spot_img
Home Blog Page 1213

ଆପଣଙ୍କ ଆଧାରରେ କେତୋଟି ସିମ୍ ଲିଙ୍କ ଅଛି ଜାଣିବାକୁ ଚାହୁଁଛନ୍ତି କି ? ଏମିତି କରନ୍ତୁ ଚେକ୍ ..

ନନ୍ଦିଘୋଷ ବ୍ୟୁରା: ଆଜିର ସମୟରେ ବିନା ଫୋନରେ ରହିବା ମୁସ୍କିଲ । ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସବୁବର୍ଗର ବ୍ୟକ୍ତିବିଶେଷଙ୍କ ପାଇଁ ଫୋନ ବାଧ୍ୟତାମୂଳକ ହୋଇଯାଇଛି  । ପ୍ରତ୍ୟେକ ଛୋଟବଡ କାର୍ଯ୍ୟ ପାଇଁ ଆପଣଙ୍କୁ ଏକ ଫୋନ୍ ଦରକାର । ତେବେ ଫୋନ ବ୍ୟବହାର କରିବାକୁ ହେଲେ ସିମ୍ କାର୍ଡର ଦରକାର ପଡିଥାଏ । ଯେଉଁଥିପାଇଁ ଭାରତରେ ଅନେକ ଟେଲିକମ୍ କମ୍ପାନୀ କାର୍ଯ୍ୟ କରୁଛନ୍ତି । ସେଠାରେ ପରିଚୟ ପତ୍ର ଦେଇ ଏକ ସିମ୍ କାର୍ଡ କିଣି ପାରିବେ । ବର୍ତ୍ତମାନ ସିମ କାର୍ଡ କିଣିବାକୁ ହେଲେ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ଅନେକ ଥର ଲୋକମାନେ ଅନ୍ୟମାନଙ୍କ ଆଧାର ନମ୍ବର ବ୍ୟବହାର କରି ନକଲି ସିମ୍ କାର୍ଡ କିଣି ଅପରାଧ କରନ୍ତି । ଏପରି ପରିସ୍ଥିତିରେ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଯଦି ଆପଣ ଏହି ପ୍ରକାର ପରିସ୍ଥିତିକୁ ଏଡ଼ାଇବାକୁ ଚାହାଁନ୍ତି | ତେଣୁ ନିୟମିତ ବ୍ୟବଧାନରେ ଯାଞ୍ଚ ଜାରି ରଖନ୍ତୁ ଆପଣଙ୍କ ଆଧାରରେ ସକ୍ରିୟ ସିମ୍ ସଂଖ୍ୟା ବୃଦ୍ଧି ପାଇଛି କି ନାହିଁ ? ତେଣୁ ଆପଣଙ୍କୁ ସମୟ ସମୟରେ ଆପଣଙ୍କ ଆକାଉଣ୍ଟରେ କେତୋଟି ସିମ୍ ଅଛି ତାହା ଯାଞ୍ଚ କରିବାକୁ ପଡିବ । ତେବେ ଆସନ୍ତୁ ଜାଣିବା ଏହା ପାଇଁ କଣ ରହିଛି ପ୍ରକ୍ରିୟା ?

ଏଥିପାଇଁ ଆପଣଙ୍କୁ ଭାରତ ସରକାରଙ୍କ ଅଫିସିଆଲ୍ ୱେବସାଇଟ sancharsaathi.gov.in କୁ ଯିବାକୁ ପଡିବ । ଏହାପରେ ଆପଣଙ୍କୁ ହୋମପେଜରେ ଥିବା ‘ନାଗରିକ କେନ୍ଦ୍ରିକ ସେବା’ ରୁ ‘ଆପଣଙ୍କର ମୋବାଇଲ୍ କନେକ୍ସନ୍ସ’ ଉପରେ କ୍ଲିକ୍ କରିବାକୁ ପଡିବ । ଏହା ପରେ ଆପଣଙ୍କୁ ଆପଣଙ୍କର ମୋବାଇଲ୍ ନମ୍ବର ଟାଇପ କରିବାକୁ ପଡିବ । ପରେ OTP ଆପଣଙ୍କ ନମ୍ବରରେ ଆସିବ, ଏହାପରେ ଆଗକୁ ବଢିବେ ।  ଆପଣ ଆପଣଙ୍କର ଆଧାର କାର୍ଡରେ ନିଆଯାଇଥିବା ସମସ୍ତ ସିମ୍ କାର୍ଡର ବିବରଣୀ ଦେଖିବେ  । ଯଦି ଆପଣ ଅନୁଭବ କରୁଛନ୍ତି ଯେ ଆପଣ କୌଣସି ନମ୍ବର ନେଇ ନାହାଁନ୍ତି ତେବେ ଆପଣ ଏହା ପାଖରେ ଥିବା ‘ଆବଶ୍ୟକ ନୁହେଁ’ ଉପରେ କ୍ଲିକ୍ କରି ରିପୋର୍ଟ କରିପାରିବେ  ।

କେବଳ ଏତିକି ନୁହେଁ, ଟେଲିକମ୍ ମନ୍ତ୍ରଣାଳୟ ଦ୍ୱାରା ଗୋଟିଏ ଆଧାରରେ ରଖାଯିବାକୁ ଥିବା ସିମ୍ ସଂଖ୍ୟା ସ୍ଥିର କରାଯାଇଛି। ୯ ରୁ ଅଧିକ ସିମ୍ କାର୍ଡ କୌଣସି ଆଧାରରେ ନିଆଯାଇପାରିବ ନାହିଁ । ଏଥିପାଇଁ ୫୦୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଲଗାଯାଇପାରିବ। ଯାହାକୁ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ  ।

ସ୍ବାମୀ ଜାହିରଙ୍କ ଏହି ଗୁଣ ପାଇଁ ଚିନ୍ତାରେ ସୋନାକ୍ଷୀ, ସୋସିଆଲ ମିଡିଆରେ କଲେ ଖୁଲାସା ..

ମୁମ୍ବାଇ: ସ୍ବାମୀଙ୍କ ପାଇଁ ଚିନ୍ତାରେ ସୋନାକ୍ଷୀ । ଯେବେଠୁ ତାଙ୍କ ସହିତ ଭେଟ ହେଇଛି ସେବେଠୁ ମୋ ନିଦ ଉଡିଛି । ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଯେଉଁଥିରେ ସ୍ବାମୀ ଜାହିରଙ୍କୁ ନେଇ ସାେନାକ୍ଷୀ ବିରକ୍ତି ପ୍ରକାଶ କରୁଛନ୍ତି । ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ବୈବାହିକ ଜୀବନର ଖୁବ ଆନନ୍ଦ ନେଉଛନ୍ତି । ବିବାହ ପରେ ସୋନାକ୍ଷୀ ଏବଂ ଜାହିର ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଉଛନ୍ତି । ସୋନାକ୍ଷୀ ସଦାବେଳେ ଉଭୟଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରନ୍ତି । ତେବେ ବର୍ତ୍ତମାନ ଏହି ଭିଡିଓକୁ ନେଇ ଚିନ୍ତାରେ ସେମାନଙ୍କ ପ୍ରଶଂସକ । ସୋନାକ୍ଷୀ ଭିଡିଓରେ ସ୍ବାମୀ ଜାହିରଙ୍କ କାର୍ଯ୍ୟକଳାପରେ କେତେ ବିରକ୍ତି ଅଛନ୍ତି ତାହା ଉଲ୍ଲେଖ କରିଛନ୍ତି ।

ସୋନାକ୍ଷୀ ଏବଂ ଜାହିର ଗୋଟେ ସ୍ଥାନକୁ ବୁଲିବାକୁ ଯାଇଥିଲେ। ଯେଉଁଠାରେ ସୋନାକ୍ଷୀ ବୁଲିବା ସମୟରେ ଥକି ଯାଇଥିଲେ ଯେଉଁଥିପାଇଁ କାରରେ କିଛି ସମୟ ପାଇଁ ଶୋଇପଡିଥିଲେ । ସୋନାକ୍ଷୀ ଶୋଇଥିବା ଦେଖିବା ପରେ ଜାହିର ଏକ ଭିଡିଓ ପ୍ରସ୍ତୁତ କରିଥିଲେ ଯାହାକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି ।ୂଭିଡିଓରେ ସୋନାକ୍ଷୀ ଶୋଇଥିବାର ନଜର ଆସିଛନ୍ତି। ତାଙ୍କୁ ଶୋଇଥିବାର ଦେଖି ଜାହିର ବହୁ ଜୋରରେ ଚିତ୍କାର କରିଛନ୍ତି ଯାହାପରେ ସୋନାକ୍ଷୀ ହଠାତ୍ ଭୟଭୀତ ହୋଇ ଉଠିପଡିଛନ୍ତି । ସୋନାକ୍ଷୀ ଉଠିବା ପରେ ବିରକ୍ତ ହୋଇ ଜାହିରଙ୍କୁ ମାରିବା ଆରମ୍ଭ କରିଛନ୍ତି । ଏହି ଭିଡିଓ ସେୟାର କରିବାବେଳେ ସେ ଲେଖିଛନ୍ତି – ‘ମୁଁ ତାଙ୍କୁ ଭେଟିବା ଦିନଠାରୁ ମୁଁ ନିଦ ହରାଇଛି।’

ସୋନାକ୍ଷୀଙ୍କ ଏହି ଭିଡିଓରେ ପ୍ରଶଂସକମାନେ ବହୁତ ମନ୍ତବ୍ୟ ଦେଉଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି- ସୋନାଙ୍କ ପ୍ରତିକ୍ରିୟା  । ଅନ୍ୟଜଣେ ଲେଖିଛନ୍ତି ଭୟଭୀତ ବୋହୂ | ଲୋକମାନେ ଏହି ଭିଡିଓରେ ବହୁତ ହସୁଥିବା ଇମୋଜି ମଧ୍ୟ ପୋଷ୍ଟ କରୁଛନ୍ତି  । ଜାହିର ସୋନାକ୍ଷୀଙ୍କୁ ଏହା ପ୍ରଥମ ଭିଡିଓ ନୁହେଁ ଏହା ପୂର୍ବରୁ ମଧ୍ୟ ଜାହିର ସୋନାକ୍ଷୀଙ୍କ ସହ ମଜା କରୁଥିବା ଦେଖିବାକୁ ମିଳିଛି। ଦୁହେଁ ଏକାଠି ବହୁତ ସୁନ୍ଦର ଦେଖାଯାନ୍ତି ଏବଂ ପ୍ରଶଂସକମାନେ ମଧ୍ୟ ଏହି ଦମ୍ପତିଙ୍କୁ ବହୁତ ପସନ୍ଦ କରନ୍ତି  । ସୋନାକ୍ଷୀ ଏବଂ ଜାହିର ଚଳିତ ବର୍ଷ ବିବାହ କରିଛନ୍ତି।

 

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ନନ୍ଦିଘୋଷ ବ୍ୟୁରୋ: ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ । ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଅବନତି ହେତୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ପ୍ରୋଷ୍ଟେଟ ସର୍ଜରୀ କରାଯାଇଛି । ଅସୁସ୍ଥତା ସମୟରେ ନେତାନ୍ୟାହୁ ଡାକ୍ତରଖାନାରେ ଥିବାବେଳେ ତାଙ୍କ ଘନିଷ୍ଠ ସହଯୋଗୀ ୟାରିଭ ଲେଭିନ୍, ଯିଏକି ତାଙ୍କ ସରକାରରେ ଉପମୁଖ୍ୟମନ୍ତ୍ରୀ ତଥା ନ୍ୟାୟ ମନ୍ତ୍ରୀ ମଧ୍ୟ କାର୍ଯ୍ୟ କରୁଛନ୍ତି ସେ କାମଚଳା ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟଭାର ସମ୍ଭାଳିବେ । ଇସ୍ରାଏଲର ସରକାରୀ କାର୍ଯ୍ୟାଳୟର ସୂଚନା ଅନୁଯାୟୀ, ଗତ ବୁଧବାର ନେତାନ୍ୟାହୁ ମୂତ୍ରନଳୀ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ। ଯାହା ପରେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା ।

୭୫ବର୍ଷୀୟ ନେତାନ୍ୟାହୁ ନିକଟ ଅତୀତରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତାଙ୍କ ନିକଟବର୍ତ୍ତୀ ଲୋକମାନେ ଜେରୁଜେଲମ୍ ପୋଷ୍ଟକୁ କହିଛନ୍ତି ସେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ହୋଇଥିବାରୁ କ୍ରମାଗତ ଭାବରେ ଯୁଦ୍ଧରେ ଜଡିତ ଥିଲେ । ସେ ଅନେକ ଦିନ ହେବ ତାଙ୍କ ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦେଇନଥିଲେ । ଅସ୍ତ୍ରୋପଚାର ପୂର୍ବରୁ ତାଙ୍କ ଓକିଲ ଅମିତ ହାଦ୍ଦ କୋର୍ଟଙ୍କୁ ତାଙ୍କ ଅସ୍ତ୍ରୋପ୍ରଚାର ବାବଦରେ ଜଣାଇବା ସହିତ ତାଙ୍କୁ ଅନେକ ଦିନ ଡାକ୍ତରଖାନାରେ ରହିବାକୁ ପଡିବ, ଯାହାଫଳରେ ତାଙ୍କୁ ସାକ୍ଷ୍ୟ ଦେବାକୁ ଆସିବାକୁ ବାଧ୍ୟ କରାଯିବ ନାହିଁ ବୋଲି ଅନୁମତି ମାଗିଥିଲେ। ତେବେ ପରବର୍ତ୍ତୀ କାଳରେ କୋର୍ଟ ଏହାକୁ ଅନୁମୋଦନ କରିଛନ୍ତି ।

ଏହା ପୂର୍ବରୁ ମାର୍ଚ୍ଚ ମାସରେ ନେତାନ୍ୟାହୁଙ୍କ ହାର୍ନିଆ ଅସ୍ତ୍ରୋପଚାର କରାଯାଇଥିଲା । ଏହି ସମୟ ମଧ୍ୟରେ ଇସ୍ରାଏଲର ଉପମୁଖ୍ୟମନ୍ତ୍ରୀ ତଥା ନ୍ୟାୟ ମନ୍ତ୍ରୀ ୟାରିଭ ଲେଭିନ୍ ଅସ୍ଥାୟୀ ଭାବରେ ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ବ ସମ୍ଭାଳିଥିଲେ । ଜୁଲାଇ ୨୦୨୩ରେ ନେତାନ୍ୟାହୁ ଡିହାଇଡ୍ରେସନର ଶିକାର ହେବାର ଏକ ସପ୍ତାହ ପରେ ଏରିଥମିଆରେ ପୀଡିତ ହେବା ପରେ ପେସମେକର୍ ଲଗେଇବାକୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ  । ଏହି ଘଟଣା ପରେ ଇସ୍ରାଏଲର ଅନେକ ଲୋକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ କଳ୍ପନାଜଳ୍ପନା ହୋଇଥିଲା। ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତରୀ ରିପୋର୍ଟ ପ୍ରକାଶ ପାଇଥିଲା ।

ପ୍ରୋଟୋକଲରେ ପ୍ରଧାନମନ୍ତ୍ରୀଙ୍କ ବାର୍ଷିକ ସ୍ବାସ୍ଥ୍ୟ ରିପୋର୍ଟ ପ୍ରଦାନ କରିବାର ନିୟମ ଥିଲେ ମଧ୍ୟ ନେତାନ୍ୟାହୁ ୨୦୧୬ ରୁ ୨୦୨୩ ମଧ୍ୟରେ ଗୋଟିଏ ବି ରିପୋର୍ଟ ପ୍ରଦାନ କରିନାହାଁନ୍ତି। ଆଇନଗତ ଭାବରେ ଏହା ବାଧ୍ୟତାମୂଳକ ନୁହେଁ  । କାରଣ ପିଏମଓ ଦ୍ବାରା ବିକଶିତ ନିୟମରେ ଏହି ଆଇନ ଅନ୍ତର୍ଭୁକ୍ତ ନୁହେଁ । ୭ ଅକ୍ଟୋବର ୨୦୨୩ରେ ହମାସ୍ର ଆତଙ୍କବାଦୀ ଆକ୍ରମଣ ପରେ ଇସ୍ରାଏଲ ଅନେକ ଦିଗରୁ ବିବାଦରେ ଫସିରହିଛି  । ଗାଜାରେ ପାଲେଷ୍ଟାଇନ ଗୋଷ୍ଠୀ ଏବଂ ଲେବାନନରେ ହିଜବୁଲ ଲଢେଇ ଜାରୀ ରହିଛି ।

ବିଲକୁ ଗଲେନି ମନ୍ତ୍ରୀ, ରାସ୍ତା ଉପରେ ଛିଡ଼ା ହୋଇ ପଳାଇଲେ

ଯାଜପୁର: ଦୁଃଖ ଦେଇ ଚାଲିଗଲେ ମନ୍ତ୍ରୀ । ସହଯୋଗର ହାତ ବଢାଇବାକୁ ଆସିଥିଲେ ହେଲେ ଅପମାନ ଦେଇ ଚାଲିଗଲେ । ଅଦିନିଆ ବର୍ଷାରେ ଭାଙ୍ଗିପଡିଥିବା ଚାଷୀଙ୍କୁ ସାହାରା ନଦେଇ ବେସାହାରା କରି ଚାଲିଗଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅଦିନିଆ ବର୍ଷାରେ କ୍ଷୟକ୍ଷତିର ଆକଳନ ନାଁରେ ଯାଜପୁର ଜିଲ୍ଲାର ବିଞ୍ଝାରପୁର ଗସ୍ତ କରିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କିନ୍ତୁ ନା ବିଲକୁ ଯାଇ କ୍ଷତି ଦେଖିଲେ ନା ଫସଲ ହାନୀ ଯୋଗୁଁ ମୃତ୍ଯୁ ହୋଇଥିବା ଚାଷୀଙ୍କ ପରିବାରକୁ ଭେଟିଲେ। ଯାହା ଚାଷୀଙ୍କ ମନରେ ଆଘାତ ଦେଇଛି । ଯଦି ମନ୍ତ୍ରୀ ଆମ ଦୁଃଖରେ ଭାଗୀଦାର ହେବା ପାଇଁ ଆସିଥିଲେ ତାହେଲେ କାହିଁକି ଏମିତି ବ୍ୟବହାର କଲେ ବୋଲି ପ୍ରଶ୍ନ କରୁଛନ୍ତି ଚାଷୀ ।

ଯୋଗାଣ ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଗତକାଲି କୃଷ୍ଣଚନ୍ଦ୍ର ପାତ୍ର ବିଞ୍ଝାରପୁରର କପିଳା ପଞ୍ଚାୟତ ଯାଇଥିଲେ। ସ୍ଥାନୀୟ ଲୋକେ କହିଛନ୍ତି, ମନ୍ତ୍ରୀ ଗୋଟିଏ ସ୍ଥାନରେ ରାସ୍ତା ଉପରେ ଛିଡା ହୋଇ ଚାଲି ଯାଇଥିଲେ। ବିଲକୁ ଯାଇ ଉଜୁଡା କ୍ଷେତ ଦେଖିବାକୁ ଚାଷୀମାନେ ଅନୁରୋଧ କରିଥିଲେବି ତାକୁ ଏଡ଼ାଇ ଦେଇଥିଲେ ମନ୍ତ୍ରୀ। ଏପରିକି ଫସଲହାନୀ ଯୋଗୁଁ ବିଲରେ ଟଳି ପଡ଼ିଥିବା ଚାଷୀ ମଣିରାମ ମହାନ୍ତିଙ୍କ ପରିବାରକୁବି ଭେଟିଲେ ନାହିଁ । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଅଦିିନିଆ ବର୍ଷାରେ ଫସଲ ହାନୀ ଦେଖି କିଛି ଦିନ ତଳେ ନିଜ ବିଲରେ ହିଁ ଟଳି ପଡ଼ିଥିଲେ ମଣିରାମ ମହାନ୍ତି ।

ଆଜି ଇତିହାସ ରଚିବ ଇସ୍ରୋ, ମହାକାଶରେ କରିବ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ

ନନ୍ଦିଘୋଷ ବ୍ୟୁରୋ: ଆଜି ଇତିହାସ ରଚିବ ଇସ୍ରୋ । ମହାକାଶରେ କରିବ ସ୍ପେସ୍ ଡକିଂ ଏକ୍ସପେରିମେଣ୍ଟ । ପିଏସଏଲଭି -ସି-୬୦ ଜରିଆରେ ଦୁଇଟି ସ୍ପେସ୍ କ୍ରାଫଟକୁ କରାଯିବ ଅବସ୍ଥାପିତ । ସଫଳ ହେଲେ ସ୍ପେସ୍ ଷ୍ଟେସନ ପ୍ରତିଷ୍ଠା ଦିଗରେ ଆଗେଇବ ଇସ୍ରୋ । ଆଜି ହେବ ସ୍ପେ଼ଡେସ୍କ ମିଶନ। ମହାକାଶରେ ଆଉ ଏକ ଇତିହାସ ରଚିବ ଇସ୍ରୋ। ଆଜି ରାତି ୯.୫୮ରେ ହେବ ଲଞ୍ଚ । ଏନେଇ ଇସ୍ରୋ ପକ୍ଷରୁ କରାଯାଇଛି ଘୋଷଣା।

ସତୀଶ ଧାବନ ମହାକାଶ କେନ୍ଦ୍ରରୁ ହେବ ଉତକ୍ଷେପଣ। ସ୍ପେସ ଡକିଂ ଏକ୍ସପେରିମେଣ୍ଟ ସାଟେଲାଇଟ ବା ସ୍ପାଡେକ୍ସ ଲାଗି ଇସ୍ରୋ ଯୋଜନା କରିଛି। ମହାକାଶରେ ସ୍ବୟଂକ୍ରିୟ ଭାବେ ଡକିଂ ଲାଗି ଏହି ମିଶନ ଉଦ୍ଦିଷ୍ଟ। ମହାକାଶ ଗବେଷଣା ଓ ଭିତ୍ତିଭୂମି କ୍ଷେତ୍ରରେ ଇସ୍ରୋ ଲାଗି ଏହା ଗୁରୁତ୍ବପୂର୍ଣ୍ଣ ହେବ। ପିଏସଏଲଭି-ସି-୬୦ ଜରିଆରେ ଦୁଇଟି କ୍ଷୁଦ୍ର ସ୍ପେସକ୍ରାଫ୍ଟ ଅବସ୍ଥାପିତ ହେବ। ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ବା ବାସ୍ ପ୍ରତିଷ୍ଠା, ଚନ୍ଦ୍ର ଅଭିଯାନ ଆଦି କ୍ଷେତ୍ରରେ ସହାୟକ ହେବ। ସ୍ପାଡେକ୍ସ ମିଶନର ମୂଳ ଲକ୍ଷ୍ଯ ହେଉଛି ଲୋ ଆର୍ଥ ସର୍କୁଲାର ଅରବିଟରେ ଦୁଇଟି କ୍ଷୁଦ୍ର ଏୟାରକ୍ରାଫ୍ଟ SDX01 ଓ SDX02ର ଡକିଂ ଓ ଅନଡକିଂ। ଏହି ଦୁଇଟି ଯାକ ଏୟାରକ୍ରାଫ୍ଟର ଓଜନ ୨୨୦ କେଜି ଲେଖାଏ ଏବଂ ସମୟସୀମା ରହିବ ୬୬ ଦିନ।

ନୂଆବର୍ଷରେ ଖୁସି ଖବର, କମିବ ପେଟ୍ରୋଲ ଓ ଡିଜେଲ ଦର !

ଭୁବନେଶ୍ବର: ନୂଆବର୍ଷରୁ ମିଳିପାରେ ଖୁସି ଖବର। କମିପାରେ ପେଟ୍ରୋଲ ଓ ଡିଜେଲ ଦର। ହ୍ରାସ ହୋଇପାରେ ତୈଳ ଦର। ଆର୍ଥିକ ବର୍ଷ ୨୦୨୫-୨୬ ଲାଗି କନଫଡେରେସନ ଅଫ୍ ଇଣ୍ଡିଆନ ଇଣ୍ଡଷ୍ଟ୍ରି CII ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦେଇଛି। ଆଗମୀ ବଜେଟ ଲାଗି ସିଆଇଆଇ ଏହି ପ୍ରସ୍ତାବ ଦେଇଛି।

ଇନ୍ଧନ ଉପରେ ଉତ୍ପାଦ ଶୁଳ୍କ କମ କରିବାକୁ ସୁପାରିସ କରିଛି ସିଆଇଆଇ। ଦର କମିବା ଦ୍ଵାରା ତୈଳର ବିକ୍ରି ବୃଦ୍ଧି ହୋଇପାରିବ। ବିଶେଷ କରି କମ ରୋଜଗାର କରୁଥିବା ବର୍ଗଙ୍କ କ୍ଷେତ୍ରରେ ସବସିଡି ଦେବାକୁ ପରାମର୍ଶ ଦେଇଛି ସିଆଇଆଇ। ମୁଦ୍ରାସ୍ଥୀତି ବୃଦ୍ଧିରେ ଇନ୍ଧନ ଦରର ପ୍ରମୁଖ ଭୂମିକା ଥିବାବେଳେ ଏହି ଦର ହ୍ରାସ ପାଇଲେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ହେବ। କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ପେଟ୍ରେଲର କଂଚାମାଲର ପାଖାପାଖି ୨୧ ପ୍ରତିଶତ ରହିଥାଏ ଏବଂ ଡିଜେଲ ଉପରେ ଏହି ଦର ୧୮ ପ୍ରତିଶତ ରହିଥାଏ।

ଇନ୍ଧନ ଉପରେ ଉତ୍ପାଦ ଶୁଳ୍କ କମ କରିବା ଦ୍ଵାରା ମୁଦ୍ରାସ୍ଫୀତିକୁ କମ କରାଯାଇପାରି ବୋଲି ପରାମର୍ଶ ଦେଇଛି ସିଆଇଆଇ। କମ ରୋଜଗାର କରୁଥିବା ବର୍ଗଙ୍କୁ ଲକ୍ଷ୍ୟ ରଖି ଉପଭୋଗ ଭାଉଚର ଜାରି କରିବା ଉପରେ ମଧ୍ୟ ଗୁରୁତ୍ଵାରୋପ କରିଛି। ଏଥିଲାଗି ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିବାକୁ କୁହାଯାଇଛି।

ବାଂଲାଦେଶରେ ସମ୍ବିଧାନ ପରିବର୍ତ୍ତନ କରିବାକୁ ଦାବି

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶରେ ସମ୍ବିଧାନ ପରିବର୍ତ୍ତନ କରିବାକୁ ଦାବି। ବାଂଲାଦେଶରେ ସକ୍ରିୟ ଛାତ୍ର ସଂଗଠନ ଆଣ୍ଟି ଡିସକ୍ରିମିନେସନ ଷ୍ଟୁଡେଣ୍ଟସ ମୁଭମେଣ୍ଟ ପକ୍ଷରୁ ଏହି ଦାବି କରାଯାଇଛି। ଦେଶର ୧୯୭୨ ସମ୍ବିଧାନ ଉପରେ ପ୍ରଶ୍ନ ଉଠାଇ ସରକାର ଘୋଷଣାପତ୍ର ଜାରି କରିବାକୁ ଦାବି କରିଛି ଛାତ୍ର ସଂଗଠନ। ସେପଟେ ଛାତ୍ର ସଂଗଠନର ଏହି ଦାବିକୁ ଦୂରେଇ ରହିଛନ୍ତି ୟୁନୁସ ସରକାର ଏବଂ ପ୍ରମୁଖ ବିରୋଧ ଦଳ। ଏହାକୁ ନେଇ ଛାତ୍ର ସଂଗଠନ ଏକ ଘୋଷଣାପତ୍ର ଜାରି କରିବାକୁ ଘୋଷଣା କରିଛି। ସହିଦ ମିନାର ପରିସରରେ ଏହି ଘୋଷଣା ପତ୍ର ଜାରି କରାଯିବ।

ପୁରୁଣା ସମ୍ବିଧାନରେ ଥିବା ଅସମାନତା ସହ ନୂଆ ସମ୍ବିଧାନରେ କଣ ସବୁ ପରିବର୍ତ୍ତନ ଆସିବ ସେ ନେଇ ଘୋଷଣା କରିବ ଛାତ୍ର ସଂଗଠନ। ସେପଟେ ପ୍ରସ୍ତାବକୁ ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲିଦା ଜିଆଙ୍କ ପାର୍ଟି ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଖାରଜ କରି ଦେଇଛି। ସମ୍ବିଧାନରେ ଯଦି କିଛି ଅସମାନତା ଅଛି ତେବେ ଏହାକୁ ସଂଶୋଧିତ କରାଯାଇପାରିବ ବୋଲି କହିଛି ବିଏନପି। ବାଂଲାଦେଶର ଅନ୍ତରୀଣ ସରକାର ମଧ୍ୟ ଏହି ପ୍ରସ୍ତାବଠାରୁ ନିଜକୁ ଦୂରେଇ ରଖିଛନ୍ତି। ଏହି ଘୋଷଣାପତ୍ରକୁ ନେଇ ସରକାରଙ୍କ କୌଣସି ସମ୍ପର୍କ ନାହିଁ ବୋଲି କହିଛି ବାଂଲାଦେଶ ସରକାର

ସେପଟେ ବାଂଲାଦେଶରେ ଏଣ୍ଟ୍ରି ମାରିଛି ପାକିସ୍ତାନ ସେନା। ଦୁଇ ଦେଶର ସେନା ମିଳିତ ସମରାଭ୍ଯାସ କରିଛନ୍ତି। ଦୁଇ ଦେଶର ସମରାଭ୍ୟାସରେ ବିପଦର ଗନ୍ଧ ବାରିଛି ଭାରତ। ଦୁଇ ଦେଶ ମଧ୍ୟରେ କିଛିଟା ଚାଲିଥିବା ସନ୍ଦେହ କରିଛି ଭାରତ। ପାକିସ୍ତାନୀ ସେନା ବାଂଲାଦେଶ ସେନାକୁ ପ୍ରଶିକ୍ଷଣ ଦେବ। ବର୍ଷ ତମାମ ବାଂଲାଦେଶ ସେନା ପ୍ରଶିକ୍ଷଣ ନେବ। ବାଂଲାଦେଶରେ ଥିବା ସମସ୍ତ ୧୦ ସୈନ୍ୟ କମାଣ୍ଡରେ ଚାଲିବ ଟ୍ରେନିଂ।

୧୦୦ ବର୍ଷରେ ଆଖି ବୁଜିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟର

ନନ୍ଦିଘୋଷ ବ୍ୟୁରୋ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ପରଲୋକ । ଦେହାନ୍ତ ବେଳକୁ ଜିମି କାର୍ଟରଙ୍କୁ ୧୦୦ ବର୍ଷ ହୋଇଥିବା ବେଳେ ସେ ନିଜ ଘର ଜର୍ଜିଆରେ ମୃତ୍ୟୁବରଣ କରିଛନ୍ତି । ସେ ଆମେରିକାର ୩୯ତମ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ । ଜେରାଲ୍ଡ ଫୋର୍ଡଙ୍କ ପରେ ସେ ଜାନୁଆରୀ ୧୯୭୭ରୁ ଜାନୁଆରୀ ୧୯୮୧ ଯାଏ ଆମେରିକା ରାଷ୍ଟ୍ରପତି ଥିଲେ। ରାଷ୍ଟ୍ରପତି ଥିବାବେଳେ ସେ ଅନେକ ପ୍ରଶଂସା ସାଉଁଟିଛନ୍ତି । ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ କାରଣରୁ ତାଙ୍କୁ ୨୦୦୨ରେ ନୋବେଲ ଶାନ୍ତି ପୁରସ୍କାର ମିଳିଥିଲା।

ଜିମି କାର୍ଟର ଜର୍ଜିଆର ପ୍ଲେନ୍ସରେ ଜନ୍ମଗ୍ରହଣ କରିଥିଲେ । ମାନବାଧିକାରର ସୁରକ୍ଷା ଓ ସାମାଜିକ ନ୍ୟାୟ କ୍ଷେତ୍ରରେ ତାଙ୍କ ଅବଦାନ ଥିଲା ଅବିସ୍ମରଣୀୟ। ରାଷ୍ଟ୍ରପତି ହେବା ପୂର୍ବରୁ ସେ ଜର୍ଜିଆର ରାଜ୍ୟପାଳ ଥିଲେ। କାର୍ଟର ୧୯୭୬ରେ ବାହ୍ୟ ପ୍ରାର୍ଥୀ ଭାବରେ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିଲେ। ଯେଉଁଥିରେ ସେ କହିଥିଲେ ଯେ ଯଦି ନିର୍ବାଚନ ଜିତିବା ପାଇଁ ମୁଁ ତୁମକୁ ମିଛ କହୁଛି କିମ୍ବା ବିଭ୍ରାନ୍ତିକର ବିବୃତ୍ତି ଦେଉଛି, ତେବେ ମୋତେ ଭୋଟ୍ ଦିଅ ନାହିଁ। ସେହି ସମୟ ମଧ୍ୟରେ, କାର୍ଟର ଏକ ସ୍ୱଚ୍ଛ ଏବଂ ସର୍ବସାଧାରଣ ନିର୍ବାଚନ ପ୍ରଚାର କରିଥିଲେ। ସେ ତତ୍କାଳୀନ ରାଷ୍ଟ୍ରପତି ଜେରାଲ୍ଡ ଫୋର୍ଡଙ୍କୁ କମ୍ ବ୍ୟବଧାନରେ ପରାସ୍ତ କରିଥିଲେ।   ଇସ୍ରାଏଲ ଓ ଇଜିପ୍ଟ ମଧ୍ଯରେ ଶାନ୍ତି ପ୍ରତିଷ୍ଠା ସଂକ୍ରାନ୍ତ କ୍ଯାମ୍ପ ଡାଭିଡ ଚୁକ୍ତି ଲାଗି ସେ ଖ୍ଯାତି ଅର୍ଜନ କରିଥିଲେ।

୧୯୮୨ରେ ସେ କାର୍ଟର ସେଣ୍ଟର ପ୍ରତିଷ୍ଠା କରିଥିଲେ । ଏହି କେନ୍ଦ୍ର ମାଧ୍ୟମରେ ସେ ବିଶ୍ବରେ ଅପହଞ୍ଚ ଅଞ୍ଚଳର ବିବାଦର ସମାଧାନ, ନିର୍ବାଚନ ମନିଟରିଂ ଏବଂ ରୋଗ ନିରାକରଣ ପାଇଁ କାର୍ଯ୍ୟ କରିଥିଲେ।  ବିଶ୍ବ କୂଟନୀତି ଦିଗରେ ଏହି ପ୍ରତିଷ୍ଠାନର ଅବଦାନ ଉଲ୍ଲେଖନୀୟ ଥିଲା।ଏହି ପ୍ରୟାସ ତାଙ୍କୁ ମାନବିକ ନେତା ଭାବରେ ବିଶ୍ୱବ୍ୟାପୀ ସମ୍ମାନ ପ୍ରଦାନ କରିଥିଲା ​​ ।

ଜିମି କାର୍ଟରଙ୍କ ମୃତ୍ୟୁରେ ରାଷ୍ଟ୍ରପତି ଜୋ ବାଇଡେନ ଶୋକ ପ୍ରକାଶ କରିବା ସହିତ ସୋସିଆଲ ମିଡିଆ X ରେ ଏକ ପୋଷ୍ଟ କରିଛନ୍ତି । ଆମେରିକା ବିଶ୍ୱର ଜଣେ ଅସାଧାରଣ ନେତାଙ୍କୁ ହରାଇଛି । ସେ ଆମେରିକାର ଜଣେ ପ୍ରିୟ ବନ୍ଧୁ । ଏବଂ ଦେଶ ତାଙ୍କୁ ସମ୍ମାନ ଜଣାଉଛି । ତାଙ୍କୁ ମୃତ୍ୟୁରେ ରାଷ୍ଟ୍ରୀୟ ଶୋକ ପାଳନ ହୋଇଥିବା ବେଳେ ଦେଶର ପତାକାକୁ ଅର୍ଦ୍ଧନମିତ କରାଯାଇଥିଲା । ଡୋନାଲ୍ଡ ଟ୍ରମ୍ପ ଜିମି କାର୍ଟରଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହିତ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତିି । ତାଙ୍କ ମୃତ୍ୟୁ ବିଷୟରେ ସେ ଲେଖିଛନ୍ତି ଯେ ମୁଁ ରାଷ୍ଟ୍ରପତି ଜିମି କାର୍ଟରଙ୍କ ମୃତ୍ୟୁ ଖବରରେ ମର୍ମାହତ । ସମସ୍ତ ଆମେରିକୀୟଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସେ ସବୁକିଛି କରିଥିଲେ। ସେଥିପାଇଁ ଆମେ ସମସ୍ତେ ତାଙ୍କ ପାଇଁ କୃତଜ୍ଞ। ଏହି କଠିନ ସମୟରେ ମେଲାନିଆ ଏବଂ ମୁଁ କାର୍ଟରଙ୍କ ପରିବାରଙ୍କ ସହିତ ଅଛୁ ।

ଆଜି ନବୀନ ପଟ୍ଟନାୟକ ଗଞ୍ଜାମ ଗସ୍ତ, ବର୍ଷା କ୍ଷୟକ୍ଷତିର କରିବେ ଅନୁଧ୍ୟାନ

ଭୁବନେଶ୍ବର: ଆଜି ଗଂଜାମ ଗସ୍ତରେ ଯିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶେରଗଡ, ହିଂଜିଳି, ଆସିକା, କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ଅଞ୍ଚଳ ଗସ୍ତ କରି ବର୍ଷାଜନିତ ଫସଲ କ୍ଷୟକ୍ଷତିର ସମୀକ୍ଷା କରିବେ ନବୀନ ପଟ୍ଟନାୟକ। ସ୍ଥିତି ପରଖିବା ସହ ଚାଷୀଙ୍କ ଦୁଃଖ ଶୁଣିବେ । ତାଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତିର ତଦାରଖ କରିଥିଲେ ଦଳର ବରିଷ୍ଠ ନେତା ।

ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର, ଗଂଜାମ ଜିଲ୍ଲା ବିଜେଡି ସଭାପତି ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ପୂର୍ବତନ ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୋଲସରା ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ, ଆସିକାର ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁ, ଛତ୍ରପୁର ପୂର୍ବତନ ବିଧାୟକ ସୁବାସ ବେହେରା, ଖଲ୍ଲିକୋଟର ପୂର୍ବତନ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ଲତିକା ପ୍ରଧାନଙ୍କ ସମେତ ଅନ୍ୟ କର୍ମୀ ଓ ଛାମୁଆ ନେତାମାନେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ। ସେମାନେ ଆସିକା ବ୍ଳକର କଇଁଫୁଲିଆ ଛକ ନିକଟରେ ଧାନ ଚାଷ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ। ବିଭିନ୍ନ ସ୍ଥାନରେ କ୍ଷତିଗ୍ରସ୍ତ ଚାଷୀଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ ।

ଭାରସାମ୍ୟ ହରାଇ ଓଲଟିଲା ସ୍କର୍ପିଓ, ୨ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡ ଚାନ୍ଦିପୋଷ ନିକଟ ୧୪୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଏକ ସ୍କର୍ପିଓ ଓଲଟି ପଡ଼ିବା ଫଳରେ ଦୁଇଜଣଙ୍କ ମୃତ୍ୟୁ । ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏକ ସ୍କର୍ପିଓରେ ୫ ଜଣ ଯୁବକ ରାଉରକେଲାରୁ ଲହୁଣିପଡ଼ା ଫେରୁଥିବା ବେଳେ ୧୪୩ ନମ୍ବର ଜାତୀୟ ରାଜପଥର ଚାନ୍ଦିପୋଷ ନିକଟରେ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟିବା ପରେ ରାସ୍ତାରେ ଓଲଟି ପଡିଥିଲା l ଅପର ରାସ୍ତାରେ ଏକ ହାଇୱା ସମ୍ମୁଖରେ ପଡିଯିବା ଯୋଗୁଁ ଧକ୍କା ହୋଇ ସ୍କର୍ପିଓଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା l ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଆହତ ୩ ଜଣଙ୍କୁ ଉଦ୍ଧାର କରି ରାଉରକେଲା ଡ଼ାକ୍ତରଖାନାକୁ ପଠାଯାଇଛି । ସ୍କର୍ପିଓ ଟି ଲହୁଣିପଡ଼ା ଅଞ୍ଚଳର ଜଣେ ଠିକାଦାରଙ୍କର ଓ ମୃତକମାନେ ତାଙ୍କର କର୍ମଚାରୀ ବୋଲି ଜଣାପଡ଼ିଛି l