spot_img
Home Blog Page 1139

ଜେଲେନସ୍କି ଜଣେ ମାମୁଲି କମେଡିଆନ୍: ଡୋନାଲ୍ଡ ଟ୍ରମ୍ପ

ନନ୍ଦିଘୋଷ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି। ବର୍ତ୍ତମାନ ୟୁକ୍ରେନର ହାତ ଛାଡିଛି ଆମେରିକା । ବୁଧବାର ଦିନ ଟ୍ରମ୍ପ ତାଙ୍କ ମାର୍-ଏ-ଲାଗୋ ରିସର୍ଟରେ ଏକ ବିବୃତ୍ତିରେ ଜେଲେନସ୍କିଙ୍କୁ ଜଣେ ମାମୁଲି କମେଡିଆନ୍ ବୋଲି କହିଥିଲେ । ଏହି କାରଣରୁ ଦୁଇ ନେତାଙ୍କ ମଧ୍ୟରେ ବିବାଦ ଘନୀଭୂତ ହୋଇଛି।

ଟ୍ରମ୍ପ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ସମାଲୋଚନା କରି କହିଛନ୍ତି, ବିନା ନିର୍ବାଚନରେ ଜେଲେନସ୍କି ତାନାସାହ ସାଜିଛନ୍ତି । ଏକ ମାମୁଲି କମେଡିଆନ୍ ବା ହାସ୍ୟଅଭିନେତା ଜେଲେନସ୍କି ଆମେରିକାକୁ ୩୫୦ ବିଲିୟନ୍ ଡଲାର୍ ଖର୍ଚ୍ଚ କରିବା କଥା କହୁଛି । ତାହା ବି ଏପରି ଏକ ଯୁଦ୍ଧ ପାଇଁ ଖର୍ଚ୍ଚ କରିବା ପାଇଁ କହୁଛି, ଯେଉଁ ଯୁଦ୍ଧ କେବେ ଯିତାଯାଇ ପାରିବନାହିଁ । ବଡ କଥା ହେଉଛି ଏହି ଯୁଦ୍ଧ କେବେ ଆରମ୍ଭ କରିବାର ନଥିଲା।

ଟ୍ରମ୍ପ ଟ୍ୱିଟ୍ କରି ଆହୁରି କହିଛନ୍ତି କି, ଜେଲେନସ୍କି ନିର୍ବାଚନ ନକରି ତାନାସାହ ସାଜିଛନ୍ତି । ତାଙ୍କ ପାଇଁ ଭଲ ହେବ ଯୁଦ୍ଧ ବନ୍ଦ କରି ଆଗକୁ ବଢନ୍ତି ଜେଲେନସ୍କି । ନଚେତ୍ ତାଙ୍କ ସପକ୍ଷରେ ଗୋଟିଏ ବି ଦେଶ ରହିବେ ନାହିଁ । ଆମେ ଯୁଦ୍ଧକୁ ସମାପ୍ତ କରିବା ପାଇଁ ଋଷ ସହ ଆଲୋଚନା କରିଛୁ । ପୂର୍ବରୁ ବାଇଡେନ୍ ସରକାର ଯୁଦ୍ଧ ରୋକିବା ପାଇଁ କୌଣସି ପ୍ରକାର ଚେଷ୍ଟା କରିନଥିଲେ । ଏବେ ବି ସମୟ ଅଛି ଋଷ ସହ ଆଲୋଚନା କରି ଯୁଦ୍ଧକୁ ସମାପ୍ତ କରାଯାଉ ।

ସେପଟେ ଟ୍ରମ୍ପଙ୍କ କଥାକୁ ଖାରଚ କରି ପ୍ରତିକ୍ରିୟା ରଖିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଟ୍ରମ୍ପ ଭୁଲ ତଥ୍ୟ ଆଧାରରେ ଏପରି କହୁଛନ୍ତି । ଦୁର୍ଭାଗ୍ୟର କଥା ରାଷ୍ଟ୍ପପତି ଟ୍ରମ୍ପ ଋଷର ଅପପ୍ରଚାରର ପ୍ରଭାବରେ ପ୍ରଭିବିତ ହୋଇ ଅଛନ୍ତି । ଆମେରିକା ଜନତା ସବୁବେଳେ ମୋର ସମର୍ଥନ କରିଆସିଛନ୍ତି । ଯାହାକୁ ଆମେ ସମ୍ମାନ ଦେଉଛୁ ବୋଲି କହିଛନ୍ତି ଜେଲେନସ୍କି।

ଭୂମିକମ୍ପରେ ଘର ଭୁଶୁଡିବାରୁ ମିଳିଲା ୧୮ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ : ଭୂମିକମ୍ପ ବିଶ୍ୱର ଅନେକ ସହରକୁ ଅସ୍ତବ୍ୟସ୍ତ କରିଥାଏ ।  କିନ୍ତୁ ଭୂମିକମ୍ପ ଯୋଗୁଁ ଏକ ଘର ଭୁଶୁଡ଼ି ପଡ଼ିବା ପରେ ତୁର୍କୀ ଏକ କଠୋର ନିଷ୍ପତ୍ତି ନେଇଛି। ଘରର ମୂଳଦୁଆ ପକାଇଥିବା ଦୁଇ ଜଣଙ୍କୁ ୧୮ ବର୍ଷ ଲେଖାଏଁ ଜେଲଦଣ୍ଡ ଦେଇଛି । ତୁର୍କିର ଏନଟିଭି ଅନୁଯାୟୀ, ୨୦୨୩ ମସିହାରେ ଏକ ଭୂମିକମ୍ପ ଯୋଗୁଁ ରାଜଧାନୀ ଇସ୍ତାନବୁଲରେ ଏକ କମ୍ପ୍ଲେକ୍ସର ଏକ ଅଂଶ ଭୁଶୁଡ଼ି ପଡ଼ିଥିଲା । ଯେଉଁଥିରେ ୧୧୫ ଜଣ ଲୋକ ପୋତି ହୋଇ ମୃତ୍ୟୁବରଣ କରିଥିଲେ। ସେହି ସମୟରେ ଭୂମିକମ୍ପର ତୀବ୍ରତା ୭.୮ ରେକର୍ଡ କରାଯାଇଥିଲା। ଘଟଣା ପରେ  ଠିକାଦାରଙ୍କ ସମେତ ୫ ଜଣଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା । ଏବେ ଏହି ମାମଲାର ରାୟ ଆସିଛି । ମାମଲାରେ ୨ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ।

ରିପୋର୍ଟ ଅନୁଯାୟୀ, ଭୂମିକମ୍ପ ଯୋଗୁଁ ଘର ଭୁଶୁଡ଼ିବା ପାଇଁ ୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଶୁଣାଣି ପରେ କୋର୍ଟ ୩ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସେମାନଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ମିଳିଲା ନାହିଁ । ଦଣ୍ଡ ପାଇଥିବା ଦୁଇ ଜଣଙ୍କ ମଧ୍ୟରେ ଜଣେ ଇଞ୍ଜିନିୟର ଏବଂ ଜଣେ ଠିକାଦାର ଅଛନ୍ତି । ଉଭୟଙ୍କ ବିରୋଧରେ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ଆସିଛି ।  ବିଚାରପତି ଉଭୟ ଦୋଷୀଙ୍କୁ ୧୮ ବର୍ଷ ୮ ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ଅନ୍ୟପକ୍ଷରେ, ପୀଡିତାଙ୍କ ପରିବାର କହିଛନ୍ତି, କୋର୍ଟଙ୍କ ନିଷ୍ପତ୍ତିକୁ ଆହୁରି ଚ୍ୟାଲେଞ୍ଜ କରାଯିବ।

୨୦୨୩ ମସିହାରେ ତୁର୍କୀରେ ହୋଇଥିବା ଭୂମିକମ୍ପରେ ୫୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ, ସାରା ଦେଶରେ କୋଠା ନିର୍ମାଣ ଉପରେ ପ୍ରଶ୍ନ ଉଠିଥିଲା ।  ବର୍ତ୍ତମାନ ତୁର୍କିରେ ୨୦୦ ଜଣ ଠିକାଦାର ଜେଲରେ ଅଛନ୍ତି। ସେମାନଙ୍କ ବିରୁଦ୍ଧରେ ଦେଶରେ ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ରହିଛି। ସେଠାକାର ସ୍ଥାନୀୟ କୋର୍ଟରେ ସେମାନଙ୍କ ସମସ୍ତଙ୍କ ବିରୋଧରେ ଏହି ମାମଲା ଚାଲିଛି।

କାହିଁକି ମଶା ମାରିବା ପାଇଁ ପୁରସ୍କାର ଘୋଷଣା କଲା ଫିଲିପାଇନ୍ସ ?

ନୂଆଦିଲ୍ଲୀ : ମଶାଙ୍କ ସମସ୍ୟା ନୂଆ ନୁହେଁ । ମଶାଙ୍କଠାରୁ ରକ୍ଷା ପାଇବା ପାଇଁ ଆମେ ବିଭିନ୍ନ ପଦ୍ଧତି ଅବଲମ୍ବନ କରୁ; କେତେବେଳେ ଆମେ ଔଷଧ ସ୍ପ୍ରେ କରୁ, ମଶା ନିରୋଧକ ଔଷଧ ଜାଳିଥାଉ, ମଶାରୀ ବ୍ୟବହାର କରୁ ଏବଂ ଘରର ଦ୍ୱାର ଝରକା ବନ୍ଦ ରଖିଥାଉ। କିନ୍ତୁ ଆପଣ କେବେ ଭାବିଛନ୍ତି କି ମଶାଙ୍କ ଆତଙ୍କ ଏତେ ବଢ଼ିଯିବ ଯେ କୌଣସି ଦେଶର ସରକାର ମଶା ମାରିବା ପାଇଁ ପୁରସ୍କାର ଘୋଷଣା କରିବେ। ଏହା କୌଣସି ମଜା ନୁହେଁ, ଫିଲିପାଇନ୍ସ ସରକାର ଏମିତି କିଛି କରିଛନ୍ତି । ଫିଲିପାଇନ୍ସରର ଜନବହୁଳ ସହରର ଅଧିକାରୀମାନେ ଡେଙ୍ଗୁ ବ୍ୟାପିବାକୁ ରୋକିବା ପାଇଁ ମଶା ମାରିବା ଲୋକଙ୍କୁ ନଗଦ ପୁରସ୍କାର ପ୍ରଦାନ କରୁଛନ୍ତି। କେନ୍ଦ୍ରୀୟ ମାନିଲାର ବାରାଙ୍ଗେ ଆଡିସନ୍ ହିଲ୍ସର ଗ୍ରାମ ମୁଖ୍ୟ କାର୍ଲିଟୋ ସେର୍ନାଲ୍ ଧରାପଡ଼ୁଥିବା ପ୍ରତି ପାଞ୍ଚଟି ମଶା ପାଇଁ ଗୋଟିଏ ପେସୋ (ଦୁଇ ଆମେରିକୀୟ ସେଣ୍ଟରୁ କମ୍) ପୁରସ୍କାର ପ୍ରଦାନ କରିଛନ୍ତି।

ଡେଙ୍ଗୁ କେବଳ ଫିଲିପାଇନ୍ସ ପାଇଁ ନୁହେଁ ବରଂ ସାରା ବିଶ୍ୱ ପାଇଁ ଏକ ସମସ୍ୟା ସୃଷ୍ଟି କରିଛି, ଫିଲିପାଇନ୍ସରେ ଡେଙ୍ଗୁ ଯୋଗୁଁ ୫୭୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି WHO ଅନୁଯାୟୀ, ୨୦୨୪ ମସିହାରେ ସାରା ବିଶ୍ୱରେ ଡେଙ୍ଗୁ ଯୋଗୁଁ ୧୦ ହଜାର ଲୋକଙ୍କର ମୃତ୍ୟୁ ହୋଇଛି। ମୌସୁମୀ ବର୍ଷା ଯୋଗୁଁ ଫିଲିପାଇନ୍ସ କର୍ତ୍ତୃପକ୍ଷ ସାରା ଦେଶରେ ଡେଙ୍ଗୁ ମାମଲା ବୃଦ୍ଧି ପାଇଥିବା ରିପୋର୍ଟ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଫେବୃଆରୀ ୧ ତାରିଖରେ ୨୮ହଜାର ୨୩୪ ଟି ମାମଲା ପଞ୍ଜିକୃତ ହୋଇଛି । ଯାହା ଗତ ବର୍ଷ ତୁଳନାରେ ୪୦ ପ୍ରତିଶତ ଅଧିକ।

ଐତିହାସିକ ଓ ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଫିଲ୍ମ ‘କେଶରୀ ବୀର’; ଏହି ଦିନ ହେବ ରିଲିଜ୍

ମୁମ୍ୱାଇ: ପୌରାଣିକ କଥାବସ୍ତୁ ବା ଐତିହାସିକ ଘଟଣାବଳୀକୁ ନେଇ ଆଧାରିତ ଫିଲ୍ମ ‘କେଶରୀ ବୀର’ । ଇତିହାସରେ ଲିପିବଦ୍ଧ ହୋଇ ରହିଥିବା ଘଟଣାବଳୀ ଯାହା ଲୋକଲୋଚନକୁ ଆସିପାରିନାହିଁ ତାକୁ ବଡ ପରଦାରେ ଦର୍ଶାଇବା ହେଉଛି ଏବେ ବଡ ବଡ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ମୂଳ ଲକ୍ଷ । ନିକଟରେ ଛାୱା ଫିଲ୍ମ ରିଲିଜ ହୋଇ ଖୁବ ଭଲ ବ୍ୟବସାୟ ମଧ୍ୟ କରିଛି ।  ଏମିତି ଆଉ ଏକ ଫିଲ୍ମ ବଡ ପରଦାକୁ ଖୁବ ଶୀଘ୍ର ଆସିବାକୁ ଯାଉଛି ।  ଯାହାର ନାଁ ରହିଛି ‘କେଶରୀ ବୀର’ ।

କେଶରୀ ବୀର’ କାହାଣୀ ହମୀରଜୀ ଗୋହିଲଙ୍କ ଜୀବନ ଉପରେ ଆଧାରିତ । ଯିଏ ତୁଗଲକଙ୍କ ସାମ୍ରାଜ୍ୟ ବିରୁଦ୍ଧରେ ନିଜ ସଂଗ୍ରାମ ଜାରି ରଖିଥିଲେ । ସୋମନାଥ ମନ୍ଦୀର ଉପରେ ତୁଗଲକ ଶାସକଙ୍କ ନଜର ଥିବା ବେଳେ ହିନ୍ଦୁ ଭାବନା ଓ ମନ୍ଦୀରର ରକ୍ଷା କରିବାପାଇଁ ନିଜର ସର୍ବସ୍ବ ତ୍ୟାଗ କରିଵାକୁ ଆଗକୁ ଆସିଥିଲେ ହମୀରଜୀ ଗୋହିଲ । ଏହି କାହାଣୀକୁ ବଡ ପରଦାକୁ ନେଇ ଆସୁଛନ୍ତି ନିର୍ଦ୍ଦେଶକ ପ୍ରିନ୍ସ ଧୀମନ ।  କିଛି ଦିନ ପୁର୍ବରୁ ଏହାର ଏକ ଟ୍ରେଲର ରିଲିଜ ହୋଇ ଖୁବ ଚର୍ଚ୍ଚା ସାଉଁଟୁଥିଲା ।

ଫିଲ୍ମରେ ମୁଖ୍ୟ ଚରିତ୍ରରେ ସୁରଜ ପଞ୍ଚୋଲି, ସୁନୀଲ ସେଠୀ ଓ ବିବେକ ଓବରୋୟଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମରରେ ଭିଏଫଏକ୍ସ, ବିଜିଏମ ଓ ପ୍ଲଟ ଖୁବ ଜବରଦସ୍ତ ରହିଛି । ଫିଲ୍ମରେ ଖୁବ ଖାସ ଭାବରେ ଆକ୍ସନ ସିକ୍ବେନ୍ସକୁ ଦର୍ଶାଯାଇଛି ଯାହାଦ୍ବାରା କାହାଣୀ ଆହୁରି ଖାସ ନଜର ଆସୁଛି । ତେବେ ଏହାକୁ ଦେଖିବାକୁ ସିନେ ପ୍ରେମିଙ୍କ ମନରେ ଉତ୍ସାହ ଦିନକୁ ଦିନ ବଢିବାରେ ଲାଗିଛି । ଫିଲ୍ମଟି ବଡ ପରଦାରେ ମାର୍ଚ୍ଚ ୧୪ ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି।

ଗଣମାଧ୍ୟକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ: କୌଣସି ଖବର ପ୍ରକାଶ କରିବା ପୂର୍ବରୁ ଏହାର ସତ୍ୟତା ଏବଂ ନିରପେକ୍ଷତାକୁ ସୁନିଶ୍ଚିତ କରନ୍ତୁ

ନୂଆଦିଲ୍ଲୀ: ଗଣମାଧ୍ୟକୁ ନେଇ ସୁପ୍ରିମକୋର୍ଟ ବଡ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟ ବିଚାରପତି ଜେ.ବି. ପାର୍ଡିଓ୍ବାଲା ଏବଂ ଜଷ୍ଟିସ୍‌ ଜେ.ବି. ଆର୍‌ ମହାଦେବନଙ୍କ ଖଣ୍ଡପୀଠରେ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ, ଜନମତ ଗଠନରେ ଗଣମାଧ୍ୟମର ଶକ୍ତି ଗୁରୁତ୍ୱପୂର୍ଣ୍ଣ। ପ୍ରେସର ଜନସାଧାରଣଙ୍କ ଭାବନାକୁ ପ୍ରଭାବିତ କରିବା ଏବଂ ଚିନ୍ତାଧାରା ପରିବର୍ତ୍ତନ କରିବାର କ୍ଷମତା ଅଛି। “କଲମ ଖଣ୍ଡା ଅପେକ୍ଷା ଅଧିକ ଶକ୍ତିଶାଳୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟ ବୁଧବାର ଏକ ମାମଲାର ଶୁଣାଣି କରି ସମାଜରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଗୁରୁତ୍ୱାରୋପ କରିଛନ୍ତି। ୨୦୧୪ ଜୁନ୍‌ ୨୭ରେ ଏକ ପେଣ୍ଟିଂ ନିଲାମକାରୀ ସଂସ୍ଥାକୁ ନେଇ ଜାତୀୟ ସ୍ତରୀୟ ଖବରକାଗଜ ଟାଇମ୍ସ ଇଣ୍ଡିଆର ସମ୍ପାଦକୀୟରେ ଅପମାନଜନକ ଲେଖା ପ୍ରକାଶିତ କରାଯାଇଥିବା ଅଭିଯୋଗକରି ଖବରକାଗଜର ସମ୍ପାଦକୀୟ ନିର୍ଦ୍ଦେଶକ ଜୟଦୀପ ବୋଷ ଏବଂ ଅନ୍ୟ ସାମ୍ବାଦିକଙ୍କ ବିରୋଧରେ ଆପରାଧିକ ମାନହାନି ମାମଲା ରୁଜୁ କରାଯାଇଥିଲା।

ବୁଧବାର ସୁପ୍ରିମକୋର୍ଟ ଉକ୍ତ ମାନହାନି ମାମଲାକୁ ଖାରଜ କରିଦେଇଛନ୍ତି। ଶୁଣାଣି ବେଳେ ଷ୍ଟିସ୍‌ ଜେ.ବି. ପାର୍ଡିଓ୍ବାଲା ଏବଂ ଜଷ୍ଟିସ୍‌ ଜେ.ବି. ଆର୍‌ ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି, ଜନତାଙ୍କର ମତକୁ ଆକାର ଦେବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି। ତେଣୁ ବେପରୁଆ ସାମ୍ବାଦିକତା ସମାଜ ପାଇଁ ଭୟାବହ ଏବଂ ଏହାର ଦୀର୍ଘକାଳୀନ ପାରିଣାମ ପଡ଼ିପାରେ। ଖବରଦାତାମାନଙ୍କୁ କୌଣସି ଖବର କିମ୍ବା ମନ୍ତବ୍ୟ ପ୍ରକାଶ କରିବା ପୂର୍ବରୁ ଏହାର ସତ୍ୟତା ଏବଂ ନିରପେକ୍ଷତାକୁ ସୁନିଶ୍ଚିତ କରିବା ଆବଶ୍ୟକ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ଗୋଟିଏ ଲେଖା କିମ୍ବା ରିପୋର୍ଟ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିପାରିବ, ସେମାନଙ୍କର ବିଶ୍ୱାସ ଏବଂ ନିଷ୍ପତ୍ତିକୁ ଆକାର ଦେଇପାରିବ। ଏହା ସମ୍ପୃକ୍ତ ବ୍ୟକ୍ତିଙ୍କ ପ୍ରତିଷ୍ଠାକୁ ଗୁରୁତର କ୍ଷତି ପହଞ୍ଚାଇବାର ସମ୍ଭାବନା ରଖେ, ଯାହାର ପରିଣାମ ସୁଦୂରପ୍ରସାରୀ ଏବଂ ସ୍ଥାୟୀ ହୋଇପାରେ। ତେଣୁ, ଜନହିତ ଏବଂ ସଦିଚ୍ଛା ପାଇଁ ସମ୍ବାଦ ଲେଖା ପ୍ରକାଶିତ ହେବା ଉଚିତ।

ସ୍ପାଇଡର ସତୀଶକୁ ଆଣି କ୍ରାଇମ ସ୍ପଟରେ ସିନ ରିକ୍ରିଏସନ କରିଛି ସ୍ପେଶାଲ ସ୍କ୍ବାଡ

ଭୁବନେଶ୍ବର : ସିନ ରିକ୍ରିଏସନ କରିଛି ସ୍ପାଇଡର ସତୀଶ । ନୟାପଲ୍ଲୀ N-1ରେ କଲା ସିନ ରିକ୍ରିଏସନ। ସ୍ପାଇଡର ସତୀଶକୁ ଆଣି କ୍ରାଇମ ସ୍ପଟରେ ସିନ ରିକ୍ରିଏସନ କରିଛି ସ୍ପେଶାଲ ସ୍କ୍ବାଡ। କେମିତି ଚଢୁଥିଲା କାନ୍ଥ, କେମିତି ଲୁଟୁଥିଲା ଟଙ୍କା, ତାର ଡେମୋ ଦେଖାଉଛି ସ୍ପାଇଡର ସତୀଶ । ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ ସହ ୨୦୨୩ ମସିହାରେ ଜଣେ ଠିକାଦାର ସଂସ୍ଥାର ମାଲିକଙ୍କ ଘରୁ ଲୁଟିଥିଲା ସତୀଶ। ପୋଲିସ ତାକୁ ଗିରଫ ପରେ ତା ଠାରୁ ହୀରା, ସୁନା ଗହଣା, ନଗଦ ଟଙ୍କା ଜବତ କରିଥିଲା । ଲୁଟ ଟଙ୍କାରେ ମଉଜ କରୁଥିଲା ଲୁଟେରା। ଲକ୍ଷ ଲକ୍ଷ ଟଙ୍କା ଦେଇ ତାଇୱାନରୁ କୁକୁର କିଣୁଥିଲା। କୁକୁର ଖେଳିବା ପାଇଁ ଇଣ୍ଡୋନେସିଆରୁ ବଲ ମଗାଉଥିଲା । କୁକୁରର ସ୍ପା ଓ ଷ୍ଟିମ ବାଥ ପାଇଁ ଖର୍ଚ୍ଚ କରୁଥିଲା ପୁଳା ପୁଳା ଟଙ୍କା । କେବଳ ସେତିକି ନୁହେଁ, ନିଜେ ମଧ୍ୟ ଫିଜିକାଲ ଫିଟ ରହିବା ପାଇଁ ପର୍ସନାଲ ଟ୍ରେନର ନିଯୁକ୍ତ କରିଥିଲା। ଡାଏଟ ପ୍ଲାନ ସହ ଟ୍ରେନରଙ୍କୁ ଦେଉଥିଲା ଦିନକୁ ୪ ହଜାର ଟଙ୍କା । ଲୁଟ ଟଙ୍କାରେ ବାଙ୍ଗାଲୋର, ବିଜୟନଗରମ, ହାଇଦ୍ରାବାଦରେ କିଣିଥିଲା ୪ ଟି ଫ୍ଲାଟ। ଲୁଟ ଟଙ୍କାରେ ୩ ଜଣ ଗାର୍ଲଫ୍ରେଣ୍ଡଙ୍କ ସହ ରୋମାନ୍ସ କରୁଥିଲା ଏହି ସୌଖିନ ଚୋର । ଗାର୍ଲଫ୍ରେଣ୍ଡ ମାନଙ୍କୁ ଡାଇମଣ୍ଡ ଗିଫ୍ଟ କରୁଥିଲା। କେରଳ ଓ ଦାର୍ଜିଲିଂ ବୁଲାଉଥିଲା । ତେବେ କେମିତି ଏକାକୀ ଏହି ଚୋର, ସୁରକ୍ଷା କର୍ମୀଙ୍କୁ ମାତ୍ ଦେଇ ହାଇ ସିକ୍ୟୁରିଟି ଜୋନରୁ ଚୋରି କରୁଥିଲା, ତାର ଦେଖାଇଛି ଡେମୋ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେଖା ଗୁପ୍ତା

ନୂଆଦିଲ୍ଲୀ :  ଦିଲ୍ଲୀକୁ ମିଳିଲା ୪ର୍ଥ ମହିଳା ମୁଖ୍ୟମନ୍ତ୍ରୀ  । ଶାଲିମାର ବାଗର ବିଧାୟିକା ରେଖା ଗୁପ୍ତା ରାମଲୀଳା ମୈଦାନରେ ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଛନ୍ତି । ତାଙ୍କ ୬ ଜଣ କ୍ୟାବିନେଟ୍ ମନ୍ତ୍ରୀ ହେବାକୁ ଯାଉଛନ୍ତି ।  ସେମାନେ ହେଲେ ପ୍ରବେଶ ବର୍ମା, ଆଶିଷ ସୁଦ, ମଞ୍ଜିନ୍ଦର ସିଂହ ସିରସା, କପିଲ ମିଶ୍ରା, ରବିନ୍ଦ୍ର ଇନ୍ଦ୍ରରାଜ ସିଂହ ଓ ପଙ୍କଜ କୁମାର ।

ଉତ୍ସବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା। ଗୃହମନ୍ତ୍ରୀ ଅମିତ ଶାହ, ଜେପି ନଡ୍ଡା, ଚନ୍ଦ୍ରବାବୁ ନାଇଡୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଆନ୍ଧ୍ର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଇ, ହରିୟାଣା ମୁଖ୍ୟମନ୍ତ୍ରୀ ନାଇବ ସିଂହ ସୈନି, ୟୁପିର ଉଭୟ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବ୍ରଜେଶ ପାଠକ, ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଉତ୍ସବରେ ଯୋଗଦେବାକୁ ପହଞ୍ଚିଥିଲେ। ମଜାଦାର କଥା ହେଉଛି ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ।

ପ୍ରାୟ ଦଶ ବର୍ଷ ଧରି ଏବିଭିପିର ସଦସ୍ୟ ରହିବା ପରେ, ସେ ୨୦୦୨ ମସିହାରେ ବିଜେପିରେ ଯୋଗ ଦେଇଥିଲେ। ସେ ଦିଲ୍ଲୀ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦକ ଏବଂ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମଧ୍ୟ ଥିଲେ। ରେଖା ଗୁପ୍ତା ଜଣେ ଅଭିଜ୍ଞ କାଉନସିଲର ଥିଲେ। ସେ ଶାଲିମାର ବାଗରୁ ଆମ ଆଦମୀ ପାର୍ଟି ପ୍ରାର୍ଥୀଙ୍କୁ ୨୯ ହଜାର ୫୯୫ ଭୋଟରେ ପରାସ୍ତ କରିଥିଲେ।

 

ଭାରତର ଏହି ଛୋଟ ଗାଁ କୁ ‘ୟୁଟ୍ୟୁବ ରାଜଧାନୀ’ ବୋଲି କୁହାଯାଏ

ନନ୍ଦିଘୋଷ ବ୍ୟୁରୋ : ଭାରତରେ ଏମିତି ଏକ ଗାଁ ଅଛି ଯାହା ଦେଶର ୟୁଟ୍ୟୁବ ରାଜଧାନୀ ନାମରେ ପରିଚିତ । ଏହି ଗାଁରେ ୪ ହଜାର ଲୋକ ବାସ କରନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧୦୦୦ ଲୋକ ୟୁଟ୍ୟୁବର ଅଛନ୍ତି । ସେଥିରେ ପୁରୁଷ ଏବଂ ମହିଳାଙ୍କ ଠାରୁ ଆରମ୍ଭ କରି ଛୋଟ ପିଲା ମଧ୍ୟ ସାମିଲ ଅଛନ୍ତି । ସେମାନେ ପ୍ରତିଦିନ ୟୁଟ୍ୟୁବରେ ନିଜ କଣ୍ଟଣ୍ଟେ ଅପଲୋଡ୍ କରନ୍ତି । ଏବଂ ୟୁଟ୍ୟୁବରୁ ଭଲ ରୋଜଗାର କରିବା ସହ ଗାଁର ଅର୍ଥନୀତିକୁ ମଧ୍ୟ ବଦଳାଇ ପାରିଛନ୍ତି । ୟୁଟ୍ୟୁବ୍ ସେମାନଙ୍କୁ ଏବଂ ସେମାନଙ୍କ ଗାଁକୁ ଗୋଚେ ସୁନ୍ଦର ପରିଚୟ ଦେଇପାରିଛି । ଏହା ଛତିଶଗଡ଼ର ରାୟପୁର ଅବସ୍ଥିତ ।

ତୁଳସୀ ଗ୍ରାମରେ ୧୦୦୦ ୟୁଟ୍ୟୁବର । ଏହି ଗାଁକୁ କୁହାଯାଏ ୟୁଟ୍ୟବ୍ ରାଜଧାନୀ। ବିବିସି ୱାର୍ଲ୍ଡ ଏହି ଗାଁ ଉପରେ ଏକ ଆକର୍ଷଣୀୟ ରିପୋର୍ଟ ପ୍ରକାଶ କରିଛି। ୟୁଟ୍ୟୁବ ଜରିଆରେ ଗାଁରେ ଅନେକ ପରିବର୍ତ୍ତନ ହୋଇପାରିଛି । କିଛି ଲୋକ ନିଜର ପ୍ରଡକ୍ସନ ସେଟ୍ ତିଆରି କରିଛନ୍ତି। କେତେକ ଲୋକ ସେମାନଙ୍କର ମୋବାଇଲ୍ ଏବଂ ଟ୍ରାଇପଡ୍ ବ୍ୟବହାର କରି ଭିଡିଓ କରିଥାନ୍ତି। ୟୁଟ୍ୟୁବ୍‌ରେ ବିଭିନ୍ନ କାର୍ଯ୍ୟକ୍ରମରେ ଗାଁର ଅନେକ ସ୍ଥାନ ବ୍ୟବହୃତ ହୁଏ। ଏହି ଗାଁକୁ ଭାରତର “YouTube ଗ୍ରାମ” ଭାବରେ ମାନ୍ୟତା ମିଳିବା ଆରମ୍ଭ ହୋଇଛି।

BBC ରିପୋର୍ଟରେ କୁହାଯାଇଛି ଯେ YouTube ରୁ ରୋଜଗାର ହୋଇଥିବା ଟଙ୍କା ସ୍ଥାନୀୟ ଅର୍ଥନୀତିକୁ ବଦଳାଇ ଦେଇଛି। ଆର୍ଥିକ ଲାଭ ବ୍ୟତୀତ, ସାମାଜିକ ପରିବର୍ତ୍ତନର ଏକ ଉଦାହରଣ ପାଲଟିଛି। ଗାଁର ଅନେକ ଲୋକଙ୍କର ସଫଳ YouTube ଚ୍ୟାନେଲ ଅଛି। ୟୁଟ୍ୟୁବ୍ ସେମାନଙ୍କୁ ଆୟର ଏକ ନୂତନ ଉତ୍ସ ଦେଇଛି। ଏନେଇ ରାଜ୍ୟ ସରକାର ଗାଁରେ ଅତ୍ୟାଧୁନିକ ଷ୍ଟୁଡିଓ ସ୍ଥାପନା କରିଛନ୍ତି ।

୧୯ ବର୍ଷ ବୟସରେ ଚନ୍ଦା, ଡିପ୍ରେସନକୁ ଚାଲିଯାଇଥିଲେ ଏହି ଷ୍ଟାର

ମୁମ୍ବାଇ : ବଲିଉଡ ଅଭିନେତା ଅକ୍ଷୟ ଖାନ୍ନା ଜଣେ ଜଣାଶୁଣା ଅଭିନେତା । ସେ ଅନେକ ଫିଲ୍ମ ଦର୍ଶକଙ୍କୁ ଭାଟି ଦେଇଛନ୍ତି । ସେ ୧୯ ବର୍ଷ ବୟସରେ ଚନ୍ଦା ହୋଇ ଡିପ୍ରେସନକୁ ଚାଲିଯାଇଥିଲେ । ଅକ୍ଷୟ ଖାନ୍ନା ନିକଟରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ଛାଭା ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରରେ ସେ ନିଷ୍ଠୁର ଶାସକ ଔରଙ୍ଗଜେବଙ୍କ ଭୂମିକାରେ ଅଭିନୟ କରିଛନ୍ତି, ଯେଉଁଥିପାଇଁ ତାଙ୍କୁ ବହୁତ ପ୍ରଶଂସା ମିଳୁଛି। ଅକ୍ଷୟଙ୍କ ଅନସ୍କ୍ରିନ ଲୁକ୍ ଏକ ହଟ ପ୍ରସଙ୍ଗ ପାଲଟିଥିବାବେଳେ ତାଙ୍କର ପ୍ରକୃତ ଜୀବନ ଲୁକ୍ ତାଙ୍କୁ ଅସୁବିଧାରେ ପକାଇଛି  । ସେ ନିଜ ଚନ୍ଦାପଣକୁ ନେଇ ଚାପରେ ରହିଛନ୍ତି ।  ଅବଶ୍ୟ, ଏହା ସତ୍ତ୍ବେ ଅକ୍ଷୟ ନିଜ ଚୁଟିକୁ ଲୁଚାଇବା ପାଇଁ ୱିଗ୍ କିମ୍ବା କେଶ ପ୍ରତିରୋପଣ କରିନାହାନ୍ତି । ସେ ସେମିତି ଚନ୍ଦାମୁଣ୍ଡରେ ହିଁ ଜୀବନଯାପନ କରିଥିଲେ ।  ସେ କହିଛନ୍ତି, ମୋ ସହ ଏତେ କମ ବୟସରେ ଏମିତି ଘଟିଲା । ସତେ ଯେପରି ଜଣେ ପଆନୋ ବଜାଳି ତାର ଆଙ୍ଗୁଠି ହରାଇଲା । ମୁଁ ସେତେବେଳେ ଏପରି ଅନୁଭବ କରୁଥିଲି । ଯେଉଁ ପର୍ଯ୍ୟନ୍ତ ଆପଣ ଏହାକୁ ଗ୍ରହଣ ନ କରନ୍ତି । ଏହା ଆପଣଙ୍କୁ ଅସୁବିଧାରେ ପକାଇବ । ଦିନେ ତୁମେ ହଠାତ୍ ଉଠି ଖବରକାଗଜ ଉଠାଇ ଅନୁଭବ କର ଯେ ମୁଁ ପଢିବାକୁ ସକ୍ଷମ ନୁହଁ  । ଚଷମା ଦରକାର  । ଅକ୍ଷୟ କହିଲେ ତୁମ ସହିତ କ’ଣ ଘଟୁଛି ବୋଲି ଭାବୁଛ? ଏହା ହୃଦୟ ଭାଙ୍ଗୁଛି । ଏଥିରେ ତୁମେ ତୁମର କ୍ୟାରିୟରର ଏକ ବର୍ଷ କିମ୍ବା ଦୁଇ ବର୍ଷ ହରାଇ ପାରିବ  । କାରଣ ଜଣେ ଅଭିନେତା ହେବା ଠାରୁ ତୁମେ କିପରି ଦେଖାଯିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  । ମୁଁ ମୋ ଶରୀରକୁ ଆଚ୍ଛାଦନ କରିପାରିବି, କିନ୍ତୁ ମୋ କେଶ ବିଷୟରେ କିପରି କରିବି ? ଅକ୍ଷୟ ଆହୁରି କହିଛନ୍ତି,୧୯-୨୦ ବର୍ଷ ବୟସରେ ଏହା ନିରାଶାଜନକ  । ଏହା ଆପଣଙ୍କୁ ମାନସିକ ସ୍ତରରେ କ୍ଷତି ପହଞ୍ଚାଇପାରେ ଏବଂ ଆପଣଙ୍କୁ ମାରିପାରେ ।

କିଶୋର ଓ କିଶୋରୀଙ୍କ ପ୍ରେମରେ ପ୍ରତିବନ୍ଧକ ପଡିବା ଉଚିତ୍ ନୁହେଁ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ କିଶୋର ଓ କିଶୋରୀଙ୍କ ପ୍ରେମ ସମ୍ପର୍କକୁ ସାହାର୍ଯ୍ୟ କରିବେ ହାଇକୋର୍ଟ । ପ୍ରେମ ସମ୍ପର୍କରେ ଆଉ ଆସିବନି ବାଧାବିଘ୍ନ । ଯୁବକ ଓ ଯୁବତୀଙ୍କ ପ୍ରେମ ସପକ୍ଷରେ ରାୟ ଶୁଣାଇଲେ ଦିଲ୍ଲୀ ହାଇକୋର୍ଟ । କିଶୋର ଓ କିଶୋରୀଙ୍କ ପ୍ରେମରେ ପ୍ରତିବନ୍ଧକ ପଡିବା ଉଚିତ୍ ନୁହେଁ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ । କିଶୋର ଓ କିଶୋରୀଙ୍କ ସହମତିରେ ପ୍ରେମ ସମ୍ପର୍କକୁ ଅପରାଧୀକ କରାଯାଇପାରିବ ନାହିଁ । ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଜଷ୍ଟିସ୍ ଜସମିତ ସିଂହଙ୍କ ଖଣ୍ଡପୀଠରେ ଏହି ଶୁଣାଣି କରାଯାଇଛି ।

ସୂଚନା ଅନୁଯାୟୀ, ନିକଟରେ, ଏକ ମାମଲାର ଶୁଣାଣି ସମୟରେ, ଦିଲ୍ଲୀ ହାଇକୋର୍ଟ କିଶୋର ଓ କିଶୋରୀଙ୍କ ପ୍ରେମ ସମ୍ପର୍କରେ ସ୍ୱାଧୀନତା ରହିବା ଉଚିତ ବୋଲି କହିଥିଲେ। ଏହି ବିଷୟରେ ଆଲୋଚନା କରି ଜଷ୍ଟିସ୍ ଜସମିତ ସିଂହଙ୍କ ଖଣ୍ଡପୀଠ କହିଛନ୍ତି ଯେ, କିଶୋର ଅବସ୍ଥାରେ ପୁଅ ଏବଂ ଝିଅଙ୍କ ମଧ୍ୟରେ ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନକୁ ମଧ୍ୟ ଏକ ଅପରାଧ ବୋଲି କୁହାଯାଏ ଏହାସହ POCSO ଆଇନ ଅନୁଯାୟୀ ଏହାକୁ ଅପରାଧ ବୋଲି ବିବେଚନା କରାଯାଏ। ଏହି ପ୍ରସଙ୍ଗରେ ବିଚାରପତି ମତ ଦେଇଥିଲେ ଯେ, ଯୁବାବସ୍ଥାରେ ପୁଅ ଏବଂ ଝିଅଙ୍କ ମଧ୍ୟରେ ପ୍ରେମକୁ ଗ୍ରହଣ କରିବା ପାଇଁ ଆଇନ ବିକଶିତ ହେବା ଉଚିତ ।

ବିଚାରପତି କହିଥିଲେ, ମୁଁ ବିଶ୍ୱାସ କରେ ଯେ ସମାଜ ଏବଂ ଆଇନ ଉଭୟ ଯୁବକ ଯୁବତୀଙ୍କ ପ୍ରେମ ସମ୍ପର୍କରେ ରହିବାର ଅଧିକାର ଉପରେ ଗୁରୁତ୍ୱ ଦେବା ଉଚିତ। ସେ ଆହୁରି କହିଥିଲେ ଯେ ଏହି ସମ୍ପର୍କଗୁଡ଼ିକ ଏପରି ହେବା ଉଚିତ ଯେ ସମ୍ପର୍କରେ କୌଣସି ପ୍ରକାରର ଶୋଷଣ କିମ୍ୱା ଦୁର୍ବ୍ୟବହାର ନହୁଏ ।

ଯୁବକମାନଙ୍କ ପ୍ରେମକୁ ସମର୍ଥନ କରି ବିଚାରପତି କହିଥିଲେ, ପ୍ରେମ ଏକ ଅଭିଜ୍ଞତା ଯାହା ପ୍ରତ୍ୟେକଙ୍କ ପାଖରେ ରହିବା ଉଚିତ, ଏହା ଏକ ମୌଳିକ ଅଭିଜ୍ଞତା। କିଶୋରମାନଙ୍କର ଭାବପ୍ରବଣ ସମ୍ପର୍କ ଗଠନ କରିବାର ଅଧିକାର ଅଛି। ଏହି ସମ୍ପର୍କଗୁଡ଼ିକୁ ସ୍ୱୀକାର ଏବଂ ସମ୍ମାନ କରିବା ପାଇଁ ଆଇନକୁ ବିକଶିତ ହେବାକୁ ପଡିବ। ଏହି ସମ୍ପର୍କଗୁଡ଼ିକୁ ଗ୍ରହଣ କରିବାର ସର୍ତ୍ତ ହେଉଛି ଯେ ସେଗୁଡ଼ିକ ସହମତିରେ ଗଠିତ ହେବା ଉଚିତ ଏବଂ ଏଥିରେ କୌଣସି ପ୍ରକାରର ଜବରଦସ୍ତି ହେବା ଉଚିତ୍ ନୁହେଁ। କିଶୋର ସମ୍ପର୍କ ସହ ଜଡିତ ମାମଲାରେ, ଦଣ୍ଡ ଅପେକ୍ଷା ବୁଝାମଣାକୁ ଗୁରୁତ୍ୱ ଦିଆଯିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି।