ରାହୁଲଙ୍କ ‘ରେପ୍ ଇଣ୍ଡିଆ’ ମନ୍ତବ୍ୟ, ନିର୍ବାଚନ କମିଶନଙ୍କୁ ଫେରାଦ ହେଲା ବିଜେପି
ନୂଆଦିଲ୍ଲୀ: ରାଜନୀତି, ରେପ୍ ଓ ରିଆକ୍ସନ । ଥମୁନି ବିବାଦ, ଝାଡ଼ଖଣ୍ଡର ନିର୍ବାଚନ ମୈଦାନରେ ରାହୁଲ ଦେଇଥିବା ମନ୍ତବ୍ୟକୁ ନେଇ ଥମୁନି ରାଜନୀତି । ୨୦୧୪ରେ କ୍ଷମତାଶୀନ ହେବା ପୂର୍ବରୁ କଂଗ୍ରେସ ଉପରେ ବିଜେପି ଯେମିତି ଆକ୍ରମଣ କରୁଥିଲା । ଠିକ୍ ସେହି ଢଙ୍ଗରେ ଗୋଟି ଚାଳନା କରୁଛନ୍ତି ରାହୁଲ ଗାନ୍ଧି ।
Modi should apologise.
1. For burning the North East.
2. For destroying India’s economy.
3. For this speech, a clip of which I'm attaching. pic.twitter.com/KgPU8dpmrE
— Rahul Gandhi (@RahulGandhi) December 13, 2019
ଝାଡ଼ଖଣ୍ଡ ଗୋଡ୍ଡାର ଏକ ନିର୍ବାଚନୀ ସଭାରେ ରାହୁଲ ଗାନ୍ଧି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଛନ୍ତି । ଏହା ମୋଦିଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ନୁହେଁ ବରଂ ‘ରେପ୍ ଇନ୍ ଇଣ୍ଡିଆ’ ବୋଲି ରାହୁଲ କହିଛନ୍ତି । ଝାଡ଼ଖଣ୍ଡରେ ମହିଳାଙ୍କୁ ଦୁଷ୍କର୍ମ, ଉତ୍ତରପ୍ରଦେଶରେ ବିଜେପି ବିଧାୟକଙ୍କ ଦୁଷ୍କର୍ମ । ପ୍ରତି ରାଜ୍ୟରେ ଏବେ ଏମିତି ସ୍ଥିତି । ମୋଦି କହୁଛନ୍ତି ବେଟି ପଢ଼ାଓ, ବେଟି ବଚାଓ । କିନ୍ତୁ, ଏକଥା କହିନାହାନ୍ତି କାହାଠୁ ବଞ୍ଚାଇବେ ବୋଲି କହି ମୋଦିଙ୍କୁ କଡ଼ା ଭାଷାରେ ତାତ୍ସଲ୍ୟ କରିଛନ୍ତି ।
Rahul Gandhi: I have a clip on my phone in which Narendra Modi ji is calling Delhi a 'rape capital',will tweet it so that everyone can see. Just to deflect attention from protests in North East, this is being made an issue by BJP. https://t.co/BF4toNRaO8 pic.twitter.com/4wRWTZy4Np
— ANI (@ANI) December 13, 2019
ରାହୁଲଙ୍କ ଏହି ମନ୍ତବ୍ୟକୁ ସଂସଦରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ବିଜେପି ସାଂସଦ ଲକେଟ ଚାର୍ଟାଜୀ ଜୋରଦାର ବିରୋଧ କରିଛନ୍ତି । କହିଛନ୍ତି, ଏହା ଦେଶର ସମସ୍ତ ନାରୀମାନଙ୍କୁ ଅପମାନ । ଏଥିସହ ରାହୁଲ ତୁରନ୍ତ କ୍ଷମା ମାଗିବାକୁ ଦାବି କରିଛନ୍ତି ।
#WATCH Union Minister Smriti Irani in Lok Sabha on Rahul Gandhi's 'rape in India' remark: This is first time in history that a leader is giving a clarion call that Indian women should be raped. Is this Rahul Gandhi's message to the people of the country? https://t.co/fRpcJ4TgIu pic.twitter.com/7ErDftk1MA
— ANI (@ANI) December 13, 2019
ଏଥିସହ ରାହୁଲ ଗାନ୍ଧି କହିଛନ୍ତି- ମୋଦି, ଉତ୍ତର-ପୂର୍ବକୁ ଜାଳୁଛନ୍ତି । ବେରୋଜଗାର ଓ ମାନ୍ଦାବସ୍ଥା ଉପରେ ଲୋକଙ୍କ ଧ୍ୟାନ ହଟାଇବାକୁ ବିଜେପି, ମୋ ମନ୍ତବ୍ୟକୁ ପ୍ରସଙ୍ଗ କରୁଛି । ପ୍ରଧାନମନ୍ତ୍ରୀ ‘ମେକ୍ ଇନ୍ ଇଣ୍ଡିଆ’ କହୁଥିବା ଯୁଆଡ଼େ ଦେଖିଲେ ‘ରେପ୍ ଇନ୍ ଇଣ୍ଡିଆ’ ଦେଖାଯାଉଛି ।
Union Minister and BJP leader Smriti Irani: We have registered our objection against the remark of Rahul Gandhi. Election Commission has assured us that they will follow the legal procedure and do justice. pic.twitter.com/lNnvvy3JYj
— ANI (@ANI) December 13, 2019
ଏହାକୁ ନେଇ ବିଜେପି ମହିଳା ସାଂସଦମାନେ ନିର୍ବାଚନ କମିଶନଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
୩ ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ପଦରେ ଅଦଳ ବଦଳ
ଭୁବନେଶ୍ୱର: ଜିଲ୍ଲା ଯୋଜନା ବୋର୍ଡ ଦାୟିତ୍ୱରେ ଅଦଳ ବଦଳ କରାଯାଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ କଳାହାଣ୍ଡି ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ କଳାହାଣ୍ଡି ଜିଲ୍ଲା ଦାୟିତ୍ୱରେ ଥିଲେ ।
ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ନୂତନ ଭାବେ ଦେବଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ମିଳିଛି । ପୂର୍ବରୁ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଦେବଗଡ଼ ଦାୟିତ୍ୱରେ ଥିଲେ ।
ସେହିଭଳି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ନୂତନ ଭାବେ ବଲାଙ୍ଗିର ଜିଲ୍ଲା ଯୋଜନା ବୋର୍ଡ ଦାୟିତ୍ୱ ଅଧ୍ୟକ୍ଷ ଦିଆଯାଇଛି । ଏହା ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ବଲାଙ୍ଗିର ଜିଲ୍ଲା ଯୋଜନା ବୋର୍ଡ ଦାୟିତ୍ୱ ଅଧ୍ୟକ୍ଷ ଥିଲେ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି ଅଭିଯୋଗର ଉତ୍ତର ରଖିଲା ବିଜେଡି
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ବିଜେପି ଯେଉଁ ତଥ୍ୟ ଦେଉଛି ତାହା ସମ୍ପୂର୍ଣ୍ଣ ମିଛ । ବିଜେପି ମୁଖପାତ୍ରମାନେ ଏଭଳି ମିଥ୍ୟା ପ୍ରଚାରରୁ ବିରତ ରହିବା ସହିତ ଗଣମାଧ୍ୟମକୁ ସୂଚନା ଦେବା ପୂର୍ବରୁ ଅନ୍ତତଃ ଥରୁଟିଏ କେନ୍ଦ୍ର ସରକାରଙ୍କ ୱେବସାଇଟ୍ ଦେଖି ନେବା ଉଚିତ୍ ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଅନୁଦାନ ଦେଉଥିବା ବେଳେ ରାଜ୍ୟ ସରକାର ଅଂଶଧନ ବାବଦକୁ ୪୦ ପ୍ରତିଶତ ଅନୁଦାନ ଦେଉଛନ୍ତି । କିନ୍ତୁ ପ୍ରୋତ୍ସାହନ ରାଶି ଓ ପ୍ରଶାସନିକ ବାବଦ ବ୍ୟୟ ପରେ ଏହା ପ୍ରାୟତଃ ୫୦-୫୦ ପ୍ରତିଶତ ହୋଇଯାଉଛି । କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ଦେଶରେ ୨୦୧୯-୨୦ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଏକ ନମ୍ବର ସ୍ଥାନ ହାସଲ କରିଛି ।

ଗୁଜରାଟ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ହରିୟାଣା ଭଳି ବିଜେପି ଶାସିତ ରାଜ୍ୟମାନେ ଏ କ୍ଷେତ୍ରରେ ଓଡ଼ିଶା ଠାରୁ ଢେର ପଛରେ ରହିଛନ୍ତି । କିନ୍ତୁ, ଓଡ଼ିଶା ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଘର ଯୋଗାଇ ପ୍ରଥମ ସ୍ଥାନ ହାସଲ କରିଛି । ହେଲେ ଲୋକଙ୍କ ସାମ୍ନାରେ ବାସ୍ତବ ଚିତ୍ର ରଖିବା ବଦଳରେ ବିଜେପି ନେତାମାନେ ଯେଭଳି ମିଥ୍ୟା ପ୍ରଚାରରେ ମାତିଛନ୍ତି ସେଥିରୁ ତାଙ୍କର ହତାଶା ଓ ହୀନ ରାଜିନୀତି ସ୍ପଷ୍ଟଭାବେ ବାରି ହୋଇପଡ଼ୁଥିବା ବିଜେଡି କହିଛି ।
ଆଜି ପ୍ରେସମିଟ୍ କରି ବିଜେପି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ଆଣିଥିଲା । ୨୦୧୯-୨୦ରେ PMAYରେ ୫ ଲକ୍ଷ ୬୫ ହଜାର ଘର ନିର୍ମାଣ ଲକ୍ଷ ଥିଲା । ଏଥିପାଇଁ ୫ ହଜାର୨୮ କୋଟି ଟଙ୍କା ଅନୁମୋଦନ ହୋଇଥିଲା । କିନ୍ତୁ ୭୯ ହଜାର ୮୯୨ ଘର ନିର୍ମାଣ ହୋଇଥିବା ବିଜେପି ନେତା ସମୀର ମହାନ୍ତି ଅଭିଯୋଗ କରିଥିଲେ । ଏହାସହିତ ଯାଜପୁର ପିଡି ଡିଆରଡିଏ ଜଣେ ଠିକାଦାରଙ୍କୁ ଚିଠି କରିଛନ୍ତି ଏବଂ ତାର ନକଲ ଜିଲ୍ଲାର ୧୦ ଜଣ ବିଡିଓଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି । ପିଏମଓ୍ବାଇ ଘରେ ବିଜୁ ପକ୍କାଘର ଲୋଗୋ ଥିବା ଟାଇଲ୍ ଲଗାଇବାକୁ ଉଦ୍ୟମ କରାଯାଉଛି ଏବଂ ତୁରନ୍ତ ଏଭଳି ଚିଠି ପ୍ରତ୍ୟାହାର ପାଇଁ ବିଜେପି ଦାବି କରିଥିଲା । ଏବେ ବିଜେଡି ଏହାର ଯବାବ ଦେଇଛି ।
ଶ୍ରୀମନ୍ଦିର ରୋଷଘର ଏବଂ ସ୍ୱର୍ଗଦ୍ୱାର ପାଇଁ ବାଲୁଖଣ୍ଡରୁ ଆସିବ ‘ବାତ୍ୟା’ କାଠ
ଭୁବନେଶ୍ୱର: ଲୋକସେବା ଭବନରେ ରାଜ୍ୟ ବନ୍ୟପ୍ରାଣୀ ପରିଷଦ ସ୍ଥାୟୀ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା ।
ବୈଠକରେ ବିସ୍ତୃତ ଆଲୋଚନା ଏବଂ ପର୍ଯ୍ୟୋଲଚନା ପରେ କେନ୍ଦ୍ର ସରକାରଙ୍କ ନିକଟକୁ କେତକ ପ୍ରସ୍ତାବ ସୁପାରିସ୍ କରାଯାଇଛି । ବାତ୍ୟା ‘ଫନି’ରେ ବାଲୁଖଣ୍ଡ ଓ କୋଣାର୍କ ଅଭୟାରଣ୍ୟରେ ପ୍ରାୟ ୨୦ ଲକ୍ଷ ଗଛ ନଷ୍ଟ ହୋଇଛି । ଏସବୁ ଗଛର କାଠ ପୁରୀ ଶ୍ରୀମନ୍ଦିର ଓ ସ୍ୱର୍ଗଦ୍ୱାରକୁ ପଠାଯିବାକୁ ନିଷ୍ପତ୍ତି ନିଆଯାଇଛି । ସେହିପରି ନନ୍ଦନକାନରେ ରୋପ ୱେ ବା ଝୁଲାପୋଲ ନିର୍ମାଣ ପାଇଁ ୩୬ଟି ଗଛ କଟାଯିବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ରାଜ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ସମୃଦ୍ଧି ପାଇଁ ଉପୁଜିଥିବା ସମସ୍ୟା ଗୁଡ଼ିକର ଆଶୁ ସମାଧାନ ନିମନ୍ତେ ସମୟୋପଯୋଗୀ ପଦକ୍ଷେପ ନେବା ପାଇଁ ରାଜ୍ୟ ବନ୍ୟପ୍ରାଣୀ ପରିଷଦର ୨୦୧୪ ଫେବ୍ରୁଆରୀ ୧୧ରେ ଅନୁଷ୍ଠିତ ତୃତୀୟ ବୈଠକ ନିଷ୍ପତ୍ତି କ୍ରମେ ଏହି କମିଟି ସଂସ୍ଥାପିତ ହୋଇଛି ।
ସରକାର ଆଣିଲେ ନୂଆ ଆଇନ୍; ଏଣିକି ଦୁଷ୍କର୍ମକାରୀଙ୍କୁ ୩ ସପ୍ତାହରେ ମୃତ୍ୟୁଦଣ୍ଡ
ଅମରାବତୀ : ଦେଶରେ ବଢ଼ି ଚାଲିଥିବା ଦୁଷ୍କର୍ମ ଓ ନାରୀ ନିର୍ଯାତନା ରୋକିବାକୁ ଆନ୍ଧ୍ର ସରକାରଙ୍କ ଐତିହାସିକ ପଦକ୍ଷେପ । ଆଜି ଆନ୍ଧ୍ରପ୍ରଦେଶ ବିଧାନସଭାରେ ଏ.ପି. ଦିଶା ବିଲ୍-୨୦୧୯ ପାରିତ ହୋଇଛି । ନୂଆ ଆଇନ୍ ଅନୁସାରେ ଦୁଷ୍କର୍ମକାରୀଙ୍କ ବିଚାର ୨୧ ଦିନରେ ଶେଷ କରି ଫାଶୀଦଣ୍ଡ ଦିଆଯିବ । ଏହା ଉଭୟ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଅପରାଧୀଙ୍କ କ୍ଷେତ୍ରରେ ଲାଗୁ କରାଯିବ । ଗତ ୧୧ ତାରିଖରେ ୱାଇ.ଏସ୍ ଜଗନମୋହନ ରେଡ୍ଡୀଙ୍କ କ୍ୟାବିନେଟ୍ ଦିଶା ଆକ୍ଟକୁ ଅନୁମୋଦନ ଦେଇଥିଲା ।
ଦୁଷ୍କର୍ମ ମାମଲାରେ ଅବହେଳା କଲେ ଦଣ୍ଡିତ ହେବେ ପୋଲିସ ଅଧିକାରୀ
ଦିଶା ଆକ୍ଟ ଅନୁସାରେ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ମାମଲା ଗୁଡ଼ିକର ଟ୍ରାଏଲ୍ ଅଭିଯୋଗ ହେବାର ୧୪ ଦିନ ମଧ୍ୟରେ ସରିବ । ୨୧ ଦିନ ମଧ୍ୟରେ ରାୟ ପ୍ରକାଶ ପାଇ ଦୋଷୀକୁ ଫାଶୀଦଣ୍ଡ ଦିଆଯିବ । ଏଥିପାଇଁ ରାଜ୍ୟରେ ସ୍ୱତନ୍ତ୍ର କୋର୍ଟ ମଧ୍ୟ ସ୍ଥାପନ କରାଯିବ । ଏହି କୋର୍ଟରେ ନାବାଳିକା ନିର୍ଯାତନା, ଦୁଷ୍କର୍ମ ମାମଲାର ବିଚାର କରାଯିବ । ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ଆଇନ୍ ପ୍ରଣୟନରେ ଆନ୍ଧ୍ରପ୍ରଦେଶ ଦେଶର ପ୍ରଥମ ରାଜ୍ୟ । ବର୍ତ୍ତମାନ ଦେଶରେ କୌଣସି ରାଜ୍ୟରେ ଏପରି ଆଇନ୍ ନାହିଁ । ଏଭଳି ସମ୍ବେଦନଶୀଳ ମାମଲାର ବିଚାର ଫାଷ୍ଟଟ୍ରାକ୍ କୋର୍ଟରେ କରାଯିବ ବୋଲି ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।
ଘାତକ ଖୋଜୁଛି ତିହାର ଜେଲ୍, ଦଉଡ଼ି ତିଆରି ପାଇଁ ହେଲାଣି ନିର୍ଦ୍ଦେଶ, ଆଗକୁ କିଏ ପାଇବ ଫାଶୀ ?

ହାଇଦ୍ରାବାଦରେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ପରେ ଜାଳିଦେବାକୁ ନେଇ ସାରା ଦେଶରେ ଆକ୍ରୋଶ ଦେଖା ଦେଇଥିଲା । ଏପରି ଘଟଣାକୁ ରୋକିବା ଓ ଦୁଷ୍କର୍ମକାରୀଙ୍କ ବିରୋଧରେ କଡ଼ା ପଦକ୍ଷେପ ପାଇଁ ଆନ୍ଧ୍ର ସରକାର ଦିଶା ଆଇନ୍ ପ୍ରଣୟନ କରିଛନ୍ତି । ଯାହାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି ।

