ନନ୍ଦିଘୋଷ ବ୍ୟୁରୋ : ସମ୍ୱଲପୁର ପ୍ରଫେସରଙ୍କ ଘରେ ସିବିଆଇ ରେଡ୍ । ବିଶ୍ଵବିଦ୍ୟାଳୟର ନାକ୍ ମାନ୍ୟତା ଲାଗି ଲାଞ୍ଚ ନେବା ମାମଲାରେ ସିବିଆଇ ପକ୍ଷରୁ ରେଡ୍ ଚାଲିଛି। ପ୍ରଫେସର ବୁଲୁ ମହାରଣାଙ୍କ ବୁର୍ଲା ସରକାରୀ ବାସ ଭବନରେ ଚାଲିଛି ରେଡ। ସିବିଆଇର ଦୁଇଟି ଟିମ ପହଞ୍ଚି କାଗଜପତ୍ର ଯାଞ୍ଚ କରୁଛନ୍ତି। NAAC ରେଟିଙ୍ଗ ପାଇଁ ଲାଞ୍ଚ ମାମଲାରେ ୧୦ ଜଣଙ୍କୁ ଗିରଫ କରିଥିଲା ସିବିଆଇ । ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ୱାଦେଶ୍ୱରମ୍ ନାମକ ଶିକ୍ଷାନୁଷ୍ଠାନର ରେଟିଙ୍ଗ ବଢ଼ାଇବା ପାଇଁ ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ କରିଥିଲା । ନାକ୍ ଟିମରେ ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଫେସର ଡକ୍ଟର ବୁଲୁ ମହାରଣା ରହିଥିଲେ। ଅନ୍ୟପଟେ ଆନ୍ଧ୍ର ଶିକ୍ଷାନୁଷ୍ଠାନର ଅଧିକାରୀ ଓ NAAC ଟିମ୍ ସଦସ୍ୟଙ୍କ ନାମରେ ମାମଲା ରୁଜୁ ହୋଇଛି। ଦେଶର ୨୦ଟି ସ୍ଥାନରେ ରେଡ୍ କରିଛି ସିବିଆଇ।
ଝଙ୍କଡର ତେନ୍ତୁଳିପଦା, ଯେଉଁଠି ଆଦିକବି ଲେଖିଥିଲେ ଓଡ଼ିଆରେ ମହାଭାରତ
ପଞ୍ଚଦଶ ଶତାବ୍ଦୀରେ କପିଳେନ୍ଦ୍ର ଦେବଙ୍କ ରାଜତ୍ୱ ସମୟ ତଥା ୧୪୨୧ ମସିହା ମାର୍ଗଶୀର ମାସ ବିଛା କୃଷ୍ଣ ପ୍ରତିପଦା ତିଥିରେ ପିତା ଯଶୋବନ୍ତ ମାତା ତୁଳସୀ ଦେବୀଙ୍କ କୋଳ ମଣ୍ଡନ କରିଥିଲେ ସିଦ୍ଧେଶ୍ଵର ପରିଡ଼ା । ଯାହା ଅଧୁନା ଓଡ଼ିଶାର ଜଗତସିଂହପୁର ଜିଲା ତିର୍ତ୍ତୋଲ ଅନ୍ତର୍ଗତ । ପରବର୍ତ୍ତୀ ସମୟରେ ମା’ ଶାରଳା ଠାକୁରାଣୀଙ୍କ ଅନୁଗ୍ରହରେ ନିଜ ସାଧନା ପୀଠ ତେନ୍ତୁଳିପଦା ଗ୍ରାମର ମୁନିଗୋସାଇଁ ପୀଠରେ ଅନେକ କାଳଜୟୀ ଗ୍ରନ୍ଥ ରଚନା କରି ଆଦିକବି ସାରଳା ଦାସ ନାମରେ ପରିଚିତ ହୋଇ ପାରିଥିଲେ ।

ପିଲାଦିନରୁ ପାଠ ପଢିବାର ସୁବିଧା ନ ଥିବାରୁ ଶିକ୍ଷା ଗ୍ରହଣ କରିବା ସମ୍ଭବ ନଥିଲା । ସେତେବେଳେ ସଂସ୍କୃତ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିଲା । ଯାହା ଫଳରେ ପଣ୍ଡିତମାନେ ସଂସ୍କୃତ ଶିକ୍ଷା ଲାଭ କରି ପୁରାଣ ପାଠ କରୁଥିଲେ । ତେଣୁ ସାରଳା ଦାସ ଅନୁପ୍ରାଣୀତ ହୋଇ ଜ୍ଞାନିପଣ୍ଡିତ ମାନଙ୍କ ସହ ମିଶିବାର ସୁଯୋଗ ପାଉଥିଲେ ଓ ନିକଟସ୍ଥ ଗ୍ରାମ ଚାଟଶାଳୀରେ ପାଠ ପଢିଥିଲେ । ଅପର ପକ୍ଷରେ ଜନଶ୍ରୁତିରୁ ଯଣାଯାଏ ସାରଳା ଦାସ ଜାତସ୍ମର ଥଲେ ।
ପ୍ରଥମ ଜନ୍ମରେ ମୁହିଁ ହେଲି କାଳିଦାସ,
ଦ୍ୱିତୀୟ ଜନମେ ମୁହିଁ ମହା କାଳଧ୍ୱଂସ,
ତୃତୀୟ ଜନମେ ମୁହିଁ ସାରଳା ଦାସ କବି,
ଏ ମର୍ତ୍ତ୍ୟ ମଣ୍ଡଳେ ଆଉ ଜନମ ଲଭିବି ।।
ଅପରପକ୍ଷରେ ସମାଜରେ ସଂସ୍କୃତ ଭାଷା ଶିର୍ଷ ସୋପାନରେ ପହଞ୍ଚିଥିଲା ସତ କିନ୍ତୁ, ସାଧାରଣ ଜନତା ସଂସ୍କୃତ ଭାଷାର ବୋଧଗମ୍ୟରୁ ବଞ୍ଚିତଥିଲେ । ଏହି ଭାଷା ବୈଷମତାକୁ ଦୂର କରିବାକୁ ଯାଇ ସିଦ୍ଧେଶ୍ୱର ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କୁ ଆରଧନା କରି ଲେଖନୀ ତାଳପତ୍ର ଖୋଦା ଧରି ନିର୍ଭିକ ବୋଧଗମ୍ୟ ହେଲାଭଳି କାର୍ଯ୍ୟ କରିଥିଲେ । ଯାହାକୁ ଲୋକମାନେ ସହଜରେ ପାଠ କରିପାରିବେ । ସାରଳା ଦାସ ଯେଉଁ କାବ୍ୟ କବିତା ରଚନା କରିଥିଲେ ସେଥିରେ ଥିଲା ରାମାୟଣ,ମହାଭାରତ ଓ ଭାଗବତ ।
ସେ ବାରମ୍ୱାର କହିଛନ୍ତି –
“ସେ ଦେବୀ ପ୍ରସନ୍ନେ କହିଲ ଆଦିଗ୍ରନ୍ଥ
ଆଦ୍ୟେ ରାମାୟଣ, ଦ୍ୱିତୀୟେ ମହାଭାରତ
ତୃତୀୟେ ପୁଣି ମୁଁ ଲେଖିଲି ଭାଗବତ
ମୁର୍ଖ ଅଜ୍ଞାନ ମୁହିଁ ଅଟଇ ଅପଣ୍ଡିତ”
ଓଡିଆ ଭାଷାର ପ୍ରଥମ ପୁରାଣକାର ସାରଳାଦାସ ଓଡିଆ ଆଧ୍ୟାତ୍ମିକ, ପୌରାଣିକ ସାହିତ୍ୟିକ ଜଗତରେ ଏକ ବଳିଷ୍ଠ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲେ । ସେଥିପାଇଁ ସେ ହେଲେ ଆଦି କବି । ଯେଉଁ କଥା ବସ୍ତୁ ତାହା ଗ୍ରନ୍ଥରେ ଭାଷା ଅତି ସରଳ ଓ ସର୍ବଜନବୋଧ । ଯେଉଁ ସବୁ ଗ୍ରନ୍ଥ ସେ ରଚନା କରିଯାଇଛନ୍ତି , ସେଥିମଧ୍ୟରୁ ‘ସାରଳା ମହାଭାରତ’ ବୃହତ୍ତମ । ମହାଭାରତରେ ସେ ୧୮ ଟି ପର୍ବ ବର୍ଣ୍ଣିତ କରିଯାଇଛନ୍ତି । ସେଥି ମଧ୍ୟରେ ଓଡିଶାର ସବୁଦିଗକୁ ଲକ୍ଷ୍ୟ କରି ତାର ଭୌଗଳିକ ଅବସ୍ଥା ସହ ମଠ ମନ୍ଦିର, ଧର୍ମ ପୀଠ ଓ ପ୍ରାକୃତିକ ବିଭବକୁ ସ୍ଥାନ ଦେବାରେ ସେ ଭୁଲି ନାହାଁନ୍ତି । ‘ମହାଭାରତ’ ରେ ମଧ୍ୟ. ସେ ପ୍ରବଚନ, ନୀତିକଥା ଓ ଲୋକ କଥା କୁ ପ୍ରାଧନ୍ୟତା ଦେଇଛନ୍ତି ।
ସର୍ବ ଶେଷରେ ଝଙ୍କଡବାସନୀ ମା’ ଶାରଳାଙ୍କ ଦୈବ କୃପା ରୁ ତାଙ୍କର କବିତ୍ୱ ଉଦୟ ହୋଇଥିଲା ବୋଲି ସେ ତାଙ୍କ ରଚିତ ଗ୍ରନ୍ଥମାନଙ୍କ ରେ କହିଛନ୍ତି –
“ସେ ଯାହା ରାତ୍ରରେ କହେ ତାହା ମୁଁ ଲେଖଇ,
ମୁର୍ଖ ଅପଣ୍ତିତ ମୋର ଶାସ୍ତ୍ର ଜ୍ଞାନ ନାହିଁ ।“
ଆଜି ଆଦିକବି ଙ୍କର ପବିତ୍ର ଶ୍ରାଦ୍ଧୋତ୍ସବ ପ୍ରତିବର୍ଷ ମାଘ ସପ୍ତମୀ ତିଥିରେ ପାଳନ କରାଯାଏ । ଯେଉଁ ମାଟିରେ ସାଧନା କରି ଆଦିକବି ତାଙ୍କର ଲେଖନୀ ଚାଳନା କରି ‘ମହାଭାରତ’ ଭଳି ଅର୍ପୂବ ଗ୍ରନ୍ଥ ରଚନା କରି ଯାଇଛନ୍ତି ତାଙ୍କର କୃତି ପାଇଁ ଆଜି ଓଡିଆ ଜାତି ଗର୍ବିତ । କବିଙ୍କର ବଂଶଧର ମାନେ ତାଙ୍କ ସାଧନାପୀଠ “ମୁନି ଗୋସାଇଁ ମଠ” ରେ ୧୪୯୫ ମସିହା ମାଘ ମାସ ଶୁକ୍ଲ ସପ୍ତମୀ ତିଥି ଦିନରୁ ମହାପ୍ରୟାଣ ଦିବସ (ପିଣ୍ଡ ଦାନ) କରି ଆସୁଛନ୍ତି । ସେହି ମହାନ କବିଙ୍କର ପୂର୍ଣ୍ୟ ତିଥିରେ ଅଧ୍ୟମ ଭକ୍ତି ପ୍ରଣାମ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।
ସୁରେଶ ଚନ୍ଦ୍ର ମହାନ୍ତି
ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ
ତେନ୍ତୁଳିପଦା, ଝଙ୍କଡ, ଜଗତସିଂହପୁର
ଜୋମାଟୋ, ସ୍ୱିଗୀରେ ଅର୍ଡର କରିବା ବେଳେ ଏହି ସବୁ ପ୍ରଡକ୍ଟର ବନାନ କରନ୍ତୁ ଚେକ୍
ନନ୍ଦିଘୋଷ ବ୍ୟୁରୋ : ଜୋମାଟୋ, ସ୍ୱିଗୀରୁ ଖାଦ୍ୟ ଅର୍ଡର କରୁଥିଲେ ସାବଧାନ! ଅର୍ଡର ପୂର୍ବରୁ ଯାଞ୍ଚ କରନ୍ତୁ ହଲଦୀରାମ, ଡୋମିନୋଜ ଆଦି ପ୍ରଡକ୍ଟ ନାଁର ବନାନ । ନଚେତ୍ ନକଲି ରେଣ୍ଟୁରାଣ୍ଟରୁ ଆସି ପାରେ ଖାଦ୍ୟ । ତେଣୁ ପ୍ରତ୍ୟେକ ଅର୍ଡର ପୂର୍ବରୁ ଆପଣ ରେଣ୍ଟୁରାଣ୍ଟର ନାମ ଏବଂ ବିବରଣୀ ଭଲ ଭାବରେ ଯାଞ୍ଚ କରିବା ଜରୁରୀ ।
ନିକଟରେ ଭାରତର ଜଣାଶୁଣା ଖାଦ୍ୟ ବିତରଣ ପ୍ଲାଟଫର୍ମ ଜୋମାଟୋ ଏବେ ଏକ ବିବାଦରେ ଫସିଯାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଜଣେ ୟୁଜର୍ସ ଏହି କମ୍ପାନୀରେ ନକଲି ରେଷ୍ଟୁରାଣ୍ଟ ଥିବା କଥା ଉଠାଇଥିଲେ । ବିବାଦ ପରେ ଜୋମାଟୋ ଏହି ନକଲି ରେଷ୍ଟୁରାଣ୍ଟକୁ ଏହି ପ୍ଲାଟଫର୍ମରୁ ହଟାଇ ଦେଇଛି । ଏନେଇ ଜୋମାଟୋ ଏକ ମାମଲାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛି । କିନ୍ତୁ ପ୍ରଶ୍ନ ଉଠୁଛି ଯେ, ଜୋମାଟୋ, ସ୍ୱଗୀ ଅଥବା ଅନ୍ୟ ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡର କରିବା ସମୟରେ ଲୋକେ କାହିଁକି ସଠିକ୍ ସ୍ଥାନ ଏବଂ ନାମ ଅସଲି ନା ନକଲି ତାହା ଯାଞ୍ଚ କରି କାହିଁକି ଅର୍ଡର କରୁନାହାନ୍ତି ? ଯେହେତୁ ସ୍ୱିଗୀରେ ଏପରି କୌଣସି ମାମଲା ସାମ୍ନାକୁ ଅସିନି, ତଥାପି ଖାଦ୍ୟ ଅର୍ଡର ପୂର୍ବରୁ ସବୁ ପ୍ରଡକ୍ଟର ନାମ ଏବଂ ସ୍ଥାନ ସଠିକ୍ ଭାବେ ଚେକ୍ କରି ଅର୍ଡର କରିବା ଉଚିତ ବୋଲି କୁହାଯାଉଛି ।
ସୂଚନା ଅନୁଯାୟୀ ଏକ୍ସ ୟୁଜର୍ସ ଅମିତ ମନ୍ତ୍ରୀ ଟ୍ୱିକ୍ କରି ଲେଖିଛନ୍ତି ଯେ, ସେ ଭୁଲବସତଃ ଏକ ନକଲି ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡର କରିଦେଇଥିଲେ । ଏବଂ ଖାଦ୍ୟ ଅର୍ଡର ପରେ ସେ ଜାଣିଥିବାକୁ ପାଇଲେ କି ସେ କେଓ୍ୱର୍ସ ନୁହେଁ ବରଂ କେଓ୍ୱର୍ସର୍ସ ନାମକ ରେଷ୍ଟୁରାଣ୍ଟରୁ ଖାଦ୍ୟ ଅର୍ଡର ଦେଇଛନ୍ତି ।ଏହା ପରେ ସେ ଜୋମାଟୋର ଚାର୍ଟ ସପୋର୍ଟ ସହ ଯୋଗାଯୋଗ କରିଥିଲେ, କିନ୍ତୁ ତାଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା ।
ପରେ ଜୋମାଟୋ ଏହି ଅଭିଯୋଗକୁ ଗମ୍ଭୀରତାର ସହ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଏବଂ ଏହି ସମସ୍ୟା ଜଣାଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛି । ଏହି ନକଲି ରେଷ୍ଟୁରାଣ୍ଟକୁ ଜୋମାଟୋରୁ ହଟାଇ ଦିଆଯାଇଥିବା ଜଣାଯାଇଛି । ଏହାଛଡ଼ା ଅନ୍ୟ ନକଲି ରେଷ୍ଟୁରାଣ୍ଟ ଉପରେ ନଜର ରଖି ଶୀଘ୍ର ହଟାଇଦିଆଯିବ ବୋଲି ଜୋମାଟୋ ପକ୍ଷରୁ କୁହାଯାଇଛି ।
ଅଧିନାୟକ ପଦକୁ ଫେରିବେ କି ବିରାଟ?
ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଜଣେ ନୂତନ ଅଧିନାୟକଙ୍କ ସହିତ ଖେଳିବ। ଫାଫ୍ ଡୁ ପ୍ଲେସିସ୍ ଟିମ ରିଲିଜ କରିବା ପରେ , ଅଧିନାୟକତ୍ୱକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି। ବିରାଟ କୋହଲି ଦଳର ଅଧିନାୟକ ହେବେ ବୋଲି ପ୍ରଶଂସକ ଆଶା କରିଛନ୍ତି।
ଆଇ ଦୁଇ ମାସ ପରେ ଆରମ୍ଭ ହେବ ବିଶ୍ବର ସବୁଠୁ ଦାମୀ କ୍ରିକେଟ ଲିଗ୍ । ଏହି ଲିଗର ସବୁଠାରୁ ଲୋକପ୍ରିୟ ଦଳ ଆରସିବି ବିଷୟରେ ଏବେ ସବୁଆଡେ ଚର୍ଚ୍ଚା । ଟିମ ଫାଫ୍ ଡୁ ପ୍ଲେସିସ ଙ୍କୁ ଦଳରୁ ରିଲିଜ କଲା ପରେ ଏବେ ଟିମର ଅଧିନାୟକ କିଏ ହେବ ତାକୁ ନେଇ ଚିନ୍ତାରେ ଟିମ । କୋହଲିକୁ ନେଇ ଏବେ ସବୁଆଡେ ଚର୍ଚ୍ଚା । ପୁଣି ଥରେ ଆରସିବିର ମଙ୍ଗ ଧରିବେକି ବିରାଟ । ପ୍ରଶଂସକଙ୍କ ମନରେ ଏବେ ଉତ୍ସହ କିଏ ହେବେ ଅରସିବି ଟିମର ଅଧିନାୟକ । ଏ ବିଷୟରେ ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୈାଣସି ଘୋଷଣା କରାଯାଇନାହିଁ ।
ସ୍ପୋର୍ଟସ୍ ଟକ୍ ସହିତ ଏକ ସାକ୍ଷାତକାର ବେଳେ ଆରସିବିର ସିଇଓ ରାଜେଶ ମେନନ୍ ଙ୍କୁ ପ୍ରଶ୍ନ କରାଯାଇଥିଲା ୨୦୨୫ ପାଇଁ କିଏ ଦଳର ଅଧିନାୟକ ହେବେ । ସେ ଏହାର ଉତ୍ତରରେ କହିଥିଲେ ଟିମ୍ ଏ ପର୍ଯ୍ୟନ୍ତ କୈଣସି ନିଷ୍ପତି ନେଇ ନାହିଁ । ଆମ ଦଳରେ ଅନେକ ପ୍ରତିଭାବାନ ଖେଳାଳି ଅଛନ୍ତି । ଆମ ନଜରରେ ୪ ,୫ ଜଣ ଖେଳାଳୀ ଅଛନ୍ତି ଯିଏ ଅଧିନାୟକ ହେବା ପାଇଁ ଯୋଗ୍ୟ ଅଛନ୍ତି । ଟିମ ସହ ବିଚାର କରି ଆମେ ବହୁତ ଜଲିଦି ଏହାର ନିଷ୍ଟିତି ନେବୁ ।
ବିରାଟ କୋହଲି ୨୦୧୧ ରୁ ୨୦୨୩ ପର୍ଯ୍ୟନ୍ତ ୧୪୩ ଟି ମ୍ୟାଚରେ ଆରସିବି ପାଇଁ ଅଧିନାୟକତ୍ବ କରିଛନ୍ତି । ସେ ଦଳକୁ ୬୬ ମ୍ୟାଚରେ ବିଜୟୀ କରାଇଥିବା ବେଳେ ଦଳକୁ ୭୦ ଥର ପରାଜୟର ସାମ୍ନା କରିବାକୁ ପଡିଛି । ୨୦୧୬ରେ ଦଳ ଆଇପିଏଲ ଫାଇନାଲରେ ପହଞ୍ଚିଥିଲା । ସେହି ସିଜିନରେ ବିରାଟ ଚମତ୍କାର ପ୍ରଦର୍ଶନ କରି ୯୭୩ ରନ କରିଥିଲେ ।
ଆଇପିଏଲ ୨୦୨୫ର ମେଗା ନିଲାମିରେ ଆରସିବି ଫିଲ୍ ସଲ୍ଟ, ଲିଆମ୍ ଲିଭିଙ୍ଗଷ୍ଟନ, ଜାକବ୍ ବେଥେଲ୍, ଟିମ୍ ଡେଭିଡ୍, ଭୁବନେଶ୍ୱର କୁମାର, ଜିତେଶ ଶର୍ମା, ଦେବଦତ୍ତ ପାଡିକ୍କଲ୍, ଜୋଶ୍ ହାଜେଲଉଡ୍, ରୋମାରିଓ ସେଫର୍ଡ, ନୁୱାନ୍ ତୁଷାରା ଏବଂ ସୁୟାଶ ଶର୍ମାଙ୍କ ଉପରେ ବାଜି ଲଗାଇଥିଲା। ମେନନ ଆହୁରି କହିଛନ୍ତି, “ଆମେ ଦେଖିଲୁ ଯେ ଦଳରେ କ’ଣ ତ୍ରୁଟି ଥିଲା ଏବଂ ଦଳ ପାଇଁ କଣ କରିବା ଆବଶ୍ୟକ ଥିଲା। ଆମେ ଟିମ ଆବଶ୍ୟକ ଅନୁସାରେ ଖେଳାଳି ଚୟନ କରିଛୁ ।
୨୦୫ ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଆମେରିକୀୟ ମିଲିଟାରୀ ପ୍ଲେନ୍ ଆସୁଛି ଭାରତ
ନନ୍ଦିଘୋଷ ବ୍ୟୁରୋ : ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଏବେ ଆମେରିକାରେ ଅବୈଧ ଭାବେ ରହୁଥିବା ପ୍ରବାସୀଙ୍କ ଉପରେ କଠୋର ହୋଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ସରକାର ଏବେ ନିରନ୍ତର ଅବୈଧ ପ୍ରବାସୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ଦେଶକୁ ଫେରାଇ ଦେଉଛନ୍ତି । ଏହାରି ମଧ୍ୟରେ ୨୦୫ଜଣ ଅବୈଧ ଭାରତୀୟ ପ୍ରବାସୀଙ୍କୁ ନେଇ ଏକ ସାମରିକ ବିମାନ ଭାରତ ଆସୁଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଆମେରିକୀୟ C-147 ବିମାନ ଯୋଗେ ଏହି ଅବୈଧ ଭାରତୀୟ ପ୍ରବାସୀ ମାନେ ଆସୁଛନ୍ତି । ଏହି ବିମାନଟି ପ୍ରାୟ ୬ଘଣ୍ଟା ପୂର୍ବରୁ ଆମେରିକାର ସାନ୍ ଆଣ୍ଟୋନିଓରୁ ଉଡାଣ ଭରିଥିଲା । ଏହି ବିମାନରେ ସମସ୍ତ ଭାରତୀୟଙ୍କୁ ଚିହ୍ନଟ କରାଯାଇ ଭାରତ ଫେରାଇ ଅଣାଯାଉଛି । ଏହି ବିମାନଟି ଅମୃତସରରେ ଅବତରଣ କରିପାରେ ବୋଲି ସୂଚନା ରହିଛି । ତଥାପି ଏପର୍ଯ୍ୟନ୍ତ ଲ୍ୟାଣ୍ଡିଂ ନେଇ ନିଶ୍ଚିତ ସୂଚନା ମିଳିନାହିଁ । ଅନ୍ୟପଟେ ବିମାନଟି ଇନ୍ଧନ ଭର୍ତ୍ତି ପାଇଁ ଜର୍ମାନୀରେ କିଛି ସମୟ ଅଟକିପାରେ ବୋଲି କୁହାଯାଉଛି ।
ସୂଚନା ରହିଛି ଯେ, ଟ୍ରମ୍ପଙ୍କ ପ୍ରଶାସନ ଏହା ପୂର୍ବରୁ ଗ୍ୱାଟେମାଲା, ପେରୁ ଏବଂ ହୋଣ୍ଡୁରାସରୁ ଅବୈଧ ପ୍ରବାସୀମାନଙ୍କୁ ସେମାନଙ୍କ ଦେଶକୁ ପଠାଇ ଦେଇଥିଲା । ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ପେଣ୍ଟାଗନ ଏବଂ ଟେକ୍ସାସର ଅଲପାସୋ ଏବଂ କାର୍ଲିଫର୍ଣ୍ଣିଆର ସେନାଙ୍କ ହେପାଜତରେ ଥିବା ୫୦୦୦ରୁ ଉର୍ଦ୍ଧ୍ୱ ଅବୈଧ ପ୍ରବାସୀଙ୍କୁ ସେମାନଙ୍କ ଦେଶକୁ ପଠାଇବା ଆରମ୍ଭ କରିଦେଇଛନ୍ତି ।
ପୁରୀରୁ ଧରାପଡ଼ିଲା ଷ୍ଟାର ହୋଟେଲ ଲୁଟେରା
ନନ୍ଦିଘୋଷ ବ୍ୟୁରୋ : ପୁରୀରୁ ଧରାପଡ଼ିଲା ଷ୍ଟାର ହୋଟେଲ ଲୁଟେରା । ପୁରୀ ବଳିଆପଣ୍ଡା ସ୍ଥିତ ଏକ ବିବାହ ମଣ୍ଡପରୁ ସୁଟକେସ୍ ଚୋରି ବେଳେ ଧରାପଡ଼ିଛି । ବଳିଆପଣ୍ଡା ଥାନା ପୋଲିସ ଏହି ସୁଟବୁଟ୍ ପିନ୍ଧା ଚୋରକୁ ଗିରଫ କରିଛି। ଗିରଫ ଲୁଟେରା ମଧ୍ୟପ୍ରଦେଶ କାଦିଆ ଗାଁର ୨୦ବର୍ଷୀୟ ରିତେଶ ସିସୋଦିଆ।
୨ ତାରିଖ ରାତି ୧୦ଟାରେ ପୁରୀ ବଳିଆପଣ୍ଡା ସ୍ଥିତ ଏକ ହୋଟେଲ୍ ପରିସରରେ ବିବାହ କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ ରିତେଶ ଏକ ସୁଟ୍କେସ୍ ଚୋରି କରି ନେଇ ପଳାଉଥିବାବେଳେ ହୋଟେଲ୍ ସୁରକ୍ଷା କର୍ମୀ ତାକୁ କାବୁ କରିଥିଲେ। ହେଟେଲ ପରିଚାଳକ ଏନେଇ ଥାନାରେ ଏତଲା ଦେଇଥିଲେ। ବଳିଆପଣ୍ଡା ଥାନା ପୁଲିସ ମାମଲା ରୁଜୁ କରି ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣଙ୍କ ଭୁବନେଶ୍ୱର ଷ୍ଟାର ହୋଟେଲରୁ ବହୁମୂଲ୍ୟ ସୁନା ଗହଣା ଲୁଟିନେଇଥିଲା। ସୁଟବୁଟ ପିନ୍ଧି ବରଯାତ୍ରୀ ବେଶରେ ଆସି ୧୦ ଲକ୍ଷ ଟଙ୍କାର ହୀରା ଓ ସୁନା ଅଳଙ୍କାର ସହ ଖାମରେ ଥିବା ଅଢେଇ ଲକ୍ଷ ନଗଦ ଟଙ୍କା ନେଇ ଚମ୍ପଟ ମାରିଥିଲା।

