spot_img
Home Blog Page 1093

ରୁଷ-ୟୁକ୍ରେନ ଯୁଦ୍ଧରେ ଲାଗିପାରେ ବିରାମ ; ଯୁଦ୍ଧ ବନ୍ଦ ଲାଗି ଆଗ୍ରହ ପ୍ରକାଶ କଲେ ଜେଲେନସ୍କି

ନନ୍ଦିଘୋଷ ବ୍ୟୁରୋ: ରୁଷିଆ-ୟୁକ୍ରେନ ମଧ୍ୟରେ ହୋଇପାରେ ଶାନ୍ତି ବୁଝାମଣା। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସିଧାସଳଖ କଥାବାର୍ତ୍ତା ପାଇଁ ନିଜଆଡୁ ଆଗ୍ରହ ପ୍ରକାଶ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ରୁଷ-ୟୁକ୍ରେନ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୪୫ ହଜାରରୁ ଅଧିକ ଯବାନଙ୍କ ମୃତ୍ୟୁ ହେଲାଣି । ୟୁକ୍ରେନର ପ୍ରାୟ ୪ ଲକ୍ଷ ଯବାନ ଆହତ ହୋଇଥିବା ଜଣାପଡିଛି । ଏତେ ସଂଖ୍ୟକ ଯବାନ ସହିଦ ହେବାପରେ ନିଜ ଆଡୁ ଯୁଦ୍ଧ ବନ୍ଦ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଜେଲେନସ୍କି ।

ଯୁଦ୍ଧକୁ ଏବେ ୩ ବର୍ଷ ପୁରିବାକୁ ବସିଛି । ମୃତ୍ଯୁସଂଖ୍ଯା ଲଗାତାର ବଢିଚାଲିଛି । ନିକଟରେ ୟୁକ୍ରେନ ଗସ୍ତରେ ଆସିଥିବା ବ୍ରିଟେନ ବୈଦେଶିକ ମନ୍ତ୍ରୀ ଡେଭିଡ ଲେମିଙ୍କୁ ରାଷ୍ଟ୍ରପତି ଜେଲେନସ୍କି ସହ ଆଲୋଚନା କରିଥିଲେ। ସେହି ସମୟରେ ସେ ରୁଷ ରାଷ୍ଟ୍ରପତି ପୁଟିନଙ୍କ ସହ ସିଧାସଳଖ ଆଲୋଚନା କରିବାକୁ ଆଗ୍ରହ ବୋଲି କହିଥିଲେ । ଏହି ଗୋଟିଏ ମାତ୍ର ପ୍ରକ୍ରିୟା ଦ୍ଵାରା ୟୁକ୍ରେନ ନାଗରିକଙ୍କ ଲାଗି ଶାନ୍ତି ଆସି ପାରିବ ବୋଲି କହିଛନ୍ତି ଜେଲେନସ୍କି । ସେହିପରୁ ଯୁଦ୍ଧରେ ରୁଷର ମଧ୍ୟ ଅନେକ କ୍ଷତି ହୋଇଥିବା କହିଛନ୍ତି ଜେଲେନସ୍କି। ରୁଷର ସାଢେ ୩ ଲକ୍ଷରୁ ଅଧିକ ଯବାନଙ୍କ ମୃତ୍ୟୁ ହୋଇଛି । ୬ରୁ ୭ ଲକ୍ଷ ଯବାନ ଆହତ ହୋଇଛନ୍ତି ।

ଆଉ ଦିନକ ପରେ ଫିଟିବ ଭୋଟ ପେଡ଼ି : ୭୦ ଆସନରେ ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍

ନନ୍ଦିଘୋଷ ବ୍ୟୁରୋ: ସରିଲା ଦିଲ୍ଲୀ ବିଧାନସଭା ନିର୍ବାଚନ। ଆଉ ଦିନକ ପରେ ହେବ ଭୋଟ ଗଣତି। ଗତକାଲି ପ୍ରାୟ ୫୮ ପ୍ରତିଶତରୁ ଅଧିକ ଭୋଟଦାନ ହୋଇଛି। ଇଭିଏମରେ ସିଲ୍ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। ଭୋଟଗ୍ରହଣ କେନ୍ଦ୍ରରୁ ଇଭିଏମ ଷ୍ଟ୍ରଙ୍ଗରୁମକୁ ନେଇ ରଖାଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି ଇଭିଏମ। ସୁରକ୍ଷା ଲାଗି ଦିଲ୍ଲୀ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଦିଲ୍ଲୀରେ ଭୋଟଗ୍ରହଣ ଲାଗି ମୋଟ ୧୩ ହଜାର ୭୬୬ଟି ବୁଥ କରାଯାଇଥିଲା । ଭୋଟ ଲାଗି ୪୫ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ । ଆସନ୍ତା ୮ ତାରିଖରେ ହେବ ଭୋଟ ଗଣତି। ଭୋଟଗ୍ରହଣ ପରେ ଚିତ୍ର ସ୍ପଷ୍ଟ ହୋଇଯିବ। ସେପଟେ ଗତକାଲି ଆସିଥିଲା ଏକଜିଟ ପୋଲ ରିପୋ ର୍ଟ। ଏକଜିଟ୍ ପୋଲ ରିପୋର୍ଟରେ ଆପ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଥିବା ଦର୍ଶାଯାଇଛି । କିଛି ସର୍ଭେ ସଂସ୍ଥା ଆମ ଆଦମୀ ପାର୍ଟିକୁ ବହହୁମତ ଦେଇଥିବାବେଳେ ଅନ୍ୟ କିଛି ବିଜେପିକୁ ବହୁମତ ପ୍ରଦାନ କରିଛନ୍ତି ।

୨୦୧୩, ୨୦୧୫ ଓ ୨୦୨୦ ପରେ ଚତୁର୍ଥ ଥର ଦିଲ୍ଲୀ ଗାଦି ଦଖଲ କରିବାକୁ ଆପ୍ ଲକ୍ଷ୍ୟ ରଖିଛି। ଆରପଟେ ପ୍ରାୟ ୨୭ ବର୍ଷ ହେଲାଣି ଦିଲ୍ଲୀ ଗାଦି ଦଖଲ କରିପାରି ନାହିଁ ବିଜେପି।

ଭୁବନେଶ୍ୱର ଶ୍ରୀରାମ ମନ୍ଦିରରେ ନୂଆ ପୂଜକ ନିଯୁକ୍ତିକୁ ନେଇ ବିବାଦ

ଭୁବନେଶ୍ୱର: ଭୁବନେଶ୍ୱର ରାମମନ୍ଦିରରେ ଟ୍ରଷ୍ଟ ବୋର୍ଡ ଓ ପୂଜକ ବିବାଦ ନେଇ ବନ୍ଦ ହେଲା ପୂଜା ନୀତି। ଦୁଇ ଘଣ୍ଟା ପୂଜା ନୀତି ଓ ସନ୍ଧ୍ୟା ଆଳତୀ ବନ୍ଦ ପରେ ଶେଷରେ ରାତି ୭ଟା ୪୫ରେ ହେଲା ସନ୍ଧ୍ୟା ଆଳତି। ଟ୍ରଷ୍ଟ ବୋର୍ଡ ପୁରୁଣା ପୂଜକଙ୍କୁ ନଜଣାଇ ନୂତନ ପୂଜକ ନିଯୁକ୍ତ କରିବା ଓ ମନ୍ଦିର ଚାବିକୁ ପୁରୁଣା ପୂଜକଙ୍କୁ ନଦେବାରୁ ପ୍ରାୟ ଦୁଇ ଘଣ୍ଟା ପୂଜା ନୀତି ବନ୍ଦ କରିଥିଲେ ପୁରୁଣା ପୂଜକ। ଦୀର୍ଘ ବର୍ଷ ଧରି ମନ୍ଦିରରେ ପୂଜା କରି ଆସୁଥିବା ପୂଜକଙ୍କୁ ଟ୍ରଷ୍ଟ ବୋର୍ଡ ଅଣଦେଖା କରିବାରୁ ଏପରି ସ୍ଥିତି ଉପୁଜିଥିଲା। ସନ୍ଧ୍ୟାରେ ମୁଖ୍ୟ ମନ୍ଦିର ବନ୍ଦ ଥିବାରୁ ଭକ୍ତ ମାନେ ନିରାଶ ହୋଇ ଫେରିବା ସହ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ସମୟରେ ଟ୍ରଷ୍ଟ ବୋର୍ଡ ଓ ପୂଜକଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲା। ୪ଟି ଚାବିରୁ ୩ଟି ଚାବି ହସ୍ତାନ୍ତର କରିବା ପରେ ପୂଜା ନୀତି ଆରମ୍ଭ ହୋଇଥିଲା। ଯେତେ ବିବାଦ ଥିଲେ ମଧ୍ୟ ରାମ ମନ୍ଦିରରେ କେବେ ଏଭଳି ପୂଜା ବନ୍ଦ ହେବା ଦେଖିବାକୁ ମିଳି ନଥିଲା ବୋଲି ଭକ୍ତ କହିଛନ୍ତି । ଶେଷରେ ମନ୍ଦିର ପୂଜନୀତି ହୋଇଥିବାରୁ ଭକ୍ତଙ୍କ ମହଲରେ ଆନନ୍ଦ ଖେଳି ଯାଇଛି ଓ ସେପଟେ କିଛି ମାତ୍ରାରେ ଏହି ବିବାଦ ସମାଧାନ ହୋଇଛି । ଭକ୍ତଙ୍କ ଭାବାବେଗ ଦେଖି ପୂଜାନୀତି ଆରମ୍ଭ ହୋଇଛି ବୋଲି ପୂଜକ ସୂଚନା ଦେଇ କହିଛନ୍ତି ।

ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନର ଘଞ୍ଚ ଜଙ୍ଗଲକୁ ଗଲେ ୫ ଚିତା ବାଘ

ନନ୍ଦିଘୋଷ ବ୍ୟୁରୋ : ମଧ୍ୟପ୍ରଦେଶ କୁନୋ ଜାତୀୟ ଉଦ୍ୟାନର ଘଞ୍ଚ ଜଙ୍ଗଲକୁ ଗଲେ ୫ ଚିତା ବାଘ। ୩ ବୟସ୍କ ଶାବକଙ୍କ ସହ ଘଞ୍ଚ ଜଙ୍ଗଲକୁ ଗଲା ବାଘୁଣୀ ଆଶା। ସେହିପରି ଚିତାବାଘ ଧୀରାକୁ ଅଲଗା ଭାବେ ଘଞ୍ଚ ଜଙ୍ଗଲକୁ ଛଡାଯାଇଛି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସମସ୍ତ ୫ ଚିତା ବାଘଙ୍କୁ କୋର ଫରେଷ୍ଟରେ ଛାଡ଼ିଛନ୍ତି। ୫ ବାଘକୁ ଜଙ୍ଗଲରେ ଛଡାଯାଇଥିବାରୁ ଆଜିର ଦିନର ଅନେକ ଗୁରୁତ୍ଵ ରହିଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ। ୨ ବାଘକୁ କୁନୋ ଅଭୟାରଣ୍ୟରେ ଛାଡି ଯେଉଁ ଅଭିଯାନ ଆରମ୍ଭ କରାଯାଇଥିଲା ସେହି କ୍ରମରେ ଆଜି ୫ ବାଘରୁ କୋର ଫରେଷ୍ଟରେ ଛଡାଯାଇଛି। ଏହା ପୂର୍ବରୁ ଗତକାଲି ୨ ଶାବକଙ୍କୁ ଜନ୍ମ ଦେଇଥିଲା ବାଘ ବୀରା। ବୀରା ଦୁଇ ବାଘଙ୍କୁ ଜନ୍ମ ଦେବା ପରେ କୁନୋ ଜାତୀୟ ଉଦ୍ୟାନରେ ବାଘ ସଂଖ୍ୟା ୨୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୪ ଶାବକ ଭାରତରେ ଜନ୍ମ ନେଇଛନ୍ତି ।

ଟିକେଟ ବିକ୍ରି ଅବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଲେ କଟକ ମେୟର

କଟକ: କଟକ ବାରବାଟୀରେ ଟିକେଟ ବିକ୍ରି ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲେ କଟକ ମେୟର ସୁବାସ ସିଂ। ପ୍ରସ୍ତୁତି ବୈଠକରେ ହୋଇଥିଲା ସମସ୍ତ ଆଲୋଚନା। କିନ୍ତୁ ଶେଷରେ ଫଳପ୍ରଦ ହେଲାନି। ଟିକେଟ ବିକ୍ରିକୁ ନେଇ ଯେଉଁଭଳି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିପାଇଁ ଆଗରୁ ସତର୍କ କରାଇଥିଲେ ବୋଲି ସେ କହିଛନ୍ତି। ପୂର୍ବରୁ ଅନେକ ମ୍ୟାଚ୍ କଟକରେ ହୋଇଛି କିନ୍ତୁ ଏଭଳି ଅବ୍ୟବସ୍ଥା କେବେ ଦେଖିବାକୁ ମିଳିନଥିଲା। ନିଜେ ମୁଖ୍ୟମନ୍ତ୍ରୀ ଓ ତାଙ୍କ କ୍ରୀଡା ମନ୍ତ୍ରୀ ସମୀକ୍ଷା କରିଥିଲେ। ହେଲେ ଶେଷରେ କଣ ହେଲା ବୋଲି ପ୍ରଶ୍ନ କରିଛନ୍ତି ମେୟର।

ଆହୁରୀ ମଧ୍ୟ କହିଛନ୍ତି, ଯେଉଁ କ୍ରିକେଟ ପ୍ରେମୀ ମ୍ୟାଚ୍ ଦେଖିବାକୁ ଟିକେଟ ପାଇଁ ଆସିଥିଲେ। ତାଙ୍କ ପାଇଁ ପ୍ରଶାସନ କିମ୍ବା OCA କର୍ତ୍ତୃପକ୍ଷ କିଛି ବ୍ୟବସ୍ଥା କରିନଥିଲେ। ଆଗକୁ ୪୦ ହଜାରରୁ ଅଧିକ ଦର୍ଶକ ଖେଳ ଦେଖିବାକୁ ଆସିବେ। ସେଥିପାଇଁ ଆଗୁଆ ସବୁକିଛି ବ୍ୟବସ୍ଥା କରିବାକୁ OCA ଓ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି କଟକ ମେୟର ସୁବାସ ସିଂ ।

ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ: ଅଫଲାଇନ ପାଇଁ ୧୨ ହଜାର ଟିକେଟ ବିକ୍ରି

କଟକ: ବାରବାଟୀ ଦିନିକିଆ ପାଇଁ ସରିଲା ଟିକେଟ୍ ବିକ୍ରି। ଅଫଲାଇନ ପାଇଁ ୧୨ ହଜାର ଟିକେଟ ବିକ୍ରି ହୋଇଛି। ଟିକେଟ୍ ବିକ୍ରି ପାଇଁ ଦୁଇ ଦିନ ଥିବା ବେଳେ, ପ୍ରଥମ ଦିନରେ ଶେଷ ହୋଇଛି ଅଫଲାଇନ ଟିକେଟ୍ ବିକ୍ରି। ସମସ୍ତ ଗ୍ୟାଲେରୀ, ସ୍ପେଶାଲ ଏନକ୍ଲୋଜର ଓ କର୍ପୋରେଟ୍ ବକ୍ସ ଟିକେଟ ବିକ୍ରି ଶେଷ ହୋଇଛି।

ଆଜି ଟିକେଟ ବିକ୍ରି ବେଳେ ଠେଲାପେଲା ସହ ଧସ୍ତାଧସ୍ତି ହୋଇଥିଲେ ଲୋକ। ଦୀର୍ଘ ସମୟ ଧରି କାଉଣ୍ଟର ଆଗରେ ଅପେକ୍ଷା କରି ନିରାଶ ହେବା ପରେ ବ୍ୟାରିକେଡ୍ ଭାଙ୍ଗିଥିଲେ କ୍ରିକେଟପ୍ରେମୀ। କାଉଣ୍ଟର ଆଗରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା।

 

ମେଜର ଓ ବାନ୍ଧବିଙ୍କ ସହ ଅସଦାଚରଣ ଘାଟଣା: କମିଶନର ତଦନ୍ତ ଶେଷ

ଭୁବନେଶ୍ବର: ଭୁବନେଶ୍ବର ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଗଠିତ ହୋଇଥିବା ତଦନ୍ତ କମିଶନର ତଦନ୍ତ ଶେଷ। ଫେବୃଆରୀ ୨୮ ସୁଦ୍ଧା ସରକାରଙ୍କୁ ରିପୋର୍ଟ ଦେବେ କମିଶନ। କମିଶନଙ୍କ ଅବଧି ଜାନୁଆରୀ ୩୧ ଯାଏ ଧାର୍ଯ୍ୟ ଥିଲା । ଆଜି ବାନ୍ଧବୀ, ସମ୍ପୃକ୍ତ ପୋଲିସ ଅଫିସର ଏବଂ ସାକ୍ଷୀ ଥିବା ମୋଟ ୩୫ ଜଣଙ୍କୁ ଜେରା କରିବାର ଥିଲା । ମେଜର ବାନ୍ଧବୀଙ୍କ ଓକିଲ ଆସନ୍ତା ୧୫ ଯାଏଁ ସମୟ ମାଗିଥିଲେ । କମିଶନଙ୍କ ନିକଟରେ ଆଉ ସମୟ ନଥିବାରୁ ତଦନ୍ତକୁ ଶେଷ କରାଯାଇଛି ।

ସୂଚନାଯୋଗ୍ୟ ସେପ୍ଟେମ୍ବର ୧୪ ତାରିଖରେ ରାତିରେ ଭରତପୁର ଥାନା ଅଂଚଳରେ ଘଟଣା ଘଟିଥିଲା। ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଏବଂ ପରେ ଥାନାରେ ପୋଲିସ ସହ ଯୁକ୍ତିତର୍କ ଘଟଣା ସାମ୍ନାକୁ ଆସିଥିଲା। ପରେ ଏହାକୁ ନେଇ ସରକାର ତଦନ୍ତ କମିଶନ ବସାଇଥିଲେ।

ନବୀନ ପଟ୍ଟନାୟକ ସରକାର ସମୟର ଆଉ ଏକ ଯୋଜନାର କପିପେଷ୍ଟ କଲେ ମୋହନ ମାଝୀ ସରକାର

ଭୁବନେଶ୍ୱର: ନବୀନ ସରକାରଙ୍କ ସମୟର ଯୋଜନା ପୁଣି କପିପେଷ୍ଟ। ଆମ ଓଡ଼ିଶା ନବୀନ ଓଡ଼ିଶାର ନାମ ବଦଳି ହେଲା ବିକଶିତ ଗାଁ ବିକଶିତ ଓଡ଼ିଶା। ହେଲେ ରାଜ୍ୟ ସରକାରଙ୍କ ବଡ଼ ଷଡ଼ଯନ୍ତ୍ର ପଦାରେ ପଡ଼ିଲା। ଯୋଜନାରେ ଆମ ଓଡ଼ିଶା ନବୀନ ଓଡ଼ିଶା ତୁଳନାରେ ୭୫% ଅନୁଦାନ କମାଇ ବିକାଶରେ ବ୍ରେକ ଲଗାଇବାକୁ ଉଦ୍ୟମ ହୋଇଥିବା କହିଛି ବିଜେଡି। ପୁରୁଣା ଯୋଜନାର ଖାଲି ଚେହେରା ବଦଳିଛି, ହେଲେ ଟଙ୍କା କମି ଯାଇଛି। ଗାଁରେ ବିଭିନ୍ନ ବିକାଶମୂଳକ ଯୋଜନା ଲାଗି ବିକଶିତ ଗାଁ, ବିକଶିତ ଓଡ଼ିଶା ଆରମ୍ଭ ହେଲା। ତାହା ତ ନବୀନ ପଟ୍ଟନାୟକଙ୍କ ସମୟରେ ଆମ ଗାଁ ଆମ ବିକାଶ ଯୋଜନାରେ ଚାଲୁଥିଲା। ରାଜନୈତିକ ଉଦ୍ଦେଶ୍ୟ ରଖି ଏହାର କାମ ବନ୍ଦ କରାଯାଉଥିବା ଅଭିଯୋଗ କରିଛି ବିଜେଡି। ପୂର୍ବରୁ ଆମ ଓଡ଼ିଶା ନବୀନ ଓଡ଼ିଶାରେ ୩ ହଜାର ୩୯୭ କୋଟି ଟଙ୍କା ବ୍ୟୟବରାଦ କରିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ମୋହନ ମାଝୀ ସରକାର ଅନୁଦାନକୁ ପ୍ରାୟ ୭୫% କମ କରି ବର୍ଷକୁ ୧ ହଜାର କୋଟି ଟଙ୍କା କରିଛନ୍ତି। ଆମ ଓଡ଼ିଶା ନବୀନ ଓଡ଼ିଶାରେ ପ୍ରତି ଗାଁର ବିକାଶ ପାଇଁ ୫୦ ଲକ୍ଷ ମିଳୁଥିଲା। ହେଲେ ବିକଶିତ ଗାଁ, ବିକଶିତ ଓଡ଼ିଶାରେ ପାଇବେ ମାତ୍ର ୧୪ ଲକ୍ଷ ୮୦ ହଜାର। ପଞ୍ଚାୟତକୁ ମାତ୍ର ୩ରୁ ୪ଟି କାମ ମିଳିପାରେ। କିଛି ପଞ୍ଚାୟତକୁ କାମ ମଧ୍ୟ ମିଳିନପାରେ। ଯୋଜନାର କାର୍ଯ୍ୟକାରିତା ସମୟସୀମାକୁ ଯଦି ଦେଖାଯିବ ତେବେ ଚଳିତ ଆର୍ଥିକ ବର୍ଷରେ ଗୋଟିଏ ଟଙ୍କା ବି ଖର୍ଚ୍ଚ ହୋଇପାରିବନି ବୋଲି କହିଛି ବିଜେଡି।

ଡବଲ ଇଂଜିନ ସରକାରଙ୍କ କପି ପେଷ୍ଟକୁ ତୀବ୍ର ନିନ୍ଦା କରିଛନ୍ତି କଂଗ୍ରେସ ଓ ବାମ ଦଳ। କେନ୍ଦ୍ର ସରକାର ଯେପରି କଂଗ୍ରେସ ସମୟର ଯୋଜନା ଗୁଡ଼ିକୁ କପି କରୁଛି, ଓଡ଼ିଶାରେ ବିଜେପି ବି ନବୀନ ସରକାର ସମୟର ଯୋଜନାକୁ କପି କରି ନାଁ ବଦଳାଉଥିବା କଂଗ୍ରେସ ଅଭିଯୋଗ କରିଛି। ସେପଟେ ବାମନେତା କହିଛନ୍ତି ନବୀନ ଆଜି ବି ଲୋକପ୍ରିୟ। ନାଁ ପରିବର୍ତ୍ତନରେ ତାଙ୍କୁ କିଛି ଫରକ ପଡ଼ିବନି। ହେଲେ ବିକାଶ ପାଇଁ ନୂଆ ଯୋଜନା କରିବାକୁ ସିପିଆଇ ଦେଇଛି ପରାମର୍ଶ ।

ବିଜେପି ସରକାର ସମୟରେ ୮ ମାସରେ ମାଣ୍ଡିପଙ୍କାରେ ଅନାହାର ମୃତ୍ୟୁ, ଚିକିଟି ମଦମୃତ୍ୟୁ, ଅଦିନିଆ ବର୍ଷାକ୍ଷତିରୁ ୧୨ରୁ ଅଧିକ ଚାଷୀଙ୍କ ଜୀବନହାନୀ ଘଟିଛି। କଣାସରେ ହଇଜାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଡବଲ ଇଂଜିନ ସରକାରରେ ଡବଲ କଟନୀ ଛଟନୀ ସହ ବଗିଡିଯାଇଛି ଆଇନଶୃଙ୍ଖଳା। ହେଲେ ଏସବୁ ପରେ ବି ସରକାରକଙ୍କ ଚେତା ପଶିନାହିଁ।

ଦିଲ୍ଲୀ ନିର୍ବାଚନ: ଆସିଲା ଏକଜିଟ୍ ପୋଲ୍; ବିଜେପି-ଆପ ମଧ୍ୟରେ କଡ଼ା ଟକ୍କର

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନର ସରିଲା ଭୋଟ। ଭୋଟ ପରେ ଆସିଲା ଏକଜିଟ୍ ପୋଲ ରିପୋର୍ଟ। ଏଥିରେ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦର୍ଶାଇଛନ୍ତି। ଚାଣକ୍ୟ ରିପୋର୍ଟରେ ବିଜେପିକୁ ବହୁମତ ଦେଇଛି। ବିଜେପିକୁ ୩୯ରୁ ୪୪ ଆସନ ଦେଇଥିବବେଳେ ଆପକୁ ୨୫-୨୮ ଓ କଂଗ୍ରେସକୁ ୨ରୁ ୩ ଆସନ ଦେଇଛି। ସେହିପରି ମାଇଣ୍ଡ ବ୍ରିଙ୍କ୍ ଆପକୁ ବହୁମତ ଦେଇଛି। ଆପକୁ ୪୪ରୁ ୪୯ ସିଟ ଦେଇଥିବାବେଳେ ବିଜେପିକୁ ୨୧ରୁ ୨୫ ସିଟ ଦେଇଛି। କଂଗ୍ରେସକୁ ମାତ୍ର ଗୋଟିଏ ସିଟ୍ ଦେଇଛି। ସେହିପରି ଉଇ ପ୍ରିଜାଇଡ୍ ସଂସ୍ଥା ଆପକୁ ବହୁମତ ଦେଇଛି।

MATRIZE
ଆପ୍ – (32-37)
ବିଜେପି-(35-40)
କଂଗ୍ରେସ-( 00-01)

CHANAKYA
ଆପ୍ -(25-28)
ବିଜେପି- (39-44)
କଂଗ୍ରେସ- (02-03)

P- MARQ
ଆପ୍ – (21-31)
ବିଜେପି-( 39-49)
କଂଗ୍ରେସ-( 00-01)

POLL DIARY
ଆପ୍ – (18-25)
ବିଜେପି-(42-50)
କଂଗ୍ରେସ- (00-01)

ଫେବୃଆରୀ ଆରମ୍ଭରୁ ଅସମ୍ଭାଳ ତାତି, ଆଗକୁ ବର୍ଷିବ ନିଆଁ

ଭୁବନେଶ୍ୱର: ୨୦୨୪କୁ ବଳିଯିବ ୨୦୨୫ର ତାତି । ଫେବୃଆରୀରୁ ଦେଖାଇଲାଣି ତାଉ । ୨୧ ବର୍ଷର ରେକର୍ଡ ଭାଙ୍ଗିଲା ରାଜଧାନୀର ତାପମାତ୍ରା । ପ୍ରଥମ ସପ୍ତାହରେ ଭୁବନେଶ୍ବରର ତାପମାତ୍ରା ଛୁଇଁଲା ୩୪.୯ ଡିଗ୍ରୀ । ମାଘ ମାସରେ ଅସ୍ବାଭାବିକ ସ୍ଥିତି । ଆଗକୁ ଦିନ ସହ ଉଷ୍ଣ ହେବ ରାତି । ସାରା ରାଜ୍ୟରେ ଏବେ ପାରଦ ଉପରମୁହାଁ ହୋଇଛି । ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ରୌଦ୍ର ତାପର ଅଧିକ ପ୍ରହାର । ଫେବୃଆରୀ ତୃତୀୟ ସପ୍ତାହ ବେଳକୁ ସ୍ବାଭାବିକ ଠାରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ହେବ ତାପମାତ୍ରା । ବର୍ତ୍ତମାନ କିଛି ସ୍ଥାନରେ ସ୍ବାଭାବିକ ଠାରୁ ୫ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ତାତି ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ବିଶେଷ କରି ଝାରସୁଗୁଡା, ସମ୍ବଲପୁର, ବରଗଡ, ବୌଦ୍ଧ, ସୋନପୁର, ବଲାଙ୍ଗିର, ଗଜପତି ସମେତ ରାଜଧାନୀ ଭୁବନେଶ୍ବର ଏବଂ କଟକରେ ତାତି ଅହେତୁକ ଭାବରେ ବୃଦ୍ଧି ପାଇଛି ।
ଜାନୁଆରୀ ୨୭ରେ ୫୨ ବର୍ଷର ରେକର୍ଡ ଭାଙ୍ଗିଛି କୋରାପୁଟର ତାତି । ଏହାସହ ୧୯୭୩ ରୁ ୨୦୨୫ ମସିହା ମଧ୍ୟରେ ଭବାନୀପାଟଣାରେ ଜାନୁଆରି ୩୧ ତାରିଖ ଦିନ ଦ୍ବିତୀୟ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ ହୋଇଛି । ଗତ ବର୍ଷ ଏପ୍ରିଲ ମାସରେ ପ୍ରଥମ ଥର ପାଇଁ ରାଜଧାନୀ ରେ ଲଗାତର ୧୬ ଦିନ ଧରି ୪୦ ଡ଼ିଗ୍ରୀରୁ ଅଧିକ ତାପମାତ୍ରା ଅନୁଭୂତ ହେବା ସହ ଏକ ବିରଳ ରେକର୍ଡ ସ୍ଥାପନ ହୋଇଥିଲା | ହେଲେ ଚଳିତ ବର୍ଷ ଫେବୃଆରୀ ମାସର ଆଖିଦେଖାଇଲାଣି ଭୁବନେଶ୍ବରର ତାତି । ସେପଟେ ବର୍ତ୍ତମାନ ଉପକୂଳରେ ଦିନ ତାପମାତ୍ରା ସ୍ଵାଭାବିକ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡିଶାରେ ସ୍ବାଭାବିକ ଠାରୁ ୪ ରୁ ୫ ଡିଗ୍ରୀ ଅଧିକା ରହିଛି। ତାପମାତ୍ରା ବୃଦ୍ଧି ସହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଘନ କୁହୁଡି ଅନୁଭୁତ ହେବ । ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହିଡି ନେଇ ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ, ଖୋର୍ଦ୍ଧା ଏବଂ ଗଞ୍ଜମ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।