ରାଜଧାନୀରେ ମାତିଥିଲେ ଫୋରଟ୍ବେଣ୍ଟି ବଣ୍ଟି, ବବଲୀ ଯୋଡ଼ି

1 min read

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ଫୋରଟ୍ବେଣ୍ଟି ବଣ୍ଟି, ବବଲୀ ଯୋଡ଼ି। OLX ରେ କାର୍ ବିକିବାକୁ ବିଜ୍ଞାପନ ଦେଇ ଲୋକଙ୍କୁ ଲଗାଉଛନ୍ତି ଚୁନ । ଗୋଟିଏ ଗାଡିକୁ ବିକ୍ରି କରିବା ନାଁ ରେ ଏକାଧିକ ଲୋକଙ୍କ ଠାରୁ ନେଇଛନ୍ତି ଆଡ଼ଭାନ୍ସ । ଆଡ଼ଭାନ୍ସ ଟଙ୍କା ନେଇଯିବା ପରେ ଆଉ ଦେଉ ନାହାନ୍ତି ଧରାଛୁଆଁ । ଆଡ଼ଭାନ୍ସ ଟଙ୍କା ନେଇ ଅଏସ କରୁଥିଲେ ଏହି ଯୋଡ଼ି। ଠକେଇ ଟଙ୍କାରେ ଗାଡ଼ି ଧରି ବୁଲୁଥିଲେ, ପୁଣି ଖୋଜୁଥିଲେ ନୂଆ ଶିକାର। ଗାଡ଼ି ବିକ୍ରି କରିବେ ବୋଲି ପ୍ରଥମେ OLX ରେ ଗାଡ଼ି ଫଟୋ ସାଙ୍ଗକୁ କମ୍ ଟଙ୍କା ପ୍ରାଇସ ରଖି ବିଜ୍ଞାପନ ଦେଉଥିଲେ। ଗାଡ଼ି କିଣିବାକୁ ଇଚ୍ଛୁକ ଲୋକ ଦିଆ ଯାଇଥିବା ମୋବାଇଲ ନମ୍ବରରେ କଲ କରି ଯୋଗାଯୋଗ କରୁଥିଲେ। କଲ କରି କଥା ହେବା ପରେ ଗ୍ରାହକଙ୍କୁ ଗାଡ଼ି ମଧ୍ୟ ଦେଖାଉଥିଲେ। ଗ୍ରାହକଙ୍କୁ ଗାଡ଼ି ପସନ୍ଦ ହେବା ପରେ ଅଗ୍ରୀମ ଟଙ୍କା ନେଇଯାଉଥିଲେ ଓ ଫେରାର ହୋଇଯାଉଥିଲେ । ଫେରାର ହେବା ପରେ ପୁଣି ସେଇ ସମାନ ଗାଡିକୁ ବିକ୍ରି କରିବାର ବିଜ୍ଞାପନ ଦେଉଥିଲେ । ଠକାମୀର ଶିକାର ହେବା ପରେ ଏହି ଠକ ଯୋଡିକୁ ଧରିବା ପାଇଁ ଯୋଜନା କରିଥିଲେ ଲୋକ। ଠକ ଯୋଡିଙ୍କୁ କାବୁ କରି ବଡ଼ଗଡ଼ ପୋଲିସକୁ ଜିମା ଦେଲେ ଠକାମୀର ଶିକାର ଲୋକ।