spot_img
Home Blog Page 1059

ହୋଲିକୁ ନେଇ ଆସିଲା ଗାଇଡଲାଇନ : ଅମାନିଆଙ୍କୁ ଜଗିବ ପୋଲିସ, ମଦୁଆଙ୍କ ଉପରେ ରହିବ କଡ଼ା ନଜର

ଭୁବନେଶ୍ୱର : ହୋଲିକୁ ନେଇ ଆସିଲା ଗାଇଡଲାଇନ । ହୋଲିରେ ସାବାଡ଼ ହେବେ ଅମାନିଆ । ପ୍ରେସମିଟ୍ କରି ହୋଲି ଗାଇଡଲାଇନ ନେଇ ସୂଚନା ଦେଲେ ଡିସିପି ଜଗମୋହନ ମୀନା । ତେବେ ହୋଲିରେ ଅମାନିଆଙ୍କୁ ଜଗିବ ପୋଲିସ, ମଦୁଆ ଉପରେ ରହିବ କଡ଼ା ନଜର । ମଦ ପିଇ ହୋଲି ଖେଳିନ୍ତି ତେବେ ବାନ୍ଧିବ ପୋଲିସ । ବିଭିନ୍ନ ସ୍ଥାନରେ ପୋଲିସ ୨୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ।

ସେହିପରି ମଦ୍ୟପାନ କରି ନଦୀ, ପୋଖରୀରେ ନଗାଧୋଇବାକୁ ପରାମର୍ଶ ଦେଇଛନ୍ତି ଡିସିପି । ରାସ୍ତା ଉପରେ ହୋଲି ଖେଳି ଗହଳି କଲେ PCR ଉଠାଇନେବ । ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି ରହିବ । ସୁରକ୍ଷିତ ହୋଲି ସହ ହର୍ବାଲ ରଙ୍ଗରେ ହୋଲି ଖେଳିବାକୁ ଅପିଲ୍ କଲେ ଡିସିପି  ।

ଆସିଲା ଡଲଫିନ ଗଣନା ରିପୋର୍ଟ; ରାଜ୍ୟରେ ଅଛନ୍ତି ମୋଟ୍ ୭୧୦ ଡଲଫିନ

ନନ୍ଦିଘୋଷ ବ୍ୟୁରାେ : ଆସିଲା ଡଲଫିନ ଗଣନା ରିପୋର୍ଟ । ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ରାଜ୍ୟରେ ଅଛନ୍ତି ମୋଟ୍ ୭୧୦ ଡଲଫିନ । ସେଥିମଧ୍ୟରୁ ରାଜନଗର ଡିଭିଜନରେ ସର୍ବାଧିକ ୫୦୫ ଡଲଫିନ ଥିବା ବେଳେ ଚିଲିକା ଡିଭିଜନରେ ୧୭୪, ବ୍ରହ୍ମପୁର ଡିଭିଜନରେ ୧୩, ପୁରୀ ଓ ବାଲେଶ୍ଵର ଡିଭିଜନରେ ୭ଟି ଲେଖାଏଁ ଓ ଭଦ୍ରକ ଡିଭିଜନରେ ଅଛନ୍ତି ୪ଟି ଡଲଫିନ ।

ସେହିପରି ରାଜ୍ୟରେ ସର୍ବାଧିକ ୪୯୮ଟି ହମ୍ପବ୍ୟାକ ଡଲଫିନ ଥିବା ବେଳେ ୧୮୮ଟି ଇରାୱାଡ଼ି ଡଲଫିନ, ୧୬ଟି ବଟଲ-ନୋଜ ଡଲଫିନ ଓ ୮ଟି ସ୍ପିନର ଡଲଫିନ ଅଛନ୍ତି । ଚିଲିକାରେ ଥିବା ଡଲଫିନକୁ ସାଧାରଣ ପର୍ଯ୍ୟଟକ ଦେଖିପାରୁଥିବା ବେଳେ ଗହୀରମଥା ଅଭୟାରଣ୍ୟରେ ଗଭୀର ସମୁଦ୍ରରେରେ ହମ୍ପବ୍ୟାକ ଡଲଫିନକୁ ସାଧାରଣ ଲୋକେ ଦେଖିବାର ସୁଯୋଗ ମିଳେ ନାହିଁ ବୋଲି ପିସିସିଏଫ କହିଛନ୍ତି।

ଶ୍ୱେତଗଙ୍ଗାରେ ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କଲେ ବାବୁସାନ

ନନ୍ଦିଘୋଷ ବ୍ୟୁରୋ : ପୁରୀରେ ଓଲିଉଡ୍ ଅଭିନେତା ବାବୁସାନ । ଶ୍ୱେତଗଙ୍ଗାରେ ଉତ୍ତମ ମହାନ୍ତିଙ୍କ ହୋଇଛି ଅସ୍ଥି ବିସର୍ଜନ। ପୁଅ ବାବୁଶାନ୍ ମହାନ୍ତି ବିସର୍ଜନ କର୍ମ କରିଛନ୍ତି। ବାବୁଶାନଙ୍କ ପତ୍ନୀ ତୃପ୍ତି ଓ ଅନ୍ୟ ସମ୍ପର୍କୀୟ ଉପସ୍ଥିତ ରହିଥିଲେ। ଗତ ଫେବୃଆରୀ ୨୭ ତାରିଖରେ ଅଭିନେତା ଉତ୍ତମ ମହାନ୍ତିଙ୍କର ଦେହାନ୍ତ ହୋଇଥିବା ବେଳେ ଆଜି ତାଙ୍କ ମୃତ୍ୟୁକୁ ୧୩ ଦିନ ପୂରିଛି।

ସୋମବାର ଭୁବନେଶ୍ୱରରେ ଉତ୍ତମଙ୍କ ଏକାଦଶାହରେ ଏକ ସ୍ମୃତିସଭାର ଆୟୋଜନ କରାଯାଇଥିଲା । ଏଥିରେ ବହୁ କଳାକାର, ସିନେପ୍ରେମୀ ଯୋଗ ଦେଇ ସ୍ୱର୍ଗତ ଉତ୍ତମ ମହାନ୍ତିଙ୍କ ପରିବାରବର୍ଗଙ୍କୁ ସାନ୍ତ୍ୱନା ଦେବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ  ।

ଆନ୍ଦୋଳନ ମୋଡରେ କଂଗ୍ରେସ ; ତାରାଙ୍କ ନିଲମ୍ବନ ନ ହଟିଲା ପର୍ଯ୍ୟନ୍ତ ବିଧାନସଭାକୁ ବୟକଟ କରିବାକୁ ନିଷ୍ପତ୍ତି

ନନ୍ଦିଘୋଷ ବ୍ୟୁରୋ : କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନିଲମ୍ବନକୁ ନେଇ ଆନ୍ଦୋଳନ ମୋଡରେ କଂଗ୍ରେସ । ତାରାଙ୍କ ନିଲମ୍ବନ ନ ହଟିଲା ପର୍ଯ୍ୟନ୍ତ ବିଧାନସଭାକୁ ବୟକଟ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ। ତାରାଙ୍କୁ ୭ ଦିନ ପାଇଁ ନିଲମ୍ବନ କରିଛନ୍ତି ବାଚସ୍ପତି । ନ୍ୟାୟ ପାଇଁ ଗାନ୍ଧୀ ମୂର୍ତ୍ତି ତଳେ ଶାନ୍ତି ପୂର୍ଣ୍ଣ ଭାବରେ ବସିବେ ବିଧାୟକ ବୋଲି ଦଳ ନିଷ୍ପତ୍ତି ନେଇଛି । ସେପଟେ ତାରା ପ୍ରସାଦ ବାହିନୀପତିଙ୍କୁ ଭେଟିଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ବିଧାୟକ ସାଗର ଚରଣ ଦାସ ବି ତାରାଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । କଂଗ୍ରେସ ଦଳ ତାଙ୍କ ସହିତ ଅଛି ବୋଲି ପ୍ରଭାରୀ କହିଥିବା କହିଛନ୍ତି ତାରା। ଧର୍ମର ଜୟ ହେବ। ମହିଳାମାନଙ୍କ ପାଇଁ ଦଳ ଲଢ଼ୁଛି । ମହିଳାମାନେ ଆମର ମା, ଦେବୀ, ଠାକୁରାଣୀ। ସେଥିପାଇଁ ବିଜେପି ଅସହାୟ ହୋଇପଡୁଛି । ଯେଉଁଥିପାଇଁ କଲାର ଧରି ମାରିବା ସହ ତାଙ୍କୁ ନିଲମ୍ବିତ କରିଛନ୍ତି ବୋଲି କହିଛନ୍ତି ତାରା । ସେ କହିଛନ୍ତି, ମତେ ଜୀବନରୁ ମାରିଦେବାକୁ ଚେଷ୍ଟା କରିଥିଲେ। ଗୃହରେ ଯାହା ଘଟିଲା ଏହା ହେଉଛି ବିଜେପିର ଗଣତନ୍ତ୍ର ଓ ଓଡ଼ିଆ ଅସ୍ମିତା। ପବିତ୍ର ଗୃହରେ ମା ମାଉସୀ ନେଇ ଗାଳି କରିବା ହେଉଛି ବିଜେପିର ଆଚରଣ ଉଚ୍ଚାରଣ। ମୋର ପ୍ରଶ୍ନ ତାଙ୍କୁ ବାଣ ଭଳିଆ ଭେଦିଥିଲା। ଜୟ ନାରାୟଣ ମିଶ୍ରଙ୍କୁ ମୁଁ ଉଚିତ୍ ଜବାବ ଦେଇ ପାରିଥାନ୍ତି କିନ୍ତୁ ଗଣତନ୍ତ୍ର ମନ୍ଦିରରେ କଂଗ୍ରେସ ଶାଳୀନତା ଭୁଲି ନାହିଁ ବୋଲି ସେ କହିଛନ୍ତି। କିନ୍ତୁ ସେ ଡ଼ରିଯିବାର ନାହିଁ। ବିଜେପି ଫାଶୀ ଦେଇପାରିବ କି ବୋଲି ପ୍ରଶ୍ନ କରିଛନ୍ତି ତାରା।

ମହିଳାମାନଙ୍କ ପାଇଁ ଲଢେଇ ଜାରି ରହିବ । ମହିଳା, ଗରିବ, ଖଟିଖିଆଙ୍କ ପାଇଁ ସମସ୍ତେ ଲଢନ୍ତୁ ଓ କଂଗ୍ରେସ ସେମାନଙ୍କ ସହ ଅଛି ବୋଲି ପ୍ରଭାରୀ ଲଲୁ ତାରାଙ୍କୁ କହିଛନ୍ତି। ସାରା ଓଡ଼ିଶାର ୮୫ ନେତା ଆସୁଛନ୍ତି। ଏ ପ୍ରସଙ୍ଗରେ ଦଳ କି ଆଭିମୁଖ୍ଯ ଗ୍ରହଣ କରିବ ସେ ନିଷ୍ପତ୍ତି ନିଆଯିବ। ସେପଟେ ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣାରେ ବସିଥିବା କଂଗ୍ରେସ ବିଧାୟକଙ୍କୁ ବୁଝାସୁଝା କରିଛନ୍ତି ଶାସକ ଦଳର ବିଧାୟକ ।

ଟ୍ରେନ୍ ହାଇଜାକ୍ ଘଟଣାରେ ବଡ଼ ଖୁଲାସା: BLA କବ୍ଜାରେ ଅଛନ୍ତି ୧୮୦ ଯବାନ ସହ ଅଛନ୍ତି ଜଣେ ବଡ଼ ଅଫିସର

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନରେ ଟ୍ରେନ୍ ହାଇଜାକ୍ ପରେ ବଲୁଚିସ୍ତାନର ସେନା ବନ୍ଦୀ ସୈନିକଙ୍କ ଲିଷ୍ଟ ଜାରି କରିଛନ୍ତି । ଯେଉଁଥିରେ ୧୮୦ ବନ୍ଧକ ସୈନିକ ମଧ୍ୟରେ ଜଣେ ମେଜର ରାଙ୍କର ଅଧିକାରୀଙ୍କ ନାଁ ମଧ୍ୟ ସାମିଲ ଅଛି । BLA ଅନୁଯାୟୀ, ଅଧିକାଂଶ ସୈନିକ ଜାଫର ଏକ୍ସପ୍ରେସର ଇକୋନୋମିକ ବର୍ଥରେ ଯାତ୍ରା କରୁଥିଲେ  । ସେମାନଙ୍କ ମଧ୍ୟରେ ଜଣେ ମେଜର ଅଧିକାରୀ ତାଙ୍କ ପତ୍ନୀଙ୍କ ସହ ତୃତୀୟ ଏସି ବଗିରେ ଯାତ୍ରା କରୁଥିଲେ  । ସେନାଙ୍କ ସହ ତାଙ୍କ ମଧ୍ୟ ବନ୍ଦୀ ରଖାଯାଇଛି । ଏହି ବନ୍ଧକ ମେଜରଙ୍କ ନାଁ ହେଉଛି ଅହସାନ ଜାବିଦ ।

BLA ଯେଉଁ ଯେଉଁ ସୈନିକଙ୍କୁ ବନ୍ଦୀ କରିରଖିଛନ୍ତି ସେମାନଙ୍କ ଫୋନ ନମ୍ୱର ମଧ୍ୟ ଜାରି କରିଛି । ଏହା ସହ ପାକିସ୍ଥନୀ ସେନାକୁ ନିଜ ଦାବି ମଧ୍ୟ ରଖିଛି । ଅନ୍ୟପଟେ ଟ୍ରେନ୍ ଅପହରଣ ନେଇ ପାକିସ୍ତାନୀ ସେନାଙ୍କୁ ସବୁଆଡୁ  ସମାଲୋଚନାର ସାମ୍ନା କରିବାକୁ ପଡୁଛି । ଏବଂ ବନ୍ଦୀ ମେଜରଙ୍କ ନାଁ ସାମ୍ନାକୁ ଆସିବା ପରେ ସେନା ପଛକୁ ହଟିଯାଇଛି ।

ପାକିସ୍ତାନ ଟ୍ରେନ୍ ହାଇଜାକ୍ ଘଟଣା : ପ୍ରତ୍ୟେକ ଗୁଳିର ଜବାବରେ ୧୦ ବନ୍ଧକଙ୍କୁ ହାତ୍ୟା କରାଯିବ; ଚେତାବନୀ ଦେଲା BLA

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନର ବଲୁଚିସ୍ତାନରେ ଏବେ ବି ବଳୁଚିସ୍ତାନ ଲେବରେଶନ ଆର୍ମି(BLA) କବ୍ଜାରେ ଅଛି ଜାଫର ଏକ୍ସପ୍ରେସ । ପାକିସ୍ତାନ ସେନା ବନ୍ଧକଙ୍କୁ ମୁକୁଳାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା ଏବଂ ଅପରେସନ ଜାରି ରଖିଛି । ଯାହା ଫଳରେ ବିଦ୍ରୋହୀମାନେ ଭୟଭୀତ ହୋଇଯାଇଛନ୍ତି । କିନ୍ତୁ ଭୟଭୀତ ଥାଇ ମଧ୍ୟ ସେମାନେ ପାକିସ୍ତାନ ସେନାଙ୍କୁ ନିଜ ଦାବି ପୂରଣ ପାଇଁ ୪୮ ଘଣ୍ଟା ସମୟ ଦେଇଛନ୍ତି , ନତେଚ୍ ପ୍ରତି ଘଣ୍ଟାରେ ୧୦ ବନ୍ଧକଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି।

ଅନ୍ୟପଟେ BLA କହିଛି ଯଦି ପାକିସ୍ତାନୀ ସେନା ଯଦି ଡ୍ରୋନରେ ଗୁଳିରେ ଆକ୍ରମଣ କରେ ତେବେ ୧୦ଜଣ ବନ୍ଧକଙ୍କୁ ହତ୍ୟା କରାଯିବ । ବିଦ୍ରୋହୀମାନେ ଏକ ବୟାନ ଜାରି କରି କହିଛନ୍ତି କି,  ଯଦି ସେମାନେ ଡ୍ରୋନରେ ଆକ୍ରମଣ ଆରମ୍ଭ କରନ୍ତି ତେବେ ଏହା ପାକିସ୍ତାନ ସେନାର ମୂର୍ଖତାପୂର୍ଣ୍ଣ କାର୍ଯ୍ୟ ହେବ । ଯାହା ଆମର ବନ୍ଦୀଙ୍କ ଅଦଳା-ବଦଳିର ଦାବିକୁ ଗମ୍ଭୀର ଭାବେ ନେଉଥିବା ଦର୍ଶାଇବ । ତେଣୁ ଆମ ଦାବି ପୂରଣ କରିବା ପାଇଁ ଆମେ ସେନାକୁ ୪୮ ଘଣ୍ଟାର ସମୟ ଦେଉଛୁ, ନଚେତ୍ ପ୍ରତି ଘଣ୍ଟାରେ ୧୦ ବନ୍ଧକଙ୍କ ମୁଣ୍ଡ କଟିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାକିସ୍ତାନୀ ସେନା ଯଦି ଆମ ଦାବିକୁ ଅଣଦେଖା କରେ ବା ଗମ୍ଭୀର ଭାବେ ନିଏନାହିଁ, ତେବେ ଏହାର ପରିଣାମ ଭୋଗିବାକୁ ପଡିବ । ପାକିସ୍ତାନୀ ସେନାର କାପୁରୁଷତାପୂର୍ଣ୍ଣ କାର୍ଯ୍ୟର ଆମେ ଜବାବ  ଦେବୁ । ଯଦି ସେମାନେ ଆକ୍ରମଣାତ୍ମକ କାର୍ଯ୍ୟକଳାପ ଜାରି ରଖେ ତେବେ ବନ୍ଧକଙ୍କ ଜୀବ ବାଜିରେ ଲାଗିବ ।

ବିଧାନସଭାରେ ସାମ୍ଵାଦିକଙ୍କୁ ମୋବାଇଲ ମନା ; ଧାରଣାରେ ବସିଲେ ସାମ୍ଵାଦିକ

ଭୁବନେଶ୍ୱର : ବିଧାନସଭାରେ ସାମ୍ଵାଦିକଙ୍କୁ ମୋବାଇଲ ମନା। ଏହାର ପ୍ରତିବାଦ କରିଛନ୍ତି ସାମ୍ଵାଦିକମାନେ। ଗୃହ କାର୍ଯ୍ୟରୁ ସେମାନେ ଦୂରେଇ ରହିଛନ୍ତି । ବିଧାନସଭା ପରିସରରେ ଗାନ୍ଧିମୂର୍ତ୍ତୀ ତଳେ ସାମ୍ବାଦିକମାନେ ଧାରଣା ଦେଇଛନ୍ତି। ଏହା ସହ ପ୍ରେସ ଗ୍ୟାଲେରୀକୁ ମଧ୍ୟ ବୟକଟ କରିଛନ୍ତି। ସାମ୍ବାଦିକମାନଙ୍କ କଣ୍ଠରୋଧ କରିଛନ୍ତି ବାଚସ୍ପତି। ମୋବାଇଲ ଫୋନ ବ୍ୟାନ କରି ସାମ୍ବାଦିକଙ୍କ ଖବର ସଂଗ୍ରହ ଓ ପ୍ରସାର କ୍ଷମତା କ୍ଷୁର୍ଣ୍ଣ କରିବାକୁ ଷଡଯନ୍ତ୍ର ବିରୋଧରେ ଗୃହରୁ ଖବର ସଂଗ୍ରହ ବଏକଟ କରି ପ୍ରତିବାଦ କରୁଛନ୍ତି ସାମ୍ବାଦିକ । ଗତକାଲି ବିରୋଧୀଙ୍କ ସ୍ୱର ଚାପିଥିଲେ ସରକାର. ଆଜି ଗଣମାଧ୍ୟମର ସ୍ୱର ଚାପିଲେ ବୋଲି କହି ଧାରଣାରେ ବସିଛନ୍ତି ସାମ୍ୱାଦିକ ।

ଅନ୍ୟପଟେଏହି ପ୍ରସଙ୍ଗରେ ବର୍ଷିଛି ବିଜେଡି । ବିଧାୟକ ଅରୁଣ ସାହୁ କହିଛନ୍ତି, କେଉଁ କଥାକୁ ଘୋଡାଇବାକୁ ଚାହୁଁଛନ୍ତି ସରକାର, ତାହା ସ୍ପଷ୍ଟ କରନ୍ତୁ । ଟିକିନିଖି ଖବର ଦେବାର ଅଧିକାର ସାମ୍ବାଦିକମାନଙ୍କ ଅଛି। ଆମେ ସାମ୍ବାଦିକମାନଙ୍କ ସହ ଅଛୁ  ଓ ରହିବୁ। ଏହା ସହ ଆନ୍ଦୋଳନରେ ବସିଥିବା ସାମ୍ୱାଦିକଙ୍କୁ ଭେଟିଛି ବିଜେଡି ଟିମ୍ ।

ବାଚସ୍ପତିଙ୍କୁ ଭେଟିଲା ବିଜେଡି ଟିମ୍ , ତାରାଙ୍କ ଉପରୁ ନିଲମ୍ଵନ ହଟାଇବାକୁ କରିଲା ଦାବି

ଭୁବନେଶ୍ୱର : ତାରାଙ୍କ ସପକ୍ଷରେ ବାହାରିଲା ବିଜେଡି । କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି ନେଇ ବାଚସ୍ପତିଙ୍କୁ ଭେଟିଲେ ବିଜେଡି ସଦସ୍ୟ । ଗତକାଲି ବିଧାନସଭାରେ ଶାସକ ଓ ବିରୋଧୀ ଦଳ ହାତାହାତି ହୋଇଥିଲେ । ଯାହା ଫଳରେ ବାଚସ୍ପତି ବିରୋଧୀ ଦଳ ସଦସ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ଏବଂ ବିଧାନସଭାରୁ ୭ ଦିନ ପାଇଁ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ନିଲମ୍ୱିତ କରିଥିଲେ  । ଅନ୍ୟପଟେ ତାରାଙ୍କୁ ନିଲମ୍ୱନ ନେଇ ଗୃହରେ କଂଗ୍ରେସ ଏବଂ ବିଜେଡି କର୍ମୀ ବିରୋଧ କରିଥିଲଷ  । ବାଚସ୍ପତିଙ୍କ ଏଭଳି ନିଷ୍ପତ୍ତିକୁ ଏକପାଖିଆ ବୋଲି ତାରା କହିଥିଲେ ଏବଂ ତାଙ୍କୁ କେଉଁ ନିୟମରେ ସସପେଣ୍ଡ କରାଯାଇଛି ବୋଲି ପ୍ରଶ୍ନ କରିଥିଲେ  ।

କଥା ଦେଇ କଥା ରଖିଲେ ମହାମହିମ : ନିମନ୍ତ୍ରଣ ରକ୍ଷାକରି କଣ୍ଟିଲୋ ନୀଳମାଧବଙ୍କ ଦର୍ଶନ କରିବେ ରାଷ୍ଟ୍ରପତି

ନନ୍ଦିଘୋଷ ବ୍ୟୁରୋ : ଆସନ୍ତା ୨୪ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ଗସ୍ତରେ ଆସି କଣ୍ଟିଲୋ ନୀଳମାଧବଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି । ନୀଳମାଧବଙ୍କ ସେବାୟତ ଓ ସ୍ଥାନୀୟ ବାସିନ୍ଦା ନୀଳମାଧବଙ୍କୁ ଦର୍ଶନ କରିବା ନିମନ୍ତେ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଥିଲେ । କଣ୍ଟିଲୋବାସୀଙ୍କ ନିମନ୍ତ୍ରଣ ରକ୍ଷା କରି ୨୪ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ନେଇ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି। ଅସ୍ଥାୟୀ ରହଣି ଏବଂ ଅନ୍ୟାନ୍ୟ ପ୍ରଶାସନିକ ବ୍ୟବସ୍ଥାକୁ ଠିକ୍ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷିକା ସ୍ଥାନ ପରିଦର୍ଶନ କରିଥିଲେ। କଣ୍ଟିଲୋ ପଲଟନ ପଡିଆରେ ମହାମହିମ ରାଷ୍ଟ୍ରପତିଙ୍କ ହେଲିକପ୍ଟର ଅବତରଣ କରିବ । ଏହାପରେ ପ୍ରଭୁ ନୀଳମାଧବଙ୍କ ଦର୍ଶନ ଲାଭ କରିବେ । ପରେ ଧନଚେଙ୍ଗେଡା କାଳିଆପଲି ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି।

ହୋଲଡିଂ ଟ୍ୟାକ୍ସ ଖିଲାପକାରୀଙ୍କ ନାଁ ସାର୍ବଜନୀନ କଲା ବିଏମସି

ନନ୍ଦିଘୋଷ ବ୍ୟୁରୋ : ହୋଲଡିଂ ଟ୍ୟାକ୍ସ ବା ଗୃହ ଟିକସ ଖିଲାପକାରୀଙ୍କ ନାଁ ଘୋଷଣା କରିଛି ଭୁବନେଶ୍ଵର ମହାନଗର ନିଗମ। ବହୁଦିନ ଧରି ବକେୟା ରଖିଥିବା ଏବଂ ଅଧିକ ଟଙ୍କା ବକେୟା ଥିବା ଖିଲାପକାରୀଙ୍କୁ ବିଏମସି ନୋଟିସ୍ ଦେବା ସହିତ ସେମାନଙ୍କ ନାଁ ସାର୍ବଜନୀନ କରିଛି। ସୂଚନା ଅନୁଯାୟୀ, ୫୦ ଲକ୍ଷରୁ ୧ କୋଟି ଟଙ୍କା ବକେୟା ବର୍ଗରେ ଦକ୍ଷିଣ-ପୂର୍ବ ଜୋନ୍ ର ୩ ଜଣ, ଦକ୍ଷିଣ-ପଶ୍ଚିମ ଜୋନ୍ ର ୫ ଜଣ ଏବଂ ଉତ୍ତର ଜୋନର ୭ ଜଣ ରହିଛନ୍ତି । ସେହିପରି, ୧ କୋଟିରୁ ଉର୍ଦ୍ଧ୍ୱ ବକେୟା ରାଶିରେ ଦକ୍ଷିଣପୂର୍ବ ଜୋନ୍ ର ୫ ଜଣ, ଦକ୍ଷିଣ-ପଶ୍ଚିମ ଜୋନ୍ ର ୫ ଜଣ ଏବଂ ଉତ୍ତର ଜୋନ୍ ର ୬ ଜଣ ରହିଛନ୍ତି ।

ବିଏମସି କମିଶନର୍ ରାଜେଶ ପ୍ରଭାକର ପାଟିଲା କହିଛନ୍ତି, ବାରମ୍ୱାର ବୁଝାଇବା ସତ୍ତ୍ଵେ କିଛି ମାଲିକ ଖିଲାପ କରୁଛନ୍ତି। ସେଥିପାଇଁ ନୋଟିସ୍ ଦିଆଯିବା ସାଙ୍ଗକୁ କଲେକସନ୍ ଟିମ୍ ସେମାନଙ୍କ ନିକଟକୁ ଯାଉଛନ୍ତି । କିଛି ବ୍ୟକ୍ତି ଅନେକ ଦିନ ହେବ ଘର କରିଥିଲେ ବି ଆଢ଼ୁଆଳରେ ରହି ଟିକସ ଫାଙ୍କିବାର ଦୃଷ୍ଟିଗୋଚର ହୋଇଛି । କିଛି ବ୍ୟବସାୟିକ ଅନୁଷ୍ଠାନଙ୍କୁ ସିଲ୍ କରିବାକୁ ନୋଟିସ୍ ପରେ ସେମାନେ ଟ୍ୟାକ୍ସ ଦେଇଛନ୍ତି। ବକେୟା ଟ୍ୟାକ୍ସ ତୁରନ୍ତ ପ୍ରଦାନ କରିବାକୁ ବିଏମସି ପକ୍ଷରୁ ଖିଲାପକାରୀଙ୍କୁ ଚେତାଇ ଦିଆଯାଇଛି। ସହଯୋଗ ନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି ବିଏମସି। ନାଗରିକମାନେ ଅନ୍ ଲାଇନ୍ ରେ କିମ୍ବା ପାଖ ୱାର୍ଡ ଅଫିସରେ ଏହି ଟ୍ୟାକ୍ସ ଦେଇପାରିବେ।