spot_img
Home Blog Page 7634

ପୋଲିସର ସ୍କାନରରେ ସକିଲର ୩ ନମ୍ବର ଗାର୍ଲଫ୍ରେଣ୍ଡ

କଟକ: ଜେଲ ଭିତରୁ ସକିଲ ଭିଡିଓ କଲରେ ଦାଦା ବଟି ମାଗିବା ଘଟଣା । ପୋଲିସ ସ୍କାନରରେ ସକିଲର ୩ ନମ୍ବର ଗାର୍ଲଫ୍ରେଣ୍ଡ । ପୂର୍ବରୁ ଦୁଇ ଗାର୍ଲଫ୍ରେଣ୍ଡ ଗିରଫ ହୋଇ ସାରିଥିବା ବେଳେ, ୩ ନମ୍ବର ଗାର୍ଲଫ୍ରେଣ୍ଡଙ୍କୁ ଧରିବାକୁ ଯୋଜନା କରୁଛି ପୋଲିସ ।

ଏମାନେ ସକିଲ ସହ ଜେଲରେ ଦେଖାକରିବା ବାହାନାରେ ଦାଦା ବଟି ଅପରେଟ ପାଇଁ ଯୋଜନା କରୁଥିଲେ । ଏନେଇ ଜେଲବିଭାଗକୁ  ଡିସିପି ଏକ ଚିଠି ଲେଖିଛନ୍ତି । ସେପଟେ ଗିରଫ ଗାର୍ଲଫ୍ରେଣ୍ଡକୁ ପୁଲିସ ଅଟକ ରଖିବା ସହିତ ପଚରାଉଚରା ଜାରି ରଖିଛି ।

ଜେଲର ଚାରିକାନ୍ଥ ଭିତରେ ସକିଲ ଗ୍ୟାଙ୍ଗ ଲିଡ୍‌ ରୋଲରେ ରହୁଥିବାବେଳେ ଗ୍ୟାଙ୍ଗର ସଙ୍ଗଠିତ ଓ ପରିଚାଳନାର ଦାୟିତ୍ୱ ସମ୍ଭାଳୁଥିଲେ ଗାର୍ଲଫ୍ରେଣ୍ଡ ।

ବଳଙ୍ଗା ଦୁଷ୍କର୍ମ ମାମଲାରେ ଆସିଲା ନୂଆମୋଡ଼

ପୁରୀ: ପୁରୀ ଜିଲ୍ଲା ବଳଙ୍ଗା ଦୁଷ୍କର୍ମ ମାମଲାରେ ନୂଆମୋଡ଼ । ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ସଂପୃକ୍ତ ମହିଳାଙ୍କ ବୟାନ ରେକର୍ଡ ବେଳେ ଦୁଷ୍କର୍ମ ଅଭିଯୋଗ କରିନଥିବା ଜଣାପଡ଼ିଛି । ବିଶ୍ୱସ୍ତ ସୂତ୍ରରୁ ଏହି ସୂଚନା ମିଳିଛି ।

ଧାରା ୧୬୪ ଅନୁସାରେ କୋର୍ଟରେ ମହିଳାଙ୍କ ବୟାନ ରେକର୍ଡ କରାଯାଇଥିଲା । କୋର୍ଟରେ ମହିଳା ଦୁଷ୍କର୍ମ ଅଭିଯୋଗ ନେଇ କିଛି କହି ନଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଧାରା ୧୬୧ ଅନୁସାରେ ମହିଳାଙ୍କ ବୟାନକୁ ଭିତ୍ତି କରି ବଳଙ୍ଗା ଥାନା ଏ.ଏସ୍‌.ଆଇ. ଚିତ୍ତରଞ୍ଜନ ଦାସଙ୍କୁ ଗିରଫ ପରେ ଚାକିରିରୁ ସସ୍ପେଣ୍ଡ କରାଯାଇଛି ।

ଉଦ୍ଧାର ହେଲା ଦୁଇ ପରରେ ଛିଡ଼ା ହେଉଥିବା ବିରଳ ପ୍ରଜାତିର ମାଛ

ଚାନ୍ଦବାଲି: ଉଦ୍ଧାର ହେଲା ଦୁଇପରରେ ଛିଡ଼ା ହେଉିଥିବା ବିରଳ ମାଛ । ଏଭଳି ମାଛ ଚାନ୍ଦବାଲି ସ୍ଥିତ ସ୍ଥାନୀୟ ଖ୍ରୀଷ୍ଟିୟାନ ପୋଖରୀରୁ ଉଦ୍ଧାର ହୋଇଛି । ଉଦ୍ଧାର ହେବାପରେ ସେହି ମାଛକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା ।

ସୂଚନା ଅନୁଯାୟୀ, ଆଜି ସକାଳୁ କିଛି ମତ୍ସ୍ୟଜୀବୀ ମାଛ ଧରିବାକୁ ପୋଖରୀକୁ ଯାଇଥିଲେ । ମାଛ ଧରିବା ବେଳେ ଜାଲରେ ଏକ ବିରଳ ପ୍ରଜାତିର ମାଛ ଫସିଥିଲା । ଏହି ମାଛ ତାର ଦୁଇ ପର ସାହାଯ୍ୟରେ ମାଟି ଉପରେ ଛିଡ଼ା ହୋଇପାରୁଛି ଏବଂ ଶବ୍ଦ ମଧ୍ୟ କରୁଛି । ମାଛଟିର ୪ ଟି ଆଖି ରହିଥିବା ବେଳେ  ଓଜନ ୨ କିଲୋଗ୍ରାମ ରହିଛି । ତାର ପିଠି ଓ ଲାଞ୍ଜ ଅଧିକ ଟାଣ ଓ କୁମ୍ଭୀର ଚମଡା ପରି ହୋଇଛି ।

ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ଏହି ମାଛକୁ ଆଳଙ୍କରିକ ବା ଆକ୍ଟିଫିସିଆଲ ବ୍ଲାକ ଡାଇମଣ୍ଡ ମାଛ ବୋଲି ପ୍ରକାଶ କରିଛନ୍ତି । ଏହି ମାଛକୁ ଦେଖିବା ପାଇଁ ସେଠାରେ ଲୋକଙ୍କର ଭିଡ଼ ଜମିଥିଲା । ସେପଟେ ମାଛକୁ ପୁଣିଥରେ ପୋଖରୀକୁ ଛାଡ଼ି ଦିଆଯାଇଛି ।

ପୁରୀରେ ପହଞ୍ଚି ପାକିସ୍ତାନୀ ହିନ୍ଦୁ ପ୍ରସାଦ ଖାଇଲେ, ମାଳି ଜପିଲେ

ପୁରୀ: ପୁରୀରେ ପାକିସ୍ତାନୀ ହିନ୍ଦୁ ପର୍ଯ୍ୟଟକ । ହାତରେ ତୁଳସୀ ମାଳି ମୁହଁରେ ଜଗନ୍ନାଥଙ୍କ ନାମ । ଜଣେ କି ଦୁଇଜଣ ନୁହଁ । ଏକାଥରକେ ଶହେରୁ ଉର୍ଦ୍ଧ୍ୱ ପାକିସ୍ତାନରେ  ରହୁଥିବା ହିନ୍ଦୁ ପର୍ଯ୍ୟଟକ ଦର୍ଶନରେ ଆସିଛନ୍ତି । ଉଭୟ ପୁରୁଷ ଓ ମହିଳା ଶୁକ୍ରବାର ବସ ଯୋଗେ ପୁରୀରେ ପହଞ୍ଚିବା ପରେ ରାତ୍ରୀ ଯାପନ କରିଥିଲେ ।

ଆଜି ସକାଳୁ ସେମାନେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶିଷ ଲାଭ କରିଥିଲେ । ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ସମ୍ପର୍କ ରହିଛି  । ଉଭୟ ଦେଶର ସୀମାରେ ଏବେ ବି ସେନାଙ୍କ ମଧ୍ୟରେ ଚାଲିଛି ଛକା ପଞ୍ଝା  । ଏଭଳି ପରିସ୍ଥିତିରେ ପାକିସ୍ତାନରେ ରହୁଥିବା  ହିନ୍ଦୁ ମାନେ ଉଭୟ ଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ କାମନା କରିଛନ୍ତି  ।

ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ମହାପ୍ରସାଦ ପାଇ ସେମାନଙ୍କ ଜୀବନ ସାର୍ଥକ ହୋଇଛି ବୋଲି କହିଛନ୍ତି । ସେପଟେ ଅଧିକାଂଶ ହାତରେ ମାଳି ଧରି ଜପ କରୁଥିବା ଦେଖିବାକୁ ମିଳିଛି ।

ମହିଳା ଫରେଷ୍ଟରଙ୍କୁ ଦୁଷ୍କର୍ମ ଅଭିଯୋଗରେ ଫରେଷ୍ଟ ରେଞ୍ଜର୍ସ କଲେଜ କିରାଣି ଗିରଫ

ଅନୁଗୁଳ: ମହିଳା ଫରେଷ୍ଟରଙ୍କୁ ଦୁଷ୍କର୍ମ ଅଭିଯୋଗ । ଘଟଣାରେ ସମ୍ପୃକ୍ତ ଫରେଷ୍ଟ ରେଞ୍ଜର୍ସ କଲେଜ କିରାଣିଙ୍କୁ ଗିରଫ କରାଯାଇଛି । ମହିଳା ଜଣଙ୍କ ତାଲିମ ପାଇଁ ଆସିଥିବା ବେଳେ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରେଞ୍ଜର୍ସ କଲେଜରେ କିରାଣି ଭାବେ କାର୍ଯ୍ୟରତ ବିଶ୍ୱଜିତ ନାୟକଙ୍କୁ ଗିରଫ କରିଛି ଅନୁଗୁଳ ପୋଲିସ ।

ଜାଣନ୍ତୁ କେଉଁ ଦିଗକୁ ମୁଣ୍ଡ କରି ଶୋଇଲେ କ’ଣ ହୁଏ ?

ସୁସ୍ଥ ରହିବାକୁ ହେଲେ ଦରକାର ମୁତାବକ ନିଦ୍ରା ଶରୀର ପୀଇଁ ନିହାତି ଆବଶ୍ୟକ । ସୁସ୍ଥ ଓ ନିରୋଗ ରହିବା ପାଇଁ ଜଣକୁ ଦୈନିକ ୮ଘଣ୍ଟା ଶୋଇବା ଉଚିତ ବୋଲି ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଥାଆନ୍ତି । ସେହପରି ଆବଶ୍ୟକ ଅନୁଯାୟୀ​‌ ନିଦ୍ରା ନ ହେଲେ ତାହା ବିଭିନ୍ନ ରୋଗର କାରଣ ହୋଇଥାଏ ।

Image result for sleeping

ତେ​‌ବେ ବାସ୍ତୁଶାସ୍ତ୍ର ଅନୁସାରେ, ଶୋଇବାର ଦିଗ ମଧ୍ୟ ଶରୀର ଉପରେ ପ୍ରଭାବ ପକାଇଥାଏ । ଭିନ୍ନ ଭିନ୍ନ ଦିଗକୁ ମୁଣ୍ଡ କରି ଶୋଇଲେ ଶରୀର ଉପରେ  ଅନେକ ପ୍ରଭାବ ପଡ଼ିଥାଏ । ତେଣୁ ଶୋଇବା ସମୟରେ ଦିଗ ପ୍ରତି ଧ୍ୟାନ ଦେବା ଉଚିତ । ଆସନ୍ତୁ ଜାଣିବା କେଉଁ ଦିଗକୁ ମୁଣ୍ଡ କରି ଶୋଇଲେ ଶରୀର ଉପରେ କି ପ୍ରଭାବ ପଡ଼େ –

ଚାରି ଦିଗରୁ ମୁଖ୍ୟତଃ ଦକ୍ଷିଣ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇଲେ ସବୁଠାରୁ ଭଲ ଫଳ ମିଳିଥାଏ । ଉତ୍ତରପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇଲେ ସ୍ୱାସ୍ଥ୍ୟ ପ୍ରତି ଖରାପ ହୋଇଥାଏ ।

Image result for sleeping

ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ଶରୀର ପ୍ରତି ବେଶ୍‌ ଲାଭଦାୟକ । କାରଣ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସର୍ବଦା ଦକ୍ଷିଣରୁ ଉତ୍ତର ଦିଗକୁ ପ୍ରବାହିତ ହୋଇଥାଏ । ଯଦି କେହି ବ୍ୟକ୍ତି ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଥାନ୍ତି, ସେହି ସମୟରେ ଏହି ଶକ୍ତି ମୁଣ୍ଡରୁ ପ୍ରବେଶ ହୋଇ ଗୋଡ଼ ବାଟେ ବାହାରି ଯାଇଥାଏ । ଫଳରେ ସକାଳୁ ଉଠିବା ପରେ ବ୍ୟକ୍ତିଙ୍କୁ ତାଜାପଣ ଓ ଫୁର୍ତ୍ତି ଅନୁଭବ ହୋଇଥାଏ ।

Related image

ସେହିପରି ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଖରାପ ବୋଲି କୁହାଯାଇଥାଏ ।

Image result for sleeping

ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଫଳପ୍ରଦ ହୋଇଥାଏ । କାରଣ ସୂର୍ଯ୍ୟ ପୂର୍ବ ଦିଗରୁ ଉଦୟ ହେଉଥିବାରୁ ମୁଣ୍ଡରେ ନୂଆ ଶକ୍ତି ସଞ୍ଚାର ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଏହା ଶରୀର ପାଇଁ ବେଶ୍‌ ଲାଭଦାୟକ ।

Image result for sleeping

ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇଲେ ଏହାର ବିପରୀତ ଫଳ ମିଳିଥାଏ ।

Related image

ଓଡ଼ିଶା ଗସ୍ତରେ ଛତିଶଗଡ଼ ଜଳସଂପଦ ବିଭାଗର ସ୍ୱତନ୍ତ୍ର ଟିମ୍, ପ୍ରଥମ ଦିନରେ ଭିତରକନିକା ଗସ୍ତ

ଭୁବନେଶ୍ୱର: ଆଜିଠୁ ୫ ଦିନ ବ୍ୟାପୀ ଓଡ଼ିଶାର ବିବାଦୀୟ ପ୍ରକଳ୍ପ ଅଞ୍ଚଳ ବୁଲି ଦେଖିବେ ଛତିଶଗଡ଼ରୁ ଆସିଥିବା ଜଳସଂପଦ ବିଭାଗର ଟିମ୍ । ଛତିଶଗଡ ଏବଂ ଓଡ଼ିଶା ମଧ୍ୟରେ ଲାଗିଥିବା ମହାନଦୀ ଜଳ ବିବାଦକୁ ନେଇ ଟିମ୍, ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି । ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିଥିଲେ ଟିମର ସଦସ୍ୟ । ଟିମ୍‌ରେ ବୈଷୟିକ ଅଧିକାରୀ, ପ୍ରଶାସନିକ ଅଧିକାରୀ ଓ ଆଇନ୍ ବିଷାରଦ ସାମିଲ ଅଛନ୍ତି । ଗସ୍ତର ପ୍ରଥମ ଦିନରେ ଟିମ୍‌ ଭିତରକନିକା ଅଞ୍ଚଳ ଗସ୍ତ କରିବେ ବୋଲି ଜଣାପଡ଼ିଛି  । ଦ୍ୱିତୀୟ  ଦିନରେ ସେମାନେ ସାତପଡ଼ା ଅଞ୍ଚଳ ପରିଦର୍ଶନରେ ଯିବେ ।

ପ୍ରଥମେ ସାତପଡ଼ା ଯିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ, ବର୍ଷା ଯୋଗୁଁ କାର୍ଯ୍ୟକ୍ରମ ପହରଦିନକୁ ଘୁଞ୍ଚିଛି । ସେହିଭଳି ଗସ୍ତର ତୃତୀୟ ଦିନରେ ଅନୁଗୁଳ ଓ ଚତୁର୍ଥ ଦିନରେ ସମ୍ବଲପୁର ଯିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ଜାନୁଆରୀ ୧୬ ତାରିଖରେ ଓଡ଼ିଶା ଟିମ୍‌ ଛତିଶଗଡ଼ ପରିଦର୍ଶନରେ ଯିବ ବୋଲି ସ୍ଥିର ହୋଇଛି ।

ଗତ ଡିସେମ୍ବର ୧୪ ତାରିଖରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଅନୁମତି କ୍ରମେ ଏହି ଗସ୍ତ ଚୁଡ଼ାନ୍ତ ହୋଇଛି । ଗସ୍ତ ପରେ କମିଟି ଫେବୃଆରୀ ୧ ତାରିଖରେ ଟ୍ରିବ୍ୟୁନାଲରେ ମାମଲା ଶୁଣାଣି ବେଳେ ରିପୋର୍ଟ ପ୍ରଦାନ କରିବ ବୋଲି ସୂଚନା ମିଳିଛି ।