ରାଞ୍ଚି: ଏକଜିଟ୍ ପୋଲ୍ ଆଉ ଟ୍ରେଣ୍ଡ । ଖସୁଛି ବିଜେପି, ବଢ଼ୁଛି ଜେଏମ୍ଏମ୍-କଂଗ୍ରେସ ମେଣ୍ଟ । ଝାଡ଼ଖଣ୍ଡରେ କ୍ଷମତାରୁ ଖସିପାରେ ବିଜେପି । ଟ୍ରେଣ୍ଡରେ ବର୍ତ୍ତମାନ ଯାଏଁ ବିଜେପି ପଛୁଆ ରହିଛି । କଡ଼ା ଟକ୍କର ଦେଉଛି ଜେଏମ୍ଏମ୍-କଂଗ୍ରେସ ମେଣ୍ଟ । ମେଣ୍ଟ ଟ୍ରେଣ୍ଡରେ ବହୁମତ ଛୁଇଁଛି । ଆଉ ଏକାକୀ ଲଢ଼ୁଥିବା ବିଜେପି ଏବେବି ପଛୁଆ ରହିଛି ।
https://nandighoshatv.comjharkhand-election-trends-bjp-slightly-trailing/
ରଘୁବରଙ୍କ ନେତୃତ୍ୱରେ ଲଢ଼ୁଥିବା ବିଜେପି ଟ୍ରେଣ୍ଡରେ ପଛୁଆ ଥିଲେ ବି ସରକାର ଗଠନ ଆଶା ଛାଡ଼ିନି । ଝାଡ଼ଖଣ୍ଡରେ ସରକାର ଗଠନ ପାଇଁ ବିଜେପି ଲାଗିପଡ଼ିଛି । ବିଜେପି ନେତା ଆଜସୁ ମୁଖ୍ୟ ସୁଦେଶ ମାହତୋଙ୍କ ସହ ସରକାର ଗଠନ ପାଇଁ କଥାବାର୍ତ୍ତା ଆରମ୍ଭ କରିଛନ୍ତି । ଜେଭିଏମ୍ ନେତା ବାବୁଲାଲ ମରାଣ୍ଡିଙ୍କ ସମ୍ପର୍କରେ ଅଛନ୍ତି ବିଜେପି ନେତା ।
ବର୍ତ୍ତମାନ କଂଗ୍ରେସ-ଜେଏମ୍ଏମ୍-ଆରଜେଡି ମେଣ୍ଟ ୪୪ ସିଟରେ ଆଗୁଆ ଥିବାବେଳେ ବିଜେପି ୨୫ଟି ଆସନରେ ଆଗୁଆ ଚାଲିଛି । ଜେଭିଏମ୍ ୩, ଆଜସୁ ୪ ଓ ଅନ୍ୟ ପ୍ରାର୍ଥୀ ୫ଟି ଆସନରେ ଆଗୁଆ ରହିଛନ୍ତି ।
Tejashwi Yadav, RJD: There is going to be a clean sweep for Mahagathbandhan (grand alliance) in this election. We have fought elections under leadership of Hemant Soren. He is going to be the Chief Minister. #JharkhandAssemblyPolls pic.twitter.com/EyjkwkTJ8n
— ANI (@ANI) December 23, 2019
ଟ୍ରେଣ୍ଡରେ ଆଗୁଆ ରହିବା ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ପ୍ରତିକ୍ରିୟା ରଖିଛନ୍ତି । ଆମେ ହେମନ୍ତ ସୋରେନଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ୁଥିଲୁ । ସେ ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ତେଜସ୍ୱୀ ଯାଦବ କହିଛନ୍ତି ।


ଝାଡ଼ଖଣ୍ଡ ବିଧାନସଭାର ବହୁମତ ହେଉଛି ୪୧ । ଟ୍ରେଣ୍ଡ ଅନୁସାରେ ଝାଡ଼ଖଣ୍ଡରେ ତ୍ରିଶଙ୍କୁ ବିଧାନସଭା ହୋଇପାରେ । ପଦ୍ମ ପାଖୁଡ଼ାରୁ ଝାଡ଼ଖଣ୍ଡ ଖସିବା ନେଇ ଏକଜିଟ୍ ପୋଲ୍ ଆକଳନ କରିଥିଲା । ଟ୍ରେଣ୍ଡ ବି ସେୟା ଦର୍ଶାଉଛି । ରଘୁବରଙ୍କ ପକେଟରୁ କ୍ଷମତା ଖସିବା ନଜର ଆସୁଛି ।
ସମ୍ପୂର୍ଣ୍ଣ ଫଳ ଆସିବା ଆଗରୁ କୌଣସି ପ୍ରକାରେ ସରକାର ଗଠନ ପାଇଁ ବିଜେପି ଉଦ୍ୟମ ଆରମ୍ଭ କରିଛି । ସୂତ୍ର ଅନୁସାରେ ବିଜେପି ନେତା ଆଜସୁ ମୁଖ୍ୟ ସୁଦେଶ ମାହତୋଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଛନ୍ତି । ଏଥିସହ ବିଜେପି ଜେଭିଏମ୍ ନେତା ବାବୁଲାଲ ମରାଣ୍ଡିଙ୍କ ସହ ସରକାର ଗଠନ ନେଇ ଆଲୋଚନା କରୁଥିବା ଜଣାପଡ଼ୁଛି ।
ସ୍ଥାୟୀ ପୋଲିସ କ୍ୟାମ୍ପ ହେବା ପରେ ସେମାନଙ୍କୁ ସମସ୍ତ ସରକାରୀ ସୁବିଧା ମିଳିବ ଓ ଅଞ୍ଚଳର ଉନ୍ନତି ହେବ ବୋଲି ଆଶା ରଖିଛନ୍ତି । ହାଟପଦାରେ ଏନେଇ ଶପଥ ନେବା ସହ ଲାଲବାହିନୀକୁ ଆଉ ସହଯୋଗ କରିବେ ନାହିଁ ବୋଲି କହିଛନ୍ତି ।
ପୋଲିସ ଆତ୍ମସମର୍ପଣ କରିଥିବା ଲୋକଙ୍କୁ ମାଗଣାରେ କମ୍ବଳ, ଡ୍ରେସ୍ ବାଣ୍ଟିଛି । ପୂର୍ବରୁ ମହୁପଦର ଅଞ୍ଚଳର ମାଓବାଦୀଙ୍କ କବଜାରେ ଥିଲା ।
ଖବର ପାଇ ଦମକଳ ବାହିନୀ ନିଆଁ ଲିଭାଇଥିଲା । ୧୨ରୁ ଅଧିକ ଲୋକଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି । ରାତି ପ୍ରାୟ ୧୨ଟା ବେଳେ ପ୍ରଥମେ ଗୋ ଡାଉନରେ ଥିବା କପଡ଼ା ଗୋଦାମରେ ନିଆଁ ଲାଗିଥିଲା । ପରେ ଏକ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ନିଆଁ ଉପରକୁ ବ୍ୟାପି ଯାଇ ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଛି ।