spot_img
Home Blog Page 1036

ପୋଲିସ ପଞ୍ଝାରେ ଲେଡି ଡନ: ଖତମ ହେଲା ଦିଲ୍ଲୀ ଲେଡି ଡନ ଜୋୟା ଖାଁର ଖେଳ

ନୂଆଦିଲ୍ଲୀ: ପୋଲିସ ପଞ୍ଝାରେ ଲେଡି ଡନ୍ । ଶେଷରେ ଖତମ ହେଲା ଦିଲ୍ଲୀର ଲେଡି ଡନ ତଥା କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାସିମ ବାବାର ପତ୍ନୀ ଜୋୟା ଖାଁର ଖେଳ। ପ୍ରାୟ ୧ କୋଟି ଟଙ୍କାର ୨୭୦ ଗ୍ରାମ ହେରୋଇନ ରଖିଥିବା ଅଭିଯୋଗରେ ତାକୁ ଗିରଫ କରିଛି ଦିଲ୍ଲୀ ପୋଲିସ। ୩୩ ବର୍ଷ ବୟସ୍କା ଜୋୟାକୁ ଧରିବା ଲାଗି ଦିଲ୍ଲୀ ପୋଲିସର ବିଭିନ୍ନ ସଂସ୍ଥା ଜାଲ ବିଛାଇଥିଲେ। ହେଲେ ସେ ଧରାପଡୁ ନଥିଲା। ତା ବିରୋଧରେ କୌଣସି ପ୍ରତ୍ୟେକ୍ଷ ପ୍ରମାଣ ମିଳୁ ନଥିବାରୁ ସେ ବିଭିନ୍ନ ତଦନ୍ତକାରୀ ସଂସ୍ଥାଠାରୁ ସହଜରେ ଦୂରେଇ ରହୁଥିଲା। ସ୍ବାମୀ ହାସିମ ବିରୋଧରେ ହତ୍ୟା, ଚୋରାଚାଲାଣ, ଧମକ ଦେଇ ଅର୍ଥ ଆଦାୟ କରିବା ଆଦି ଅନେକ ଅଭିଯୋଗ ରହିଛି।

ଜୋୟା ହେଉଛି ହାସିମର ତୃତୀୟ ପତ୍ନୀ। ବିଭିନ୍ନ ଅପରାଧରେ ହାସିମ ଗିରଫ ହେବା ପରେ ତାର ଅପରାଧର ସାମ୍ରାଜ୍ୟ ବଢାଇଥିଲା ଜୋୟା। ଡ୍ରଗ୍ସ ଚୋରାଚାଲାଣ ରାକେଟରେ ସେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲା। ସ୍ବାମୀ ତିହାର ଜେଲରେ ଥିବାବେଳେ ସେ ବାରମ୍ବାର ଜେଲକୁ ଯାଇ ତାକୁ ସାକ୍ଷାତ କରୁଥିଲା। ତାକୁ ଧରିବା ଲାଗି ବର୍ଷ ବର୍ଷ ଧରି ଦିଲ୍ଲୀ ପୋଲିସର ସ୍ପେସାଲ ସେଲ୍ ଓ କ୍ରାଇମ ବ୍ରାଞ୍ଚ ପକ୍ଷରୁ ଉଦ୍ଯମ ଜାରି ରହିଥିଲା। ଶେଷରେ ଉତ୍ତରପୂର୍ବ ଦିଲ୍ଲୀର ୱେଲକମ ଇଲାକାରୁ ହେରୋଇନ ସହ ତାକୁ ଧରିଥିଲା ପୋଲିସ। ଉତ୍ତରପ୍ରଦେଶ ମୁଜାଫରନଗରରେ ଏହି ଡ୍ରଗ୍ସକୁ ବଣ୍ଟାଯିବ ବୋଲି ସୂଚନା ମିଳିଛି। ଗତବର୍ଷ ନାଦିର ଶାହ ହତ୍ଯା ମାମଲାରେ ହାସିମର ଭୂମିକା ଥିବା ଅଭିଯୋଗ ହୋଇଥିଲା।

ବିଧାନସଭାରେ ଉଠିଲା କଟକ ବାଲିଯାତ୍ରାରେ ଅବ୍ୟବସ୍ଥା ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭାରେ ଉଠିଲା କଟକ ବାଲିଯାତ୍ରାରେ ଅବ୍ୟବସ୍ଥା ପ୍ରସଙ୍ଗ। ମାହାଙ୍ଗାର ବିଜେପି ନେତା ତଥା ସ୍ଵାଧୀନ ବିଧାୟକ ଶାରଦା ପ୍ରଧାନ ଗତବର୍ଷ ବାଲିଯାତ୍ରାରେ ଜିଲ୍ଲା ପ୍ରଶାସନର ଅବ୍ୟବସ୍ଥା ନେଇ ଅଭିଯୋଗ ଉଠାଇଥିଲେ। ଗଣକବି ବୈଷ୍ଣବ ପାଣି ମଞ୍ଚରେ ରେକର୍ଡ଼ ଡାନ୍ସ ହୋଇଥିବାରୁ ସେ ଆପତ୍ତି ଉଠାଇଥିଲେ। ଏହା ଓଡ଼ିଆ ଅସ୍ମିତା ପ୍ରତି ଅପମାନ। ଏପରିକି କଟକ ଜିଲ୍ଲାର ବିଧାୟକ ହୋଇଥିବା ସତ୍ତ୍ୱେ ତାଙ୍କୁ ଉପେକ୍ଷିତ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ନିଲାମ ପ୍ରକ୍ରିୟା ବି ସ୍ୱଚ୍ଛ ନଥିଲା। ଏହାର ଯାଞ୍ଚ ପାଇଁ ସେ ଦାବି କରିଛନ୍ତି।

କଟକ ବାରବାଟୀ ବିଧାୟକ ସୋଫିଆ ଫିର୍ଦୋସ ମଧ୍ୟ ନିଲାମ ପ୍ରକ୍ରିୟାକୁ ନେଇ ଆପତ୍ତି ଉଠାଇଥିଲେ। ଏହାକୁ ଉଛେଦ କରିବାକୁ ସେ ଦାବି ଉଠାଇଲେ। ନିଲାମ ପ୍ରକ୍ରିୟା ବନ୍ଦ ନହେଲେ ବାଲିଯାତ୍ରାର ମାନ ହ୍ରାସ ପାଉଛି। ଅନ୍ୟପଟେ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ବାଲିଯାତ୍ରାରେ ତାରକସି ଷ୍ଟଲକୁ ସ୍ଥାନ ଓ ଜାତୀୟ ମାନ୍ୟତା ପାଇଁ ଦାବି କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ବହୁ ଉଦ୍ୟମ କରିଥିଲେ।

ଏ ସମସ୍ତ ପ୍ରସଙ୍ଗରେ ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଆଗକୁ ତାରକସି ଷ୍ଟଲ ପାଇଁ ବ୍ୟବସ୍ଥା ହେବ। ହେଲେ ଜାତୀୟ ମାନ୍ୟତା ଦେବା UNESCOର କାମ। ବାଲିଯାତ୍ରାକୁ UNESCO କିପରି ଜାତୀୟ ମାନ୍ୟତା ମିଳିବ ସେନେଇ ଏକ ବିଶେଷଜ୍ଞ ଟିମ UNESCO ସହ ଯୋଗାଯୋଗରେ ଅଛନ୍ତି। ଆଗକୁ ଜାତୀୟ ମାନ୍ୟତା ମିଳିବାର ଆଶା ରଖାଯାଇଛି। ବାଲିଯାତ୍ରାରେ ଓଡ଼ିଆ ସଂସ୍କୃତି ଓ ଭାଷା ବିଭାଗର ସିଧା ସଳଖ ହସ୍ତକ୍ଷେପ ରହେନି। ଆୟ ବ୍ୟାୟର ହିସାବ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ ଜିଲ୍ଲା ସଂସ୍କୃତିକ ପରିଷଦ ରଖେ। ଜିଲ୍ଲାପାଳଙ୍କ ତଥ୍ୟ ଅନୁସାରେ ୨୦୨୪ ବାଲିଯାତ୍ରାରେ ୨୪୩୮ ଷ୍ଟଲ ଆବଣ୍ଟନ ହୋଇଥିଲା। ଏଥିରୁ ୧୧୮୮ ନିଲାମ ଓ ୧୨୫୦ ସ୍ଥିରୀକୃତ ଦର ମାଧ୍ୟମରେ ଆବଣ୍ଟନ କରାଯାଇଥିଲା। ପ୍ରୟୋଜକ ଓ ଅନ୍ୟ ମାଧ୍ୟମରେ ୬ କୋଟି ୩୮ ଲକ୍ଷ ୨୬ ହଜାର ୪୪୬ ଟଙ୍କା ଆଦାୟ ହୋଇଥିଲା। ବିଭିନ୍ନ ପ୍ରସଙ୍ଗ ନେଇ ଜିଲ୍ଲା ସାଂସ୍କୃତିକ ପରିଷଦ ସହ ଆଲୋଚନା କରିବାର ପ୍ରତିଶୃତି ଦେଇଛନ୍ତି। ବାଲିଯାତ୍ରା ସହ ଜଡିତ ବିଭିନ୍ନ ବିଭାଗ ସହ ଆଲୋଚନା କରି ଏହାର ତର୍ଜମା କରାଯିବ।

ସ୍ପେସରୁ ଫରିବା ପରେ ଏହି ସବୁ ଗମ୍ଭୀର ରୋଗର ଶିକାର ହୋଇଥାନ୍ତି ମହାକାଶଚାରୀ

ସ୍ପେସରେ କ’ଣ ସବୁ ଘଟିଥାଏ ତାହା ଜାଣିବା ପାଇଁ ସାଧାରଣ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ପ୍ରକାଶ ପାଇଥାଏ । ସେହି କାରଣରୁ ଆମେ ଯେତେବେଳେ ମହାକାଶର ଫଟୋ ଓ ମହାକାଶଚାରୀଙ୍କ ଫଟୋ ଦେଖିଥାଏ, ସେହି ସମୟରେ ଆମ ମନରେ ଅନେକ ପ୍ରଶ୍ନ ଉଠିଥାଏ । ତେବେ ଏହି ଫଟୋ ଦେଖିବାକୁ ଯେତିକି ଭଲ ହୋଇଥାଏ, ବାସ୍ତବ ଜୀବନରେ ମହାକାଶରେ ରହିବା କ’ଣ ଏତେ ସହଜ ହୋଇଥାଏ? ମହାକାଶରୁ ଫେରିବା ପରେ ମହାକାଶଚାରୀଙ୍କୁ ଅଧିକାଂଶ ସମୟରେ ଚକ୍କର ଆସିଥାଏ ବୋଲି କିଛି ମିଡ଼ିଆରେ ରିପୋର୍ଟ ପ୍ରକାଶ ପାଇଥାଏ । ମେଡିକାଲ ସାଇନ୍ସ ଭାଷାରେ ଏହାକୁ ଅର୍ଥୋଷ୍ଟେଟିକ ହାଇପୋଟେନସନ କୁହାଯାଇଥାଏ । ସ୍ପେସ ତୁଳନାରେ ଧରିତ୍ରୀର ଗ୍ରାଭିଟେସନାଲ ଫୋର୍ସ ବହୁତ ଅଧିକ ହୋଇଥିବା କାରଣରୁ ଏପରି ହୋଇଥାଏ । କିଛି ମହାକାଶଚାରୀଙ୍କ ଠାରେ ସ୍ପେସରେ ରୋଗର ଲକ୍ଷଣ ଦେଖିବାକୁ ମିଳିଥାଏ । ସେମାନଙ୍କ ଠାରେ ମୁଣ୍ଡବ୍ୟଥା, ବାନ୍ତି ଆଦି ସମସ୍ୟା ହୋଇଥାଏ ।

ଆମ କାନ ଭିତରେ ଭେଷ୍ଟିବୁଲର ଅର୍ଗାନ ନାମକ ଏକ ଛୋଟ ଅଙ୍ଗ ରହିଛି, ଯାହାକି ଆମ ଶରୀରକୁ ସନ୍ତୁଳିତ ରଖିବାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ଅଙ୍ଗ ଶରୀର ଦ୍ବାରା ଅନୁଭବ କରାଯାଉଥିବା ଗ୍ରାଭିଟେସନନାଲ ବଳକୁ କରେଣ୍ଟରେ ପରିବର୍ତ୍ତନ କରି ବ୍ରେନକୁ ମେସେଜ ପଠାଇଥାଏ । ପୃଥିବୀରେ ରହିବା ସମୟରେ ମସ୍ତିଷ୍କ ସର୍ବଦା ଭେଷ୍ଟିବୁଲର ଅଙ୍ଗ ଦ୍ବାରା ଗ୍ରାଭିଟେସନନାଲ ବଳର ସୂଚନା ପ୍ରାପ୍ତ କରିଥାଏ ଓ ଶରୀରକୁ ସନ୍ତୁଳିତ ରଖିବାରେ ଏହାର ଉପଯୋଗ କରିଥାଏ । ମହାକାଶରେ କମ ଗ୍ରାଭିଟେସନାଲ ବଳ ରହିଥିବାରୁ ଭେଷ୍ଟିବୁଲର ଅଙ୍ଗରୁ ପ୍ରାପ୍ତ ତଥ୍ୟ ବଦଳି ଯାଇଥାଏ । ଏହା ମସ୍ତିଷ୍କକୁ ଭ୍ରମିତ କରିଥାଏ ବୋଲି କୁହାଯାଏ, ଫଳରେ ସ୍ପେସରେ ରୋଗ ହୋଇଥାଏ । ମାତ୍ର ଏହି ସ୍ଥିତି ଦୀର୍ଘ ସମୟ ଧରି ଜାରି ରହିନଥାଏ । ମହାକାଶଚାରୀଙ୍କ ଠାରେ ସ୍ପେସ ଏନିମିଆ, ମାଂସପେଶୀ ଓ ହାଡ଼ ଦୁର୍ବଳ, ହାର୍ଟ ପ୍ରତି ବିପଦ, ବ୍ରେନ ଉପରେ ପ୍ରଭାବ, ରେଡିଏସନର ଆଶଙ୍କା, ସାଇକୋଲୋଜିକାଲ ଇଫେକ୍ଟସ, ପ୍ରାଚନ ବିଶେଷ ଭାବେ ପ୍ରଭାବିତ ହେବା ଆଦି ସମସ୍ୟା ଦେଖିବାକୁ ମିଳିଥାଏ ।

ମାଟ୍ରିକ ପିଲାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

କେନ୍ଦ୍ରାପଡ଼ା: ଓଲଟିଲା ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ନେଉଥିବା ଗାଡ଼ି। କେନ୍ଦ୍ରାପଡ଼ା ରାଜନଗର ବାଘମାରୀ ନିକଟରେ ଓଲଟିଲା ବୋଲେରୋ। ଏକ ନାଳକୁ ଓଲଟି ପଡିଲା ମାଟ୍ରିକ ପରୀକ୍ଷାର୍ଥୀଙ୍କ ବୋଲେରୋ।

ବାଘମାରୀର ବିବେକାନନ୍ଦ ହାଇସ୍କୁଲର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ବୋଲରରେ ଯିବା ସମୟରେ ଏକ ସାଇକେଲକୁ ଧକ୍କା ଦେଇ ନାଳକୁ ଓଲଟି ପଡ଼ିଥିଲା। ଗାଡ଼ିରେ ୧୨ ଜଣ ଛାତ୍ରଛାତ୍ରୀ ଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ତାଳଚୁଆ ମେଡିକାଲରେ ଭର୍ତ୍ତି କରାଯାଇଛି। ସାଇକେଲ ଆରୋହୀ ସୁବୋଧ୍ୟ ମଣ୍ଡଳଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ଜଣାପଡିଛି।

ମାଟ୍ରିକ ପରୀକ୍ଷା ଦେବାକୁ ଯିବା ବେଳେ ଚାଲିଗଲା ଜୀବନ

ବାଲେଶ୍ୱର: ଅଧା ରହିଗଲା ମାଟ୍ରିକ ପରୀକ୍ଷା। ମାଟ୍ରିକ ପରୀକ୍ଷା ଦେବାକୁ ଯିବା ବେଳେ ଚାଲିଗଲା ଜୀବନ । ପରୀକ୍ଷା ଦେବାକୁ ପ୍ରସ୍ତୁତ ବେଳେ ଟଳି ପଡିଲେ ଛାତ୍ର। ବାହାନଗା ବ୍ଲକ ବାରିପଦା ଗ୍ରାମର କୈଳାସ ମାଝୀଙ୍କ ପୁଅ ଚନ୍ଦ୍ରଶେଖର ସ୍ଥାନୀୟ ଉଦୟ ନାରାୟଣ ହାଇସ୍କୁଲ ଛାତ୍ର।

ସୂଚନା ଅନୁଯାୟୀ, ଗତ ଦୁଇଦିନ ତଳେ ଚନ୍ଦ୍ରଶେଖର ପଡୋଶୀ ଘରେ ଭୋଜି ଖାଇ ଅସୁସ୍ଥ ହୋଇ ପଡିଥିଲେ। ଗତକାଲି ଡାକ୍ତର ଦେଖାଇ ଔଷଧ ଖାଇଥିଲା। ସକାଳେ ମା’ ଚନ୍ଦ୍ରଶେଖରକୁ ମାଟ୍ରିକ ପରୀକ୍ଷା ପାଇଁ ଗାଧୋଇ ଦେଇଥିଲେ। ଚନ୍ଦ୍ରଶେଖର ୫ କିଲୋମିଟର ଦୂର କଲ୍ୟାଣୀ ନୂଆପୁର ହାଇସ୍କୁଲ କେନ୍ଦ୍ରକୁ ଯିବାପାଇଁ ପ୍ରସ୍ତୁତ ହେଉଥିଲେ । ଗାଧୋଇବା ପରେ ହଠାତ ଟଳି ପଡିବାରୁ ତାକୁ ସୋର ଡାକ୍ତରଖାନା ପରିବାର ଲୋକେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କଂଗ୍ରେସ ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି । ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଗାନ୍ଧୀ ସାର ଗଙ୍ଗରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପେଟ ସମସ୍ୟା ଯୋଗୁଁ ତାଙ୍କୁ ଗୁରୁବାର ସକାଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଡାକ୍ତରଙ୍କ ସୂଚନା ଅନୁଯାୟୀ, ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଖୁବଶୀଘ୍ର ସେ ମେଡିକାଲରୁ ଡିସଚାର୍ଜ ହୋଇପାରନ୍ତି । ପୂର୍ବରୁ ୨୦୨୩ ସେପ୍ଟେମ୍ବର ମାସରେ ଫୁସଫୁସ ସଂକ୍ରମଣ ଯୋଗୁଁ ସାର ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ସୋନିଆ ଗାନ୍ଧୀଙ୍କୁ ଶେଷ ଥର ପାଇଁ ଫେବୃଆରୀ ୧୩ ତାରିଖରେ ସଂସଦର ବଜେଟ ଅଧିବେଶନ ସମୟରେ ରାଜ୍ୟସଭାରେ ନଜର ଆସିଥିଲେ ।

ଦନ୍ତା ହାତୀର ହତ୍ୟା ଘଟଣାରେ ଛଅ ଗିରଫ

ଦେବଗଡ଼: ଦନ୍ତା ହାତୀର ହତ୍ୟା ଘଟଣାରେ ଛଅ ଗିରଫ । ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ ଗରିଆପାଲି ଗ୍ରାମ ନିକଟରେ ଏକ ଦନ୍ତାହାତୀର ମୃତଦେହ ବନବିଭାଗ ଉଦ୍ଧାର କରିଥିଲା । ପ୍ରାଥମିକ ତଦନ୍ତ ବେଳେ ହାତୀକୁ ହତ୍ୟା କରାଯାଇଥିବା ବନବିଭାଗ ସନ୍ଦେହ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ଗରିଆପାଲି ଗ୍ରାମ ଆଖପାଖ ଅଞ୍ଚଳର କେତେକ ଦୁର୍ବୃତ୍ତ ଶିକାର କରିବା ଉଦ୍ଦେଶ୍ୟରେ ବିଦ୍ୟୁତ ତାର ବିଛେଇ ଥିବାବେଳେ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜାଣିବାକୁ ପାଇଥିଲେ । ଏହି ମାମଲାରେ ଛଅ ଜଣ ବନ୍ୟ ଜନ୍ତୁ ଶିକାରୀକୁ ଗିରଫ କରିବା ସହ ସେମାନଙ୍କ ଠାରୁ ବିଦ୍ୟୁତ୍ ତାର, ବୋତଲ, କାଠି ଜବତ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ଗତକାଲି ରାତିରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ପାକିସ୍ତାନ ବିପକ୍ଷ ଲଢ଼େଇ ପୂର୍ବରୁ ବିରାଟଙ୍କ ଫର୍ମକୁ ନେଇ ବଢ଼ୁଛି ଟେନସନ

ଚଳିତ ଚାମ୍ପିୟନ୍ସ ଟ୍ରଫିରେ ବିଜୟରୁ ଟିମ୍ ଇଣ୍ଡିଆ ତା’ର ଯାତ୍ରା ଆରମ୍ଭ କରିଛି । ନିଜର ପ୍ରଥମ ମ୍ୟାଚରେ ଭାରତ ପ୍ରତିପକ୍ଷ ବାଂଲାଦେଶ ବିପକ୍ଷରେ ଶାନଦାର ବିଜୟ ହାସଲ କରିଛି । ଶୁବମନ ଗିଲଙ୍କ ଅପରାଜିତ ଶତକୀୟ ଇନିଂସ ଓ ମହମ୍ମଦ ଶାମୀଙ୍କ ୫ଟି ଓ୍ବିକେଟ ବଳରେ ଭାରତ ଏହି ମ୍ୟାଚକୁ ୬ ଓ୍ବିକେଟରେ ଜିତି ନେଇଛି । ତେବେ ପରବର୍ତ୍ତୀ ମ୍ୟାଚରେ ଭାରତ ତା’ର ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ । ଆସନ୍ତା ୨୩ ତାରିଖ ଦିନ ହେବାକୁ ଥିବା ମହାମୁକାବିଲା ପାଇଁ ବିଶ୍ବର ଅଗଣିତ କ୍ରୀଡ଼ାପ୍ରେମୀ ବେଶ୍ ଉତ୍ସୁକତାର ସହିତ  ଚାହିଁ ରହିଛନ୍ତି ।

ତେବେ ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହିଲଙ୍କ ଉପରେ ସଭିଙ୍କ ନଜର ରହିଛି । ବାଂଲାଦେଶ ବିପକ୍ଷ ମ୍ୟାଚରେ ବିରାଟ ୩୮ଟି ବଲରେ ଗୋଟିଏ ଚୌକା ସହାୟତାରେ ୨୨ ରନ୍ ସଂଗ୍ରହ କରି ଆଉଟ ହୋଇଥିଲେ । ଉକ୍ତ ମ୍ୟାଚରେ ରୋହିତ ଶର୍ମା ଓ କେଏଲ ରାହୁଲ ସଠିକ୍ ଲୟରେ ଥିବା ଦେଖିବାକୁ ମିଳିଥିଲା । ମାତ୍ର ବିରାଟଙ୍କ ଫର୍ମ ଏବେ ସଭିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେଣୁ ପାକିସ୍ତାନ ବିପକ୍ଷରେ ବିରାଟ କିପରି ପ୍ରଦର୍ଶନ କରିବେ ତାହା ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଏହା ମଧ୍ୟରେ ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥାପ୍ପା ବିରାଟଙ୍କ ଫର୍ମକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ବିରାଟ ଜଣେ ମହାନ ଖେଳାଳି, ସେ ନିଜ ଉପରେ କାମ କରିବେ । ଟେକନିକ ଦୃଷ୍ଟିରୁ ବିରାଟ ନିଜର ବ୍ୟାଟିରେ ଉନ୍ନତ ଆଣିପାରନ୍ତି । ସୂଚନାଯୋଗ୍ୟ ଯେ, ପାକିସ୍ତାନ ବିପକ୍ଷରେ ବିରାଟ ଉଚ୍ଚକୋଟୀର ପ୍ରଦର୍ଶନ କରନ୍ତୁ ବୋଲି ଭାରତୀୟ କ୍ରୀଡ଼ାପ୍ରେମୀ ଆଶା ରଖିଛନ୍ତି ।

ଭାରତ ଯୋଡ ଯାତ୍ରା ପରେ ଭାରତ ଯୋଡ ବିବାହକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା

ନନ୍ଦିଘୋଷ ବ୍ୟୁରୋ: ଗତବର୍ଷ ଭାରତ ଯୋଡ ଯାତ୍ରା ସାରା ଦେଶରେ ସୃଷ୍ଟି କରିଥିଲା ରାଜନୈତିକ ଉତ୍ସାହ। ଦେଇଥିବା ଏକତାର ବାର୍ତ୍ତା। ଦକ୍ଷିଣରୁ ଉତ୍ତର, ପୂର୍ବରୁ ପଶ୍ଚିମ- ସାରା ଦେଶରେ ସୃଷ୍ଟି କରିଥିଲା ସଂହତିର ବାର୍ତ୍ତା । ତେବେ ଭାରତ ଯୋଡ ଯାତ୍ରାକୁ ନେଇ ଯେପରି ଚର୍ଚ୍ଚା ଚାଲିଥିଲା ବର୍ତ୍ତମାନ ଭାରତ ଯୋଡ ବିବାହକୁ ନେଇ ସେତିକି ଚର୍ଚ୍ଚା ଚାଲିଛି। ଏହି ବିବାହ ହେଉଛି ଅଭିଳାଷା କୋତଓ୍ବାଲ ଓ ବିନାଲ ଓ୍ବିଲିୟମଙ୍କ ମଧ୍ୟରେ । ରାହୁଲ ଗାନ୍ଧୀ ନେତୃତ୍ବାଧୀନ ଭାରତ ଯୋଡ ଯାତ୍ରାରେ ଅନୁପ୍ରାଣିତ ହୋଇ ଅଭିଳାଷ ଓ ଓ୍ବିଲିୟମଙ୍କ ମଧ୍ଯରେ ଏହି ବିବାହ ଅନୁଷ୍ଠିତ ହେଉଛି।

ବଡ଼କଥା ହେଉଛି ଅଭିଳାଷା ଜାମ୍ମୁ ଓ ପଶ୍ଚିମବଙ୍ଗର ହୋଇଥିବାବେଳେ ଓ୍ବିଲିୟମ ପଞ୍ଜାବ ଓ କେରଳର । ନିମନ୍ତ୍ରଣ ପତ୍ରରେ ଅଭିଳାଷା ନିଜକୁ ଜାମ୍ମୁ ଓ ପଶ୍ଚିମବଙ୍ଗର ସୁକନ୍ୟା ବୋଲି ଦର୍ଶାଇଥିବାବେଳେ ଓ୍ବିଲିୟମଙ୍କୁ ପଞ୍ଜାବ ଓ କେରଳର ସୁପୁତ୍ର ବୋଲି ଦର୍ଶାଯାଇଛି । ବିବାହର ନାମ ରଖାଯାଇଛି ଭାରତ ଯୋଡ ବିବାହ । ଉତ୍ସବକୁ ସ୍ବତନ୍ତ୍ର ଭାବେ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ କରାଯାଇଛି । କାର୍ଡରେ ଦେଶର ଏକତା, ନ୍ୟାୟ ଓ ସଂହତି ପ୍ରତି ଗାନ୍ଧୀ ପରିବାରର ରହିଥିବା ଅଙ୍ଗୀକାରକୁ ଉଲ୍ଲେଖ କରାଯାଇଛି ।

ଭାରତ ଯୋଡ ଯାତ୍ରା ଯେପରି ସୀମା, ସରହଦ ନିର୍ବିଶେଷରେ ଭାରତୀୟତାକୁ ଉଦବୁଦ୍ଧ କରିଥିଲା ଠିକ୍ ସେହି ଆଦର୍ଶ ଅନୁସାରେ ଏହି ବିବାହ ହେଉଛି। ଏହି ବିବାହ ଉତ୍ତରପ୍ରଦେଶ ନୋଏଡାରେ ଆଜି ଅନୁଷ୍ଠିତ ହେବ। ଏହି ବିବାହର ବାସ୍ତବ ଆଦର୍ଶ ଅତ୍ୟୁଚ୍ଚରେ ବୋଲି ଚର୍ଚ୍ଚା ଚାଲିଛି। ନିମନ୍ତ୍ରଣ କାର୍ଡ ବି ଭାରତ ଯୋଡ ଯାତ୍ରା ପୋଷ୍ଟର ପରି ଚିତ୍ରଣ କରାଯାଇଛି। ପ୍ରିୟଙ୍କା ଗାନ୍ଧୀଙ୍କ ବିବାହ ବେଳେ ନିମନ୍ତ୍ରଣ କାର୍ଡ ପ୍ରସ୍ତୁତ କରିଥିଲେ ଅଭିଳାଷାଙ୍କ ମା। ଝିଅଙ୍କ ବିବାହ ଲାଗି ଅଭିଳାଷାଙ୍କ ମା ଉଭୟ ରାହୁଲ ଓ ପ୍ରିୟଙ୍କାଙ୍କୁ ତାଙ୍କ ଘରେ ପହଞ୍ଚି କାର୍ଡ ଦେଇଥିବା ସୂଚନା ମିଳିଛି। କେବଳ ସୋସିଆଲ ମିଡିଆରେ ନୁହେଁ ରାଜନୈତିକ ସ୍ତରରେ ବି ଏହି ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ୨୧ ଓ ୨୨ ତାରିଖରେ ବିବାହ ଉତ୍ସବ ନେଇ କାର୍ଡରେ ଦର୍ଶାଯାଇଛି।

କୋଟି କୋଟି ଟଙ୍କାର ସମ୍ପତ୍ତି ଦାନ କଲେ ତିନି ଭଉଣୀ

ପୁରୀ: ମହାନତା ଦେଖାଇଲେ ତିନି ଭଉଣୀ। କୋଟି କୋଟି ଟଙ୍କାର ସମ୍ପତ୍ତି ଦାନ କଲେ ତିନି ଭଉଣୀ। ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ସୁଶୀଲ ଆଡ଼ିଆଙ୍କ ତିନି ଝିଅ  ରୀନା ପାଲ, ସ୍ମିତା ଭଟାଚାର୍ଯ୍ୟ ଓ ଅନିତା ଦେ ନିଜର ସମ୍ପତ୍ତିକୁ  ପଞ୍ଚୁ ଦୋଳ ମେଳଣ କମିଟିକୁ ଦାନ କରିଛନ୍ତି । ନିଜର ୩୫ ଡ଼ିସିମିଲ  ସମ୍ପତ୍ତିକୁ ହସିହସି ଦାନ କରିଛନ୍ତି ତିନି ଭଉଣୀ।

ସୂଚନା ଅନୁଯାୟୀ, ପଞ୍ଚୁ ଦୋଳ କମିଟି ପ୍ରାୟ ଦେଢ଼ ଶହ ବର୍ଷ ପୁରୁଣା ହୋଇଥିବା ବେଳେ ଏହି ମେଳଣ ପଡିଆ ଉକ୍ତ ତିନି ଭଉଣୀଙ୍କର ପୈତୃକ ସମ୍ପତ୍ତି ଥିଲା। ମେଳଣର ଭବିଷ୍ୟତ କାମନା କରି ତିନି ଭଉଣୀ ଏଭଳି ନିଷ୍ପତ୍ତି ନେଇଛନ୍ତି। ମେଳଣର ଭବିଷ୍ୟତ କାମନା କରି ତିନି ଭଉଣୀଙ୍କ ଏଭଳି ନିଆରା ଉଦ୍ୟମ ଓଡ଼ିଆ କଳା ସଂସ୍କୃତିକୁ ବଜାୟ ରଖିବାରେ ସହାୟକ ହେବ ବୋଲି ଆଶା କରାଯାଉଛି। ତାଙ୍କର ଏଭଳି ନିସ୍ଵାର୍ଥପର ମନୋବୃତ୍ତି ପାଇଁ ସବୁ ମହଲରେ ପ୍ରଶଂସାର ସୁଅ ଛୁଟିଛି।