spot_img
Home Blog Page 1009

ଏସିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇବ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପିଲାଙ୍କ କଳାକୃତି

ଭୁବନେଶ୍ବର : ଆଟିଆଇରୁ ପଲିଟେକନିକ୍ ଛାତ୍ରଛାତ୍ରମାନଙ୍କ ଦକ୍ଷତା ପ୍ରଦର୍ଶନ । ଓ୍ବେଷ୍ଟ ରୁ ଓ୍ବେଲଥ ପ୍ରସ୍ତୁତ କରିବାରେ ଓଡ଼ିଶା ଆଗୁଆ । ଏସିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇବାକୁ ଯାଉଛି ଆଉ ଏକ କଳାକୃତି । ଦୁଇଚକିଆ ଯାନର ଚେନ୍, ବେରିଙ୍ଗ ଭଳି ଅଦରକାରୀ ମାଟେରିଆଲସରୁ ପ୍ରସ୍ତୁତ ହେଉଛି ସମ୍ପଦ। ଭୁବନେଶ୍ବର ପଲିଟେକନିକରେ ଲୁହା ଓ ଅଦରକାରୀ ଜିନିଷରୁ ପ୍ରସ୍ତୁତ ହେଉଛି ଦେଶର ବୃହତ ମାନଚିତ୍ର । ଦିନରାତି ଲାଗିଛନ୍ତି ୩୦ରୁ ଅଧିକ ଛାତ୍ରଛାତ୍ରୀ । ଇଲେକ୍ଟ୍ରିକାଲ ଇଞ୍ଜିନିୟରିଙ୍ଗ ପିଲାମାନଙ୍କ କାନ୍ଧରେ ରେକର୍ଡ଼ କରିବାର ଦାୟିତ୍ବ । ସହଯୋଗର ହାତ ବଢାଇଛନ୍ତି ମେକାନିକାଲ ଇଞ୍ଜିନିୟରିଙ୍ଗ ପିଲାମାନେ । ଅଧ୍ୟାପକମାନଙ୍କ ସହଯୋଗ ଓ ଅଧ୍ୟକ୍ଷଙ୍କ ପ୍ରେରଣା ଏମାନଙ୍କୁ ବଳ ଯୋଗାଇଛି । ଏହି ମାନଚିତ୍ର ପ୍ରସ୍ତୁତ କରିବାର ଆଇଡ଼ିଆ ଦେଇଛନ୍ତି କଲେଜର ଅଧ୍ୟକ୍ଷ, ହେଲେ ଏହାକୁ ବାସ୍ତବ ରୂପ ଦେଉଛନ୍ତି ପଲିଟେକନିକର ପିଲାମାନେ ।

୨୦୧୮ରୁ ଦକ୍ଷତା ବିକାଶ ଉପରେ ଗୁରୁତ୍ବ ଦେଇଥିଲେ ନବୀନ ସରକାର । ୨୦୨୧ରେ ପ୍ରତିଷ୍ଠା ହୋଇଥିଲା ବିଶ୍ବ ଦକ୍ଷତା କେନ୍ଦ୍ର। ନିଜ ଭିତରେ ଥିବା ଦକ୍ଷତା, କ୍ରିଏଟିଭ ଆଇଡ଼ିଆକୁ ବାସ୍ତବ ରୂପ ଦେବାକୁ ପ୍ରସ୍ତୁତ ହୋଇଥିଲା ଯୋଜନା । ଓଡ଼ିଶାର କୁଶଳୀ କାରିଗରଙ୍କ ଚାହିଦା ମଧ୍ୟ ଦେଶ ବିଦେଶରେ ବଢିଚାଲିଲା। ଆଇଟିଆଇ ଓ ପଲିଟେକନିକ୍ ପିଲାମାନଙ୍କୁ କୋର୍ସର ପାଠ୍ୟକ୍ରମ ବ୍ୟତୀତ ଅଲଗା ଅଲଗା କ୍ଷେତ୍ରରେ ଦକ୍ଷତା ଦେଖାଇବାର ସୁଯୋଗ ମିଳିଲା। ଏସିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇବାକୁ ଯାଉଥିବା ଏହି ମାନଚିତ୍ର ପ୍ରସ୍ତୁତ କରିବାକୁ ମାସାଧିକ ସମୟ ଲାଗିଥିବା ବେଳେ ଏବେ ଏହା ଶେଷ ପର୍ଯ୍ୟାୟରେ ରହିଛି । ପାଠପଢା ସରିବା ପୂର୍ବରୁ କ୍ୟାମ୍ପସ ଚୟନ ବଡ଼ ବଡ଼ କମ୍ପାନୀ ଏମାନଙ୍କୁ ଚାକିରୀ ଦେବା ଏମାନଙ୍କ ସଫଳତା ବୟାନ କରୁଛି । ବୃହତ ଶିଳ୍ପାନୁଷ୍ଠାନରୁ ଆରମ୍ଭ କରି ଦେଶ ବାହାରର ସଂସ୍ଥାମାନଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ସ୍କିଲଡ଼୍ ଇନ୍ ଓଡ଼ିଶା । ଆଇଟିଆଇ, ପଲିଟେକନିକରୁ ପାଠପଢି ନିଜର ଦକ୍ଷତା ଦେଖାଇବାର ସୁଯୋଗ ମିଳିଛି । ଆଗକୁ ଓ୍ବେଷ୍ଟ ଟୁ ଓ୍ବେଲଥ କିଭଳି ଏକ ଗ୍ଲୋବାଲ ବ୍ରାଣ୍ଡ ହୋଇପାରିବ, ତାହା ଉପରେ ଗବେଷଣା ଚାଲିଛି

ପୁରୀ ପେଣ୍ଠକଟା ବେଳାଭୂମିକୁ ସମ୍ପୂର୍ଣ୍ଣ ସ୍ବଚ୍ଛ କରିବାକୁ ଆରମ୍ଭ ହୋଇଛି ଅଭିଯାନ

ପୁରୀ : ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ପୁରୀ ପେଣ୍ଠକଟା । ବେଳାଭୂମିକ ସ୍ବଚ୍ଛ ଓ ସୁନ୍ଦର କରିବାକୁ ପ୍ରୟାସ । ବଦଳିବ ରୂପରେଖ, ବର୍ଯ୍ଯମୁକ୍ତ ହେବ ସମୁଦ୍ରକୂଳ । ଏନେଇ ଉଷ୍ଟି ଫାଉଣ୍ଡେସନ ଏବଂ ପୁରୀ ପୌରପାଳିକା ପକ୍ଷରୁ ଖୁବଶୀଘ୍ର ଏକ ପାଇଲଟ୍ ପ୍ରୋଜେକ୍ଟ କାର୍ଯ୍ୟକାରୀ କରାଯିବ । ଫାଉଣ୍ଡେସନ ଏବଂ ପୌରପାଳିକା ସହ ମତ୍ସ୍ୟଜୀବୀ ମହାସଂଘ ଏକ ବୈଠକ କରି ବେଳାଭୂମିକୁ ଆବର୍ଜନା ମୁକ୍ତ କରିବା ପାଇଁ ହୋଇଛି ନିଷ୍ପତ୍ତି । ଏଠାରେ ଶତାଧିକ ମତ୍ସ୍ୟଜୀବୀ ପରିବାର ରହୁଛନ୍ତି । ସଚେତନତା ଅଭାବରୁ ବେଳାଭୂମି ଅଳିଆ ଆବର୍ଜନା ପୂର୍ଣ୍ଣ ହୋଇଛି । ସେହିପରି ବସ୍ତି ରାସ୍ତା ସଙ୍କୀର୍ଣ୍ଣ ଥିବାରୁ ସଫେଇ ଗାଡ଼ି ସମସ୍ତଙ୍କ ନିକଟରେ ପହଞ୍ଚି ପାରୁନାହିଁ । ତେବେ ଉଷ୍ଟି ଫାଉଣ୍ଡେସନ ଏହି ଆବର୍ଜନା ସଂଗ୍ରହ କରି ପୌରପାଳିକା ଗାଡ଼ିକୁ ଦେବେ । ଫଳରେ ପୁରୀର ଅନ୍ୟ ବେଳାଭୂମି ପରି ପେଣ୍ଠକଟାରେ ମଧ୍ୟ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ ବୋଲି କୁହାଯାଇଛି।

ପର୍ଯ୍ୟଟନ ଶିଳ୍ପର ବିକାଶ ହେଲେ ପୁରୀ ବାସିନ୍ଦାଙ୍କ ଅର୍ଥନୈତିକ ଅଭିବୃଦ୍ଧି ହେବା ସହ ରାଜ୍ୟର ମଧ୍ୟ ଅଭିବୃଦ୍ଧି ହେବ । ତେଣୁ ବେଳାଭୂମିକୁ ସରସ ସୁନ୍ଦର କରିବା ପାଇଁ ଲକ୍ଷ୍ଯ ରଖାଯାଇଛି । ମତ୍ସ୍ୟଜୀବୀ ସଚେତନ ହେଲେ ପେଣ୍ଠକଟା ଆହୁରି ସୁନ୍ଦର ହୋଇ ପାରିବ । ଯାହା ଫଳରେ ପର୍ଯ୍ୟଟକମାନେ ଏଠାରେ ବେଳାଭୂମିର ମଜା ନେଇପାରିବେ । ପୁରୀ ପେଣ୍ଠକଟାରେ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ୍, ଇନଡୋର ଷ୍ଟାଡିୟମ ସହିତ ବହୁ ଗୁରୁତ୍ୱପୁର୍ଣ୍ଣ ସ୍କୁଲ୍, ବିଶ୍ବବିଦ୍ୟାଳୟ ସହିତ ସରକାରୀ କାର୍ଯ୍ୟାଳୟ ରହିଛି । ଏଣୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଓ ବିଭିନ୍ନ ବର୍ଗର ଲୋକ ଏଠାକୁ ଆସୁଛନ୍ତି ।

କଟକରେ ନିର୍ମାଣ ହେବ ବାୟୋ ମିଥାନେସନ ପ୍ଲାଣ୍ଟ, ଘରୁ ବାହାରୁଥିବା ବର୍ଜ୍ୟରୁ ତିଆରି ହେବ ଇନ୍ଧନ

କଟକ ; ଆବର୍ଜନାରୁ ବାହାରିବ ଇନ୍ଧନ । ସିଏମସି ପକ୍ଷରୁ ବଡ଼ ଯୋଜନା । ପ୍ରସ୍ତୁତ ହେବ ବାୟୋ ମିଥାନେସନ ପ୍ଲାଣ୍ଟ । ଯୋଜନାକୁ କଟକବାସୀଙ୍କ ସ୍ବାଗତ । ସହରରୁ ଦୂର ହେବ ଆବର୍ଜନା ସମସ୍ଯା । କଟକ ଉପକଣ୍ଠ ଜଗତପୁରରେ ହେବ ବାୟୋ ମିଥାନେସନ ପ୍ଲାଣ୍ଟ । ବର୍ଜ୍ୟବସ୍ତୁର ପକ୍ରିୟାକରଣ କରାଯାଇ ଏଥିରୁ ବାହାର କରାଯିବ ଇନ୍ଧନ ଗ୍ୟାସ। ପ୍ରଥମେ ଜାଳେଣି ଆଉ ପରେ ପାୱାରପ୍ଲାଣ୍ଟ କରାଯାଇ ସେଥିରୁ ବିଦ୍ୟୁତ ଉତ୍ପାଦନ କରାଯିବ । ଏହି ମେଗା ପ୍ରଜେକ୍ଟ ପାଇଁ ଜଗତପୁରରେ ଜମି ଚୟନ ସରିଥିବା ବେଳେ 30 କୋଟିର ବ୍ୟୟ ବରାଦ କରାଯାଇଛି । ଅଏଲ କର୍ପୋରେସନ ଅଫ ଇଣ୍ଡିଆ ଦ୍ଵାରା ଡିପିଆର ପ୍ରସ୍ତୁତ ହୋଇଛି । ସରକାର ଅନୁମୋଦନ କଲେ ଏହା କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ସିଏମସି କମିଶନର ।

କଟକ ଅଞ୍ଚଳରୁ ପ୍ରତିଦିନ ୨୩୪.୨୫ ମେଟ୍ରିକ ଟନ ବର୍ଜ୍ୟ ବସ୍ତୁ ବାହାରୁଛି । ଏଥିରୁ ୧୧୯.୭୪ ଓଦା ଓ ୧୧୪.୫୧ ଟନ ଶୁଖିଲା ଅଳିଆ । ୨୩୪ ଟନ ମଳମାରୁ ୧୫୦ ମେଟ୍ରିକ ଟନର ପକ୍ରିୟାକରଣ କରାଯାଉଥିବା ବେଳେ ୮୪.୨୫ ଟନ ବର୍ଜ୍ୟ ବସ୍ତୁ ପ୍ରତିଦିନ ଚକ୍ରଧରପୁର ଯାଉଛି । ତେବେ ଦୁରଦୃଷ୍ଟି ଅଭାବରୁ ସହର ଭିତରେ ବର୍ଜ୍ୟ ପରିଚାଳନା ତଥା ଖତ ସେଣ୍ଟର କରି ଶେଷରେ କୋର୍ଟଙ୍କ ନିର୍ଦ୍ଦେଶରେ ଏହା ବନ୍ଦ ହୋଇଛି । ତେଣୁ ନୂତନ ଯୋଜନା ଯେପରି ଏହି ପରିସ୍ଥିତି ସହ ଗତି ନକରି ସଫଳ ରୂପାୟନ ହେବ, ସେନେଇ ପ୍ରଚେଷ୍ଟା କରିବାକୁ ଲୋକେ ମତ ଦେଇଛନ୍ତି ।ବର୍ଜ୍ୟ ସମସ୍ୟା ସହରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଏହି ଯୋଜନା ଯଦି ସଫଳ ହୁଏ ତେବେ ସିଏମସିର ରାଜସ୍ବ ବୃଦ୍ଧି ସହ ଦୁର୍ଗନ୍ଧରୁ ମୁକ୍ତି ପାଇବେ ସହରବାସୀ ।

କେଉଁ ଭୟରେ ଅଜଣା ଲୋକଙ୍କୁ ଦେଲେ ୧୪ ଲକ୍ଷ ଟଙ୍କା ?

ବ୍ରହ୍ମପୁର : କୁଳପତିଙ୍କୁ ବି ଛାଡ଼ିଲେନି ସାଇବର ଠକ । ଲକ୍ଷେ କି ଦୁଇଲକ୍ଷ ନୁହେଁ ଲୁଟିନେଲେ ୧୪ ଲକ୍ଷ ଟଙ୍କା । ନିଜକୁ ଇଡି ଅଧିକାରୀ କହି ଡିଜିଟାଲ ଆରେଷ୍ଟ କରି ଠକେଇ । ଗତ ୭ ଦିନ ପୂର୍ବରୁ ଦୁବୃର୍ତ୍ତ ତାଙ୍କ ବିରୋଧରେ ଇଡ଼ିରେ ମାମଲା ଥିବା ନେଇ ଜଣାଇଥିଲା । ଏହାସହ କାନାରା ବ୍ୟାଙ୍କରେ ଥିବା ଆକାଉଣ୍ଟରେ ବେଆଇନ ଭାବେ କୋଟି କୋଟି ଟଙ୍କା ଜମା ହୋଇଥିବା କହିଥିଲା । ମାମଲାର ରଫାଦଫା ପାଇଁ ମାଗିଥିଲା ୧୪ ଲକ୍ଷ ଟଙ୍କା । ଦୁବୃର୍ତ୍ତଙ୍କ ଆକାଉଣ୍ଟକୁ ୧୪ ଲକ୍ଷ ଟଙ୍କା ପଠାଇବା ପରେ  ସାଇବର ଅପରାଧର ଶୀକାର ହୋଇଥିବା ଜାଣିବାକୁ ପାଇଥିଲେ ବ୍ରହ୍ମପୁର ବିଶ୍ବବିଦ୍ଯାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ । ଏହାପରେ ସେ ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ । ତେବେ ଘଟଣାକୁ ଆଶ୍ଚର୍ଯ୍ଯଜନକ କହିବା ସହ ସନ୍ଦେହ ପ୍ରକାଶ କରିଛନ୍ତି ପୂର୍ବତନ କୁଳପତି ପ୍ରଫେସର ଜୟନ୍ତ ମହାପାତ୍ର । କୌଣସି କାରଣକୁ ନେଇ କୁଳପତି ଦୁବୃର୍ତ୍ତଙ୍କୁ ଟଙ୍କା ଦେଇଥାଇପାରନ୍ତି । ଯଦି କୁଳପତି ଏଭଳି ଅଭିଯୋଗ କରୁଛନ୍ତି ତେବେ ତାହାର ପ୍ରମାଣ ମଧ୍ୟ ଦେଖାଇବାର ଆବଶ୍ୟକ ବୋଲି ସେ କହିଛନ୍ତି । ସେପଟେ ଜଣେ କୁଳପତି କେଉଁ ଭୟରେ ଅଜଣା ଲୋକଙ୍କୁ ୧୪ ଲକ୍ଷ ଟଙ୍କା ଦେଲେ ? କେଉଁ ବିଷୟକୁ ନେଇ ତାଙ୍କୁ ଭୟଭୀତ କରିଥିଲେ ସାଇବର ଲୁଟେରା ? ସମ୍ପୃକ୍ତ ବିଷୟରେ କୁଳପତିଙ୍କ ଭୂମିକା କଣ ରହିଛି ? ତାହାର ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଆଇନଜୀବୀ ଓ ସାମାଜିକ କର୍ମୀ ।

କୁଳପତିଙ୍କ ଅଭିଯୋଗ ପରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ବର୍ତ୍ତମାନ ସମୟରେ ଏଭଳି ଡ଼ିଜିଟାଲ ଆରେଷ୍ଟ କରି ସାଇବର ଠକ ମାନେ ଲୋକଙ୍କ ଡ଼ରାଇ ଟଙ୍କା ଲୁଟି ନେଉଛନ୍ତି । କିନ୍ତୁ ଡ଼ିଜିଟାଲ ଆରେଷ୍ଟ ବୋଲି କିଛିନାହିଁ । ଅପରାଧିକ କାର୍ଯ୍ୟ ଥିଲେ ଅଭିଯୁକ୍ତଙ୍କୁ ଡ଼ିଜିଟାଲ ମାଧ୍ୟମରେ ନୁହେଁ ବରଂ ଫିଜିକାଲ ଆରେଷ୍ଟ କରାଯାଇଥାଏ । ତେଣୁ ଏଭଳି ଅଜଣା ନମ୍ବରରୁ କଲ୍ ଆସିଲେ ନିଜର ବ୍ୟକ୍ତିଗତ ତଥ୍ୟ ଦିଅନ୍ତୁ ନାହିଁ କି କଥା ହୁଅନ୍ତୁ ନାହିଁ । ବରଂ ୧୯୩୦ ଅଥବା ୧୧୨କୁ କଲ କରି ନିଜର ଅଭିଯୋଗ ଜଣାନ୍ତୁ ବୋଲି କହିଛନ୍ତି ବ୍ରହ୍ମପୁର ଏସପି । କୁଳପତି ଠକାମୀର ଠିକ ଦୁଇଦିନ ପୂର୍ବରୁ ସୋସିଆଲ ମିଡିଆରେ ଏକ ସଚେତନତାର ବାର୍ତ୍ତା ଜାରି କରିଥିଲେ ଏସପି । କେହି ଏପରି ଠକାମୀର ଶିକାର ହେଉଥିଲେ ତୁରନ୍ତ ଜଣାଇବାକୁ ପରାମର୍ଶ ଦେଇଥିଲେ ।

 

ଲୁଟି ଖାଇବାର ନୂଆ ତରିକା ହନିଟ୍ରାପ, ସାମ୍ନାକୁ ଆସିଲା ଅଧ୍ୟାପିକାଙ୍କ ଅଶ୍ଳୀଳ ଭିଡିଓ

ଭୁବନେଶ୍ବର : ସାମ୍ନାକୁ ଆସିଲା ଅଧ୍ୟାପିକାଙ୍କ ଅଶ୍ଲୀଳ ଭିଡିଓ । ଫୁଙ୍ଗୁଳା ଦେହ ଦେଖିଲୁ ଟଙ୍କା ଦେ, ନହେଲେ ନାମ ନେ । ସେକ୍ସଟ୍ରସନ ର ଇଜିମନି ପାଇଁ ପାଗଳ ହେଲେଣି ମହିଳା । ଦୁଇ ବର୍ଷରେ ଓଡିଶା ପୋଲିସ ପାଖରେ ୪୪ କେସ୍ । ଷ୍ଟାର ହୋଟେଲ ଓ କ୍ଲବରେ ପଡୁଛି ହନିଟ୍ରାପର ବ୍ଲୁପ୍ରିଣ୍ଟ । ଭଲକରି ଦେଖନ୍ତୁ ଏହି ମହିଳା ଜଣଙ୍କୁ । ଘର ଲକ୍ଷ୍ମୀସାଗର ଅଞ୍ଚଳରେ । ତାଙ୍କ ସ୍ୱାମୀଙ୍କ ସହ ଘଟିଥିବା ଘଟଣା ଯେତିକି ସଙ୍ଗୀନ, ସ୍ତ୍ରୀଙ୍କ ଅଭିଯୋଗ ମଧ୍ୟ ସେତିକି ସାଙ୍ଘାତିକ । ଫୁଙ୍ଗୁଳା ଦେହ ଦେଖାଇ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ କରୁଛି ବ୍ଲାକମେଲ୍ । ନ୍ୟୁଡ କଲ ଭିଡିଓ ଭାଇରାଲ କରାଇଦେବାକୁ କହି ଲୁଟି ନେଇଛି ଟଙ୍କା ସୁନା । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନ୍ୟୁଡ କଲ କରୁଥିବା ମହିଳା ଜଣଙ୍କ ଭୁବନେଶ୍ବର ର ହୋଇଥିବା ବେଳେ ସେ ବେଶ ସମ୍ଭ୍ରାନ୍ତ । ଏକ ପ୍ରତିଷ୍ଠିତ କଲେଜର ଅଧ୍ୟାପକ । ପେସା ସିନା ଅଧ୍ୟାପନା କିନ୍ତୁ ନିଶା ହେଉଛି ଫୁଙ୍ଗୁଳା ଦେହ ଦେଖାଇ ବଡବଡ଼ିଆଙ୍କ ଠାରୁ ଟଙ୍କା ଲୁଟିବା । ଶୁଣନ୍ତୁ ଏ ନେଇ କଣ କହୁଛନ୍ତି ଏତଲାକାରି ବା ନ୍ୟୁଡ଼କଲ ର ଶିକାର ବ୍ୟକ୍ତିଙ୍କ ପତ୍ନୀ ।

ଗତ କିଛିବର୍ଷ ଭିତରେ କମିଶନରେଟ ପୋଲିସ ଅଧିନ ମଞ୍ଚେଶ୍ୱର, ସହିଦନଗର, ତମାଣ୍ଡୋ ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ହାଇ ପ୍ରୋଫାଇଲ ଲେଡିଙ୍କ ହାଇପ୍ରୋଫାଇଲ ଠକେଇ ।  ପଦାରେ ପଡିଛି, ନଟି ନାଇଟରେ ନ୍ୟୁଡ କଲ କରିବାର କ୍ରାଇମ ସିଣ୍ଡିକେଟ । କେବଳ ଟୁଇନ ସିଟି ନୁହେଁ ଗତ ଦୁଇବର୍ଷରେ ଓଡିଶା ପୋଲିସରେ ୪୪ଟି ନ୍ୟୁଡ କଲ ସମ୍ପର୍କିତ ଅଭିଯୋଗ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅନେକ ଲୋକ ନିଜର ସମ୍ମାନହାନି ଓ ପ୍ରତିଷ୍ଠାରେ ଆଞ୍ଚ ଆସିବା ଭୟରେ ଥାନାରେ ଏତଲା କରିବାକୁ ଡରୁଛନ୍ତି । ଯାହାର ଫାଇଦା ନେଉଛନ୍ତି ସମ୍ଭାନ୍ତ ଶେଣୀର ଫୋରଟ୍ବେଣ୍ଟି ମହିଳା । ଏଭଳି ମହିଳାଙ୍କ ଅସଲ ମୁଖା ଖୋଲିବା ପାଇଁ ପୋଲିସ ଏମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଏତଲାକାରୀ । ନିତିଦିନ ସାଇବର ଠକ ନ୍ୟୁଡ କଲ ଜରିଆରେ ଟଙ୍କା ଲୁଟୁଛନ୍ତି । କିନ୍ତୁ ରାଜଧାନୀରେ ଚାକିରୀ କରି ଫୁଙ୍ଗୁଳା ଦେହ ଦେଖି ରାଜଧାନୀବାସୀଙ୍କୁ ଲୁଟିବା ଘଟଣା ଏବେ ଚର୍ଚ୍ଚାକୁ ଆହୁରି ବଢ଼ାଇଛି ।

ରୂପେଲୀ ଜଗତ ଛାଡି ଅଫେରା ରାଇଜକୁ ଚାଲିଯାଇଛନ୍ତି ସୁପରଷ୍ଟାର ଉତ୍ତମ

ଭୁବନେଶ୍ବର : ଓଲିଓଡ଼ ତାରକା ଅସ୍ତମିତ । ଓଡ଼ିଆ ସିନେମା ଜଗତରେ ଅପୂରଣୀୟ କ୍ଷତି । ଅୟୁତ ଆଖିରେ ଲୁହ ଦେଇ ଆରପାରିକୁ ଚାଲିଗଲେ କିମ୍ବଦନ୍ତୀ ତାରକା ଉତ୍ତମ ମହାନ୍ତି । ବାବୁସାନ୍ ଫିଲ୍ମସର ନୂଆ ସିନେମା ‘ବୋଉ ବୁଟୁ ଭୂତର ସୁଟିଂ ଚାଲିଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ଦଣ୍ଡାବାଳୁଙ୍ଗା ଫେମ୍ ଉତ୍ତମ । ତାଙ୍କୁ ପ୍ରଥମେ ଭୁବନେଶ୍ବର ଓ ପରେ ମେଦାନ୍ତ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ଦେହାବସାନ ହୋଇଥିଲା । ଲିଭର ସିରୋସିସ୍ ରୋଗରେ ଦୀର୍ଘ ଦିନ ଧରି ପୀଡ଼ିତ ଥିଲେ ସୁପରଷ୍ଟାର।

୧୯୭୭ରେ ଅଭିମାନ ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରିଥିଲେ ଉତ୍ତମ । ୧୯୭୮ରେ କବି ସମ୍ରାଟ ଭଂଜ, ପତିପତ୍ନୀ, ଶଙ୍ଖମହୁରୀ ମାଧ୍ୟମରେ ସେ ଆଗକୁ ବଢ଼ିଥିଲେ। ସମୁଦାୟ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରି ବିରଳ ଭିତ୍ତି ପ୍ରତିଷ୍ଠା କରିଥିଲେ ଅଭିନେତା । କଳ୍କୀ ଅବତାର, ରୁପା ଗାଁର ସୁନାକନିଆଁ, ପୁଅ ମୋର ଭୋଳାଶଙ୍କର, ସୁହାଗ ସିନ୍ଦୂର, ଲକ୍ଷ୍ମଣ ରେଖା, ଯଶୋଦା, କପାଳ ଲିଖନ, ଭୀଷ୍ମ ପ୍ରତିଜ୍ଞା, ଏଇ ଆମ ସଂସାର, ପଞ୍ଚୁ ପାଣ୍ଡବ, ପାପପୁଣ୍ୟ, ପୂଜାଫୁଲ, ସତ କେବେ ଲୁଚି ରହେନା, ସମୟ ବଡ଼ ବଳବାନ, ସହରୀ ବାଘ, ଦଣ୍ଡା ବାଳୁଙ୍ଗା, ଝିଅଟି ସୀତା ପରି, ଫୁଲ ଚନ୍ଦନ ଆଦି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିଥିଲେ ଉତ୍ତମ । ଓଡ଼ିଆ, ହିନ୍ଦୀ ଓ ବଙ୍ଗଳା ସିନେମାରେ ଅଭିନୟ କରି ନିଜର ପ୍ରତିଭା ପ୍ରଦର୍ଶନରେ ସଫଳ ହୋଇଥିଲେ ଉତ୍ତମ ।

ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ୨୩ ଡିସେମ୍ବର ୧୯୫୮ରେ ଜନ୍ମଗ୍ରହଣ କରିଥିଲେ ଉତ୍ତମ । ପତ୍ନୀ ତଥା ଅଭିନେତ୍ରୀ ଅପରାଜିତା ଓ ପୁତ୍ର ବାବୁସାନ ବି ଅଭିନୟ ଜଗତରେ ହାସଲ କରିଛନ୍ତି ଖ୍ୟାତି । ଜୀବନବ୍ୟାପୀ ସିନେ ଜଗତ ସହ ଜଡ଼ିତ ରହିବା ସହ ନିଜର ନିଖୁଣ ଅଭିନୟ ବଳରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ଉତ୍ତମ । ଜୀବନ କାଳରେ ସେ ହାସଲ କରିଥିଲେ ଅନେକ ସମ୍ମାନ । ୧୯୯୯ରେ ତାଙ୍କୁ ମିଳିଥିଲା ଜୟଦେବ ପୁରସ୍କାର । ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ପୁରସ୍କାର, ଫିଟଫାଟ ବାଇସ୍କୋପ ପକ୍ଷରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର, ଇନ୍ଦିରା ଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର ଆଦି ସମ୍ମାନ ଲାଭ କରିଥିଲେ । ତୋ ବିନୁ ଅନ୍ୟଗତି ନାହିଁ ସିନେମା ପାଇଁ ୧୯୯୧ରେ ଶ୍ରେଷ୍ଠ ସହଅଭିନେତା ସହ ଲଗାତର ତିନି ବର୍ଷ ଧରି ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ୧୯୮୪ରେ ଦଣ୍ଡା ବାଳୁଙ୍ଗା ପାଇଁ, ୧୯୮୩ରେ ଝିଅଟି ସୀତା ପରି  ପାଇଁ ଓ ୧୯୮୨ରେ ଫୁଲ ଚନ୍ଦନ ପାଇଁ ଶ୍ରେଷ୍ଠ ଅଭିନେତା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଉତ୍ତମ ମହାନ୍ତିଙ୍କ ବିୟୋଗରେ ସାରା ସିନେ ଜଗତରେ ଖେଳିଯାଇଛି ଶୋକ । ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ସାଂସଦ ମାନସ ମଙ୍ଗରାଜଙ୍କ ସମେତ ବହୁ ବିଶିଷ୍ଟ ବ୍ଯକ୍ତି ପରଲୋକଗତ ଆତ୍ମାର ସଦଗତି କାମନା କରିଛନ୍ତି।

IPL ସହିତ PSL ର ଟକ୍କର ! କାର୍ଯ୍ୟସୂଚୀ ପ୍ରକାଶ କରି BCCIକୁ ଚ୍ୟାଲେଞ୍ଜ କଲା PCB

ନନ୍ଦିଘୋଷ ବ୍ୟୁରୋ ; ପାକିସ୍ତାନ କ୍ରିକେଟ୍ ବୋର୍ଡ ଏବେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡକୁ ଟକ୍କର ଦେବା ପାଇଁ ଚେଷ୍ଟା କରୁଛି । ନିକଟରେ ପାକିସ୍ତାନ ସୁପର ଲିଗ (PSL)ର କାର୍ଯ୍ୟସୂଚୀ ଘୋଷଣା କରିଛି। ସବୁଠାରୁ ବଡ଼ କଥା ହେଉଛି ଏହା ପିଏସଏଲର ଦଶମ ସଂସ୍କରଣ ଆଇପିଏଲ ୨୦୨୫ ମଧ୍ୟଭାଗରେ ଆୟୋଜନ କରିବାକୁ ଘୋଷଣା କରିଛି। ଏହା ଏପ୍ରିଲ ୧୧ରୁ ଆରମ୍ଭ ହେବ, ଯେତେବେଳେ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମେ ୧୮ରେ ଖେଳାଯିବ। ଅନ୍ୟପକ୍ଷରେ, ଆଇପିଏଲ ୨୨ ମାର୍ଚ୍ଚରେ ଆରମ୍ଭ ହେବ, ଯେତେବେଳେ ଏହାର ଶେଷ ମ୍ୟାଚ୍ ୨୫ ମଇରେ ଖେଳାଯିବ। ଏହାକୁ ଦେଖିଲେ ଲାଗୁଛି ଯେ ପିସିବି ଏହି କାର୍ଯ୍ୟସୂଚୀ ସହିତ ବିସିସିଆଇକୁ ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରିଛି।

ପାକିସ୍ତାନ ସୁପର ଲିଗ୍ ୨୦୨୫ର ପ୍ରଥମ ମ୍ୟାଚ୍ ରାୱଲପିଣ୍ଡିରେ ଡିଫେଣ୍ଡିଂ ଚାମ୍ପିଅନ୍ ଇସଲାମାବାଦ ୟୁନାଇଟେଡ୍ ଏବଂ ଲାହୋର କଲନ୍ଦର୍ସ ମଧ୍ୟରେ ଖେଳାଯିବ। ଏହି ସିଜିନରେ, କରାଚୀ, ଲାହୋର ଏବଂ ରାୱଲପିଣ୍ଡିକୁ ୪ଟି ସ୍ଥାନ ଭାବରେ ଚୟନ କରାଯାଇଛି । ଯେଉଁଠାରେ ୩୪ଟି ମ୍ୟାଚ୍ ଖେଳାଯିବ। ଲିଗ୍ ପର୍ଯ୍ୟାୟରେ ୩୦ଟି ମ୍ୟାଚ୍ ହେବ। ଏହା ପରେ, ୧୩ ମଇରେ କ୍ୱାଲିଫାୟର, ୧୪ ମଇରେ ଏଲିମିନେଟର ୧ ଏବଂ ୧୬ ମଇରେ ଏଲିମିନେଟର ୨ ଅନୁଷ୍ଠିତ ହେବ। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି।

ରାୱଲପିଣ୍ଡିରେ ୧୧ଟି ମ୍ୟାଚ୍ ଖେଳାଯିବ, ଯେଉଁଥିରେ ୧୩ ମଇରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଏବଂ କ୍ୱାଲିଫାୟର ୧ ଅନ୍ତର୍ଭୁକ୍ତ । ଲାହୋରରେ ୧୩ଟି ମ୍ୟାଚ୍ ଖେଳାଯିବ, ଯେଉଁଥିରେ ଦୁଇଟି ଏଲିମିନେଟର ଏବଂ ଗୋଟିଏ ଫାଇନାଲ୍ ମ୍ୟାଚ୍ ସାମିଲ ଅଛି। ଏହା ବ୍ୟତୀତ କରାଚୀ ଏବଂ ମୁଲତାନ ୫-୫ଟି ମ୍ୟାଚ୍ ଆୟୋଜନ କରିଛନ୍ତି। ଏହି ସିଜିନରେ ତିନୋଟି ଡବଲ-ହେଡର ମଧ୍ୟ ହେବ।

ପିସିବିର ଚ୍ୟାଲେଞ୍ଜ ନା ବାଧ୍ୟବାଧକତା ?

ଏବେ ପ୍ରଶ୍ନ ଉଠୁଛି ପାକିସ୍ତାନୀ ବୋର୍ଡ ଏପରି କାହିଁକି କରୁଛି? ସେ କାହିଁକି ବିସିସିଆଇକୁ ଚ୍ୟାଲେଞ୍ଜ କରିବାକୁ ଚେଷ୍ଟା କରୁଛନ୍ତି ଯେତେବେଳେ ଏହା ତାଙ୍କୁ କେବଳ କ୍ଷତି ପହଞ୍ଚାଇବ? ପ୍ରକୃତରେ, ଏହା ପିସିବି ପାଇଁ ଏକ ଚ୍ୟାଲେଞ୍ଜ ଅପେକ୍ଷା ଏକ ବାଧ୍ୟବାଧକତା। କାରଣ ବର୍ତ୍ତମାନ ଚାମ୍ପିଅନ୍ସ ଟ୍ରଫି ଚାଲିଛି, ଯାହା ମାର୍ଚ୍ଚ ୯ ପର୍ଯ୍ୟନ୍ତ ଚାଲିବ। ଏହି ଟୁର୍ଣ୍ଣାମେଣ୍ଟର ଠିକ୍ ପୂର୍ବରୁ, ଏହା ଏକ ତ୍ରିକୋଣୀୟ ସିରିଜ ମଧ୍ୟ ଆୟୋଜନ କରିଥିଲା। ଏପରି ପରିସ୍ଥିତିରେ, ତାଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା।

ସେଥିପାଇଁ ଏବେ ଏହାକୁ ଆଇପିଏଲ ସହିତ ପ୍ରତିଯୋଗିତା କରିବାକୁ ପଡିବ।  ସାଧାରଣତଃ ପାକିସ୍ତାନ ଏହାକୁ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଆୟୋଜନ କରିଥାଏ, ଯାହା କାରଣରୁ ଆଇପିଏଲ ପୂର୍ବରୁ କିଛି ବଡ଼ ଖେଳାଳି ଏଥିରେ ଖେଳିପାରିଥିଲେ। କିନ୍ତୁ ଏଥର ଏହା ସମ୍ଭବ ହେବ ନାହିଁ। କେବଳ ଏତିକି ନୁହେଁ, ଟିଭିରେ ପାକିସ୍ତାନୀ ଲିଗ୍ ଦେଖୁଥିବା ଲୋକଙ୍କ ସଂଖ୍ୟାରେ ଏକ ବଡ଼ ହ୍ରାସ ହୋଇପାରେ, ଯାହା ପ୍ରସାରଣ ଅଧିକାରରୁ ହେଉଥିବା ଆୟକୁ ମଧ୍ୟ ପ୍ରଭାବିତ କରିପାରେ।

ବରଫରେ ପୋତି ହୋଇଗଲେ ୫୭ ଶ୍ରମିକ,ଉଦ୍ଧାର କାର୍ଯ୍ୟ ଜାରି

ଡେରାଡୁନ୍ : ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ବଡ଼ ଦୁର୍ଘଟଣା । ବଦ୍ରିନାଥ ଧାମରେ ​​ଗ୍ଲେସିୟର ଫାଟିବାରୁ ୫୭ ଜଣ ଶ୍ରମିକ ବରଫରେ ପୋତି ହୋଇଗଲେ। ଶ୍ରମିକମାନଙ୍କୁ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ୧୦ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଛି। ଅନ୍ୟମାନଙ୍କୁ ଖୋଜା ଚାଲିଛି। ଏହି ଦୁର୍ଘଟଣା ଘଟିବା ସମୟରେ ଏହି ସମସ୍ତ ଶ୍ରମିକ ବଦ୍ରିନାଥ ଧାମରେ ​​ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିଲେ। ଚମୋଲି ଜିଲ୍ଲା ପୋଲିସ-ପ୍ରଶାସନ ଅଧିକାରୀ ଏବଂ BRO ଟିମର ସଦସ୍ୟମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରାର ତାରିଖ ଘୋଷଣା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି, ବଦ୍ରିନାଥ ଧାମଠାରୁ ତିନି କିଲୋମିଟର ଆଗକୁ ଥିବା ମାନା ଗାଁ ନିକଟରେ ରାସ୍ତାରୁ ବରଫ ହଟାଇ ମରାମତି କାମ ଦ୍ରୁତ ଗତିରେ ଚାଲିଛି। ଶୁକ୍ରବାର ସକାଳେ ମଧ୍ୟ, ଏକ ଘରୋଇ ଠିକାଦାରଙ୍କ୫୭ ଜଣ ଶ୍ରମିକ ରାସ୍ତାରୁ ବରଫ ହଟାଇବା କାର୍ଯ୍ୟ କରୁଥିଲେ, ସେହି ସମୟରେ ହଠାତ୍ ପାହାଡ଼ ଉପରେ ଥିବା ଗ୍ଲେସିୟର ଫାଟିଗଲା  । ସମସ୍ତ ଶ୍ରମିକ ବରଫ ତଳେ ପୋତି ହୋଇଗଲେ।

ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବର୍ଡର ରୋଡ ଅର୍ଗାନାଇଜେସନ ଏବଂ ଜିଲ୍ଲା ପୋଲିସ-ପ୍ରଶାସନର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବରଫ ତଳେ ଚାପି ହୋଇ ରହିଥିବା ୧୦ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଅନ୍ୟମାନଙ୍କୁ ଖୋଜା ଚାଲିଛି। ସୀମା ସଡ଼କ ସଂଗଠନ କମାଣ୍ଡର ଅଙ୍କୁର ମହାଜନଙ୍କ ଅନୁସାରେ, ମାନା ଗାଁଠାରୁ ପ୍ରାୟ ଗୋଟିଏ କିଲୋମିଟର ପୂର୍ବରୁ ସେନା ଶିବିର ନିକଟରେ ରାସ୍ତାରେ ଦୁର୍ଘଟଣା ଘଟିଥିଲା।

ଦିବ୍ୟାଙ୍ଗ ହେଲେ ବି ସକ୍ଷମ, ମିଳୁନି ସରକାରୀ ପ୍ରୋତ୍ସାହନ

ଛେଣ୍ଡିପଦା : ଦିବ୍ୟାଙ୍ଗ ହେଲେ ବି ସେମାନେ ସକ୍ଷମ । ସେମାନେ ସାଧାରଣ ଲୋକଙ୍କ ପରି ଖେଳି ବୁଲି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଓଡ଼ିଶା ଦିବ୍ୟାଙ୍ଗ କ୍ରିକେଟ ଟିମରେ ସାମିଲ ହୋଇଛନ୍ତି ଅନୁଗୁଳ ଛେଣ୍ଡିପଦା ବ୍ଲକର ଦୁଇ ଦିବ୍ୟାଙ୍ଗ ଖେଳାଳି । ଆନ୍ଧ୍ର ଓ ଦିଲ୍ଲୀରେ ଓଡିଶା ଦିବ୍ୟାଙ୍ଗ ହୁଇଲ ଚେୟାର ଟିମରେ ଖେଳି କୃତିତ୍ୱ ଆଣିଛନ୍ତି । ହେଲେ ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳୁନାହିଁ । ସେହିପରି ଅନେକ ଦିବ୍ଯାଙ୍ଗ ଆର୍ଥିକ ଅନଟନ ଯୋଗୁଁ କ୍ରିକେଟ ଖେଳିପାରୁନାହାଁନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଦିବ୍ଯାଙ୍ଗ ଖେଳାଳି  ।

ସାଧାରଣ ଲୋକଙ୍କ ପରି ଏମାନେ ସିନା ଚାଲି ପାରୁ ନାହାନ୍ତି । ହେଲେ ନିଜର ଦୃଢ ମନୋବଳ ଯୋଗୁଁ ସେ ଅନେକ ସଫଳତା ପାଇପାରିଛନ୍ତି । ସରକାର ଦିବ୍ୟାଙ୍ଗ ଖେଳାଳି ମାନଙ୍କ ପାଇଁ ସ୍ୱତନ୍ତ୍ର ପଡିଆ, ଖେଳ ସାମଗ୍ରୀ ଓ ହୁଇଲ ଚେୟାର ଆଦି ଯୋଗାଇଦେବାକୁ ଦାବି କରିଛନ୍ତି ଦିବ୍ଯାଙ୍ଗ ଖେଳାଳି । ସରକାର ସମସ୍ତ ସୁବିଧା ସୁଯୋଗ ଯୋଗାଇଦେଲେ ସେମାନଙ୍କ ଦକ୍ଷତାର ବିକାଶ ହୋଇପାରିବ ବୋଲି କହିଛନ୍ତି ସ୍ଥାନୀୟ ସ୍ପୋର୍ଟ୍ସ କ୍ଳବ ସଭାପତି ।

ପଲଙ୍କ ନୁହେଁ, ବିଛଣା ପକାଇ ତଳେ ଶୋଉଛନ୍ତି ଲୋକେ

ନିମାପଡ଼ା : ଆଧୁନିକତାର ଚାକଚକ୍ଯ ମଧ୍ଯର ଆଜିବି ବଞ୍ଚିଛି ପୁରାତନ ପରମ୍ପରା । ଏଭଳି ଏକ ଗାଁ ଅଛି ଯେଉଁଠି କେହି ବି ପଲଙ୍କ ଉପରେ ଶୁଅନ୍ତିନି । ଖଟରେ ଘରର ଜିନିଷ ପତ୍ର ରୁହେ । ହଁ ଆଜ୍ଞା ଏପରି ଏକ ଗାଁ ହେଉଛି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ କୋଠକୁସାଙ୍ଗ ପଞ୍ଚାୟତ ତରବୋଇ ଗାଁ । ଏହି ଗାଁର ଗ୍ରାମବାସୀ ମାନେ କେହି ପଲଙ୍କରେ ଶୁଅନ୍ତି ନାହିଁ । ଗାଁର ସମସ୍ତଙ୍କ ଘରେ କାଠ ଖଟ ଅଛି ହେଲେ ସେଥିରେ କେବଳ ଘରର ସାମଗ୍ରୀ ଥୁଆ ହେଉଛି । ଘରର ସଦସ୍ଯ ମାନେ ତଳେ ବିଛଣା ପକାଇ ଶୁଅନ୍ତି  ।

ତରବୋଇ ଗାଁର ଗ୍ରାମଦେବତା ପ୍ରଭୁ ଲକ୍ଷ୍ମୀ ନୃସିଂହ ଦେବ ପରମ ବୈଷ୍ଣବ ପଲଙ୍କରେ ପୂଜା ପାଆନ୍ତି । ତେଣୁ ଗାଁରେ କେହିବି ପଲଙ୍କରେ ଶୁଅନ୍ତି ନାହିଁ । ଏହି ପରମ୍ପରା କାହିଁ କେଉଁ କାଳରୁ ଗାଁରେ ପ୍ରଚଳିତ ହୋଇ ଆସୁଛି । ଏମିତି କି ଏହି ଗାଁରୁ ଯେଉଁ ଝିଅ ବିବାହ କରି ଅନ୍ୟ ସ୍ଥାନକୁ ଯାଏ ସିଏ ଯୌତୁକରେ ପଲଙ୍କ ନିଏ ନାହିଁ । ଆଉ ଅନ୍ୟ ସ୍ଥାନରୁ ଯେଉଁ ଝିଅ ଏହି ଗାଁକୁ ବୋହୂ ହେଇ ଆସେ ସେ ମଧ୍ୟ ପଲଙ୍କ ଆଣେ ନାହିଁ । ପଲଙ୍କରେ ଶୋଇଲେ ଗାଁର ଇଷ୍ଟ ଦେବଙ୍କ ପ୍ରତି ଅପମାନ ହୋଇଥାଏ ବୋଲି ବିଶ୍ଵାସ କରନ୍ତି ଗ୍ରାମବାସୀ ।