ହରିୟାଣାରେ ଭାଙ୍ଗିଲା ବିଜେପି ଜେଜେପି ମେଣ୍ଟ, ଅମିତ ଶାହାଙ୍କୁ ଭେଟିବେ ଦୁଷ୍ୟନ୍ତ

ଚଣ୍ଡିଗଡ: ହରିୟାଣାରେ ଭାଙ୍ଗିଲା ବିଜେପି ଜେଜେପି ମେଣ୍ଟ  । ମଙ୍ଗଳବାର ସକାଳେ ଏନେଇ ବଡ ଘୋଷଣା କରିଛନ୍ତି ଦୁଷ୍ୟନ୍ତ ଚୌଟାଲା  । ସୁତ୍ର ଅନୁସାରେ ବିଜେପିର କିଛି ମନ୍ତ୍ରୀ ଇସ୍ତଫାଦେଇ ପାରନ୍ତି  । ଏଭଳି କ୍ଷେତ୍ରରେ ନିର୍ଦ୍ଦଳୀୟ ବିଧାୟକଙ୍କ ଲଟେରୀ ଲାଗିପାରେ  । ସେମାନଙ୍କୁ ହରି୍ୟାଣା ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବା ନେଇ ସମ୍ଭାବନା ରହିଛି  । ସେପଟେ ଖୁବଶୀଘ୍ର ଇସ୍ତଫା ଦେଇ ପାରନ୍ତି ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର  ।

ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେଇପାରନ୍ତି  । ଜନତା ଜନନାୟକ ପାର୍ଟି (ଜେଜେପି) ମୁଖ୍ୟ ଦୁଷ୍ୟନ୍ତ ଚୌଟାଲା ଦିଲ୍ଲୀରେ ବିଧାୟକ ଦଳ ବୈଠକ ଡାକିଛନ୍ତି  । ଜେଜେପିର ୫ ବିଧାୟକ ବର୍ତ୍ତମାନ ଚଣ୍ଡିଗଡରେ ଅଛନ୍ତି  । ସେମାନେ ବୈଠକରେ ସାମିଲ ହେବେନି  । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟିବା ପରେ ଜଣେ ନିର୍ଦ୍ଦଳୀୟ ବିଧାୟକ କହିଛନ୍ତି ଯେ ହବିଜେପି ଜେଜେପି ମେଣ୍ଟ ଭାଙ୍ଗିବାକୁ ଯାଉଛି  । ଏଭଳି ପରିସ୍ଥିତିରେ ସମସ୍ତ ୧୦ ଲୋକସଭା ଆସନରେ ଏକାକୀ ଲଢିବ ବିଜେପି  ।

ଶୁଣିବାକୁ ମିଳୁଛି ଯେ ଡେପୁଟି ସିଏମ ଦୁଷ୍ୟନ୍ତ ଚୌଟାଲା ମଙ୍ଗଳବାର ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଚି ପାରନ୍ତି  । ଏହା ପୂର୍ବରୁ ଦୁଷ୍ୟନ୍ତ ଚୌଟାଲା ଜେପି ନଡ୍ଡାଙ୍କୁ ଦିଲ୍ଲୀରେ ଭେଟିଥି୍ଲେ  । ଲୋକସଭା ନିର୍ବାଚନରେ ଏକରୁ ଦୁଇଟି ସିଟ୍‌ ପାଇଁ ବିଜେପି ନିକଟରେ ଦାବି ରଖିଥିଲା ଜେଜେପି  । କିନ୍ତୁ ଭାଜପା ଦୁଇଟି ସିଟ୍‌ ଦେବା ପାଇଁ ମନା କରିଛି  ।