spot_img
Home Blog Page 1190

ଅବହେଳିତ ଅବସ୍ଥାରେ ଯାଜପୁରର ପ୍ରସିଦ୍ଧ ବରାହ କ୍ଷେତ୍ର

ନନ୍ଦିଘୋଷ ବ୍ୟୁରୋ: ଯାଜପୁରର ପ୍ରସିଦ୍ଧ ବରାହ କ୍ଷେତ୍ର। ଐତିହାସିକ ଓ ପୁରାଣ କିମ୍ବଦନ୍ତି ବହନ କରୁଥିବା ଏହି ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ୱ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ହାତରେ ରହିଥିଲେ ବି ଆଜି ବି ରହିଛି ଅନେକ ସମସ୍ୟା। ଆର୍ଥିକ ଅଭାବରୁ ଦୈନିକ ନୀତିକାନ୍ତି ହେବା କଷ୍ଟକର ହୋଇପଡିଛି। ଏପରିକି ମୁଖ୍ୟ ମନ୍ଦିରରେ ଫାଟ ରହିଥିବା ବେଳେ ତାହା ମରାମତି ହେଉନାହିଁ। ଶ୍ରଦ୍ଧାଳୁଙ୍କ ସୁବିଧା ଲାଗି ପାନୀୟ ଜଳ ଶୈାଚାଳୟ କି ଆଶ୍ରୟ ସ୍ଥଳ ଟିଏ ନାହିଁ। ସେପଟେ ବରାହ କ୍ଷେତ୍ର ରେ ସମସ୍ଯା ସମଧାନ କରାଯିବ ବୋଲି କହିଛନ୍ତି ଯାଜପୁର ଅତିରିକ୍ତ ଜିଲ୍ଲପାଳ ।

ବୈତରଣୀ ନଦୀ କୂଳରେ ଅବସ୍ଥିତ ପୁରାତନ ବରାହ କ୍ଷେତ୍ର।  ମନ୍ଦିରରେ ପୁଜା ପାଉଛନ୍ତି ଯଜ୍ଞ ବରାହ, ଶ୍ୱେତ ବରାହ , ଲକ୍ଷ୍ମୀ ଓ ପ୍ରଭୁ ଜଗନ୍ନାଥ ।  ପୁରାଣ କିମ୍ବଦନ୍ତି ବହନ କରୁଥିବା ଏହି ମନ୍ଦିରର ସୁରକ୍ଷା ଦାୟିତ୍ୱ ନେଇଛି ଭାରତୀୟ ପ୍ରତ୍ନତତ୍ୱ ବିଭାଗ । କିନ୍ତୁ ସେବାୟତଙ୍କ ଅଭିଯୋଗ, ମାଗି ଯାଚି  ଦୈନିକ ରୀତି ନୀତି ଏବଂ ଭୋଗ କରିବାକୁ ପଡୁଛି। ମନ୍ଦିର ଦଧିନଉତି ଭାଙ୍ଗି ପାଣି ଗଳିଲାଣି। ମନ୍ଦିରରେ ଆଶ୍ରୟ ସ୍ଥଳ, ଶୈାଚାଳୟ, ପାନୀୟ ଜଳ ବ୍ଯବସ୍ଥା ହୋଇପାରିନି । ନାନା ଅସୁବିଧା କାରଣରୁ ଶ୍ରଦ୍ଧାଳୁ ଆସୁନାହାନ୍ତି କି ଠାକୁରଙ୍କ ନୀତିକାନ୍ତି ଠିକ ଭାବେ ହୋଇପାରୁନି । ମନ୍ଦିରର ଉନ୍ନତି ଲାଗି ପଦକ୍ଷେପ ନେବାକୁ ଶ୍ରଦ୍ଧାଳୁ ଓ ସେବାୟତ ଦାବୀ କରିଛନ୍ତି ।

ଜିଲ୍ଲା ମୁଖ୍ୟକାର୍ଯ୍ୟାଳୟ ଠାରୁ ମାତ୍ର ୨୦୦ ମିଟର ଦୂରରେ  ରହିଛି କ୍ଷେତ୍ର। ବରାହଙ୍କ  ସହ ଏଠାରେ ରହିଛି ହରଗୌରୀ, ସୂର୍ଯ୍ୟ ଦେବତା, ନବଗ୍ରହ , ବିମଳା ଦେବୀ , ବିଷ୍ଣୁ ଏବଂ ରାମ ମନ୍ଦିର ଭଳି ଅନେକ ଛୋଟ ବଡ ମନ୍ଦିର। ମନ୍ଦିରକୁ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ହେଲେ ପ୍ରଶାସନିକ ଉଦାସୀନତା ଓ ଅବହେଳା କାରଣରୁ ଯାଜପୁରର ଏହି ପୁରାତନ ବିଷ୍ଣୁ କ୍ଷେତ୍ର ଆଜି ଅବହେଳିତ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସେପଟେ ମନ୍ଦିର ସମସ୍ୟା ଦୂର କରିବା ଲାଗି ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଓ ତହସିଲ ସହ ଆଲୋଚନା କରାଯାଇ ପଦେକ୍ଷପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

 

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକା ଶୀତ

ନନ୍ଦିଘୋଷ ବ୍ୟୁରୋ:  ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକା ଶୀତ । ଉପାନ୍ତରୁ ଉପକୂଳ ସବୁଠି ରହିବ ଶୁଖିଲା ପାଗ । ଆଭ୍ୟନ୍ତରୀଣ ଓଡ଼ିଶାରେ ୧୦ ଡିଗ୍ରୀ ଉପରେ ରହିବ ତାପମାତ୍ରା । ଉପକୂଳରେ ୧୫ ଡିଗ୍ରୀରୁ ଅଧିକ ତାପମାତ୍ରା ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ଉପକୂଳ ଓଡ଼ିଶାରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା ଅଧିକ ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସ୍ବାଭାବିକ ଠାରୁ ୧ ରୁ ୨ ଡିଗ୍ରୀ ତାପମାତ୍ରା କମ୍ ରହିଛି । ଏଭଳି ପାଗ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଜାରି ରହିବ । ୪ ଦିନ ପରେ ରାଜ୍ୟରେ ପୁଣି ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ସେପଟେ ଆସନ୍ତା ଦୁଇ ଦିନ ପାଇଁ ଅତି ଘନକୁହୁଡି ନେଇ ୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ବିଶେଷ କରି ସୁନ୍ଦରଗଡ, ଢେଙ୍କାନାଳ, କଟକ, କଳହାଣ୍ଡି, କନ୍ଧମାଳ ଏବଂ କୋରାପୁଟକୁ ସତର୍କତା ଜାରି ହୋଇଛି । ଏହି ସବୁ ଜିଲ୍ଲାରେ ୨୦ ମିଟର କିମ୍ବା ଜିରୋ ଭିଜିବିଲିଟି ରହିବାର ସମ୍ଭାବନା ରହିଛି । ସେହିଭଳି ଖୋର୍ଦ୍ଧା, ଅନୁଗୁଳ, ଗଜପତି, ଗଞ୍ଜାମ, ରାୟଗଡା, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, କେନ୍ଦୁଝର ଏବଂ ମାଲକାନଗିରିରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଅନୁଭୂତ ହେବ । ଗତ ୨୪ ଘଣ୍ଟାରେ ରାଜ୍ୟର ୨ ଟି ସହରରେ ଶୀତ ଲହରୀ ଅନୁଭୁତ ହୋଇଛି । ପାହାଡିଆ ଅଞ୍ଚଳ ଭାବରେ ୭.୫ ଡିଗ୍ରୀ ସହ କୋରାପୁଟ ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବରେ ରେକର୍ଡ କରିଥିବା ବେଳେ ସମତଳ ଅଞ୍ଚଳ ଭାବରେ ଦାରିଙ୍ଗବାଡିରେ ୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ରାଉରକେଲାରେ ୧୦.୫, ନବରଙ୍ଗପୁରରେ ୧୦.୫, ଝାରସୁଗୁଡାରେ ୧୦.୮ ଏବଂ ଅନୁଗୁଳରେ ୧୧ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ବରରେ ୧୪.୫ ଏବଂ କଟକରେ ୧୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଟିଟିଲାଗଡ ମୁନସିପାଲିଟିର ବିଚିତ୍ର ନୀତି, ଟେଲିଫୋନ ଖୁଣ୍ଟରେ ଲାଗୁଛି ବିଜୁଳି ବତୀ

ନନ୍ଦିଘୋଷ ବ୍ୟୁରୋ: ଟିଟିଲାଗଡ ମୁନସିପାଲିଟିର ବିଚିତ୍ର ନୀତି । ଟେଲିଫୋନେ ଖୁଣ୍ଟରେ ଲାଗୁଛି ବିଜୁଳି ବତୀ । ସହରର ବିଭିନ୍ନ ସ୍ଥାନରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଥିବା ବେଳେ ମୁନସିପାଲିଟି ତରଫରୁ ଅବ୍ୟବହୃତ ଟେଲିଫୋନ ଖୁଣ୍ଟ ସଂଗ୍ରହ କରି ସେହି ଖୁଣ୍ଟରେ ଲାଇଟ୍ ଲଗାଯାଇଛି। ଏହା ମୁନସିପାଲିଟି ଦ୍ବାରା ହେଉଥିବା ଦୁର୍ନୀତି ବୋଲି ସ୍ଥାନୀୟ ଲୋକେ କହିବା ସହିତ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି।

ଟିଟିଲାଗଡରେ  ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଚାଲିଛି ସହରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ। ହେଲେ କାମ ଅତି ନିମ୍ନ ମାନର ହେଉଥିବା ଅଭିଯୋଗ କରିଛନ୍ତି ଟିଟିଲାଗଡ ବାସୀ। ବିଜୁ ଜନତା ଦଳର ଶାସନ ସମୟରେ ଖେଳକୁଦ କରିବା ଓ ବ୍ୟାୟମ ପାଇଁ ଜିମ୍ ସାମଗ୍ରୀ ବିଭିନ୍ନ ଅଞ୍ଚଳରେ ଲଗାଇବା ପାଇଁ ଦିଆଯାଇଥିଲା। ବ୍ୟାୟମ ସାମଗ୍ରୀ ବ୍ୟବହାର ନହୋଇ ଖୋଲା ଆକାଶ ତଳେ ପଡି ପଡି କଳଙ୍କି ଖାଉଛି। ସହର ମଧ୍ୟଭାଗରେ ରହିଛି ‘ମୁଡା ବନ୍ଧ’।  ବନ୍ଧ ହିଡରେ ପେଭର୍ ବ୍ଲକ ପକାଇବା ସହିତ ଆଲୋକିକରଣ ପାଇଁ ପଦକ୍ଷେପ ନିଆଯାଉଛି। କାମ ବର୍ତ୍ତମାନ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଏହି ସ୍ଥାନ ରେ ଲାଗିଥିବା ପେଭର୍ ବ୍ଲକ ଗୁଡିକ ଭାଙ୍ଗିବା ସହିତ ଅନେକ ସ୍ଥାନ ରେ ଦବି ଗଲାଣି । ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ଟେଲିଫୋନ ଖୁଣ୍ଟ ନେଇ “ମୁଡା ବନ୍ଧ “ ହିଡ଼ ରେ ଲଗାଇବା ସହିତ ଟେଲିଫୋନ ଖୁଣ୍ଟ ରେ LED ଲାଇଟ୍ ଲଗାଯାଇଛି।

ଏନେଇ ପଚରାଉଚରା କରିବାରୁ,  ଟେଲିଫୋନ ଖୁଣ୍ଟ କୌଣସି ବିଭାଗ କିମ୍ବା ବ୍ୟକ୍ତି କୁ ଦିଆଯାଇନାହିଁ ଯଦି କେହି ନେଇଛନ୍ତି ତାହେଲେ ଚୋରି କରିକି ନେଇଛନ୍ତି ବୋଲି କହିଛନ୍ତି  ବିଏସଏନଏଲ ଏସଡିଓ। ଟିଟିଲାଗଡର ବିଭିନ୍ନ ସ୍ଥାନରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି ହେଲେ ବଜେଟ୍ କମ ଥିବାରୁ ଟେଲିଫୋନ ବିଭାଗର ଖୁଣ୍ଟ ନେଇ ଆଲୋକିକରଣ କାର୍ଯ୍ୟରେ ଲଗାଯାଇଛି ବୋଲି ଟିଟିଲାଗଡ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି। ସ୍ଥାନୀୟ ଲୋକେ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି। ସମସ୍ଯା ସମାଧାନ ନହେଲେ ସ୍ଥାନୀୟ ଲୋକେ ଆଗାମୀ ଦିନରେ ଆନ୍ଦୋଳନର ଧମକ ଦେଇଛନ୍ତି।

 

ରୋହିତଙ୍କ ପରେ କିଏ ହେବେ ଟିମ ଇଣ୍ଡିଆର ଅଧିନାୟକ ? ଦୌଡ଼ରେ ଅଛନ୍ତି ଏହି ଖେଳାଳି

ନନ୍ଦିଘୋଷ ବ୍ୟୁରୋ: ବର୍ଡର ଗାଭାସ୍କର ଟ୍ରଫିରେ ଟିମ ଇଣ୍ଡିଆର ପରାଜୟ ପରେ ଦଳର ପ୍ରଦର୍ଶନକୁ ନେଇ ଉଠିଛି ପ୍ରଶ୍ନବାଚୀ । ରୋହିତ ଅବସର ନେବେ ଏଭଳି ଏକ ଚର୍ଚ୍ଚା ମଧ୍ୟ ଦେଖିବାକୁ ମିଳିଥିବାବେଳେ ହିଟମ୍ୟାନ ଏହାର ଜବାବ ଦେଇସାରିଛନ୍ତି । ସେ କହିଛନ୍ତି କି, ମୁଁ ଖରାପ ଫର୍ମ ଦେଇ ଗତି କରୁଛି । କିନ୍ତୁ ଅବସର ନେବି ନାହିଁ । ଭଳି ଏକ ସମୟରେ ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର କହିଛନ୍ତି କି, ଭାରତକୁ ୨୦୨୫-୨୭ ବିଶ୍ବ ଟେଷ୍ଟ ଚାମ୍ପିୟନ୍ସସିପ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ । ସେତେବେଳକୁ ରୋହିତଙ୍କ ବୟସ ୩୮ ବର୍ଷ ପାର କରିଥିବ । ଏଣୁ ଟିମ ଇଣ୍ଡିଆକୁ ନୂଆ ଅଧିନାୟକ ଦରକାର ବୋଲି କୁହାଯାଉଛି । ଯଦି ଏଭଳି କିଛି ହୁଏ ତାହେଲେ ରୋହିତଙ୍କ ଉତ୍ତରାଧିକାରୀ କିଏ ହେବେ । ତାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଦୌଡ଼ରେ ରହିଛନ୍ତି ୩ ଖେଳାଳି ।

ତେବେ ଟେଷ୍ଟରେ ଅଧିନାୟକ ଦୌଡ଼ର ଆଗରେ ରହିଛନ୍ତି ଜଶପ୍ରିତ ବୁମରା । ରୋହିତଙ୍କ ଅନୁପସ୍ଥିତିରେ ଦଳର ଅଧିନାୟକ ପଦ ସମ୍ଭାଳିଥିବା ବୁମରା ଆଗାମୀ ଦିନରେ ଅଧିନାୟକ ହେବେ ବୋଲି କୁହାଯାଉଛି । ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ମ୍ୟାଚରେ ଅଧିନାୟକ ପଦ ସମ୍ଭାଳିଥିଲେ ବୁମରା । ସେପଟେ ଟି-୨୦ କଥା ଯଦି କହିବା ତାହେଲଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟ କୁମାର ରେସରେ ରହିଛନ୍ତି । ଅନ୍ୟପଟେ ଟେଷ୍ଟ ଏବଂ ଦିନିକିଆରେ ପନ୍ତ ଏବଂ କେଏଲ ରାହୁଲ ମଧ୍ୟ ଦୌଡ଼ରେ ରହିଛନ୍ତି । ରୋହିତଙ୍କ ପରେ ଏମାନେ ଦଳର ଅଧିନାୟକ ହେବେ ବୋଲି କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଆଳୋଚନା ଜାରି ରହିଛି ।

 

 

ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରୁପା ଶଙ୍ଖ ଦାନ କଲେ ଭକ୍ତ

ନନ୍ଦିଘୋଷ ବ୍ୟୁରୋ: ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରୁପା ଶଙ୍ଖ ଦାନ କଲେ ଭକ୍ତ । ୧ କେଜି ୬୧୯ଗ୍ରାମର ଓଜନ ପ୍ରାୟ ଅଢେଇ ଲକ୍ଷ ଟଙ୍କାର ରୁପା ଶଙ୍ଖକୁ ସମ୍ବଲପୁରରୁ ଆସିଥିବା ଭକ୍ତ ନଳିନୀ ପ୍ରଭା ଦାସ ଶ୍ରୀମନ୍ଦିର ପ୍ରଶାସନକୁ ଦାନ କରିଛନ୍ତି । ଦଇତାପତି ସେବାୟତଙ୍କ ଜରିଆରେ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କୁ ଏହି ଶଙ୍ଖଟି ହସ୍ତାନ୍ତର କରାଯାଇଛି । ମନରେ ମାନସିକ ଥିଲା । ଆଉ ସେବେଠାରୁ କଟକରେ କୁଶଳୀ କାରିଗରଙ୍କ ଦ୍ଵାରା ଅତି ନିଖୁଣ କାରୁକାର୍ଯ୍ୟରେ ରୂପା ଶଙ୍ଖ ତିଆରି କରି ଜଗନ୍ନାଥଙ୍କୁ ଦେବାକୁ ସ୍ଥିର କରିଥିଲେ । ଆଉ ଆଜି ସପରିବାର ଆସି ସେହି ଶଙ୍ଖ ଦାନ କରିଛନ୍ତି । ମହାପ୍ରଭୁ ସୁବର୍ଣ୍ଣ ବେଶରେ ଏହି ଶଙ୍ଖକୁ ଧାରଣ କରିଥିବାରୁ ସେହି ଉଦ୍ଦେଶ୍ୟରେ ଏହି ରୂପା ଶଙ୍ଖଟି ଦାନ କରିଛନ୍ତି । ତେଣୁ ମନରେ ଅନେକ ଖୁସି ରହିଛି । ମହାପ୍ରଭୁ କେବଳ ଗୋଟିଏ ଥର ସେହି ଶଙ୍ଖକୁ ଧାରଣ କରିଦେଲେ ଆତ୍ମା ତୃପ୍ତି ହେଇଯିବ ବୋଲି କହିଛନ୍ତି ନଳିନୀ ପ୍ରଭା।

 

ପୁଅ ଝିଅଙ୍କୁ ହତ୍ୟା ପରେ ଦମ୍ପତିଙ୍କ ଆତ୍ମହତ୍ୟା !

ନନ୍ଦିଘୋଷ ବ୍ୟୁରୋ: ପ୍ରଥମେ ବିଷ ଦେଇ କୁନି କୁନି ପୁଅ ଝିଅଙ୍କୁ ହତ୍ୟା। ତା ପରେ ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ। ଗୋଟିଏ ପରିବାରର ୪ ଜଣଙ୍କ ସନ୍ଦେହଜନକ ମୃତ୍ୟୁ। ଏହି ଅଭାବନୀୟ ଘଟଣା ଘଟିଛି ବେଙ୍ଗଳୁରୁରେ। ମୃତକ ହେଲେ ୩୮ ବର୍ଷୀୟ ସଫଟୱେର ଇଂଜିନିୟର୍ ଅନୁପ କୁମାର, ତାଙ୍କ ପତ୍ନୀ ରାକ୍ଷୀ, ୫ ବର୍ଷର ଝିଅ ଅନୁପ୍ରିୟା ଓ ୨ ବର୍ଷର ପୁଅ ପ୍ରିୟାଂଶ। ଅନୁପଙ୍କ ନିଜ ଘର ଉତ୍ତର ପ୍ରଦେଶ ପ୍ରୟାଗରାଜରେ। ପୁଅ ଝିଅ ଓ ସ୍ତ୍ରୀଙ୍କୁ ନେଇ ସେ ରହୁଥିଲେ ବେଙ୍ଗଳୁରୁରେ। ଘର କାମ କରିବାକୁ ଆଜି ସକାଳୁ ଚାକର ଆସିଥିଲା। କବାଟ ବାଡ଼େଇବା ସହିତ ବହୁତ ଥର ଫୋନ୍ କରିବା ପରେ  କେହି ନ ଶୁଣିବାରୁ ଚାକର ଜଣକ ପଡ଼ୋଶୀଙ୍କୁ ଜଣାଇଥିଲେ। ଏହା ପରେ ପୋଲିସକୁ ଡକାଯାଇଥିଲା। ପୋଲିସ ଆସି ଘରେ ପ୍ରବେଶ କରିବା ପରେ ୪ଟି ଯାକ ମୃତ ଦେହ ଦେଖିଥିଲା। ସନ୍ଦେହ କରାଯାଉଛି, ଅନୁପ ଓ ତାଙ୍କ ସ୍ତ୍ରୀ ପ୍ରଥମେ ପୁଅ ଝିଅଙ୍କୁ ବିଷ ଦେବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଝିଅ ଅନୁପ୍ରିୟା ଭିନ୍ନକ୍ଷମ ଥିଲା। ତାର ଚିକିତ୍ସା ନେଇ ଟିକେ ଟେନସନ୍ ଥିଲା। ଚାକର କହିବା ଅନୁସାରେ ପୁରା ପରିବାର ଖୁସି ଥିଲେ। ଏପରିକି ପଣ୍ଡିଚେରୀ ବୁଲିବାକୁ ଯୋଜନା କରିଥିଲେ। ଗତକାଲି ପ୍ୟାକିଂ ବି କରିଥିଲେ। କିନ୍ତୁ ଆଜି ଦେଖିବା ବେଳକୁ ପରିବାରର ସମସ୍ତଙ୍କ ମୃତଦେହ ଉଦ୍ଧାର ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି। କିନ୍ତୁ କୌଣସି ସୁଇସାଇଡ୍ ନୋଟ୍ ମିଳିନଥିବା ଜଣାପଡ଼ିଛି।

ରମେଶ ବିଧୁଡ଼ିଙ୍କ ବିବୃତ୍ତି ପରେ ଏମିତି କହି କାନ୍ଦି ପକାଇଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଆଖିରେ ଲୁହ । ବିଜେପି ନେତା ରମେଶ ବିଧୁଡ଼ିଙ୍କ ବିବାଦୀୟ ବିବୃତ୍ତିକୁ ନେଇ କାନ୍ଦି ପକାଇଛନ୍ତି । ଆତିଶୀଙ୍କ ପିତାଙ୍କୁ ନେଇ ଦେଇଥିବା ବିବୃତ୍ତି ପରେ ଗଣମାଧ୍ୟମ ସମ୍ମୁଖରେ ରମେଶଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି । ଆତିଶୀ କହିଛନ୍ତି କି, ମୋ ବାପାଙ୍କ ବୟସ ଏବେ ୮୦ ବର୍ଷ । ସେ ହଜାର ହଜାର ପିଲାଙ୍କୁ ଶିକ୍ଷାଦାନ କରିଛନ୍ତି । ଏବେ ସେ ଉଠି ପାରନ୍ତି ନାହିଁ । କିନ୍ତୁ ତାଙ୍କୁ ନେଇ ଦେଇଥିବା ବିବୃତ୍ତି ପାଇଁ କ୍ଷମା ମାଗନ୍ତୁ ବିଜେପି ନେତା । ନିଜ ଦଳ ପାଇଁ ଭୋଟ ଭିକ୍ଷା କରନ୍ତୁ କିନ୍ତୁ ମୋ ବାପାଙ୍କୁ କାହିଁକି ମଝିକୁ ଆଣୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଆତିଶୀ । ସେପଟେ ଏହି ଘଟଣା ପରେ ଆପ ନେତାମାନେ ବିଜେପି ନେତା ରମେଶଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ପିତାମାତାଙ୍କୁ ଅସମ୍ମାନ କରୁଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଦାବି ରଖିଛନ୍ତି ।

ତେବେ କହି ରଖୁଛୁ କି, ବିଜେପି ନେତା ରମେଶ ବିଧୁରି ନିଜର ବିବୃତ୍ତିରେ କହିଥିଲେ କି, ଆତିଶୀ ପ୍ରଥମେ ମାର୍ଲେନା ଏବଂ ପରେ ସିଂ । କେଜ୍ରିଓ୍ବାଲ ପିଲାଙ୍କୁ ସୁରକ୍ଷା ଦେବା ପାଇଁ ଶପଥ ନେଇଥିଲେ କିନ୍ତୁ ଆତିଶୀ ନିଜ ପିତାଙ୍କୁ ବଦଳାଇ ଦେଇଥିଲେ ।

 

ଛତିଶଗଡ଼ରେ IED ବିସ୍ଫୋରଣ, ୮ ଯବାନ ସହିଦ

ନନ୍ଦିଘୋଷ ବ୍ୟୁରୋ: ଛତିଶଗଡ଼ ବିଜାପୁରରେ ବଡ଼ଧରଣର ନକ୍ସଲ ହମଲା। ଆଇଇଡି ବିସ୍ଫୋରଣରେ ୮ ଯବାନ ସହିଦ। ୮ ଜଣ ଯବାନ ସହିଦ ହୋଇଥିବବେଳେ ଯବାନଙ୍କୁ ନେଇ ଯାଉଥିବା ଗାଡିର ଡ୍ରାଇଭର ସହିଦ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଗାଡିକୁ ଟାର୍ଗେଟ କରି ହୋଇଥିଲା ଏ ହମଲା। ବିସ୍ଫୋରଣରେ ଯବାନଙ୍କ ଗାଡ଼ି ଛାରଖାର ହୋଇଯାଇଛି। ନକ୍ସଲ ପ୍ରଭାବିତ କୁଟୁରୁ ଠାରୁ ବେଦରେ ରାସ୍ତାର କରକେଲି ପାଖରେ ଏହି ବିସ୍ଫୋରଣ ଘଟିଥିଲା। ଯବାନଙ୍କ ସହିଦ ହୋଇଥିବା ନେଇ ସୂଚନ ଦେଇଛନ୍ତି ନକ୍ସଲ ଅପରେସନ ଏଡିଜି ବିବେକାନନ୍ଦ ସିହ୍ନା। ବିସ୍ଫୋରଣରେ ଅନେକ ଯବାନ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି।

ଭୋଟ୍ ଦେଲ ବୋଲି କ’ଣ ମୁଁ ତୁମ ଚାକର ହୋଇଗଲି ? ଅଭିଯୋଗକାରୀଙ୍କୁ ଏମିତି କହିଲେ ଅଜିତ ପାୱାର

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଅଭିଯୋଗକାରୀଙ୍କୁ କହିଥିବା ଏକ କଥାକୁ ନେଇ ଏବେ ସମାଲୋଚନାର ଶିକାର ହୋଇଛନ୍ତି । ଅଭିଯୋଗକାରୀଙ୍କୁ ଅଜିତ ପାଓ୍ବାର କହିଥିଲେ କି, ଭୋଟ ଦେଇଛ ବୋଲି କଣ ମୁଁ ତୁମ ଚାକର । କହି ରଖୁଛୁ କି, ନିଜ ନିର୍ବାଚନ ମଣ୍ଡଳୀର ବାରମତି ଗସ୍ତରେ ଯାଇଥିଲେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ । ଅନେକ ବିକାଶମୂଳକ କାର୍ଯ୍ୟର ଉଦଘାଟନ କରିବା ଅବସରରେ କିଛି ଅଭିଯୋଗକାରୀ ତାଙ୍କୁ ଭେଟିଥିଲେ । ଆଉ ସେମାନଙ୍କ କଥା ଶୁଣି ବିରକ୍ତ ହୋଇ ଏଭଳି କିଛି କହିଛନ୍ତି ଅଜିତ ପାଓ୍ବାର ।

ତେବେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଭିଯୋଗକାରୀଙ୍କ ସଂଖ୍ୟ ଅଧିକ ରହିଥିବାବେଳେ ଶୀଘ୍ର ସାରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଅଜିତ ପାଓ୍ବାର । ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ ଅଭିଯୋଗକାରୀ ଏହାକୁ ନେଇ ସ୍ବରା ଉଠାଇଥିବାବେଳେ ବିରକ୍ତ ହୋଇଥିଲେ ଅଜିତ ପାଓ୍ବାର । ଆଉ ବିରକ୍ତ ହୋଇ କହିଥିଲେ କି, ତୁମେ ଭୋଟ ଦେଇଛ ବୋଲି ମୋ ମାଲିକ ନୁହେଁ । ଯାହାକୁ ନେଇ ବିରୋଧୀମାନେ ତାଙ୍କୁ ସମାଲୋଚନା କରିଛନ୍ତି ।

ଚହଲ-ଧନଶ୍ରୀଙ୍କ ଛାଡପତ୍ରର କାରଣ ରହସ୍ୟମୟୀ ଝିଅ !

ନନ୍ଦିଘୋଷ ବ୍ୟୁରୋ: ଅଲଗା ହେବାକୁ ଯାଉଛନ୍ତି ଇଣ୍ଡିଆର ଷ୍ଟାର କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ! ବର୍ତ୍ତମାନ ଏହି ଦମ୍ପତ୍ତିଙ୍କ ଛାଡପତ୍ର ହେବାକୁ ଯାଉଛି ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏହା ପଛରେ କେତେ ସତ୍ୟତା ଅଛି ତାହା ଜଣାପଡିନାହିଁ । ଏହାସହିତ ଦୁହେଁ ଛାଡପତ୍ର ବିଷୟରେ ମୁହଁ ଖୋଲିନାହାନ୍ତି । ତେବେ ଚର୍ଚ୍ଚା ଭିତରେ ଉଭୟ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିବା ସହିତ ନିଜ ନିଜ ସୋସିଆଲ ମିଡିଆରୁ ସେମାନଙ୍କର ବିବାହ ଫଟୋ ଡିଲିଟ କରିଛନ୍ତି ।

ଛାଡପତ୍ରର ଚର୍ଚ୍ଚା ଭିତରେ ୟୁଜବେନ୍ଦ୍ର ଚହଲଙ୍କୁ ବର୍ତ୍ତମାନ ଏକ ରହସ୍ୟମୟୀ ଝିଅ ସହିତ ଦେଖିବାକୁ ମିଳିଛି । ଯେଉଁଠାରେ ଚହଲ କ୍ୟାମେରା ଦେଖିବା ମାତ୍ରେ ମୁହଁ ଲୁଚାଇ ଦେଇଥିଲେ । ମୁମ୍ବାଇର ଜୁହୁରେ ଏକ ରହସ୍ୟମୟୀ ଝିଅ ସହିତ ନଜର ଆସିଥିଲେ । ଏକ କାରରେ ଚହଲଙ୍କୁ ସେ ଝିଅ ସହିତ ଦେଖିବାକୁ ମିଳିଥିଲା ​​। ଯେତେବେଳେ ମିଡିଆଙ୍କ କ୍ୟାମେରାରେ ସେ ନଜର ଆସିଲେ ସେତେବେଳେ ଭାରତୀୟ କ୍ରିକେଟର ତାଙ୍କ ମୁହଁ ଲୁଚାଇ ଦେଇଥିଲେ । ସେବେଠାରୁ ଏହି ରହସ୍ୟମୟୀ ଝିଅ ଧନଶ୍ରୀ ଏବଂ ଚହଲଙ୍କ ଛାଡପତ୍ରର କାରଣ ବୋଲି ଆଲୋଚନା ହେଉଛି।

୨୦୨୩ ମସିହାରେ, ଧନଶ୍ରୀ ଇନଷ୍ଟାଗ୍ରାମରେ ଚହଲଙ୍କ ସର ନେମକୁ ହଟାଇ ଦେଇଥିଲେ। ସେ ଏକ ପୋଷ୍ଟ ମଧ୍ୟ ସେୟାର କରି ଲେଖିଥିଲେ ନୂଆ ଜୀବନ ଆସୁଛି  । ସେତେବେଳେ ମଧ୍ୟ ସେମାନଙ୍କ ସମ୍ପର୍କକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଥିଲା । ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ ଉଭୟଙ୍କ ଛାଡପତ୍ର ହେବା ନିଶ୍ଚିତ । ହେଲେ ଏହାର ଆନୁଷ୍ଠାନିକ ଘୋଷଣା ଏପର୍ଯ୍ୟନ୍ତ ହୋଇନାହିଁ।

ଏହି ଯୋଡ଼ିଙ୍କ ପ୍ରେମ କାହାଣୀ ନୃତ୍ୟରୁ ଆରମ୍ଭ ହୋଇଥିଲା। ଲକ୍‌ଡାଉନ୍‌ ସମୟରେ ଉଭୟ ପରସ୍ପରର ନିକଟତର ହୋଇଥିଲେ। ଏକାଠି ନାଚୁ ନାଚୁ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଡିସେମ୍ବର ୨୦୨୦ରେ ବୈଦିକ ରୀତିନୀତିରେ ଦୁହିଁଙ୍କ ବିବାହ ବେଶ ଧୁମ୍‌ଧାମ୍‌ରେ ହୋଇଥିଲା।