spot_img
Home Blog Page 1154

କ୍ରାଇମ୍ ଓ୍ବେବ୍ ସିରିଜ ଦେଖି ଯୋଜନା କରିଥିଲା ଦୁର୍ବୃତ୍ତ ! ପୋଲିସକୁ ଚକମା ଦେବା ପାଇଁ ବଦଳାଇଥିଲା ପୋଷାକ

ମୁମ୍ବାଇ : ସୈଫ ଅଲ୍ଲି ଖାନଙ୍କୁ ଆକ୍ରମଣ ହେବାର ୪୮ ଘଣ୍ଟା ବିତିଯାଇଛି । ମୁମ୍ବାଇ ପୋଲିସ ୨୮ ଜଣିଆ ଟିମ୍ ଏହି ଘଟଣାର ତଦନ୍ତ ପାଇଁ ନିୟୋଜିତ ଅଛନ୍ତି । ତଥାପି ଆକ୍ରମଣକାରୀର ପତ୍ତା ମିଳିନି ।  ମୁମ୍ବାଇ ପୋଲିସ ଆକ୍ରମଣକାରୀ ପାଖରେ ପହଞ୍ଚି ପାରିନି ? ଏପର୍ଯ୍ୟନ୍ତ ୪୦ରୁ ୫୦ ଲୋକଙ୍କୁ ପଚରାଉଚରା କରାଯାଇଥିଲେ ମଧ୍ୟ କୌଣସି ସୂଚନା ମିଳିପାରିନି ।

ସୈଫ ଅଲ୍ଲି ଖାନଙ୍କୁ ଆକ୍ରମଣ ହେବାର କିଛି ସମୟ ପରେ ପୋଲିସ ବିଲ୍ଡିଂର ସିସିଟିଭି ଫେଟେଜ୍ ଜାରି କରିଥିଲା । ଯେଉଁଥିଲେ ଅଭିଯୁକ୍ତ ସିଢିରେ ତଳକୁ ଖସୁଥିବାର ନଜର ଆସିଥିଲା । ଫୁଟେଜ ଆଧାରରେ ପୋଲିସ ଜଣଙ୍କୁ ଅଟକ ରଖିଥିଲା । କିନ୍ତୁ ପୋଲିସର କହିବାନୁଯାୟୀ ସେହି ଲୋକ ଆକ୍ରମଣକରୀ ନୁହେଁ । ପୋଲିସ ସନ୍ଦେହ କରୁଛି କି, ଅଭିଯୁକ୍ତ ଜଣଙ୍କ ବାନ୍ଦ୍ରା ରେଳ ଷ୍ଟେସନରୁ ଟ୍ରେନ୍ ମାଧ୍ୟମରେ ମୁମ୍ବାଇ ଆଖପାଖ ଅଞ୍ଚଳ କିମ୍ବା ବାହାରକୁ ଚାଲିଯାଇଛି ।  ସେହି ଅଞ୍ଚଳରେ କୌଶସି ନୂଆ ମୋବାଇଲ ନମ୍ବର ସକ୍ରିୟ ଥିଲା କି ନାହିଁ ତାହା ଜାଣିବା ପାଇଁ ମଧ୍ୟ ପୋଲିସ ତଦନ୍ତ କରୁଛି । ମୁମ୍ବାଇ ପୋଲିସ ମଧ୍ୟ ମୋବାଇଲ୍ ଡାଟା ଟ୍ରାକିଂ କରୁଛି ।

ପୋଲିସର କହିବାନୁଯାୟୀ, ଚୋର କୌଣସି ଆଡୁ ପ୍ରଫେସନାଲ ଜଣାପଡୁନାହିଁ । ସେ ବାନ୍ଦ୍ରା ଷ୍ଟେସନରୁ  ଟ୍ରେନ ଯୋଗେ ଅନ୍ୟ କେଉଁ ଆଡକୁ ଚାଲିଯାଇଛି । ପୋଲିସ ଆଖପାଖ ଅଞ୍ଚଳରେ ସିସିଟିଭି ଯାଞ୍ଚ କରୁଛି । ଯାହା ଫଳରେ କୌଣସି ସୂଚନା ମିଳିପାରିବ ।  ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ସେହି ଚୋରର କୌଣସି ଅପରାଧିକ ରେକର୍ଡ ପାଇନି । ତାର ପରିବାର କିମ୍ବା ସମ୍ପର୍କୀୟଙ୍କ ବିଷୟରେ କୌଣସି ସୂଚନା ମଧ୍ୟ ମିଳିନି । ଏହି ଘଟଣାକୁ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି ରହିଛି ।

ପୋଲିସକୁ ଚକମା ଦେବା ପାଇଁ ଅଭିଯୁକ୍ତ ଯେଉଁଭଳି ପୋଷାକ ବଦଳାଇଛି । ଏଥିରୁ ଜଣାପଡୁଛି ସେ କୌଣସି କ୍ରାଇମ୍ ଓ୍ବେବ ସିରିଜ କିମ୍ବା ଫିଲ୍ମ ଦେଖି ସେ ପ୍ରଭାବିତ ହୋଇଛି । ମୁମ୍ବାଇ ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଆକ୍ରମଣ କରିଥିବା ଯୁବକ ବାନ୍ଦ୍ରା ପୋଲିସ ଷ୍ଟେସନ ଏବଂ ରେଳ ଷ୍ଟେସନରେ ନଜର ଆସିଥିଲା । ଏପର୍ଯ୍ୟନ୍ତ ୩ଟି ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି , ଯେଉଁଥିରେ ଅଭିଯୁକ୍ତକୁ ଦେଖିବାକୁ ମିଳିଛି । ପ୍ରଥମ ଫୁଟେଜରେ ସେ ସୈଫଙ୍କ ଘରେ ଖାଲି ପାଦରେ ପ୍ରବେଶ କରୁଥିବା ନଜର ଆସିଛି। ଦ୍ୱିତୀୟ ଫୁଟେଜରେ ସେ ଘରୁ ବାହାରକୁ ଯାଉଥିବା ଏବଂ ତୃତୀୟ ଫୁଟେଜରେ ତାକୁ ଏକ ନୂଆ ଲୁକରେ ଦେଖିବାକୁ ମିଳିଛି ।

ନରସିଂହପୁର ବ୍ଲକ ଯନ୍ତ୍ରୀ ଅଜୟ ସାମଲଙ୍କ ଆତ୍ମହତ୍ୟା !

ବଡ଼ମ୍ବା :  ନରସିଂହପୁର ବ୍ଲକ ଯନ୍ତ୍ରୀ ଅଜୟ ସାମଲଙ୍କ ଆତ୍ମହତ୍ୟା। ବ୍ଲକ କଲୋନୀରୁ ମୃତଦେହ ଉଦ୍ଧାର କଲା ନରସିଂହପୁର ପୋଲିସ। କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତା ସ୍ପଷ୍ଟ ହୋଇନି। ଯନ୍ତ୍ରୀ ଅଜୟ ସାମଲ ବ୍ଲକର ସାଗର, ଅଲରା, କାଞ୍ଜିଆପଦା ପଞ୍ଚାୟତ ଦାୟିତ୍ୱରେ ଥିଲେ। ଖବର ପାଇ ନରସିଂହପୁର ପୋଲିସ, ବ୍ଲକ ପ୍ରଶାସନ ଓ ତହସିଲଦାର ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।

୩୬ ଘଣ୍ଟା ପରେ ମିଳିଲା ୨ ଶ୍ରମିକଙ୍କ ମୃତଦେହ

ରାଜଗାଙ୍ଗପୁର : ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କମ୍ପାନିରେ କୋଇଲା ହପର ଭୁଶୁଡ଼ିବା ଘଟଣା। ୩୬ ଘଣ୍ଟା ପରେ ମିଳିଲା ୨ ଶ୍ରମିକଙ୍କ ମୃତଦେହ। ଉଦ୍ଧାର ହୋଇଥିବା ୨ ମୃତକଙ୍କ ପରିଚୟ ମିଳିନାହିଁ। ଏବେ ବି ଅନ୍ୟ ଜଣେ ଶ୍ରମିକ ନିଖୋଜ ଥିବା ଜଣାପଡିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ଲାଣ୍ଟ ସମ୍ମୁଖରେ ପରିବାର ଲୋକଙ୍କ ଧାରଣା ଜାରି ରହିଛି। ଗତ ଗୁରୁବାର ଦିନ ସିମେଣ୍ଟ କମ୍ପାନୀକୁ କୋଇଲା ଯୋଗାଉଥିବା ହପର ଭୁଶୁଡ଼ି ପଡ଼ିବାରୁ କୋଇଲା ତଳେ ଶ୍ରମିକ ଚାପି ହୋଇ ରହିଥିଲେ। ଘଟଣା ଘଟିବା ଦିନଠୁ ଜାରି ରହିଛି ଉଦ୍ଧାର କାର୍ଯ୍ୟ।

୧୩ ମିନିଟରେ ହୃତପିଣ୍ଡ ପହଞ୍ଚାଇଲା ମେଟ୍ରୋ, ବଞ୍ଚିଗଲା ନୀରିହ ଜୀବନ

ହାଇଦ୍ରାବାଦ : ହାଇଦ୍ରାବାଦ ମେଟ୍ରୋ ଏକ ବଡ଼ ସଫଳତା ହାସଲ କରିଛି । ମେଟ୍ରୋ କେବଳ ଯାତ୍ରୀମାନଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପହଞ୍ଚିବାରେ ସାହାଯ୍ୟ କରେ ନାହିଁ, ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ହାଇଦ୍ରାବାଦ ମେଟ୍ରୋ ମାତ୍ର ୧୩ ମିନିଟରେ ୧୩ କିଲୋମିଟର ଦୂରତା ଅତିକ୍ରମ କରି ହୃତପିଣ୍ଡ ପ୍ରତିରୋପଣ ପାଇଁ ହୃତପିଣ୍ଡ ପହଞ୍ଚାଇଛି । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି ।

ହାଇଦ୍ରାବାଦ ମେଟ୍ରୋ ହୃତପିଣ୍ଡ ପ୍ରତିରୋପଣ ପାଇଁ ଗ୍ରୀନ୍ କରିଡର ସୁବିଧା ଯୋଗାଇଥାଲା । ଏହି କରିଡର ହୃତପିଣ୍ଡକୁ ଏଲବି ନଗରର କାମିନେନି ହସ୍ପିଟାଲରୁ ଲକ୍ଷ୍ମୀ ପୁଲ ଅଞ୍ଚଳର ଗ୍ଲେନାଗଲ୍ସ ଗ୍ଲୋବାଲ ହସ୍ପିଟାଲକୁ ପରିବହନ କରିଥିଲା  । ମେଟ୍ରୋ ୧୩ ଷ୍ଟେସନ ଦେଇ ୧୩ ମିନିଟରେ ୧୩ କିଲୋମିଟର ଦୂରତା ଅତିକ୍ରମ କରି ଏହି ଜୀବନ ରକ୍ଷା ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲା । ଏହି ଘଟଣାଟି ଜାନୁଆରୀ ୧୭ ତାରିଖ ରାତି ୯.୩୦ ମିନଟର ଘଟିଛି । କାମିନେନି ହସ୍ପିଟାଲରଏକ ଟିମ୍ ହୃତପିଣ୍ଡକୁ ଏକ ମେଡିକାଲ ବାକ୍ସରେ ରଖି ମେଟ୍ରୋ ମାଧ୍ୟମରେ ଗ୍ଲେନାଗଲ୍ସ ଗ୍ଲୋବାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ, ଯେଉଁଠାରେ ହୃଦୟ ପ୍ରତିରୋପଣ କରାଯାଉଥିଲା । ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ଡାକ୍ତରଖାନାର ଡାକ୍ତର ଏବଂ କର୍ମଚାରୀମାନେ ମେଟ୍ରୋରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି ।

ଜୀବନ ରକ୍ଷାକାରୀ ମିଶନରେ ହାଇଦ୍ରାବାଦ ମେଟ୍ରୋ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ​​ଏବଂ ନିରବଚ୍ଛିନ୍ନ ପରିବହନ ଯୋଗାଇଲା  । କାମିନେନି ହସ୍ପିଟାଲ ଏବଂ ଗ୍ଲେନାଗଲ୍ସ ଗ୍ଲୋବାଲ ହସ୍ପିଟାଲ ମଧ୍ୟରେ ୧୩ ଟି ମେଟ୍ରୋ ଷ୍ଟେସନ ଅଛି । କିନ୍ତୁ ମେଟ୍ରୋ ମାତ୍ର ୧୩ ମିନିଟରେ ଏହି ଯାତ୍ରା ଶେଷ କରି ମୂଲ୍ୟବାନ ଜୀବନ ବଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଲିଭାଇଥିଲା ।

ଇସ୍ରାଏଲ ଓ ହମାସ ମଧ୍ୟରେ ବଡ ଚୁକ୍ତି, ଖୁବଶୀଘ୍ର ମୁକୁଳିବେ ବନ୍ଦୀ

ନୂଆଦିଲ୍ଲୀ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଦୋହାରେ ହୋଇଥିବା ଚୁକ୍ତିନାମା ପରେ ଉଭୟ ପକ୍ଷରୁ ଅପହରଣ ହୋଇଥିବା ବନ୍ଦୀଙ୍କୁ ମୁକ୍ତ କରିବା ପାଇଁ ରାସ୍ତା ସଫା ହୋଇଛି ।  ଗତ ବୁଧବାର ଘୋଷିତ ହୋଇଥିବା ଚୁକ୍ତି ଅନୁଯାୟୀ, ଗାଜାରେ ଅବଶିଷ୍ଟ ପ୍ରାୟ ୧୦୦ଜଣ ବନ୍ଦୀଙ୍କ ମଧ୍ୟରୁ ୩୩ ଜଣ ଇସ୍ରାଏଲ ଦ୍ୱାରା ଧରାଯାଇଥିବା ଶତାଧିକ ପାଲେଷ୍ଟାଇନୀୟଙ୍କ ବଦଳରେ ମୁକ୍ତ ହେବେ । ଏଥି ସହିତ ଇସ୍ରାଏଲର ସୁରକ୍ଷା କ୍ୟାବିନେଟ ଏବଂ ସରକାର ଏହି ଚୁକ୍ତିନାମାକୁ ଅନୁମୋଦନ କରିଛନ୍ତି ।

ଏହି ସୂଚନା ଶୁକ୍ରବାର ଦିନ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଦ୍ୱାରା ସେୟାର କରାଯାଇଛି । ସୁରକ୍ଷା କ୍ୟାବିନେଟର ଅନୁମୋଦନ ପାଇବା ପରେ ଅପହରଣ ହୋଇଥିବା ବନ୍ଦୀମାନଙ୍କୁ ରବିବାର ଦିନ ମୁକ୍ତ କରାଯିବ ବୋଲି ଆଶା କରାଯାଉଛି । ଏଥି ସହିତ ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ପ୍ରକାଶ ପାଇବାକୁ ଥିବା ତାଲିକାରେ ଦୁଇ ଫ୍ରାନ୍ସ-ଇସ୍ରାଏଲ୍ ନାଗରିକଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି ।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ କହିଛନ୍ତି ଯେ ଇସ୍ରାଏଲ୍ ଏବଂ ହମାସ ମଧ୍ୟରେ ପ୍ରସ୍ତାବିତ ଅସ୍ତ୍ରବିରତି ଚୁକ୍ତିନାମା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ମୁକ୍ତ ହେବାକୁ ଥିବା ୩୩ ଜଣ ବନ୍ଦୀ ତାଲିକାରେ ଫ୍ରାନ୍ସ-ଇସ୍ରାଏଲ୍ ନାଗରିକ ଓଫର୍ କାଲଡେରନ୍ ଏବଂ ଓହାଦ୍ ୟାହାଲୋମିଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ଏ ସମ୍ପର୍କରେ ଇମାନୁଏଲ୍ ମାକ୍ରୋନ୍ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ଆମେ ସେମାନଙ୍କ ପରିବାର ସହିତ ମିଶେଇବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛୁ । କତାର ଏବଂ ଆମେରିକା ବୁଧବାର ଦିନ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଅସ୍ତ୍ରବିରତି ଘୋଷଣା କରିଛନ୍ତି । କିନ୍ତୁ ଚୁକ୍ତି ଦିନକରୁ ଅଧିକ ସମୟ ଧରି ରହିଲା କାରଣ ନେତାନ୍ୟାହୁ ଜିଦ୍ ଧରିଥିଲେ ଯେ ଶେଷ ମୁହୂର୍ତ୍ତରେ ଜଟିଳତା ରହିଛି, ଯାହାକୁ ସେ ହାମାସ ଉପରେ ଦାୟୀ କରିଛନ୍ତି। ଚୁକ୍ତିନାମା ଅନୁଯାୟୀ, ଅବଶିଷ୍ଟ ବନ୍ଦୀମାନଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ମୁକ୍ତ କରାଯିବ, ଯାହା ପ୍ରଥମ ପର୍ଯ୍ୟାୟରେ ବୁଝାମଣା ହେବ ।

କାହିଁକି ଇଣ୍ଡୋରରେ ଶପଥ ନେବେ ଆମେରିକାର ରାଷ୍ଟ୍ରପତି

ନୂଆଦିଲ୍ଲୀ : ୪୦ ବର୍ଷ ମଧ୍ୟରେ ପ୍ରଥମ ଥର ଜଣେ ଆମେରିକୀୟ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହର ସ୍ଥାନ ପରିବର୍ତ୍ତନ ହେବ। ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ କ୍ୟାପିଟାଲ ରୋଟୁଣ୍ଡାର ଏକ ବନ୍ଦ ସ୍ଥାନରେ ଶପଥ ଗ୍ରହଣ କରିବେ । ୧୯୮୫ ପରଠାରୁ ଏହା ପ୍ରଥମ ଥର ପାଇଁ ଆମେରିକାର ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ ଇଣ୍ଡୋରରେ ଅନୁଷ୍ଠିତ ହେବ । ପାଣିପାଗ ବିଭାଗ ଦ୍ୱାରା ଜାରି କରାଯାଇଥିବା ଥଣ୍ଡା ସତର୍କତା ଯୋଗୁ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବର ସ୍ଥାନ ମଧ୍ୟ ପରିବର୍ତ୍ତନ ହୋଇଛି। ସୋମବାର ୱାଶିଂଟନରେ ତାପମାତ୍ରା -୧୦ ଡିଗ୍ରୀ ସେଲସିୟସରେ ପହଞ୍ଚିବ ବୋଲି ଆଶା କରାଯାଉଛି । ୧୫୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଆମେରିକାର ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ବିଦେଶୀ ନେତାମାନେ ଯୋଗଦେବେ । ଡୋନାଲ୍ଡ ଟ୍ରମ୍ପ ନିଶ୍ଚିତ କରିଛନ୍ତି ଯେ ଶୀତଦିନେ କ୍ୟାପିଟାଲ ରୋଟୁଣ୍ଡାରେ ଶପଥ ଗ୍ରହଣ ସମାରୋହ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାନୁସାରେ, ରାଷ୍ଟ୍ରପତିଙ୍କ ଠିକଣା ତଥା ଅନ୍ୟାନ୍ୟ ଭାଷଣ ବର୍ତ୍ତମାନ ବିଲଡିଂ ବାହାରେ ଆମେରିକାର କ୍ୟାପିଟାଲର ରୋଟୁଣ୍ଡା ଭିତରେ ଅନୁଷ୍ଠିତ ହେବ । ୱାଶିଂଟନ୍‌ର କ୍ୟାପିଟାଲ୍ ୱାନ ଆରେନାରେ ପ୍ରାୟ ୧.୬ କିଲୋମିଟର ଦୂରରେ ଉଦଘାଟନୀ ପରେଡ ମଧ୍ୟ ଅନୁଷ୍ଠିତ ହେବ । ପୂର୍ବତନ ରିପବ୍ଲିକାନ୍ ରାଷ୍ଟ୍ରପତି ରୋନାଲ୍ଡ ରେଗାନଙ୍କ ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ଶେଷ ଥର ପାଇଁ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ସୋସିଆଲ ମିଡିଆରେ ଡୋନାଲ୍ଡ ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ଶପଥ ଗ୍ରହଣ ସମାରୋହକୁ ଆମେରିକାର କ୍ୟାପିଟାଲ ରୋଟୁଣ୍ଡା ଭିତରକୁ ସ୍ଥାନାନ୍ତର କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ ଏକ ଆର୍କଟିକ ଝଡ଼ ଚାଲିଛି। ମୁଁ ଚାହୁଁନାହିଁ ଯେ ଲୋକମାନେ କୌଣସି ପ୍ରକାରେ ଆଘାତ ପାଆନ୍ତୁ କିମ୍ବା ଆହତ ହୁଅନ୍ତୁ। ଯୁକ୍ତରାଷ୍ଟ୍ର କ୍ୟାପିଟଲ ରୋଟୁଣ୍ଡାରେ ମୁଁ ଉଦଘାଟନୀ ଭାଷଣ ସହ ଅନ୍ୟାନ୍ୟ ଭାଷଣ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୈଫ ଅଲ୍ଲୀ ଖାନଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଏମିତି କହିଲେ ଡାକ୍ତର

ମୁମ୍ବାଇ : ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ ହୋଇଛି । ଜଣେ ଅଜଣା ବ୍ୟକ୍ତି ଅଭିନେତାଙ୍କ ଘରେ ପଶି ତାଙ୍କୁ ଛୁରାମାଡ଼ କରିଥିଲେ। ସେବେଠାରୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଦିନକୁ ଦିନ ସୁଧୁରୁଛି ବୋଲି ଡାକ୍ତର କହିଛନ୍ତି । ସୋମବାର ସୁଦ୍ଧା ତାଙ୍କୁ ଡିସଚାର୍ଜ କରାଯିବ ବୋଲି ଆଶା କରାଯାଉଛି । ଜାତୀୟ ଜଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୈଫ ଅଲ୍ଲୀ ଖାନଙ୍କ ଦେହରେ ୬ ଥର ଛୁରୀ ଆକ୍ରମଣ ହୋଇଥିଲା, ସେଥିମଧ୍ୟରୁ ଦୁଇ ଥର ଅତି ଜୋରରେ ଆକ୍ରମଣ କରାଯାଇଛି । ସେଥିଲାଗି ତାଙ୍କର ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଇଥିଲା । ସଫଳ ଅସ୍ତ୍ରୋପଚାର ପରେ ସୈଫ ଅଲ୍ଲୀ ଖାନଙ୍କୁ ଆଇସିୟୁରେ ରଖାଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କ ଯତ୍ନ ନେଉଥିଲେ।

ଡାକ୍ତର କହିଛନ୍ତି ଯେ, ଶୁକ୍ରବାର ଦିନ ଆମେ ସୈଫ ଅଲ୍ଲୀ ଖାନଙ୍କୁ ଏକ ସ୍ୱତନ୍ତ୍ର କୋଠରୀକୁ ସ୍ଥାନାନ୍ତର କରିଛୁ । ସେ ଏବେ ବିପଦ  ମୁକ୍ତ ଅଛନ୍ତି । ସେ ସମ୍ପୂର୍ଣ୍ଣ ଭଲ ଅନୁଭବ କରୁଛନ୍ତି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଆମେ ତାଙ୍କୁ ଡିସଚାର୍ଜ କରାଯିବା ନେଇ ସେ ଆଶା କରିଛନ୍ତି । ଡାକ୍ତରଙ୍କ କହିବାନୁଯାୟୀ, ସୈଫ ଅଲ୍ଲୀ ଖାନଙ୍କୁ ସୋମବାର ସୁଦ୍ଧା ଡାକ୍ତରଖାନାରୁ ଡିସଚାର୍ଜ କରାଯାଇପାରିବ ବୋଲି ଜଣାପଡିଛି । ସୈଫ ଅଲ୍ଲୀ ଖାନଙ୍କ ଅପରେସନ ସାଢେ ୫ ଘଣ୍ଟା ସମୟ ଲାଗିଥିଲା । ସକାଳ ୫ଟାରୁ ଆରମ୍ଭ ହୋଇ ୧୦.୩୦ରେ ଶେଷ ହୋଇଥିଲା । ବୁଧବାର ରାତି ୨.୩୦ ମିନଟରେ ବାନ୍ଦ୍ରାସ୍ଥିତ ସୈଫ ଅଲ୍ଲୀ ଖାନଙ୍କ ଘରେ ଜଣେ ଅଜ୍ଞାତ ବ୍ୟକ୍ତି ପ୍ରବେଶ କରିଥିଲେ । ଛୁରୀରେ ଅଭିନେତାଙ୍କୁ ଆକ୍ରମଣ କରିଥିଲେ।

ଏମାରଜେନ୍ସି ଓ ଆଜାଦ ମଧ୍ୟରେ କେମିତି ରହିଛି ପ୍ରଥମ ଦିନର ରୋଜଗାର ?

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଫିଲ୍ମ ‘ ଏମାରଜେନ୍ସି’ ବକ୍ସ ଅଫିସରେ ମୁକ୍ତିଲାଭ କରିଛି । ଅନ୍ୟପକ୍ଷରେ ରାଶା ଥାଡାନି ଏବଂ ଅମାନ ଦେବଗନଙ୍କ ଡେବ୍ୟୁ ଫିଲ୍ମ ‘ଆଜାଦ’ ମଧ୍ୟ ରିଲିଜ ହୋଇଛି । ଉଭୟ ଚଳଚ୍ଚିତ୍ର ୧୭ ଜାନୁଆରୀ ଶୁକ୍ରବାର ଦିନ ମୁକ୍ତିଲାଭ କରିଥିଲା। ଉଭୟ ଚଳଚ୍ଚିତ୍ର ରୋଜଗାରରେ କିଏ ଆଗରେ ଅଛି ଆସନ୍ତୁ ଜାଣିବା ।

ଦୀର୍ଘ ଦିନ ଧରି ବିବାଦରେ ଫସି ରହିବା ପରେ କଙ୍ଗନା ରାନାୱତଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଏମାରଜେନ୍ସି’ ଜାନୁଆରୀ ୧୭ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା  । ଏହି ଚଳଚ୍ଚିତ୍ରରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିଥିଲେ । ତାଙ୍କ ଅଭିନୟକୁ ଦେଖିଲେ ସେ କଙ୍ଗନା ବୋଲି ଜଣା ପଡୁନାହାନ୍ତି । ‘ଏମାରଜେନ୍ସି’ର ପ୍ରଥମ ଦିନର ରୋଜଗାର ବିଷୟରେ କହିବାକୁ ଗଲେ, ସାକନିଲ୍କ ରିପୋର୍ଟ ଅନୁଯାୟୀ , ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ୨.୪ କୋଟି ଟଙ୍କା ରୋଜଗାର କରିଛି । ସକାଳ ଏବଂ ଅପରାହ୍ନ ମଧ୍ୟରେ ଫିଲ୍ମ ଶୋ’ର ୧୦-୧୫ ପ୍ରତିଶତ ସିଟରେ ଦର୍ଶକଙ୍କୁ ଦେଖିବାକୁ ମିଳିଥିଲା । ତଥାପି, ସପ୍ତାହ ଶେଷରେ ରୋଜଗାରର ବୃଦ୍ଧି ହେବାର ସମ୍ପୂର୍ଣ୍ଣ ସମ୍ଭାବନା ଅଛି  ।

ରାଶା ଥାଡାନି ଏବଂ ଅମାନ ଦେବଗନଙ୍କ ଡେବ୍ୟୁ ଫିଲ୍ମ ‘ଆଜାଦ’ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନଙ୍କୁ ବି ଦେଖିବାକୁ ମିଳିଛି ।  ତଥାପି, ତାଙ୍କର ଏଣ୍ଟ୍ରି ମଧ୍ୟ ଦର୍ଶକଙ୍କୁ ଥିଏଟର ପ୍ରତି ଆକର୍ଷିତ କରିପାରି ନଥିଲା  । ଚଳଚ୍ଚିତ୍ରର ‘ଉଇ ଆମ୍ମା’ ଗୀତ ଚର୍ଚ୍ଚାରେ ରହିଥିଲା ।  କିନ୍ତୁ ପ୍ରଥମ ଦିନରେ ସେମିତି କିଛି ଖାସ ଦେଖିବାକୁ ମିଳିନଥିଲା । ସାକନିଲ୍କ ରିପୋର୍ଟ ଅନୁଯାୟୀ, ‘ଆଜାଦ’ ପ୍ରଥମ ଦିନ ମାତ୍ର ୧.୫୦ କୋଟି ଟଙ୍କା ରୋଜଗାର କରିଛି । ରୋଜଗାର ଦୃଷ୍ଟିରୁ କଙ୍ଗନା ରାନାୱତଙ୍କ ‘ଏମାରଜେନ୍ସି’ ବର୍ତ୍ତମାନ ‘ଆଜାଦ’ଠାରୁ ଆଗରେ ରହିଛି ।

ଆଜି ବି ଜାରି ରହିବ ବିବାଦୀୟ ଖଣ୍ଡଗିରିସ୍ଥିତ ବୈକୁଣ୍ଠ ଆଶ୍ରମ ଉଚ୍ଛେଦ

ଭୁବନେଶ୍ବର : ଆଜି ବି ଜାରି ରହିବ ବିବାଦୀୟ ଖଣ୍ଡଗିରିସ୍ଥିତ ବୈକୁଣ୍ଠ ଆଶ୍ରମ ଉଚ୍ଛେଦ । ବିବାଦୀୟ ଆଶ୍ରମକୁ ଭାଙ୍ଗୁଛି ପ୍ରଶାସନ। ସଶସ୍ତ୍ର ପୋଲିସ ବାହିନୀ ଉପସ୍ଥିତିରେ ଭଙ୍ଗାଯାଉଛି ଆଶ୍ରମ। ପୂର୍ବରୁ ଆଶ୍ରମ ଭାଙ୍ଗିବାକୁ ଡାକବାଜି ଯନ୍ତ୍ରରେ ପ୍ରଚାର କରିଥିଲା ବିଡିଏ। ଆଶ୍ରମ ଖାଲି କରିବା ପାଇଁ ଦିଆଯାଇଥିଲା ନିର୍ଦ୍ଦେଶ । ଗତକାଲି ସକାଳୁ  ବିବାଦୀୟ ବୈକୁଣ୍ଠଧାମ ଆଶ୍ରମରୁ ବିଭିନ୍ନ ସାମଗ୍ରୀ ସ୍ଥାନାନ୍ତର କରାଯାଇଥିଲା। ଆଶ୍ରମରୁ ଚୌକି, ଚାନ୍ଦୁଆ, ରୋଷେଇ ଘର ସାମଗ୍ରୀ, ଫ୍ରିଜ, ଏସି, ଡିଜି ସେଟ ଓ ଅନ୍ୟାନ୍ୟ ସାମଗ୍ରୀକୁ ମିନି ଟ୍ରକ ମାଧ୍ୟମରେ ଅନ୍ୟତ୍ର ନିଆଯାଉଥିବା ଦେଖିବାକୁ ମିଳିଥିଲା। କ୍ରେନ ମାଧ୍ୟମରେ ବଡ଼ ସାମଗ୍ରୀ ସବୁ ଉଠାଯାଇ ଲୋଡ଼ କରାଯାଉଥିବା ଦେଖିବାକୁ ମିଳିଥିଲା। କଳ୍କୀ ଅବତାରଙ୍କ ପୀଠ କହି ବିବାଦକୁ ଆସିଥିଲା ବୈକୁଣ୍ଠ ଆଶ୍ରମ । ବିବାଦ ପରେ ସରକାରୀ ଜମିରେ ଥିବା ଆଶ୍ରମ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଥିଲା ସାଧାରଣ ପ୍ରଶାସନ ବିଭାଗ । ନଭେମ୍ବର ୨୦ ରେ ଭାଙ୍ଗିବା ପାଇଁ ହୋଇଥିଲା ନିଷ୍ପତ୍ତି । ତେବେ ଆଶ୍ରମ କର୍ତ୍ତୃପକ୍ଷ କୋର୍ଟରୁ ରହିତାଦେଶ ଆଣିବାରୁ ସ୍ଥଗିତ ରହିଥିଲା ଆଶ୍ରମ ଉଚ୍ଛେଦ କାମ । ଜାଲ କାଗଜପତ୍ର ଦାଖଲ କରି ରହିତାଦେଶ ଆଣିଥିଲେ ଆଶ୍ରମ କର୍ତ୍ତୃପକ୍ଷ । ଏହା ଜଣାପଡିବା ପରେ ରହିତାଦେଶ ଉଠାଇ ଦେଇଛନ୍ତି ହାଇକୋର୍ଟ । ଏହାପରେ  ଆଶ୍ରମ ଭାଙ୍ଗିବା ପାଇଁ ନିଷ୍ପତ୍ତି ହୋଇଥିଲା ।

ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନଙ୍କୁ ଛୁରା ମାଡ଼ ଘଟଣା, ସାମ୍ନାକୁ ଆସିଲା ଆଉ ଏକ ଫଟୋ

ମୁମ୍ବାଇ : ବଲିଉଡ ସୁପରଷ୍ଟାର ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣକାରୀର ଆସିଲା ଆଉ ଏକ ନୂଆ ଫଟୋ। ଏଥିରେ ନୀଳ ରଙ୍ଗର ସାର୍ଟ ପିନ୍ଧିଛି ଆକ୍ରମଣକାରୀ । ତେବେ ପଛରେ ସେହି କଳ ରଙ୍ଗର ବ୍ୟାଗ ପକାଇଛି ଆକ୍ରମଣକାରୀ। ସୈଫ ଅଲ୍ଲୀ ଖାନଙ୍କ ଫ୍ଲାଟରେ ଆକ୍ରମଣ କରିବା ପରେ ଫେରର ବେଳେ କଳା ରଙ୍ଗର ସାର୍ଟ ପିନ୍ଧିଥିଲା ଏହି ଆକ୍ରମଣକାରୀ। ଏବେ ସାର୍ଟ ବଦଳାଇ ବାହାରେ ବୁଲୁଥିବା ଜଣାପଡିଛି। ଫେରାର ପରେ ଏହି ଫଟୋ ମୁମ୍ବାଇ ପୋଲିସର ହସ୍ତଗତ ହୋଇଛି। ତେବେ ପ୍ରକୃତ ଆକ୍ରମଣକାରୀକୁ ଏପର୍ଯ୍ୟନ୍ତ ଧରିପାରିନାହିଁ ପୋଲିସ। ସନ୍ଦେହରେ ଜଣେ ଯୁବକକୁ ଧରିଥିବାବେଳେ ସେହି ବ୍ୟକ୍ତି ଜଣଙ୍କର ଆକ୍ରମଣରେ କୌଣସି ସମ୍ପର୍କ ନଥିବା ଜଣାପଡିଛି। ଏସବୁ ପରେ ମଧ୍ୟ ବିଭିନ୍ନ ଦିଗକୁ ନେଇ ତନାଘନା ଚଳାଇଛି ମୁମ୍ବାଇ ପୋଲିସ।  ପ୍ରଥମେ ଆକ୍ରମଣକାରୀର ପ୍ରଥମ ଫଟୋ ଆସିଥିଲା। ସୈଫଙ୍କ ଫ୍ଲାଟକୁ ପ୍ରବେଶ ବେଳେ ଅଭିଯୁକ୍ତ ଫାୟାର ଏକଜିଟ୍ ସିଡ଼ିକୁ ବାଛିଥିଲା। ପାହାଚରେ ଯାଇ ସୈଫଙ୍କ ଫ୍ଲାଟରେ ପଶିଥିଲା। ସିଡିରେ ଯାଉଥିବା ଦୃଶ୍ୟ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା। ସେପଟେ ସୈଫଙ୍କ ଅପରେସନ ପରେ ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି।ଆଇସିୟୁରୁ ବାହାର କରି ତାଙ୍କୁ ସ୍ପେଶାଲ ୱାର୍ଡରେ ରଖାଯାଇଛି। ଏବେ ଠିକରେ ଚଲାବୁଲା କରି ପାରୁଛନ୍ତି ସୈଫ। ମେରୁଦଣ୍ଡରୁ ବାହାରୁଥିବା ତରଳ ପଦାର୍ଥ ଧିରେ ଧିରେ ଠିକ ହେଉଥିବା କହିଛନ୍ତି ଡାକ୍ତର।