spot_img
Home Blog Page 1146

ଖାଲି ପଦବୀ ସମ୍ପର୍କରେ ସୂଚନା ଦେବାକୁ ବାଧ୍ୟ ଘରୋଇ କମ୍ପାନୀ, ନଦେଲେ ଏତିକି ଦେବାକୁ ହେବ ଜରିମାନା

ନନ୍ଦିଘୋଷ ବ୍ୟୁରୋ: ନିଯୁକ୍ତି କ୍ଷେତ୍ରରେ ବଡ଼ ପଦକ୍ଷେପ ନେଉଛନ୍ତି ସରକାର । ଖାଲି ଥିବା ପଦବୀ ସମ୍ପର୍କରେ ଘରୋଇ କମ୍ପାନୀମାନେ ସୂଚନା ଦେବାକୁ ବାଧ୍ୟତାମୂଳକ । ନିଯୁକ୍ତି ଟେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି । ଆକ୍ଟ ୧୯୫୯ରେ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି । ମହାରାଷ୍ଟ୍ର ସରକାର ନିଯୁକ୍ତି କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ନୂଆ ଯୋଜନା କରିଥିବା ଜଣାପଡ଼ିଛି । ତେବେ ଖାଲି ପଦବୀ ସମ୍ପର୍କରେ ସୂଚନା ଦେବାକୁ ବାଧ୍ୟ ଘରୋଇ କମ୍ପାନୀ । ଯଦି କୌଣସି କମ୍ପାନୀ ସୂଚନା ନଦିଅନ୍ତି ତାହେଲେ ମୋଟା ଅଙ୍କର ଜରିମାନା ଦେବେ । ପୂର୍ବରୁ ଜରିମାନା ୧୦୦ ଟଙ୍କା ରହିଥିଲା । ମାତ୍ର ଏବେ ନିୟମ ନମାନିଲେ ୫୦ ହଜାର ଟଙ୍କା ଦେବାକୁ ନିୟମ କରାଯାଇଛି ।

ମହାରାଷ୍ଟ୍ରର ଦକ୍ଷତା ବିକାଶ ମନ୍ତ୍ରୀ ମଙ୍ଗଲ ପ୍ରଭାତ କହିଛନ୍ତି କି, ଆମର ରୋଜଗାର କାର୍ଯ୍ୟାଳୟ ରହିଛି କିନ୍ତୁ ଏମାନେ ନିଷ୍କ୍ରିୟ ହୋଇ ଯାଇଛନ୍ତି । ଆଇନରେ ପରିବର୍ତ୍ତନ ସହ ଏମାନଙ୍କ ସକ୍ରିୟ କରିବା ପାଇଁ ଏଭଳି ଯୋଜନା କରୁଛୁ । ଏଣୁ ଘରୋଇ କମ୍ପାନୀରେ ରହିଥିବା ଖାଲି ପଦବୀ ସମ୍ପର୍କରେ ସେମାନେ ସରକାରଙ୍କୁ ଜଣାଇବେ । ଯାହାଦ୍ବାରା ବେକାରୀ ସମସ୍ୟା ଦୂର ହେବ । ଏହାସହ ଯୁବପିଢ଼ୀମାନେ ସହଜରେ ଚାକିରୀ ପାଇ ପାରିବେ ବୋଲି କୁହାଯାଉଛି । ଗୋଟିଏ ପଟେ ଶିଳ୍ପ ପ୍ରତିଭା ଖୋଜୁଛି ଏବଂ ଅନ୍ୟ ପଟେ ବେକାରୀ ବୃଦ୍ଧି ପାଉଛି। ଏହା ଏକ ଭଲ ପଦକ୍ଷେପ | ପ୍ଲେସମେଣ୍ଟ ଏଜେନ୍ସିଗୁଡ଼ିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ଏକ ଘରୋଇ ପ୍ଲେସମେଣ୍ଟ ଆକ୍ଟ ମଧ୍ୟ ପ୍ରସ୍ତୁତ କରୁଛି। ମିଜୋରାମ, ଛତିଶଗଡ ଏବଂ ଆସାମ ଭଳି ରାଜ୍ୟ ଏହି ବିଲ୍ ପାଇଁ ଇନପୁଟ୍ ଦେଇସାରିଛନ୍ତି। ମହାରାଷ୍ଟ୍ର ମଧ୍ୟ ଏଥିପାଇଁ ଏକ ଦାଖଲ କରିବାକୁ ଯୋଜନା କରୁଛି।

 

କାମ ଦେବ କି ଦାଦାଙ୍କ ଭବିଷ୍ୟବାଣୀ , ସତ ହେଲେ ଭାରତ..

ନନ୍ଦିଘୋଷ ବ୍ୟୁରୋ: ଚାମ୍ପିୟନ୍ସ ଟ୍ରଫିକୁ ଆଉ ମାତ୍ର ଅଳ୍ପ କିଛି ଦିନ ବାକି ରହିଛି । ଆଇସିସିର ଏହି ଟୁର୍ଣ୍ଣାମେଣ୍ଟ ଜିତିବା ଲାଗି ସମସ୍ତ ଦେଶ ନିଜର ରଣକୌଶଳ ପ୍ରସ୍ତୁତ କରିଛନ୍ତି । ତେବେ ଭାରତୀୟ ଦଳ ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟରେ ଯେଭଳି ନୈରାଶ୍ୟ ଜନକ ପ୍ରଦର୍ଶନ କରିଥିଲା ତାହା ବେଶ ଚିନ୍ତାର ବିଷୟ ପାଲଟିଥିଲା । ଏଣୁ ଚାମ୍ପିୟନ୍ସ ଟ୍ରଫିର ଦଳର ପ୍ରଦର୍ଶନକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବିଭିନ୍ନ ଚର୍ଚ୍ଚା ହେଉଛି । କିନ୍ତୁ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି କହିଛନ୍ତି କି, ରୋହିତ ଶର୍ମା ଚାମ୍ପିୟନ୍ସ ଟ୍ରଫିରେ ଭଲ ପ୍ରଦର୍ଶନ କରିବେ । ଯଦି ଏହା ହୁଏ ତାହେଲେ ଭାରତ ପାଇଁ ବେଶ ଲାଭ ଦାୟକ ହେବ ।

ଦାଦା କହିଛନ୍ତି କି, ଧଳା ବଲରେ ଅର୍ଥାତ ଦିନିକିଆରେ ହିଟମ୍ୟାନଙ୍କ ରେକର୍ଡ ଭଲ ରହିଛି । ଏପରିକି ଦିନିକିଆରେ ସର୍ବାଧିକ ବଡ଼ ସ୍କୋର (୨୭୪)ର ରେକର୍ଡ ରହିଛି । ଯଦି ରୋହିତଙ୍କ ହାରାହାରି ସ୍କୋର ଉପରେ ନଜର ପକାଇବା ତାହେଲେ ସେ ୪୯.୧୬ ହାରରେ ଖେଳିଛନ୍ତି । ଯେଉଁଥିରୁ ତାଙ୍କର ରେକର୍ଡ ବେଶ ଭଲଭାବେ ସ୍ପଷ୍ଠ । ତେବେ ଚାମ୍ପିୟନ୍ସ ଟ୍ରଫିରେ ରୋହିତଙ୍କ ରେକର୍ଡ ମଧ୍ୟ ଭଲ ରହିଛି । ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରୁଥିବାବେଳେ ଡାଇବ୍ରିଡ ମଡେଲରେ ଖେଳାଯାଉଛି । ଭାରତ ତାର ସମସ୍ତ ମ୍ୟାଚରେ ୟୁଏଇରେ ଖେଳିବ ।

ଶ୍ବଶୁରଙ୍କୁ ଛୁରାମାଡ଼, ବୋହୂ ହେଉଛନ୍ତି ଟ୍ରୋଲ!

ନନ୍ଦିଘୋଷ ବ୍ୟୁରୋ : ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ହୋଇଥିବାବେଳେଏବେ ସେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମଙ୍ଗଳବାର ଘଟଣାର ରିକ୍ରିଏସନ ହୋଇଛି । ଏବେ ସୈଫ ମେଡିକାଲରେ ରହିଥିବାବେଳେ ଖୁବଶୀଘ୍ର ଡିସଚାର୍ଜ ହେବେ ବୋଲି କୁହାଯାଇଛି । ସୈଫଙ୍କ ସହ ପୁଅ ଇବ୍ରାହିମ ରହିଛନ୍ତି । ବାପାଙ୍କ ପାଖରେ ରହିଥିବାରୁ ନିଜର ଫିଲ୍ମ ସୁଟିଂକୁ ମଧ୍ୟ ବନ୍ଦ ରଖିଛନ୍ତି ଇବ୍ରାହିମ୍ । ତେବେ ଇବ୍ରାହିମଙ୍କ ସହ ଯୋଡ଼ି ହୋଇଥିବା ପଲକ ତିଓ୍ବାରୀଙ୍କୁ ଏବେ ଟ୍ରୋଲ କରାଯାଉଛି । ଇନଷ୍ଟାଗ୍ରାମରେ ବେଶ ସକ୍ରିୟ ରହୁଥିବା ପଲକ କିଛି ପୋଷ୍ଟ କରିନଥିବାବେଳେ ଏହାକୁ ନେଇ ୟୁଜର୍ସମାନେ ଟ୍ରୋଲ କରୁଛନ୍ତି । ତେବେ କହି ରଖୁଛୁ କି, ଶ୍ବେତା ତିଓ୍ବାରୀଙ୍କ ଝିଅ ହେଉଛନ୍ତି ପଲକ । ସେ କିସି କି ଭାଇ କିସି କି ଜାନ ଜରିଆରେ ବଲିଉଡରେ ଡେବ୍ୟୁ କରିସାରିଛନ୍ତି । ସେ ଇବ୍ରାହିମଙ୍କୁ ଡେଟ୍ କରୁଥିବା ବିଭିନ୍ନ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ।

ରାଜ୍ୟରେ କମିବ ଶୀତର ପ୍ରକୋପ

ନନ୍ଦିଘୋଷ ବ୍ୟୁରୋ: କମିବ ଶୀତ। ବଢିବ ତାପମାତ୍ରା । ଉଭୟ ଦିନ ଏବଂ ରାତିର ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ଗୁରୁବାର ଠାରୁ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବଢିବ। ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ ବୋଲି ଆକଳନ କରାଯାଇଛି। ଗତ ଦୁଇ ଦିନ ହେବ ରାଜ୍ୟରେ ଦିନର ତାପମାତ୍ରା ବୃଦ୍ଧି ହୋଇଥିବା ବେଳେ ଆସନ୍ତା ଦୁଇ ଦିନ ମଧ୍ୟରେ ରାତି ତାପମାତ୍ରା ବଢିବ। ଗତ ୨୪ ଘଣ୍ଟାରେ ନୂଆପଡା ଜିଲ୍ଲାରେ ସର୍ବାଧିକ ତାପମାତ୍ରା ୩୨.୪ ଡିଗ୍ରୀ ରେକର୍ଡ କରାଯାଇଛି । ତାପମାତ୍ରା ବୃଦ୍ଧି ସହ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ବିଶେଷ କରି ଉପକୂଳ ଓଡ଼ିଶାର ସବୁ ଜିଲ୍ଲାରେ ଦୃଶ୍ୟମାନ କ୍ଷମତା କମ୍ ରହିବ ।

୨୨ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି ନେଇ କେନ୍ଦ୍ରାପଡା, ଜଗତସିଂହପୁର, କଟକ ଏବଂ କନ୍ଧମାଳକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିଭଳି ୨୩ ତାରିଖରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ଘନ କୁହୁଡି ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଖସି ଆସିବ ଦୃଶ୍ୟମାନ କ୍ଷମତା। କିଛି ସ୍ଥାନରେ ଜିରୋ ଭିଜିବିଲିଟି ଅନୁଭୁତ ହେବା ନେଇ ସତର୍କତା ଜାରି କରାଯାଇଛି। ଏହାସହ କନ୍ଧମାଳ, କଳାହାଣ୍ଡି, କୋରାପୁଟ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ ଏବଂ ଢେଙ୍କାନାଳରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୁତ ହେବ। ଘନ କୁହୁଡି ସମ୍ଭାବନା ଥିବାରୁ ଘାଟି ରାସ୍ତା ଏବଂ ଦୁର୍ଘଟଣା ପ୍ରବଳ ଅଞ୍ଚଳରେ ଗାଡି ଚାଳନା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ତେବେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ହାଲୁକା ଶୀତ ଅନୁଭୁତ ହେବ। ବିଶେଷ କରି କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ, ଝାରସୁଗୁଡା, ସୋନପୁର, କୋରାପୁଟ, ନବରଙ୍ଗପୁରରେ ହାଲୁକା ଶୀତ ଅନୁଭୁତ ହେବ।

ଅର୍ପଣ କରିବେ ୫୧ ଲିଟର କ୍ଷୀର, କୁମ୍ଭମେଳାକୁ ଯିବେ ସୀମାଙ୍କ ଭାଇ

ନନ୍ଦିଘୋଷ ବ୍ୟୁରୋ: ପ୍ରୟାଗରାଜରେ ମହାଆଡ଼ମ୍ବରେ ଚାଲିଛି କୁମ୍ଭମେଳା । କୋଟି କୋଟି ଭକ୍ତଙ୍କ ସମାଗମ ହେଉଛି । ଏଠାରେ ଚାଲିଥିବା କୁମ୍ଭମେଳାକୁ ଯିବେ ପାକିସ୍ତାନରୁ ଆସି ଭାରତର ବୋହୂ ହୋଇଥିବା ମହିଳା ସୀମା ହାଇଦରଙ୍କ ଭାଇ । ଯିଏ କି ୫୧ ଲିଟରର କ୍ଷୀର ଚଢ଼ାଇବେ । ତେବେ କହି ରଖୁଛୁ କି, ଏନେଇ ମାନସିକ କରିଥିଲେ ସୀମା । କିନ୍ତୁ ଏବେ ସେ ଗର୍ଭବତୀ ଥିବା କାରଣରୁ ପ୍ରୟାଗରାଜ ଯାଇ ପାରୁନାହାନ୍ତି । ଏପରିକି ସଚିନ ତାଙ୍କ ଯତ୍ନ ନେଉଥିବାରୁ ଉଭୟ ଗ୍ରେଟର ନୋଏଡ଼ାରେ ରହିଛନ୍ତି । କିନ୍ତୁ ସେମାନଙ୍କ ପାଇଁ ଏହି କ୍ଷୀର ନେଇ ଯିବେ ସୀମାଙ୍କ ଭାଇ । ତେବେ ସୀମା ଭାଇଭାବେ ମାନିଥିବା ଆଇନଜୀବୀ ଏପି ସିଂ ଯିବେ । ମଙ୍ଗଳବାର ଏହୀ କ୍ଷୀର ଅର୍ପଣ କରାଯିବ ବୋଲି କୁହାଯାଇଛି ।

ତେବେ କହି ରଖୁଛୁ କି, ୨୦୨୩ ମହିହାରେ ନେପାଳ ଦେଇ ପାକିସ୍ତାନରୁ ଭାରତକୁ ଆସିଥିଲେ ସୀମା ହାଇଦର । ପବଜୀ ଖେଳରୁ ସେମାନଙ୍କ ପ୍ରେମ ହୋଇଥିବାବେଳେ ସୀମା ଡେଇଁ ଭାରତକୁ ପଳାଇ ଆସିଛନ୍ତି ସୀମା । ସୀମା ଡେଇଁ ଆସିଥିବା ସୀମା ଏବେ ନିଜର ଧର୍ମ ପରିବର୍ତ୍ତନ କରିଥିବାବେଳେ ସ୍ବାମୀଙ୍କ ସହ ବେଶ ଖୁସିରେ ରହିଛନ୍ତି ।

 

ଏ ସରକାରର ମାନିବକତା ନାହିଁ : ଉମା ସାମନ୍ତରାୟ

ନନ୍ଦିଘୋଷ ବ୍ୟୁରୋ: କଣାସରେ ଝାଡ଼ାବାନ୍ତିରେ ୪ ଜଣଙ୍କ ଜୀବନ ଯାଇଥିବା ଘଟଣାରେ ପ୍ରେସମିଟ କରି ବର୍ଷିଛି ବିଜେଡି । ସରକାରଙ୍କ ନିଷ୍କ୍ରିୟତାକୁ ନେଇ ବିଜେଡି ପ୍ରେସମିଟରେ ଉମା ସାମନ୍ତରାୟ ଟାର୍ଗେଟ କରିଛନ୍ତି । ଚାରି ଜଣଙ୍କ ମୃତ୍ୟୁ ଘଟିବା ପରେ ବି ପ୍ରଶାସନ ନୀରବ । ଗାଁରେ ରୋଗୀଙ୍କ ଲାଗି ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ । ସ୍ବାସ୍ଥ୍ଯମନ୍ତ୍ରୀଙ୍କ ମାନବିକତା ଉଦୟ ହେଉନାହିଁ । ୧୦ ଦିନ ପରେ ବି ପ୍ରଶାସନ ପାଲଟିଛି ସ୍ଥାଣୁ ହରଚଣ୍ଡୀ ପିଏଚସିରେ ଚାବି ପଡି ରହିଛି । ସରକାର ଆସିବା ଦିନୁ ଅନେକ ମେଡିକାଲରେ ଷ୍ଟାଫ ନାହାନ୍ତି କହି ସମାଲୋଚନା କରିଛନ୍ତି ଉମା ସାମନ୍ତରାୟ ।

 

ସୈଫଙ୍କୁ ଛୁରାମାଡ଼ ଘଟଣା : ଅଭିଯୁକ୍ତ ମହମ୍ମଦ ଶରିଫୁଲ ଇସଲାମ ଶେହେଜାଦକୁ ନେଇ ମୁମ୍ବାଇ ପୋଲିସର ସିନ ରିକ୍ରିଏସନ

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣା। ଅଭିଯୁକ୍ତ ମହମ୍ମଦ ଶରିଫୁଲ ଇସଲାମ ଶେହେଜାଦକୁ ନେଇ ମୁମ୍ବାଇ ପୋଲିସର ସିନ ରିକ୍ରିଏସନ। ମହମ୍ମଦ ଶରିଫୁଲ ଇସଲାମ ଓରଫ ବିଜୟ ଦାସକୁ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରକୁ ନେଇ ସିନ ରିକ୍ରିଏଟ କରିଥିଲା ପୋଲିସ। କେମତି ଘଟାଇଥିଲା ଏ କାଣ୍ଡ ସବୁ ପୋଲିସକୁ ଖୋଲି କହିଛି ଅଭିଯୁକ୍ତ। ମାମଲାରେ ୫ଦିନିଆ ରିମାଣ୍ଡରେ ନେଇ ଛାନବିନ କରୁଛି ମୁମ୍ବାଇ ପୋଲିସ। ମହାରାଷ୍ଟ୍ର ଠାଣେରୁ ତାକୁ ଗିରଫ କରିଥିଲା। ସେ ଜଣେ ବାଂଲାଦେଶୀ ନାଗରିକ ଥିବା ସୂଚନା ମିଳିଛି। ଯାଞ୍ଚ ବେଳେ କୌଣସି ବୈଧ ଭାରତୀୟ କାଗଜପତ୍ର ମିଳିନଥିଲା। ଚୋରି କରିବାକୁ ଆସି ସୈଫଙ୍କ ଘରେ ପଶିଥିଲା ଅଭିଯୁକ୍ତ। ୫ରୁ ୬ ମାସ ହେଲା ମୁମ୍ବାଇରେ ନାଁ ବଦଳାଇ ରହୁଥିଲା ବିଜୟ। ଏକ ହାଉସକିପିଂ ଏଜେନ୍ସିରେ କାମ କରୁଥିଲା ବୋଲି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ମୁମ୍ବାଇ ଜୋନ-୯ ଡିସିପି। ସୈଫଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୁକ୍ତ ପୋଲିସ ଆଗରେ ସ୍ବୀକାର କରିଛି। ଘଟଣାର ୭୨ ଘଣ୍ଟା ପରେ ୩୫ ଜଣିଆ ଟିମ୍ ବିଜୟକୁ ଗିରଫ କରିବାରେ ସଫଳ ହୋଇଛି। ଗତ ୧୬ ତାରିଖରେ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ତାଙ୍କ ଫ୍ଲାଟରେ ହମଲା ହୋଇଥିଲା। ସୈଫ ଅଲ୍ଲୀ ଖାନଙ୍କୁ ଗୁରୁତର ଅବସ୍ଥାରେ ଏକ ଅଟୋ ରିକ୍ସାରେ ଲୀଲାବତୀ ହସ୍ପିଟାଲକୁ ନିଆଯାଇଥିଲା। ତାଙ୍କର ଅପରେସନ ପରେ ସେ ଏବେ ସୁସ୍ଥ ଥିବା ଜଣାପଡିଛି।

ଘର ଭିତରକୁ ମାଡିଗଲା ବାଲି ବୋଝେଇ ହାଇୱା

ନନ୍ଦିଘୋଷ ବ୍ୟୁରୋ: ଘର ଭିତରକୁ ମାଡିଗଲା ବାଲି ବୋଝେଇ ହାଇୱା । ଗାଡିକୁ ଅଟକାଇ ପୋଲିସକୁ ଖବର ଦେଲେ ଗ୍ରାମବାସୀ। ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ସୁନାମ୍ବ ସାହି ନିକଟରେ ଥିବା ଏକ ଘର ଭିତରକୁ ମାଡିଗଲା ବାଲି ବୋଝେଇ ହାଇଓ୍ବା। ଫଳରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ଗାଡିକୁ ଅଟକାଇ ପୋଲିସକୁ ଖବର ଦେଇଥିଲୋ। ଘଟଣାସ୍ଥଳରେ ଆସିକା ଏସଡିପିଓ ପହଞ୍ଚି ବାଲି ବୋଝେଇ ହାଇୱା ଦୁଇଟିକୁ ଥାନାକୁ ନେଇ ଅଧିକ ତଦନ୍ତ କରୁଛନ୍ତି। ଅନ୍ୟପଟେ ଆସିକା ଋଷୁକୁଲ୍ୟା ନଦୀରୁ ଏପରି ଅନେକ ଘାଟରୁ ରାତି ଅଧିଆ ବାଲି ଚୋରା ଚାଲାଣ ନେଇ ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ଲଘୁ ଖଣିଜ ବିଭାଗ କି ସ୍ଥାନୀୟ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ଦିଲ୍ଲୀ ନିର୍ବାଚନ : ସ୍ଥାନୀୟ କଂଗ୍ରେସ ନେତାଙ୍କୁ ରାହୁଲ-ପ୍ରିୟଙ୍କାଙ୍କ ତାଗିଦ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ନିର୍ବାଚନ ଯେତିକି ପାଖଉଛି ରାଜେନୖତିକ ମାହୋଲ ସେତିକି ଉଷ୍ମ ହେବାରେ ଲାଗିଛି । ବିଜୟ ପାଇଁ ରାଜନୈତିକ ଦଳମାନେ ନିଜର ପ୍ରସ୍ତୁତି ଜାରି ରଖିଛନ୍ତି । ୨ଟି ନିର୍ବାଚନରେ ଦିଲ୍ଲୀରେ ଖାତା ଖୋଲି ନଥିବା କଂଗ୍ରେସ କିନ୍ତୁ ଚଳିତଥର ଲଢ଼େଇ ଜୋରଦାର କରିବ ବୋଲି ଚର୍ଚ୍ଚା ହେଉଛି । ତେବେ ଜାତୀୟ ନେତାମାନେ ଦିଲ୍ଲୀ ରାଜନୀତିକୁ ନେଇ ଯେତିକି ଚିନ୍ତାରେ ରହୁଛନ୍ତି ଦିଲ୍ଲୀର କଂଗ୍ରେସ ନେତାମାନେ ସେତିକି ଭାବୁନଥିବା କୁହାଯାଇଛି । ଯାହାକୁ ନେଇ ସ୍ଥାନୀୟ ନେତାଙ୍କୁ ତାଗିଦ କରିଛନ୍ତି ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି । ଦିଲ୍ଲୀର ସ୍ଥାନୀୟ ନେତାମାନେ ଗୁରୁତର ସହ କୌଣସି ବୈଠକ କରୁନଥିବାବେଳେ ଲୋକଙ୍କ ପାଖରେ ପହଞ୍ଚି ପାରୁନଥିବା କୁହାଯାଇଛି । ଯାହାକୁ ନେଇ ରାହୁଲ କହିଛନ୍ତି କି, କଂଗ୍ରେସର ପ୍ରମୁଖ ଗ୍ୟାରେଣ୍ଟି କାର୍ଡ ଲୋକଙ୍କ ପାଖରେ ପହଞ୍ଚାନ୍ତୁ ।

ସୋମବାର ଦିଲ୍ଲୀର ସ୍ଥାନୀୟ ନେତୃ ମଣ୍ଡଳୀଙ୍କ ସହ ଅନଲାଇନରେ ଏକ ବୈଠକ ଆୟୋଜନ କରିଥିଲେ ରାହୁଲ ଏବଂ ପ୍ରିୟଙ୍କା । ରାହୁଲ ସିଲମପୁରରେ ଏକ ଜନସଭା କରିଥିବାବେଳେ ଏହାପରଠାରୁ କିନ୍ତୁ ସ୍ଥାନୀୟ ନେତା କୌଣସି ସଭାର ଆୟୋଜନ କରିନାହାନ୍ତି । ଚର୍ଚ୍ଚା ହେଉଛି କି, ବିଜେପି ଏବଂ ଆମ ଆଦମୀ ପାର୍ଟି ପକ୍ଷରୁ ଯେଉଁ ଭଳି ଭାବରେ ପ୍ରଚାର କରାଯାଉଛି କଂଗ୍ରେସ ଏଥିରେ ପଛରେ ପଡ଼ି ଯାଇଛି । ସ୍ଥାନୀୟ ନେତାମାନେ କେବଳ ରାହୁଲ ଏବଂ ପ୍ରିୟଙ୍କାଙ୍କ ଉପରେ ନିର୍ଭର କରୁଛନ୍ତି । ତେବେ ଦିଲ୍ଲୀରେ ମାରାଥନ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି ରାହୁଲ । ପାରମ୍ପିକ ଭୋଟ ବ୍ୟାଙ୍କ ହାତେଇବା ସହ ବିଜୟ ଲକ୍ଷ୍ୟରେ ବଡ଼ ସଭାର ଆୟୋଜନ ମଧ୍ୟ କରିବାକୁ ଯାଉଛନ୍ତି । ବୁଧବାରଠାରୁ ରାହୁଲଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି ।

ଦ୍ବିତୀୟ ଦିନ : ଚିଲିକାରେ ଚାଲିଛି ଡଲଫିନ୍ ଗଣନା

ନନ୍ଦିଘୋଷ ବ୍ୟୁରୋ: ଚିଲିକାରେ ଦ୍ଵିତୀୟ ଦିନ ପାଇ ଚାଲିଛି ଡଲଫିନ ଗଣତି। ଗତକାଲି ଗଣତି ଆରମ୍ଭ ହୋଇଥିବାବେଳେ ଆସନ୍ତାକାଲି ମଧ୍ୟ ଡଲଫିନ ଗଣତି ଚାଲିବ। ଆଜି ଦ୍ୱିତୀୟ ପର୍ଯ୍ୟାୟରେେ ଆରମ୍ଭ ହୋଇଛି ଡଲଫିନ୍ ଗଣନା । ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ ଏହି ଗଣନା । ସମଗ୍ର ଚିଲିକା ଏରିଆରେ ଦେଖା ଦେଉଥିବା ଇରାୱାଡି ଡଲଫିନ୍ ଏବଂ ଚିଲିକା-ସମୁଦ୍ର ମୁହାଣରେ ଦେଖା ଦେଉଥିବା ବଟଲ୍-ନୋଚ୍ ଡଲଫିନର ଗଣନା କରାଯାଉଛି। ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡା ଓ ବାଲୁଗାଁର ୨ଟି ରେଞ୍ଜରେ ଚାଲିଛି ଗଣତି। ଡଲଫିନ୍ ଗଣନାରେ ୧୮ଟି ଟିମ ନିୟୋଜିତ ହୋଇଛନ୍ତି। ପ୍ରତି ଟିମରେ ୫ ରୁ ୬ ଜଣ ସଦସ୍ୟ ସମେତ ୨ ଜଣ ଡଙ୍ଗା ଚାଳକ ସାମିଲ ଅଛନ୍ତି। ବାଲୁଗାଁ ବଡ଼କୂଳରେ ୧୦ ଟିମ ଏବଂ ସାତପଡାରେ ୮ ଟିମ ଡଲଫିନ୍ ନିୟୋଜିତ ହୋଇଛନ୍ତି। ଜିପିଏସ ସିଷ୍ଟମ ଓ ବାଇନାକୁଲାର ମାଧ୍ୟ୍ୟମରେ ଚାଲିଛି ଏହି ଗଣତି। ଡଲଫିନ୍ ଗଣନାରେ ୧୦୦ରୁ ଉର୍ଦ୍ଧ୍ବ ଗଣନାକାରୀ ସାମିଲ ଅଛନ୍ତି। ଉକ୍ତ ଟିମରେ ବନ୍ୟପ୍ରାଣୀ ବିଭାଗ , ସିଡ଼ିଏ , ଜଙ୍ଗଲ ବିଭାଗ କର୍ମଚାରୀ ସମେତ ଓୟୁଏଟିର ଛାତ୍ରଛାତ୍ରୀ, ବୋଟ ଆସୋସିଏସନର କାର୍ଯ୍ୟକର୍ତ୍ତା ଏବଂ ସ୍ବେଚ୍ଛାସେବୀ ସାମିଲ ହୋଇଛନ୍ତି। ଗଣନା ସମୟରେ ଚିଲିକାରେ ମସ୍ୟଜୀବୀ ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ ସମ୍ପୂର୍ଣ୍ଣ ବାରଣ କରାଯାଇଛି।