ଗାଁ ରେ ବୁଲୁଛନ୍ତି ୩ ଭାଲୁ, ଲୋକେ ଛାନିଆ

ନୀଳଗିରି: ଖାଦ୍ୟ ଲୋଭରେ ଗାଁ ମୁହାଁ ଭାଲୁ । ଭୟରେ ଅଞ୍ଚଳବାସୀ । ନୀଳଗିରି ଔପଦା ବ୍ଲକ ଶ୍ୟାମସୁନ୍ଦରପୁର ଅଞ୍ଚଳ ଜୁରିଆପାଟଣା ଗାଁରେ କୁଳଡିଆ ଭାଲୁର ଆତଙ୍କ । ଗୋବର ପୋକ ଏବଂ ବରକୋଳି ପାଇଁ ଗାଁକୁ ଚାଲିଆସୁଛନ୍ତି ଭାଲୁ । ୫ଦିନ ଧରି ରାତ୍ରି ଉଜାଗର ରହି ଭାଲୁକୁ ଜଗୁଛନ୍ତି ଅଞ୍ଚଳବାସୀ । ବନ ବିଭାଗ ପାଖରେ କୌଣସି ଖବର ନ ଥିବା ଅଭିଯୋଗ ହୋଇଛି । କୁଳଡିଆ ଅଭୟାରଣ୍ୟକୁ ଲାଗି ଅନେକ ଗାଁ ରହିଛି । ବିଶେଷ କରି ଗୁଡ଼ିଖୋଳା, ଜୁରିଆପାଟଣା, କଣ୍ଟାବଣିଆ, ଗୁପ, ଆଦି ଅଞ୍ଚଳରେ ବର୍ଷ ତମାମ ଭାଲୁ ଆତଙ୍କ ଦେଖାଯାଇଥାଏ ।

୫ଦିନଧରି ଲଗାତାର ଭାବେ ଗାଁ ମୁହାଁ ହେଉଛନ୍ତି କୁଳଡିଆର ୩ଟିକିଆ ଭାଲୁ । ଲୋକକ ଧନଜୀବନ ସୁରକ୍ଷା ଦୃଷ୍ଟିରୁ ସନ୍ଧ୍ୟା ହେଲେ ଗାଁଲୋକେ ହାତରେ ବାଡ଼ି ଧରି ଗାଁ ମୁଣ୍ଡରେ ଭାଲୁ ଜଗୁଛନ୍ତି । ସେପଟେ ମଧ୍ୟରାତ୍ରୀରେ ଭାଲୁ ଆକ୍ରମଣରେ ଗୁପୋ ଅଞ୍ଚଳର ଜଣେ ଯୁବକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବନ ବିଭାଗ ଲୋକଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ