spot_img
Home Blog Page 1029

ଭାରତ-ପାକିସ୍ତାନ ମ୍ୟାଚର କ୍ରେଜ୍ : ଏହି ବିଭାଗକୁ ବଦଳାଇବାକୁ ପଡ଼ିଲା ନିଷ୍ପତ୍ତି  

ନନ୍ଦିଘୋଷ ବ୍ୟୁରୋ: ରବିବାର ଚାମ୍ପିୟନ୍ସ ଟ୍ରଫିର ସବୁଠାରୁ ବଡ଼ ଲିଗ ମ୍ୟାଚ ଭାରତ-ପାକିସ୍ତାନ ମୁକାବିଲା ଖେଳାଯିବ । ଏହି ମ୍ୟାଚକୁ ଦେଖିବା ପାଇଁ ସବୁଠି ରହିଛି କ୍ରେଜ୍ । ସାରା ବିଶ୍ବ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଦେଙଶର ମ୍ୟାଚକୁ ଦେଖିବା ପାଇଁ ଚାହିଁ ବସିଛି । ତେବେ ବିହାରରୁ ଏକ ଖବର ଆସିଛି କି, ମ୍ୟାଚର କ୍ରେଜ୍ ପାଇଁ ଇଲେକ୍ଟ୍ରି ଡିପାର୍ଟମେଣ୍ଟକୁ ନିଜର ନିଷ୍ପତ୍ତି ବଦଳାଇବାକୁ ପଡ଼ିଛି । ବିହାରର ନଓ୍ବାଡା ଜିଲ୍ଲାରୁ ସାମ୍ନାକୁ ଆସିଛି ଏଭଳି ଖବର ।

କୁହାଯାଉଛି କି, ଏହି ଜିଲ୍ଲାର କିଛି ଅଞ୍ଚଳରେ ଆଜି ବିଜୁଳି ସରବରାହ ବନ୍ଦ ରହିବା ନେଇ ପୂର୍ବରୁ କୁହାଯାଇଥିଲା । କାରଣ କିଛି ଟ୍ରାନ୍ସଫର୍ମର ବଦଳ ଭଳି କାମ ରହିଥିଲା । ଯେଉଁ କାରଣୁ ୧୧ କେଭି ତାର ସଂଯୋଗ ହୋଇଥିବା ଅଞ୍ଚଳରେ ମଧ୍ୟ କାମ ହେବାର ଥିଲା । ଯେଉଁ କାରଣରୁ ଏଠାରେ ବିଜୁଳି କାଟିବା ପାଇଁ ପୂର୍ବରୁ କୁହାଯାଇଥିଲା । ମାତ୍ର ଭାରତ-ପାକିସ୍ତାନ ମ୍ୟାଚ ଦେଖିବା ପାଇଁ ଲୋକେ ଅଭିଯୋଗ ଜଣାଇଥିଲେ । ଆଉ ଶେଷରେ ଏତେ ଲୋକ କହିବା ପରେ ବିଜୁଳି ବିଭାଗ ନିଜର ନିଷ୍ପତ୍ତିରେ ପରିବର୍ତ୍ତନ କରିଛି । ଏହି କାମକୁ ଆଜି ପାଇଁ ବନ୍ଦ କରି ପରେ କାମ କରିବା ପାଇଁ କହିଛି ।

ପିତୃତ୍ବ ବିବାଦରେ ଛନ୍ଦି ହେଲେ ଟେସଲା ମାଲିକ ଏଲନ ମସ୍କ

ନନ୍ଦିଘୋଷ ବ୍ୟୁରୋ: ପିତୃତ୍ବ ବିବାଦରେ ଛନ୍ଦି ହେଲେ ଟେସଲା ମାଲିକ ତଥା ସ୍ପେସ ଏକ୍ସ ସିଇଓ ଏଲନ ମସ୍କ । ତାଙ୍କ ବିରୋଧରେ ପିତୃତ୍ବ ନେଇ ଏକ ମାମଲା ରୁଜୁ କରିଛନ୍ତି ଇନଫ୍ଲୁଏନ୍ସର ଆସଲେ କ୍ଲେୟାର । ଏହା ସହ ୫ମାସର ପୁତ୍ରର ସମ୍ପୂର୍ଣ୍ଣ ଅଧିକାର ଦାବି କରିଛନ୍ତି କ୍ଲେୟାର । ଏହି ଶିଶୁକୁ ବର୍ତ୍ତମାନ ସୁଦ୍ଧା ମସ୍କ ସନ୍ତାନର ମାନ୍ୟତା ଦେଇ ନଥିବା ଅଭିଯୋଗ କରିଛନ୍ତି କ୍ଲେୟାର । ଏହି ଶିଶୁକୁ ମସ୍କ ତିନି ଥର ଭେଟିଥିଲେ କିନ୍ତୁ ଜନ୍ମ ସମୟରେ ସେ ଉପସ୍ଥିତ ନଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି । ଏନେଇ ମେନହଟ୍ଟନ ସୁପ୍ରିମକୋର୍ଟରେ କ୍ଲେୟାର ମାମଲା ଦାୟର କରିଛନ୍ତି । ମାମଲାରେ କ୍ଲେୟାର ଦର୍ଶାଇଛନ୍ତି ଏହି ଶିଶୁର ପୁତ୍ର ମସ୍କ ବୋଲି କୋର୍ଟ ଅନୁମତି ଦିଅନ୍ତୁ । ଏପରିକି ଶିଶୁର ପିତା ବୋଲି ମସ୍କ ନିଜର ଜେନେଟିକ ଟେଷ୍ଟ ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦର୍ଶାଇଛନ୍ତି କ୍ଲେୟାର । ଗତ ୨୦୨୪ ଜାନୁଆରୀରେ ଏହି ଶିଶୁ ଗର୍ଭଧାରଣ ବୋଲି ସେ କହିଛନ୍ତି । ଏହି ଶିଶୁକୁ ମସ୍କ ମେନହଟ୍ଟନରେ ଦୁଇଥର ଓ ଟେକ୍ସାସରେ ଥରେ ସାକ୍ଷାତ କରିଥିଲେ । କୋର୍ଟରେ ମାମଲା ଦାୟର କରାଯାଇଥିବା ବିଭିନ୍ନ ନଥି ସହ ଶିଶୁ ସହ କ୍ଲେୟାରଙ୍କ ଫଟୋ ବି ସ୍ଥାନୀତ ରହିଛି । ପୁତ୍ରର ଜନ୍ମଗତ ପ୍ରମାଣପତ୍ରରେ ବାପାଙ୍କ ନାମକୁ ବି କ୍ଲେୟାର ଖାଲି ରଖିଛନ୍ତି । ସେପଟେ ଆମେରିକା ସରକାରୀ କାର୍ଯ୍ୟଦକ୍ଷତା ବିଭାଗ ବା ଡୋଗର ମୁଖ୍ୟ ଥିବା ମସ୍କଙ୍କୁ ନେଇ ଛାନିଆ ସରକାରୀ କର୍ମଚାରୀ । ସପ୍ତାହରେ କଣ କଣ କରାଯାଉଛି ତାହାର ସବିଶେଷ ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି ମସ୍କ । ଯିଏ ଏହି ରିପୋର୍ଟ ଦାଖଲ କରିବାରେ ବିଫଳ ହେବେ ତାଙ୍କୁ ତୁରନ୍ତ ବାହାର କରିଦିଆଯିବ ବୋଲି ସେ ଘୋଷଣା କରିଛନ୍ତି । ଆମେରିକାରେ ସରକାରୀ କାର୍ଯ୍ୟଦକ୍ଷତା ବଢାଇବା ଲାଗି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନସି ବା ଡୋଗ୍ ଗଠନ କରିଥିଲେ ।

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଭବିଷ୍ୟବାଣୀ କରି ଟ୍ରୋଲ ହେଉଛନ୍ତି IIT ବାବା

ନନ୍ଦିଘୋଷ ବ୍ୟୁରୋ: ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି IIT ବାବା । ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଭବିଷ୍ୟବାଣୀ କରିଥିଲେ ବାବା । ଯେଉଁଥିରେ ସେ ସାମ୍ବାଦିକ ପ୍ରଶ୍ନର ଉତ୍ତରରେ ପାକିସ୍ତାନ ଜିତିବ ବୋଲି କହିଛନ୍ତି । ବିରାଟ-ଜାଡେଜା ଯେତେ ଚେଷ୍ଟା କଲେ ମଧ୍ୟ ଭାରତ ଜିତିବ ନାହିଁ ବୋଲି କହିଛନ୍ତି ବାବା । ଯାହାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିବାବେଳେ ବାବାଙ୍କୂ ଟ୍ରୋଲ କରାଯାଉଛି । ୟୁଜର୍ସମାନେ ତାଙ୍କୁ ନେଇ ବିଭିନ୍ନ ଫଟୋ ଏବଂ ଭିଡିଓ ଏଡିଟ୍ କରି ଟ୍ରୋଲ କରାଯାଉଛି ।

କହି ରଖୁଛୁ କି, ଏକ ଗଣମାଧ୍ୟମର ପ୍ରତିନିଧି ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ କିଏ ଜିତିବ ଆପଣଙ୍କ ଭବିଷ୍ୟବାଣୀ କଣ କହୁଛି ବୋଲି ପଚାରିଥିଲେ ? ଯେଉଁରେ ସେ କହିଥିଲେ କି, ଯଦି ଭଗବାନ ସତ ତାହେଲେ ଏଥରକ ଭାରତ କେବେ ମଧ୍ୟ ଜିତିବ ନାହିଁ । ଯାହାକୁ ନେଇ ଭାରତୀୟ କ୍ରିକେଟପ୍ରେମୀମାନେ ବେଶ ଉତକ୍ଷିପ୍ତ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । କହିଛନ୍ତି କି, ମ୍ୟାଚ ସରୁ ତାପରେ ଦେଖିବା । ତେବେ ମହାକୁମ୍ଭ ମେଳାରୁ ଭାଇରାଲ ହୋଇଥିବା ଏହି ଆଇଆଇଟି ବାବା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି ।

 

କୋହଲିଙ୍କ ଫଟୋ ଭାଇରାଲ, ଆଜି ଖେଳିବେ ତ ?

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନ ବିପକ୍ଷରେ ସବୁବେଳେ ଦମଦାର ପ୍ରଦର୍ଶନ କରିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି । ଏବେ ଖରାପ ଫର୍ମ ଦେଇ ଗତି କରୁଥିବା କୋହଲି ଆଜିର ମ୍ୟାଚରେ ପୁଣିଥରେ ଫର୍ମକୁ ଫେରିବେ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ । ମାତ୍ର ମ୍ୟାଚ ଆରମ୍ଭ ହେବା ପୂର୍ବରୁ କୋହଲିଙ୍କ ଏକ ଫଟୋ ସାମନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି କି ଏକ ଆଇସି ପ୍ୟାକ୍ ବିରାଟଙ୍କ ଗୋଡ଼ରେ ବନ୍ଧା ଯାଇଛି । ଯେଉଁଥିରୁ ଲାଗୁଛି କି, ସେ ଆହତ ରହିଛନ୍ତି । ମ୍ୟାଚ ପୂର୍ବରୁ ଏଭଳି ଫଟୋ ଦେଖିବାକୁ ମିଳିଥିବାବେଳେ ସେ ଆଜିର ମ୍ୟାଚରେ ନଜର ଆସିବେ ତ ? ଏମିତି ଏକ ପ୍ରଶ୍ନ କ୍ରୀଡ଼ାପ୍ରେମୀଙ୍କ ମଧ୍ୟ ଦେଖିବାକୁ ମିଳିଛି ।

ରବିବାର ମ୍ୟାଚ ପୂର୍ବରୁ କୋହଲି ୩ ଘଣ୍ଟା ଧରି ଅଭ୍ୟାସ କରିଥିବା ଦେଖିବାକୁ ମିଳିଛି । ତେବେ ସେ ଗୋଡ଼ରେ ଆଇସି ପ୍ୟାକ ଲଗାଇଥିବାବେଳେ ଖେଳିନପାରନ୍ତି ବୋଲି କୁହାଯାଉଛି । ମାତ୍ର ପାକିସ୍ତନ ବିପକ୍ଷରେ ତାଙ୍କର ରେକର୍ଡ ଭଲ ରହିଛି । ଏହା ପୂର୍ବରୁ ମଧ୍ୟ ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର କୋହଲିଙ୍କ ଫର୍ମକୁ ଦେଇ ଏକ ପ୍ରତିକ୍ରିୟା ଦେଇଥିଲେ । ଯାହାକି ବେଶ ଭାଇରାଲ ମଧ୍ୟ ହୋଇଥିଲା । ସେ କହିଥିଲେ କି, କୋହଲିଙ୍କ ଫର୍ମ ନାହିଁ କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚ ଆସୁ ଜଣା ପଡ଼ିବ । ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ବଡ଼ ପାଳି ଖେଳିବେ । ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବେ ବୋଲି ସୋଏବ ଅଖତର କହିଥିଲେ । ଏବେ କିନ୍ତୁ ତାଙ୍କ ଗୋଡ଼ ଦେଖିବା ପରେ ପ୍ରଶଂସକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ରହିଥିବାବେଳେ ଅପେକ୍ଷା ଦଳରେ ସ୍ଥାନ ପାଉଛନ୍ତି କି ନାହିଁ ବିରାଟ ।

 

ଭାରତ- ପାକିସ୍ତାନ ମ୍ୟାଚ ସମୟରେ ଶୁଭିବ ’ଜାଟ’ର ସ୍ବର

ନନ୍ଦିଘୋଷ ବ୍ୟୁରୋ: ଭାରତ-ପାକିସ୍ତାନ ମ୍ୟାଚ ଦେଖିବେ ସନ୍ନି ଦେଓ୍ବଲ । ଖେଳ ଦେଖିବା ସହ ନିଜ ଫିଲ୍ମର କରିବେ ପ୍ରମୋସନ । ବଲିଉଡ ଫିଲ୍ମ ଅଭିନେତା ସନ୍ନି ଦେଓ୍ବଲ ନିଜ ଫିଲ୍ମ ’ଜାଟ୍’ର ପ୍ରମୋସନ କରିବା ପାଇଁ ଦୁବାଇ ଯିବେ । ଏମିତି ଏକ ଖବର ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଏପରିକି ଏହି ସମୟ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି । ସନ୍ନି ଦେଓ୍ବଲଙ୍କ ଅଭିନୀତ ଫିଲ୍ମ ଗଦର-୨ ବକ୍ସ ଅଫିସରେ ଭଲ ରୋଜଗାର କରିଥିଲା । ବିଶ୍ବବ୍ୟାପୀ ଫିଲ୍ମକୁ ମଧ୍ୟ ଦର୍ଶକେ ବେଶ ପସନ୍ଦ କରିଛନ୍ତି । ଏଣୁ ଭାରତ-ପାକିସ୍ତାନ ମ୍ୟାଚ ଉପରେ ସାରା ବିଶ୍ବର ନଜର ରହିଥିବା ସମୟରେ ପ୍ରମୋସନ କରିବାର ସୁଯୋଗ ଛାଡ଼ିନାହାନ୍ତି ସନ୍ନି । ପରବର୍ତ୍ତୀ ଫିଲ୍ନ ଜାଟ୍ ବକ୍ସ ଅଫିସରେ ହିଟ୍ ହେବା ସହ ଏହା ଦର୍ଶକଙ୍କ ମନମୋହିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଆଶା ରଖାଯାଇଛି । ସେପଟେ ଏହି ଫିଲ୍ମରେ ସନ୍ନି ଦେଓ୍ବଲଙ୍କ ସହ ରଣଦୀପ ହୁଡାଙ୍କ ଭଳି ଅଭିନେତା ମଧ୍ୟ ନଜର ଆସିବେ । ଏହା ୧୦ ଏପ୍ରିଲରେ ବିଶ୍ବବ୍ୟାପୀ ରିଲିଜ୍ ହେବାକୁ ଯାଉଛି ।

ପୂର୍ବତନ ପାକିସ୍ତାନୀ କ୍ରିକେଟର କହିଲେ ଆମ ଦଳ ହାରିଲେ ବି ଆଉ ଭାଙ୍ଗବନି ଟିଭି, କାରଣ ଜାଣିଲେ..

ନନ୍ଦିଘୋଷ ବ୍ୟୁରୋ: ରବିବାର ଚାମ୍ପିୟନ୍ସ ଟ୍ରଫିରେ ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଖେଳାଯିବାକୁ ଯାଉଛି । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ-ପାକିସ୍ତାନ ସାମ୍ନାସାମ୍ନି ହେବାକୁ ଯାଉଛି । ଯାହାକୁ ଦେଖିବା ପାଇଁ ବିଶ୍ବର କ୍ରିକେଟପ୍ରେମୀ ଚାହିଁ ବସିଛନ୍ତି । ତେବେ ଭାରତ ବିପକ୍ଷ ମ୍ୟାଚ ହାରିବା ପରେ ପାକିସ୍ତାନରେ ଟିଭି ଭାଙ୍ଗିବା ଏକ ପରମ୍ପରା ହୋଇଥିବା କୁହାଯାଉଛି । ସାଧାରଣତଃ ୯୦ ଦଶକରେ ଏହା ଅଧିକ ଦେଖିବାକୁ ମିଳୁଥିଲା । ମାତ୍ର ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ଦାବି କରିଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର । ପାକିସ୍ତାନର ପୂର୍ବତନ କ୍ରିକେଟର ବାସିଲ ଅଲ୍ଲୀ କହିଛନ୍ତି କି, ଏଥରକ ପାକିସ୍ତାନ ଭାରତଠାରୁ ହାରିଲେ କୌଣସି ଟିଭି ଭାଙ୍ଗିବ ନାହିଁ ।

ତେବେ ଏହି କିମ୍ବଦନ୍ତୀ କ୍ରିକେଟର ଏପରିକି କାହିଁକି ହେବ ନାହିଁ ଏହାର କାରଣ ମଧ୍ୟ କହିଛନ୍ତି । ସେ କହିଛନ୍ତି କି, ପାକିସ୍ତାନ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଯେଉଁ କାରଣରୁ ଏଭଳି କୌଣସି ଟିଭି ଭାଙ୍ଗିବାର ଆଶଙ୍କା ନାହିଁ । ସେ ନିଜର ୟୁଟ୍ୟୁବ ଚ୍ୟାନେଲରେ ଏଭଳି କହିଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏହାକୁ ନେଇ ୟୁଜର୍ସମାନେ ସକରାତ୍ମକ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି ।

୨୪ ଛକା, ୪୪୦ ଉପରେ ସ୍କୋର: ନେଇ ସାରିଛନ୍ତି ଅବସର, ତଥାପି ଖେଳ ଦେଖିଲେ ଆପଣ ବି କହିବେ..

ନନ୍ଦିଘୋଷ ବ୍ୟୁରୋ: ଇଣ୍ଟର ନ୍ୟାସନାଲ ମାଷ୍ଟରର୍ସ ଲିଗ୍ ୨୦୨୫ ଆରମ୍ଭ ହୋଇଯାଇଛି । ଯେଉଁଥିରେ ୬ଟି ଦେଶର କିମ୍ବଦନ୍ତୀ କ୍ରିକେଟରମାନେ ଖେଳୁଥିବାବେଳେ ପ୍ରଥମ ମ୍ୟାଚରୁ ଭାରତୀୟ ଦଳ ବିଜୟ ହାସଲ କରିଛି । ସଚିନଙ୍କ ନେତୃତ୍ବାଧିନ ଦଳ ଏକ ରୋମାଞ୍ଚକ ବିଜୟ ହାସଲ କରିଛି । ଶ୍ରୀଲଙ୍କା ବିପକ୍ଷରେ ଏହି ମ୍ୟାଚ ଖେଳାଯାଇଥିବାବେଳେ ୨ଟି ପାଳିରେ ୨୪ରୁ ଅଧିକ ଛକା ଦେଖିବାକୁ ମିଳିଥିଲା । କିମ୍ବଦନ୍ତୀ କ୍ରିକେଟରଙ୍କ ବ୍ୟାଟ ଆଜି ମଧ୍ୟ ଚମକୁଥିବା ଦେଖିବାକୁ ମିଳିଥିଲା । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିଥିଲା । ବିନ୍ନି, ୟୁସୁଫ ଏବଂ ଯୁବରାଜଙ୍କ ଘାତକ ବ୍ୟାଟିଂ ବଳରେ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୨୨ ରନ କରିବାରେ ସକ୍ଷମ ହୋଇଥିଲା । ଜବାବରେ ଶ୍ରୀଲଙ୍କା ୨୧୮ ରନ କରିଥିଲା । ଏହି ମ୍ୟାଚଟି ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଆଉ କିମ୍ବଦନ୍ତୀଙ୍କ କ୍ରିକେଟରଙ୍କ ଖେଳକୁ ଦେଖି ସୋସିଆଲ ମିଡିଆରେ ୟୁଜର୍ସମାନେ ଭଲ ଭଲ କମେଣ୍ଟମାନ କରୁଥିବା ଦେଖିବାକୁ ମିଳୁଛି । ସେପଟେ ଷ୍ଟାଡିୟମରେ ମଧ୍ୟ ଖେଳ ସମୟରେ ଖଚାଖଚ ଭିଡ଼ ଦେଖିବାକୁ ମିଳିଥିଲା ।

 

ପାକିସ୍ତାନ ବିପକ୍ଷ ମ୍ୟାଚରେ ନଖାଇ ଖେଳିବେ ମହମ୍ମଦ ସାମି !

ନନ୍ଦିଘୋଷ ବ୍ୟୁରୋ: ରବିବାର ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଯାଉଛି ହାଇଭୋଲଟେଜ୍ ମ୍ୟାଚ । ଚାମ୍ପିୟନ୍ସ ଟ୍ରଫିର ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ ଉପରେ ରହିଛି ସମଗ୍ର ବିଶ୍ବବାସୀଙ୍କ ନଜର । ତେବେ ଭାରତୀୟ ଦଳର ବୋଲିଂ କଥା ଯଦି କହିବା ତାହେଲେ ମହମ୍ମଦ ସାମିଙ୍କ ଉପରେ ଦଳ ଅଧିକ ଭରସା ରଖିଛି । ବୁମରାଙ୍କ ଅନୁପସ୍ଥିତିରେ ଦଳ ସାମିଙ୍କୁ ମୁଖ୍ୟ ଅସ୍ତ୍ର ଭାବେ ବ୍ୟବହାର କରୁଛି । ତେବେ ବାଂଲାଦେଶ ବିପକ୍ଷ ଘାତକ ବୋଲିଂ କରିଥିବା ସାମି ପାକିସ୍ତାନକୁ ଧୂଳି ଚଟାଇବେ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ । ତେବେ କୁହାଯାଉଛି କି, ସାମି ଆଜିର ମ୍ୟାଚରେ ଅଖିଆ ଖେଳିବେ । ଯଦିଓ ସେ ଫଳ ଖାଇବେ ତଥାପି କୌଣସି ଭାତ କିମ୍ବା ରୁଟି ଖାଇବେ ନାହିଁ ବୋଲି କୁହାଯାଉଛି ।

ଖବରକୁ ଯଦି ବିଶ୍ବାସ କରାଯାଏ ତାହେଲେ ଏବେ ସାମି ଦିନକୁ ମାତ୍ର ଥରେ ଖାଉଥିବା ସେ ନିଜେ କହିଛନ୍ତି । ଆହତ ହୋଇ ଦଳରୁ ଦୂରରେ ରହିଥିଲେ । ପୁଣିଥରେ ଦଳକୁ ଫେରିବା ପାଇଁ କଠିନ ପରିଶ୍ରମ କରିଛନ୍ତି । ନିଜର ପ୍ରିୟ ଖାଦ୍ୟ ବିରିୟାନୀକୁ ମଧ୍ୟ ଦୂରେଇ ଦେଇଥିଲେ ସାମି । ଏହାସହ ନବଜୋତ ସିଦ୍ଧୁଙ୍କ ପ୍ରଶ୍ନରେ ସାମି କହିଥିଲେ କି, ସେ ୧୦ ବର୍ଷ ହେବ ଦିନକୁ ମାତ୍ର ଥରେ ଖାଉଛନ୍ତି । ଓଜନ କମାଇବା ପାଇଁ ବହୁ ସଂଘର୍ଷ କରୁଥିବା ସାମି ଏବେ ୯ କିଲୋରୁ ଅଧିକ ଓଜନ କମାଇଥିବା କହିଥିଲେ ।

ଫାର୍ମ ହାଉସରେ ଫୁଟିଲା ଗୁଳି, ଯୁବକଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳ ସଦର ଥାନା ଫାସିଗାଁ ଗ୍ରାମ ନିକଟ ଫାର୍ମ ହାଉସରେ ଫୁଟିଲା ଗୁଳି । ଗୁଳିକାଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଲେ ଗୋବିନ୍ଦଚନ୍ଦ୍ର ନାଏକ । ଗତକାଲି ରାତିରେ କଳାଙ୍ଗ ଚାକୁଣ୍ଡାନାଳୀ ଗ୍ରାମର ଯୁବକ ଗୋବିନ୍ଦଚନ୍ଦ୍ର ନାଏକ ନିଜ ଫାର୍ମ ହାଉସରେ ଶୋଇଥିଲେ । କେହି ଦୁର୍ବୃତ୍ତ ଫାର୍ମ ହାଉସରେ ପଶି ଟର୍ଚ୍ଚ ମାରିଥିଲେ । ଏହା ଦେଖି ଗୋବିନ୍ଦଚନ୍ଦ୍ର ପାଟି କରିବାରୁ ଦୃର୍ବୁତ୍ତ ମାନେ ତାଙ୍କୁ ଗୁଳି କରିଥିଲେ ।  ଗୋବିନ୍ଦଚନ୍ଦ୍ରଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସଦରଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ରାଉରକେଲା ସହରରେ ପୁଣି ଫୁଟିଲା ଗୁଳି

ନନ୍ଦିଘୋଷ ବ୍ୟୁରୋ: ରାଉରକେଲା ସହରରେ ପୁଣି ଫୁଟିଲା ଗୁଳି । ସେକ୍ଟର ୪ ପୋଷ୍ଟ ଅଫିସ ନିକଟରେ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି।ଗୁଳି ମାଡ଼ରେ ବିଜୟ କୁମାର ଲାକ୍ରା ନାମକ ଯୁବକ  ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ବିଜଯଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆହତ ଯୁବକ କାରରେ ଯାଉଥିବାବେଳେ ଦୁଇଜଣ ଦୁର୍ବୃତ୍ତ ଗୁଳିମାଡ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ବାଲିଘାଟ ବ୍ୟବସାୟକୁ କେନ୍ଦ୍ର କରି ଏହି ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ଅତିରିକ୍ତ ଏସପି, ଡିଏସପିଙ୍କ ସହ ସେକ୍ଟର ତିନି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗୁଳିମାଡରେ ଭୟଭୀତ ହୋଇ ପଡିଥିବା ଯୁବକଙ୍କ କାର ଏକ ପାଚେରୀରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁଳିକାଣ୍ଡକୁ ନେଇ ସ୍ଥାନୀୟଲୋକେ ଭୟଭୀତ ହୋଇ ରହିଛନ୍ତି।