‘ସର୍ବଦଳୀୟ ବୈଠକରେ ସହମତି ପ୍ରକାଶ କରୁଛନ୍ତି, କିନ୍ତୁ ବିଧାନସଭାରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି କରୁଛନ୍ତି’

ଭୁବନେଶ୍ୱର: ବାଚସ୍ପତି ସମ୍ପୂର୍ଣ୍ଣ ନିରପେକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ବିଜେପି ସଦସ୍ୟଙ୍କ ଚପଲ ଫୋପଡ଼ା ଅଭଦ୍ରାମୀ ପରେ କଂଗ୍ରେସ ବିଧାୟକ ଦଳ ନେତା ଓ ବିରୋଧୀ ଦଳ ନେତାଙ୍କୁ ଡାକି ବାଚସ୍ପତି ଭିଡିଓ କ୍ଳିପ୍ ଦେଖାଇଥିଲେ । ଏବଂ ଉଭୟ ନେତା ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତିରେ ସହମତି ପ୍ରକାଶ କରିଥିଲେ । କିନ୍ତୁ ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଜଣେ କିମ୍ୱା ୨ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ କହିଥିଲେ । ଦୋଷୀମାନଙ୍କ ବିରୋଧରେ ଆଇନତଃ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କିନ୍ତୁ ପରେ କାର୍ଯ୍ୟାନୁଷ୍ଠାନ ବିରୋଧ କରୁଛନ୍ତି ଏବଂ ମାହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସୁଛନ୍ତି । ମାହାତ୍ମା ଗାନ୍ଧୀ ହେଉଛନ୍ତି ଅହିଂସାର ପ୍ରତୀକ । ତାଙ୍କ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିବା ପରେ ଆମେ ଭାବିଥିଲୁ ସେମାନେ ଅହିଂସାର ବାଟ ଆପଣାଇବେ କିନ୍ତୁ ସେମାନେ ଅଧିକ ହିଂସ୍ର ହେବାରେ ଲାଗିଛନ୍ତି ।

ବିଧାନସଭାକୁ ୧୪୭ ନିର୍ବାଚନ ମଣ୍ଡଳୀରୁ ବିଧାୟକ ବିଧାୟିକା ନିର୍ବାଚତ ହୋଇଆସିଛନ୍ତି । ସମସ୍ତ ସଦସ୍ୟ ନିଜ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା ଉପସ୍ଥାପନ କରିବେ । କିନ୍ତୁ ବିଜେପି ସଦସ୍ୟମାନେ ସବୁବେଳେ ସେମାନେ କହିବା ନେଇ ଦାବି କରିଆସୁଛନ୍ତି । କିନ୍ତୁ ବିଧାନସଭା ନିୟମ ଅନୁଯାୟୀ ତାହ ସମ୍ଭବ ନୁହେଁ । ଏଣୁ କହିବାକୁ ସୁଯୋଗ ମିଳିଲାନି କହି ଚପଲ ଫୋପାଡ଼ିବା ନିହାତି ଅଭଦ୍ରାମୀ । ସେମାନଙ୍କ ଓଡ଼ିଶାବାସୀଙ୍କୁ ଓ ବାଚସ୍ପତିଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସାମ୍ୱାଦିକ ସମ୍ମିଳନୀରେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଦାବି କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଧାରଣାରତ ବିଜେପି ବିଧାୟକଙ୍କୁ ବୁଝାଇଲେ ବାଚସ୍ପତି

Leave a Reply