଜଣେ ଦୋଷୀ ମୁକେଶଙ୍କ କ୍ୟୁରେଟିଭ୍ ପିଟିସନ୍ ଦାଖଲ । ଆସନ୍ତା ୨୨ରେ ଫାଶୀ ପାଇଁ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି ପଟିଆଲା ହାଉସ୍ କୋର୍ଟ ।

ନିମ୍ନ ମାନର ବ୍ରିଜ୍ ନିର୍ମାଣ ଅଭିଯୋଗରେ ୬ ଇଞ୍ଜିନିୟରଙ୍କ ସହ ଠିକାଦାରଙ୍କୁ ବାନ୍ଧିଲା ଭିଜିଲାନ୍ସ

କଟକ: ବର୍ଷ ଆରମ୍ଭରୁ ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ । ନିମ୍ନ ମାନର କାମ ଅଭିଯୋଗରେ ବଡ଼ ବାବୁ ଓ ଠିକାଦାରଙ୍କୁ ବାନ୍ଧିଛି ଭିଜିଲାନ୍ସ । କଟକ ଭିଜିଲାନ୍ସ ଡିଭିଜନ ୭ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ୬ ଜଣ ଯନ୍ତ୍ରୀଙ୍କ ସହ ଜଣେ ଠିକାଦାର ଅଛନ୍ତି ।

TALADANDA
FILE

୬ ଯନ୍ତ୍ରୀଙ୍କ ମଧ୍ୟରେ ଜଣେ ଅଧିକ୍ଷଣ ଯନ୍ତ୍ରୀ, ଜଣେ ନିର୍ବାହୀ ଯନ୍ତ୍ରୀ, ୩ ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଆକାଉଣ୍ଟ ଅଫିସର ଅଛନ୍ତି । କଟକ ତାଳଦଣ୍ଡା ସେତୁ କାମରେ ଅନିୟମିତତା ଅଭିଯୋଗ ପରେ ହାଇକୋର୍ଟ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । କଟକ ଭିଜିଲାନ୍ସ ଡିଭିଜନ ଅଭିଯୋଗର ତଦନ୍ତ କରି ଆଜି ୭ ଜଣଙ୍କୁ ଗିରଫ କରିଛି ।

TALADANDA BRIDGE
FILE

ସେମାନେ ହେଲେ ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀ ବିମଳ ପ୍ରସାଦ ଦାସ, ପୂର୍ବତନ ନିର୍ବାହୀ ଯନ୍ତ୍ରୀ ସୁଧୀର ପଣ୍ଡା, ଆସିଷ୍ଟାଣ୍ଟ ଇଞ୍ଜିନିୟର ରଜନୀ ଦଳବେହେରା, ରବି ନାରାୟଣ ସାହୁ, ରଞ୍ଜନ ଦେବତା, ଆକାଉଣ୍ଟ ଅଫିସର ଅବନିକାନ୍ତ ରାଉତ । ଗିରଫ ହୋଇଥିବା ଠିକାଦର ଜଣକ ହେଲେ ତୃପ୍ତି ଦେବତତା । ତୃପ୍ତି ଆସିଷ୍ଟାଣ୍ଟ ଇଞ୍ଜିନିୟର ରଞ୍ଜନ ଦେବତାଙ୍କ ଭାଇ ବୋଲି ଭିଜିଲାନ୍ସ ସୂଚନା ଦେଇଛି ।

କଟକ: ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ । କଟକ ଡିଭିଜନ ଭିଜିଲାନ୍ସ ଦ୍ଵାରା ୬ ଇଞ୍ଜିନିୟର ଓ ଜଣେ ଠିକାଦାର ଗିରଫ । ତାଳଦଣ୍ଡା କେନାଲ ଉପରେ ହୋଇଥିବା ବ୍ରିଜ୍ କାମ ନିମ୍ନ ମାନର ହୋଇଥିବା ଅଭିଯୋଗରେ ଗିରଫ । ଅଭିଯୋଗ ପରେ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

ଢେଙ୍କାନାଳ: ୧୮ ଗ୍ରାମ୍ ବ୍ରାଉନ୍ ସୁଗର ଜବତ, ଜଣେ ଗିରଫ । ବୁଲେଟ୍ ସହ ୨୧୦୦ ଟଙ୍କା ଜବତ କଲା ସ୍ପେସିଆଲ୍ ଟାସ୍କ ଫୋର୍ସ । ଗିରଫ ଅଭିଯୁକ୍ତ ଲକ୍ଷ୍ମୀ ବଜାର ଅଞ୍ଚଳର ବିଜୟ କୁମାର ନାୟକ ।

ଗୁଜରାଟ: ଭଦୋଦରା ଗୋର୍ଭା ଅଞ୍ଚଳରୁ ଜଣେ ଆତଙ୍କବାଦୀ ଗିରଫ । ଆତଙ୍କୀ ଜାଫର ଅଲ୍ଲୀକୁ ଗିରଫ କଲା ଗୁଜରାଟ ଏଟିଏସ୍ । ଆତଙ୍କୀ ସଙ୍ଗଠନ ISIS ପାଇଁ କାମ କରୁଥିଲା ଜାଫର ଅଲ୍ଲୀ ।

ଭୁବନେଶ୍ୱର: ଠିକ୍ ସମୟରେ ପଦୋନ୍ନତି ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ଗଠନ ହେବ ପଦୋନ୍ନତି ଅଦାଲତ । ବିଭିନ୍ନ ବିଭାଗର ପ୍ରଶାସନିକ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହେବ ଗଠନ । ପ୍ରତିବର୍ଷ ଜାନୁଆରୀ ଚତୁର୍ଥ ସପ୍ତାହରେ ବସିବ ପଦୋନ୍ନତି ଅଦାଲତର ବୈଠକ ।

ଭୁବନେଶ୍ୱର: ସିଆରପି ଛକ ମୁଣ୍ତାସାହି ବସ୍ତିରେ ଗ୍ୟାସ୍ ଲିକେଜରୁ ଅଗ୍ନିକାଣ୍ଡ । ୬ ଜଣ ଆହତ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି । ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ, କଟକ ସ୍ଥାନାନ୍ତର ।

ଆସିକା: କବିସୂର୍ଯ୍ୟନଗର ମେରୁବନ୍ଧ ସାହି ଜୁଆ ଆଡ୍ଡା ଉପରେ ଚଢ଼ାଉ । ୬ ଜଣ ଜୁଆଡି ଗିରଫ, ୨୩ ହଜାର ୬୧୦ ଟଙ୍କା ଜବତ ।

ଚରମବାଣୀ ଶୁଣାଇଲା ସେସୁ, ବିଲ୍ ନଭରିଲେ ଅନ୍ଧାର ହୋଇଯିବ ଘର

ଭୁବନେଶ୍ୱର: ସାବଧାନ, କଟିଯିବ ଆପଣଙ୍କ ଘରୁ ବିଦ୍ୟୁତ୍ । ଆସନ୍ତା ୧୬ ତାରିଖରୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବ ସେସୁ । ବକେୟା ଦେଇନଥିବା ଗ୍ରାହକଙ୍କ ଠାରୁ ବିଦ୍ୟୁତ୍ କଟାଯିବା ନେଇ ସେସୁ ସିଇଓ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି ।

ସେସୁର ୭ ଲକ୍ଷ ଉପଭୋକ୍ତାଙ୍କ ପାଖରେ ପ୍ରାୟ ୧୯୭୧ କୋଟି ଟଙ୍କା ବିଲ୍ ବକେୟା ରହିଛି । ସେଥି ମଧ୍ୟରୁ ୧ ଲକ୍ଷ ୧୦ ହଜାର ଲୋକ ବକେୟା ପୈଠ କରିଛନ୍ତି । ଏପର୍ଯ୍ୟନ୍ତ ମାତ୍ର ୨୧ କୋଟି ଟଙ୍କା ବକେୟା ଆଦାୟ ହୋଇଛି । ୧୫ ତାରିଖ ସୁଦ୍ଧା ବାକି ଟଙ୍କା ପୈଠ ନକଲେ ବିଦ୍ୟୁତ୍ କଟାଯିବ ବୋଲି ଗ୍ରାହକଙ୍କୁ ଚରମବାଣୀ ଶୁଣାଇଛି ସେସୁ ।ବକେୟା ବିଲ୍ ପୈଠ ପାଇଁ ସେସୁ ୮ ଲକ୍ଷ ୩୬ ହଜାର ଘରୋଇ ଗ୍ରାହକ, ୫୯ ହଜାର ୧୯୦ ବାଣିଜ୍ୟିକ ଗ୍ରାହକଙ୍କୁ ପୁଣିଥରେ ନୋଟିସ୍ ପଠାଇଛି । ୫ ହଜାର ୯୬୫ ସରକାରୀ ସଂଯୋଗରେ ୬୪ କୋଟି ୩୫ ଲକ୍ଷ ଟଙ୍କା ବାକି ପଡ଼ିଛି । ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ଟଙ୍କା ପୈଠ କରାଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି ।

ଲୋକଙ୍କୁ ଛାଡ଼ୁନି ମାଗଣା ମୋହ: ବିଜୁଳି ଜାଳୁଛନ୍ତି, ବିଲ୍‌ ଦେଉନାହାନ୍ତି

କଳାହାଣ୍ଡି: ବନ୍ଧୁକ ଦେଖାଇ କପା ବ୍ୟବସାୟୀଙ୍କ ଠାରୁ ୬ ଲକ୍ଷ ଟଙ୍କା ଲୁଟ୍ । ଜୁନାଗଡ଼ ଥାନା ବୋରଗୁଡ଼ା ଛକ ନିକଟରେ ବାପ, ପୁଅଙ୍କୁ ଆକ୍ରମଣ କରି ଲୁଟିନେଲେ ଦୁର୍ବୃତ୍ତ । ଉଭୟ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।