spot_img
Home Blog Page 1032

ପ୍ରୟାଗରାଜରେ ୟୁପିରେ ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ

ନନ୍ଦିଘୋଷ ବ୍ୟୁରୋ: ମହାକୁମ୍ଭ ଯୋଗୁଁ ପ୍ରୟାଗରାଜରେ ଉତ୍ତରପ୍ରଦେଶର ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ । ଦଶମ ଶ୍ରେଣୀ ହିନ୍ଦୀ ପ୍ରାରମ୍ଭିକ ଏବଂ ସ୍ୱାସ୍ଥ୍ୟ ସେବା ପରୀକ୍ଷା ଏବଂ ଦ୍ୱାଦଶ ଶ୍ରେଣୀ ସାମରିକ ବିଜ୍ଞାନ ଏବଂ ହିନ୍ଦୀ, ସାଧାରଣ ହିନ୍ଦୀ ପରୀକ୍ଷା ଫେବୃଆରୀ ୨୪ରେ ହେବାର ଥିଲା। ଏଗୁଡ଼ିକୁ ପ୍ରୟାଗରାଜର ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପରେ କରାଯିବ।

ଫେବୃଆରୀ ୨୪ ତାରିଖରେ ହେବାକୁ ଥିବା ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀ ମାଧ୍ୟମିକ ବୋର୍ଡ ପରୀକ୍ଷା ପ୍ରୟାଗରାଜରେ ସ୍ଥଗିତ ରଖାଯାଇଛି। ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ଗୁଲାବ ଦେବୀ ଏକ ନୋଟିସ ଜାରି କରି ଏହି ସୂଚନା ଦେଇଛନ୍ତି। ଏହା ସହିତ ନୂତନ ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରାଯାଇଛି । ପରୀକ୍ଷା ଗୁଡ଼ିକ ଫେବୃଆରୀ ୨୪ ତାରିଖରେ ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବାର ଥିଲା । ସକାଳ ୮ଟା ୩୦ ରୁ ୧୧ଟା ୪୫ ଏବଂ ଅପରାହ୍ନ ୨ ରୁ ୫ଟା୧୫ ମଧ୍ୟରେ ଅନୁଷ୍ଠିତ ହେବାର ଥିଲା । ଦଶମ ଶ୍ରେଣୀ ପାଇଁ ହିନ୍ଦୀ ପ୍ରାରମ୍ଭିକ ଏବଂ ସ୍ୱାସ୍ଥ୍ୟ ସେବା ପରୀକ୍ଷା ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ସାମରିକ ବିଜ୍ଞାନ ଏବଂ ହିନ୍ଦୀ, ସାଧାରଣ ହିନ୍ଦୀ ପାଇଁ ପରୀକ୍ଷା ହେବାର ଥିଲା । ଏଗୁଡ଼ିକୁ ଏବେ ସ୍ଥଗିତ ରଖାଯାଇଛି।

BBC ୱାର୍ଲ୍ଡ ସର୍ଭିସ ଇଣ୍ଡିଆ ନ୍ୟୁଜ ବିରୋଧରେ EDର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ବିବିସି ୱାର୍ଲ୍ଡ ସର୍ଭିସ ଇଣ୍ଡିଆ ନ୍ୟୁଜ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ । ତଦନ୍ତକାରୀ ସଂସ୍ଥା ED ଲଗାଇଲା କୋଟି କୋଟି ଟଙ୍କାର ଜରିମାନା। ପ୍ରତ୍ୟକ୍ଷ ବିଦେଶୀ ନିବେଶ ବା FDI ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ସଂସ୍ଥା ଉପରେ ୩ କୋଟି ୪୪ ଲକ୍ଷ ୪୮ ହଜାର ଟଙ୍କାରୁ ଅଧିକ ଜରିମାନା ଲଗାଯାଇଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବିଦେଶୀ ମୁଦ୍ରା ପରିଚାଳନା ଆଇନ FEMA ଅଧୀନରେ ବ୍ରିଟିଶ ପ୍ରସାରକମାନଙ୍କ ବିରୁଦ୍ଧରେ ଏକ ନିର୍ଦ୍ଦେଶ ଜାରି କରିଛି । ଏହାର ତିନି ଜଣ ନିର୍ଦ୍ଦେଶକଙ୍କ ଉପରେ ୧.୧୪ କୋଟି ଟଙ୍କାରୁ ଅଧିକ ଜରିମାନା ମଧ୍ୟ ଲଗାଇଛି।

FEMA ଆଇନ ଅନୁଯାୟୀ, ବିଭିନ୍ନ “ଉଲ୍ଲଂଘନ” ପାଇଁ ୨୦୨୩ ଅଗଷ୍ଟ ୪ ତାରିଖରେ BBC ଏବଂ ଏହାର ତିନି ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ।

 

ଏତେ ବଡ଼ ବିହନ ଦୁର୍ନୀତି, କାହିଁକି ଚୁପ ସରକାର ?

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟ ବିହନ ନିଗମର ବିହନ ଦୁର୍ନୀତି ଅଭିଯୋଗକୁ ନେଇ ଚାଷୀ ମହଲରେ ଦାନା ବାନ୍ଧୁଛି ଅସନ୍ତୋଷ । ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଉଁ କି ଚୁଁ  ପଦୁଟିଏ ଏ ବାବଦରେ କେହି କିଛି ମୁହଁ ଖୋଲୁନାହାନ୍ତି । ବିଶେଷଜ୍ଞ କହିବା କଥା, ପ୍ରାମାଣିକ ବିହନ ପାଇବାକୁ ହେଲେ ଦୁଇରୁ ୩ ବର୍ଷ ସମୟ ଲାଗିଥାଏ । ବିହନ ସାର୍ଟିଫାଏଡ୍ ହେବାର ୯ ମାସ ଭିତରେ ବ୍ୟବହାର ନ ହେଲେ ତାହା ଆଉ ଅମଳକ୍ଷମ ହୁଏ ନାହିଁ । ସେପଟେ ସଂଯୁକ୍ତ ମୋର୍ଚ୍ଚା ଚାଷୀ ସଂଗଠନ ଅଭିଯୋଗ କରିଛି ଏହି ଦୁର୍ନୀତିରେ କିକ୍ ବ୍ୟାକ୍ ପରିମାଣ ୨୦୦ କୋଟି ଟପିପାରେ ।

ବିହନ ନିଗମ ଦୁର୍ନୀତି ନେଇ ଏତେବଡ଼ ଅଭିଯୋଗ ଉଠିଲାଣି । ହେଲେ ସରକାର ଚୁପ୍ କାହିଁକି ? ନା କୃଷି ମନ୍ତ୍ରୀ କିଛି ପ୍ରତିକ୍ରିୟା ରଖିଛନ୍ତି । ନା ଏ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ଏପରି ନିରବତାକୁ ନେଇ ତାତିଲେଣି ଚାଷୀ ସଂଗଠନ । ରାଷ୍ଟ୍ରାୟତ୍ତ ସଂସ୍ଥାକୁ ବାଦ ଦେଇ ଘରୋଇ ସଂସ୍ଥାଠାରୁ ଅଧିକ ଦାମରେ ମଞ୍ଜି କିଣାହେଲା । ତା ପୁଣି ନିମ୍ନମାନର । ଯଦି ସେହି ବିହନ ପ୍ରାମାଣିକ ବିହନ ଥିଲା ତାହେଲେ କାହିଁକି ବିହନ ପ୍ୟାକେଟ୍ ଉପରେ କମ୍ପାନୀର ନାମ, ପ୍ରାମାଣିକ ପ୍ରମାଣ ପାଇବା ତାରିଖ କାହିଁକି ଲେଖାଗଲାନି । କ୍ଷତିଗ୍ରସ୍ତ ଚାଷୀ କାହା ବିରୋଧରେ ଆଇନଗତ ଆଶ୍ରୟ ନେବେ ? ଚାଷୀ ସଂଗଠନ ଅଭିଯୋଗ କରିଛି ପୂର୍ବରୁ ପ୍ରତ୍ୟାହାର ହୋଇଥିବା କଳା କୃଷି ଆଇନର ଚୁକ୍ତିଭିତ୍ତିକ ଚାଷ ବ୍ୟବସ୍ଥାରେ ଚାଷୀ କ୍ଷତିଗ୍ରସ୍ତ ହେଲେ ଆଇନର ଆଶ୍ରୟ ନେଇପାରିବେ ନାହିଁ ବୋଲି ବ୍ୟବସ୍ଥା ଥିଲା । ସେହି ବ୍ୟବସ୍ଥାକୁ ଭିନ୍ନ ଢଙ୍ଗରେ ଏବେ ଓଡ଼ିଶାରେ ପ୍ରୟୋଗ କରିବାକୁ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର । ବିହନ ଦୁର୍ନୀତିରେ ପ୍ରାୟ ୨୦୦ କୋଟିରୁ ଅଧିକ କିକ୍ ବ୍ୟାକ୍ ହେବା ସନ୍ଦେହ କରାଯାଉଛି । ଗଞ୍ଜାମ ଜିଲ୍ଲାର ଚାଷୀଙ୍କୁ ଯୋଗାଣ ହୋଇଥିବା ବିହନ ପ୍ରାମାଣିକ କି ନୁହେଁ ତାକୁ ନେଇ ବି ପ୍ରଶ୍ନ ଉଠିଛି ।

ବିଶେଷଜ୍ଞଙ୍କ ମତରେ ବିଭିନ୍ନ କିସମର ପ୍ରାମାଣିକ ବିହନ ସାର୍ଟିଫାଏଡ୍ ହେବା ତାରିଖଠାରୁ ୯ ମାସ ଭିତରେ ବ୍ୟବହାର ହେବା ଦରକାର । ଗୋଟିଏ ବିହନ ପ୍ରାମାଣିକ ମାନ୍ୟତା ପାଇବାକୁ ହେଲେ ଦୁଇରୁ ୩ ବର୍ଷ ସମୟ ଲାଗିଥାଏ । ପ୍ରାମାଣିକ ବିହନ ମାନ୍ୟତା ପାଇଁ ଇଣ୍ଡିଆନ୍ ମିନିମମ୍ ସିଡ୍ ସାର୍ଟିଫିକେସନ୍ ଷ୍ଟାଣ୍ଡାର୍ଡର ସବୁ ସର୍ତ୍ତ ପୂରା କରୁଥିବା ଆବଶ୍ୟକ । କୃଷି ବିଶ୍ବବିଦ୍ୟାଳୟ ହେଉ କି ଗବେଷଣା ପରିଷଦ ବିହନ ନୂଆ କିସମର ବିହନ ଉତ୍ପାଦନ କରିବା ପାଇଁ ପ୍ରଥମେ ଉତ୍ତମମାନର ନ୍ୟୁକ୍ଲିୟସ ବିହନ ଉଦ୍ଭାବନ କରାଯାଏ । ଗୋଟିଏ ବିହନରୁ ହାରାହାରି ୮୦ଟି ପ୍ରାମାଣିକ ବିହନ ଉତ୍ପାଦନ ପାଇଁ ପ୍ରଥମେ ବିହନର ନମୁନା ଦେଇ ପଞ୍ଜୀକରଣ କରିବାକୁ ପଡ଼ିଥାଏ । ତାକୁ ଭାରତ ସରକାର ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରନ୍ତି । ଯେଉଁ ବିଶ୍ବବିଦ୍ୟାଳୟ କିମ୍ବା କୃଷି ପରିଷଦ ବିହନ ବିକାଶ କରେ ସେଠାରେ ନ୍ୟୁକ୍ଲିୟସ ବିହନକୁ ନିଜ ଜମିରେ ବୁଣି ପ୍ରଯୋଜକ ବିହନ ବା ବ୍ରିଡର ସିଡ୍ ପ୍ରସ୍ତୁତ କରାଯାଏ । ପ୍ରଯୋଜକ ବିହନରୁ ଓ୍ବାନ୍ ଇଜ୍ ଟୁ ଅଶି ଅନୁପାତରେ ପ୍ରସ୍ତୁତ ହୁଏ ପିଣ୍ଡ ବିହନ ବା ଫାଉଣ୍ଡେସନ ସିଡ୍ । ଫାଉଣ୍ଡେସନ୍ ସିଡ୍ରୁ ଉତ୍ପାଦନ ହେଉଥିବା ବିହନକୁ ଯାଞ୍ଚ ପରେ ପ୍ରାମାଣିକ ବିହନର ମାନ୍ୟତା ମିଳିଥାଏ । ଏଥିପାଇଁ ବିହନର ଅମଳ କ୍ଷମତା, ଆର୍ଦ୍ରତା ଧାରଣ କ୍ଷମତା, ଦୁର୍ବିପାକ ସହନଶୀଳ, ରୋଗପୋକ ନିରୋଧୀ କ୍ଷମତା ଯାଞ୍ଚ କରାଯାଏ । ଓଡ଼ିଶାରେ ପ୍ରାମାଣିକ ବିହନ ମାନ୍ୟତା ଦେବା ପାଇଁ ସରକାରୀ ସ୍ତରରେ ଓଡ଼ିଶା ରାଜ୍ୟ ବିହନ ଓ ଜୈବିକ ଉତ୍ପାଦ ପ୍ରମାଣ ଏଜେନ୍ସି ରହିଛି ।

ଚାଷୀ ସବୁବେଳେ ପ୍ରାମାଣିକ ବିହନକୁ ବିଶ୍ବାସ କରିଥାନ୍ତି । ସରକାରୀ ସ୍ତରରେ ପ୍ରାମାଣିକ ବିହନ ପାଇଁ ଏତେଗୁଡ଼ିଏ ନିୟମ ରହିଛି । କିନ୍ତୁ ଘରୋଇ ସଂସ୍ଥା ବିହନ ବିକାଶ କଲେ ତାହା କେବଳ ଟ୍ରୁଥ୍ଫୁଲି ଲେବଲ୍ଡ୍ ସିଡ୍ ଆକାରରେ ପ୍ରସ୍ତୁତ କରାଯାଇଥାଏ । ଏତେସବୁ କଡ଼ା ନିୟମ ପାଳନ କରିବାକୁ ପଡ଼ିନଥାଏ । ଏବେ ପ୍ରଶ୍ନ ଉଠୁଛି ରାଜ୍ୟ ବିହନ ନିଗମ ଯେଉଁ ଘରୋଇ ସଂସ୍ଥାରୁ ବିହନ ଆଣିଥିଲା ତାହା କେତେଦୂର ପ୍ରାମାଣିକ । ତାର ତଦନ୍ତ କରାଗଲେ ପ୍ରକୃତ ସତ୍ୟ ସାମାନାକୁ ଆସିବ । ରାଜ୍ୟ ସରକାର ଏ ଦିଗରେ କେବେ ତଦନ୍ତ କରୁଛନ୍ତି କଣ ପଦକ୍ଷେପ ନେଉଛନ୍ତି ତାକୁ ଅପେକ୍ଷା କରିଛନ୍ତି ଚାଷୀ ।

ଗହିର ମଝିରୁ ଉଦ୍ଧାର ହେଲା ମଣିଷ କଙ୍କାଳ

ନନ୍ଦିଘୋଷ ବ୍ୟୁରୋ: ପୁରୀ ଜିଲ୍ଲା ନିମାପଡ଼ା ଥାନା କୁମ୍ଭାରପଡ଼ା ଗାଁର ଏକ ଧାନ ଗହିର ମଧ୍ୟରୁ ମଣିଷ କଙ୍କାଳ ଉଦ୍ଧାର କଲା ନିମାପଡ଼ା ପୋଲିସ । ଅପରାହ୍ନରେ ଗ୍ରାମର କିଛି ଲୋକ ଗହିର ମଧ୍ୟକୁ ଛେଳି ଚରାଇବାକୁ ଯାଇଥିବା ସମୟରେ କଙ୍କାଳ ଟିକୁ ପଡ଼ିଥିବା ଦେଖିବାକୁ ପାଇଥିଲେ । ପରେ ନିମାପଡ଼ା ପୋଲିସକୁ ଜଣାଇଥିଲେ । ଘଟଣା ସ୍ଥଳରେ ନିମାପଡ଼ା ପୋଲିସ ପହଞ୍ଚି ଅଜଣା କଙ୍କାଳ ଟିକୁ ଉଦ୍ଧାର କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।  କଙ୍କାଳଟି କୁମ୍ଭାରପଡ଼ା ଗାଁର  ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ବୋଲି ଜଣାପଡିଛି  । ପୋଲିସ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିବା ବେଳେ ତାଙ୍କ ପୁଅ ବୁଲୁ ବେହେରା କଙ୍କାଳ ଟିକୁ ଚିହ୍ନଟ କରିଛନ୍ତି ।  ତାଙ୍କ ବାପା ୨୦ଦିନ ତଳେ ନିଖୋଜ ରହିଥିଲେ । ଏନେଇ ସେ ଥାନାରେ ଏତଲା ଦେଇଥିବା କହିଛନ୍ତି । ପୂର୍ଣ୍ଣଚନ୍ଦ୍ର ୨୦ଦିନ ତଳେ ଘରେ କାହାକୁ କିଛି ନଜଣାଇ ଧାନ ଗହିରକୁ ଘାସ ଆଣିବା ପାଇଁ ଯାଇଥିଲେ । ସେଠାରେ ତାଙ୍କର କୌଣସି କାରଣ ବଶତଃ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଚଳାଇଛି ପୋଲିସ ।

ମାତୃଭାଷାକୁ ବଞ୍ଚାଇ ରଖିବା ପାଇଁ ନିଜଠାରୁ ହିଁ ପ୍ରୟାସ ଆରମ୍ଭ କରିବା ଜରୁରୀ : ଗାୟତ୍ରୀବାଳା ପଣ୍ଡା

ନନ୍ଦିଘୋଷ ବ୍ୟୁରୋ: ମାତୃଭାଷା ହେଉଛି ମା’ ର ଭାଷା। ମାତୃଭାଷା ସୁରକ୍ଷିତ ରହିଲେ ରାଜ୍ୟର ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ବଞ୍ଚି ରହିବ। ମାତୃଭାଷାକୁ ବଞ୍ଚାଇ ରଖିବା ପାଇଁ ନିଜଠାରୁ ହିଁ ପ୍ରୟାସ ଆରମ୍ଭ କରିବା ଜରୁରୀ। ବିଶ୍ବ ମାତୃଭାଷା ଦିବସର ରଜତ ଜୟନ୍ତୀ ପାଳନ ଅବସରରେ ସ୍ବାଗତ ଭାଷଣ ଦେଇ ଏଭଳି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟର ପ୍ରାଚୀନ ମୁଖ୍ୟ ତଥା ବିଶିଷ୍ଟ ସାହିତ୍ୟିକା ଡକ୍ଟର ଗାୟତ୍ରୀବାଳା ପଣ୍ଡା। ସାରା ବିଶ୍ୱରେ ୭୦୦୦ରୁ ଊର୍ଦ୍ଧ୍ୱ ଭାଷା ରହିଥିବା ବେଳେ ଏଥିରୁ ଅନେକ ଲୋପ ପାଇବାକୁ ବସିଲାଣି । ଓଡ଼ିଆ ଏକ ସମୃଦ୍ଧ ତଥା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି । ତେବେ ଆମେ ଆମ ମାତୃଭାଷାକୁ ଅଧିକ ସମୃଦ୍ଧ ଓ ବଞ୍ଚାଇ ରଖିବା ପାଇଁ ନିଜ ଠାରୁ ହିଁ ପ୍ରୟାସ ଆରମ୍ଭ କରିବା ଜରୁରୀ । କାରଣ ନିଜଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟ ଦୀର୍ଘସ୍ଥାୟୀ ହୋଇଥାଏ ବୋଲି କହିଛନ୍ତି ପ୍ରଫେସର ଗାୟତ୍ରୀବାଳା ପଣ୍ଡା । ଓଡ଼ିଆ ଭାଷାକୁ ବଞ୍ଚାଇବା ସହ ପ୍ରତ୍ୟେକ ପରିବାର ତଥା ସାମାଜିକ ସ୍ତରରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ପିଲାମାନଙ୍କୁ ନିଜ ମାତୃଭାଷା ପ୍ରତି ଆକୃଷ୍ଟ କରାଇବା ଜରୁରୀ।

କାର୍ଯ୍ୟକ୍ରମରେ ବିଶିଷ୍ଟ ଐତିହାସିକ ଡକ୍ଟର ନିବେଦିତା ମହାନ୍ତି ଓଡ଼ିଆ ଜାତି ନିର୍ମାଣରେ ଭାଷାର ଭୂମିକା ପ୍ରସଙ୍ଗରେ ଆଲୋଚନା କରି ବ୍ୟାସକବି ଫକୀରମୋହନ ସେନାପତିଙ୍କ ରେବତୀ ଗଳ୍ପକୁ ଉଦ୍ଧୃତ କରି ଆଜି ବି ସମାଜରେ ଜଣେ ଜଣେ ରେବତୀ ବଞ୍ଚିଛନ୍ତି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ କବୟିତ୍ରୀ ଡକ୍ଟର ଅପର୍ଣ୍ଣା ମହାନ୍ତି ମାତୃଭାଷାକୁ ମା’ ସହ ଜଡ଼ିତ କରି ଓଡ଼ିଆ ଭାଷାକୁ ସମୃଦ୍ଧ କରିବା ଦିଗରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନର ପ୍ରଫେସର ଡକ୍ଟର ମାନସ ବେହେରା ଓଡ଼ିଆ ଭାଷାର ପ୍ରାୟୋଜିତ ସମ୍ଭାବନା, ଇତିହାସ ପୃଷ୍ଠଭୂମି ପ୍ରସଙ୍ଗରେ ଆଲୋଚନା କରିଥିଲେ । ଓଡ଼ିଆ ଭାଷାକୁ ସବୁସ୍ତରରେ ପ୍ରଚଳିତ କରିବା ପାଇଁ ସରକାରୀ ସ୍ତରରେ ପ୍ରଚେଷ୍ଟା ହେବା ଜରୁରୀ ବୋଲି ସେ କହିଥିଲେ । ଶେଷରେ ପ୍ରଫେସର ଗୌରାଙ୍ଗ ଚରଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାଚୀନ୍‌ର ଆନ୍‌ଥ୍ରୋପୋଲୋଜି ଓ ଟ୍ରାଇବାଲ୍ ଷ୍ଟଡିଜ୍ ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ନିହାର ରଞ୍ଜନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ରୁଙ୍ଗଟା ମାଇନ୍ସରେ ପୁଣି ଅଘଟଣ, କନଭୟର ବେଲ୍ଟ ଚାପିହୋଇ ଶ୍ରମିକ ଗୁରୁତର

ନନ୍ଦିଘୋଷ ବ୍ୟୁରୋ: ଢେଙ୍କାନାଳ ରୁଙ୍ଗଟା ମାଇନ୍ସରେ ପୁଣି ଅଘଟଣ । କନଭୟର ବେଲ୍ଟ ଚାପିହୋଇ ଜଣେ ଶ୍ରମିକ ଗୁରୁତର । ଗୁରତର ଶ୍ରମିକ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଗୁଡୁଡ଼ିହି ଗ୍ରାମର ଡୁନା ସାହୁ । ପ୍ରତିବାଦରେ କାରଖାନା ମୁଖ୍ୟ ଫାଟକ ଆଗରେ ଶ୍ରମିକଙ୍କ ଧାରଣା । ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ହିନ୍ଦୋଳ ଏସଡିପିଓ । ଢେ଼ଙ୍କାନାଳ ଝାଡବନ୍ଧ ଅନ୍ତର୍ଗତ ରୁଙ୍ଗଟା ମାଇନ୍ସ ଲିମିଟେଡ କମ୍ପାନୀରେ ଘଟିଛି ଅଘଟଣ । ଅନଲୋଡ଼ିଂ ବେଳେ କନଭର ବେଲ୍ଟରେ ଚାପି ହୋଇ ଯାଇଥିଲେ ଶ୍ରମିକ । ଗତ କିଛିଦିନ ତଳେ ଦୁର୍ଘଟଣା ହୋଇ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । କାରଖାନାରେ ସୁରକ୍ଷା ବ୍ୟବସ୍ଥା ଠିକ ନଥିବାରୁ ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ଶ୍ରମିକ ।

ମାଣ୍ଡିଆରୁ ତିଆରି ହେବ ମଦ, ମହୁଲିରେ ମିଶିବ ଫ୍ଲେବର

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାରେ ମାଣ୍ଡିଆରୁ ତିଆରି ହେବ ମଦ । ଏଥିପାଇଁ ଆଗ୍ରହୀ ମଦ ତିଆରି କମ୍ପାନୀକୁ ସବସିଡି ଯୋଗାଇବେ ରାଜ୍ୟ ସରକାର । 2025-26 ଅବକାରୀ ପଲିସିକୁ ନେଇ ଅବକାରୀମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏଭଳି କିଛି ଯୋଜନା ପ୍ରସ୍ତୁତ କରାଯାଇଛି । ଖୁବଶୀଘ୍ର ଏନେଇ ରାଜ୍ୟ ଶିଳ୍ପ ବିଭାଗ ସହ ଆଲୋଚନା କରାଯିବ । ମାଣ୍ଡିଆ, ଯଅ, ବାଜ୍ରା ଭଳି ଖାଦ୍ୟ ଶସ୍ୟରୁ ମଦ ତିଆରି କରିବାକୁ ଆଗ୍ରହୀ ଥିବା କିଛି କମ୍ପାନୀ ସହ ଅବକାରୀ ବିଭାଗର ଆଲୋଚନା ହୋଇଛି । ସେହିପରି ମହୁଲିକୁ ଅଧିକ ବିଶୁଦ୍ଧ କରି ବିଭିନ୍ନ ଫ୍ଲେବର ମିଶାଇ ବିଶ୍ୱ ସ୍ତରୀୟ କରିବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ଏହା ଦ୍ୱାରା ଅନ୍ୟ ରାଜ୍ୟ ସହ ବିଦେଶକୁ ବି ଓଡିଶାରେ ତିଆରି ମଦର ରପ୍ତାନି ବଢିବ। ଯେଉଁ କମ୍ପାନୀ ମହୁଲ, ମାଣ୍ଡିଆରୁ ମଦ ପ୍ରସ୍ତୁତ କରିବେ ତାଙ୍କୁ ପ୍ରୋତ୍ସାହନ ଦେବେ ରାଜ୍ୟ ସରକାର । ସେହିପରି ଭଲ ବ୍ରାଣ୍ଡର ବିଦେଶୀ ମଦ କାରଖାନା କିପରି ଓଡିଶା ରେ ପ୍ରତିଷ୍ଠା ହେଇ ପାରିବ ସେ ଦିଗରେ ବୈଠକରେ ଆଲୋଚନା ହୋଇଛି  । ସେହିପରି ଅପମିଶ୍ରିତ ମଦ କିଭଳି ବନ୍ଦ ହେବ ଆଉ ଏଥିପାଇଁ ପଲିସିରେ କଣ ପରିବର୍ତନ କରାଯିବ ସେ ନେଇ ମଧ୍ୟ ଆଲୋଚନା କରାଯାଇଛି । ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତି ନେଇ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସହ ଅବକାରୀ କମିଶନର ଓ ବହୁ ଷ୍ଟେକ ହୋଲଡର ଉପସ୍ଥିତି ଥିଲେ ।

 

ବାଲିଯାତ୍ରାରେ ହୋଇଥିଲା ବ୍ୟାପକ ଅବ୍ୟବସ୍ଥା, ତଳିତଳାନ୍ତ ହେଲା ଓଡ଼ିଆ ଅସ୍ମିତା

ନନ୍ଦିଘୋଷ ବ୍ୟୁରୋ: ଓଡିଆ ଅସ୍ମିତାକୁ ସରକାରକୁ ଆସିଥିଲେ ଡବଲ ଇଞ୍ଜିନ ସରକାରରେ ବାରମ୍ବାର ଓଡିଆ ଅସ୍ମିତାକୁ ତଳିତଳାନ୍ତ କରାଯାଉଛି । ଆଜି ଖୋଦ ବିଜେପି ବିଧାୟକ ଓ ବିଜେପି ନେତା ତଥା ସ୍ବାଧୀନ ବିଧାୟକମାନେ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ବାଲିଯାତ୍ରାରେ ଗଣକବି ବୈଷ୍ଣବ ପାଣିଙ୍କ ମଞ୍ଚରେ ଆଧୁନିକ ନାଚ, ଷ୍ଟଲ ନିଲାମ ଭଳି ଅଭିଯୋଗ ସାଙ୍ଗକୁ କଣ୍ଟିଲୋ ନିଳମାଧବ ପୀଠରେ ମାଘ ମେଳା ଆୟୋଜନରେ ଅବ୍ୟବସ୍ଥାକୁ ନେଇ ଏକ ସ୍ବରରେ ବର୍ଷିଛନ୍ତି ବିରୋଧୀ ଓ ଶାସକ ଦଳର ନେତା ଓ ବିଧାୟକ । ସେପଟେ ବିଜେଡି ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦାବି ଉଠାଇଲା ବିଜେଡି ।

ବାଲିଯାତ୍ରାରେ ହୋଇଥିଲା ବ୍ୟାପକ ଅବ୍ୟବସ୍ଥା। ଗଣକବିଙ୍କ ମଞ୍ଚରେ ମଞ୍ଚସ୍ଥ ହେଲା ରେକର୍ଡ ଡ୍ୟାନ୍ସ। ଯାତ୍ରାକୁ ଜାତୀୟ ମାନ୍ୟତା କହା କହି ନିଲାମ ଜରିଆରେ ବିକ୍ରି ହେଉଥିଲା ଷ୍ଟଲ। ଏଥର ବାଲିଯାତ୍ରାକୁ ନେଇ ଏଭଳି ଅଭିଯୋଗ କରିଛନ୍ତି ବିଜେପି ନେତା ତଥା ମାହାଙ୍ଗା ବିଧାୟକ ସାରଦା ପ୍ରଧାନ । ବିଜେପି ଶିବିରକୁ ଆପଣେଇଥିବା ମାହାଙ୍ଗାର ସ୍ୱାଧୀନ ବିଧାୟକ ଶାରଦା ପ୍ରଧାନ ଗତ ବର୍ଷ ବାଲିଯାତ୍ରାରେ ଜିଲ୍ଲା ପ୍ରଶାସନର ଅବ୍ୟବସ୍ଥା ନେଇ ବିଧାନସଭା ପ୍ରଶ୍ନକାଳରେ ବର୍ଷିଥିଲେ । ଗଣକବି ବୈଷ୍ଣବ ପାଣିଙ୍କ ମଞ୍ଚରେ ରେକର୍ଡ ଡ୍ୟାନ୍ସ ହୋଇଥିବାରୁ ସେ ଆପତ୍ତି ଉଠାଇ କହିଥିଲେ ଯେ, ଏହା ଓଡ଼ିଆ ଅସ୍ମିତା ପ୍ରତିଶୃତି ପ୍ରତି ଅପମାନ । ଏପରିକି କଟକ ଜିଲ୍ଲାର ବିଧାୟକ ହୋଇଥିବା ସତ୍ୱେ ତାଙ୍କୁ ଉପେକ୍ଷିତ କରାଯାଇ ବାଲିଯାତ୍ରାକୁ ନିମନ୍ତ୍ରଣ କରାଯାଇ ନଥିବା ସେ ଅଭିଯୋଗ କରିଛନ୍ତି । ନିଲାମ ପ୍ରକ୍ରିୟାରେ ସ୍ୱଚ୍ଛତା ନଥିବା ଅଭିଯୋଗ କରି ଏହାର ତଦନ୍ତ ଦାବି କରିଥିଲେ । ବାରବାଟୀ-କଟକ ବିଧାୟକ ସୋଫିଆ ଫିର୍ଦ୍ଦେଶ ମଧ୍ୟ ନିଲାମ ପ୍ରକ୍ରିୟାକୁ ନେଇ ପ୍ରଶ୍ନ କରିଥିଲେ । ବାଲିଯାତ୍ରାକୁ ଜାତୀୟ ମାନ୍ୟତା ନେଇ ଆଲୋଚନା ଚାଲିଥିବା ବେଳେ ଷ୍ଟଲ ନିଲାମ କରି ଏହି ବିଶ୍ବସ୍ତରୀୟ ମହୋତ୍ସବକୁ ନିନ୍ଦିତ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ସୋଫିଆ ।

ବାଲିଯାତ୍ରାରେ ତାରକଶି ଷ୍ଟଲକୁ ସ୍ୱତନ୍ତ୍ର ସ୍ଥାନ ଓ ଜାତୀୟ ମାନ୍ୟତା ପାଇଁ ଦାବି କରିଛି ବିଜେଡି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ବହୁ ଉଦ୍ୟମ କରିଥିଲେ । ଜବାବରେ ସଂସ୍କୃତି ମନ୍ତ୍ରୀ କହିଛନ୍ତି ଯେ, ଆଗକୁ ତାରକଶି ଷ୍ଟଲ ପାଇଁ ବି ବ୍ୟବସ୍ଥା ହେବ । ହେଲେ ଜାତୀୟ ମାନ୍ୟତା ଦେବା ୟୁନେକ୍ସୋର କାମ । ଏଥିପାଇଁ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । କିନ୍ତୁ ସଂସ୍କୃତି ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ । ସେପଟେ କଣ୍ଟିଲୋ ନୀଳମାଧବ ପୀଠରେ ମାଘମେଳା ଆୟୋଜନରେ ଜିଲ୍ଲା ପ୍ରଶାସନର ଅବହେଳା ନେଇ ବର୍ଷିଛନ୍ତି ବିଜେପିର ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ନାୟକ ।

ଡବଲ ଇଞ୍ଜିନ ସରକାର, ଡବଲ ଦୁଃଖ ଦେଉଛି : ନବୀନ

ନନ୍ଦିଘୋଷ ବ୍ୟୁରୋ: ଫେଲ୍ ମାରିଛି ଡବଲ ଇଞ୍ଜିନ ସରକାର। ଡବଲ ଇଞ୍ଜିନ ସରକାରର ବଜେଟ ବିପରୀତ ଦିଗରେ ଗତି କରୁଛି । କେବଳ ନାଁ  ପରିବର୍ତ୍ତନ କରୁଛି । ଡବଲ ଇଞ୍ଜିନ ସରକାର ଡବଲ ଦୁଃଖ ଦେଉଛି। ବସ୍ତାନି ଭାରୀ, ପାଠ ଘର ଶୂନ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବଜେଟ ଆଲୋଚନାରେ ଭାଗନେଇ ସେ କହିଛନ୍ଚି- ବିଜେଡି ସମୟରେ ଓଡ଼ିଶା ଏକ ଉଚ୍ଚ ଅଭିବୃଦ୍ଧିସମ୍ପନ୍ନ ରାଜ୍ୟ ଥିଲା। ଡବଲ ଇଂଜିନ ସରକାରରେ ଅଭିବୃଦ୍ଧି ହାର ୧୦ରୁ ୮ ପ୍ରତିଶତକୁ ହ୍ରାସ ପାଇଛି। ରାଜ୍ଯର ରାଜସ୍ବ ବଢାଇବାକୁ ସରକାରର କିଛି ବୁଦ୍ଧି ନାହିଁ। ଖୋଲା ମାର୍କେଟ ଋଣ ପରିମାଣ ୪୬ ହଜାର କୋଟି ଟଙ୍କା ହେଲାଣି। ରାଜସ୍ବ ଅଭିବୃଦ୍ଧି ଲାଗି ବିଜେଡିକୁ ବିଜେପି ଧନ୍ଯବାଦ ଦେବା କଥା। ମେଟ୍ରୋ ଟ୍ରେନ ବଜେଟ କମାଯାଇଛି। ମିଶନ ଶକ୍ତି ମାଆ ଆଜି ରାଜରାସ୍ତାରେ। ଲକ୍ଷପତି ଦିଦିଙ୍କ ତାଲିକା ଗତ ବିଧାନସଭାରେ ମାଗିଥିଲି।  ମିଶନ ଶକ୍ତି ଲାଗି ଅନୁଦାନ କମିଛି। ନବୀନ କହିଛନ୍ତି- ଚଳିତ ବଜେଟ ଗତ ବଜେଟ ତୁଳନାରେ ୨ ଲକ୍ଷ ୭୭ ହଜାର କୋଟିରୁ ୨ ଲକ୍ଷ ୯୦ ହଜାର କୋଟିକୁ ବୃଦ୍ଧି ପାଇଛି। ଏଥିରୁ ଜଣାପଡୁଛି ଯେ ରାଜ୍ୟ ସରକାରଙ୍କୁ ବଜେଟ ବାବଦରେ କୌଣସି ଧାରଣା ନାହିଁ । କେନ୍ଦ୍ର ସରକାରଙ୍କ ପକ୍ଷରୁ ସହାୟତାରେ ଅନୁଦାନ ଆକାରରେ ପାଣ୍ଠି ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ କମିଛି । ଡବଲ ଇଞ୍ଜିନ୍ ସରକାର ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ବଜେଟ କମାଇ ଦେଇଛନ୍ତି । ସ୍କିଲ୍ଡ ଇନ୍ ଓଡିଶା”ର ନାମ ପରିବର୍ତ୍ତନ କରି ସ୍କିଲ୍ଡ ଫର ଦି ୱାର୍ଲ୍ଡ କରିବା ଦ୍ୱାରା ଓଡ଼ିଶାର ଯୁବକ ଯୁବତୀ କିପରି ସାହାଯ୍ୟ ପାଇବେ ବୋଲି ପ୍ରଶ୍ନ କରିଛନ୍ତି ନବୀନ। ବିଜେପି ସରକାର ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ପ୍ରତିଶ୍ରୁତି ଦେଇଛି । ହେଲେ ଏହା ଏକ ଧୂଆଁବାଣ ବୋଲି କହିଛନ୍ତି ନବୀନ।

କ୍ରିକେଟକୁ କବବ୍ୟାକ କରୁଛନ୍ତି ସଚିନ-ଯୁବରାଜ: ମାର୍ଚ୍ଚ ୨୨ରେ ଖେଳାଯିବ ମ୍ୟାଚ

ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଓ ସିକ୍ସର କିଙ୍ଗ ଯୁବରାଜ ସିଂହ ଏକ ଦଶକ ପରେ ପୁଣି ଏକତ୍ର ଖେଳିବେ । ସଚିନ ଓ ଯୁବି ଆସନ୍ତା ମାସ ୨୨ ତାରିଖ (ଶନିବାର) ଦିନ ମୁମ୍ବାଇରେ ଶ୍ରୀଲଙ୍କା ବିପକ୍ଷରେ ଖେଳିବେ । ଇଣ୍ଟରନ୍ୟାସନାଲ ମାଷ୍ଟର୍ସ ଲିଗର ଉଦଘାଟନୀ ମ୍ୟାଚରେ ପୁଣି ଥରେ ଭାରତର ପ୍ରତିଷ୍ଠିତ ନୀଳ ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇବେ । ଏହି ଟୁର୍ଣ୍ଣାମେଣ୍ଟରେ ୬ଟି ଟିମ୍ ଅଂଶଗ୍ରହଣ କରିବେ । ସେମାନଙ୍କ ମଧ୍ୟରେ ଭାରତ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଓ୍ବେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି । ସବୁ ଟିମରେ କ୍ରିକେଟର କିଛି ବଡ଼ ବଡ଼ ଷ୍ଟାର ସାମିଲ ରହିଛନ୍ତି । ନବୀ ମୁମ୍ବାଇ, ବଦୋଦରା ଓ ରାୟପୁରରେ ଏହି ମ୍ୟାଚ ଅନୁଷ୍ଠିତ ହେବ । ମାର୍ଚ୍ଚ ୧୬ରେ ରାୟପୁରରେ ଫାଇନାଲ ମ୍ୟାଚ ଖେଳାଯିବ ।

ଅନ୍ତର୍ଜାତୀୟ କ୍ରିକେଟରେ ୩୪ ହଜାରରୁ ଅଧିକ ରନ ଓ ୧୦୦ ଶତକ ଅର୍ଜନ କରିଥିବା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ରିକେଟର ପ୍ରତ୍ୟେକ ଫର୍ମାଟରେ ନିଜର କରିସ୍ମା ଦେଖାଇ ସାରିଛନ୍ତି । ମାତ୍ର ଛୋଟ ଫର୍ମାଟରେ ସଚିନ ଭାରତ ପାଇଁ ମାତ୍ର ୧ଟି ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଛନ୍ତି । ତେଣୁ ଏହି ପୂର୍ବତନ ଭାରତୀୟ କ୍ରିକେଟରଙ୍କୁ ପୁଣି ଥରେ ଶର୍ଟ ଫର୍ମାଟରେ ଦେଖିବା ପ୍ରଶଂସକଙ୍କ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଉପଲବ୍ଧି ହେବ । ଗତ କିଛି ବର୍ଷ ହେଲା ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ଦର୍ଶକଙ୍କୁ ବେଶ ରେମାଞ୍ଚିତ କରିପାରିଛି । ୨୦୧୧ ବିଶ୍ବକପରେ ଏକାଠି ଖେଳିବା ପାଇଁ ବେଶ୍ ଉତ୍ସାହିତ ଅଛନ୍ତି ବୋଲି କହିଛନ୍ତି ସଚିନ ଓ ଯୁବରାଜ ।