ନନ୍ଦିଘୋଷ ବ୍ୟୁରୋ: କେବଳ ଗୋଟିଏ ଲାଇନ କହି ଦର୍ଶକଙ୍କ ମନ ଜିତିଲେ ବଲିଉଡ଼ ସୁପରଷ୍ଟାର ସଲମାନ ଖାନ୍ । ନିଜର ରିଲ ଓ ରିଅଲ ଲାଇଫ କୁ ନେଇ ସବୁ ବେଳେ ଚର୍ଚ୍ଚାରେ ଥାନ୍ତି ବଲିଉଡ଼ର ଜାନ ଭାଇଜାନ ସଲମାନ ଖାନ୍ । ପ୍ରତିବର୍ଷ ସଲମାନ ବିଭିନ୍ନ ଆକ୍ସନ ଅନ୍ଦାଜରେ ଆସି ନିଜ ଫ୍ୟାନ୍ସ ମାନଙ୍କୁ ସରପ୍ରାଇଜ ଦେଇଥାନ୍ତି । ତେବେ ୨୦୨୫ ରେ ମଧ୍ୟ ସଲମାନଙ୍କର ଏକ ଫୁଲ ଆକ୍ସନ ଆଧାରିତ ସିନେମା ଆସୁଛି । ଫିଲ୍ମଟିର ନାଁ ହେଉଛି ‘ସିକନ୍ଦର’ । ତେବେ ଆଜି ରିଲିଜ ହୋଇଛି ଫିଲ୍ମଟିର ଟିଜର । ୧ ମିନିଟ ୪୨ ସେକେଣ୍ଡର ଆସିଥିବା ଏହି ଟିଜର ମାତ୍ର କିଛି ଘଣ୍ଟା ରେ ମିଳିୟନ ଭିୟୁଜ କ୍ରସ କରିସାରିଲାଣି । ଟିଜରର ଏଣ୍ଟ୍ରିରେ ସଲମାନଙ୍କର ଏକ ଜବରଦସ୍ତ ଏଣ୍ଟ୍ରି ହୋଇଛି ଯାହା ତାଙ୍କ ଫ୍ୟାନ୍ସଙ୍କ କ୍ରେଜ କୁ ବଢାଇଦେଇଛି । ଆାଉ ପୁରା ଟିଜରରେ ସଲମାନ କେବଳ ଗୋଟିଏ ହିଁ ଲାଇନ କହିଛନ୍ତି । ଆଉ ଏହି ଗୋଟିଏ ଲାଇନ ରେ ମଧ୍ୟ ସେ ଲକ୍ଷ ଲକ୍ଷ ଦର୍ଶକଙ୍କ ମନ କଣିପାରିଛନ୍ତି । ସେ ଗୋଟିଏ ଲାଇନରେ ସେ କହିଛନ୍ତି “ସୁନା ହେ କି ବହତ୍ ସାରେ ଲୋକ ମେରେ ପିଛେ ପଡ଼େ ହୁଏ ହେ, ବାସ ମେରେ ମୁଡ଼ନେ କାହି ଦେର ହେ” । ଆଉ ଏହି ଲାଇନ ପରେ ତାଙ୍କର ସ୍ବାଗ୍ ଦେଖିବାକୁମିଳିଥିଲା । ହାତରେ ରାଇଫଲ ଧରି ଶତ୍ରୁ ମାନଙ୍କୁ ନିଜ ଆକ୍ସନ ଅନ୍ଦାସରେ ଫାଇଟିଂ କରୁଥିବାର ଏକ ସିନ୍ ରହିଛି । ସୂଚନା ମୁତାବକ ମେକର୍ସ ମାନେ ଫିଲ୍ମଟିର ଟିଜର ୨୭ ଡ଼ିସେମ୍ବର ସକାଳ ୧୧.୦୭ ରେ ରିଲିଜ କରିବାର ପୂର୍ବ ପ୍ରସ୍ତୁତି କରିଥିଲେ କିନ୍ତୁ ଯେହେତୁ ୨୬ ଡ଼ିସେମ୍ବର ଦିନ ପୂବର୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ପରଲୋକ ହୋଇଗଲା ସେଥିପାଇଁ ତାଙ୍କୁ ସମ୍ମାନ ଜଣାଇ ଏହାର ତାରିଖ ଓ ସମୟ ବଦଳାଗଲା । ଆଉ ବର୍ତ୍ତମାନ ଟିଜର ରିଲିଜ ହେବା ପରେ ଫିଲ୍ମକୁ ନେଇ ବେଶ୍ ଖୁସି ଅଛନ୍ତି ଦର୍ଶକ ।
୩ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ ଗିରଫ
ମାଲକାନଗିରି: ମାଲକାନଗିରି ପୋଲିସକୁ ବଡ ସଫଳତା । ୩ ହାର୍ଡକୋର ମହିଳା ମାଓବାଦୀଙ୍କୁ ଗିରଫ କଲା ମାଲାକାନଗିରି ପୋଲିସ । ସମସ୍ତେ ଆନ୍ଧ୍ର ଓଡିଶା ବର୍ଡର ସାଉଥ ଜୋର୍ଣ୍ଣାଲ କମିଟି ମିଲେଟ୍ରି ପ୍ଲାଟୁନର ଥିଲେ ସଦସ୍ୟ ।
ମାଲକାନଗିରି ପୋଲିସ ଓ ଡିଭିଏଫ ଯବାନଙ୍କ ସର୍ଚ୍ଚ ଅପରେସନ ବେଳେ ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଗୁଣ୍ଠାବେଡ଼ା ଜଙ୍ଗଲରୁ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ମହିଳା ମାଓବାଦୀମାନେ ହେଲେ ସ୍ଵପ୍ନା, ବବିତା ଏବଂ ସୁନିତା । ତିନି ମହିଳା ମାଓବାଦୀଙ୍କ ନାଁରେ ୮ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା ବୋଲି ସୂଚନା ଦେଇଛନ୍ତି ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ।
ଅଶାନ୍ତ ମଣିପୁର: ଦୁଇଟି ଗାଁରେ କୁକୀ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡ଼
ଇମ୍ଫଲ: ଅଶାନ୍ତିର ନିଆଁରେ ଜଳୁଛି ମଣିପୁର । ଉତ୍ତେଜନା କମିବାର ନାଁ ନେଉନି । ଇମ୍ଫାଲ ପୂର୍ବ ଜିଲ୍ଲାର ୨ଟି ଗ୍ରାମରେ କୁକୀ ଆତଙ୍କବାଦୀଙ୍କ ଉତ୍ପାତ । କଲେ ଆଖିବୁଜା ଗୁଳିମାଡ । ଏହି ଗୁଳିମାଡ଼ରେ କିଛି ଗ୍ରାମବାସୀ ଓ ଯବାନ ଆହତ ହୋଇଥିବା ଅଭିଯୋଗ ।
ମୁଖ୍ଯମନ୍ତ୍ରୀ ଏନ. ବୀରେନ ସିଂ ଗୁଳିମାଡ଼ ଘଟଣାକୁ ନିନ୍ଦା କରିଛନ୍ତି । ଇମ୍ଫାଲ ପୂର୍ବର ସାନସାବି ଓ ଥାମପୋକିରେ ଏହି ଗୁଳିକାଣ୍ଡ ଘଟିଛି । ସ୍ଥାନୀୟ ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତବର୍ଷ ମେ’ ମାସରୁ ମଣିପୁରରେ ହିଂସାକାଣ୍ଡ ଜାରି ରହିଛି । ମେଇତେଇ ଓ କୁକୀଙ୍କ ମଧ୍ଯରେ ଚାଲିଥିବା ସଂଘର୍ଷରେ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି । ଏହି ଘଟଣାରେ ହଜାର ହଜାର ଲୋକ ବାସଚ୍ୟୁତ ହୋଇଛନ୍ତି । ମଣିପୁରରେ ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟା ସମ୍ଭବ ହେଉ ନଥିବାବେଳେ ବାରମ୍ବାର ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ହେଉଥିବା ଦେଖିବାକୁ ମିଳୁଛି । ସେପଟେ ବିପଦରେ ଥିବା ଏକାଧିକ ଶିଶୁ, ମହିଳା, ବରିଷ୍ଠ ନାଗରିକଙ୍କୁ ଉଦ୍ଧାର କରିଛି ସିଆରପିଏଫ ।
ଚୋରି କରି ପୋଲିସକୁ ଭୂଆଁ ବୁଲାଉଥିଲେ ଯାଆଁଳା ଭାଇ
ନନ୍ଦିଘୋଷ ବ୍ୟୁରୋ: ପୋଲିସକୁ ଭୂଆଁ ବୁଲାଉଥିଲେ ଯାଆଁଳା ଭାଇ । ଚୋରି କରି ଯାଆଁଳା ହେବାର ଫୁଲ ଫାଇଦା ଉଠାଉଥିଲେ ଦୁଇ ଭାଇ । ଜଣେ ଚୋରି କରୁଥିବା ବେଳେ ଆଉ ଜଣେ ଥିଲା ସିସିଟିଭି ସାମ୍ନାରେ । ଏଭଳି ପ୍ଲାନିଙ୍ଗ କରି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି । ହେଲେ ଶେଷରେ ପୋଲିସ ଘଟଣାର ତଦନ୍ତ କରି ସାମ୍ନାକୁ ଆଣିଲା ସମ୍ପୂର୍ଣ୍ଣ ତଥ୍ୟ । ଏ ଘଟଣାର ଖୁଲାସା କରିଛି ମଧ୍ୟପ୍ରଦେଶର ମାଉଗଞ୍ଜ ପୋଲିସ । ଅନେକ ଦିନ ଧରି ଚୋରିକରି ପୋଲିସକୁ ଅସୁବିଧା ରେ ପକାଇଥିଲେ ଏହି ଦୁଇ ଭାଇ । ଏଭଳି ଦୁଇ ମାଷ୍ଟରମାଇଣ୍ଡ ପ୍ଲାନିଙ୍ଗ ଭାଇଙ୍କ ବିଷୟରେ ଜାଣିବା ପରେ ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ବାସ୍ତବରେ ସୌରଭ ବର୍ମା ଏବଂ ସଞ୍ଜିବ ବର୍ମା ନାମକ ଦୁଇ ଯାଆଁଳା ଭାଇଙ୍କ ଚୋରୀ କରିବା ପ୍ଳାନିଙ୍ଗ ଏତେ ପ୍ରଖର ଯେ ବହୁତ ବଡ଼ ବଡ଼ ଚୋରଙ୍କୁ ସେମାନେ ପଛରେ ପକାଇଦେଇଛନ୍ତି । ଚୋରି କରିବା ସମୟରେ ଜଣେ କିଛି ଦୁରରେ ଲାଗିଥିବା ସିସିଟିଭିର ଆଗରେ ରହୁଥିଲା ଯେପରି ତାକୁ କେହି ସନ୍ଦେହ ନ କରନ୍ତି ଆଉ ଜଣେ ଭାଇ କିଛି ଜଣଙ୍କ ସହାୟତାରେ ଖୁବ୍ ଚାଲାକିର ସହ ଚୋରି କରୁଥିଲା । ଏପରି କରି ସେମାନେ ଅନେକ ଦିନ ଧରି ଚୋରି କରି ଧରା ପଡ଼ିବା କ୍ଷଣି ଜଣେ ଭାଇ ଆଉ ଜଣେ ଭାଇର ନା ଦେଇ ଖସି ଯାଉଥିଲା । ଯାହାଫଳରେ ଅସଲି ଚୋରକୁ ଖୋଜିବା ପୋଲିସ ପକ୍ଷରେ ଖୁବ୍ କଷ୍ଟ ହୋଇଯାଇଥିଲା । ଚୋରିକରିବା ସମୟରେ ଯାଆଁଳା ଭାଇ ମାନେ ସାମନ ଡ଼ିଜାଇନ ଏବଂ ରଙ୍ଗର ସାର୍ଟ ପିନ୍ଧୁଥିଲେ । ଯେତେବଳେ ପୋଲିସ ସନ୍ଦେହ କରୁଥିଲା ସେତେବଳେ ଅନ୍ୟ ଜଣେ ଭାଇ ଅତି ଚତୁରତାର ସହିତ ସିସିଟିଭି କ୍ୟାମେରାର ଭିଡ଼ିଓ ଦେଖାଇ ଖସିଯାଉଥିଲା । କିନ୍ତୁ ନିକଟରେ ପାଲିସ ଚୋରି କରୁଥିବା ବେଳେ ସଞ୍ଜୟ ବର୍ମାକୁ ଗିରଫ କରି ହାଜତ ରେ ରଖିଥିଲା । କିଛି ଦିନ ପରେ ଭାଇକୁ ମୁକୁଳେଇବା ପାଇଁ ସୌରଭ ପାଲିସ ଷ୍ଟେସନ କୁ ଆସିଲା । ସୌରଭ କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ କାରଣ ଦୁଇ ଭାଇ ଦେଖିବାକୁ ପୁରା ସମାନ ଥିଲେ । ଦୁଇ ଭାଇଙ୍କୁ ସାମ୍ନାରେ ଦେଖି ପୋଲିସ ଧିରେ ଧିରେ ସବୁ ଘଟଣା ର ସତ୍ୟ ଜାଣିପାରିଲା ।
ଫର୍ମୁଲା-ଇ ରେସ ମାମଲା: କେ.ଟି. ରାମାରାଓଙ୍କ ସମେତ ତିନି ଜଣଙ୍କୁ ଇଡିର ସମନ
ନୂଆଦିଲ୍ଲୀ: ଫର୍ମୁଲା-ଇ ରେସକୁ ନେଇ ବଢ଼ିଲା ଅଡୁଆ । ତିନି ଜଣଙ୍କୁ ସମନ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳା ତଥା ଇଡି । ଭାରତ ରାଷ୍ଟ୍ର ସମିତର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ମନ୍ତ୍ରୀ କେ.ଟି. ରାମାରାଓ, ବରିଷ୍ଠ ଆଇଏଏସ ଅଧିକାରୀ ଅରବିନ୍ଦ କୁମାର ଏବଂ ହାଇଦ୍ରାବାଦ ମେଟ୍ରୋପଲିଟାନ ବିକାଶ କର୍ତ୍ତୃପକ୍ଷର ପୂର୍ବତନ ଚିଫ ଇଞ୍ଜିନିୟର ବିଏଲଏନ ରେଡ୍ଡୀଙ୍କ ବିରୋଧରେ ସମନ ଜାରି କରିଛି ଇଡି ।
ଗତ ୨୦୨୩ ଫେବୃଆରୀରେ ହୋଇଥିଲା ଫର୍ମୁଲା-ଇ ରେସ । ଏଥିରେ ୫୫ କୋଟି ଟଙ୍କା ବ୍ୟୟ ହୋଇଥିଲା । ହେଲେ ଏଥିରେ ବ୍ଯାପକ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଆସନ୍ତା ଜାନୁଆରୀ ୭ରେ ଇଡିରେ ହାଜର ହେବେ କେଟି ରାମାରାଓ । ସେହିପରି ଜାନୁଆରୀ ୨ରେ ଅରବିନ୍ଦ ଏବଂ ୩ରେ ରେଡ୍ଡୀ ହାଜର ହେବେ ।
ଏହି ବହୁ ଚର୍ଚ୍ଚିତ ମାମଲାରେ ୩ ଜଣଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ମାମଲା ରୁଜୁ କରିଥିଲା ଇଡି । ବେଆଇନ ଅର୍ଥ କାରବାର ଆଇନର ବିଭିନ୍ନ ଧାରା ଅନୁସାରେ ଏନଫୋର୍ସମେଣ୍ଟ କେସ୍ ଇନଫର୍ମେସନ ରିପୋର୍ଟ ବା ଇସିଆଇଆର ପଞ୍ଜିକୃତ ହୋଇଥିଲା । କେଟି ରାମାରାଓ ହେଉଛନ୍ତି ତେଲଙ୍ଗାନାର ପୂର୍ବତନ ମୁଖ୍ଯମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପୁଅ। ପୂର୍ବତନ ବିଆରଏସ ସରକାର ଅମଳରେ ହାଇଦ୍ରାବାଦରେ ବିନା ଅନୁମତିରେ ଫୁର୍ମୁଲା-ଇ ରେସ୍ କରାଯାଇଥିଲା । ଏଥିପାଇଁ ବିପୁଳ ମାତ୍ରାରେ ବୈଦେଶିକ ମୁଦ୍ରା ସମେତ ୫୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ସେପଟେ କେଟିଆର କହିଛନ୍ତି, ମେଟ୍ରୋପଲିଟାନ ବିକାଶ କର୍ତ୍ତୃପକ୍ଷଙ୍କ ଆକାଉଣ୍ଟ ଇଣ୍ଡିଆନ ଓଭରସିଜ ବ୍ଯାଙ୍କରେ ରହିଛି । ସେହି ଆକାଉଣ୍ଟରୁ ଟଙ୍କା ପ୍ରଦାନ କରାଯାଇଥିଲା ।
ମଣ୍ଡି ଅବ୍ୟବସ୍ଥା ସମାଧାନ ପାଇଁ ସର୍ବଦଳୀୟ ବୈଠକ ଡାକ, ଚାଷୀଙ୍କ ସହ ଆଲୋଚନା କର: ରଣେନ୍ଦ୍ର ପ୍ରତାପ ସ୍ବାଇଁ
ଭୁବନେଶ୍ବର: ମଣ୍ଡିରେ ଅବ୍ଯବସ୍ଥା ଓ ଚାଷୀ ଶୋଷଣକୁ ନେଇ ଗଦା ଗଦା ଅଭିଯୋଗ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସମସ୍ୟାର ସମାଧାନ ପାଇଁ ମୁଖ୍ଯମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକିବା ସହ ଚାଷୀ ସଂଗଠନ ସହ ଆଲୋଚନା କରନ୍ତୁ ବୋଲି ଦାବି କରିଛନ୍ତି ରଣେନ୍ଦ୍ର ।
ସେ କହିଛନ୍ତି, ସୋହେଲାରେ ଗୋଟିଏ ମାସ ତଳେ ମୁଖ୍ଯମନ୍ତ୍ରୀ ଘୋଷଣା କରିଥିଲେ, ଚାଷୀଙ୍କୁ ଶୋଷଣ କଲେ ଜେଲ ପଠାଯିବ । କିନ୍ତୁ ସବୁଠି ଚାଷୀଙ୍କୁ ଶୋଷଣ ବଢି ଚାଲିଛି । ବିଭିନ୍ନ ଜିଲ୍ଲା ଦାୟିତ୍ଵ ମନ୍ତ୍ରୀମାନଙ୍କୁ ଦେଲେ, ହେଲେ ଅବସ୍ଥା ସୁଧୁରୁନି । ଅଦିନିଆ ବର୍ଷାରେ ଚାଷ ଉଜୁଡିଯିବା ନେଇ ୪ ଦିନରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଲାଣି । ଇତିହାସରେ ଏପରି ଘଟଣା ବିରଳ । ବର୍ତ୍ତମାନ ସୁଦ୍ଧା ୭୦ରୁ ୯୦ ପ୍ରତିଶତ ଧାନ ଉଠିଯିବା କଥା, ହେଲେ ତାହା ହୋଇନି । ଏପରି ଅବ୍ଯବସ୍ଥା ଯୋଗୁଁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।
ସେ ଆଗକୁ କହିଛନ୍ତି, ଧାନ କିଣା ସାଇକେଲକୁ ଭାଙ୍ଗି ଦେଲେ ସରକାର । ଚାଷୀ ପଡୋଶୀ ରାଜ୍ୟର ମିଲରଙ୍କୁ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି । ସରକାରଙ୍କ ପାଖରେ ଏହାର ମୁକାବିଲା କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଧାନ ଉଠି ପାରୁ ନଥିବାରୁ ରବି ଚାଷ ମଧ୍ୟ ପ୍ରଭାବିତ ହେବ । ସରକାର କଟନି ଛଟନି ହେବନି ବୋଲି ଘୋଷଣା କରିଥିଲେ । ହେଲେ ଏବେ କ’ଣ ଚାଲିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ପଚାରିଛନ୍ତି, ବର୍ଷା ପାଇଁ ଧାନ ରଙ୍ଗ ବଦଳି ଗଲା । ସେ ଧାନକୁ ସରକାର ଉଠାଇବେ ନା ନାହିଁ ସ୍ପଷ୍ଟ କରନ୍ତୁ ।
ଏତେ ବଡ଼ ଗ୍ରୁପର ମାଲିକ ହୋଇ ମଧ୍ୟ କାହିଁକି ରତନ ଟାଟା ହୋଇପାରିନଥିଲେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ….
ନନ୍ଦିଘୋଷ ବ୍ୟୁରୋ: ଆଜି ହେଉଛି ରତନ ଟାଟାଙ୍କର ଜନ୍ମଦିନ | ସେ ୨୮ ଡିସେମ୍ବର ୧୯୩୭ ରେ ଜନ୍ମଗ୍ରହଣ କରିଥିଲେ। ଇତିହାସର ପୃଷ୍ଠା ଓଲଟାଇେଲ ରତନ ଟାଟାଙ୍କ କହାଣୀ ଅନେକଙ୍କୁ ମାର୍ଗଦର୍ଶନ ଦେଇଥାଏ । ରତନ ଟାଟା ୧୯୬୧ ମସିହାରେ ଟାଟା ଗ୍ରୁପ୍ ସହିତ ଆଇବିଏମ୍ ର ଚାକିରି ପ୍ରତ୍ୟାଖ୍ୟାନ କରିବା ପରେ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ | ଏବଂ ଏହି ଆରମ୍ଭ ଏପରି ଥିଲା ଯେ ଏହା ଟାଟା ଗ୍ରୁପକୁ ଦୁନିଆର ସବୁଠୁ ବଡ କମ୍ପାନୀ ଭାବରେ ପରିଣତ କଲା | ରତନ ଟାଟା ଏଥିପାଇଁ ଅନେକ ଖ୍ୟାତି ଅର୍ଜନ କରିଥିଲେ | ସେ କମ୍ପାନୀ ଏବଂ ଦେଶ ପାଇଁ ମଧ୍ୟ ଅନେକ ଧନ ଅର୍ଜନ କରିଥିଲେ, କିନ୍ତୁ ସେ କେଭବି ଭାରତର ଧନୀ ଶିଳ୍ପପତି ହୋଇପାରିଲେ ନାହିଁ। ବର୍ତ୍ତମାନ ଏଠାରେ ଉଠୁଥିବା ପ୍ରଶ୍ନ ହେଉଛି ଏହା କାହିଁକି? ଭାରତର ଅନ୍ୟତମ ମୂଲ୍ୟବାନ କମ୍ପାନୀର ମାଲିକ ରତନ ଟାଟା କାହିଁକି ଦେଶର ସବୁଠାରୁ ଧନୀ ବ୍ୟକ୍ତି ହୋଇପାରିନାହିଁନ୍ତି?
ଧନୀ ତାଲିକାରେ କାହିଁକି ପଛରେ ରହିଥିଲେ ରତନ ଟାଟା?
ରତନ ଟାଟାଙ୍କ ନାମରେ କୌଣସି ସମ୍ପତ୍ତି ନ ହେବାର ମୁଖ୍ୟ କାରଣ ହେଉଛି ସାମାଜିକ ସେବା ପ୍ରତି ତାଙ୍କର ଉତ୍ସର୍ଗୀକୃତ ମନୋଭାବ | ଟାଟା ଗ୍ରୁପ୍ ର ଅଧିକାଂଶ ସମ୍ପତ୍ତି “ଟାଟା ସ୍ପନ୍ସ” ଦ୍ୱାରା ଧାରଣ କରାଯାଇଥାଏ, ଆଉ ଏହାର ଏକ ବଡ଼ ଅଂଶ “ଟାଟା ଟ୍ରଷ୍ଟ” କୁ ଦିଆଯାଏ, ଯାହା ସ୍ୱାସ୍ଥ୍ୟ, ଶିକ୍ଷା, ରୋଜଗାର ଏବଂ ସାଂସ୍କୃତିକ ପ୍ରୋତ୍ସାହନ ଭଳି ଦାନକାରୀ କାର୍ଯ୍ୟ ଉପରେ ଧ୍ୟାନ ଦେଇଥାଏ | ଟାଟା ଟ୍ରଷ୍ଟର ଏହି ମଡେଲ୍ ସାମାଜିକ ସଂସ୍କାର କ୍ଷେତ୍ରରେ ଟାଟା ଗ୍ରୁପ୍ ର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ | ବ୍ୟକ୍ତିଗତ ଧନ ସୃଷ୍ଟି କରିବା ପରିବର୍ତ୍ତେ ରତନ ଟାଟା ସମାଜରେ ସ୍ଥାୟୀ ପରିବର୍ତ୍ତନ ଆଣିବା ଉପରେ ଧ୍ୟାନ ଦେଇଥାଲେ |
ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ପରି ଶିଳ୍ପପତି, ଯାହାର ସମ୍ପତ୍ତି ବ୍ୟକ୍ତିଗତ ଲାଭ ଉପରେ ଧ୍ୟାନ ଦେଇଥାଏ, ଏବଂ ତାଲିକାରେ ତାଙ୍କ ନାମ ଧନୀ ତାଲିକାରେ ଶୀର୍ଷରେ ଅଛି | ଏଥି ସହିତ, ରତନ ଟାଟାଙ୍କର ଅଧିକାଂଶ ସମ୍ପତ୍ତି ଟାଟା ଟ୍ରଷ୍ଟ ପାଇଁ ଉତ୍ସର୍ଗୀକୃତ, ଯାହା ସିଧାସଳଖ ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟରେ ଗଣାଯାଏ ନାହିଁ | ଏହି କାରଣରୁ ସେମାନେ ପାରମ୍ପାରିକ ଧନୀ ମାନଙ୍କର ମାନ୍ୟତାରେ ଦେଖାଯାଆନ୍ତି ନାହିଁ | ଟାଟା ପରିବାର ସର୍ବଦା ସମାଜର କଲ୍ୟାଣ ଏବଂ ସମୃଦ୍ଧତାକୁ ପ୍ରାଧାନ୍ୟ ଦେଇଥାଏ | ରତନ ଟାଟାଙ୍କ ନେତୃତ୍ୱରେ ଏହି ସଂସ୍କୃତି ଅଧିକ ଶକ୍ତିଶାଳୀ ହେଲା | ତାଙ୍କର ନେତୃତ୍ୱ ଦକ୍ଷତା ଏବଂ ଦାନ ତାଙ୍କୁ ଭାରତ ଏବଂ ବିଶ୍ୱରେ ଏକ ଆଦର୍ଶ କରିପାରିଥିଲା |

