ଖସିଲେ ଖଟ୍ଟର, ହରିୟାଣାରେ ଜେଜେପି ସହ ମେଣ୍ଟ ସମ୍ଭାବନା

1 min read

ହରିୟାଣାରେ ହୋଇପାରେ ମେଣ୍ଟ ସରକାର । ହରିୟାଣାର ୯୦ ସିଟ୍ ମଧ୍ୟରୁ ବିଜେପି ୪୦ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୨୯ ଓ ଜେଜେପି ୧୦ଟିରେ ଲିଡ୍ କରୁଛି । ବାକି ୧୧ଟି ଆସନରେ ଅନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀ ଆଗୁଆ ରହିଛନ୍ତି । ଟ୍ରେଣ୍ଡରେ ବହୁମତ ଠାରୁ ପଛରେ ଥିବା ବିଜେପି ମେଣ୍ଟ ସରକାର ପାଇଁ ଯୋଜନା କରୁଥିବା ଚର୍ଚ୍ଚା ହେଲାଣି।

ସୂତ୍ର ମୁତାବକ ଅକାଳୀ ଦଳ ନେତା ପ୍ରକାଶ ସିଂହ ବାଦଲଙ୍କ ଜରିଆରେ ଜେଜେପିର ଦୁଷ୍ୟନ୍ତ ଚୌତାଲାଙ୍କ ସହ ବିଜେପି ଯୋଗାଯୋଗରେ ରହିଛି । ମେଣ୍ଟ ପାଇଁ ରାଜି ହେଲେ ଜେଜେପିକୁ ଉପମୁଖ୍ୟମନ୍ତ୍ରୀ ପଦ ବିଜେପି ଦେଇପାରେ । 

')}

Leave a Reply