spot_img
Home Blog Page 1111

ଚାମ୍ପିୟନ୍ସ ଟ୍ରଫି ପରେ ଅବସର ନେବେ ଏହି ୪ ଦେଶର ଅଧିନାୟକ

ନନ୍ଦିଘୋଷ ବ୍ୟୁରୋ: କଡ଼ା ଟକ୍କର ସହ ଚାଲିଛି ଚାମ୍ପିୟନ୍ସ ଟ୍ରଫି । ତେବେ କିଛି ଦଳର ନୈରାଶ୍ୟଜନକ ପ୍ରଦର୍ଶନ ରହିଥିବାବେଳେ ଏହାକୁ ନେଇ ବିଭିନ୍ନ ବିବାଦମାନ ଦେଖିବାକୁ ମିଳିଛି । ତେବେ ଚାମ୍ପିୟନ୍ସ ଟ୍ରଫି ପରେ ୪ ଦେଶର ଅଧିନାୟକ ଅବସର ନେବେ ବୋଲି କୁହାଯାଉଛି । ଆୟୋଜକ ପାକିସ୍ତାନ ସେମି ରେସରୁ ବାଦ ପଡ଼ିବା ପରେ ଦେଶର ପ୍ରଂଶସକମାନେ ନିଜ ଦେଶର ଖେଳାଳିଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ତେବେ ପିସିସି ପୁଣି ଚିରାଚରିତ ଢ଼ଙ୍ଗରେ ହାରିବା ପରେ ଅଧିନାୟକ ବଦଳାଇବ ବୋଲି ଚର୍ଚ୍ଚା ହେଉଛି । ରିଜଓ୍ବାନ ଚାମ୍ପିୟନ୍ସ ଟ୍ରଫି ପରେ ଅବସର ଘୋଷଣା କରିବେ । ଏହାସହ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ନାମ ମଧ୍ୟ ଏହି ତାଲିକାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । କାରଣ ରୋହିତ ବୟସ ଅଧିକ ରହିଥିବାବେଳେ ଦଳ ଏବେଠାରୁ ଯୁବ ଖେଳାଳିଙ୍କୁ ଅଧିନାୟକ ଭାବେ ସୁଯୋଗ ଦେଇ ଭବିଷ୍ୟତ ଚିନ୍ତାରେ ରହିଛି । ଏଣୁ ଆଗୁଆ ଯୋଜନା କରିଛି ବିସିସିଆଇ । ତେବେ ଏନେଇ କୌଣସି ଅଫିସିଆଲ ଭାବେ ଘୋଷଣା ହୋଇନାହିଁ । ସେହିପରି ବାଂଲାଦେଶର ଅଧିନାୟକ ନଜମୁଲ ହୁସେନ ଏବଂ ଇଂଲଣ୍ଡ ଅଧିନାୟକ ଜସ ବଟଲର ଅଧିନାୟକ ପଦରୁ ହଟିପାରନ୍ତି । ବଡ଼ ସ୍କୋର କରି ମଧ୍ୟ ଅଷ୍ଟ୍ରେଲିଆଠାରୁ ହାରିଥିଲା ଇଂଲଣ୍ଡ । ଏହାସହ ବୁଧବାର ଆଫଗାନିସ୍ତାନଠାରୁ ପରାଜୟ ପରେ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଛି ।

ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍

ନନ୍ଦିଘୋଷ ବ୍ୟୁରୋ: ପୁଣି ପଦାରେ ପଡ଼ିଲା ପୋଲିସର ନିଷ୍କ୍ରିୟତା ।  ଶିବ ରାତିରେ ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ୍ । ଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା କରଞ୍ଜଆଡ଼ିଆ ଗାଁରେ। ଗତକାଲି ଶିବ ରାତ୍ରିରେ ଥାନାଠାରୁ ମାତ୍ର କେତେ କିଲୋମିଟର ଦୂରରେ ଲୁଟ୍ ହୋଇଛି।

ଗତକାଲି ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ଘରେ ପଶି କଳାକନା ବୁଲାଇଛନ୍ତି । ଗତ ରାତିରେ କରଞ୍ଜଆଡ଼ିଆ ଗାଁର କମଳାକାନ୍ତ ସାହୁଙ୍କ ଘରର ପୁରୁଷ ଜାଗର ଯାତ୍ରା ଦେଖିବାକୁ ଯାଇଥିବା ବେଳେ କବାଟ ଭାଙ୍ଗି ମହିଳାଙ୍କ ମୁଣ୍ଡ ଓ ହାତକୁ ହାଣି ସୁନା ଅଳଙ୍କାର ଲୁଟ କରିନେଇଛନ୍ତି। କମଳାକାନ୍ତ ସାହୁଙ୍କ ବୋହୂ ଲକ୍ଷ୍ମୀପ୍ରିୟା ସାହୁ ଆହତ ଅବସ୍ଥାରେ ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାର ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ରେଫର କରାଯାଇଛି । ଏହା ସହିତ ଗାଁର ରବିନ୍ଦ୍ର ମହାନ୍ତିଙ୍କ ଘରୁ ମଧ୍ୟ ସୁନା ଅଳଙ୍କାର ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଦୁର୍ବୃତ୍ତମାନେ ଗୋଟିଏ ପରେ ଗୋଟିଏ ଘରେ ପସି ଲୁଟ୍ କରିଛନ୍ତି । ଗତ କିଛିଦିନ ତଳେ ବାସୁଦେବପୁର ବ୍ଲକର ନାୟକାଣୀଡିହି ପୋଲିସର ନିଷ୍କ୍ରିୟତା ପାଇଁ ଥାନାର ଶବ ରଖି ଲୋକ ଧାରଣା ଦେଇଥିଲେ।

ଶ୍ରୀଲୋକନାଥଙ୍କ ପୀଠରେ ଭୋର ୬ଟାରେ ଉଠିଲା ମହାଦୀପ

ନନ୍ଦିଘୋଷ ବ୍ୟୁରୋ: ପବିତ୍ର ମହାଶିବରାତ୍ରିରେ ପୁରୀର ଶ୍ରୀଲୋକନାଥଙ୍କ ପୀଠରେ ଭୋର ୬ଟାରେ ଉଠିଲା ମହାଦୀପ । ଦେବଙ୍କ ରୀତି, ନୀତି, ହରିହର ଭେଟ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ହୋଇଥିଲା । ରାତି ୧୨ଟା ୫ରୁ ଦ୍ଵାରଫିଟା ନୀତି ପରେ ମଙ୍ଗଳା ଆଳତୀ, ମଇଲମ ପରେ ରାତ୍ର ୩ଟାରୁ ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ । ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଚାଲିଥିଲା । ଆଉ ରାତି ୧୦ଟାରୁ ୨ଟା ପର୍ଯ୍ୟନ୍ତ ବିଭିନ୍ନ ନୀତି, ହରିହର ପୂଜା, ଭୋଗ ସମ୍ପନ୍ନ, ବଡ଼ସିଂହାର ବେଶ ସହ ମହାଦୀପ ଉଠିଥିଲା । ପ୍ରାୟ ୪ଲକ୍ଷରୁ ଅଧିକ ଭକ୍ତ ବାବା ଲୋକନାଥଙ୍କ ଚଳନ୍ତି ପ୍ରତିମାର ସାନିଧ୍ୟଲାଭ କରିଥିଲେ । ଜିଲ୍ଲା, ପୋଲିସ ଓ ଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ଜାଗର ପଦାରେ ଦୀପ ଜାଳିବା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

କ୍ୟାପିଟାଲ ହସ୍ପିଟାଲ ଭିତରେ ହସ୍ପିଟାଲ କର୍ମଚାରୀଙ୍କ ଆତ୍ମହତ୍ୟା

ନନ୍ଦିଘୋଷ ବ୍ୟୁରୋ: କ୍ୟାପିଟାଲ ହସ୍ପିଟାଲ ଭିତରେ ହସ୍ପିଟାଲ କର୍ମଚାରୀଙ୍କ ଆତ୍ମହତ୍ୟା । କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍ ଭିତରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତ ହସ୍ପିଟାଲ କର୍ମଚାରୀ ୪୫ ବର୍ଷୀୟ ଏକ୍ସରେ ଟେକ୍ନିସିଆନ୍ ପ୍ରଭାତ ମହାନ୍ତି । ସନ୍ଧ୍ୟା ପାଖାପାଖି ସାଢ଼େ ୭ଟା ବେଳେ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ ହସ୍ପିଟାଲ କର୍ମଚାରୀ । ପରେ ଉଦ୍ଧାର କରି କାଜୁଆଲିଟି ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷାଣ କରିଥିଲେ । ଏ ନେଇ କ୍ୟାପିଟାଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଜାଗରରେ ବିଭିନ୍ନ ବିଭ୍ରାଟ ନେଇ ଭକ୍ତଙ୍କ ଅସନ୍ତୋଷ

ନନ୍ଦିଘୋଷ ବ୍ୟୁରୋ: ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗରରେ ଆରମ୍ଭରୁ ଦେଖାଦେଇଥିଲା ବିଭ୍ରାଟ। ସକାକୁ ସକାଳୁ ମନ୍ଦିର ଭିତରେ ପ୍ରବଳ ଭିଡ଼ ହୋଇଥିଲା। ଭକ୍ତଙ୍କ ମଧ୍ୟରେ  ଠେଲା ପେଲା ହୋଇଥିଲା। ସନ୍ଧ୍ୟାରେ ବି ପ୍ରବଳ ଭିଡ଼। ଏପରିକି ମହାପ୍ରଭୁଙ୍କୁ ଦର୍ଶନ କରିନପାରି ନିରାଶ ହୋଇଛନ୍ତି ଶ୍ରଦ୍ଧାଳୁ। ଦିନ ୧୧ଟାରୁ ଧାଡ଼ିରେ ରହି ମଧ୍ୟ ଶ୍ରଦ୍ଧାଳୁମାନେ ଲିଙ୍ଗରାଜଙ୍କୁ ଦର୍ଶନ କରିପାରିନଥିଲେ। ସଂଧ୍ୟା ୭ଟାରେ ଦର୍ଶନ ବନ୍ଦ କରିବାରୁ ବହୁ ଭକ୍ତ ଅସନ୍ତୋଷ ବ୍ୟକ୍ତ କରିବା ସହ ସିଧା ସଳଖ ପ୍ରଶାସନକୁ ଦାୟୀ କରିଛନ୍ତି। VIP ପାସ ବ୍ୟବସ୍ଥା ରେ ବଡ଼ ତ୍ରୁଟି ମଧ୍ୟ ସାମ୍ନା କୁ ଆସିଥିବା ଅଭିଯୋଗ ହୋଇଛି। ପୂର୍ବ ବର୍ଷରେ VIP ପାସରେ ବାରକୋର୍ଡ ସହ ଲୋଗୋ ଲାଗିଥାଏ। କିନ୍ତୁ ଚଳିତ ବର୍ଷ ସେ ବ୍ୟବସ୍ଥା ନ ଥିବାରୁ VIP ପାସ ନକଲି ହୋଇ ଥିବା ମଧ୍ୟ ଅଭିଯୋଗ କରିଛନ୍ତି ଶ୍ରଦ୍ଧାଳୁ। ପୋଲିସ ପ୍ରଶାସନ VIP ବ୍ୟବସ୍ଥା ରେ ଦର୍ଶନ ଠିକ କରିବା ନେଇ ତତ୍ପର ଥିବା ବେଳେ ସାଧାରଣ ଭକ୍ତ ଙ୍କ ଦର୍ଶନ ପାଇଁ ପୁରା ବ୍ୟବସ୍ଥା ଯେଭଳି ଓଲଟା ହେଉଥିବା ଦେଖିବାକୁ ମିଳିଥିଲା। ସେହିପରି VIP ଗାଡି ମନ୍ଦିର ପର୍ଯ୍ୟନ୍ତ ଯାଇ ସେଠାରେ ପାର୍କିଂ କରାଯାଇଥିବାରୁ ପ୍ରବଳ ଜାମ୍ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁଙ୍କ ଦର୍ଶନ ନ କରି ପାରି ନିରାଶ ରେ ଘରକୁ ଫେରିଛନ୍ତି। ପ୍ରାୟ 40 ମିନିଟ ବିଳମ୍ବରେ ମହାଦୀପ ଉଠିବା ନେଇ ସବୁ ମହଲ ରେ ଅସନ୍ତୋଷ ଦେଖା ଦେଇଛି।

ଜାଗର ଜାଳିବାକୁ ମନ୍ଦିରକୁ ଯାଇଥିଲେ, ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ନନ୍ଦିଘୋଷ ବ୍ୟୁରୋ: ଜାଗର ଜାଳିବାକୁ ଯାଇଥିବା ବେଳେ ତାଲାଭାଙ୍ଗି ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ନୀଳଗିରି ଥାନା ସାନପାଟପୁର ଗାଁର ସୁବାସ ଦଳେଇଙ୍କ ଘରୁ ସୁନା, ରୁପା, ଟଙ୍କା ଓ ଦରକାରୀ କାଗଜ ପତ୍ର ଲୁଟିନେଇଛନ୍ତି ଦୁର୍ବୃତ୍ତ । ବୁଧବାର ମହାଶିବରାତ୍ରିରେ ପରିବାର ଲୋକେ ନିକଟ ପଶ୍ଚିମେଶ୍ୱର ମହାଦେମନ୍ଦିରକୁ ଦୀପ ଜାଳିବାକୁ ଯାଇଥିଲେ । ଆଜି ସକାଳୁ ଘରକୁ ଫେରି ଘରର ମୁଖ୍ୟକବାଟ ତାଲା ଭଙ୍ଗାଯାଇଥିବା ବେଳେ ଘର ଭିତରେ ଆଲମୀରା ତଡ଼ାଯାଇଥିବା ଦେଖିବାକୁ ପାଇଥିଲେ । ସୁବାସ ଦଳେଇ ଜଣେ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ନ୍ୟାୟ ଦେଇ ଦୁର୍ବୃତ୍ତଙ୍କୁ ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାସହ ଅଞ୍ଚଳରେ ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିବାକୁ ଦାବି ହେଉଛି।

ମହାକାଳପଡା ବ୍ଲକର ରାଜଗଡ ଅଞ୍ଚଳରେ ଧାନ କିଣାରେ ଅନିୟମିତା 

ନନ୍ଦିଘୋଷ ବ୍ୟୁରୋ: ସରକାର କହୁଛନ୍ତି ଚାଷୀନଙ୍କ ଠାରୁ ମଣ୍ଡି ମାଧ୍ୟମରେ ଧାନ ସଂଗ୍ରହ କରାଯାଉଛି। କିନ୍ତୁ ବାସ୍ତବ ଚିତ୍ର ପୂରା ଅଲଗା। ଅସଲରେ କିପରି ଧାନ ସଂଗ୍ରହ ହେଉଛି, ତାର ଅସଲ ଚିତ୍ର ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକର ରାଜଗଡ ଅଞ୍ଚଳରେ। ଅଳାଇଲୋ ସେବା ସମବାୟ ସମିତି ରାଜଗଡ଼ର ସମ୍ପାଦକ ଥରେ ମଣ୍ଡି ଖୋଲିଥିଲେ । ହେଲେ ପରେ ଚାଷୀଙ୍କୁ ସିଧାସଳଖ ମିଲକୁ ଧାନ ନେବା ପାଇଁ କହୁଛନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ସମ୍ପାଦକ ଯାହାକୁ ଚାହିଁବେ ତାର ଧାନ ଉଠୁଛି ଏବଂ ଯାହାକୁ ନ ଚାହିଁବେ ତାର ଧାନ ଉଠିବ ନାହିଁ । ଯାହାର ଜମି ନାହିଁ ସେ ଟୋକନ ପାଇଛନ୍ତି। ସମ୍ପାଦକଙ୍କ କଥାରେ ଟ୍ରାକ୍ଟରରେ ୩୫ କୁଇଣ୍ଟାଲ ଧାନ ନେଇ ମିଲକୁ ଯାଇଥିଲ ଜଣେ ଚାଷୀ। କିନ୍ତୁ ୮ ଦିନ ବିତିଥିଲେ ମଧ୍ଯ ଧାନ ମିଲକୁ ଧାନ ଯାଇ ପାରିଲାନାହିଁ। ଯାହାକୁ ନେଇ ଚାଷୀ ଧାନ ଲଦାଯାଇଥିବା ଟ୍ରାକ୍ଟରକୁ ନେଇ ଅଳାଇଲୋ ସେବା ସମବାୟ ସମିତି ରାଜଗଡ଼ କାର୍ଯ୍ଯାଳୟ ଆଗରେ ପ୍ରତିବାଦ କରିଛନ୍ତି।

ଆସାମର ମୋରିଗାଓଁରେ ଶକ୍ତିଶାଳୀ ଭୂମିକମ୍ପ

ନନ୍ଦିଘୋଷ ବ୍ୟୁରୋ: ଗତ ବିଳମ୍ଵିତ ରାତିରେ ଆସାମର ମୋରିଗାଓଁରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁସାରେ, ଆସାମର ମୋରିଗାଓଁରେ ରିକ୍ଟର ସ୍କେଲରେ ୫ ଦଶମିକ ୦ ତୀବ୍ରତା ସହିତ ପୃଥିବୀ ଥରିଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଗୁରୁବାର ସକାଳେ, ଗୁରୁବାର ବିଳମ୍ଵିତ ରାତି ୨ଟା ୨୫ ମିନିଟରେ ଭୂମିକମ୍ପ ହୋଇଥିଲା । ଗଭୀରତା ଥିଲା ୧୬ କିଲୋମିଟର। ମୋରିଗାଁଓ ସହିତ, ଗୁଆହାଟୀ, ଶିଲଂ ଏବଂ ଆସାମର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭବ କରିବା ପରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଯାଇଥିଲେ । ପର୍ଯ୍ୟନ୍ତ କୌଣସି ପ୍ରକାରର କ୍ଷତି ସମ୍ପର୍କରେ ସୂଚନା ମିଳିପାରିନାହିଁ।

ସୂଚନା ଫଳକକୁ ନେଇ ଆଇନ ମନ୍ତ୍ରୀଙ୍କ ଗାଁରେ ବିଜେଡି-ବିଜେପି ମୁହାଁମୁହିଁ

ନନ୍ଦିଘୋଷ ବ୍ୟୁରୋ: ସୂଚନା ଫଳକକୁ ନେଇ ଆଇନ ମନ୍ତ୍ରୀଙ୍କ ଗାଁରେ ବିଜେଡି-ବିଜେପି ମୁହିଁମୁହିଁ । ଏକ ସହାୟକ ସୂଚନା ଫଳକ ବୋର୍ଡକୁ କାଢ଼ିଦେବା ନେଇ ଖୋର୍ଦ୍ଧା ବାଣପୁର ଗମ୍ଭାରୀମୁଣ୍ଡା ପଞ୍ଚାୟତର ଗୋଡିଝର ଗାଁରେ ଦେଖାଦେଇଛି ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ବିବାଦ । ଗୋଡିଝରର ଏହି ମନ୍ଦିରଟି ଦୀର୍ଘ ବର୍ଷ ଧରି ଉନ୍ନତି ହୋଇ ପାରିନଥିଲା । ମନ୍ଦିରର ଉନ୍ନତି ନେଇ କିଛି ବିଜେଡି କର୍ମୀ ପୂର୍ବତନ ସରକାରଙ୍କ ସମୟରେ ଆର୍ଥିକ ସହାୟତା ନିମନ୍ତେ ଦରଖାସ୍ତ କରିବା ପରେ ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିର ମରାମତି, ନବୀକରଣ ଓ ରୂପାନ୍ତରୀକରଣ ନିମନ୍ତେ ୪ଲକ୍ଷ ଟଙ୍କା ମଂଜୁର କରିଥଲେ । ଯାହାର ଏକ ଏକ ସୂଚନା ଫଳକ ମନ୍ଦିର ପରିସରରେ ଲଗାଯାଇଥିଲା । ସେଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଫଟୋ ମଧ୍ୟ ରହିଥଲା । HAT ମନ୍ଦିର ବେଢାରୁ ସେହି ସହାୟକ ସୂଚନା ଫଳକଟିକୁ କିଛି ବିଜେପି କର୍ମୀ କାଢିନେଇ ଯାଇଥିବା ବେଳେ ଏହାକୁ ନେଇ ବିଜେଡି ଓ ବିଜେପି କର୍ମୀଙ୍କ ମଧରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରେ ବିଜେଡି କର୍ମୀମାନେ ଏହାକୁ ପୁଣି ଆଣି ଲଗାଇଥିଲେ । ତଥାପି ଉତ୍ତେଜନା ପ୍ରଶମିତ ନହେବାରୁ ଶେଷରେ ପୋଲିସ ଉପସ୍ଥିତିରେ ବାଣପୁର ବ୍ଳକ ପ୍ରଶାସନ ଆଜି ଅପରାହ୍ନରେ ସେହି ସୂଚନା ବୋର୍ଡଟିକୁ କାଢିନେଇଛି ।

ଓଡ଼ିଶାର ହକ ପାଇଁ କାଲିଠୁ କ୍ରିୟାନୁଷ୍ଠାନ କମିଟିର ଲଢେଇ : ସମର୍ଥନ କରିବ ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶାର ହକ ପାଇଁ କାଲିଠୁ କ୍ରିୟାନୁଷ୍ଠାନ କମିଟିର ଲଢେଇ । ସମର୍ଥନ କରିବ ବିଜେଡି। ପୋଲାଭରମ ପ୍ରକଳ୍ପରେ ଆନ୍ଧ୍ରକୁ ଅହେତୁକ ଅନୁକମ୍ପା ଦେଖାଇ ଓଡିଶାକୁ ଉପେକ୍ଷିତ କରୁଛନ୍ତି ଡବଲ ଇଞିନ ସରକାର । କେନ୍ଦ୍ରର ଏକ ପାଖିଆ ନିଷ୍ପତ୍ତିରେ ମାଲକାନଗିରି ଜିଲ୍ଲା ବୁଡ଼ିବା ସହ ଓଡ଼ିଶାର ବ୍ଯାପକ କ୍ଷତି କରିବ । ଏହା ବିରୋଧରେ କାଲି ପୋଲାଭରମ ପ୍ରତିବାଦ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ କରିବ। ଏହାକୁ ବିଜେଡି ସମର୍ଥନ କରୁଥିବା ବେଳେ ପୋଲାଭରମ ହକ ନପାଇବା ଯାଏ ବିଜେଡି ଲଢେଇ ଜାରି ରଖିବ ବୋଲି କହିଛି । ପୋଲାଭରମ ନେଇ ଦଳ ଦିଲ୍ଲୀରୁ ପଲ୍ଲୀ ଯାଏ ଲଢ଼େଇ କରୁଛି । ଯେଉଁ ସଙ୍ଗଠନ ଏହି ଲଢ଼େଇରେ ସାମିଲ ହେବେ ଦଳ ତାହାକୁ ସମର୍ଥନ ଦେବ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସବୁବେଳେ ରାଜ୍ୟ ସ୍ବାର୍ଥକୁ ଗୁରୁତ୍ଵ ଦେଇ କାମ କରୁଛନ୍ତି ବୋଲି ବିଜେଡି କହିଛି । ପଡୋଶୀକୁ ଖୁସି ପାଇଁ ଓଡ଼ିଶାକୁ ଦୁଃଖ ଦେଉଛି ଡବଲ ଇଂଜନ ସରକାର । ପୋଲାଭରମ ପ୍ରକଳ୍ପ କାମକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ଆନ୍ଧ୍ର ସରକାରଙ୍କୁ ସ୍ବତନ୍ତ୍ର ଅନୁଦାନ ଦେଇଛି ଡବଲ ଇଞ୍ଜିନ ସରକାର । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡିଶା ମାନଚିତ୍ରରୁ ହଜିଯିବ ମାଲକନଗିରି ଜିଲ୍ଲାର କାଲିମେଳା  ଓ ପଡିଆ ବ୍ଲକର ବହୁ ଗ୍ରାମ । ଆନ୍ଧ୍ରପ୍ରଦେଶକୁ ରାଜନୈତିକ ସ୍ବାର୍ଥ ପାଇଁ କେନ୍ଦ୍ର ସରକାର ଅହେତୁକ ଅନୁକମ୍ପା ଦେଖାଉଥିବା ଅଭିଯୋଗ ହୋଇଛି ।