spot_img
Home Blog Page 1173

‘୩୦ ଲକ୍ଷ ୭୩୪ଜଣ ଲୋକ ଏଯାଏଁ କରିନାହାନ୍ତି e-KYC’

ନନ୍ଦିଘୋଷ ବ୍ୟୁରୋ : ବର୍ତ୍ତମାନ ଲୁଦ୍ଧା ରାଜ୍ୟରେ ୩୦ ଲକ୍ଷ ୭୩୪ ଜଣ e-KYC କରିନାହାନ୍ତି । ଆସନ୍ତା ମାର୍ଚ୍ଚ ୩୧ ତାରିଖ ପରେ ଜଣାପଡ଼ିବ ମୋଟ କେତେ ଲୋକ e-KYC କରିନାହାନ୍ତି । ମାର୍ଚ୍ଚ ୩୧ ପରେ ଫିଲ୍ଡ ଭିଜିଟ କରି ଅନୁଧ୍ୟାନ କରାଯିବ । ଯେଉଁ ଦିତାଧିକାରୀ e-KYC କରିନଥିଲେ ତାର ଯାଞ୍ଚ କରାଯିବ ଓ ହଠାତ୍ କାହାର ରାସନ କାର୍ଡ କଟାଯିବନାହିଁ । ପୋଟାଲ ଜରିଆରେ ଆବେଦନ କରିଥିବା ୬ ଲକ୍ଷ ୩୫ ହଜାର ହିତାଧିକାରୀଙ୍କ ସର୍ଭେ ଚାଲିଛି । ଏପ୍ରିଲ ୧୫ ସୁଦ୍ଧା ସର୍ଭେ କାମ ସରିବ । ତାପରେ ନୂଆ ରାସନ କାର୍ଡ ହିତାଧିକାରୀ ରାସନ ପାଇବେ । ନୂଆ ପୋର୍ଟାଲ ଖୋଲିଛି ।

ଏବେ ସୁଦ୍ଧା ୫୦ ହଜାର ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି । ଗରିବ ଶ୍ରେଣୀ ସହିତ ମଧ୍ୟବିତ୍ତ ବର୍ଗମାନଙ୍କୁ ସବସିଡାଇଜ ଦରରେ ରାସନ ଯୋଗାଇବା ପୋଷଣ କେନ୍ଦ୍ରର ଉଦ୍ଦେଶ୍ୟ । ୩୫ଟି ଜାଗାରେ ପାଇଲଟ୍ ପ୍ରୋଜେକ୍ଟ କରାଯାଇଛି । ପ୍ରତି ପଞ୍ଚାୟତରେ ପୋଷଣ କେନ୍ଦ୍ର ଖୋଲିବାକୁ ଯୋଜନା କରୁଛନ୍ତି ସରକାର । ଖୁବ୍ ଶୀଘ୍ର ଚୁଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଯେଉଁମାନେ ହିତାଧିକାରୀ ହେବେ ସେମାନଙ୍କୁ କାର୍ଡ ଦିଆଯିବ । ରାଜ୍ୟ ଓ କେନ୍ଦ୍ରର ମିଳିତ ସହଯୋଗରେରେ ରାସନ ଦିଆଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।

ଅଚାନକ ଛାତିରେ ହେଲା ଯନ୍ତ୍ରଣା, ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରସିଦ୍ଧ ସିଙ୍ଗର ଏ.ଆର୍.ରେହମାନ

ନନ୍ଦିଘୋଷ ବ୍ୟୁରୋ : ଅଚାନକ ଛାତିରେ ହେଲା ଯନ୍ତ୍ରଣା, ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରସିଦ୍ଧ ସଙ୍ଗୀତକାର ତଥା ସିଙ୍ଗର ଏ.ଆର୍. ରେହମାନ । ଏବେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଉଛି। ରବିବାର ସକାଳେ ରେହମାନଙ୍କର ଛାତିରେ ପ୍ରବଳ ଯନ୍ତ୍ରଣା ହୋଇଥିଲା । ତାଙ୍କୁ ତୁରନ୍ତ ଚେନ୍ନାଇର ଗ୍ରୀମ୍ସ ରୋଡରେ ଥିବା ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କ ଉପରେ ଇସିଜି ଏବଂ ଇକୋକାର୍ଡିଓଗ୍ରାମ ସମେତ ଅନେକ ପରୀକ୍ଷା କରିଥିଲେ। ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ରିପୋର୍ଟ ଅନୁଯାୟୀ, ରେହମାନଙ୍କ ଉପରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ କଡ଼ା ନଜର ରଖିଛି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଅଧିକ ଅପ୍‌ଡେଟ୍‌ ଅପେକ୍ଷା କରାଯାଇଛି। ତେବେ ସେ ନିକଟରେ ବିଦେଶରୁ ଫେରୁଥିବା ସମୟରେ ବେକରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଏହାପରେ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା। ତାଙ୍କ ଅସୁସ୍ଥ ଖବର ଶୁଣି ଫ୍ୟାନ୍ସ ମାନଙ୍କ ମଧ୍ୟ ଡରିଯାଇଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଶୀଘ୍ର ଠିକ୍ ହେଉ ବୋଲି ପ୍ରାର୍ଥନା କରିଥିଲେ ।

ସୂଚନା ରହିଛି ଯେ , ତାଙ୍କ ଶରୀର ପରୀକ୍ଷା ମଧ୍ୟରେ ରକ୍ତ ବାହିକାଙ୍କ ଯାଞ୍ଚ କରାଯାଇଥିଲା। ଏବେ ସେ ସମ୍ପୂର୍ଣ୍ଣ ଠିକ୍ ଥିବା ଡାକ୍ତର କହିଛନ୍ତି । ତଥାପି ତାଙ୍କ ଅବସ୍ଥା ଉପରେ କଡ଼ା ନଜର ରଖାଯାଇଛି ।  ତେବେ ଭାରତୀୟ ତଥା ବିଶ୍ୱ ସଂଗୀତଜଗତରେ ନିଜର ସ୍ବତନ୍ତ୍ର ଅବଦାନ ପାଇଁ ଜଣାଶୁଣା ରେହମାନଙ୍କ ପ୍ରଶଂସକ ସାରା ବିଶ୍ୱରେ ଅଛନ୍ତି। ଏବେ ତାଙ୍କର ଅପ୍ରତ୍ୟାଶିତ ହସ୍ପିଟାଲରେ ଭର୍ତ୍ତି ହେବା ଖବର ପ୍ରଶଂସକଙ୍କୁ ଗଭୀର ଭାବେ ମର୍ମାହତ କରିଛି। ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରାଯାଉଛି।

ଉତ୍ତର ମାସିଡୋନିଆର ନାଇଟ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ ; ୫୧ ଜୀବନ୍ତ ଦଗ୍ଧ

ନନ୍ଦିଘୋଷ ବ୍ୟୁରୋ : ଉତ୍ତର ମାସିଡୋନିଆରେ ଏକ ନାଇଟ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ। ନିଆଁ ଲାଗି ୫୧ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଶହେରୁ ଅଧିକ ଆହତ ହୋଇଛନ୍ତି। ସକାଳୁ ଏହି ନାଇଟ କ୍ଲବରେ ଲାଗିଥିଲା ନିଆଁ। କୋକାନି ସହରରେ ଥିବା ପଲ୍ସ ନାଇଟ କ୍ଲବରେ ଲାଗିଥିଲା ଭୀଷଣ ନିଆଁ। ଉତ୍ତର ମାସିଡୋନିଆର ସରକାରୀ ଖବର ସରବରାହ ସଂସ୍ଥା ପକ୍ଷରୁ ଏହି ସୂଚନା ଦିଆଯାଇଛି।

ନର୍ଥ ମାସିଡୋନିଆର ରାଜଧାନୀ ସ୍କୋପଜେ ଠାରୁ ପ୍ରାୟ ଶହେ କିଲୋମିଟର ଦୂରରେ ଥିବା ଏହି ସହରରେ ଲାଗିଥିବା ନିଆଁ। ଏହି ଅଗ୍ନିକାଣ୍ଡକୁ ନେଇ ସୋସିଆଲ ମିଡିଆରେଅନେକସ ଖବର ଭାଇରାଲ ହେଉଛି। ନାଇଟ କ୍ଲବରେ ଭୀଷଣ ନିଆଁ ସହ ଧୂଆ ଦେଖିବାକୁ ମିଳୁଛି। ମୃତ୍ଯୁସଂଖ୍ଯା ବୃଦ୍ଧି ପାଇବା ସନ୍ଦେହ କରାଯାଉଛି। ଭୋର ସମୟରେ ରାତି ୨ଟା ବେଳେ ସଂଗୀତ କାର୍ଯ୍ୟକ୍ରମ ଚାଲିଥିବାବେଳେ ଲାଗିଥିବା ନିଆଁ। ଏହି ସଂଗୀତ କାର୍ଯ୍ୟକ୍ରମରେ ୧୫ଶହରୁ ଅଧିକ ଦର୍ଶକ ସାମିଲ ହୋଇଥିଲେ। ଅଗ୍ନିକାଣ୍ଡର ଅନେକ ଘଣ୍ଟା ପରେ ମଧ୍ୟ ନିଆଁ କାବୁରେ ଆସିନଥିବା ଜଣାପଡିଛି। ସଂଗୀତ କାର୍ଯ୍ୟକ୍ରମରେ ବ୍ୟବହାର କରାଯାଉଥିବା ଆତସବାଜିରୁ ନିଆ ଲାଗିଥିବା ଜଣାପଡିଛି। ପରେ ଏହି ନିଆଁ ପୁରା କ୍ଲବକୁ ବ୍ୟାପି ଯାଇଥିଲା। ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ଦିନକୁ ଦିନ ଉପରମୁହାଁ ପାରଦ; ଦିନ ୨ଟା ୩୦ ସୁଦ୍ଧା ଝାରସୁଗଡା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର : ଖରା ବଢାଇ ଲାଣି ଟେନସନ୍ । ଦିନକୁ ଦିନ ଉପରମୁହାଁ ପାରଦ । ମୁଣ୍ଡ ଫଟା ଖରାରେ ହନ୍ତସନ୍ତ ଲୋକେ। ଦିନ ଦୁଇଟା ୩୦ ସୁଦ୍ଧା ଝାରସୁଗଡା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏଠାରେ ତାପମାତ୍ରା ୪୧.୮ ଡ଼ିଗ୍ରୀ ରେକର୍ଡ କରାଯାଇଛି । ୩୯.୮ ଡ଼ିଗ୍ରୀ ସହ ରାଉରକେଲା ଦ୍ବିତୀୟରେ ରହିଛି । ସେହିଭଳି ହୀରାକୁଦ ୩୮.୪ ଡ଼ିଗ୍ରୀ, କେନ୍ଦୁଝର ୩୭.୪ ଡ଼ିଗ୍ରୀ, ଚାନ୍ଦବାଲି ୩୭.୪ ଡ଼ିଗ୍ରୀ ପାରଦ ରେକର୍ଡ କରାଯାଇଛି । ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ଅକଳନ କରାଯାଉଛି  । ସେପଟେ ପାଞ୍ଚ ଜିଲାରେ ଅଧିକ ଖରା ସହିତ ରେଡ୍ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର  । ଝାରସୁଗୁଡ଼ା, କଳାହାଣ୍ଡି, ସମ୍ବଲପୁର , ସୋନପୁର ଓ ବୌଦ୍ଧ କୁ ରେଡ୍ ଓ୍ବାର୍ଣ୍ଣିଂରେ ଥିବା ବେଳେ ଅନୁଗୁଳ, ସୁନ୍ଦରଗଡ଼, ବଲାଙ୍ଗିର କୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି  । ଏହା ଛଡା ରାଜ୍ୟର ଆଉ ୧୫ଟି ଜିଲା ମୟୂରଭଞ୍ଜ, ଭଦ୍ରକ, ଢେଙ୍କାନାଳ, ବଲାଙ୍ଗୀର, ଗଜପତି, କେନ୍ଦୁଝର, କେନ୍ଦ୍ରାପଡା, ପୁରୀ,ଗଞ୍ଜାମ ଆଦି ଜିଲ୍ଲାକୁ ଏଲୋ ଓ୍ବେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

କବି ରମାକାନ୍ତ ରଥଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଭୁବନେଶ୍ବର: ବିଶିଷ୍ଟ କବି ରମାକାନ୍ତ ରଥଙ୍କ ବିୟୋଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକବାର୍ତ୍ତାରେ ସେ କହିଛନ୍ତି, ପଦ୍ମଭୂଷଣ ସ୍ଵର୍ଗତ ରଥ ଭାରତୀୟ ସାହିତ୍ୟ ଜଗତର ଜଣେ ସଫଳ ସ୍ରଷ୍ଟା। ତାଙ୍କର ସୃଷ୍ଟି ସମ୍ଭାର ତାଙ୍କ ପାଇଁ ଅନେକ ଯଶ ଓ ସମ୍ମାନ ଆଣିଦେଇଥିଲା ।

ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟ ପାଇଁ ସେ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବେ। ଜଣେ ବିଜ୍ଞ ତଥା ଦକ୍ଷ ପ୍ରଶାସକ ଭାବରେ ମଧ୍ୟ ରମାକାନ୍ତ ରଥଙ୍କର ବିଶେଷ ସୁନାମ ରହିଥିଲା। ତାଙ୍କର ବିୟୋଗ ସାହିତ୍ୟ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ସ୍ବର୍ଗତ ରଥଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ନବୀନ ପଟ୍ଟନାୟକ ଗଭୀର ସମବେଦନା ଜଣେଇଛନ୍ତି।

୨୨ ଦିନରେ ତେଲଙ୍ଗାନା ଶ୍ରୀସାଇଲାମ ବାମ କେନାଲ ରେସ୍କ୍ୟୁ ଅପରେସନ, ମିଳିନି ସୁଫଳ

ହାଇଦ୍ରାବାଦ: ତେଲଙ୍ଗାନା ଶ୍ରୀସାଇଲାମ ବାମ କେନାଲ ବା ଏସଏଲବିସିରେ ଚାଲିଥିବା ରେସ୍କ୍ୟୁ ଅପରେସନ ପହଞ୍ଚିଛି ୨୨ଦିନରେ। ଅତ୍ୟାଧୁନିକ ରୋବୋଟିକ ଟେକ୍ନୋଲୋଜି ଜରିଆରେ ଅପରେସନ ଚାଲିଥିଲେ ବି ମିଳିନି ସୁଫଳ। ଅଟୋମେଟିକ ହାଇଡ୍ରୋଲିକ ପାୱାରଡ ରୋବୋଟ ଜରିଆରେ ଚାଲିଛି ଉଦ୍ଧାର କାର୍ଯ୍ୟ। ଏହା ସହ ଉଦ୍ଧାର କାର୍ଯ୍ଯରେ ନିୟୋଜିତ ହୋଇଛି ଲିକ୍ଯୁଡ ରିଙ୍ଗ ଭାକ୍ୟୁମ ପମ୍ପ। ରେସ୍କ୍ୟୁ ଅପରସେନ ଟିମ ସହ ଆଲୋଚନା କରିଛନ୍ତି ବିପର୍ଯ୍ୟୟ ପରିଚାଳନା ବିଭାଗ ସ୍ବତନ୍ତ୍ର ମୁଖ୍ୟ ସଚିବ ଅରବିନ୍ଦ କୁମାର।

ଘଟଣାସ୍ଥଳରେ ବି ନଗରକୁର୍ଣ୍ଣୋଲ ଜିଲ୍ଲାପାଳ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତି। ଉଦ୍ଧାର ଲାଗି ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେଇଛନ୍ତି। ଗତ ଫେବ୍ରୁଆରୀ ୨୨ ତାରିଖରେ ସୁଡ଼ଙ୍ଗର ଏକ ଅଂଶ ଭୁଶୁଡ଼ି ପଡ଼ିବା ପରେ ୭ ଜଣ ସୁଡ଼ଙ୍ଗ ଭିତରେ ଫସି ରହିଛନ୍ତି। ଦୀର୍ଘ ୨୨ ଦିନ ଧରି ଆର୍ମୀ, ଏନଡିଆରଏଫ, ଏସଡିଆରଏଫ, ଏଚଆରଡିଡି, ସିଙ୍ଗରେନି କୋଲିଏରି ପକ୍ଷରୁ ଉଦ୍ଧାର ଜାରି ରହିଛି। ଗତ ମାର୍ଚ୍ଚ ୯ ତାରିଖରେ ଗୁରୁପ୍ରୀତ ସିଂ ନାମକ ଟିବିଏମ ଅପରେଟରଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଅନ୍ୟ ଯେଉଁ ୭ ଜଣ ଟନେଲ ଭିତରେ ଫସିଛନ୍ତି ସେମାନେ ହେଲେ ୟୁପିର ମନୋଜ କୁମାର, ଜାମ୍ମୁ ଓ କାଶ୍ମୀରର ସନ୍ନି ସିଂ, ପଞ୍ଜାବର ଗୁରୁପ୍ରୀତ ସିଂ, ଝାଡ଼ଖଣ୍ଡର ସନ୍ଦୀପ ସାହୁ, ଜେଗତା କେସ୍ ଓ ଅନୁଜ ସାହୁ ପ୍ରମୁଖ।…

ପାକିସ୍ତାନରେ ପୁଣି ମାତିଲେ ବଲୁଚ ଲିବରେସନ ଆର୍ମି, ୭ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ

ନନ୍ଦଘୋଷ ବ୍ୟୁରୋ: ପାକିସ୍ତାନରେ ପୁଣି ମାତିଲେ ବଲୁଚ ଲିବରେସନ ଆର୍ମି । ଆକ୍ରମଣରେ ୭ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ, ୨୧ ଆହତ । କ୍ବେଟାରୁ ତଫତାନ ଯିବାବେଳେ ସେନା ଗାଡି ଉପରେ ହମଲା ହୋଇଛି । ଆକ୍ରମଣ ଲାଗି ନିଜକୁ ଦାୟୀ କରିଛି ବଲୁଚ ଲିବରେସନ ଆର୍ମି । ଘଟଣାସ୍ଥଳରେ ଚାଲିଛି ଆର୍ମିର ରେସ୍କ୍ୟୁ ଅପରେସନ । ଆକ୍ରମଣସ୍ଥଳରେ ଆର୍ମିର ହେଲିକପ୍ଟର ମଧ୍ୟ ମୁତୟନ ହୋଇଛି । ଆକ୍ରମଣସ୍ଥଳକୁ ଘେରାବନ୍ଦୀ କରି ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।

ସେପଟେ ଏହି ଆକ୍ରମଣରେ ୯୦ ପାକିସ୍ତାନୀ ସୈନିକ ନିହତ ହୋଇଥିବା ଦାବି କରିଛି ବିଏଲଏ । ବଲୁଚ ଲିବରେସନ ଆର୍ମିର ମାଜିଦ ବ୍ରିଗେଡ ପକ୍ଷରୁ ଆକ୍ରମଣ ହୋଇଛି । ଆକ୍ରମଣରେ ବିଏଲଏର ଅନ୍ୟ କିଛି ସଂଗଠନର ହାତ ମଧ୍ୟ ରହିଛି ।

ହୋଲିରେ ତେଜ ପ୍ରତାପଙ୍କ ଆଦେଶରେ ନାଚିଥିବା ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ପାଟନା: ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ବିହାରର ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପ ଯାଦବଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହୋଲି ଦିନ ସେ ତାଙ୍କ ଅଙ୍ଗରକ୍ଷୀ କନେଷ୍ଟବଳ ଦୀପକଙ୍କୁ ୟୁନିଫର୍ମପିନ୍ଧି ନୃତ୍ୟ କରିବାକୁ କହିଥିଲେ, ଏବେ ତାଙ୍କୁ ପାଟନା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଦାୟିତ୍ୱରୁ ହଟାଇ ଦେଇଛନ୍ତି। ଭିଡିଓ ଭାଇରାଲ ହେବା ପରେ ବିହାର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି,କନେଷ୍ଠବଲଙ୍କୁ ସ ତେଜପ୍ରତାପ ଯାଦବଙ୍କ ସୁରକ୍ଷା ଦାୟିତ୍ୱରୁ ହଟାଇବା ସହିତ ତାଙ୍କୁ ଲାଇନ ହାଜିର କରିଛି । ସୂଚନାଯୋଗ୍ୟ ଯେ,ତେଜପ୍ରତାପଙ୍କ କହିବାରେ ଏହି କନେଷ୍ଟବଲ ଜଣକ ୟୁନିଫର୍ମ ପିନ୍ଧି ଡ୍ୟାନ୍ସ କରିଥିଲେ ।

ପାଟନାସ୍ଥିତ ବରିଷ୍ଠ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ବିଧାୟକ ତେଜପ୍ରତାପ ଯାଦବଙ୍କ ନିର୍ଦ୍ଦେଶକ୍ରମେ ଅଙ୍ଗରକ୍ଷୀ ଦୀପକ କୁମାର ୟୁନିଫର୍ମ ପିନ୍ଧି ନୃତ୍ୟ କରୁଥିବା ନଜରକୁ ଆସିବା ପରେ ଅଙ୍ଗରକ୍ଷୀ କନେଷ୍ଟବଳ ଦୀପକ କୁମାରଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ଅନ୍ୟ ଜଣେ କନଷ୍ଟେବଳଙ୍କୁ ଅଙ୍ଗରକ୍ଷୀ ଭାବେ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭିଡିଓ ଭାଇରାଲ ହେଲାପରେ..

ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜପ୍ରତାପ ଯାଦବ ସୋମବାର ତାଙ୍କ ଅଙ୍ଗରକ୍ଷୀ ଦୀପକ ଯାଦବଙ୍କୁ ତାଙ୍କ ବାସଭବନରେ ଆୟୋଜିତ ହୋଲି ଉତ୍ସବରେ ନୃତ୍ୟ କରିବାକୁ କହିଥିଲେ। ତେଜ ପ୍ରତାପ ଯାଦବ ଗୀତ ଗାଇ ତାଙ୍କୁ ଡ୍ୟାନ୍ସ କରିବାକୁ କହିଥିଲେ । ଏଥିସହିତ ନ ନାଚିଲେ ତାଙ୍କୁ ନିଲମ୍ବିତ କରାଯିବ ବୋଲି ଧମକ ଦେଇଥିଲେ।

ସ୍ପଷ୍ଟୀକରଣ ଦେଲେ ତେଜ ପ୍ରତାପ

ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଏବଂ ଅନ୍ୟ ରାଜନୈତିକ ଦଳମାନେ ଆରଜେଡିକୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ । ତେଜ ପ୍ରତାପ ମଧ୍ୟ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ବିଜେପି ଓ ଆରଏସଏସ ହୋଲି ପର୍ବକୁ ଘୃଣାର ଏକ ନୂଆ ରଙ୍ଗ ଦେଇଛନ୍ତି ବୋଲି ସେ କହିଥିଲେ। ହୋଲି ପର୍ବ ପାଳନରେ ରାଜନୀତି କରିବା ସେମାନଙ୍କ ଧର୍ମ ପାଲଟିଛି। ଖୁବଶୀଘ୍ର ଦେଶବାସୀ ସେମାନଙ୍କୁ ଶିକ୍ଷା ଦେବେ ।

ବିଜେପିର ଆକ୍ରମଣ

ଏହି ଭିଡିଓକୁ ନେଇ ତେଜ ପ୍ରତାପଙ୍କ ଉପରେ ରାଜନୈତିକ ଆକ୍ରମଣ ହୋଇଥିଲା। ବିଜେପି ମୁଖପାତ୍ର ଶେହଜାଦ ପୁନାୱାଲା କହିଛନ୍ତି, ପିତାଙ୍କ ଭଳି ପୁଅ । ଆଗରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭାବେ ବାପା ନିଜ ନିର୍ଦ୍ଦେଶରେ ଆଇନକୁ ନୃତ୍ୟ କରିବାକୁ ବାଧ୍ୟ କରି ବିହାରକୁ ଜଙ୍ଗଲରାଜରେ ପରିଣତ କରିଥିଲେ। ଏବେ କ୍ଷମତାରୁ ଦୂରେଇ ରହିବା ସତ୍ତ୍ୱେ ପୁଅ ଧମକ ଓ ଚାପରେ ଆଇନ ଓ ଆଇନ ରକ୍ଷକଙ୍କୁ ନିଜ ନିର୍ଦ୍ଦେଶରେ ନାଚିବାକୁ ଚେଷ୍ଟା କରୁଛନ୍ତି।

ସ୍ମାର୍ଟ ନଗରରେ ସ୍ମାର୍ଟ ମର୍ଡର, ସରକାର ନିଦ୍ରାରେ : ଅରୁଣ ସାହୁ

ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ । ହୋଲିରେ ଶାନ୍ତି ଶୃଙ୍ଖଳା ରଖିବେ ବୋଲି ସରକାର ବହୁତ ନାରାବାଜି କରିଥିଲେ । ରାଜ୍ୟରେ ବିଭିନ୍ନ ସ୍ଥାନରେ ପାଞ୍ଚଟି ହତ୍ୟାକାଣ୍ଡ ସହ ଏକାଧିକ ହିଂସାକାଣ୍ଡରେ ଲୋକେ ଆହତ ହୋଇଛନ୍ତି । ମହାନଗର ନିଗମରେ ମହା ମର୍ଡର ଓ ସ୍ମାର୍ଟ ନଗରରେ ସ୍ମାର୍ଟ ମର୍ଡର ହୋଇଛି । ସରକାର ନିଦ୍ରାରେ ଅଛନ୍ତି । ଶତାଧିକ ହତ୍ୟାକାଣ୍ଡ ଏହି ୯ ମାସରେ ଘଟିଗଲାଣି ।

ଏହା ସରକାରଙ୍କ ଦୁର୍ବଳତାକୁ ପଦାରେ ପକାଇଛି । ସରକାର ଦୁର୍ବଳତାକୁ ଜାଣି ଅପରାଧୀ ଏହି ସରକାର ସମୟରେ ଅପରାଧ ଘଟାଉଛନ୍ତି । ହୋଲିକୁ ଅପରାଧରେ ଅପବିତ୍ର କରିଛନ୍ତି ସରକାର । ବିଧାନସଭା ଓ ଗୃହ ବାହାରେ ଆଇନ ଶୃଙ୍ଖଳା କଥା ସବୁବେଳେ ଉଠୁଛି । ଶକ୍ତ ହୁଅନ୍ତୁ ସରକାର ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ

ଭୁବନେଶ୍ବର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ରାମ ଚନ୍ଦ୍ର କାଡାମ । କହିଲେ, ନୂଆ ସରକାର ଆଠ ମାସରେ ଆଇନ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କରିଦେଇଛି । ଯାହାର ଉଦାହରଣ ହୋଲିରେ ଦେଖା ଦେଇଛି । ହୋଲିରେ ରାଜ୍ୟର ବିଭିନ୍ନ ସ୍ଥାନରେ ହତ୍ୟାକାଣ୍ଡ ହୋଇଛି । ଏଭଳି କି ରାଜଧାନୀ ଭୁବନେଶ୍ୱରରେ ବି ଦୁଇ ଜଣଙ୍କ ମୁଣ୍ଡ ଗଡ଼ିଛି ।

ଏହାସହ ରାଜ୍ୟରେ ମା’ ଓ ଉଭଣୀମାନେ ଅସୁରକ୍ଷିତ ବୋଲି ରାମଚନ୍ଦ୍ର ଅଭିଯୋଗ କରିଛନ୍ତି । ସରକାର ନାରୀ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ଆଣିବା ସହ ମୁଖ୍ୟମନ୍ତ୍ରୀ ନାରୀ ସୁରକ୍ଷା ପାଇଁ ଗୃହରେ ପ୍ରତିଶୃତି ଦେବାକୁ ସେ ଦାବି କରିଛନ୍ତି । ଆସନ୍ତାକାଲି ବି କଂଗ୍ରେସ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଆନ୍ଦୋଳନ ଜାରି ରଖିବ ବୋଲି ରାମଚନ୍ଦ୍ର କାଡାମ କହିଛନ୍ତି ।…