spot_img
Home Blog Page 1176

ଦୋଳ ମେଲଣ ଉତ୍ସବ,ରୋଷଣୀରେ ସୁସଜ୍ଜିତ ବିମାନରେ ବିଜେ କଲେ ଦୋଳ ଗୋବିନ୍ଦ

ନନ୍ଦିଘୋଷ ବ୍ୟୁରୋ : ରଙ୍ଗବେରଙ୍ଗର ସୁସଜ୍ଜିତ ବିମାନରେ ଆସୁଛନ୍ତି ଦୋଳ ଗୋବିନ୍ଦ । ବାଜାବାଣ ରୋଷଣୀରେ ମେଳଣ ପଡ଼ିଆକୁ ବିଜେ କରୁଛନ୍ତି ରାଧା କୃଷ୍ଣଙ୍କ ଚଳନ୍ତି ପ୍ରତିମା । ମେଳଣ ପଡ଼ିଆରେ ଲାଗିଛି ହଜାର ହଜାର ଲୋକ ଭିଡ । ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ବ୍ରାହ୍ମଣଗାଁରେ ପାଳିତ ହୋଇଛି ମେଳଣ ଉତ୍ସବ । ଏହି ମେଳଣ ଉତ୍ସବ ୧୪୮୫ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇ ଚଳିତ ବର୍ଷ ୫୨୫ ବର୍ଷରେ ପଦାର୍ପଣ କରିଛି । ପାଞ୍ଚଟି ବିମାନକୁ ନେଇ ଆରମ୍ଭ ହୋଇ ଥିବା ମେଳଣ ଉତ୍ସବ ୪୨ଗୋଟି ବିମାନରେ ପହଞ୍ଚିଛି । ଦିଅଁ ଦର୍ଶନ ସହିତ ସୁସଜ୍ଜିତ ବିମାନ ଦେଖିବାକୁ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ୨ ଦିନ ଧରି ଆୟୋଜିତ ହୋଇଥିବା ଏହି ଭାଇ ଚାରାର ମେଳଣରେ ଉଭୟ ହିନ୍ଦୁ ଓ ମୁସଲିମ ସମ୍ପ୍ରଦାୟର ଲୋକେ ସାମିଲ ହୋଇଥିଲେ । ଏହି ଅବସରରେ ବହୁ ଉଠା ଦୋକାନ ଲାଗିଥାଏ ।

ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଛି ଦୋଳ ପୂର୍ଣ୍ଣିମା । ରୋଷଣୀରେ କାନ୍ଧରେ ଆସୁଛନ୍ତି ଦୋଳ ଗୋବିନ୍ଦ । ସାମିଲ୍ ହୋଇଛନ୍ତି ଉଭୟ ହିନ୍ଦୁ ମୁସଲିମ୍ । ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଶଗଡା ପଞ୍ଚାୟତ ରେଂଘାଳୋ ଠାରେ ପବିତ୍ର ଦୋଳ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ଦୁଇଟି ସୁସଜିତ ବିମାନରେ ରାଧାକୃଷ୍ଣଙ୍କ ଚଳନ୍ତି ପ୍ରତିମା ଗାଁ ପରିକ୍ରମା କରିବା ସହିତ ଚରେରୀରେ ଭୋଗ ଖାଇଥିଲେ । ଦୋଳପୂର୍ଣ୍ଣିମା ପାଇଁ ଉଭୟ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ବନ୍ଧୁ ବାନ୍ଧବ ଘରକୁ ନିମନ୍ତ୍ରତ ହୋଇ ଏହି ପର୍ବରେ ସାମିଲ ହୁଅନ୍ତି । ଅନେକ ବର୍ଷରୁ ଏହି ନିଆରା ଭାଇଚାରା ପରମ୍ପରା ଚାଲିଆସୁଛି । ତେବେ ଦୋଳ ପୂର୍ଣ୍ଣିମାରେ ଦୋଳ ଗୋବିନ୍ଦଙ୍କୁ ରୋଷଣୀରେ ପାଛୋଟି ଆଣୁଥିବା ବେଳେ ପରସ୍ପର ମଧ୍ୟରେ ଅବିର ଲଗାଇ ହୋଲି ଖେଳିଥିଲେ । ଏହାପରେ ଦୋଳବେଦୀକୁ ବିରାଜମାନ କରିଥିଲେ ରାଧାକୃଷ୍ଣ।

ଗଞ୍ଜାମ ଜିଲ୍ଲାର ଆସିକା ବ୍ଳକ ଭେଟନଇ ଗାଁ ନିକଟ ମାଆ କଙ୍କଣ ଦେବୀଙ୍କ ପୀଠରେ ଦୋଳ ଯାତ୍ରା ପାଳିତ ହୋଇଯାଇଛି । ଦୋଳ ପୂର୍ଣ୍ଣମାରେ ନାମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ମାଆ କଙ୍କଣ ଦେବୀଙ୍କ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଲୋକ କଥା ଅନୁଯାୟୀ ଘୁମୁସରର ଭଞ୍ଜବଂଶିୟ ରଜତନ୍ତ୍ର ସମୟରୁ ଏଠାରେ ବିରାଟ ପ୍ରସ୍ତର ଖଣ୍ଡ ରୂପରେ କଙ୍ଗଣ ଦେବୀ ପୂଜା ପାଇଆସୁଛନ୍ତି । ମାଆଙ୍କ ପାଖରେ ମାନସିକ ରଖି କୁଣ୍ଡାପୋଡ଼ ପିଠା ଓ ପଣାଭୋଗ କଲେ ହଜିଥିବା ଜିନିଷ ମିଳିଯାଏ ବୋଲି ବିଶ୍ଵାସ ରହିଛି । ବିରାଟ କାୟ ପଥର ଖଣ୍ଡଟି ଛୋଟିଆ ପଥର ଉପରେ ରହିଥିବାରୁ ସମସ୍ତଙ୍କୁ ଆଶ୍ଚଯ୍ୟ କରିଥାଏ ।

ସମ୍ବଲପୁରରେ ଘରୁ ଡାକିନେଇ ଯୁବକଙ୍କୁ ହାଣିଦେଲେ ଦୁବୃର୍ତ୍ତ

ସମ୍ବଲପୁର: ସମ୍ବଲପୁର ସାହୁ କଲୋନୀରେ ଯୁବକଙ୍କୁ ହତ୍ୟା । ଘରୁ ଡ଼ାକିଆଣି ଜଣେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି l ମୃତ ଯୁବକ ଆଦିତ୍ୟ ସାଲମା ବୋଲି ଜଣାପଡିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଅଭିଯୋଗ ହୋଇଛି । ଆଜି ଅପରାହ୍ନ ୩ ଟା ସମୟରେ ହୋଲି ଖେଳ ଚାଲୁଥିବା ବେଳେ କିଛି ଯୁବକ ଆଦିତ୍ୟଙ୍କୁ ତାଙ୍କ ଘର ନିକଟରୁ ଉଠାଇ ନେଇ ନିକଟ ହନୁମାନ ମନ୍ଦିର ପାଖରେ ଧାରୁଆ ଅସ୍ତ୍ରରେ ହତ୍ୟା କରି ଫେରାର ମାରିଛନ୍ତି ଦୁର୍ବୃତ୍ତ l ଯୁବକଙ୍କ ମୃତ୍ୟୁ ପରେ ସଦର ମେଡିକାଲରେ ଉତ୍ତେଜନା ଦେଖିବାକୁ ମିଳିଛି l ମେଡିକାଲରେ ଦୁଇ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି ।

ରାଜଧାନୀରେ ହୋଲି ଖେଳ ବେଳେ ଗଡିଲା ୨ ମୁଣ୍ଡ

ନନ୍ଦିଘୋଷ ବ୍ୟୁରୋ: ହୋଲିରେ ରାଜଧାନୀରେ ଗଡ଼ିଲା ୨ ମୁଣ୍ଡ । ଭୁବନେଶ୍ଵର ସହିତନଗର ସ୍ଥିତ ଶାନ୍ତିପଲ୍ଲୀ ବସ୍ତିରେ ହତ୍ୟାକାଣ୍ଡ ହୋଇଛି । ହୋଲି ଖେଳ ବେଳେ ବଚସା ପରେ ହୋଇଛି ହତ୍ୟାକାଣ୍ଡ । ହୋଲି ଖେଳ ବେଳେ ୪ଜଣ ଯୁବକ ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସେପଟେ ମଞ୍ଚେଶ୍ଵରରେ ହୋଇଛି ଆଉ ଏକ ହତ୍ୟା କାଣ୍ଡ । ହୋଲି ଖେଳ ବେଳେ ସମେଇଗାଡ଼ିଆରେ ଜଣେ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ପାକିସ୍ତାନ ଟ୍ରେନ ହାଇଜାକ୍ ଘଟଣା: ପଣବନ୍ଦୀ ଥିବା ୨୧୪ ସୈନ୍ୟଙ୍କୁ ହତ୍ୟା କଲେ ବଲୁଚ୍ ବିଦ୍ରୋହୀ

ନନ୍ଦିଘୋଷ ବ୍ୟୁରୋ:  ପାକିସ୍ତାନ ଟ୍ରେନ ହାଇଜାକ୍ ଘଟଣାରେ ପଣବନ୍ଦୀ ଥିବା ୨୧୪ ସୈନ୍ୟଙ୍କୁ ହତ୍ୟା। ଏହି ଦାବି କରିଛନ୍ତି ବଲୁଚ୍ ବିଦ୍ରୋହୀ । ୨୧୪ ଜଣ ପାକିସ୍ତାନୀ ସୈନ୍ୟଙ୍କୁ ହତ୍ୟା କରାଯାଇଥିବା ବଲୁଚ ଲିବରେସନ ଆର୍ମି ଘୋଷଣା କରିଛି । ଏଥିଲାଗି ପାକିସ୍ତାନ ଆର୍ମିକୁ ଦାୟୀ କରିଛି ବିଏଲଏ । ଗତ ମଙ୍ଗଳବାର ବଲୁଚ ବିଦ୍ରୋହୀମାନେ ଏକ ଟ୍ରେନକୁ ଅପହରଣ କରିନେଇଥିଲେ । କ୍ଵେଟାରୁ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସକୁ ସେମାନେ ହାଇଜାକ କରିନେଇଥିଲେ । ବୁଧବାର ପାକିସ୍ତାନ ସେନା ସମସ୍ତ ପଣବନ୍ଦୀଙ୍କୁ ଉଦ୍ଧାର କରାଯାଇଛି ବୋଲି ଘୋଷଣା କରିଥିଲା । ହେଲେ ପ୍ରକୃତରେ ତାହା ଏକ ଉଡ଼ା ଖବର କହି ଏହାକୁ ଖାରଜ କରିଥିଲା ବିଏଲଏ । ଟ୍ରେନ ଅପହରଣ ବେଳେ ସେଥିରେ ୪୫୦ରୁ ଅଧିକ ଯାତ୍ରା ଥିଲେ । ବୃଦ୍ଧ, ମହିଳା ଓ ପିଲାକୁ ଛାଡ଼ି ଦେଇଥିଲା ବୋଲି କହିଥିଲା। ତା ପରେ ୨୧୪ ପଣବନ୍ଦୀ ସୈନ୍ୟଙ୍କୁ ହତ୍ୟା କରିଥିବା ବିଏଲଏ ପକ୍ଷରୁ କୁହାଯାଇଛି। ସେମାନଙ୍କ ମୁକ୍ତି ପାଇଁ ପାକିସ୍ତାନ ପକ୍ଷରୁ କୌଣସି ଉଦ୍ୟମ ନ ହେବା, ବିଏଲଏର ସର୍ତ୍ତ ନ ମାନିବା ଯୋଗୁଁ ଚରମ ପଦକ୍ଷେପ ନିଆଯାଇଥିବା କହିଛି ବିଏଲଏ।

ଫେରିଲେ ଭାରତୀୟ ଛାତ୍ରୀ, ମହଙ୍ଗା ପଡିଲା ଆତଙ୍କବାଦୀ ସଂଗଠନ ହମାସକୁ ସମର୍ଥନ

ନନ୍ଦିଘୋଷ ବ୍ୟୁରୋ: ମହଙ୍ଗା ପଡିଲା ହମାସକୁ ସମର୍ଥନ । ଭାରତୀୟ ଛାତ୍ରୀ ରଞ୍ଜନୀ ଶ୍ରୀନିବାସନଙ୍କୁ ଫେରାଇ ଦେଲା ଆମେରିକା । ଏନେଇ ଘୋଷଣା କରିଛି ଆମେରିକାର ହୋମଲ୍ଯାଣ୍ଡ ସିକ୍ୟୁରିଟି ବିଭାଗ। ରଞ୍ଜନୀଙ୍କ ଭିସା ବାତିଲ ହେବା ପରେ ସ୍ବଦେଶ ଫେରିଛନ୍ତି କଲମ୍ବିଆ ୟୁନିଭର୍ସିଟିର ଛାତ୍ରୀ । କଲମ୍ବିଆ ୟୁନିଭର୍ସିଟିରେ ରଞ୍ଜନୀ ଅର୍ବାନ ପ୍ଲାନିଂରେ ଡକ୍ଟରେଟ କରୁଥିଲେ। ତେବେ ସେ ଆତଙ୍କବାଦୀ ସଂଗଠନ ହମାସକୁ ସମର୍ଥନ କରିବା ପରେ ତାଙ୍କ ଏଫ-୧ ଭିସା ରଦ୍ଦ ହୋଇଥିଲା। ଗତ ମାର୍ଚ୍ଚ ୫ରେ ରଞ୍ଜନୀଙ୍କ ଭିସାକୁ ବାତିଲ କରିଥିଲା ଆମେରିକ ବୈଦେଶିକ ବ୍ୟାପାର ବିଭାଗ । ସେପଟେ ଏଫ-୧ ଭିସା ଅବଧି ସରିବା ସତ୍ତ୍ବେ ଅଧିକ ଦିନ ରହିବା ଅଭିଯୋଗରେ ୱେଷ୍ଟବ୍ୟାଙ୍କର ଲିକା କୋର୍ଡିଆ ନାମକ ଜଣେ ଛାତ୍ରଙ୍କୁ ଗିରଫ କରାଯାଇଛି । ତେଣେ ବେଆଇନ ଇମିଗ୍ରେସନ ରୋକିବା ଲାଗି ଟ୍ରମ୍ପ ପ୍ରଶାସନର ନିଷ୍ପତ୍ତି କ୍ରମେ ୪୧ଟି ରାଷ୍ଟ୍ର ଉପରେ ଟ୍ରାଭେଲ ବ୍ୟାନ ଲଗାଯାଇଛି । ସେହି ଦେଶଗୁଡିକ ମଧ୍ୟରେ ରହିଛନ୍ତି ପାକିସ୍ତାନ, ଆଫଗାନିସ୍ତାନ, ଭୁଟାନ, ବେଲାରୁଷ ଆଦି ରାଷ୍ଟ୍ର । ଏହା ସହ ୧୦ ରାଷ୍ଟ୍ରଙ୍କୁ ରେଡ ଲିଷ୍ଟରେ ସାମିଲ କରାଯାଇଛି। ସେହି ରାଷ୍ଟ୍ରଗୁଡିକ ହେଲା ଆଫଗାନିସ୍ତାନ, କ୍ୟୁବା, ଇରାନ, ଲିବ୍ୟା, ନର୍ଥକୋରିଆ, ସୋମାଲିଆ, ସୁଦାନ, ସିରିୟା, ଭେନିଜୁଏଲା ଓ ୟେମେନ । ଏହି ଦେଶର ନାଗରିକଙ୍କ ଉପରେ ସମ୍ପୂର୍ଣ୍ଣ ଭିସା ବାତିଲ କରାଯାଇଛି ।

ଜେଲ ଗଲେ ବିଜେପି ନେତା

ଚାନ୍ଦବାଲି ; ପଦାରେ ପଡିଲା ବିଜେପି ଯୁବ ନେତାଙ୍କ କଳାକାରନାମା । ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ ସହ ଦୁଷ୍କର୍ମ ଉଦ୍ୟମ କରି ଜେଲ ଗଲେ ବିଜେପିର ସାଧାରଣ ସମ୍ପାଦକ ଅବଦୁଲ ଆହେଦ ଖାନ । ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ  ଧାମରା ଅଞ୍ଚଳରେ । ମହିଳାଙ୍କ ଅଭିଯୋଗ ମୁତାବକ ଧାମରା ଅଞ୍ଚଳରେ ଅଭିଯୁକ୍ତ ଜଣକ ଜେସିବି ଓ ଟ୍ରାକ୍ଟର କାମ କରୁଥିବା ବେଳେ ବଟି ମାଗିଥାନ୍ତି । ମହିଳା ଜଣଙ୍କ ବଟି ନଦେବାରୁ ତାଙ୍କ ଟ୍ରାକ୍ଟରକୁ କାମ ବନ୍ଦ କରିବା ସହ ତାଙ୍କ ଘରକୁ ଯାଇ ଦେଖାକରିଥିଲା ଅଭିଯୁକ୍ତ । ମହିଳାଙ୍କୁ ଏକୁଟିଆ ପାଇ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଅବଦୁଲର ଅଚାନକ ଏମିତି ବ୍ୟବହାର ଦେଖି ମହିଳା ଜଣକ ଜୋରରେ ଚିତ୍କାର କରିଥିଲେ । ପରିବାର ଲୋକ ପହଞ୍ଚି ଅବଦୁଲକୁ ମାଡ଼ ମାରିବା  ସହ ଥାନାର ଜିମା ଦେଇଥିଲେ ।  ପୋଲିସ ଅବଦୁଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଟ୍ରକ ଧକ୍କାରେ ଚାଲିଗଲା ୩ ଜଣଙ୍କ ଜୀବନ

ଚମ୍ପୁଆ : କେନ୍ଦୁଝର ଚମ୍ପୁଆ ଦୋଳିତା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଟ୍ରକ ଧକ୍କାରେ ଚାଲିଗଲା ୩ ଜଣଙ୍କ ଜୀବନ । ଘଟଣାସ୍ଥଳରେ ବାପାର ମୃତ୍ୟୁ ହୋଇଥିବା ବେଳେ, ମେଡିକାଲରେ ମାଆ ଓ ପୁଅର ଜୀବନ ଯାଇଛି। ସୂଚନା ଅନୁସାରେ, ଜ୍ବାଇଁ ଘରକୁ ଆସିଥିବା ବେଳେ, ବାପା-ମା ଓ ପୁଅକୁ ଧକ୍କା ଦେଇଥିଲା ଟ୍ରକ। ରିମୁଳି ପଟୁ ଦୃତ ଗତିରେ ଆସୁଥିବା ଟ୍ରକ ସାମ୍ନା ପଟୁ ବାଇକକୁ ଧକ୍କା ଦେଇଥିଲା। ଏହାକୁ ନେଇ ଦୋଳିତା ଛକରେ ଉତ୍ତେଜନା ପ୍ରକାଶ ପାଇଛି। ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଉତ୍ତ୍ୟକ୍ତ ଲୋକେ। ଖବରପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ମଣିଷ ଦେହରେ କାମ କଲା ‘ଆର୍ଟିଫିସିଆଲ ହାର୍ଟ’, ହସ୍ପିଟାଲରୁ ନେଲେ ଡିସଚାର୍ଜ

ନନ୍ଦିଘୋଷ ବ୍ୟୁରୋ : ଯଦି ଆପଣଙ୍କୁ କୁହାଯାଏ ଯେ ଆପଣ ଆର୍ଟିଫିସିଆଲ ହାର୍ଟ ସାହାଯ୍ୟରେ ମାତ୍ର ଗୋଟିଏ ଘଣ୍ଟା କିମ୍ବା ଗୋଟିଏ ଦିନ ବଞ୍ଚିପାରିବେ । ତେବେ ଆପଣ ବିଶ୍ୱାସ କରିପାରିବେ ନାହିଁ । କିନ୍ତୁ ଅଷ୍ଟ୍ରେଲିଆରେ ଜଣେ ବ୍ୟକ୍ତି ଆର୍ଟିଫିସିଆଲ ହାର୍ଟ ସାହାଯ୍ୟରେ ତିନି ମାସ ବଞ୍ଚିଥିଲେ। ଏବେ ସେ ବିଶ୍ୱର ପ୍ରଥମ ଏପରି ବ୍ୟକ୍ତି ହୋଇଯାଇଛନ୍ତି।

ଆର୍ଟିଫିସିଆଲ ହାର୍ଟ ସହିତ କେହି ବଞ୍ଚିପାରିବେ କି? ଏହା ଆପଣଙ୍କୁ ଟିକେ ଅଜବ ଲାଗିପାରେ, କିନ୍ତୁ ବିଶ୍ୱରେ ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତି ଆର୍ଟିଫିସିଆଲ ହାର୍ଟ ସହିତ ବଞ୍ଚିଥିଲେ। ଅଷ୍ଟ୍ରେଲିଆରେ ଜଣେ ବ୍ୟକ୍ତିଙ୍କୁ ଏକ ଟାଇଟାନିୟମ ହୃଦୟ ଦିଆଯାଇଥିଲା। ଏହି ଅସ୍ତ୍ରୋପଚାର ପରେ, ସେ ଏବେ ବିଶ୍ୱର ପ୍ରଥମ ବ୍ୟକ୍ତି ହୋଇଛନ୍ତି, ଯିଏ ଏକ  ଆର୍ଟିଫିସିଆଲ ହାର୍ଟ ସହିତ ସମୟ ବିତାଇଛନ୍ତି, ଏବେ ତାଙ୍କୁ ସୁରକ୍ଷିତ ଭାବରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।

ଏହି ବ୍ୟକ୍ତି ଏହି କୃତ୍ରିମ ହୃଦୟ ସହିତ ତିନି ମାସରୁ ଅଧିକ ସମୟ ଧରି ବଞ୍ଚିଥିଲେ। ଯେପର୍ଯ୍ୟନ୍ତ ତାଙ୍କର ଏକ ଦାନ କରାଯାଇଥିବା ମାନବ ହୃଦୟରେ ଅସ୍ତ୍ରୋପଚାର ହୋଇନଥିଲା। ଅଷ୍ଟ୍ରେଲିଆର ସିଡନୀର ସେଣ୍ଟ ଭିନସେଣ୍ଟ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ବର୍ତ୍ତମାନ, ସେ ସୁସ୍ଥ ହେଉଛନ୍ତି। ବିଭାକର୍ ନାମକ ଏହି ଡିଭାଇସ ପାଇବାରେ ଏଡି ଅଷ୍ଟ୍ରେଲୀୟ ବ୍ୟକ୍ତି ହେଉଛନ୍ତି ବିଶ୍ୱର ଷଷ୍ଠ ବ୍ୟକ୍ତି। କିନ୍ତୁ ସେ ପ୍ରଥମ ବ୍ୟକ୍ତି ଯିଏ ଏକ ମାସରୁ ଅଧିକ ସମୟ ପାଇଁ ଏକ ଆର୍ଟିଫିସିଆଲ ହାର୍ଟ ସହିତ ବଞ୍ଚିଛନ୍ତି।

ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଥିବା ମୋନାସ୍ ବିଶ୍ୱବିଦ୍ୟାଳୟର ଭିକ୍ଟୋରିଆନ୍ ହାର୍ଟ ଇନଷ୍ଟିଚ୍ୟୁଟର ହୃଦରୋଗ ସର୍ଜନ ଜୁଲିଆନ୍ ସ୍ମିଥ୍ କହିଛନ୍ତି ଯେ ଏହି କ୍ଷେତ୍ରରେ ପ୍ରକୃତରେ ଭଲ ବିକାଶ ହୋଇଛି। ସିଡନୀ ବିଶ୍ୱବିଦ୍ୟାଳୟର ଜଣେ ଭାସ୍କୁଲାର ସର୍ଜନ ସାରା ଆଟକିନ୍ କହିଛନ୍ତି ଯେ ଏହା ଏକ ଅବିଶ୍ୱସନୀୟ ନୂତନ ବିକାଶ । କିନ୍ତୁ ସେ ଏହା ବିଷୟରେ ଅଧିକ କିଛି କହିବା ସ୍ଥିତିରେ ନଥିଲେ। ଆଟକିନ୍ କହିଛନ୍ତି ଯେ ଏହି ପ୍ରକାରର ଗବେଷଣା କରିବା ପ୍ରକୃତରେ ଚ୍ୟାଲେଞ୍ଜିଂ। କାରଣ ଏହା ବହୁତ ମହଙ୍ଗା ଏବଂ ଏଥିରେ ଜଡିତ ଅସ୍ତ୍ରୋପଚାର ବହୁତ ବିପଦପୂର୍ଣ୍ଣ। ଏହି ଉପକରଣଟି ହୃଦଘାତ ଥିବା ଲୋକଙ୍କ ପାଇଁ ଏକ ଅସ୍ଥାୟୀ ପଦକ୍ଷେପ ଭାବରେ ବ୍ୟବହୃତ ହୁଏ। ବିଶେଷକରି ସେହି ଲୋକମାନେ ଯେଉଁମାନେ ହୃଦ୍ ପ୍ରତିରୋପଣ ପାଇଁ ଅନ୍ୟ କାହାର ହୃଦୟ ଦାନ କରିବାକୁ ଅପେକ୍ଷା କରିଛନ୍ତି।

BiVACOR ବାୟୋମେଡିକାଲ୍ ଇଞ୍ଜିନିୟର ଡାନିଏଲ୍ ଟିମ୍ସଙ୍କ ଦ୍ୱାରା ଉଦ୍ଭାବିତ ହୋଇଥିଲା। ସେ ଏହି ଡିଭାଇସ୍ ନାମରେ ଏକ କମ୍ପାନୀ ପ୍ରତିଷ୍ଠା କରିଥିଲେ। ଏହାର କାର୍ଯ୍ୟାଳୟ କାଲିଫର୍ନିଆର ହଣ୍ଟିଙ୍ଗଟନ୍ ବିଚ୍ ଏବଂ ଅଷ୍ଟ୍ରେଲିଆର ସାଉଥପୋର୍ଟରେ ଅଛି।

 

ସାଉଦି ଆରବରେ ପ୍ରବାସୀ ଓଡ଼ିଆ ପାଳିଲେ ହୋଲି ପର୍ବ

ନନ୍ଦିଘୋଷ ବ୍ୟୁରୋ ; ଆଜି ରଙ୍ଗର ପର୍ବ ହୋଲି । ଗାଁରୁ ସହର ଯାଏଁ ରଙ୍ଗ ଉତ୍ସବରେ ମସଗୁଲ  ସମସ୍ତେ  । ବିଦେଶରେ ମଧ୍ୟ ହୋଲି ପର୍ବ ପାଳନ କରାଯାଇଛି । ସାଉଦି ଆରବରେ ପ୍ରବାସୀ ଓଡ଼ିଆ ପାଳିଛନ୍ତି ହୋଲି ପର୍ବ । ସାଉଦି ଆରବର ବଡ ପର୍ବ ରମଜାନ ଚାଲିଥିବାରୁ ପ୍ରବାସୀ ଓଡ଼ିଆ ମାନେ ଜୁବେଲ ସିଟି ଠାରୁ ୪୦ କିଲୋମିଟର ଦୁରକୁ ଯାଇ ଏକ ଡେଜେର୍ଟ କ୍ୟାମ୍ପ ଠାରେ ରଙ୍ଗର ପର୍ବ ହୋଲିକୁ ଧୂମଧାମରେ  ପାଳନ କରିଛନ୍ତି । ସମସ୍ତେ ସମସ୍ତଙ୍କୁ ରଙ୍ଗ ଲଗେଇବା ସହ ଗୀତ ଓ ନାଚରେ ଝୁମିଛନ୍ତି । ଏହି ଅବସରରେ ଭୋଜିର ଆୟୋଜନ କରାଯାଇଥିଲା । ଛୋଟ ପିଲାମାନେ ଲୁଡୋ ମଧ୍ୟ ଖେଳିଥିଲେ । ଏଥିରେ ବିଭୁ ଦାସ, ବସନ୍ତ ସାହୁ, ବହିଦର ବାବୁ, ରବୀନ୍ଦ୍ର, ମନୋଜ, ସମ୍ବିତ, ମାନସ, ଭଗବାନଙ୍କ  ସମେତ ଅନେକ ପ୍ରବସୀ ଭାରତୀୟ ଯୋଗ ଦେଇଥିଲେ ।

୨୪ ଘଣ୍ଟା ମଧ୍ୟରେ ପୁଣି ପାକ୍ ସେନା ଉପରେ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ ; ୨୪ ଘଣ୍ଟା ମଧ୍ୟରେ ବେଲୁଚିସ୍ତାନରେ ପାକିସ୍ତାନୀ ସେନା ଉପରେ ଦ୍ୱିତୀୟ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଅନେକ ସୈନିକ ଆହତ ହୋଇଥିବା ବେଳେ ଅନେକଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଜଣାପଡିଛି। ପାକିସ୍ତାନୀ ସେନା ଉପରେ ଏହି ଆକ୍ରମଣ କେଚ୍ ଜିଲ୍ଲାରେ ହୋଇଥିଲା। ଆକ୍ରମଣକାରୀମାନେ ପାକିସ୍ତାନୀ ସେନା କନଭୟ ଉପରେ ବୋମା ମାଡ଼ କରିଥିଲେ। ଗତକାଲି, ଶୁକ୍ରବାର ଦିନ, ବାଲୁଚ୍ ସେନା ପାକିସ୍ତାନ ଦ୍ୱାରା ବନ୍ଧକ ରଖାଯାଇଥିବା ସମସ୍ତ ୨୧୪ ସୈନିକଙ୍କୁ ହତ୍ୟା କରିଥିଲା। ବେଲୁଚିସ୍ତାନ ଲିବରେସନ ଆର୍ମି କହିଛି, ସେମାନେ ପାକିସ୍ତାନୀ ସେନାକୁ କଏଦୀ ଅଦଳବଦଳ ପାଇଁ ୪୮ ଘଣ୍ଟାର ଅଲଟିମେଟମ୍ ଦେଇଛନ୍ତି। କିନ୍ତୁ ପାକିସ୍ତାନ ସେନା ଏବଂ ଶାହବାଜ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିଲା ନାହିଁ। ତାଙ୍କର ଜିଦ୍ ଯୋଗୁଁ, ୨୧୪ ଜଣ ସୈନିକଙ୍କର ମୃତ୍ୟୁ ହୋଇଥିଲା।

ଗତକାଲି ପାକିସ୍ତାନ ସେନା ଏକ ବିବୃତ୍ତି ଜାରି କରି କହିଛି ଯେ ବେଲୁଚିସ୍ତାନ ଟ୍ରେନ୍ ଆକ୍ରମଣରେ ନିହତ ୨୬ ଜଣ ବନ୍ଦୀଙ୍କ ମଧ୍ୟରୁ ୧୮ ଜଣ ସୁରକ୍ଷା କର୍ମୀ ଥିଲେ। ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ ନିର୍ଦ୍ଦେଶକ ଜେନେରାଲ ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ୍ ଚୌଧୁରୀ କହିଛନ୍ତି, ସେନା ଅପରେସନ ଆରମ୍ଭ କରିବା ପୂର୍ବରୁ ଆତଙ୍କବାଦୀମାନେ ୨୬ ଜଣ ବନ୍ଧକଙ୍କୁ ହତ୍ୟା କରିଥିଲେ। ୧୮ ଜଣ ସୁରକ୍ଷା କର୍ମୀଙ୍କ ବ୍ୟତୀତ, ଅନ୍ୟ ତିନି ଜଣ ସରକାରୀ ଅଧିକାରୀ ଏବଂ ପାଞ୍ଚ ଜଣ ସାଧାରଣ ନାଗରିକ ଅନ୍ତର୍ଭୁକ୍ତ ଥିଲେ।

ପାକିସ୍ତାନୀ ସେନା ଏହା ମଧ୍ୟ ଦାବି କରିଛି ଯେ ସୁରକ୍ଷା ବାହିନୀ ୩୦୦ ରୁ ଅଧିକ ଯାତ୍ରୀଙ୍କୁ ଉଦ୍ଧାର କରିବା ସହିତ ୩୩ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ପାକିସ୍ତାନୀ ସେନାର ଜଣେ ମୁଖପାତ୍ର କହିଛନ୍ତି ଯେ ମୋଟ ୩୫୪ ଜଣ ବନ୍ଦୀଙ୍କୁ ଉଦ୍ଧାର କରାଯାଇଛି । ଯେଉଁଥିରେ ୩୭ ଜଣ ଆହତ ଯାତ୍ରୀ ମଧ୍ୟ ଅଛନ୍ତି। ମଙ୍ଗଳବାର ଦିନ ବେଲୁଚିସ୍ତାନର ବୋଲାନ ଅଞ୍ଚଳରେ ୪୦୦ ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଜାଫର ଏକ୍ସପ୍ରେସ ଉପରେ ବିଏଲଏ ଆକ୍ରମଣ କରିଥିଲା ​​ଏବଂ ଯାତ୍ରୀମାନଙ୍କୁ ବନ୍ଧକ କରିଥିଲା।

ପ୍ରତିଦିନ ପରି, ମାର୍ଚ୍ଚ ୧୧ ତାରିଖରେ, ଜାଫର ଏକ୍ସପ୍ରେସ୍ କ୍ୱେଟାରୁ ପେଶାୱର ଅଭିମୁଖେ ଯାତ୍ରା କରିଥିଲା। ଟ୍ରେନରେ ୪୦୦ରୁ ଅଧିକ ଯାତ୍ରୀ ଥିଲେ। ଯେତେବେଳେ ଟ୍ରେନଟି ବାଲୋନ ପାହାଡ଼ର ଏକ ସୁଡ଼ଙ୍ଗ ଦେଇ ଯାଉଥିଲା । ସେତେବେଳେ ଆମ୍ବୁସ୍ ରେ ଶୋଇଥିବା ବାଲୁଚ୍ ସେନାର ଯୋଦ୍ଧାମାନେ ଏହା ଉପରେ ଆକ୍ରମଣ କରିଥିଲେ। ଏଥିରେ ୨୧ ଜଣ ଯାତ୍ରୀଙ୍କ ସମେତ ୫୮ ଜଣଙ୍କର ମୃତ୍ୟୁ ହୋଇଥିଲା।