spot_img
Home Blog Page 1059

ପ୍ରଶାସନିକ ଅବହେଳାର କରୁଣ ପରିଣତି, ବର୍ଦ୍ଧିତ ଭତ୍ତା ପାଇଁ ୧୭ କିମି ଚାଲିଲେ ଦିବ୍ୟାଙ୍ଗ

କେନ୍ଦ୍ରାପଡ଼ା : ଅଣ୍ଟା ନଇଁ ଯାଇଛି । ସିଧା ହୋଇ ଚାଲି ପାରୁନାହାନ୍ତି । ତଥାପି ବର୍ଦ୍ଧିତ ଭତ୍ତା ପାଇଁ ୧୭ କିଲୋ ମିଟର ଚାଲିଲେ ଦିବ୍ୟାଙ୍ଗ । କୌଣସି ଉପାନ୍ତ ଅଞ୍ଚଳର ନୁହେଁ ବରଂ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ଏ ଦୃଶ୍ୟ ଆପଣଙ୍କୁ ମର୍ମାହତ କରିବ । ସରକାର ଓ ପ୍ରଶାସନର ଅବହେଳା ଯୋଗୁଁ ଭତ୍ତା ବୃଦ୍ଧି ପାଇଁ ନିଜ ଗାଁ ନରସିଂହପୁରରୁ ଡେରାବିଶ ବ୍ଲକ ପର୍ଯ୍ୟନ୍ତ ୧୭ କିଲୋ ମିଟର ଚାଲିଚାଲି ଆସିଲେ ୬୧ ବର୍ଷୀୟ ଦିବ୍ୟାଙ୍ଗ ଭାଗ୍ୟଧର ଖଟୁଆ ।

ଡେରାବିଶ ବିଡିଓଙ୍କୁ ଓ ସାମାଜିକ ସୁରକ୍ଷା ବିଭାଗରେ ନିଜ ଭତ୍ତା ୧୨ଶହ ଟଙ୍କାରୁ ୩ ହଜାର ୫ଶହ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିବେଦନ କରିଛନ୍ତି । ଭାଗ୍ୟଧରଙ୍କ ଶରୀର ଷତପ୍ରତିଶତ ଦିବ୍ୟାଙ୍ଗ ପାଲଟି ଯାଇଥିବା ବେଳେ ୮୦ ପ୍ରତିଶ ହାଣ୍ଡିକାପ୍ଟ ସାର୍ଟିଫିକେଟ ଅଛି । ସରକାରୀ ନିୟମ ମୁତାବକ ତିନି ହଜାର ପାଞ୍ଚ ଶହ ଟଙ୍କା ଦିବ୍ୟାଙ୍ଗ ଭତ୍ତା ପାଇବା କଥା । ଯୋଗ୍ୟତା ପ୍ରମାଣ ପତ୍ର ଥାଇବି ପ୍ରଶାସନିକ ଅବହେଳା କାରଣରୁ ଭାଗ୍ୟଧର ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ ରହିଛନ୍ତି । ଘଟଣାର ତଦନ୍ତ କରି ସୁବିଧା ଯୋଗାଇବେ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲପାଳ । ଡବଲ ଇଞ୍ଜିନ ସରକାର ପ୍ରଚାର ସର୍ବସ୍ଵ । ସରକାରୀ କଳର ନିଷ୍କ୍ରିୟତା ଯୋଗୁଁ ପ୍ରକୃତ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା କହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ଜନଶକ୍ତି ପାର୍ଟି ରାଜ୍ୟ ସଭାପତି ପ୍ରଦୀପ ଦାଶ ।

ବଲିଉଡର ମ୍ୟୁଜିକ କମ୍ପୋଜର ବିଶାଲ ଦଦଲାନିଙ୍କ ଦୁର୍ଘଟଣା

ମୁମ୍ୱାଇ: ବଲିଉଡର ପ୍ରସିଦ୍ଧ ମ୍ୟୁଜିକ କମ୍ପୋଜର ବିଶାଲ ଦଦଲାନି ଦୁର୍ଘଟଣାର ଶିକାର ହୋଇଛନ୍ତି। ଦୁର୍ଘଟଣାର ଶିକାର ହେବା ପରେ ବିଶାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ମହାରାଷ୍ଟ୍ର ପୁନେରେ ଏକ କନସର୍ଟ ହେବାକୁ ଥିବା ବେଳେ ତାହାକୁ ସ୍ଥଗିତ ରଖାଯାଇଛି । ବିଶାଲ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ଏବଂ ସୁସ୍ଥ ହେବା ପରେ, ସେ ଖୁବ୍ ଶୀଘ୍ର ତାଙ୍କ କନସର୍ଟ ବିଷୟରେ ସୂଚନା ଦେବେ ବୋଲି କହିଛନ୍ତି ।

ବିଶାଲ ଦଦଲାନିଙ୍କ ସହ ଘଟିଥିବା ଦୁର୍ଘଟଣା ବିଷୟରେ ଅଧିକ ସୂଚନା ପ୍ରକାଶ କରାଯାଇ ନାହିଁ । ବିଶାଲ ଦଦଲାନୀ ନିଜ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରିଛନ୍ତି । ସେ ଲେଖିଛନ୍ତି, ମୋର ଏକ ଛୋଟ ଦୁର୍ଘଟଣା ଘଟିଥିଲା । ଶୋ’ ବିଷୟରେ କହିବାକୁ ଗଲେ ବର୍ତ୍ତମାନ ଏହାକୁ ସ୍ଥଗିତ ରଖାଯାଇଛି । କିନ୍ତୁ ପୁଣି କେବେ ହେବ ତାହା ଘୋଷଣା କରାଯାଇ ନାହିଁ । ମୁଁ ଶୀଘ୍ର ଫେରିବି, ତୁମ ସମସ୍ତଙ୍କୁ ଅପଡେଟ୍ ରଖିବି । ବିଶାଲଙ୍କ ସହିତ, ଆୟୋଜକମାନେ ମଧ୍ୟ ସେମାନଙ୍କ ସୋସିଆଲ ମିଡିଆରେ ଏ ବିଷୟରେ ସୂଚନା ଦେଇଛନ୍ତି।

ପୁଣେରେ ଏହି କନସର୍ଟ ମାର୍ଚ୍ଚ ୨ ରେ ହେବାର ଥିଲା ଏବଂ ବର୍ତ୍ତମାନ ଦ୍ୱିତୀୟ ତାରିଖ ବିଷୟରେ କୌଣସି ଅପଡେଟ୍ ନାହିଁ । କନସର୍ଟ ତାରିଖ ପରିବର୍ତ୍ତନ ହୋଇଥିବାରୁ ଟିକେଟ କରିଥିବା ଲୋକଙ୍କୁ ପଇସା ରିଫଣ୍ଡ କରାଯିବ ବୋଲି କୁହାଯାଇଛି । ଖୁବଶୀଘ୍ର ଲୋକଙ୍କ ଆକାଉଣ୍ଟକୁ ପଇସା ଯିବ।

ଗିରଫ ହେଲେ କୋଟିପତି ଅଧିକାରୀ, ଆଜି କରାଯିବ କୋର୍ଟ ଚାଲାଣ

କୋରାପୁଟ : ଗିରଫ ହେଲେ କୋଟିପତି ଅଧିକାରୀ । କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ବାଟସାନ ପଞ୍ଚାୟତର ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ଏସ. ପାର୍ଥ ସାରଥି ବିଷୋୟୀଙ୍କୁ ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ ଟିମ୍ । ଆଜି ତାଙ୍କୁ କୋର୍ଟ ଚାଲାଣ କରିବ ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ପାର୍ଥ ସାରଥିଙ୍କ ବିଷୋୟୀଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସର ଟିମ୍ ।

ବୋରିଗୁମା ଚମ୍ପିଆସ୍ଥିତ ବାସଭବନ, ଭାଇଙ୍କ ଘର, ସମ୍ପର୍କୀୟଙ୍କ ଘର, ଚମ୍ପିଆସ୍ଥିତ ସାଇକ୍ରିଷ୍ଣା ଏଣ୍ଟରପ୍ରାଇଜେସ, ବୋରିଗୁମା ସ୍ଥିତ ତିନି ମହଲା କୋଠା, କୋଟପାଡ ବ୍ଲକ ବାଟସାନସ୍ଥିତ ଅଫିସରେ ଚଢ଼ାଉ କରିଥିଲା ଟିମ୍ । ଚଢ଼ାଉରେ ଏସ. ପାର୍ଥ ସାରଥି ବିଷୋୟୀଙ୍କ ୩ଟି ବହୁତଳ କୋଠା, ୧୬ଟି ଦାମୀ ପ୍ଲଟ୍, କାଜୁ ପ୍ରସେସିଂ ପ୍ଲାଣ୍ଟ, ୨୮୫ ଗ୍ରାମ ସୁନା ଅଳଙ୍ଗାର, ନଗଦ ୨ଲକ୍ଷ ୪୫ ହଜାର ଟଙ୍କା, ୨ଟି କଂକ୍ରିଟ୍ ମିକ୍ସର ମେସିନ୍‌‌, ୨ଟି ଧାନ ଥ୍ରେସର, ୩ଟି ଟ୍ରାକ୍ଟର, ଗୋଟିଏ ପାଣି ଟ୍ୟାଙ୍କର, ଗୋଟିଏ ବୋଲେରୋ ଗାଡ଼ି ଜବତ କରିଛି ଭିଜିଲାନ୍ସ ଟିମ୍ ।

‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍’ ସମସ୍ତ ଏପିସୋଡ୍ ଡିଲିଟ୍ କଲେ ସମୟ ରାଇନା

ନନ୍ଦିଘୋଷ ବ୍ୟୁରୋ : ହାସ୍ୟ ଅଭିନେତା ସମୟ ରୈନା ତାଙ୍କ ସୋ’କୁ ନେଇ ହୋଇଥିବା ବିବାଦ ଉପରେ ନୀରବତା ଭଙ୍ଗ କରିଛନ୍ତି। ତାଙ୍କ ସୋ’ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍‌ର ଏକ ସାମ୍ପ୍ରତିକ ଏପିସୋଡ୍‌ରେ ପ୍ରଦର୍ଶିତ ଅଶ୍ଳୀଳ ହାସ୍ୟରସକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏବେ ସେ ଏହାକୁ ନେଇ କହିଛନ୍ତି କି ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ହସାଇବା।

ଏହା ଛଡ଼ା ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍ ଉପରେ ବିବାଦ ପରେ, ଏବେ ଶୋ’ର ଆୟୋଜକ ସମୟ ରାଇନା ଶୋ’ର ସମସ୍ତ ଏପିସୋଡ୍ ଡିଲିଟ୍ କରିଦେଇଛନ୍ତି। ସେ ଏକ୍ସ’ରେ ପୋଷ୍ଟ କରି ଚାଲିଥିବା ବିବାଦ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଏସବୁକୁ ସମ୍ଭାଳିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ଥିଲା। ଏହା ବ୍ୟତୀତ, ସମୟ ଏହା ମଧ୍ୟ କହିଛନ୍ତି ଯେ ସେ ଏହି ସମ୍ପୂର୍ଣ୍ଣ ମାମଲାରେ ଏଜେନ୍ସିଗୁଡ଼ିକୁ ପୂର୍ଣ୍ଣ ସହଯୋଗ କରିବେ।

ସମୟ ରୈନ ତାଙ୍କ ପୋଷ୍ଟରେ ଲେଖିଛନ୍ତି , ‘ଯାହା ଘଟୁଛି ତାହା ମୋ ପାଇଁ ବହୁତ ଅଧିକ।’ ମୁଁ ମୋ ଚ୍ୟାନେଲରୁ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍’ର ସମସ୍ତ ଭିଡିଓ ହଟାଇ ଦେଇଛି। ମୋର ଏକମାତ୍ର ଲକ୍ଷ୍ୟ ଥିଲା ଲୋକଙ୍କୁ ହସାଇବା ଏବଂ ସେମାନଙ୍କୁ ଏକ ଭଲ ସମୟ ଦେବା। ସମସ୍ତ ଏଜେନ୍ସିଗୁଡ଼ିକର ତଦନ୍ତ ନିରପେକ୍ଷ ଭାବରେ ସମାପ୍ତ ହେବା ନିଶ୍ଚିତ କରିବା ପାଇଁ ମୁଁ ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରିବି। ଧନ୍ୟବାଦ।

ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟରୁ ଝଟକା, ଶୀଘ୍ର ଶୁଣାଣି କରିବାକୁ ମନାକଲେ କୋର୍ଟ

ନନ୍ଦିଘୋଷ ବ୍ୟୁରୋ : ରଣବୀର ଆହ୍ଲାବାଦିଆଙ୍କ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ସୁପ୍ରିମକୋର୍ଟରେ ତାଙ୍କୁ ନିରାଶ ହେବାକୁ ପଡିଛି । ଶ୍ରୀଘ୍ର ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ ।

ରଣବୀରଙ୍କ ବିରୋଧରେ ଦିଆଯାଇଥିବା ସବୁ ଏତଲାକୁ ଏକାଠି କରି ସୁପ୍ରିମକୋର୍ଟରେ ଶୁଣାଣି କରିବାକୁ ସେ ଆବେଦନ କରିଥିଲେ। ଏହା ସହିତ ସେ ଆଗୁଆ ଜାମିନ ମଧ୍ୟ ମାଗିଛନ୍ତି। ତାଙ୍କୁ ଗିରଫ କରାଯିବାର ଆଶଙ୍କା କରି ଆଗୁଆ ଜାମିନ ମାଗିଥିଲେ ରଣବୀର। କିନ୍ତୁ ସୁପ୍ରିମକୋର୍ଟ ତାଙ୍କୁ ଝଟକା ଦେଇଛି । କୋର୍ଟ ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଛନ୍ତି।

ସୂଚନା ଅନୁଯାୟୀ, ବିଭିନ୍ନ ରାଜ୍ୟରେ ରଣବୀରଙ୍କ ନାମରେ ଏତଲା ରୁଜୁ ହୋଇଛି । ଆସାମର ଗୁଆହାଟୀରେ ତାଙ୍କ ବିରୋଧରେ ଏତଲା ହୋଇଛି। ହାଜର ହେବା ପାଇଁ ଗୁଆହାଟୀ ପୋଲିସ ସମନ୍ ବି କରିଛି। ୟୁଟ୍ଯୁବ ରିଏଲିଟି ସୋ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟର ବିବାଦୀୟ ମନ୍ତବ୍ୟ ପାଇଁ ରଣବୀରଙ୍କ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ଏକାଧିକ ଏତଲା ଦିଆଯାଇଛି। ସମୟ ରୈନାଙ୍କ ଦ୍ଵାରା ହୋଷ୍ଟ କରାଯାଇଥିବା ଏହି ରିୟଲିଟି ସୋର ଭିଡିଓକୁ ଡିଲିଟ୍ କରାଯାଇଛି। ତୁରନ୍ତ ଶୁଣାଣି ପାଇଁ ରଣବୀରଙ୍କ ପକ୍ଷରୁ ଆବେଦନ କରାଯାଇଥିଲେ ମଧ୍ୟ କୋର୍ଟ ତାକୁ ଗ୍ରହଣ କରି ନାହାନ୍ତି। କୋର୍ଟର ରେଜେଷ୍ଟ୍ରିଙ୍କ ପାଖକୁ ଯିବାକୁ କୋର୍ଟ ପରାମର୍ଶ ଦେଇଥିଲେ। ମାମଲାର କେବେ ଶୁଣାଣି ହେବ ତାହା ଜଣାପଡ଼ିନାହିଁ। ୟୁଟ୍ଯୁବ ରିୟଲିଟି ସୋ ରେ ରଣବୀର ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ସାରା ଦେଶରେ କ୍ଷୋଭ ପ୍ରକାଶ ପାଇଛି। ତାଙ୍କ ମନ୍ତବ୍ଯକୁ ସବୁ ମହଲରେ ନିନ୍ଦା କରାଯାଇଛି।

 

 

ଅତ୍ୟାଧୁନିକ ଶକ୍ତିଶାଳୀ ଯୁଦ୍ଧ ବିମାନ F-35 କିଣିବାକୁ ଭାରତକୁ ଅଫର୍ ଦେଲା ଆମେରିକା

ନନ୍ଦିଘୋଷ ବ୍ୟୁରୋ : ବିଶ୍ଵର ଅତ୍ୟାଧୁନିକ ଶକ୍ତିଶାଳୀ ଯୁଦ୍ଧ ବିମାନ F-35 କିଣିବାକୁ ଭାରତକୁ ଅଫର୍ ଦେଇଛି ଆମେରିକା। ମୋଦିଙ୍କ ଆମେରିକା ଗସ୍ତ ବେଳେ ଟ୍ରମ୍ପ ଏହି ଅଫର୍ ଦେଇଛନ୍ତି। ଯଦି ଡିଲ୍ ସଫଳ ହୁଏ, ଏହା ପ୍ରତିରକ୍ଷା କ୍ଷେତ୍ରରେ ଗେମ୍ ଚେଞ୍ଜର୍ ହେବ। କାରଣ F-35 ହେଉଛି ଅତ୍ୟାଧୁନିକ ଯୁଦ୍ଧ ବିମାନ।

F-35 ଯୁଦ୍ଧ ବିମାନ ହେଉଛି ସୁପର୍ ସୋନିକ୍ ପଞ୍ଚମ ଜେନେରେସନ ଷ୍ଟିଲଥ ଫାଇଟର୍ ପ୍ଲେନ୍ ଯାହାକୁ ରାଡାର ମଧ୍ୟ ଧରିପାରେ ନାହିଁ। ସୁପର୍ ସୋନିକ୍ ଅର୍ଥ ହେଲା ଶବ୍ଦଠାରୁ ମଧ୍ୟ ଏହା ଅଧିକ ବେଗରେ ଗତି କରେ। ଶତ୍ରୁ ପକ୍ଷ ଉପରେ ଏମିତି ଆକ୍ରମଣ କରେ, ଯେ କେହି ବର୍ତ୍ତିବା ମୁସ୍କିଲ। କିନ୍ତୁ ତାକୁ କେହି ଧରି ପାରିବେ ନାହିଁ। ଏଥିରେ ଲାଗିଛି ଆଡଭାନସ ଇଲେକଟ୍ରୋନିକ ଅସ୍ତ୍ରଶସ୍ତ୍ର, ଅତ୍ୟନ୍ତ ଦକ୍ଷ ସେନସର୍। ବହୁ ଦୂରରୁ ଶତ୍ରୁ ପକ୍ଷର ବିମାନ ଓ ଟାର୍ଗେଟକୁ ଏହା ଲକ୍ଷ୍ୟଭେଦ କରିପାରିବ। ଏହି କାରଣରୁ F-35 ବିମାନ ଯଦି ଭାରତ କିଣେ, ତେବେ ବାୟୁସେନାର ଶକ୍ତି ବହୁଗୁଣିତ ହେବ। କିନ୍ତୁ ଏହାର ଦାମ୍ ବହୁତ। ଏଣ୍ଟ୍ରି ଭର୍ସନର ଗୋଟିଏ F-35 ର ମୂଲ୍ୟ ୮ କୋଟି ଡଲାର। ଅର୍ଥାତ୍ ପ୍ରାୟ ୬୮୦ କୋଟି ଟଙ୍କା। ପ୍ରିମିୟମ ସେଗମେଣ୍ଟରେ ଏହାର ଦାମ୍ ପ୍ରାୟ ହଜାରେ କୋଟି ଟଙ୍କା। ଦାମ୍ ସହିତ ମେଣ୍ଟାନାନ୍ସ ମଧ୍ୟ ବହୁତ। ଏକ ଘଣ୍ଟା ଉଡ଼ିଲେ ଖର୍ଚ୍ଚ ହୋଇଥାଏ ୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୁଏ।

ଅଷ୍ଟ୍ରେଲିଆ, ବ୍ରିଟେନ, ଇଟାଲି, ନରୱେକୁ ମଧ୍ୟ ଏହି ବିମାନ ଆଗରୁ ଦେଇଛି ଆମେରିକା। ଜାପାନ, ଦକ୍ଷିଣ କୋରିଆ ଓ ଇସ୍ରାଏଲ ମଧ୍ୟ ଏହି ବିମାନ କିଣିବାକୁ ଅର୍ଡର ଦେଇଥିବା ଜଣାପଡ଼ିଛି। ଯଦି ଭାରତ ଏହି F 35 ବିମାନ କିଣେ, ତେବେ ନାଟୋ ସଦସ୍ୟ ନ ହୋଇ ମଧ୍ୟ ଏହି ବିମାନ ହାସଲ କରିବାରେ ପ୍ରଥମ ଦେଶ ହେବ ଭାରତ।

ଭାଲେଣ୍ଟାଇନ୍ସ ଡେ’ରେ ସୋସିଆଲ ମିଡିଆରେ ଘୂରିବୁଲୁଛି କପଲଙ୍କ ଏଗ୍ରିମେଣ୍ଟ

ନନ୍ଦିଘୋଷ ବ୍ୟୁରୋ : ପ୍ରେମୀଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ସ ଡେ ଏକ ସ୍ବତନ୍ତ୍ର ଦିନ। ଏହି ଦିନରେ, ଦମ୍ପତିମାନେ ପରସ୍ପରକୁ ଶୁଭେଚ୍ଛା ଜଣାନ୍ତି ଏବଂ ପରସ୍ପରକୁ ପ୍ରେମ ନିବେଦନ କରନ୍ତି। ଏହି ଦିନଟିକୁ ଦମ୍ପତିମାନେ ସ୍ବତନ୍ତ୍ର କରିବାକୁ ଚେଷ୍ଟା କରନ୍ତି। ହେଲେ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଏକ ଭାଲେଣ୍ଟାଇନ ଏଗ୍ରିମେଣ୍ଟ । ଯାହା ହେଉଛି  ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଏକ ଭାଲେଣ୍ଟାଇନ ଚୁକ୍ତିନାମା। ଏଥିରେ ଦମ୍ପତି ଘରର ନିୟମାବଳୀ ଉଲ୍ଲେଖ କରିଛନ୍ତି, ଯାହା ଦ୍ୱାରା ବାରମ୍ବାର ଯୁକ୍ତିତର୍କକୁ ଏଡାଯାଇପାରିବ ଏବଂ ପ୍ରେମ ପୁଣି ଥରେ ଗଢି ଉଠିବ।

ଚୁକ୍ତିନାମାରେ କୁହାଯାଇଛି, ‘ଭାଲେଣ୍ଟାଇନ୍ସ ଡେ ଅବସରରେ, ଶୁଭମ ଏବଂ ଅନାୟ ନାମକ ଦମ୍ପତ୍ତି ଉଭୟ ପକ୍ଷଙ୍କ ପାଇଁ କିଛି ଘର ନିୟମ ସ୍ଥିର କରିବେ ଯାହା ଦ୍ୱାରା ବାରମ୍ବାର ଯୁକ୍ତିତର୍କ ଏଡାଇବା ଏବଂ ବିବାହର ପ୍ରେମକୁ ପୁନଃ ଜାଗ୍ରତ କରାଯାଇପାରିବ । କାରଣ ଶୁଭମ ତାଙ୍କ ବ୍ୟବସାୟରେ ବହୁତ ବ୍ୟସ୍ତ ରହୁଥିବାରୁ ଏଭଳି ସମସ୍ୟା ଉପୁଜିଛି। ଦୁହେଁ ପାଳନ କରିବାକୁ ଥିବା ନିୟମଗୁଡ଼ିକର ଏକ ତାଲିକା ମଧ୍ୟ ପ୍ରସ୍ତୁତ କରିଛନ୍ତି।

ଏହାଛଡ଼ା ଯଦି ଦମ୍ପତିମାନେ ଚୁକ୍ତିନାମା ପାଳନ ନ କରନ୍ତି ତେବେ କ’ଣ ହେବ ତାହା ମଧ୍ୟ ଚୁକ୍ତିନାମାରେ ଉଲ୍ଲେଖ କରାଯାଇଛି। ଚୁକ୍ତିନାମାରେ କୁହାଯାଇଛି ଯେ ଯଦି କୌଣସି ପକ୍ଷ ଏହି ନିୟମ ପାଳନ କରିବାରେ ବିଫଳ ହୁଅନ୍ତି, ତେବେ ଚୁକ୍ତିନାମା ଶେଷ ହେବ ଏବଂ ଦାୟୀ ପକ୍ଷକୁ ୩ ମାସ ପାଇଁ ଘରର କାମ ଯେପରିକି ପୋଷାକ ଧୋଇବା, ବାଥରୁମ୍‌ ସଫା କରିବା, ରାଶନ କିଣିବା ଇତ୍ୟାଦି ଖର୍ଚ୍ଚ ବହନ କରିବାକୁ ପଡିବ।

ଏହି ଚୁକ୍ତିପତ୍ରର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପୋଷ୍ଟରେ ୟୁଜର୍ସମାନେ ମଜାଳିଆ କମେଣ୍ଟ ମଧ୍ୟ ଦେଇଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଏହା ବହୁତ ଭଲ। ଏହା ଏକ ସୁନ୍ଦର ସଂଘର୍ଷ ଯାହାକୁ ମୁଁ ସମର୍ଥନ କରେ।’ ଆଉ ଜଣେ ଲେଖିଛନ୍ତି, ‘ଏହା ଏକ ମହାନ ସଂଘର୍ଷ। ଏହା ପ୍ରକୃତରେ ସୁନ୍ଦର ଏବଂ ପ୍ରଭାବଶାଳୀ। ଏହା ସହିତ, ଏହା ଦର୍ଶାଉଛି ଯେ ସେମାନେ ସେମାନଙ୍କ ବିବାହ ଉପରେ କାମ କରୁଛନ୍ତି।’ ଆଉ ଜଣେ ୟୁଜର ମନ୍ତବ୍ୟ ଦେଇଛନ୍ତି, ‘ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶୁଭମ ଚୁକ୍ତିପତ୍ରରେ ସ୍ବାକ୍ଷର କରିନାହାଁନ୍ତି’।

କୋଲକାତାରେ ୧୪ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

ନନ୍ଦିଘୋଷ ବ୍ୟୁରୋ : କୋଲକାତାରେ ପୁଣି ଥରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଆରଜି କର ମାମଲା ପରେ, ଏବେ ଜଣେ ୧୪ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । କୋଲକାତାର ନ୍ୟୁ ଟାଉନ ଅଞ୍ଚଳରେ ଏହି ଘଟଣା ଘଟିଛି । ଜଣେ ଇ-ରିକ୍ସା ଡ୍ରାଇଭର ନାବାଳିକାକୁ ଦୁଷ୍କର୍ମ କରିବା ସହ ବେକର ହାଡ ଭାଙ୍ଗି ହତ୍ୟା କରିଛି।

ସୂଚନା ଅନୁୟାୟୀ, ଝିଅଟି ୮ମ ଶ୍ରେଣୀର ଛାତ୍ରୀ । ଘଟଣାଟି ଗତ ଶୁକ୍ରବାର ଘଟିଥିଲା । ନ୍ୟୁ ଟାଉନ୍ ଅଞ୍ଚଳରୁ ପୋଲସକୁ ଝିଅଟିର ମୃତଦେହ ମିଳିଥିଲା । ଏହା ପରେ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ମୃତଦେହ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ଅନୁଯାୟୀ, ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଜଣାପଡିଥିଲା ।

ମାମଲାର ତଦନ୍ତ କରିବା ସମୟରେ, ପୋଲିସ ସିସିଟିଭି ଆଧାରରେ ଜାଣିବାକୁ ପାଇଲା ଯେ ସୌମିତ୍ର ରାୟ ନାମକ ଜଣେ ଇ-ରିକ୍ସା ଡ୍ରାଇଭର ଝିଅଟିକୁ ତାଙ୍କ ଇ-ରିକ୍ସାରେ ନେଇଥିଲେ। ଯେତେବେଳେ ପୋଲିସ ଏହି ଇ-ରିକ୍ସା ଚାଳକଙ୍କୁ ହେପାଜତକୁ ନେଇ ପଚରାଉଚରା କରିଥିଲା  ସେତେବେଳେ ଡ୍ରାଇଭରଟି ସତ ମାନିଥିଲା । ପୋଲିସ ସୂଚନା ଅନୁଯାୟୀ, ଡ୍ରାଇଭରଟି ଝିଅଟିକୁ ପ୍ରାୟ ୩ ଘଣ୍ଟା ଧରି ଇ-ରିକ୍ସାରେ ବୁଲାଇଥିଲା। ଏହା ପରେ ସେ ଝିଅଟିକୁ ଜଙ୍ଗଲକୁ ନେଇ ରଶିରେ ଝିଅଟିକୁ ରଶିରେ ଗଳାକାକୁ ଚିପି ହତ୍ୟା କରିଥିଲା । ହତ୍ୟା ପରେ, ଅଭିଯୁକ୍ତ ମୃତଦେହ ସହ ଦୁଷ୍କର୍ମ କରିଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲଣ କରିଛି ।

 

 

 

ଅନଲାଇନରେ ଲାପଟପ କିଣିବା ପଡିଲା ମହଙ୍ଗା ; ଲାପଟପ ବଦଳରେ ଆସିଲା ମାର୍ବଲ ପଥର

ସମ୍ବଲପୁର : ଅନଲାଇନରେ ଲାପଟପ କିଣିବା ପଡିଲା ମହଙ୍ଗା  । ଲାପଟପ ବଦଳରେ ଆସିଲା ମାର୍ବଲ ପଥର  । ଠକାମିର ଶିକାର ହୋଇଛନ୍ତି ସମ୍ବଲପୁର ଟାଉନ ଥାନା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଥିବା ଏକ କ୍ଲିନିକ ମାଲିକ  । ଗତ ୪ ତାରିଖ ସେ ଅନଲାଇନ ରେ ୬୧ ହଜ଼ାର ଟଙ୍କା ଅଗ୍ରିମ ଦେଇ ଏକ ଲାପଟପ ଅର୍ଡର କରିଥିଲେ  । ଗତକାଲି ତାଙ୍କ ପାଖକୁ ଏକ ପ୍ୟାକେଟ ପହଞ୍ଚିଥିଲା  । ପ୍ୟାକେଟ ଖୋଲିବା ବେଳକୁ ସେଥିରେ ଲାପଟପ ବଦଳରେ ଏକ ମାର୍ବଲ ପ୍ଲେଟ ଥିବା ଦେଖିବାକୁ ପାଇଥିଲେ  । ସେ ତୁରନ୍ତ ଅନଲାଇନ ଟ୍ରେଡିଙ୍ଗ କମ୍ପାନୀ ଶହ ଯୋଗା ଯୋଗ କରିଥିଲେ। ହେଲେ କୌଣସି ଉତ୍ତର ମିଳି ନଥିଲା। ଏନେଇ ଟାଉନ ଥାନାରେ ସେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ବିଧାନସଭା ସମ୍ମୁଖରେ ମିଶନଶକ୍ତି ମହିଳାଙ୍କ ଗର୍ଜନ

ଭୁବନେଶ୍ୱର : ବିଧାନସଭା ସମ୍ମୁଖରେ ମିଶନଶକ୍ତି ମହିଳାଙ୍କ ଗର୍ଜନ । ଭୁବନେଶ୍ଵର ଲୋୟର୍ ପିଏମଜିରେ ପୁଣି ଧାରଣାରେ ବସିଲେ ମିଶନ ଶକ୍ତି ମହିଳା ।  ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ବସିଛନ୍ତି । ନାରାବାଜିରେ କମ୍ପିଲା ଗାନ୍ଧୀ ମାର୍ଗ । ଦୁଇ ଦିନରେ ପହଞ୍ଚିଲା ମିଶନ ଶକ୍ତି ମାଆ ମାନଙ୍କ ଆନ୍ଦୋଳନ । ଓଡ଼ିଶା ଜୀବିକା ମିଶନ ଓ ମିଶନଶକ୍ତି ଅଧିନରେ କାର୍ଯ୍ୟରତ ଇସି ସଦସ୍ୟମାନେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଛନ୍ତି ।

ରିଷ୍ଟ୍ରକଚରିଂ ବ୍ୟବସ୍ଥା ବନ୍ଦ କରିବା ସହ ସ୍ଥାୟୀ ନିଯୁକ୍ତି କରିବା ପାଇଁ ଦାବି କରିଛନ୍ତି ହଜାର ହଜାର ମହିଳା । ଏହା ସହିତ ବକେୟା ଭତ୍ତା ପ୍ରଦାନ ସହ ମିଶନଶକ୍ତି ଏବଂ ଜୀବିକା ମିଶନରେ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କ ୫ ବର୍ଷିଆ ଚୁକ୍ତି ବାତିଲ କରି ସ୍ଥାୟୀ କରିବା, ମିଶନଶକ୍ତି ବିଭାଗ ରାଜ୍ୟର ସମସ୍ତ ମହିଳାଙ୍କ ଜୀବିକା ଅର୍ଜନର ରାହାକୁ ରାଜ୍ୟ ସରକାର ସୁନିଶ୍ଚିତ କରିବାକୁ ମହିଳା ଦାବି କରିଛନ୍ତି । ସେହିଭଳି ସ୍ଵୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟ ମାନଙ୍କୁ ମାସିକ ଏକ ହଜାର ଟଙ୍କା ହାରରେ ମହିଳା ସଶକ୍ତିକରଣ ଭତ୍ତା ପ୍ରଦାନ କରିବାକୁ ଦାବି କରାଯାଇଛି ।