ନୂଆଦିଲ୍ଲୀ : ବାଲେଶ୍ବର ରେମୁଣା ଅଞ୍ଚଳରେ ଧର୍ମ ପରିବର୍ତ୍ତନକୁ କେନ୍ଦ୍ର କରି ଆଦିବାସୀ ମହିଳାଙ୍କୁ ଗଛରେ ବାନ୍ଧି ମାଡ ମାରିବା ଘଟଣା। ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ଏହି ଘଟଣା ଏବେ ଦେଶବ୍ଯାପୀ ଚର୍ଚ୍ଚାର କାରଣ ହୋଇଛି। ରାହୁଲ କହିଛନ୍ତି- ମଧ୍ଯପ୍ରଦେଶ ଦେବାସରେ ଜଣେ ଦଳିତ ଯୁବକଙ୍କୁ ପୋଲିସ ହେପାଜତରେ ହତ୍ଯା କରାଗଲା। ସେପଟେ ଓଡ଼ିଶାରେ ବି ଏପରି ଏକ ଦୁର୍ଭାଗ୍ଯଜନକ ଘଟଣା ଘଟିଛି। ଦୁଇଟି ଯାକ ଘଟଣା ଅତ୍ଯନ୍ତ ନିନ୍ଦନୀୟ। ବିଜେପିର ମନୁବାଦୀ ଚିନ୍ତାଧାରାର ଏସବୁ ଘଟଣା ହେଉଛି ପରିପ୍ରକାଶ। ସରକାରୀ ସ୍ତରରେ ପ୍ରୋତ୍ସାହନ ବିନା ଏସବୁ ଘଟଣା ଘଟି ନଥାଏ। ଦେଶରେ ବହୁଜନମାନଙ୍କ ପ୍ରତି ହେଉଥିବା ଅତ୍ଯାଚାରକୁ କୌଣସି ପ୍ରକାରେ ବରଦାସ୍ତ କରାଯିବ ନାହିଁ। ସେମାନଙ୍କ ସହ ଆମ୍ଭେମାନେ ରହିଛୁ ବୋଲି କହିଛନ୍ତି ରାହୁଲ। ସେମାନଙ୍କ ସାମ୍ବିଧାନିକ ଅଧିକାରର ସୁରକ୍ଷା ଓ ସେମାନଙ୍କୁ ନ୍ୟାୟ ପ୍ରଦାନ ଲାଗି ସେ ସଂଗ୍ରାମ କରିବେ ବୋଲି କହିଛନ୍ତି।
୭ ବର୍ଷରେ ୮୧୩ ଦୁର୍ଘଟଣା, ୧୪୭୩ ମୃତ୍ୟୁ : ଡରାଉଛି ବିମାନ ଦୁର୍ଘଟଣାର ଭୟଙ୍କର ଇତିହାସ
ନନ୍ଦିଘୋଷ ବ୍ୟୁରୋ : ନିକଟରେ ଦକ୍ଷିଣ କୋରିଆ ଏବଂ ଅଜରବୌଜାନର ବିମାନ ଦୁର୍ଘଟଣା ସଭିଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି । କେବେ ପକ୍ଷୀଙ୍କ ସହ ଧକ୍କା, କେବେ ଯାନ୍ତ୍ରିକ ତ୍ରୁଟି ତ କେବେ ଖରାପ ପାଗ ଯୋଗୁଁ ବିମାନ ଦୁର୍ଘଟଣା ହୋଇ ଆସୁଛି । ବିମାନ ଦୁର୍ଘଟଣା ଉପରେ ନଜର ରଖୁଥିବା ସଂସ୍ଥା ଏବିଏସନ୍ ସେପ୍ଟିର ରିପୋର୍ଟ ମୁତାବକ ୨୦୨୩ରେ ପୂରା ଦୁନିଆରେ ୧୦୯ଟି ବିମାନ ଦୁର୍ଘଟଣା ଘଟିଥିଲା । ଗତ ବର୍ଷ ସବୁଠୁ ଅଧିକା ଆମେରିକାରେ ୩୪ଟି ବିମାନ କ୍ରାସ୍ ହୋଇଥିଲା ।
ରିପୋର୍ଟ ଅନୁଯାୟୀ, ୨୦୧୭ରୁ ୨୦୨୩ ମଧ୍ୟରେ ଦୁନିଆରେ ୮୧୩ଟି ପ୍ଲେନ୍ କ୍ରାସ୍ ହୋଇସାରିଛି । ଏହି ଦୁର୍ଘଟଣାରେ ୧,୪୭୩ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଅଧିକାଂଶ ବିମାନ ଦୁର୍ଘଟଣା ଲ୍ୟାଣ୍ଡିଂ ସମୟରେ ଘଟିଥାଏ । ଏହି ୭ ବର୍ଷ ମଧ୍ୟରେ ଲ୍ୟାଣ୍ଡିଂ ସମୟରେ ୨୬୧ଟି ଦୁର୍ଘଟଣା ଘଟିଛି । ଏହା ଛଡା ୨୧୨ଟି ଦୁର୍ଘଟଣା ଉଡାଣ ସମୟରେ ହୋଇଛି । ଏହା ସମୟ ମଧ୍ୟରେ ଭାରତରେ ମୋଟି ୧୪ଟି ବିମାନ ଦୁର୍ଘଟଣା ହୋଇଛି ।
ରିସର୍ଚ୍ଚ ଅନୁଯାୟୀ, ସବୁଠାରୁ ଅଧିକ ବିମାନ ଦୁର୍ଘଟଣା ଟେକ୍ ଅଫ୍ ଏବଂ ଲ୍ୟାଣ୍ଡିଂ ସମୟରେ ହୁଏ ବୋଲି କୁହାଯାଇଛି । ଗତବର୍ଷ ୧୦୯ଟି ବିମାନ ଦୁର୍ଘଟଣା ମଧ୍ୟରୁ ୩୭ଟି ଟେକ୍ ଅଫ୍ ସମୟରେ ଏବଂ ୩୦ଟି ଲ୍ୟାଣ୍ଡିଂ ସମୟରେ କ୍ରାସ୍ ହୋଇଛି । ରିପୋର୍ଟ ମୁତାବିକ୍ ପରିସଂଖ୍ୟାନ ଦେଖାଯାଏ ତେବେ ଗତ ୭ ବର୍ଷ ମଧ୍ୟରେ ପ୍ରତିବର୍ଷ ହାରାହାରି ୨୦୦ ବିମାନ ଦୁର୍ଘଟଣା ଘଟୁଛି । ଏହି ଦୁର୍ଘଟଣାରେ ଶହ ଶହ ଲୋକଙ୍କ ପ୍ରାଣ ହରାଉଛନ୍ତି । କିନ୍ତୁ ତଥାପି ପ୍ରତିବର୍ଷ ଦୁନିଆରେ ଏତେ ବିମାନ ଦୁର୍ଘଟଣା ହେଉଥିବା ସତ୍ତ୍ୱେ ବିମାନ ଯାତ୍ରାକୁ ସବୁଠୁ ସୁରକ୍ଷିତ ବୋଲି ବିବେଚନା କରାଯାଏ ।
ଦୁନିଆର ସବୁଠୁ ବିପଦଜ୍ଜନକ ସୀମା, ବ୍ରିଟିଶ୍ ଭାରତ ସହ ରହିଛି ସମ୍ବନ୍ଧ
ନନ୍ଦିଘୋଷ ବ୍ୟୁରୋ : ଆମେରିକା ଏବଂ ଆଫଗାନିସ୍ତାନ ଏବେ ପୁଣି ଥିରେ ସାମ୍ନାସାମ୍ନୀ ହୋଇଛନ୍ତି । ଆଫଗାନର ତାଲିବାନୀ ଯୁଦ୍ଧବିମାନ ଏବେ ଡୁରଣ୍ଡ ଲାଇନ ପାର ହୋଇ ପାକିସ୍ତାନରେ ପ୍ରବେଶ କରିସାରିଲାଣି ଏବଂ ପାକିସ୍ତାନୀ ସେନା ପୋଷ୍ଟକୁ ଟାର୍ଗେଟ କରୁଛନ୍ତି । ସେନା ଶିବିରଉପରେ କରୁଛନ୍ତି ଗୁଳିବର୍ଷା ।
ଆଫଗାନିସ୍ତାନର ରକ୍ଷା ମନ୍ତ୍ରାଳୟର ମୁଖ୍ୟ ଡୁରଣ୍ଡ ବର୍ଡର ଲାଇନ ବିଷୟରେ କହିଛନ୍ତି ଯେ, ଏହାକୁ ଆମେ ପାକିସ୍ତାନର ଅଞ୍ଚଳ ବୋଲି ଭାବୁନାହୁଁ । ଏହାକୁ ଆଫଗାନିସ୍ତାନର ହାଇପୋଥେଟିକାଲ୍ ଲାଇନ୍ ମଧ୍ୟ କୁହାଯାଏ । ଯାହା ୧୯୪୭ ପରଠୁ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଏହି ସୀମା ରହିଛି । ଆଫଗାନିସ୍ତାନ କେବେ ବି ଡୁରଣ୍ଡ ସୀମାକୁ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦେଇନାହିଁ ।
ଡୁରଣ୍ଡ ସୀମା ବିବାଦ କ’ଣ ?
ବ୍ରିଟିଶ ଶାସନ ସମୟରେ ତିଆରି ହୋଇଥିବା ସୀମା ହେଉଛି ଡୁରଣ୍ଡ ଲାଇନ । ଯାହା ୧୮୯୩ ମସିହାରେ ଏମିରେଟ୍ସ ଅଫ୍ ଆଫଗାନିସ୍ତାନ ମଝିରେ ତିଆରି ହୋଇଥିଲା । ଆଫଗାନିସ୍ତାନ ଏବଂ ପାକିସ୍ଥାନ ମଧ୍ୟରେ ୨୬୪୦ କିମି ଲମ୍ୱର ଆନ୍ତର୍ଜାତୀୟ ସୀମାର ନାଁ ହେଉଛି ଡୁରଣ୍ଡ ଲାଇନ । ଏହି ସୀମାରେଖା ପଶ୍ଚୁନ ଆଦିବାସୀ ଅଞ୍ଚଳରୁ ଦକ୍ଷିଣରେ ବଲୁଚିସ୍ତାନ ମଝି ଦେଇ ଯାଇଥାଏ । ଏହି ଭଳି ଭାବେ ଦୁଇଦେଶକୁ ଭାଗକରି ଏହି ବର୍ଡର ରହିଛି । ଏହାକୁ ଦୁନିଆର ସବୁଠାରୁ ବିପଦଜ୍ଜନକ ସୀମା ବୋଲି କୁହାଯାଏ ।
ବ୍ରିଟିଶ୍ ଦକ୍ଷିଣ ଏସିଆ ଠାରୁ ନିଜ ଅଞ୍ଚଳର ସୁରକ୍ଷା ପାଇଁ ଡୁରଣ୍ଡ ଲାଇନ୍ ବନାଇଥିଲେ । ଏହି ବର୍ଡର ନାମ ସାର୍ ହେନେରୀ ଡୁରଣ୍ଡଙ୍କ ନାମନୁଯାୟୀ ରଖାଯାଇଥିଲା । ଯେ ସେସମୟରେ ଗୁଲାମୀ ଭାରତର ବିଦେଶ ସଚିବ ଥିଲେ । ଏହାକୁ ତତକାଳୀନ ବ୍ରିଟିଶ ଶାସକ ଏବଂ ଆଫଗାନ ଶାସକ ଅବଦୂର ରେହମାନ ସହ ମିଶିକି ନିର୍ମାଣ କରିଥିଲେ । ବିଟିଶ ସରକାର ନିଜ ହୁକୁମତକୁ ବଜାୟ ରଖିବା ପାଇଁ ରେହମାନଙ୍କୁ ଶାସନଭାର ଦେଇଥିଲେ । ଡୁରଣ୍ଡର ଏକ ବଡ଼ ଅଂଶ ପିଓକେ ଦେଇ ଯାଇଛି ।
ଡୁରଣ୍ଡ ସୀମାର କ’ଣ ଆବଶ୍ୟକତା ଥିଲା ?
ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସୀମା ନିର୍ଣ୍ଣନ କରିବା ପାଇଁ ସେହି ସମୟରେ ଏହି ରେଖା ନିର୍ମାଣ ହୋଇଥିଲା । ସେତେବେଳେ ପାକିସ୍ତାନ ଭାରତ ମିଶିକରିଥିଲା । ଏହାସହ ପୂର୍ବରେ ରୁଷର ବିସ୍ତାରବାଦୀ ନୀତିଠାରୁ ଦୂରେଇ ରହିବା ପାଇଁ ବ୍ରିଟିଶ୍ ସାମ୍ରାଜ୍ୟ ଆଫଗାନିସ୍ତାନକୁ ବର୍ଡର ଜୋନ ଭାବେ ବ୍ୟବହାର କରିଥିଲା । ଏହି ସୀମା ନିର୍ବାଣ ସମୟରେ ସ୍ଥାନୀୟ ଆଦିବାସୀ ଏବଂ ଭୌଗଳିକ ପରସ୍ଥିତିକୁ ବିଚାରକୁ ନିଆଯାଇନଥିଲା, ଯେଉଁ କାରଣରୁ ଏହା ବିବାଦ ଘରେକୁ ଆସିଥିଲା । ଡୁରଣ୍ଡ ପାଖରେ ୨ଟି ପ୍ରମୁଖ ଆଦିବାସୀ ଜନଜାତି ରହୁଥିଲେ । ଏହି ସୀମା ଯୋଗୁଁ ସେମାନଙ୍କ ଘରକୁ ମଧ୍ୟ ଭାଗ କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ ।
କୁହାଯାଏ କି, ଆଫଗାନିସ୍ତାନରେ ତାଲିବାନର ଶାସନ ଆରମ୍ଭ ହେବା ପରେ ଡୁରଣ୍ଡ ସୀମା ଉପରେ ବିବାଦ ବଢିବାରେ ଲାଗିଲା । ତାଲିବାନ ଏହି ସୀମାକୁ ଆଫଗାନିସ୍ତାନର ସର୍ବଭୌମତାର ଉଲଂଘନ ବୋଲି ବିବେଚନା କରେ । ଉଭୟ ପାକିସ୍ତାନ ଏବଂ ଆଫଗନିସ୍ତା ଏହାକୁ ନିଜ ସୀମା ବୋଲି ଦାବି କରନ୍ତି । ଏହା ପରଠୁ ତାଲିବାନୀ ଆତଙ୍କବାଦୀ ସଂଗଠନ ପାକିସ୍ତାନ ଉପରେ ଆକ୍ରମଣ ଜାରି ରଖିଛି । ଯେଉଁଥିପାଇଁ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢି ଚାଲିଛି ।
ଆମେରିକାର ରାଷ୍ଟ୍ରପତିଙ୍କ ନାଁରେ ରହିଛି ହରିୟାଣାର ଏହି ଗାଁ
ନନ୍ଦିଘୋଷ ବ୍ୟୁରୋ : ଆମେରିକାର ୩୯ତମ ରାଷ୍ଟ୍ରପତି ଜିମି କାର୍ଟରଙ୍କ ରବିବାର ୧୦୦ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ ବହୁ ଦିନ ଧରି ଅସୁସ୍ଥ ଥିଲେ । କାର୍ଟରଙ୍କ ଭାରତ ସହ ଏକ ନିବିଡ଼ ସମ୍ବନ୍ଧ ଥିଲା । ସେ ଭାରତ ଯାତ୍ରା କରିଥିବା ୩ୟ ଆମେରିକା ରାଷ୍ଟ୍ରପତି ଥିଲେ । ତାଙ୍କ ଭାରତ ଗ୍ରସ୍ତର ଏକ ପ୍ରତୀକ ସ୍ୱରୂପ ଏବେ ବି ଭାରତରେ ରହିଛି । ଅର୍ଥାତ କାର୍ଟରଙ୍କ ନାମରେ ଭାରତର ଏକ ଗାଁର ନାଁ ‘କାର୍ଟରପୁରୀ’ ରଖାଯାଇଛି ।
ଭାରତର ସଂସଦକୁ କରିଥିଲେ ସମ୍ୱୋଧିତ :
କାର୍ଟରଙ୍କୁ ଭାରତର ମିତ୍ର ଭାବେ ବିବେଚନା କରାଯାଉଥିଲା । ଏମରଜେନ୍ସି ପରେ ୧୯୭୭ ମସିହାରେ ଜନତା ପାର୍ଟିର ବିଜୟ ପରେ ଭାରତକୁ ଆସିଥିବା ସେ ୩ୟ ଆମେରିକା ରାଷ୍ଟ୍ରପତି ଥିଲେ । ୧୯୭୮ମସିହା ଜାନୁଆରୀ ୨ରେ ସେ ଭାରତର ସଂସଦକୁ ସମ୍ୱୋଧିତ କରି ଏକଛତ୍ରବାଦୀ ଶାସବ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ।
ଏହି ଗାଁକୁ କରିଥିଲେ ପରିଦର୍ଶନ :
କାର୍ଟର ୧୯୭୮ମସିହା ଜାନୁଆରୀ ୩ରେ ଏବଂ ତତ୍କାଳୀନ ପ୍ରଥମ ଲେଡି ରୋସାଲିନ ଦିଲ୍ଲୀ ଠାରୁ ଏକ ଘଣ୍ଟା ଦୂରରେ ଥିବା ହରିୟାଣାର ଦୌଲତପୁରରୁ ନସୀରାବାଦ ଯାଇଥିଲେ । ଏହି ଗ୍ରସ୍ତ ଏପରି ସଫଳ ହୋଇଥିଲା ଯେ, ଏହା ପରେ ପରେ ଗାଁ ଲୋକ ଏହି ସ୍ଥାନର ନାଁ କାର୍ଟରପୁରୀ ରଖିଦେଲେ । ଏପରିକି ସେମାନେ ରାଷ୍ଟ୍ରପତି କାର୍ଟରଙ୍କ କାର୍ଯ୍ୟକାଳ ସମୟରେ ହ୍ୱାଇଟହାଉସର ସମ୍ପର୍କରେ ଥିଲେ । ଯେବେ ୨୦୦୨ ମସିହାରେ ରାଷ୍ଟ୍ରପତି କାର୍ଟରଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା , ସେବେ ଏହି ଗାଁରେ ଉତ୍ସବ ମନାଇଥିଲେ ।

