କରୋନା ହେଇଛି କହି ବିଧାନସଭାରେ ଅନୁପସ୍ଥିତ ରୁହ, କାହାକୁ ଏମିତି କହିଲେ ଲାଲୁ ?

1 min read

ପାଟନା: ରାଷ୍ଟ୍ରୀୟ ଜନତା ଦଳର ପ୍ରମୁଖ ଲାଲୁ ପ୍ରସାଦ ଯାଦବଙ୍କ ଉପରେ ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶିଲ କୁମାର ମୋଦି ।

ସୂଚନା ଅନୁଯାୟୀ ବିହାର ବିଧାନସଭାର ବାଚସ୍ପତି ଚୟନ କରାଯିବାକୁ ଥିବା ବେଳେ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଏଭଳି ସମୟରେ ଜେଲ୍ ଭିତରେ ରହି ଲାଲୁ ଭାରତୀୟ ଜନତା ପାର୍ଟିର ଜଣେ ବିଧାୟକ ଲଲନ ପାସଓ୍ୱାନଙ୍କୁ ଫୋନ୍ କରି ତାଙ୍କ ଆଡକୁ ଯିବା ପାଇଁ ପ୍ରଲୋଭନ ଦେଉଥିବା ସୁଶିଲ ଅଭିଯୋଗ କରିଛନ୍ତି ।

ସୁଶିଲ ଏକ ଅଡିଓ ଟେପ୍ ଜାରି କରି ଏହି ଦାବି କରିଛନ୍ତି । ତାଙ୍କ ଦାବି ଅନୁଯାୟୀ ଲାଲୁ ଜେଲ୍ ଭିତରେ ରହି ଭାରତୀୟ ଜନତା ପାର୍ଟିର ବିଧାୟକ ଲଲନ ପାସଓ୍ୱାନଙ୍କୁ ଫୋନ୍ କରିଥିଲେ । ଏଥିସହିତ ମନ୍ତ୍ରୀ ପଦ ଯାଚିବା ସହ ତାଙ୍କ ଆଡକୁ ଯିବାପାଇଁ କହିଛନ୍ତି ।

ତେବେ ବିହାରର ପିରେପନ୍ତୀ ବିଧାନସଭା ଆସନର ବିଧାୟକ ହେଉଛନ୍ତି ଲଲନ ପାସଓ୍ୱାନ ।

ଅଡିଓରେ କ’ଣ ରହିଛି?

ସୁଶିଲ ମୋଦି ଜାରି କରିଥିବା ଅଡିଓ ଅନୁଯାୟୀ ଲାଲୁ ବିଜେପିର ବିଧାୟକଙ୍କୁ କହୁଛନ୍ତି ଯେ ବାଚସ୍ପତି ନିର୍ବାଚନ ବେଳେ ଗୃହରେ ଅନୁପସ୍ଥିତ ରହିବା ପାଇଁ । ଯାହାର ଜବାବରେ ବିଧାୟକ ଜଣକ କହୁଛନ୍ତି ‘‘ମୁଁ ଦଳରେ ଅଛି, ଏମିତି କଲେ ଅସୁବିଧା ହେବ’’ ।

Leave a Reply