spot_img
Home Blog Page 1070

ଇଭିଏମରୁ ତଥ୍ୟ ନ ହଟାଇବାକୁ ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇଭିଏମକୁ ନେଇ ଶକ୍ତ ହେଲେ ସୁପ୍ରିମକୋର୍ଟ । ନିର୍ବାଚନ କମିଶନଙ୍କୁ ଦେଲେ ନିର୍ଦ୍ଦେଶ । ଇଭିଏମର ତଥ୍ୟ ନ ହଟାଇବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଇଭିଏମକୁ ନେଇ ହୋଇଥିବା ଆବେଦନ ଉପରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଉଛନ୍ତି ସର୍ବୋଚ୍ଚ ଅଦାଲତ ।

ଏହାସହ ଆସନ୍ତା ୧୫ ଦିନ ମଧ୍ୟରେ ଉତ୍ତର ଦେବାକୁ ଇସିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନ ବେଳେ ଅନିୟମିତତା ନେଇ ହୋଇଥିଲା ଅଭିଯୋଗ । ବିଭିନ୍ନ ରାଜ୍ଯର ନିର୍ବାଚନକୁ ନେଇ ପ୍ରଶ୍ନ ଛିଡ଼ା ହୋଇଥିଲା । ଏପରିକି ନିର୍ବାଚନ କମିଶନଙ୍କ ନିରପେକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା ।

କେନ୍ଦ୍ର ସରକାରଙ୍କ ନୂଆ ନିୟମ: ଏଣିକି ଏହି ଖେଳାଳିମାନଙ୍କୁ ମିଳିବ ନାହିଁ ପୁରସ୍କାର ରାଶି

ନୂଆଦିଲ୍ଲୀ: ଭାରତ ସରକାରଙ୍କ ତରଫରୁ ଦିଆଯାଉଥିବା ନଗର ପୁରସ୍କାର ନୀତିରେ ପରିବର୍ତ୍ତନ କରାଯାଇଛି । ଏଣିକି ଜୁନିୟର ପ୍ରତିଯୋଗିତାକୁ କେବଳ ପଦକ ଭାବେ ନୁହେଁ, ବରଂ ବିକାଶାତ୍ମକ ମଞ୍ଚ ଭାବେ ଗୁରୁତ୍ବ ଦିଆଯିବ । ଏଥିସହିତ ସିନିୟର ଆଥଲେଟମାନଙ୍କ ପାଇଁ ପୁରସ୍କାର ମଧ୍ୟ ପରିବର୍ତ୍ତନ କରାଯାଇଛି । ଦେଶରେ ଅନେକ ଥର ଆଥଲେଟଙ୍କୁ ସେମାନଙ୍କର ଉଚ୍ଚ କ୍ରୀଡ଼ା ପ୍ରଦର୍ଶନ ଓ ପଦକ ଜିତିବା କାରଣରୁ ସରକାର ପ୍ରାଇଜ୍ ମନି ଦେଇଥାନ୍ତି । ପ୍ରଥମ ବ୍ୟବସ୍ଥା ଅନୁସାରେ, ଜୁନିୟର ବିଶ୍ବ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ଜିତିଲେ ଆଥଲେଟଙ୍କୁ ପାଖାପାଖି ୧୩ ଲକ୍ଷ ଟଙ୍କା ମିଳୁଥିଲା । ଅନ୍ୟପକ୍ଷରେ ଏସୀୟ ବା କମନଓ୍ବେଲଥ ଗେମ୍ସରେ ପ୍ରଥମ ସ୍ଥାନରେ ରହିଲେ ୫ ଲକ୍ଷ ପୁରସ୍କାର ମିଳୁଥିଲା । ମାତ୍ର ଏବେ ମନ୍ତ୍ରଣାଳୟ ଜୁନିୟର ପ୍ରତିଯୋଗିତା ପାଇଁ କେବଳ ପୋଡିୟମ ଫିନିଶ ଉପରେ କେନ୍ଦ୍ରିତ ନ ରଖିବାକୁ ନିଷ୍ପତ୍ତି ନେଇଛି । ତେବେ ଏହାଦ୍ବାରା ଏହାକୁ ବିକାଶତ୍ମକ ମଞ୍ଚ ଭାବେ ଗୁରୁତ୍ବ ଦେବାକୁ ପ୍ରୟାସ କରାଯାଇଛି ।

ମନ୍ତ୍ରଣାଳୟର ଜଣେ ଅଧିକାରଙ୍କ ଅନୁଯାୟୀ, ଏକମାତ୍ର ଦେଶ  ଭାରତରେ ଜୁନିୟର ଚାମ୍ପିୟନଶିପକୁ ଅତ୍ୟଧିକ ମହତ୍ତ୍ବ ଦିଆଯାଉଥିଲା । ଫଳରେ ଆଥଲେଟ ଏହି ସ୍ତରରେ ଏତେ ପରିଶ୍ରମ କରୁଥିଲେ କି, ଯେତେବେଳେ ସେମାନେ ଉଚ୍ଚସ୍ତରରେ ପହଞ୍ଚୁଥିଲେ, ସେମାନେ ଥକିଯାଉଥିଲେ ଓ ସେମାନଙ୍କର ପ୍ରତିସ୍ପର୍ଦ୍ଧା ସମାପ୍ତ ହୋଇଯାଉଥିଲା । ଏଥିସହିତ ସିନିୟର ଆଥଲେଟଙ୍କ ପାଇଁ ପୁରସ୍କାର ନୀତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ମନ୍ତ୍ରଣାଳୟ ରାଷ୍ଟ୍ରମଣ୍ଡଳ ଚାମ୍ପିୟନଶିପ ଓ ସାଉଥ ଏସୀୟ କ୍ରୀଡ଼ା ପୁରସ୍କାର ସୂଚୀରୁ ହଟାଇ ଦେଇଛି । ଶତରଞ୍ଜରେ ଇଣ୍ଟରନ୍ୟାସନାଲ ମାଷ୍ଟର ବା ଗ୍ରାଣ୍ଡମାଷ୍ଟର ମାନକ ହାସଲ କରିବା ପରେ ଏବେ କୌଣସି ପୁରସ୍କାର ମିଳିବ ନାହିଁ ।

ଏଥସହିତ ଶୁଟିଂ ଖେଳାଳି ମନୁ ଭାକରଙ୍କ ଗତବର୍ଷ ପ୍ୟାରିସ ଖେଳରେ ୨ଟି କାଂସ୍ୟ ପଦକ ବିଜୟ ପରେ ଅଲିମ୍ପିକ ଓ ବିଶ୍ବ ଚାମ୍ପିୟନଶପରେ ପ୍ରତ୍ୟେକ ପଦକ ପାଇଁ ଏବେ ଖେଳାଳି ଓ ତାଙ୍କର କୋଚଙ୍କୁ ପୁରସ୍କାର ମିଳିବ । ଏକାଡେମୀ ବା ଅଖାଡ଼ା ଯେଉଁଠାରେ ପଦକ ବିଜେତା ପ୍ରଶିକ୍ଷଣ ନେଇଥିବେ, ତାଙ୍କୁ ମଧ୍ୟ ପୁରସ୍କାର ମିଳିବ । ପୂର୍ବର ନୀତିରେ ଏହି ସର୍ତ୍ତ ଥିଲା ଯେ, ଆଥଲେଟଙ୍କ ପରିବାର (ପତି, ପତ୍ନୀ, ମାତା-ପିତା, ଭାଇ-ଭଉଣୀ)ଙ୍କୁ ପୁରସ୍କାର ମିଳିବନି, ଏବେ ତାହାକୁ ହଟାଇ ଦିଆଯାଇଛି । ଡୋପିଂ, ବୟସ ଧୋକ୍କାବାଜୀ ପରି ଅପରାଧକୁ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି ।

୧୫ ତାରିଖ ରାସନ କାର୍ଡ E-KYC ଆବେଦନର ଶେଷ ତାରିଖ

ଭୁବନେଶ୍ବର: ରାସନ କାର୍ଡ E-KYC ନେଇ ବଡ଼ ଅପଡେଟ । ଆସନ୍ତା ୧୫ ତାରିଖ ରାସନ କାର୍ଡ E-KYC ଆବେଦନର ଶେଷ ତାରିଖ । ଆବେଦନ କରି ନଥିଲେ ଆଉ ସୁଯୋଗ ମିଳିବନି । ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଏପର୍ଯ୍ୟନ୍ତ ୩୭ ଲକ୍ଷ ଲୋକ E- KYC କରିନାହାନ୍ତି । ଯେଉଁମାନେ E- KYC ନକରିବେ ସେମାନଙ୍କୁ ସରେଣ୍ଡର କରାଗଲା ବୋଲି ଧରି ନିଆଯିବ । ସେହି ସ୍ଥାନରେ ନୂଆ ଲୋକଙ୍କୁ ଯୋଗ କରାଯିବ । ଏହାସହ ସରକାରୀ ଅଫିସରଙ୍କୁ ମଧ୍ୟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଯେଉଁ ସରକାରୀ ଅଫିସର ରାସନ୍ କାର୍ଡ ନେଇଛନ୍ତି ସମସ୍ତେ ସରେଣ୍ଡର କରି ଦିଅନ୍ତୁ । ସରେଣ୍ଡର ପିରିୟଡ ଶେଷ ହେବା ପରେ ଯଦି ସରେଣ୍ଡର ନକରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ବହୁତ ସରକାରୀ ଅଧିକାରୀ ସରେଣ୍ଡର କରିସାରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ତିନି ଫୁଟ କନିଆକୁ ଅଢ଼େଇ ଫୁଟର ବର, ଫେସବୁକ ପ୍ରେମରୁ ବିବାହ

କୁରୁକ୍ଷେତ୍ର: ସାଧାରଣ ଭାବେ ଉଭୟ ପୁଅ ଓ ଝିଅ ନିଜ ନିଜର ଜୀବନସାଥୀ ଚୟନକୁ ନେଇ ସର୍ବଦା ସତର୍କ ରହିଥାନ୍ତି । ଅଭିଭାବକମାନେ ମଧ୍ୟ ଏକ ଭଲ ପାତ୍ର / ପାତ୍ରୀ ଖୋଜିବା ପାଇଁ ପ୍ରାଣପଣେ ଚେଷ୍ଟା କରିଥାନ୍ତି । ତେବେ ଅନେକ ସମୟରେ ବର ଓ କନ୍ୟାଙ୍କୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଥାଏ । ଏହା ମଧ୍ୟରେ ହରିୟାଣାରୁ ଆସିଛି ଏକ ଅଜବ ମାମଲା । ୩ ଫୁଟ ଉଚ୍ଚତା ବିଶିଷ୍ଟ ଜଣେ କନ୍ୟା ଅଢ଼େଇ ଫୁଟ ଉଚ୍ଚତା ବିଶିଷ୍ଟ ବରଙ୍କୁ ବିବାହ କରିଛନ୍ତି । ଅଢ଼େଇ ଫୁଟର ଜସମେର ସିଂହ ଓ ସାଢ଼େ ୩ ଫୁଟର ସୁପ୍ରୀତ କୌରଙ୍କ ବିବାହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଫେସବୁକ ପ୍ରେମରୁ ଏହି ଦୁଇ ପ୍ରେମୀ ପରସ୍ପରଙ୍କ ହାତ ଧରିଛନ୍ତି ।

ହରିୟାଣାର କୁରୁକ୍ଷେତ୍ର ନିବାସୀ ଜସମେର ସିଂହ ଓରଫ ପୋଲା ମଲିକ ଜଳନ୍ଧର ନିବାସୀ ସୁପ୍ରୀତ କୌରଙ୍କ ସହ ଗୁରୁଦ୍ବାର ସାହିବରେ ବିବାହ କରିଛନ୍ତି । ସୁପ୍ରୀତ କାନାଡ଼ାରୁ ଜଳନ୍ଧର ଆସିଥିଲେ । ଦୁଇ ପରିବାର ବିବାହ ପରେ କୁରୁକ୍ଷେତ୍ରରେ ରିସେପ୍ସନ ପାର୍ଟିର ଆୟୋଜନ କରିଥିଲେ । ବିବାହ ପରେ ପୋଲା ଓ ସୁପ୍ରୀତ ଡ୍ୟାନ୍ସ କରୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । ସୋସିଆଲ ମିଡ଼ିଆରେ ଦେଢ଼ ବର୍ଷ ପୂର୍ବେ ଦୁହିଁଙ୍କର ସାକ୍ଷାତ ହୋଇଥିଲା । ଦେଢ଼ ବର୍ଷ ପରେ ଦୁହେଁ ପରସ୍ପରଙ୍କୁ ବିବାହ କରିବାକୁ  ନିଷ୍ପତ୍ତି ନେଇଥିଲେ । ବିବାହ ପୂର୍ବରୁ ସୁପ୍ରୀତ ପୋଲା ମଲିକଙ୍କୁ ସାକ୍ଷାତ କରିବା ପାଇଁ ତାଙ୍କ ଗାଁକୁ ଅନେକ ଥର ଆସିଥିଲେ । ଦୁହେଁ ପରସ୍ପରଙ୍କୁ ଜାଣିବା ପରେ ବିବାହ ପାଇଁ ନିଜ ନିଜର ପିତାମାତାଙ୍କୁ ଜଣାଇଥିଲେ । ତା’ପରେ ପରିବାରବର୍ଗ ବିବାହ ପାଇଁ ରାଜି ହୋଇଯାଇଥିଲେ । ପୋଲା ମଲିକ କୁରୁକ୍ଷେତ୍ରର ଉପମଣ୍ଡଳ ପିହୋବାର ସାରସା ଗ୍ରାମର ବାସିନ୍ଦା ଅଟନ୍ତି ।

ପୋଲାଙ୍କ ନାମରେ ପାଖାପାଖି ୫ ଏକର ଜମି ରହିଥିବା ବେଳେ ସେଥିରେ ସେ କ୍ଷେତିବାଡ଼ି କରିଥାନ୍ତି । ତାଙ୍କର ଏକ ସାନ ଭାଇ ରାହୁଲ ମଲିକ ମଧ୍ୟ ଅଛନ୍ତି । ପୋଲା ମଲିକ ସୋସିଆଲ ମିଡ଼ିଆରେ ବେଶ ଆକ୍ଟିଭ ରହିଥିବା ବେଳେ ଫେସବୁକରେ ତାଙ୍କର ୧୭ ହଜାର ଓ ଇନଷ୍ଟାଗ୍ରାମରେ ସାଢ଼େ ୫ ହଜାର ଫଲୋଅର ରହିଛନ୍ତି । ହରିୟାଣାର ସବୁଠାରୁ ଛୋଟ ବ୍ୟକ୍ତି ବୋଲି ସେ ନିଜ ଆକାଉଣ୍ଟସରେ ଲେଖିଛନ୍ତି । ସେ ନିଜର ରିଲ୍ସ ତିଆରି କରି ସୋସିଆଲ ମିଡ଼ିଆରେ ଅପଲୋଡ କରିଥାନ୍ତି । ଫେସବୁକରେ ଏକ ସଂସ୍ଥାର ପେଜ ମାଧ୍ୟମରେ କାନାଡ଼ାରେ ରହୁଥିବା ସୁପ୍ରୀତ କୌରଙ୍କ ଦେଢ଼ ବର୍ଷ ପୂର୍ବରୁ ପୋଲ ମଲିକଙ୍କ ସହ ସାକ୍ଷାତ ହୋଇଥିଲା । ସୁପ୍ରୀତ କାନାଡ଼ାର ନାଗରିକତା ନେଇସାରିଥିବା ବେଳେ ସେ କେବେ କେବେ ଭାରତ ଆସିଥାନ୍ତି ।

ଖଣି ଖନନକୁ ବିରୋଧ, ଏକାଠି ହେଲେ ୨୧ଟି ଗାଁର ଲୋକେ

ପାଟଣାଗଡ଼: ଗନ୍ଧମାର୍ଦ୍ଦନ ପାହାଡ଼ରେ ଖଣି ଖନନ ଚର୍ଚ୍ଚା ପରେ ପାଟଣାଗଡ଼ ଅଞ୍ଚଳରେ ସ୍ଥାନୀୟ ଲୋକଙ୍କ ମେଳି । ପାଟଣାଗଡ଼ ବ୍ଲକର ୬ଟି ପଞ୍ଚାୟତର ୨୧ ଖଣ୍ଡ ଗାଁରେ ଖଣି ଖନନ ଚିଠି ଭାଇରାଲ ହେଉଛି । ଚିଠି ଭାଇରାଲ୍ ହେବା ପରେ ତାତିଛନ୍ତି ସ୍ଥାନୀୟ ଲୋକେ ।

ଖଣି ଖନନକୁ ଜୋରଦାର ବିରୋଧ କରାଯାଇଛି I ପାଟଣାଗଡ଼ ବ୍ଲକର ୬ଟି ପଞ୍ଚାୟତର ୨୧ ଗାଁରେ ମାଙ୍ଗାନିଜ ଓ ବକ୍ସାଇଟ୍ ଉତ୍ତୋଳନ ହେବା ନେଇ MCL ପକ୍ଷରୁ ଚିଠି ଭାଇରଲ୍ ହେଉଛି । ଖବର ପାଇବା ପରେ ୨୧ ଖଣ୍ଡ ଗାଁର ଶତାଧିକ ପୁରୁଷ ଓ ମହିଳା ଏକତ୍ରିତ ହୋଇ ପ୍ରତିବାଦ କରିଛନ୍ତି । ଚକାମାଲ ଗାଁ ଆମ୍ବବଗିଚାରେ ରୁଣ୍ଡ ହୋଇ କିପରି ନିଜ ଭିଟାମାଟିକୁ ରକ୍ଷା କରିପାରିବେ ସେ ବିଷୟରେ ଆଲୋଚନା କରିଥିଲେ ।

ଏହାସହ ଅଞ୍ଚଳରେ ଖଣି ଖନନକୁ ବିରୋଧ କରାଯିବ ବୋଲି ଶପଥ ନେଇଛନ୍ତି । ଏନେଇ ପ୍ରଥମେ ରାଜ୍ୟ ସରକାରଙ୍କୁ ଲିଖିତ ଆକାରରେ ଜଣାଇବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ସରକାର କୌଣସି ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।

ପଞ୍ଜିକାରେ ଭୁଲ ତଥ୍ୟ ରହିଲେ କାର୍ଯ୍ୟାନୁଷ୍ଠାନ, ୫ ପଞ୍ଜିକାକୁ ସ୍ବୀକୃତି

ପୁରୀ: ଆଉ ଭିନ୍ନ ଭିନ୍ନ ପଞ୍ଜିକାରେ ରହିବ ନି ଭିନ୍ନ ଭିନ୍ନ ତଥ୍ୟ । ଏବେ ସବୁ ପଞ୍ଜିକାରେ ପର୍ବପର୍ବାଣୀକୁ ନେଇ ରହିବ ସମାନ ତଥ୍ୟ । ପଞ୍ଜିକା ସମୀକରଣ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ଏହାସହ ୫ଟି ପଞ୍ଜିକାକୁ ସ୍ବୀକୃତି ପ୍ରଦାନ କରାଯାଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।

ଆଜି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ପଞ୍ଜିକର ସମୀକରଣ ବୈଠକ ବସିଥିଲା । ବୈଠକକୁ ୮ଟି ପଞ୍ଜିକା ପ୍ରଶାସକଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏଥିରେ ୫ଟି ପଞ୍ଜିକାକୁ ସ୍ବୀକତି ପ୍ରଦାନ କରାଯାଇଛି । ଏହି ପଞ୍ଜିକା ଗୁଡିକ ହେଲେ ରାଧାରମଣ, କୋହିନୁର, ଅରୁଣୋଦୟ, ଜି.ଏନ. ତ୍ରିପାଠୀ ଓ ଭାଗ୍ଯଦୀପ ।

ଏହାସହ ବୈଠକରେ ଶ୍ରୀମନ୍ଦିର ବାର୍ଷିକ ପର୍ବପର୍ବାଣୀ ମଧ୍ଯ ଅନୁମୋଦିତ ହୋଇଛି । ୨୦୨୫-୨୬ ବର୍ଷ ପାଇଁ ପଞ୍ଜିକା ସମୀକରଣ ବୈଠକ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପଞ୍ଜିକାରେ ତ୍ରୁଟିକୁ ନେଇ ବିଗତ ଦିନରେ ଅନେକ ବିବାଦ ଦେଖାଦେଇଥିଲା । ଏହାର ସମାଧାନ ଲାଗି ଏହି ବୈଠକ ଡକାଯାଇଥିଲା । ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ, ପଞ୍ଜିକାରମାନଙ୍କ ସମେତ ପୂଜା ପଣ୍ଡା ନିଯୋଗ ଓ ମୁକ୍ତି ମଣ୍ଡପ ସଦସ୍ୟ ଉପସ୍ଥିତ ଥିଲେ ।

ସିଙ୍ଗର ବି ପ୍ରାକ ବାତିଲ କଲେ ରଣବୀର ଆଲାହବାଦିଆଙ୍କ ପଡକାଷ୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ୟୁଟ୍ୟୁବର ରଣବୀର ଆଲାହବାଦିଆ ବିବାଦ ଘେରରେ ରହିଛନ୍ତି । ଇଣ୍ଡିଆଜ ଗଟ ଟ୍ୟାଲେଣ୍ଟ ଶୋ’ରେ ଦେଇଥିବା ନିଜ ବୟାନକୁ ନେଇ ରଣବୀରଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଉଛି । ଏହାକୁ ନେଇ ରଣବୀର କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ତେବେ ନିଜ ବୟାନର ପ୍ରଭାବ ରଣବୀରଙ୍କ କାମ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ନିଜର ପଡକାଷ୍ଟ ପାଇଁ ବେଶ ଜଣାଶୁଣା ଥିବା ରଣବୀର କ୍ଷମା ମାଗିବା ପରେ ବି ଗେଷ୍ଟ ତାଙ୍କର ଶୋ’କୁ ଆସିବାକୁ ମନା କରୁଥିବା ଦେଖାଯାଇଛି ।

ଏହି କ୍ରମରେ ସିଙ୍ଗର ବି ପ୍ରାକ ରଣବୀରଙ୍କ ପଡକାଷ୍ଟକୁ ଆସିବା ପାଇଁ ମନା କରିଦେଇଛନ୍ତି । ଏକ ଭିଡିଓ ଶେୟାର କରି ଗାୟକ ଏନେଇ ସୂଚନା ଦେଇଛନ୍ତି । ରଣବୀର ଧର୍ମ ଉପରେ କଥା କହୁଛନ୍ତି, ମାତ୍ର ତାଙ୍କର ଭାବନା ବହୁତ ଛୋଟ । ଆସନ୍ତା ସପ୍ତାହରେ ବି ପ୍ରାକ ରଣବୀରଙ୍କ ପଡକାଷ୍ଟକୁ ଯାଇଥାନ୍ତେ, ମାତ୍ର ଏବେ ସେ ଯିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ରଣବୀର ଦେଇଥିବା କମେଣ୍ଟକୁ ନେଇ ଖୁସି ନାହାନ୍ତି ବୋଲି ବି ପ୍ରାକ କହିଛନ୍ତି । ରଣବୀରଙ୍କ ୟୁଟ୍ୟୁବ ଚ୍ୟାନେଲ ବିୟର ବାଇସେପ୍ସର ଏକ ପଡକାଷ୍ଟରେର ବି ପ୍ରାକ ସାମିଲ ହେବାର ଥିଲା । ମାତ୍ର ଏବେ ସେ ତାହାକୁ ବାତିଲ କରିଦେଇଛନ୍ତି । ରଣବୀରଙ୍କ ଚିନ୍ତାଧାରା ଅତ୍ୟନ୍ତ ନିମ୍ନମାନର । ରୈନାଙ୍କ ଶୋ’ରେ ରଣବୀର କିପରି ଏଭଳି ଖରାପ ଶବ୍ଦର ପ୍ରୟୋଗ କରିପାରିଲେ ବୋଲି ବି ପ୍ରାକ ପ୍ରଶ୍ନ କରିଛନ୍ତି । ଏହା ଆମର ଭାରତୀୟ ସଂସ୍କୃତି ନୁହେଁ କି ଆମର ସଂସ୍କୃତି ନୁହେଁ ବୋଲି ଗାୟକ କହିଛନ୍ତି ।

ବିଅର ଦାମ୍ ୧୫ ପ୍ରତିଶତ ବଢ଼ିଲା: ଫେବୃଆରୀ ୧୧ରୁ ଲାଗୁ ହେଲା ନୂଆ ଦର

ନୂଆଦିଲ୍ଲୀ: ବିଅର ପାନ କରୁଥିବା ସମସ୍ତ ଗ୍ରାହକଙ୍କୁ ଲାଗିଲା ବଡ଼ ଝଟକା । ବିଅର ଦାମ୍ ୧୫ ପ୍ରତିଶତ ବୃଦ୍ଧି ଘଟିଛି । ଆଜିଠାରୁ ଅର୍ଥାତ ଫେବୃଆରୀ ୧୧ ତାରିଖ ଠାରୁ ବିଅରର ନୂଆ ଦାମ୍ ପ୍ରଭାବୀ ହୋଇଛି । ବିଅରର ଦାମ୍ ବୃଦ୍ଧି ନିଷ୍ପତ୍ତି ହେବା ଫଳରେ ତାହା ଅନେକ ଲୋକଙ୍କୁ ଶକ୍ତ ଝଟକା ଦେଇଛି । ଏଣିକି ବିଅର କିଣିଲେ ଲୋକଙ୍କୁ ପୂର୍ବାପେକ୍ଷା ଅଧିକ ଟଙ୍କା ଗଣିବାକୁ ପଡ଼ିବ । ବିଅର କିଣିଲେ ପୂର୍ବରୁ ଲୋକମାନେ ଯେଉଁ ଟଙ୍କା ଦେଉଥିଲେ, ଏବେ ସେମାନଙ୍କୁ ୧୫ ପ୍ରତିଶତ ଅଧିକ ଅର୍ଥ ନିଜ ପକେଟରୁ ଗଣିବାକୁ ପଡ଼ିବ । ସରକାରଙ୍କ ଏହି ନିଷ୍ପତ୍ତି ଏବେ ଅନେକ ଲୋକଙ୍କ ଅସନ୍ତୋଷର କାରଣ ପାଲଟିଛି ।

ସୂଚନା ମୁତାବକ, ତେଲେଙ୍ଗାନା ସରକାର ବିଅରକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବିଅର ଦାମରେ ୧୫ ପ୍ରତିଶତ ବୃଦ୍ଧି କରାଯାଇଛି । ରାଜ୍ୟ ସରକାରଙ୍କ ଅବକାରୀ ନୀତି ଅନୁସାରେ ବିଅରର ସଂଶୋଧନ ଦର ଲାଗୁ କରାଯାଇଛି । ମଦ ବିକ୍ରି ଦ୍ବାରା ରାଜସ୍ବ ବୃଦ୍ଧି କରିବା ଏହି ନିଷ୍ପତ୍ତି ପଛର ଉଦ୍ଦେଶ୍ୟ ରହିଛି । ରାଜ୍ୟ ସରକାର ଅବକାରୀ ଶୁଳ୍କକୁ ସଂଶୋଧନ କରିବା ପରେ ବିଅର ଦାମ୍ ୧୫ ପ୍ରତିଶତ ବୃଦ୍ଧି ଘଟିଛି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେକ୍ଷ ଫଳରେ ତେଲେଙ୍ଗାନା ଦକ୍ଷିଣ ଭାରତରେ ବିଅର ବ୍ୟବହାରରେ ସବୁଠାରୁ ମହଙ୍ଗା ରାଜ୍ୟ ମଧ୍ୟରେ ସାମିଲ ହୋଇଛି । ବିଅରର ଏହି ଦର ବୃଦ୍ଧି ସହ ବ୍ରାଣ୍ଡ ଆଧାରରେ ବିଅରର ଏକ ନିୟମିତ ୬୫୦ ମିଲିଲିଟର ବୋତଲର ଦାମ ପାଖାପାଖି ୧୭୦-୧୮୦ ଟଙ୍କା ପର୍ଯ୍ୟନ୍ତ ହେବାର ସମ୍ଭାବନା ରହିଛି । ବିଅରର ଦାମରେ ୧୫ ପ୍ରତିଶତ ବୃଦ୍ଧି ନେଇ ପ୍ରସ୍ତାବ ରଖାଯାଇଥିଲା । ଉକ୍ତ ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ପରେ ଆଜିଠାରୁ ସଂଶୋଧିତ ଦର ଲାଗୁ କରାଯାଇଛି ।

ମଙ୍ଗଳବାରରେ ଘଟିଲା ବଡ଼ ‘ଅମଙ୍ଗଳ’! ୫ ଘଣ୍ଟାରେ ଶେୟାର ବଜାରରେ ନିବେଶକଙ୍କର ୧୦ ଲକ୍ଷ କୋଟି ବୁଡ଼ିଗଲା

ଶେୟାର ବଜାରର ଆଜି ଏକ ବଡ଼ଧରଣର ହଲଚଲ ଦେଖିବାକୁ ମିଳିଛି । ମଙ୍ଗଳବାର ନିବେଶକଙ୍କ ପାଇଁ ଅମଙ୍ଗଳ ସାଜିଛି । ୫ ଘଣ୍ଟାରେ ନିବେଶକଙ୍କର ୧୦ ଲକ୍ଷ କୋଟି ଟଙ୍କା ବୁଡ଼ିଯାଇଛି । ଗ୍ଲୋବାଲ ବଜାର ଓ ଆମେରିକାର ଟାରିଫ ଘୋଷଣା ଫଳରେ ନିବେଶକଙ୍କ ମଧ୍ୟରେ ହଲଚଲ ମଚିଯାଇଛି । ବିଦେଶୀ ନିବେଶକମାନେ ନିରନ୍ତର ଭାବେ ଅର୍ଥ ଉଠାଣ ଓ ଆମେରିକାର ଟ୍ରେଡ ଓ୍ବାର ଆଶଙ୍କା ମଧ୍ୟରେ ଆଜିର କାରବାରରେ ସେନସେକ୍ସ ଓ ନିଫ୍ଟୀରେ ବହୁ କ୍ଷତି ପରିଲକ୍ଷିତ ହୋଇଛି । କାରବାର ସପ୍ତାହରେ କ୍ରମାଗତ ଦ୍ବିତୀୟ ଦିନ ଅମଙ୍ଗଳ ସାବ୍ୟସ୍ତ ହୋଇଛି । ରିଲାଏନ୍ସ, ଏଚଡିଏଫସି ଠାରୁ ଆରମ୍ଭ କରି ଅଦାନୀ ପରି ବଡ଼ ବଡ଼ କମ୍ପାନୀଗୁଡ଼ିକର ଷ୍ଟକ ନିମ୍ନମୁଖୀ ହୋଇଛି । ଶେୟାର ବଜାରରେ ଦେଖାଦେଇଥିବା ଏହି ମାଡ଼ରେ ୫ ଘଣ୍ଟା ମଧ୍ୟରେ ନିବେଶକଙ୍କର ୧୦ ଲକ୍ଷ କୋଟି ଡୁବି ଯାଇଛି ।

ସେନସେକ୍ସରେ ଲିଷ୍ଟେଡ ୩୦ କମ୍ପାନୀ ମଧ୍ୟରୁ ପାଓ୍ବର ଗ୍ରୀଡ, ଜୋମାଟୋ, ଟାଟା ମୋଟର୍ସ, ଅଲଟ୍ରାଟେକ ସିମେଣ୍ଟ, ବଜାଜ ଫିନସର୍ଭ, ସନ ଫାର୍ମା, କୋଟକ ମହିନ୍ଦ୍ରା ବ୍ୟାଙ୍କ ଓ ଟାଟା ଷ୍ଟିଲର ଶେୟାର ସବୁଠାରୁ ଅଧିକ କ୍ଷତି ହୋଇଛି । ଇନଫୋସିସ, ଏଚସିଏଲ ଟେକ, ମାରୁତି ଓ ଆଇଟିସିର ଶେୟାର ଲାଭରେ ରହିଛି । ଏସୀୟ ବଜାରରେ ଚୀନର ଶଂଘାଈ କମ୍ପୋଜିଟ ଓ ହଂକଂର ହ୍ୟାଙ୍ଗସେଙ୍ଗ ହ୍ରାସ ଘଟିଥିବା ବେଳେ ଦକ୍ଷିଣ କୋରିଆର କାଂସ୍ପୀ ଫାଇଦାରେ ରହିଛି । ସୋମବାର ଦିନ ଆମେରିକୀୟ ବଜାର ସକାରାତ୍ମକ ସହ ବନ୍ଦ ହୋଇଥିଲା । ଅନ୍ତରାଷ୍ଟ୍ରୀୟ ମାନକ ବ୍ରେଣ୍ଟ କ୍ରୁଡ ୦.୨୬ ପ୍ରତିଶତ ବଢ଼ି ୭୬.୦୭ ଡଲାର ପ୍ରତି ବ୍ୟାରେଲ ଦାମରେ ରହିଥିଲା । ସୋମବାର ଦିନ ବିଦେଶୀ ସଂସ୍ଥାଗତ ନିବେଶକ (FII) ଶୁଦ୍ଧ ଭାବେ ୨,୪୬୩.୭୨ କୋଟିର ଶେୟାର ବିକ୍ରି କରିଦେଇଥିଲେ । ମଙ୍ଗଳବାର କାରବାର ଆରମ୍ଭରୁ ଟଙ୍କା ୬୧ ପଇସା ବୃଦ୍ଧି ସହିତ ଆମେରିକୀୟ ଡଲାର ତୁଳନାରେ ୮୬.୮୪ ଟଙ୍କାରେ ପହଞ୍ଚି ଯାଇଥିଲା । ସୋମବାର ଦିନ ତାହା ପାଖାପାଖି ୮୮ର ସ୍ତରରେ ରହିଥିଲା ।

କୋଟିଆ ଅଞ୍ଚଳର କୌଣସି ମହିଳା ସୁଭଦ୍ରା ଯୋଜନା ପାଉନାହାନ୍ତି : ରାମଚନ୍ଦ୍ର କାଡାମ

ନନ୍ଦିଘୋଷ ବ୍ୟୁରୋ: ସୁଭଦ୍ରା ଯୋଜନାରେ ସବୁ ମହିଳା ପାଉନାହାନ୍ତି ସହାୟତା । କୋଟିଆ ଅଞ୍ଚଳର କୌଣସି ମହିଳା ସୁଭଦ୍ରା ଯୋଜନା ପାଉନାହାନ୍ତି । ସୁଭଦ୍ରା ଠାରୁ ଭତ୍ତା ଯାଏ କିଛି ପାଉନାହାନ୍ତି କୋଟିଆ ଲୋକ । ଏମାନେ କଣ ଓଡ଼ିଶାର ଲୋକ ନୁହନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ଆମେ ଆଜି ଅସୁରକ୍ଷିତ ମନେ କରୁଛୁ । ରାଜ୍ୟ ସରକାର ଲୋକଙ୍କୁ ବାହାର ରାଜ୍ୟକୁ ଯିବା ପାଇଁ ବାଧ୍ୟ କରୁଛନ୍ତି ।

୨୦୦୯ରେ ପୂର୍ବ ସରକାର ସମସ୍ତଙ୍କୁ ଘର ଯୋଗାଇବା ସହ ଯୋଜନା ପହଞ୍ଚାଉଛନ୍ତି । ହେଲେ ଏବର ସରକାର ସବୁ ଭୁଲି ଗଲେ । ରାଜ୍ୟରେ ଆଦିବାସୀ ମୁଖ୍ୟମନ୍ତ୍ରୀ  । ହେଲେ ଆଦିବାସୀମାନେ ରାଜ୍ୟରେ ଅବହେଳିତ । ମୁଖ୍ୟମନ୍ତ୍ରୀ ଆଜି ଯାଏ କୋଟିଆ ଗଲେ ନାହିଁ । ଆମେ ବାରମ୍ୱାର ନିମନ୍ତ୍ରଣ କରୁଛୁ । ହେଲେ ରାଜସ୍ବ ମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ କେବେ ବି କୋଟିଆ ଗଲେ ନାହିଁ । ଏହା କଣ ଓଡ଼ିଆ ଅସ୍ମିତାକୁ ସୁରକ୍ଷା ବୋଲି ପ୍ରଶ୍ନ କରିଛନ୍ତି ରାମଚନ୍ଦ୍ର ।