ତ୍ରିଶୁଳିଆରୁ କଟକକୁ ପ୍ରବେଶ ପଥରେ ମହମ୍ମଦ ମୋକିମଙ୍କ ସହ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସଙ୍କ ବ୍ୟାନର ବିନା ଦଳୀୟ ଚିହ୍ନରେ ଲାଗିବା ଘଟଣାକୁ ନେଇ ଚର୍ଚ୍ଚା ଲାଗିଥିବା ବେଳେ ମୁହଁ ଖୋଲିଛନ୍ତି ମହମ୍ମଦ ମୋକିମ। କହିଛନ୍ତି, ନୂଆବର୍ଷ ପାଇଁ ମୋର ଶୁଭେଛୁ ଏଭଳି ଏକ ବ୍ୟାନର ଲଗାଇ ଥାଇପାରନ୍ତି। ମୁଁ ପୂର୍ବରୁ ବିଧାୟକ ଥିଲି ଓ ସୋଫିଆ ବିଧାୟିକା ଭାବେ ଲୋକଙ୍କ ପାଖରେ ପରିଚିତ। ତେଣୁ ଦଳୀୟ ଚିହ୍ନ ଗୋଟିଏ ଶୁଭେଛା ବ୍ୟାନରରେ ରହିବା ଅତି ଜରୁରୀ ବୋଲି ଭାବୁ ନାହିଁ ବୋଲି ମହମ୍ମଦ ମୋକିମ କହିଛନ୍ତି। ସେପଟେ ମୋକିମ ନିଜର ରାଜନୈତିକ କାର୍ଯ୍ୟକ୍ରମ ସଂପର୍କରେ କହିଛନ୍ତି ଯେ ସେ ବିଭିନ୍ନ ଅଂଚଳ ବୁଲି ରାଜନେତା ଓ ଶୁଭେଛୁଙ୍କୁ ଭେଟୁଛନ୍ତି। ଭୁବନେଶ୍ବରରେ କାଲି କିଛି ରାଜନୈତିକ ବ୍ୟକ୍ତିବିଶେଷଙ୍କ ସମେତ ବସ୍ତିବାସିନ୍ଦାଙ୍କୁ ଭେଟିଥିଲେ। ସମସ୍ତଙ୍କ ପରାମର୍ଶ ନେଇ ଭବିଷ୍ୟତ କାର୍ଯ୍ୟପନ୍ଥା ଶୀଘ୍ର ଘୋଷଣା କରିବି ବୋଲି କହିଛନ୍ତି ମହମ୍ମଦ ମୋକିମ
କନ୍ଧମାଳରେ ହାଡ଼ ଭଙ୍ଗା ଜାଡରେ ଅସ୍ତବ୍ୟସ୍ତ ଜନଜୀବନ
କନ୍ଧମାଳରେ ହାଡ଼ ଭଙ୍ଗା ଜାଡରେ ଅସ୍ତବ୍ୟସ୍ତ ଜନଜୀବନ । ପାରଦ ତଳମୁଁହା ହେବା ସହ ଅସମ୍ଭାଳ ଶୀତ ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ ଜାଡ଼ ସ୍ଥାନୀୟ ଅଞ୍ଚଳବାସୀଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି। ଦିନରେ ତାପମାତ୍ରା ସ୍ୱାଭାବିକ ରହୁଥିବା ବେଳେ ସଞ୍ଜ ନଇଁଲେ ପାରଦ ଖସିବା ସହ ଥଣ୍ଡାର ରାଜୁତି ଚାଲୁଛି। ।ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ଡିଗ୍ରୀ ରହିଥିବା ବେଳେ ଦାରିଙ୍ଗିବାଡ଼ି ୬ ଓ ଜି ଉଦୟଗିରି ୪.୩ଡିଗ୍ରୀ ତାପମାତ୍ରା ରହୁଛି l ଲୋକେ ସ୍ଥାନେ ସ୍ଥାନେ ନିଆଁର ସାହାରା ନେଉଥିବାର ଦେଖିବାକୁ ମିଳୁଛି l ଅନ୍ୟପଟରେ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି l
ଜାମ୍ମୁ ଓ କାଶ୍ମୀରରେ ବିଭିନ୍ନ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ
ଜାମ୍ମୁ ଓ କାଶ୍ମୀରରେ ବିଭିନ୍ନ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ। ପାକିସ୍ତାନୀ ଆତଙ୍କୀମାନେ ଜାମ୍ମୁ ଓ କାଶ୍ମୀରରେ ଅନୁପ୍ରବେଶ କରିଛନ୍ତି ବୋଲି ଗୁଇନ୍ଦା ସୂଚନା ଆଧାରରେ ଏହି ଅପରେସନ କରାଯାଇଛି। ଅପରେସନରେ ସାମିଲ ହୋଇଛନ୍ତି ସେନା ଓ ଜାମ୍ମୁ ଓ କାଶ୍ମୀର ପୋଲିସ। ଜାମ୍ମୁ ଓ କାଶ୍ମୀରର ଡୋଡା ଅନ୍ତର୍ଗତ ଭାଲେସାରେ ପ୍ରବଳ ଶୀତ ସତ୍ତ୍ବେ ସର୍ଚ୍ଚ ଅପରେସନ ଜାରି ରହିଛି। ଶୀତକାଳ ଓ ବରଫପାତର ସୁଯୋଗ ନେଇ ଜାମ୍ମୁ ଓ କାଶ୍ମୀରକୁ ଆତଙ୍କୀ ଚାଲିଆସିବାର ଆଶଙ୍କା ବଢ଼ିଛି। ଅନୁପ୍ରବେଶ ରୋକିବା ଲାଗି ଗୁଲମାର୍ଗ, ଜାମ୍ମୁ ସମେତ ବିଭିନ୍ନ ସ୍ଥାନରେ ଜାରି ରହିଛି ସର୍ଚ୍ଚ ଅପରେସନ। ନିୟୋଜିତ ହୋଇଛନ୍ତି ସୀମା ସୁରକ୍ଷା ବଳ। ଯବାନମାନ ଜୀବନକୁ ବାଜି ଲଗାଇ ଚଳାଇଛନ୍ତି କମ୍ବିଂ। ତାରବାଡ଼ ଲଗାଯାଇଥିବା ଅଞ୍ଚଳ, ଘନ ବରଫ ଭରା ଅଞ୍ଚଳ, ଜଙ୍ଗଲିଆ ସ୍ଥାନରେ ଜାରି ରହିଛି କମ୍ବି। ନୂଆବର୍ଷ ଆଗରୁ ଆତଙ୍କୀମାନେ ଅନୁପ୍ରବେଶ କରିବା ଆଶଙ୍କା ରହିଥିବାରୁ ଏହି ଅପରେସନ କରାଯାଉଛି। ସେପଟେ ଆତଙ୍କବାଦୀଙ୍କ ମୁକାବିଲା ଲାଗି ଡୋଡାରେ ସ୍ଥାନୀୟ ଭିଲେଜ ଡିଫେନ୍ସ ଗାର୍ଡଙ୍କୁ ଗରିଲା ଯୁଦ୍ଧ ସମ୍ପର୍କରେ ତାଲିମ ପ୍ରଦାନ କରିଛି ସେନା। ଏଥିରେ ଶତାଧିକ ଲୋକ ସାମିଲ ହୋଇଛନ୍ତି।
ଚମ୍ପୁଆରେ ଛଅ ଟିକିଆ ହାତୀପଲଙ୍କ ଉପଦ୍ରବ
କେନ୍ଦୁଝର ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ବାରିଆ ଗାଁରେ ହାତୀପଲଙ୍କ ଉପଦ୍ରବ। ଗତକାଲି ବିଳମ୍ବିତ ରାତିରେ ଦୁଇଟି ଘର ଭାଗିଂଲେ ଛଅ ଟିକିଆ ହାତୀପଲ । ଗତ କିଛି ଦିନ ହେବ ଉଖୁଣ୍ଡା ସେକ୍ସନର କଞ୍ଚନ ଡୁମୁରିଆ ଜଂଗଲକୁ ଆସିଥିବା ପଚିଶ ଟିକିଆ ହାତୀପଲ ଦୁଇଭାଗ ହୋଇ ଆଖପାଖ ଗାଁରେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଗାଁର ଚିନ୍ତାମଣି ନାଏକ ଓ ଧିରେନ ନାଏକଙ୍କ ଘର ସଂପୂର୍ଣ ଭାଗିଂ ଦେଇଥିବାବେଳେ ଘର ଭିତରୁ ଧାନ ଚାଉଳ ଖାଇଛନ୍ତି । ବହୁ ସମୟ ଧରି ଆତଙ୍କ ସୃଷ୍ଟି କରିବା ପରେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଘଉଡାଇବାରେ ସଫଳ ହୋଇଛି। ହାତୀପଲକୁ ନେଇ ଗାଁ ରେ ଭୟର ବାତାବରଣ ସୃଷ୍ଟି ହୋଇଛି।
ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ
ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ। କଟକ ଆଠଗଡ ଥାନା ରଥଗଡା ଛକରେ ମର୍ମନ୍ତୁଦ ଦୁର୍ଘଟଣା । ଯାତ୍ରୀବାହୀ ବସ-ବାଇକ ମୁଁହାମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ଦୁଇ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ହେଲେ ଆଠଗଡ ଅଞ୍ଚଳର ରାମ ନାଏକ ଓ କଟକ ଅଞ୍ଚଳର ତାପସ ନାଏକ। ବସ୍ ଟି ଆଠଗଡରୁ କଟକ ଯାଉଥିବା ବେଳେ ରଥଗଡା ଛକ ନିକଟରେ ଘଟିଛି ଦୁର୍ଘଟଣା। ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ବସ୍ କୁ ଜବତ କରି ତଦନ୍ତ କରୁଛି ଆଠଗଡ ପୋଲିସ ।
ଧାନ କିଣାରେ ସରକାର ସମ୍ପୂର୍ଣ୍ଣ ବିଫଳ: ସରକାରଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି ଚାଷୀ ସଂଗଠନ
ସମ୍ବଲପୁରରେ ଚାଷୀଙ୍କ ସମସ୍ୟା ନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ଗୁହାରି ପରେ ମଧ୍ୟ ଧାନ କିଣାରେ ସରକାର ସମ୍ପୂର୍ଣ୍ଣ ବିଫଳ। ଏହାକୁ ନେଇ ଆଜି ସରକାରଙ୍କ ବିରୋଧରେ ପ୍ରତିବାଦ କରୁଛନ୍ତି ଚାଷୀ ସଂଗଠନ। ସମ୍ବଲପୁର ଜିଲ୍ଲାର ସେରଶୁଆତେଲ୍ ଛକ ସମେତ ବିଭିନ୍ନ ସ୍ଥାନରେ ଆଜି ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି ଚାଷୀ ତେବେ ବର୍ତ୍ତମାନ ମଧ୍ୟ ଧାନ କିଣାରେ ସରକାର ବିଫଳ ହେବାସହ କଟନି ଛଟ୍ ନି ବଢ଼ିଚାଲିଛି ଯାହାକୁ ନେଇ ପୁଣି ଆନ୍ଦୋଳନକୁ ଜୋରଦାର କରିଛି ଜିଲ୍ଲାର ଚାଷୀ

