ସମ୍ବଲପୁର ଆସି ରାଜନୀତିର ଖେଳ ଖେଳୁଛି ବିଜେପି: ବିଜେଡି

ସମ୍ବଲପୁର: ସମ୍ବଲପୁରରେ ବିଜେପିର ଫ୍ୟାକ୍ଟ ଫାଇଣ୍ଡିଂ ଟିମକୁ ଦୃଢ଼ ବିରୋଧ କରିଛି । ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଲା ବିଜେଡି । ଭାଇଚାରାରେ ସମ୍ବଲପୁରବାସୀଙ୍କ ବିଶ୍ୱାସ । ହନୁମାନ ଜୟନ୍ତୀରେ ସଂଘର୍ଷ ପରେ ଏବେ ଶାନ୍ତି ଫେରିଛି । ହେଲେ ଶାନ୍ତିକୁ ଅଶାନ୍ତି କରିବାକୁ ପ୍ରୟାସ କରୁଛି ବିଜେପି ବୋଲି ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି । ସମ୍ବଲପୁର ଆସି ରାଜନୀତିର ଖେଳ ଖେଳୁଛି ବିଜେପି । ଅଶାନ୍ତି ସୃଷ୍ଟି ପାଇଁ ଲୋକଙ୍କୁ ଉସକାଉଛି ବିଜେପି ।

ସମ୍ବଲପୁରରେ ପୁଣି ଅଶାନ୍ତି ସୃଷ୍ଟି ହେଲେ ଓଡ଼ିଶା ବିଜେପି ଦାୟୀ ରହିବ । ବିଜେପିର ଏଭଳି ମନୋଭାବ ପାଇଁ ସାରା ରାଜ୍ୟ ଦଳ ଉପେକ୍ଷିତ ବୋଲି ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି । ବିଜେଡି ପକ୍ଷରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜେଡି ନେତା ନଳିନୀ ପ୍ରଧାନ, ସଞ୍ଜୟ ବାବୁ, ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ ଏବଂ ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦୁନୀ ନାୟକ ଉପସ୍ଥିତ ଥିଲେ ।