୨୬ ତାରିଖ ସକାଳେ ଏକ ବିରଳ ସୂର୍ଯ୍ୟ ପରାଗ ହେବାକୁ ଯାଉଛି । ଏହା ଦକ୍ଷିଣ-ଭାରତର କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯିବାକୁ ଥିବାବେଳେ ଓଡ଼ିଶାରେ ଆଂଶିକ ଭାବେ ଦେଖାଯିବ। ଓଡ଼ିଶାରେ ଏହା ସକାଳ ୮ଟା ୨୦ ମିନିଟ୍ରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୨୮ମିନିଟ୍ରେ ଶେଷ ହେବାକୁ ଥିବାବେଳେ ସକାଳ ୯ଟା ୪୬ ମିନିଟ୍ରେ ଏହାର ପ୍ରଭାବ ସର୍ବାଧିକ ଦେଖାଯିବ। ତେବେ ଧର୍ମଶାସ୍ତ୍ର ଅନୁସାରେ ଏହି ସମୟରେ ପୂଜାର୍ଚ୍ଚନା ଆଦି କରିବାକୁ ବାରଣ କରାଯାଇଥାଏ । ଏହା ସହ ଗର୍ଭବତୀମାନଙ୍କୁ ଏହି ସମୟରେ ଅନେକ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହାର ଅନେକ ଆଧ୍ୟାତ୍ମିକ କାରଣ ରହିଥିବା ବେଳେ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ତେବେ ଏହି ସମୟରେ ଗର୍ଭବତୀ ମହିଳା ମାନେ ଖାସ ଧ୍ୟାନ ଦେବା ଆବଶ୍ୟକ । ତେବେ ଜାଣନ୍ତୁ ସୂର୍ଯ୍ୟ ପରାଗରେ ଗର୍ଭବତୀଙ୍କୁ କେଉଁ ସବୁ ଦିଗ ପ୍ରତି ଦୃଷ୍ଟି ଦେବାକୁ ହେବ।
ଧାରୁଆ ଅସ୍ତ୍ର ବ୍ୟବହାର ପ୍ରତି ସାବଧାନ

ପରାଗ ସମୟରେ ଗର୍ଭବତ୍ତୀ ମହିଳା ଛୁଞ୍ଚି, କତୁରୀ, ଛୁରୀ ଆଦି ଜିନିଷ ବ୍ୟବହାର ଠାରୁ ଦୂରେଇ ରୁହନ୍ତୁ। ଏପରି କରିବା ଫଳରେ ପେଟରେ ଥିବା ଶିଶୁର ଅଙ୍ଗ ଉପରେ ପ୍ରଭାବ ପଡ଼ିବା ବିଶ୍ୱାସ ରହିଛି ।
ଘରୁ ବାହାରକୁ ଯିବା ବାରଣ

– ଗର୍ଭବତୀ ମହିଳା ଏହି ସମୟରେ ଘରୁ ବାହାରକୁ ଯିବା ଅନୁଚିତ। ଏହି ସମୟରେ ବାହାରକୁ ଯାଇ ପରାଗ ଦେଖିଲେ ଶିଶୁର ଶାରୀରିକ ଓ ମାନସିକ ବିକାଶ ଉପରେ ପ୍ରଭାବ ପଡ଼ିଥାଏ।
ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ

– ଏହି ସମୟରେ ଗର୍ଭବତୀମାନେ ଖାଦ୍ୟ ଖାଆନ୍ତୁ ନାହିଁ । ପରାଗ ଲାଗିବା ସମୟରେ ସୂର୍ଯ୍ୟଙ୍କ କିରଣରେ ଖାଦ୍ୟ ପଦାର୍ଥ ବିଷାକ୍ତ ହୋଇଥାଏ।
ଅଧ୍ୟୟନ

– ଏହି ସମୟରେ ତୁଳସୀ ପତ୍ର ଧରି ହନୁମାନ ଚାଳିଶା କିମ୍ବା ଦୁର୍ଗାଙ୍କ ସ୍ତୁତି ଗାନ କରିବା ଭଲ।
ଗ୍ରହଣ ପରେ

– ଗ୍ରହଣ ପରେ ଗର୍ଭବତୀ ମହିଳାମାନେ ଗାଧୋଇବା ଜରୁରୀ । ନଚେତ୍ ପିଲାଠାରେ ଚର୍ମ ଜନିତ ସମସ୍ୟା ଦେଖା ଦେଇପାରେ ।



ଦେଶବ୍ୟାପୀ ନାଗରିକତା ସଂଶୋଧନ ବିଲକୁ ନେଇ ବିରୋଧ ଜାରି ରହିଛି । କାରଣ ଏଥିରେ ବାହାର ଦେଶରୁ ଆସିଥିବା ମୁସଲିମାନଙ୍କୁ ନାଗରିକତା ମିଳିବ ନାହିଁ । କିନ୍ତୁ, ଏନପିଆରରେ ‘ସନ୍ଦିଗ୍ଧ ନାଗରିକ’ଙ୍କ ଚିହ୍ନଟ କଥା କୁହାଯାଇଛି ।
ଜଣେ ‘ସନ୍ଦିଗ୍ଧ ନାଗରିକ’ ଚିହ୍ନଟ ହେଲା ପରେ ସେ ନିର୍ଦ୍ଧାରିତ ଫର୍ମାଟରେ କିଛି ତଥ୍ୟ ଦେବ । ଦ୍ୱିତୀୟରେ ତାକୁ NRICରେ ସାମିଲ କରାଯିବ । ଚୂଡ଼ାନ୍ତ ନିଷ୍ପତ୍ତି ପୂର୍ବରୁ ତାକୁ ସବ୍ ରେଜିଷ୍ଟାର (ତହସିଲ୍)ରେ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆଯିବ ।















