spot_img
Home Blog Page 7648

ବରଗଡ଼ ପାଲଟିବ ମଥୁରା ନଗରୀ, ୧୧ ଦିନ ଧରି ଚାଲିବ ମହାରାଜା କଂସଙ୍କର ରାଜୁତି

ବରଗଡ଼: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ମହାରାଜା କଂସଙ୍କ  ଅଟ୍ଟହାସ୍ୟରେ କମ୍ପିବ ଦରବାର । ମଥୁରାରେ ରାଜୁତି କରିବେ ମହାରାଜା କଂସ । ପାରମ୍ପରିକ ଲୋକବାଦ୍ୟ ଓ ଲୋକଗୀତରେ ଦୁଲୁକିବ ମୁକ୍ତାକାଶ ରଙ୍ଗମଞ୍ଚ । ୧୧ଦିନ ଧରି ଚାଲିବ ଧନୁଯାତ୍ରା ।

ଏଥିପାଇଁ ସଜେଇ ହେଲାଣି ମଥୁରା ନଗରୀ ଓ ଗୋପପୁର । ସେପଟେ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଛି ରିହର୍ସ।ଲ । ସମସ୍ତ କଳାକାର ପ୍ରସ୍ତୁତ ରହିଛନ୍ତି । ଉଦ୍‌ଘାଟନୀ ଉତ୍ସବରେ ବିଶାଳ ସାଂସ୍କୃତିକ ଶୋଭାଯାତ୍ରାର ଆୟୋଜନ କରାଯାଇଛି । ଏଥିରେ ୧୫ଟି  ସାଂସ୍କୃତିକ ଦଳ ସାମିଲ ହେବେ ।

ପୋଲିସ ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ଅନ୍ୟ ବ୍ୟବସ୍ଥା କରାଯାଇଛି । ସିସିଟିଭି ନଜରରେ ରହିବ ବରଗଡ଼ ସହରର ବିଭିନ୍ନ ସ୍ଥାନ । ରାଜ ଦରବାରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ମଞ୍ଚ ପ୍ରସ୍ତୁତ, କଳାକାର ପ୍ରସ୍ତୁତ ଓ ଦର୍ଶକ ବି ପ୍ରସ୍ତୁତ । କେବଳ ଅପେକ୍ଷା ମୁକ୍ତାକାଶ ରଙ୍ଗମଞ୍ଚରେ ମହାରାଜାଙ୍କ ରାଜୁତିକୁ ।

ନନ୍ଦନକାନନରେ ପୁଣି ଆଉଗୋଟିଏ ବାଘୁଣୀ ବର୍ଷାର ମୃତ୍ୟୁ

0

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଚିତା ବାଘୁଣୀର ମୃତ୍ୟୁ ହୋଇଛି । ତାର ବୟସ ୧୪ବର୍ଷ ହୋଇଥିଲା । ୩ବର୍ଷ ହୋଇଥିଲା ବେଳେ ତାକୁ ଚନ୍ଦକା ଜଙ୍ଗଲରୁ ଉଦ୍ଧାର କରାଯାଇ ନନ୍ଦନକାନନ ଅଣାଯାଇଥିଲା ।

ଏହି ବାଘୁଣୀର ନାଁ ନନ୍ଦନକାନନରେ ବର୍ଷା ବୋଲି ଦିଆଯାଇଥିଲା । ବର୍ଷା ମଳକଣ୍ଟକ, ଅର୍ଶ ରୋଗରେ ପୀଡ଼ିତ ଥାଇ ୫ଦିନ ହେବ ନନ୍ଦନକାନନ ଭେଟାନେରୀ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଥିଲା । ତାର ଆଜି ସନ୍ଧ୍ୟା ସୁଦ୍ଧା ମୃତ୍ୟୁ ହୋଇଛି । ନନ୍ଦନକାନ ରେ ଏବେ ଚିତା ବାଘ ସଂଖ୍ୟା ୬କୁ ଖସିଛି. ୪ଅଣ୍ଡିରା ଓ ୨ମାଇ ରହିଛନ୍ତି ।

ପାଣ୍ଡିୟାନ୍ କହିଲେ ମୁଖ୍ୟମନ୍ତ୍ରୀଙ୍କ ଶ୍ରୀଜଗନ୍ନାଥ ଭକ୍ତିର କଥା, ଐତିହ୍ୟ କରିଡରର ଚିଠା ଲୋକାର୍ପିତ

ଭୁବନେଶ୍ୱର : ପୁରୀ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ଚିଠାକୁ ଓଡ଼ିଶାର ଜନସାଧାରଣଙ୍କର ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ଶ୍ରୀମନ୍ଦିର ଚାରିପାଖ କେମିତି ରୂପରେ ପ୍ଲାନ କରାଯିବ ସେ ସମ୍ପର୍କରେ ମଧ୍ୟ ଜନସାଧାରଣଙ୍କଠାରୁ ମତାମତ ମଗାଯାଇଛି । ୨୦୨୦ ଜାନୁଆରୀ ୧୫ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନକୁ ଇମେଲ୍ ମାଧ୍ୟମରେ ମତ ପଠାଇବାକୁ  ପରାମର୍ଶ ରହିଛି । ଜନସାଧାରଣଙ୍କ ପ୍ରସ୍ତାବକୁ ତର୍ଜମା କରାଯାଇ ଚୂଡାନ୍ତ ପ୍ଲାନ୍ ଫେବ୍ରୁଆରୀରେ ପ୍ରକାଶିତ ହେବ ।


ଏହି କରିଡର ପାଇଁ ଯେଉଁ ମଠ ଓ ବ୍ୟକ୍ତିମାନେ ଜମି ଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମହାପ୍ରଭୁଙ୍କ କାର୍ଯ୍ୟ ପାଇଁ ଜମି ଦାନ କରିଥିବା ବ୍ୟକ୍ତିବିଶେଷଙ୍କର ନାମ ଏହି ଐତିହ୍ୟ କରିଡରରେ ଏକ ଫଳକରେ ସବୁଦିନ ପାଇଁ ସ୍ଥାନୀତ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି ଐତିହ୍ୟ କରିଡର ପାଇଁ ଅଧିଗୃହୀତ ସମସ୍ତ ଜମି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଁରେ ରେକର୍ଡ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶ୍ରୀମନ୍ଦିର ସୁରକ୍ଷାକୁ ଦୃଷ୍ଟିରେ ରଖି, ତାର ଚତୁପାର୍ଶ୍ୱରେ ୭୫ ମିଟର ପର୍ଯ୍ୟନ୍ତ ଖାଲି କରାଯାଇ ଏହାର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
ଆଜି ଲୋକାର୍ପିତ ହୋଇଥିବା ଚିଠା କେବଳ କରିଡରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ସୁବିଧା ସୁଯୋଗର ବିକାଶ ମଧ୍ୟରେ ସୀମିତ । ଶ୍ରୀମନ୍ଦିରର ସୁରକ୍ଷା ଓ କାର୍ଯ୍ୟପ୍ରଣାଳୀ ନିମନ୍ତେ ଯୋଜନା ପ୍ରସ୍ତୁତି ଦାୟିତ୍ୱ ଏ ସଂକ୍ରାନ୍ତରେ ଖ୍ୟାତି ଅର୍ଜନ କରିଥିବା ବୃତ୍ତିଧାରୀ ମାନଙ୍କୁ ଦିଆଯିବାକୁ ସ୍ଥିର ହୋଇଛି ।


ଶ୍ରୀମନ୍ଦିରକୁ ପ୍ରତିଦିନ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଆସୁଛନ୍ତି  । ସେମାନଙ୍କୁ ଉପଯୁକ୍ତ ସୁବିଧା ଏବଂ ସେମାନେ ଯେମିତି ଏକ ପବିତ୍ର ଅନୁଭୂତି ନେଇ ଫେରିବେ ତା ପ୍ରତି ପାରିପାର୍ଶ୍ୱିକ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି । ଏଥିରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଅତ୍ୟାଧୁନିକ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା କରାଯିବା ସହିତ ମଝିରେ ମଝିରେ ବିଶ୍ରାମ ନେବାର ସୁବିଧା କରାଯିବ । ଯାତ୍ରୀମାନଙ୍କ ପାଦ ଓ ହାତ ଧୋଇବା ନିମନ୍ତେ ଅତ୍ୟାଧୁନିକ ବ୍ୟବସ୍ଥା, ଉପଯୁକ୍ତ ଆଲୋକ, ସିସିଟିଭି ବ୍ୟବସ୍ଥା ସହିତ ପିଇବା ପାଣି ଓ ଶୌଚାଳୟର ବ୍ୟବସ୍ଥା କରାଯିବ ।


ଏହି ବୈଠକରେ ୫ଟି ସଚିବ ଭିକେ ପାଣ୍ଡିୟାନ ଐତିହ୍ୟ କରିଡର ପରିକଳ୍ପନା କିଭଳି ହେଲା ସେ ସମ୍ପର୍କରେ ଆଲୋକପାତ କରିଥିଲେ ।
୨୦୧୬ ମସିହାରେ ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ପୁରୀ ଯାଉଥିବା ସମୟରେ ରାସ୍ତାରେ ଯେଉଁଠି ଯେଉଁଠି ମହାପ୍ରଭୁଙ୍କର ଫଟୋ ରହିଥିବା ମୁଖ୍ୟମନ୍ତ୍ରୀ ସେ ସବୁକୁ ନମସ୍କାର କରୁଥିଲେ । ପୁରୀ ପହଞ୍ଚିବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ସେତେବେଳର କଥା ବଖାଣିବା ସହ ମୁଖ୍ୟମନ୍ତ୍ରୀଙ୍କ ଭକ୍ତି ସଂପର୍କରେ କହିଥିଲେ ପାଣ୍ଡିୟାନ୍ । ପରବର୍ତ୍ତୀ ସମୟରେ ପୁରୀ ଜେଲ୍ ସ୍ଥାନାନ୍ତର ଠାରୁ ଆରମ୍ଭ କରି ଏ ଯୋଜନାର ମୂଳଦୁଆ ପଡି଼ଥିବା କହିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବଙ୍କ ସହ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଟ୍ରେନରେ ଗର୍ଭ ଯନ୍ତ୍ରଣାରେ ଛଟପଟ୍ ହେଉଥିବା ମହିଳାଙ୍କ ପ୍ରସବ କରାଇଲେ ଆର୍ମି ଡକ୍ଟର

0

ନୂଆଦିଲ୍ଲୀ:  ଇଣ୍ଟରନେଟ୍ ଆମକୁ ପ୍ରତିଦିନ ଅନେକ ହୃଦୟସ୍ପର୍ଶୀ କାହାଣୀ ଭେଟିଦିଏ । ଏହା ଆମକୁ ମାନବିକତାର ପ୍ରମାଣ ଦେଇଥାଏ ।  ନିକଟରେ ଟ୍ୱିଟରରେ ଏକ ଫଟୋ ଖୁବ ଭାଇରାଲ୍ ହେବାରେ ଲାଗିଛି । ଜଣେ ମହିଳା ଗର୍ଭ ଯନ୍ତ୍ରଣାରେ ଛଟପଟ୍ ହେଉଥିବା ଦୁଇ ଜଣ ଆର୍ମି ଡକ୍ଟର ଟ୍ରେନ୍ ଭିତରେ ମହିଳାଙ୍କ ପ୍ରସବ କରାଇ ନବଜାତ ଶିଶୁ ସହିତ ଏକ ଫଟୋ ପୋଷ୍ଟ କରି ନିଜ ଖୁସି ବ୍ୟକ୍ତ କରିଛନ୍ତି ।

ଆର୍ମିର ୧୭୨ମିଲିଟାରୀ ହସ୍ପିଟାଲରେ କାର୍ଯ୍ୟରତ କ୍ୟାପଟେନ୍ ଲଲିଥା ଓ କ୍ୟାପଟେନ୍ ଅମରଦିପ୍ ନାମକ ଦୁଇ ଡାକ୍ତର ଏପରି ହୃଦୟସ୍ପର୍ଶୀ କାମ କରିଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ ହାୱରା ଏକ୍ସପ୍ରେସ୍ ରେ ଯିବା ସମୟରେ ଏକ ଗର୍ଭବତୀଙ୍କ ସମୟ ପୂର୍ବରୁ ଆଗରୁ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ପାଖରେ ସମସ୍ତେ ନିରୁପାୟ ଥିବା ସମୟରେ ଦେବଦୂତ ସଦୃଶ ସେଠାରେ ଉପସ୍ଥିତ ଥିଲେ ଏହି ଦୁଇଜଣ ଆର୍ମି ଡକ୍ଟର । ସେଠାରେ ସେମାନେ ମହିଳାଙ୍କର ପ୍ରସବ କରାଇଥିଲେ । ଏହାପରେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ଜଣାଇଥିଲେ ।

https://twitter.com/adgpi/status/1210851754952122368/photo/1

ଡିସେମ୍ବର ୨୮ ତାରିଖରେ ଏହାର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଏହା ଲୋକଙ୍କ ମଧ୍ୟରେ ଅତ୍ୟନ୍ତ ଲୋକପ୍ରିୟ ଓ ହୃଦୟସ୍ପର୍ଶୀ ହେବା ସହିତ ଦିନକୁ ଦିନ  ଭିଡିଓଟି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାର ଦେଖାଦେଉଛି । ଏହାସହ ବିଭିନ୍ନ ସଂଗଠନ ଭାରତୀୟ ଆର୍ମିକୁ ଏପରି କାମ ପାଇଁ ସାବାସି ଜଣାଉଛି ।

ମୋ ସରକାରର ମାଷ୍ଟରଷ୍ଟ୍ରୋକ, ମହଙ୍ଗା ପଡ଼ିଲା ଲକ୍ଷେ ଟଙ୍କାର ଲାଞ୍ଚ

ଭୁବନେଶ୍ୱର: ଗିରଫ ହେଲେ, ସସପେଣ୍ଡ ବି ହେଲେ  । ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡିଥିବା ଆଇଏଏସ୍‌ ଅଫିସରଙ୍କୁ ଶେଷରେ ରାଜ୍ୟ ସରକାର ଚାକିରୀରୁ ସସପେଣ୍ଡ କରିଛନ୍ତି । ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ହାତରେ ଧରାପଡିଥିଲେ ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟ ।

earthh

ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମରେ ମିଳିଥିବା ଫିଡ୍‌ବ୍ୟାକ ଆଧାରରେ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଧରାପଡିଥିଲେ । ତାଙ୍କ ବାସଭବନ ସମେତ ଅନ୍ୟ ସ୍ଥାନମାନଙ୍କରେ ଚଢାଉ ଜାରିରହିଛି । ୨୦୦୯ ବ୍ୟାଚ୍‌ର ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟ ଓଡ଼ିଶା ଟପ୍ପର ଥିଲେ।

ବାଲେଶ୍ୱର ସୋର ଅଞ୍ଚଳର ବିଜୟ କେତନ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ରହିଛନ୍ତି। ପୂର୍ବରୁ ସେ ଜଳସେଚନ ବିଭାଗର ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ। ଏଥିସହ କଳାହାଣ୍ଡି ଜିଲ୍ଲାପାଳ ଭାବେ ମଧ୍ୟ ଦାୟିତ୍ୱ ନେଇଥିଲେ।

ପୁରୀରେ ପେଟ୍ରାେଲ ପମ୍ପ୍‌ ମାଲିକଙ୍କୁ ଗୁଳିମାଡ଼ ଅଭିଯୋଗ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

0

ପୁରୀ: ପୁରୀରେ ଗୁଳିମାଡ଼ । ସତ୍ୟବାଦୀ ଅଳଗୁମ ରାସ୍ତାର ପୁରୁଣା ରାମେଶ୍ୱରପୁର ଛକରେ ଗୁଳିମାଡ଼ । ଛକରେ ଥିବା ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି । ପମ୍ପ ମାଲିକ ଗୁରୁତର ହୋଇଥିବା ବେଳେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଘଟଣା ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ରବିବାର ଦିନ ବିଳମ୍ବିତ ରାତିରେ ତିନି ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳିମାଡ କରି ଫେରାର ହୋଇଯାଇଥିଲେ । ଘଟଣା ନେଇ ପୋଲିସ ଅଧିକ ଛାନ୍‌ ଭିନ୍‌ ଜାରି ରଖିଛି ।

ଅଜଣା ଗାଡ଼ି ଧକ୍କାରେ ଛୁଆକୁ ଛାଡ଼ି ଆରପାରିକୁ ଚାଲିଗଲେ ବାପା ମାଆ

0

ଘଟଗାଁ: ଅଜଣା ଗାଡ଼ି ଧକ୍କାରେ ସ୍ୱାମୀ ସ୍ତ୍ରୀ ମୃତ ଶିଶୁ ଗୁରୁତର  । ବାଇକରେ ଯାଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି । ଘଟଣା ସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ୫ ମାସର ଶିଶୁ କନ୍ୟାକୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ବାଗୁହାନାଳ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ସାହୁପୁର ଗାଁର ଦୁଖୀରାମ୍ ମାରାଣ୍ଡି ଏବଂ ତାଙ୍କ ସ୍ତ୍ରୀ ବାଇକରେ ବ୍ରାହ୍ମଣୀପାଳ ଅଭିମୁଖେ ଯାଉଥିଲେ । ବାଗୁହାନାଳ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ସ୍ୱାମୀ ଦୁଖୀରାମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । କିନ୍ତୁ ପ୍ରାଥମିକ ଚିକିତ୍ସା ଆରମ୍ଭ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ ।

ଖାଲି ସେତିକି ନୁହେଁ ଘଟଣା ସ୍ଥଳରୁ ଗୁରୁତର ୫ମାସର ଶିଶୁ କନ୍ୟାକୁ ଉଦ୍ଧାର କାରାଯାଇଛି ।      ସ୍ଥାନୀୟ ଲୋକେ ଶିଶୁକୁ ଉଦ୍ଧାର କରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି  । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ଯୋଗୀ ସରକାରଙ୍କୁ ପ୍ରିୟଙ୍କା ଗାନ୍ଧିଙ୍କ ଟାର୍ଗେଟ, କହିଲେ, ଦେଶରେ ହିଂସା ଓ ପ୍ରତିଶୋଧ ପାଇଁ ସ୍ଥାନ ନାହିଁ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଡ଼ା ସମାଲୋଚନା କରିଛନ୍ତି। ବିଜନୌର, ଲକ୍ଷ୍ନୌ ଏବଂ ବାରାଣାସୀରେ ପୋଲିସର ଅତ୍ୟାଚାରକୁ ଦେଖି ୟୁପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ଗାନ୍ଧି । ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗରେ ଯୋଗୀ ସରକାରଙ୍କ ବିଫଳତାକୁ ସାମ୍ନାକୁ ଆଣିବ ସହ ଏଭଳି କରିବା ପଛରେ କଣ ରହିଛି କାରଣ ତାହା ମଧ୍ୟ କହିଛନ୍ତି ।   

ଯୋଗୀ ସରକାରଙ୍କ ଶାସନରେ ପୋଲିସ ପ୍ରତିଶୋଧ ପରାୟଣ ହୋଇଉଠିଛି ବୋଲି ଅଭିଯୋଗ କରିଛନ୍ତି ପ୍ରିୟଙ୍କା । ତାଙ୍କ କହିବା ଅନୁଯାୟୀ, ରାଜ୍ୟ ପୋଲିସ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କହିବା ଅନୁଯାୟୀ କାମ କରୁଛି । ପୋଲିସକୁ ନିଜ ହିସାବରେ ୟୁପିରେ କାର୍ଯ୍ୟ କରିବାକୁ ଦିଆଯାଉନାହିଁ । ସେ ତାଙ୍କର ସୁରକ୍ଷା ଭଙ୍ଗକୁ ନେଇ ସେ ଯେତିକି ଉଦବେଗ୍ ପ୍ରକାଶ କରିନାହାନ୍ତି ପ୍ରତିଦିନ ବିଗୁଡୁଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ସାଧାରଣ ସଂପାଦକ ।   

ସୋମବାର ଲକ୍ଷ୍ନୌରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରିୟଙ୍କା ଆହୁରି କହିଛନ୍ତି ଯେ, ପ୍ରତିଶୋଧର ଭାବନାରେ କାର୍ଯ୍ୟ କରୁଛନ୍ତି ୟୁପି ସରକାର ।  ଏନେଇ ରାଜ୍ୟପାଳଙ୍କୁ ସେ ଏକ ଚିଠି ପ୍ରଦାନ କରିଛନ୍ତି । ଏହାର ନିଷ୍ପତ୍ତି ରାଜ୍ୟପାଳ ଖୁବଶୀଘ୍ର ନେବେ ବୋଲି ଆଶା ରହିଥିବା ପ୍ରିୟଙ୍କା କହିଛନ୍ତି ।

ଜେନେରାଲ୍ ରାଓ୍ୱତ୍ ହେବେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍

ନୂଆଦିଲ୍ଲୀ : ଜେନେରାଲ୍‌ ବିପିନ୍‌ ରାଓ୍ବତଙ୍କୁ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍ ବା ସିଡିଏସ ଭାବେ ନିଯୁକ୍ତି ଦିଆଯାଇଛି । ସେନାଧ୍ୟକ୍ଷ ପଦବୀରୁ ଅବସର ନେବାର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ସିଡିଏସ୍‌ ପଦବୀରେ ନିଯୁକ୍ତ କରାଯାଇଛି । ଆସନ୍ତାକାଲି ଆର୍ମି ଚିଫ୍ ପଦବୀରୁ ଅବସର ନେବା ପରେ ଦେଶର ପ୍ରଥମ ସିଡିଏସ୍‌ ଭାବେ ଶପଥ ନେବେ ବିପିନ୍‌ ରାଓ୍ୱତ୍ ।


ଡିସେମ୍ବର ୨୪ ତାରିଖରେ ବସିଥିବା କ୍ୟାବିନେଟ୍‌ ବୈଠକରେ ସିଡିଏସ୍‌ ପଦବିକୁ ମୃଞ୍ଜୁରୀ ମିଳିଥିଲା । ଗତ ଗଣତନ୍ତ୍ର ଦିବସରେ ଏହି ପଦିବୀର ପ୍ରତିଷ୍ଠା ନେଇ ପ୍ରଧାନମୃନ୍ତ୍ରୀ ଘୋଷଣା କରିଥିଲେ । ବିପିନ୍‌ ରାଓ୍ୱତ୍ ଗତ ତିନି ବର୍ଷ ଧରି ସେନାଧ୍ୟକ୍ଷ ପଦବୀରେ ଅବସ୍ତାପିତ ଥିଲେ । ଏବେ ସେ ସରକାର ଏବଂ ସେନା ମଧ୍ୟରେ ସମୃନ୍ବୟ ରକ୍ଷା କରିବେ । ପୂର୍ବରୁ ସିଡିଏସ୍‌ ପଦବିର ଅବସର ବୟସ ୬୨ ବର୍ଷ ରହିଥିବା ବେଳେ ଏହାକୁ ଏବେ ୬୫ ବର୍ଷ ବୟସକୁ ବୃଦ୍ଧି କରାଯାଇଛି । ନିଯୁକ୍ତି ସଂପର୍କିତ କ୍ୟାବିନେଟ୍ କମିଟି ଏହାକୁ ମଞ୍ଜୁରୀ ପ୍ରଦାନ କରିଛି । ତିନି ସେନା ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ ଜେନେରାଲ୍ ରାଓ୍ୱତ୍ ।

ସମ୍ପର୍କରେ ପଡ଼ିଲା ଫାଟ, ମାଆ ଓ ସ୍ତ୍ରୀକୁ ଗୋଡ଼ାଇ ଗୋଡ଼ାଇ ହାଣିଲା ପୁଅ

0

ଯାଜପୁର: ମାଆ ଓ ସ୍ତ୍ରୀକୁ ହାଣିଲା ପୁଅ । ପୁଅର କଟୁରି ଚୋଟରେ ମାଆ ଏବଂ ସ୍ତ୍ରୀ ଆହତ । ଆହତ ଅବସ୍ଥାରେ ପୋଲିସ ଉଭୟଙ୍କୁ ଉଦ୍ଧାର କରି ସୁକିନ୍ଦା ମେଡିକାଲକୁ ଚିକିତ୍ସା ପାଇଁ ପଠାଇଛି । ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ମଧୁବନ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଅଭିଯୁକ୍ତ ପୁଅ ଟିମା ଦେହୁରୀଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।

ସୂଚନା ଅନୁଯାୟୀ, ପରିବାର ମଧ୍ୟରେ ପୂର୍ବରୁ କଳହ ଲାଗିରହୁଥିଲା । ଟିମା ଅନେକ ଥର ଘରେ ସମସ୍ତଙ୍କୁ ମାରଧୋର କରିଛନ୍ତି । ଆଜି ସକାଳେ ଟିମା କୌଣସି କାରଣରୁ ରାଗିଯାଇ ଏକ କଟୁରି ଧରି ସ୍ତ୍ରୀ କୁ ହାଣିବାକୁ ଗୋଡ଼ାଇ ଥିଲା । ଏହି ସମୟରେ ମାଆ ଅଟକାଇବାରୁ ଟିମା ମାଆର ମୁଣ୍ଡକୁ କଟୁରିରେ ଚୋଟ ପକାଇଥିଲା । ପରେ ସ୍ତ୍ରୀକୁ ଧରି ହାଣିଥିଲା ଟିମା ।

ଫଳରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ଖବର ପାଇ କଳିଙ୍ଗ ନଗର ଅତିରିକ୍ତ ଏସ.ପି ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଟିମାକୁ ଥାନାକୁ ଆଣିଥିଲେ । ସେପଟେ ଆହତମାନଙ୍କୁ ଉଦ୍ଧାର କରି ମେଡିକାଲ ପଠାଯାଇଛି । ଘଟଣା ସମ୍ପର୍କରେ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।