ନନ୍ଦିଘୋଷ ବ୍ୟୁରୋ : ଓଲିଉଡ୍ ସୁପର୍ଷ୍ଟାର ଅନୁଭବ ମହାନ୍ତି ଓ ସାମ୍ବାଦିକା ଜାଗୃତି ଶୁକ୍ଳା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୀର୍ଘଦିନର ସମ୍ପର୍କ ପରେ ଉଭୟ ମଙ୍ଗଳବାର ଦିଲ୍ଲୀ ତ୍ୟାଗରାଜସ୍ଥିତ ଜଗନ୍ନାଥ ମନ୍ଦିରରେ ବିବାହ କରିଛନ୍ତି। ପରିବାରବର୍ଗ ଓ କେତେଜଣ ହାତଗଣତି ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଏହି ବିବାହ ଉତ୍ସବ ସମ୍ପନ୍ନ ହୋଇଛି। ମାର୍ଚ୍ଚ ୮ରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ନିର୍ବନ୍ଧ ଫଟୋ ସାମ୍ନାକୁ ଆସିବା ପରଠୁ ଉଭୟଙ୍କ ବିବାହକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିଲା। ଏବେ ବିବାହ ଉତ୍ସବ ସମ୍ପନ୍ନ ପରେ ସାମାଜିକ ଗଣମାଧ୍ୟମରେ ଅନୁଭବ ଓ ଜାଗୃତିଙ୍କ ବିବାହ ବେଳର ଭିଡିଓ ଭାଇରାଲ ହେଉଛି ।
ଚାମ୍ପିୟନ୍ସ ଟ୍ରଫି ପରେ ଏବେ ଗମ୍ଭୀରଙ୍କ ଆଗରେ ନୂଆ ଚ୍ୟାଲେଞ୍ଜ
ନନ୍ଦିଘୋଷ ବ୍ୟୁରୋ: ନିକଟରେ ଭାରତୀୟ ଦଳ ଚାମ୍ପିୟନ୍ସ ଟ୍ରଫି ଜିତିଛି । ଭାରତୀୟ ଦଳ ବିଜୟୀ ହେବା ପରେ ଏବେ ଛୁଟୁଛି ପ୍ରଶଂସାର ସୁଅ । ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏହି ବିଜୟ ପରେ ବେଶ ଖୁସି ଅଛନ୍ତି । କିନ୍ତୁ ଆଗକୁ ତାଙ୍କ ଆଗରେ ରହିଛି ଆହୁରି ଚ୍ୟାଲେଞ୍ଜ ।
ଗମ୍ଭୀରଙ୍କ ଆଗରେ ୩ ବଡ଼ ଚ୍ୟାଲେଞ୍ଜ
• ଇଂଲଣ୍ଡ ବିପକ୍ଷ ଟେଷ୍ଟ: ଆଇପିଏଲ ପରେ ତୁରନ୍ତ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ଟେଷ୍ଟ ଗସ୍ତରେ ଯିବ ଟିମ ଇଣ୍ଡିଆ । ଆଇପିଏଲ ପରେ ସିଧା ସଳଖ ଇଂଲଣ୍ଡ ଯାଉଥିବାବେଳେ ବିନା ଅଭ୍ୟାସରେ ମଇଦାନକୁ ଓହ୍ଲାଇବ । ଗମ୍ଭୀରଙ୍କୁ କୌଣସି ପ୍ରସ୍ତୁତି ବିନା ଦଳକୁ ସମ୍ଭାଳିବାକୁ ପଡିବ।
• ୨୦୨୬ ଟି-୨୦ ବିଶ୍ୱକପ୍: ୨୦୨୬ରେ ଖେଳାଯିବାକୁ ଥିବା ଟି-୨୦ ବିଶ୍ବକପରେ ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ରହିବ । ଭାରତ ଏବଂ ଶ୍ରୀଲଙ୍କାରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେବାକୁ ଥିବାବେଳେ ଘରୋଇ ମାଟିରେ ଦଳ ଟାଇଟଲ ବଜାୟ ରଖିବାକୁ ଚେଷ୍ଟା କରିବ । ଆଉ ବିରାଟ ରୋହିତଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ବିନା ସୂର୍ଯ୍ୟକୁମାର ଯାଦବଙ୍କ ଟିମର ପ୍ରଦର୍ଶନ କରିବ ତାହା ଗମ୍ଭୀରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ।
• ୨୦୨୭ ODI ବିଶ୍ୱକପ୍: ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଏକ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବ।
ଜୟ ନାରାୟଣ ମିଶ୍ରଙ୍କ ମନ୍ତବ୍ୟ ସ୍ପୃହଣୀୟ ନୁହେଁ: ଆଇନମନ୍ତ୍ରୀ
ନନ୍ଦିଘୋଷ ବ୍ୟୁରୋ: ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ମନ୍ତବ୍ୟ ସ୍ପୃହଣୀୟ ନୁହେଁ। ବିଜେପି ବିଧାୟକଙ୍କ ମତ କ୍ଷେତ୍ରରେ ରାଜ୍ୟ ସରକାରଙ୍କ କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି- ସରକାରଙ୍କ ପକ୍ଷରୁ ଆଜି ବିଧାନସଭାରେ ସ୍ପଷ୍ଟ କରାଯାଇଛି – ବିଜେପି ବିଧାୟକଙ୍କ ମତ କ୍ଷେତ୍ରରେ ରାଜ୍ୟ ସରକାରଙ୍କ କୌଣସି ସମ୍ପର୍କ ନାହିଁ। ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ସରକାର ପ୍ରତିଶୃତିବଦ୍ଧ। ଏଥିପାଇଁ ଗତ ଆଠ ମାସରେ ତ୍ୱରାନ୍ୱିତ ପଦକ୍ଷେପ ନିଆଯାଉଛି। ଉତ୍ତର ଓ ଦକ୍ଷିଣ ଓଡ଼ିଶା ବିକାଶ ପରିଷଦର ନିଷ୍ପତ୍ତି ବି ହୋଇଛି। ସବୁ ଅଞ୍ଚଳକୁ ବିକାଶ ଯୋଜନା ପହଂଚାଇବାକୁ କାମ ଚାଲିଛି।

