spot_img
Home Blog Page 1117

ସରସ୍ବତୀ ପୂଜା ଦ୍ବନ୍ଦ୍ବ ଦୂର କଲା ଶ୍ରୀମନ୍ଦିର ପ୍ରଶାସନ, ଜାଣନ୍ତୁ କେବେ ପାଳିବେ…

ପୁରୀ: ସ୍ବରସ୍ବତୀ ପୂଜାକୁ ନେଇ ସୃଷ୍ଟି ହୋଇଥିଲା ଦ୍ବନ୍ଦ୍ବ । କିଛି ପଞ୍ଜିକାରେ ଫବୃଆରୀ ଦୁଇ ତାରିଖ ଉଲ୍ଲେଖ ଥିବା ବେଳେ କିଛି ପଞ୍ଜିକାରେ ତିନି ତାରିଖ । ଯାହାକୁ ନେଇ ସାଧାରଣ ଲୋକେ ସମସ୍ୟାରେ ପଡିଥିଲେ । କେଉଁ ତାରିଖରେ ସରସ୍ବତୀ ପଳଜା ପାଳନ ହେବ ତାକୁ ନେଇ କିଛି ବୁଝି ପାରୁ ନଥିଲେ । ଏହି ଦ୍ବନ୍ଦ୍ବକୁ ଦୂର କରିଛି ଶ୍ରୀମନ୍ଦିର ପ୍ରଶାସନ ।

ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏନେଇ ସ୍ପଷ୍ଟ ପ୍ରତିକ୍ରିୟା ରଖାଯାଇଛି । ମନ୍ଦିା ପ୍ରଶଶସନ ପକ୍ଷରୁ କୁହାଯାଇଛି, ଆସନ୍ତା ଫେବୃଆରୀ ୨ ତାରିଖରେ ଶ୍ରୀମନ୍ଦିରରେ ସରସ୍ୱତୀ ପୂଜା ଅନୁଷ୍ଠିତ ହେବ । ଏହାସହ ସେହିଦିନ ତିନି ରଥର ୩ଟି ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ ।

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପଞ୍ଜିକାରଙ୍କ ସହ ପାଞ୍ଜି ସମୀକରଣ ବୈଠକର ନିଷ୍ପତ୍ତି ଆଧାରରେ ଆସନ୍ତା ଫେବୃଆରୀ ୨ ତାରିଖରେ ସରସ୍ୱତୀ ପୂଜା ହେବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ କହିଛନ୍ତି ।

କେବଳ ସାସ୍ବତୀ ପୂଜା ନୁହେଁ । ବିଭିନ୍ନ ପର୍ବପର୍ବାଣୀକୁ ନେଇ ରାଜ୍ୟରେ ଏମିତି ଦ୍ବନ୍ଦ୍ବ ଦେଖିବାକୁ ମିଳୁଛି । ରାଜ୍ୟରେ ଏକାଧିକ ପଞ୍ଜିକା ପ୍ରଚଳିତ । ତେବେ କିଛି ସ୍ଥାନରେ କିଛି ପର୍ବପର୍ବାଣୀ ପାଳନର ତାରିଖରେ ପଞ୍ଜିକା ମଧ୍ୟରେ ଭିନ୍ନ ମତ ରହୁଛି । ଯାହା ସାଧାରଣ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି କରୁଛି । ତେଣୁ ଏହାର ସମାଧାନ ହେବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି ।

ଗାଡ଼ି ଫିଟନେସ ପରୀକ୍ଷା ହେବ ତ୍ରୁଟିଶୂନ୍ୟ, ରାଜ୍ୟରେ ଆରମ୍ଭ ହେଲା ATS ବ୍ୟବସ୍ଥା

କଟକ: ରାସ୍ତାରେ ଗଡୁଥିବା ଗାଡିର ଫିଟନେସ୍ ଠିକ ରହିବା ଆବଶ୍ୟକ । ଗାଡିର ଫିଟନେସ ଠିକ୍ ଥିଲେ ଦୁର୍ଘଟଣା ହ୍ରାସ ପାଇବ । ହେଲେ ବହୁତ ଗାଡି ଚାଳକ ଅଛନ୍ତି ଯେଉଁମାନେ ବିନା ଫିଟନେସ୍ ପ୍ରମାଣପତ୍ରରେ ଗାଡି ଚଲାଉଛନ୍ତି । କିଛି ଲୋକ ସରକାରୀ ନିୟମ ଅନୁସାରେ ଫିଟନେସ୍ ସାର୍ଟିଫିକେଟ ବାହାର କରୁନାହାନ୍ତି । ତେବେ ଆଉ ଏଭଳି ମନମାନି ଚଳିବନି । ଫିଟନେସ ପ୍ରମାଣପତ୍ର ନଥିବା ଗାଡି ରାସ୍ତାରେ ଚାଲି ପାରିବନି । କାରନ ମୋଟର ଯାନ ଫିଟନେସ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।

ରାଜ୍ୟରେ ପଞ୍ଜୀକୃତ ହୋଇଛି ପ୍ରଥମ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ ବ୍ୟବସ୍ଥା ବା ATS । କଟକ ଆରଟିଓ ଅଧୀନରେ ଏହାର ସ୍ଥାପନା ହୋଇଛି । ବୈଷୟିକ ଜ୍ଞାନକୌଶଳ ଜରିଆରେ ସ୍ୱୟଂକ୍ରିୟ ପଦ୍ଧତିରେ ଏହା ଗାଡ଼ିର ଫିଟନେସ ପରୀକ୍ଷା କରିବ । କେନ୍ଦ୍ରୀୟ ମୋଟର ଯାନ ନିୟମ ଅନୁଯାୟୀ ଗାଡ଼ିର ଫିଟନେସ ପରୀକ୍ଷା ପାଇଁ ଏଟିଏସ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ।

ଏବେ କଟକରେ ଏହାକୁ ସ୍ଥାପନ କରାଯାଇଥିବା ବେଳେ ଆଗକୁ ରାଜ୍ୟରେ ଆହୁରି ୨୧ଏଟିଏସ ସ୍ଥାପନା ହେବ । ସଡ଼କ ସୁରକ୍ଷା କ୍ଷେତ୍ରରେ ଯାନର ସ୍ଥିତି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ରାସ୍ତାରେ ଗାଡ଼ି ଚାଲିବା ପାଇଁ ଗାଡ଼ିର ସ୍ଥିତି କିଭଳି ଥିବା ଦରକାର । ସେଥିପାଇଁ ମୋଟର ଯାନ ନିୟମାବଳୀ ରହିଛି । ତେବେ ପୂର୍ବରୁ ଫିଟନେସ ସାର୍ଟିଫିକେଟ ତଥା ଗାଡ଼ିର ପଞ୍ଜୀକରଣ ନବୀକରଣ ମନୁଷ୍ୟ ମୂଲ୍ୟାୟନ ଆଧାରରେ ହେଉଥିଲା । ଏହି ପରୀକ୍ଷଣ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ଫିଟନେସ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ ରାସ୍ତାକୁ ଯିବା ପାଇଁ ଯୋଗ୍ୟ ନ ଥିବା ଗାଡ଼ି ସ୍ୱୟଂକ୍ରିୟ ପଦ୍ଧତିରେ ବାଦ୍ ପଡ଼ିବେ । ଯାହା ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ସହାୟକ ହେବ ବୋଲି ସରକାର ଆଶା ରଖିଛନ୍ତି ।

କୁମ୍ଭମେଳାକୁ ଓଡ଼ିଶାରୁ ବସ୍ ସେବା ବାତିଲ କଲା OSRTC

ଭୁବନେଶ୍ବର: କୁମ୍ଭମେଳା ପାଇଁ OSRTC ପକ୍ଷରୁ ଓଡ଼ିଶାରୁ ଅଯୋଧ୍ୟାକୁ ବସ୍ ସେବା ଆରମ୍ଭ କରାଯାଇଥିଲା । ଯାହାକୁ ବାତିଲ କରି ଦିଆଯାଇଛି । ଆସନ୍ତା ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ଏହି ବସ୍ ସେବା ବାତିଲି କରାଯାଇଛି । କୁମ୍ଭମେଳାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ପରେ OSRTC ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ, ଗତକାଲି ମୌନି ଅମାବାସ୍ୟାରେ କୁମ୍ଭମେଳାରେ ଦଳାଚକଟା ଘଟିଥିଲା । ଦଳାଚକଟାରେ ୩୦ରୁ ଅଧିକ ଭକ୍ତଙ୍କ ମୃତ୍ୟୁ ଘଟିଥିଲା । ଏହାସହ ଶତାଧିକ ଲୋକ ଆହତ ହୋଇଛନ୍ତି । ଏପରି ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି OSRTC ଓଡ଼ିଶାରୁ ଅଯୋଧ୍ୟା ଯାଉଥିବା ବସ୍ ସେବା ବାତିଲ କରାଯାଇଛି ।

ରାଉରକେଲା ସରକାରୀ ଡାକ୍ତରଖାନାରେ ଥିବା ଆହାର କେନ୍ଦ୍ର ଖୋଲିବାକୁ କଂଗ୍ରେସ ପକ୍ଷରୁ ଦାବି

ନନ୍ଦିଘୋଷ ବ୍ୟୁରୋ: ରାଉରକେଲା ସରକାରୀ ଡାକ୍ତରଖାନାରେ ଥିବା ଆହାର କେନ୍ଦ୍ର ଖୋଲିବାକୁ କଂଗ୍ରେସ ଦଳ ପକ୍ଷରୁ ଦାବି। ଗତ ୨୪ ତାରିଖରୁ ଆହାର କେନ୍ଦ୍ର ବନ୍ଦ ଥିବାରୁ ତୁରନ୍ତ ଖୋଲିବା ପାଇଁ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। ବିଜେପି ସରକାର ଜନହିତକର ଯୋଜନା ଵନ୍ଦ କରିବା ପାଇଁ ଚକ୍ରାନ୍ତ କରୁଥିବା କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ ହୋଇଛି। ନିର୍ବାଚନ ସମୟରେ ବିଜେପି ଦେଇଥିବା ପ୍ରତିଶୃତି ପାଳନ ନକରି ଲୋକଙ୍କୁ ପ୍ରତାରଣ କରି ଜନହିତକର ଯୋଜନା ଵନ୍ଦ କରିବା ପାଇଁ ଚକ୍ରାନ୍ତ କରୁଥିବା କଂଗ୍ରସ ଅଭିଯୋଗ କରିଛି। ଏହାକୁ ବିରୋଧ କରି ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ରଵି ରାୟଙ୍କ ନେତୃତ୍ବରେ କଂଗ୍ରେସ ଦଳର ଏକ ପ୍ରତିନିଧି ଦଳ ସରକାରୀ ଡାକ୍ତରଖାନାର ଅଧିକ୍ଷକଙ୍କୁ ସାକ୍ଷାତ କରି ତୁରନ୍ତ ଆହାର କେନ୍ଦ୍ର ଖୋଲିବାକୁ ଦାବି କରିଛନ୍ତି। ଆହାର କେନ୍ଦ୍ର ଵନ୍ଦ ଥିବାରୁ ଡାକ୍ତରଖାନାକୁ ଦୈନିକ ଚିକିତ୍ସା ପାଇଁ ଆସୁଥିବା ଶହ ଶହ ଗରିବ ରୋଗୀ, ଶ୍ରମିକ ଏବଂ ରୋଗୀଙ୍କ ସମ୍ପର୍କୀୟ ଲୋକେ ଆହାର ଖାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଆହାର କେନ୍ଦ୍ରରେ ଦୈନିକ ହଜାରରୁ ଅଧିକ ଗରିବ ଲୋକେ ୫ ଟଙ୍କାରେ ଆହାର ଖାଇ ଉପକୃତ ହେଉଥିବାରୁ ଆହାର କେନ୍ଦ୍ର ଵନ୍ଦ କରିବା ପାଇଁ ସରକାର ଚକ୍ରାନ୍ତ କରୁଥିବା କଂଗ୍ରେସ ଦଳ ପକ୍ଷରୁ କୁହାଯାଇଛି।

ରାଜରାସ୍ତାରେ ଗର୍ଜିଲେ ହଜାର ହଜାର ମହିଳା

ନନ୍ଦିଘୋଷ ବ୍ୟୁରୋ: ରାଜରାସ୍ତାରେ ଗର୍ଜିଲେ ହଜାର ହଜାର ମହିଳା । ଦୀର୍ଘ ଦୀନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜୀବିକା ମିଶନ ଓ ଇସିର ମହିଳାମାନେ ପଞ୍ଚାୟତ ସ୍ତରରେ କାମ କରୁଛନ୍ତି । ହେଲେ ସରକାର ପରିବର୍ତ୍ତନ ହେବା ପରେ ନିଜ ଚାକିରିକୁ ନେଇ ଚିନ୍ତାରେ ଜୀବିକା ମିଶନ ଓ ଇସିର ମହିଳାମାଳେ । କଳାହାଣ୍ଡି ଜିଲାରେ କାର୍ଯ୍ୟରତ ୬ ହଜାର ମହିଳା ଆଜି ଆନ୍ଦୋଳନ କରିଛନ୍ତି । ମିଶନ ଶକ୍ତି ବିଭାଗ ଅଧିନସ୍ଥ ଜୀବିକା ମିଶନ ଓ ମିଶନ ଶକ୍ତି ଇ.ସି.ଙ୍କ ରିଷ୍ଟ୍ରକ୍ଚରିଙ୍ଗ ବନ୍ଦ କରିବା । ସି.ଏଲ୍.ଏଫ୍,  ଜି.ପି.ଏଲ୍.ଏଫ୍,  ବି.ଏଲ୍‌.ଏଫ୍  ଓ  ଡ଼ି.ଏଲ୍‌.ଏଫ ଥିବା ଇସି ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ସହ ଭାରତୀୟ ଶ୍ରମ ସମ୍ମିଳନୀର ୪୫ ଓ ୪୬ ତମ ପ୍ରସ୍ତାବନା ଭିତ୍ତିରେ ମାନ୍ୟତା ପ୍ରଦାନ କରିବା । ମିଶନ ଶକ୍ତି ଇ.ସି. ମାନଙ୍କୁ ସରକାରଙ୍କ ଦ୍ଵାରା ଘୋଷିତ କୁଶଳୀ ଶ୍ରମିକର ସର୍ବନିମ୍ନ ମଜୁରୀ ପ୍ରଦାନ ଭଳି ୧୦ ଦଫା ଦାବିକୁ ନେଇ ଆନ୍ଦୋଳନ କରାଯାଇଛି । ଆଜି ମା’ ମାଣିକେଶ୍ୱରୀଙ୍କ ମନ୍ଦିରରୁ ହଜାର ହଜାର ମହିଳା ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣା ଦେଇଛନ୍ତି । ସରକାର ଯଥାଶୀଘ୍ର ଦାବୀ ପୂରଣ ନକଲେ ଆନ୍ଦୋଳନକୁ ତୀବ୍ର କରିବାକୁ ଚେତାବନୀ ଦେଇଛନ୍ତି ।

ମାନବ ଶୃଙ୍ଖଳ ଦ୍ଵାରା ନିଶାକୁ ବିରୋଧ କଲା କଳିଙ୍ଗ ମହିଳାଶକ୍ତି

ନନ୍ଦିଘୋଷ ବ୍ୟୁରୋ: ମାନବ ଶୃଙ୍ଖଳ ଦ୍ଵାରା ନିଶାକୁ ବିରୋଧ କଲା କଳିଙ୍ଗ ମହିଳାଶକ୍ତି । ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସ ଅବସରରେ ସଂଘର ମହିଳାମାନେ ପାରାଦୀପର ଅଠରବାଙ୍କି ଠାରେ ଏକତ୍ରିତ ହୋଇ ନିଶାକୁ ବିରୋଧ କରିଛନ୍ତି । ନିଶା ସେବନ ଦ୍ୱାରା ପାରାଦୀପରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଅନେକଙ୍କ ଧନ, ଜୀବନ ହାନି ଘଟୁଛି । ପାରାଦୀପ ଏକ ଆନ୍ତର୍ଜାତିକ ବନ୍ଦର ହୋଇଥିବା ବେଳେ ଏଠାରେ ୧୦୦ ମିଟର ଦୂରରେ ଗୋଟିଏ ଗୋଟିଏ ମଦ ଦୋକାନକୁ ଲାଇସେନ୍ସ ଦିଆଯାଇଛି । ଯାହା ଫଳରେ ଦିନକୁ ଦିନ ମଦ୍ୟପଙ୍କ ସଂଖ୍ୟା ବଢିବାରେ ଲାଗିଛି ।  ଅଠରବାଙ୍କି ଠାରୁ ଦୋଛକି ପଯ୍ୟନ୍ତ ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁଁ ମଧ୍ୟ ଅନେକ ଦୁର୍ଘଟଣା ଘଟୁଛି । ରାସ୍ତାର ମରାମତି ସହିତ ପାରାଦୀପରୁ ମଦ ଦୋକାନକୁ ବନ୍ଦ କରିବାକୁ ଦାବି କରିଛନ୍ତି କଳିଙ୍ଗ ମହିଳାଶକ୍ତିର ସଦସ୍ୟାମାନେ ।

ଭାରତ କରୁଛି ନୂଆ ଯୋଜନା, AI ଦୁନିଆରେ ଦେଖାଇବ ଦମ୍

ନନ୍ଦିଘୋଷ ବ୍ୟୁରୋ: AIର ଦୁନିଆ । ଡିପଫେକ୍ ଭିଡିଓ ଏବଂ ଚାଟ୍ ଜିପିଟି ପାଇଁ ସମସ୍ତେ ପାଗଳ । ଏହାକୁ ଅଧିକ ବ୍ୟବହାର କରାଯାଉଥିବାବେଳେ ଟେକ୍ନୋଲୋଜିର ବ୍ୟବହାର ହେଉଛି । ତେବେ ଭାରତ ରେସରେ ଆଗରେ ରହିବା ପାଇଁ ଯୋଜନା କରୁଛି । ଯଦି ଭାରତର ଏହି ଯୋଜନା ସଫଳ ହୁଏ ତାହେଲେ ଡିପଫେକ୍ ଏବଂ ଚାଟ୍ ଜିପିଟିକୁ ଲୋକେ ଭୁଲିଯିବେ । ଏମିତି କିଛି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଉତ୍କଳ ଓଡ଼ିଶା ସମୟରେ ଟେକ୍ନୋଲୋଜିକୁ ନିଜର ବକ୍ତବ୍ୟ ରଖିଥିଲେ । ଭାରତ ଏବଂ ନୂଆ ଏଆଇ ମଡେଲର ଯୋଜାନାରେ ରହିଛି । ସରକାର ଏଆଇ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି ।

ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ୫ହଜାରରୁ ଅଧିକ ମିଶନ ଶକ୍ତି ମହିଳା

ନନ୍ଦିଘୋଷ ବ୍ୟୁରୋ: ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ୫ହଜାରରୁ ଅଧିକ ମିଶନ ଶକ୍ତି ମହିଳା । ଇସି ମେମ୍ବରଙ୍କୁ ଉଚ୍ଛେଦ ନକରି ସ୍ଥାୟୀ ନିଯୁକ୍ତି ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଘେରିଲେ। ପୂର୍ବ ସରକାରରେ ମିଶନ ଶକ୍ତିକୁ ସର୍ବାଧିକ ଗୁରୁତ୍ବ ଦେଉଥିବା ବେଳେ, ବିଜେପି ସରକାର ମିଶନ ଶକ୍ତି ସଂଗଠନକୁ ଭାଙ୍ଗିବାକୁ ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ମହିଳା । ମହିଳା ସ୍ବୟଂ ସହାୟିକା ଗୋଷ୍ଠୀରୁ  ଉଦ୍ୟୋଗୀ ହୋଇଥିଲେ ମହିଳା । ହେଲେ ବର୍ତ୍ତମାନର ବିଜେପି ସରକାର କେବଳ ଭାଷଣରେ ସୀମିତ। ମିଶନ ଶକ୍ତିକୁ ଭାଙ୍ଗିବାକୁ ଉଦ୍ୟମ କଲେ ପରିଣତି ଭୟାବହ ହେବ ବୋଲି କହିଛନ୍ତି ଆନ୍ଦୋଳନକାରୀ ମହିଳା ।

ବାପା ଅନାସ୍ଥା ଭୋଟ୍ ଦେବାକୁ ଗଲା ବୋଲି ବିଷ ପିଇଦେଲା ପୁଅ

ନନ୍ଦିଘୋଷ ବ୍ୟୁରୋ: ଅନାସ୍ଥା ଭୋଟ ବେଳେ ବିଷ ପିଇଲେ ଓ୍ଵାର୍ଡ ସଭ୍ୟଙ୍କ ପୁଅ । ବାପାଙ୍କୁ ଅନାସ୍ଥା ଭୋଟରେ ଅଂଶଗ୍ରହଣ ନକରିବାକୁ ପୁଅ କହିଥିଲା । ହେଲେ ବାପା ଭୋଟ କେନ୍ଦ୍ରକୁ ଯିବା ପରେ ପୁଅ ବିଷ ପିଇଦେଲେ । ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବାଲିସାହିପାଟଣାରେ । ସୂଚନା ଅନୁସାରେ, ବାଲିସାହିପାଟଣା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ କୈଳାସ ପରିଡ଼ାଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ ଚାଲିଛି । କଡା ସୁରକ୍ଷା ବଳୟ ଭିତରେ ଭୋଟ ଗ୍ରହଣ କରାଯାଉଛି । ଗତ ଡିସେମ୍ବର ୩୦ ତାରିଖରେ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପାଇଁ ୮ ଜଣ ଓ୍ଵାର୍ଡ ସଭ୍ୟ ଲିଖିତ ଅଭିଯୋଗ କରିଥିଲେ । ଯାହା ଫଳରେ ଆଜି ଅନାସ୍ଥା ଭୋଟିଂ ଚାଲିଛି । ଅପରପକ୍ଷରେ ୧୧ ନଂ ଓ୍ଵାର୍ଡ ମଧୁପୁର ଗାଁର ଓ୍ଵାର୍ଡ ମେମ୍ବର ରବୀନ୍ଦ୍ର ଜେନା ନିଖୋଜ ଥିବାନେଇ ପୁଅ ଅଞ୍ଜନ ଜେନା ରାଜନଗର ଥାନାରେ ଆଜି ସକାଳେ ଲିଖିତ ଅଭିଯୋଗ କରିଥିଲେ । ପରେ ରବୀନ୍ଦ୍ର ଘରକୁ ଫେରିବାରୁ ଅଞ୍ଜନ ତାଙ୍କୁ ଅନାସ୍ଥା ଭୋଟ ଦେବାକୁ ମନା କରିଥିଲେ । କିନ୍ତୁ ଏହାକୁ ନମାନି ରବୀନ୍ଦ୍ର ଭୋଟ କେନ୍ଦ୍ରକୁ ଯିବାପରେ ପୁଅ ଅଞ୍ଜନ ବିଷ ପିଇଦେଇଥିବା  ନେଇ ଅଭିଯୋଗ ହୋଇଛି । ପ୍ରଥମେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଞ୍ଜନଙ୍କୁ ସ୍ଥାନାନ୍ତର କରାଯାଇଛି ।

ଭାଲୁ ପଞ୍ଝାରୁ ବାପାଙ୍କୁ ବଞ୍ଚାଇଲା ଦଶ ବର୍ଷର ପୁଅ

ନନ୍ଦିଘୋଷ ବ୍ୟୁରୋ: ବାପା ପାଇଁ ଦେବଦୂତ ସାଜିଲା ପୁଅ। ଭାଲୁ ପଞ୍ଝାରୁ ବାପାଙ୍କୁ ବଞ୍ଚାଇଲା ଦଶ ବର୍ଷର ପୁଅ । ମାଲକାନଗିରି ସୀମାନ୍ତ ଛତିଶଗଡ ଦନ୍ତେୱାଡ଼ା ଜିଲ୍ଲାରେ ଏଭଳି ସାହସିକତାର ଦୃଶ୍ୟ ଦେଖିବାକୁ ମିଳିଛି।  ଦୀର୍ଘ ସମୟ ଧରି ଭାଲୁ ସହିତ ଲଢ଼େଇ କରି ବାପାଙ୍କ ଜୀବନ ରକ୍ଷା କରିଛି ୧୦ ବର୍ଷର ନାବାଳକ । ପୁଅର ଏହି ସାହସକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି । ଭାଲୁ ଆକ୍ରମଣରେ ଆହତ ହୋଇ ଉଭୟ ବାପା ଏବଂ ପୁଅ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।  ହାନ୍ଦାୱାଡା ଅଞ୍ଚଳର ବାଞ୍ଜାରାମ ନେତାମ ଓ ତାଙ୍କ ଦଶ ବର୍ଷର ପୁଅ ଦୀପେନ୍ଦ୍ର ଆବୁଝମାଡ ଜଙ୍ଗଲକୁ ବାଉଁଶ କାଟିବାକୁ ଯାଇଥିଲେ । ବାଉଁଶ କାଟିବା ସମୟରେ ଭାଲୁଟି ସେମାନଙ୍କ ସାମ୍ନାକୁ ଆସି ବାଞ୍ଜାରାମଙ୍କୁ ଆକ୍ରମଣ କରିଥିଲା। । ଏହି ସମୟରେ ପୁଅ ଦୀପେନ୍ଦ୍ର ଉପସ୍ଥିତ ବୁଦ୍ଧି ଲଗାଇ ଭାଲୁ ସହିତ ଲଢେଇ କରିଥିଲା । କିଛି ସମୟ ଲଢେଇ ପରେ ପାଖରେ ପଡ଼ିଥିବା ଏକ ଠେଙ୍ଗାରେ ଭାଲୁ ଉପରେ ପ୍ରହାର କରିଥିଲା । ଜୀବନ ବିକଳରେ ଦୁହେଁ ବଡ଼ ପାଟି କରିବା ପରେ ଭାଲୁଟି ଜଙ୍ଗଲ ଭିତରକୁ ଦୌଡି ପଳାଇଥିଲା । ବାପା ପୁଅଙ୍କ ପାଟି ଶୁଣି ଗାଁ ଲୋକେ ଦୁହିଁଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଦାନ୍ତେୱାଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।