ବିଜେପିରେ ଥମୁନି ଟିକେଟ ବଣ୍ଟନ ଅସନ୍ତୋଷ

ଭୁବନେଶ୍ବର: ବିଜେପିରେ ଥମୁନି ଟିକେଟ ବଣ୍ଟନ ଅସନ୍ତୋଷ । ରାଜ୍ଯ କାର୍ଯ୍ୟାଳୟରେ କର୍ମୀଙ୍କ ଲଙ୍କାକାଣ୍ଡ । ଭାଙ୍ଗିଲା ଚେୟାର । ପ୍ରାର୍ଥୀଙ୍କ ବିରୋଧରେ ଜୋରଦାର ନାରାବାଜି । କାକଟପୁର ବିଜେପି ପ୍ରାର୍ଥୀ ବାଇଧର ମଲ୍ଲିକଙ୍କୁ ନେଇ ରାଜ୍ଯ ବିଜେପି କାର୍ଯ୍ୟାଳୟରେ ଆଜି ହଟ୍ଟଗୋଳ କରିଛନ୍ତି ସ୍ଥାନୀୟ ବିଜେପି କର୍ମୀ । ଆଶାୟୀ ପ୍ରାର୍ଥୀ ବିଶ୍ବ ରଂଜନ ଦାସଙ୍କ ସମର୍ଥକ ମେଳି କରିଥିବାବେଳେ ପ୍ରାର୍ଥୀ ବଦଳାଇବାକୁ ସ୍ଥାନୀୟ ବିଜେପି କର୍ମୀ ଦାବି କରିଛନ୍ତି । କାକଟପୁର ନିର୍ବାଚନ ମଣ୍ଡଳୀର ଶତାଧିକ କର୍ମୀ ଆଜି ଭୁବନେଶ୍ବର ରାଜ୍ୟ କାର୍ଯ୍ୟଳୟ ଆଗରେ ହୋହଲ୍ଲା ସହ ବିରୋଧ କରିଛନ୍ତି । ବିଜେପି ନେତା ବିଶ୍ଵ ଦାସଙ୍କ ସମର୍ଥକଙ୍କ କହିବା ମୁତାବକ ତାଙ୍କ ନେତା ବିଶ୍ଵ ଦାସଙ୍କୁ ଟିକେଟ ଦିଆଯାଉ ।