spot_img
Home Blog Page 1114

ମଣିଷକୁ କାମୁଡି ମରିଗଲା ସାପ !

ପାରାଦୀପ : ପାରାଦୀପରେ ମଣିଷକୁ କାମୁଡ଼ିଲା ବିଷାକ୍ତ ଚନ୍ଦନ ବୋଡ଼ା । ମଣିଷ ଚାଲୁଛି କିନ୍ତୁ ମରିଗଲା ବିଷାକ୍ତ ସାପ‌ । ପାରାଦ୍ଵୀପ ଗଡ଼ ବଜାରରେ ଦେଖିବାକୁ ମିଳିଛି ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା । ବ୍ୟକ୍ତି ଜଣଙ୍କ ଜଣେ ମାନସିକ ବିକୃତ ବୋଲି ଜଣାପଡ଼ିଛି । ବ୍ୟକ୍ତି ଜଣଙ୍କ ସାପକୁ ଧରି ଖେଳୁଥିବା ବେଳେ ତାଙ୍କ ହାତକୁ କାମୁଡ଼ିଦେଇତିଲା ବିଷାକ୍ତ ଚନ୍ଦନ ବୋଡ଼ା । କାମୁଡ଼ିବା ପରେ ସାପଟି ଧିରେ ଧିରେ ନିସ୍ତେଜ ହୋଇ ମରିଯାଇଥିଲା। ସାପର ସତ୍କାର କରିଛନ୍ତି ସେହି ବ୍ୟକ୍ତି।

କଣାସ ହଇଜାକୁ ନେଇ ନବୀନଙ୍କ ଚିନ୍ତା

ଭୁବନେଶ୍ବର : ପୁରୀ ଜିଲ୍ଲା କଣାସ ବ୍ଲକରେ ହଇଜା ସ୍ଥିତି ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଚିନ୍ତା ପ୍ରକଟ। ଏହି ଅଂଚଳରେ ଭୟାନକ ସ୍ଥିତିରେ ପହଁଚିଛି ହଇଜା।  ଲୋକଙ୍କ ଜୀବନ ବିପଦରେ ପଡ଼ିଛି। ଘଟଣାରେ ୬ ଜଣ ନିରୀହ ଲୋକଙ୍କ ପ୍ରାଣହାନୀ ଦୁଃଖିତ କରିଛି ବୋଲି କହିଛନ୍ତି ନବୀନ। ଜାନୁଆରୀ ୨ ତାରିଖରୁ ସ୍ଥାନୀୟ ଅଞ୍ଚଳରେ ହଇଜା ସ୍ଥିତି ନଜରକୁ ଆସିଥିଲେ ବି ଲୋକଙ୍କ ଜୀବନ ସୁରକ୍ଷିତ କରିବାକୁ ସରକାର କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ ନକରିବା ବଡ଼ ପରିତାପର ବିଷୟ। ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସରକାର ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଅନ୍ତୁ। ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେଇଥିଲେ ଏ ପ୍ରକାର ସ୍ଥିତି ହୋଇନଥାନ୍ତା। ଲୋକଙ୍କ ଜୀବନ ଯାଇ ନଥାନ୍ତା। ରାଜଧାନୀରୁ ମାତ୍ର ୫୦ କିମି ଦୂରରେ ହଇଜା ପରିସ୍ଥିତି ଉପୁଜିଥିଲେ ବି ସରକାରଙ୍କ ଏଥିପ୍ରତି କୌଣସି ନିଘା ନଥିବା ପରି ମନେ ହେଉଛି। ଜୀବନ ବଡ଼ ମୂଲ୍ୟବାନ। ସବୁ ସ୍ଥିତିରେ ଲୋକଙ୍କ ଜୀବନ ସୁରକ୍ଷିତ କରିବା ସରକାରଙ୍କ ସବୁଠୁ ବଡ଼ କର୍ତ୍ତବ୍ୟ।ହଇଜାରୁ ଲୋକଙ୍କ ଜୀବନ ସୁରକ୍ଷିତ କରିବା ପାଇଁ ସରକାର ତୁରନ୍ତ ସମସ୍ତ ପଦକ୍ଷେପ ସୁନିଶ୍ଚିତ କରନ୍ତୁ।

ସୋନିଆ ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ କଂଗ୍ରେସ ସାଂସଦ ସୋନିଆ ଗାନ୍ଧିଙ୍କ ମନ୍ତବ୍ଯକୁ ନେଇ ଚର୍ଚ୍ଚା । ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ସାମ୍ବାଦିକମାନେ ସୋନିଆ ଗାନ୍ଧିଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ। ଏହି ସମୟରେ POOR LADY  ବୋଲି ମନ୍ତବ୍ଯ ଦେଇଥିଲେ ସୋନିଆ। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଲମ୍ବା ଅଭିଭାଷଣର ଶେଷଆଡ଼କୁ ରାଷ୍ଟ୍ରପତି ଥକିଯାଇଥିବା କହି POOR LADY ବୋଲି କହିଥିଲେ ସୋନିଆ। ସେହିପରି ରାହୁଲ ମଧ୍ଯ ଅଭିଭାଷଣକୁ ବୋରିଂ ବା ବିରକ୍ତିକର ବୋଲି କହିଥିଲେ। ସୋନିଆ ଗାନ୍ଧିଙ୍କ ମନ୍ତବ୍ୟକୁ ବିଜେପି ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି।

ବଣାଇ ITDA PA ବିଶ୍ଵଦର୍ଶୀ ସାହୁ ଗିରଫ

ଭୁବନେଶ୍ବର : ଗିରଫ ହେଲେ ସୁନ୍ଦରଗଡ଼ ବଣାଇ ITDA PA ବିଶ୍ଵଦର୍ଶୀ ସାହୁ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନସ। ତାଙ୍କଠୁ ମିଳିଛି  ଅମାପ ସମ୍ପତ୍ତି। ଭୁବନେଶ୍ଵରରେ ଗୋଟିଏ ବହୁତଳ କୋଠା, ୨ଟି ଫ୍ଲାଟ, ରାଜଧାନୀରେ ୯ଟି ଦାମୀ ପ୍ଲଟ, ଦେଢଶହ ଗ୍ରାମ ସୁନା ଅଳଙ୍କାର ସହ ୪ ଲକ୍ଷରୁ ଅଧିକ ଟଙ୍କାର କ୍ଯାସ ମିଳିଛି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ITDA ପ୍ରକଳ୍ପ ଅଧିକାରୀଙ୍କ ସରକାରୀ ଘର ଏବଂ ବାସଭବନରେ ରେଡ୍ ହୋଇଥିଲା। ଗତକାଲି ଭୁବନେଶ୍ଵରର ୩ ସ୍ଥାନ ସମେତ ବାଲେଶ୍ଵର, ଯାଜପୁର ଓ ବଣାଇର ଦୁଇଟି ସ୍ଥାନରେ ରେଡ କରିଥିଲା ଭିଜିଲାନସ।

ରାଜନୀତି ବିଜ୍ଞାନ ପ୍ରଶ୍ନପତ୍ର ଲିକ ମାମଲା, ୧୨ ଗିରଫ

ବରଗଡ : ଯୁକ୍ତ ତିନି ତୃତୀୟ ସେମିଷ୍ଟର ରାଜନୀତି ବିଜ୍ଞାନ ପ୍ରଶ୍ନପତ୍ର ଲିକ ମାମଲା । ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବରପାଲି ପୋଲିସ । ବରଗଡ ଜିଲ୍ଲା ବରପାଲି ମହାବିଦ୍ୟାଳୟରେ ତୃତୀୟ ସେମିଷ୍ଟାର ପରୀକ୍ଷା ଚାଲିଥିବାବେଳେ ସ୍କ୍ବାଡ ପ୍ରଶ୍ନପତ୍ର ଓ ଉତ୍ତର ଖାତା ଦେଖି ସନ୍ଦେହ କରିଥିଲା । ଏ ନେଇ ତୁରନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ପରୀକ୍ଷା ହଲକୁ ଡାକି ତଦାରଖ ପାଇଁ କହିଥିଲେ। ଅଧ୍ୟକ୍ଷା ସଙ୍ଗେସଙ୍ଗେ ପରୀକ୍ଷା ହଲରେ ଚେକିଂ କରି କିଛି ଛାତ୍ରଙ୍କୁ ଧରିଥିଲେ l ପ୍ରଶ୍ନ ପତ୍ର ଲିକ୍ ହୋଇଛି ବୋଲି ବରପାଲି ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶ ବରପାଲି ଥାନାରେ ଏତଲା ଦେଇଥିଲେ l ପୋଲିସ ଉକ୍ତ ଘଟଣାର ଅଧିକ ଛାନ ବିନ କରି ୧୦ ଜଣ ଛାତ୍ର ଓ ଜଣେ କମ୍ପ ଦୋକାନୀ  ସହ କିରାଣୀଙ୍କୁ ଗତକାଲି  ଅପରାହ୍ନରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ଏହି ପ୍ରଶ୍ନ ପତ୍ର ଲିକ ଘଟଣାରେ ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ମହାବିଦ୍ୟାଳୟର କିରାଣୀ ଆଲୋକ ସାହୁ ସମେତ ବିଭିନ୍ନ ମହାବିଦ୍ୟାଳୟ ଛାତ୍ର ସମେତ ମୋଟ ୧୨ଜଣକୁ ପୋଲିସ କେସ ନଂ ୨୯/୨୫.ଆଇପିସି ୩୧୮ (୪)୬୧୨, ୬୬ ଆଇ ଟି ଆର (୯) ଦଫାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ କହିଛି ।

ରାତିରେ ଶୋଇଥିଲେ, ସକାଳୁ ମିଳିଲା ମୃତଦେହ

ଭୁବନେଶ୍ବର : ରାତିରେ ଶୋଇଥିଲେ, ସକାଳୁ ମିଳିଲା ମୃତଦେହ । ଭୁବନେଶ୍ବର ଖାରବେଳ ନଗରରେ ଅଭାବନୀୟ ଘଟଣା। ସ୍ଥାନୀୟ ପଞ୍ଜାବୀ କଲୋନୀରୁ ମିଳିଛି ୨ ଯୁବକଙ୍କ ମୃତଦେହ। ୨ ମୃତକ ମୋ ପିଠା ନାମକ ସଂସ୍ଥାରେ କାମ କରୁଥିଲେ। ଘଟଣାସ୍ଥଳରେ ଖାରବେଳ ନଗର ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରୁଛି । ଯୁବକଙ୍କ ମୃତ୍ଯୁର କାରଣ ସ୍ପଷ୍ଟ ହୋଇପାରିନାହିଁ। ଘର ମାଲିକଙ୍କୁ ପଚରାଉଚରା କରିବା ସହ ସିସିଟିଭି ଯାଞ୍ଚ କରାଯାଉଛି । ଏହାସହ ମୋ ପିଠା ସଂସ୍ଥାର ମାଲିକଙ୍କୁ ଡକାଯାଇଛି ବୋଲି ପୋଲିସ କହିଛି ।  ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନିଆଯାଇଛି । ମୃତକଙ୍କ ପରିବାର ମଧ୍ୟ ଥାନାରେ ପହଞ୍ଚିଛନ୍ତି ।

 

ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ମାଡ଼ ଅଭିଯୋଗ

ପାରାଦୀପ: ଗଣିତ ଖାତା ନଦେବାରୁ ତୃତୀୟ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ମାଡ଼ ଅଭିଯୋଗ। ଏଭଳି ଘଟଣା ଦେଖିବାକୁ ମିଳଛି ପାରାଦୀପର ଏକ ଘରୋଇ ସ୍କୁଲରେ । ଛାତ୍ର ଜଣଙ୍କ ଗଣିତ ପାଠ କରିନଥିବାରୁ ଶିକ୍ଷୟତ୍ରୀ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଛାତ୍ର ଜଣଙ୍କ ଘରେ ପହଞ୍ଚି ବସି ଉଠି ପାରୁନଥିବାରୁ ପରିବାର ସଦସ୍ୟ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଭେଟି ଅଭିଯୋଗ କରିଥିଲେ ଅଭିଭାବକ। ମାତ୍ର ପ୍ରଧାନ ଶିକ୍ଷୟିତ୍ରୀ ଛାତ୍ରଙ୍କ ବାପାଙ୍କୁ ଗେଟ ବାହାରକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ନିର୍ମମ ଭାବେ ବାଡେଇବା ଘଟଣାକୁ ନେଇ ଛାତ୍ରଙ୍କ ବାପା ପାରାଦୀପ ଆଦର୍ଶ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ, ସଂସଦରେ ଉପସ୍ଥାପନ କରିବେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଆସନ୍ତାକାଲି ବଜେଟ ଉପସ୍ଥାପନ ହେବା ପୂର୍ବରୁ ଆଜି ସଂସଦରେ ଇକୋନୋମିକ ସର୍ଭେ ରିପୋର୍ଟ ଉପସ୍ଥାପନ ହେବ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ଲୋକସଭାରେ ଏହି ରିପୋର୍ଟ ଉପସ୍ଥାପନ କରିବେ। ଗତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତି କେମିତି ଥିଲା, ତାହା ଏହି ରିପୋର୍ଟରୁ ଜଣାପଡ଼ିଥାଏ। ଆସନ୍ତା ଆର୍ଥିକ ବର୍ଷ କେମିତି ରହିବ, ତାହା ଅର୍ଥନୈତିକ ସର୍ଭେ ରିପୋର୍ଟରୁ ସୂଚନା ମିଳିଥାଏ।

ଅର୍ଥନୈତିକ ସର୍ଭେ ରିପୋର୍ଟରୁ ମଧ୍ୟ ଆଭାସ ମିଳିଥାଏ, କେମିତି ହୋଇପାରେ କେନ୍ଦ୍ର ବଜେଟ। କେନ୍ଦ୍ର ସରକାରଙ୍କ ମୁଖ୍ୟ ଆର୍ଥିକ ପରାମର୍ଶଦାତା ଭି. ଅନନ୍ତ ନାଗେଶ୍ଵରଙ୍କ ପ୍ରତ୍ଯକ୍ଷ ତତ୍ତ୍ଵାବଧାନରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି।

ବଜେଟ ଅଧିବେଶନ:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହୋଇଛି ସଂସଦର ବଜେଟ ଅଧିବେଶନ । ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମେ ସମ୍ବିଧାନ ପ୍ରଣେତାଙ୍କୁ ପ୍ରଣାମ ଜଣାଇ ରାଷ୍ଟ୍ରପତି ମହାକୁମ୍ଭ ଅଘଟଣକୁ ନେଇ ଦୁଃଖପ୍ରକାଶ କରିଥିଲେ । ଆହତଙ୍କ ଆଶୁଆରୋଗ୍ୟ କାମନା କଲେ ରାଷ୍ଟ୍ରପତି । ସେ କହିଛନ୍ତି,  ଦେଶ ବର୍ତ୍ତମାନ ଦ୍ରୁତ ଗତିରେ ବିକାଶ କରୁଛି । ବିକଶିତ ଭାରତ ଯାତ୍ରାକୁ ନୂଆ ଗତି ଦିଆଯାଇଛି । ଡିଜିଟାଲ ବିପ୍ଲବ କରାଯାଇଛି । ୨ କୋଟି ୨୫ ଲକ୍ଷ ଲୋକ ସ୍ବାମୀତ୍ଵ ଯୋଜନାରେ ସାମିଲ ହୋଇଛନ୍ତି । ୧୦ ବର୍ଷର ଶାସନ ବିକଶିତ ଭାରତକୁ ଗତି ମିଳିଛି ବୋଲି କହିଛନ୍ତି ରାଷ୍ଟ୍ରପତି । ସେହିପରି ଶିକ୍ଷା ଓ ରୋଜଗାର ଉପରେ ଫୋକସ କରାଯାଇଛି । ୨୫ କୋଟି ଗରିବୀରୁ ଉପରକୁ ଉଠିଛନ୍ତି । ଗରିବଙ୍କ ପାଇଁ ସରକାର ପ୍ରତିଶୃତିବଦ୍ଧ । ଇସ୍ରୋ ୧୦୦ତମ ରକେଟ ଉତକ୍ଷେପଣ କରିଛି । ଏଥିପାଇଁ ଇସ୍ରୋକୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ।
ସବକା ସାଥ୍ ସବକା ବିକାଶ ଆମର ଲକ୍ଷ୍ୟ ବୋଲି କହିଛନ୍ତି ରାଷ୍ଟ୍ରପତି । କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଦେଶର ଉନ୍ନତି ହୋଇଛି । ବିଶ୍ଵ ଚେସ୍ ଚାମ୍ପିୟନସିପରେ ବିଜୟୀ ହୋଇ ଭାରତ ଇତିହାସ ରଚିଛି । କିଷାନ, ଯବାନ ଓ ବିଜ୍ଞାନ ଉପରେ ଫୋକସ ଦିଆଯାଉଛି । ଅଷ୍ଟମ ବେତନ କମିଶନ ଗଠନ ହୋଇଛି । ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଛି । ବନ୍ଦେ ଭାରତ ଓ ନମୋ ଭାରତ ଟ୍ରେନ୍ ଚାଲୁଛି । ଲୋକଙ୍କ ସୁବିଧା ପାଇଁ କମନ୍ ସର୍ଭିସ ସେଣ୍ଟର ଓ କର ବ୍ୟବସ୍ଥାକୁ ସରଳ କରାଯାଇଛି । ମହିଳାଙ୍କୁ ସଶସ୍ତ କରିବା ଲକ୍ଷ୍ୟ ରଖାଯାଇଛି । ମାତୃଭାଷାରେ ଶିକ୍ଷାକୁ ଗୁରୁତ୍ଵ ମିଳିଛି । AI ଓ ଡିଜିଟାଲ କ୍ଷେତ୍ରରେ ଭାରତ ଆଗରେ ରହିଛି । ୧୩ଟି ଭାଷାରେ ଏବେ ପରୀକ୍ଷା ହେଉଛି । ଦେଶରେ ୧ ହଜାର କିଲୋମିଟରରୁ ଅଧିକ ମେଟ୍ରୋ ରେଳ ନେଟୱର୍କ ବିସ୍ତାରିତ ହୋଇଛି । ବିମାନ ବନ୍ଦନ ଓ ରେଳ ଷ୍ଟେସନ ସଂଖ୍ୟା ବଢ଼ିଛି । ଆଦିବାସୀ ଅଞ୍ଚଳରେ ୩୦ ମେଡିକାଲ କଲେଜ ସ୍ଥାପିତ ହୋଇଛି । ମେଡ୍ ଇନ୍ ଇଣ୍ଡିଆରୁ ମେଡ୍ ଫର୍ ୱାର୍ଲଡକୁ ଆମେ ଯାଉଛୁ । ଆଜି ବିଶ୍ଵ ଭାରତର ଯୋଗ ପରମ୍ପରାକୁ ମାନିଛି । ଦଣ୍ଡ ନୁହେଁ, ନ୍ଯାୟ ସଂହିତା ଉପରେ ଗୁରୁତ୍ଵ ଦିଆଯାଇଛି । ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆମେ କାମ କରୁଛୁ । AI କ୍ଷେତ୍ରରେ ଭାରତ ଅଗ୍ରଣୀ ରହିଛି । ମୁଦ୍ରା ଋଣ ପରିମାଣ ବୃଦ୍ଧି କରାଯାଇଛି । ଆଗାମୀ ୫ ବର୍ଷରେ ମେଡିକାଲ ସିଟ୍ ୭୫ ହଜାର ବୃଦ୍ଧି କରାଯିବା ନେଇ ଲକ୍ଷ୍ଯ ରହିଛି ବୋଲି ନିଜ ଅଭିଭାଷଣରେ କହିଛନ୍ତି ମହାମହିମ ।

ଆପଣଙ୍କ ମୃତ୍ୟୁରେ ପୃଥିବୀର ବୋଝ କମ ହୁଏକି ?

ନନ୍ଦିଘୋଷ ବ୍ୟୁରୋ: ଦୁନିଆରେ ଜନ୍ମ ମରଣ ସତ୍ୟ। ଅନେକ ସମୟରେ ଆଖପାଖ ଲୋକଙ୍କଠାରୁ ଶୁଣିବାକୁ ମିଳିଥାଏ ଯେ, ମଣିଷର ମୃତ୍ୟୁରେ ପୃଥିବୀର ଓଜନ କମ୍ ହୁଏ। ଏଠାରେ ପ୍ରଶ୍ନ ଉଠୁଛି ଯେ, ମରଣ ପରେ କଣ ସତରେ ପୃଥିବୀର ଓଜନ କମିଯାଏ । ଏହାକୁ ନେଇ ଅନେକ ଥର ଗବେଷଣା ହୋଇଛି । ତେବେ ଚାଲନ୍ତୁ ଜାଣିବା ଲୋକମାନେ କହୁଥିବା କଥା କେତେ ଦୂର ଠିକ୍ ଅବା ଭୁଲ୍ ଅଟେ।

ପୃଥିବୀପୃଷ୍ଠରେ ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପୃଥିବୀରେ ବର୍ତ୍ତମାନ ୮୦୦ କୋଟିରୁ ଅଧିକ ଲୋକ ବସବାସ କରୁଛନ୍ତି। ରିପୋର୍ଟ ଅନୁଯାୟୀ, ଆଗାମୀ ୨୦ ବର୍ଷରେ ଜନସଂଖ୍ୟା ବୃଦ୍ଧି ହୋଇ ୯୦୦ କୋଟିରେ ପହଞ୍ଚିବ । ତେବେ ଏଠାରେ ପ୍ରଶ୍ନ ଉଠୁଛି କି ପୃଥିବୀର ଯେତିକି ଓଜନ କ୍ଷମତା ରହିଛି ତାଠାରୁ ଅଧିକ ଲୋକ ବସବାସ କରିପାରିବେ କି ନାହିଁ? ଲୋକଙ୍କ ମୃତ୍ୟୁ ପରେ ପୃଥିବାର ବୋଝ କମିଯାଉଛି କି ନାହିଁ… ଚାଲନ୍ତୁ ଜାଣିବା ।

ଅନେକ ଥର ଆପଣ ନିଶ୍ଚୟ ଶୁଣିଥିବେ ଯେ ମଣିଷ ମରିବା ପରେ ପୃଥିବୀର ଭାର ହ୍ରାସ ହୋଇଥାଏ । କିମ୍ବା କିଛି ଲୋକ କୁହନ୍ତି ଯେ, ମଣିଷ ପୃଥିବୀ ଉପରେ ବୋଝ ଅଟେ । କିନ୍ତୁ ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଏହି ସବୁ କଥା ଗୁଡିକରେ କୌଣସି ସତ୍ୟତା ନାହିଁ । ଏହା ଲୋକ କଥା ବୋଲି ବୈଜ୍ଞାନିକ କହିଛନ୍ତି । ବାସ୍ତବରେ, ମୃତ୍ୟୁ କିମ୍ବା ଲୋକଙ୍କ ଜନ୍ମ ପୃଥିବୀର ଓଜନ ଉପରେ ଅଧିକ ପରିବର୍ତ୍ତନ କରେ ନାହିଁ। କାରଣ ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ପୃଥିବୀର ଓଜନ ବୃଦ୍ଧି ଏବଂ ହ୍ରାସ ଉପରେ ନିର୍ଭର କରିଥାଏ । ଲୋକଙ୍କ ମୃତ୍ୟୁ ସହିତ ଏହାର କୌଣସି ସମ୍ପର୍କ ନାହିଁ । କିମ୍ୱା ଏହା ଦ୍ୱାର ପୃଥିବୀର ଓଜନ ହ୍ରାସ ହୁଏ ନାହିଁ ।

ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ପୃଥିବୀର ଓଜନ କେତେ? ପୃଥିବୀର ଓଜନ ସମ୍ବନ୍ଧରେ ବୈଜ୍ଞାନିକମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ବାସ୍ତବରେ ପୃଥିବୀର ଓଜନ ଏହାର ମାଧ୍ୟାକର୍ଷଣ ଶକ୍ତି ଉପରେ ନିର୍ଭର କରେ । ଏହାକୁ ସରଳ ଭାଷାରେ କହିବାକୁ ଗଲେ ପୃଥିବୀର ଓଜନ ଲକ୍ଷ ଲକ୍ଷ କୋଟି ଅଟେ । ନାସା ଅନୁଯାୟୀ ପୃଥିବୀର ଓଜନ ୫.୯୭୨୨x୧୦୨୪କିଲୋଗ୍ରାମ ଅଟେ। ଏହାକୁ ୧୩.୧ ସେପ୍ଟିଲିୟନ୍ ପାଉଣ୍ଡରେ ମଧ୍ୟ ମାପ କରାଯାଏ। ତେବେ ମାଧ୍ୟାକର୍ଷଣ ଶକ୍ତି ହିସାବରେ ପୃଥିବୀର ଓଜନ କମ ବେଶି ହୋଇଥାଏ ।

ବୈଜ୍ଞାନିକଙ୍କ ଅନୁଯାୟୀ, ପୂର୍ବରୁ ପୃଥିବୀରେ ଅଧିକ ଜନସଂଖ୍ୟା ନଥିଲା । ପୂର୍ବରୁ ପୃଥିବୀରେ ମାନବ ଜନସଂଖ୍ୟା ବହୁତ କମ୍ ଥିଲା । ବୈଜ୍ଞାନିକଙ୍କ ଅନୁଯାୟୀ, ଦଶ ହଜାର ବର୍ଷ ପୂର୍ବେ ପୃଥିବୀରେ କେବଳ ଅଳ୍ପ ଲକ୍ଷ ଲୋକ ଥିଲ । ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ, ପୃଥିବୀର ଜନସଂଖ୍ୟା ୧୦୦ କୋଟି ସଂଖ୍ୟାକୁ ଛୁଇଁଥିଲା । ୧୯୨୦ରେ, ପୃଥିବୀରେ ଦୁଇଶହ କୋଟି ଲୋକ ଥିଲେ । ବର୍ତ୍ତମାନ ଦିନକୁ ଦିନ ଲୋକଙ୍କ ସଂଖ୍ୟା ପୃଥିବୀରେ ବୃଦ୍ଧି ହେବାରେ ଲାଗିଛି ।