spot_img
Home Blog Page 1247

ଇଟାଭାଟି ଯୋଗୁଁ ବାଲେଶ୍ବରରେ ବଢୁଛି ପ୍ରଦୂଷଣ

ବାଲେଶ୍ବର : ପ୍ରଦୂଷଣ ବଢାଉଛି ବେଆଇନ ଇଟାଭାଟି । ନା ପ୍ରଶାସନର ରହୁଛି ଅଙ୍କୁଶ, ନା ହେଉଛି ଚଢାଉ । ମାଫିଆଙ୍କ ଡରରେ ଚୁପ ରହୁଛନ୍ତି ଅଭିଯୋଗକାରୀ । କାର୍ଯ୍ଯାନୁଷ୍ଠାନ ନେଇ ଉପଜିଲ୍ଲାପାଳଙ୍କ ସଙ୍କେତ । ହଜାର ହଜାର ଇଟାରେ ସଜା ଚାଲିଛି ଇଟାପୋଡ଼ା ଭାଟି । ଆଉ ଭାଟିରୁ ନିର୍ଗତ ଧୂଆଁରେ ପ୍ରଦୂଷିତ ହେଉଛି ବାୟୁମଣ୍ଡଳ । ରାତିରେ ସରକାରୀ ଜମିରୁ ଟ୍ରକ୍, ଟ୍ରାକ୍ଟର ସାହାଯ୍ୟରେ ବୁହା ହେଉଛି ମାଟି । ମେଶିନରେ ଖୋଳିବା ଯୋଗୁଁ ହେକ୍ଟର ହେକ୍ଟର ଜମିରେ ସୃଷ୍ଟି ହେଲାଣି ଗର୍ତ୍ତ । ମାଫିଆଙ୍କ ନାଲି ଆଖି ଦେଖି ସବୁ ନୀରବ । ଇଏ ହେଉଛି ବାଲେଶ୍ବର ଜିଲ୍ଲାର ସଦର, ବାହାନଗା, ରେମୁଣା, ନୀଳଗିରି, ବାଲିଆପାଳ, ଭୋଗରାଇ, ଜଳେଶ୍ବର ଓ ବସ୍ତା ଅଞ୍ଚଳର ସ୍ଥିତି । ନଦୀ କୂଳିଆ ଅଞ୍ଚଳକୁ ଟାର୍ଗେଟ୍ କରୁଛନ୍ତି ଇଟାଭାଟି ମାଫିଆ । ପ୍ରଶାସନ ସବୁ ଦେଖି ନୀରବଦ୍ରଷ୍ଟା ସାଜିଥିବା ଲୋକେ ଅଭିଯୋଗ କରିଛନ୍ତି ।

ସୂଚନା ଅଧିକାର ଆଇନ ତଥ୍ଯ ଅନୁସାରେ, ବାଲେଶ୍ବର ଜିଲ୍ଲାର ବିଭିନ୍ନ ତହସିଲ ଅଧୀନରେ ୧୬୨ ଇଟାଭାଟି କାର୍ଯ୍ୟକ୍ଷମ ରହିଛି । ଏଥିମଧ୍ୟରୁ ରାଜା ଫ୍ଲାଏ ଆସ୍ ବ୍ରିକ୍ସ ଓ ମିତା ବ୍ରିକ୍ସକୁ ପ୍ରଶାସନ ଅନୁମତି ମିଳିଛି । ହେଲେ ବେଆଇନ ବାବେ ଚାଲିଛି ଅନ୍ୟ ୧୬୦ ଇଟାଭାଟି । ପ୍ରଶାସନ ତରଫରୁ କେବଳ ରେମୁଣା ତହସିଲରେ ଥିବା ଇଟାଭାଟି ଗୁଡ଼ିକରୁ ୨୦୨୩-୨୪ ରେ ଏକ କୋଟି ୩୦ ଲକ୍ଷ ୧୭ ହଜାର ୫୫୪ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେପଟେ ଉପ-ଜିଲ୍ଲାପାଳ କହିଛନ୍ତି, ସରକାରୀ ନୀୟମ ଉଲ୍ଲଂଘନକୁ ଆଉ ବରଦାସ୍ତ କରାଯିବନି ।

ଓଭରବ୍ରିଜ କାମ ବିଳମ୍ବରୁ ଗଳାବାଟେ ଯାଉଛନ୍ତି ଯାତ୍ରୀ

ରାଉରକେଲା : ରକ୍ତ ଶୋଷୁଛି ଲୌହ ଦାନବ । ରେଳ ବିଭାଗର ଅବହେଳାରୁ ଯାଉଛି ଜୀବନ । ଓଭରବ୍ରିଜ କାମ ବିଳମ୍ବରୁ ଗଳାବାଟେ ଯାଉଛନ୍ତି ଯାତ୍ରୀ । ପୁଣି କଲୁଙ୍ଗା ଫାଟକ ନିକଟରେ ଦୁଇ ବାଇ ଆରୋହୀଙ୍କ ମୃତ୍ଯୁ । ଟ୍ରେନ ଧକ୍କାରେ ଚାଲିଯାଇଛି ଦୁଇଜଣ ଯୁବକଙ୍କ ଜୀବନ । ୩ଟି ବାଇକରେ ୪ ଜଣ ଯୁବକ ଯାଉଥିବା ବେଳେ ଟ୍ରେନ ଧକ୍କା଼ରେ ଦୁଇଜଣ ମୃତ୍ୟୁ ବରଣ କରିଥିବା ଵେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଫାଟକ ବନ୍ଦ ଥିବାବେଳେ ଗଳାବାଟ ଦେଇ ଯାଉଥିବାବେଳେ ଧକ୍କା ଦେଇଥିଲା ଦରଭଙ୍ଗା ଏକ୍ସପ୍ରେସ । ସୁନ୍ଦରଗଡ଼ ଜିଲ୍ଲାର କଲୁଙ୍ଗା ରେଳ ଫାଟକ ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ୩ଟି ଵାଇକ ସମ୍ପୁର୍ଣ ନଷ୍ଟ ହୋଇଛି । ଆହତ ଦୁଇଜଣଙ୍କୁ ଜୟ ପ୍ରକାଶ ହସ୍ପିଟାଲରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପାଇଁ ରେଳ ବିଭାଗକୁ ଦାୟି କରିଛନ୍ତି ଲୋକେ ।

ଦୁର୍ଘଟଣା ପରେ ଅଧଘଣ୍ଟା ପାଇଁ ଟ୍ରେନ ଚଳାଚଳ ବନ୍ଦ ରହିଥିଲା । ରେଲୱେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଦୀର୍ଘଦିନ ଧରି ରେଳ ଓଭରବ୍ରିଜ ନିର୍ମାଣ କାମ ଜାରି ରହିଛି । ତେଣୁ ପାଟକ ନିକଟରେ ପ୍ରବଳ ଭିଡ଼ ହେଉଛି । ତେଣୁ ଗଳାବାଟ ଦେଇ ଲୋକେ ଯାତାୟାତ କରୁଛନ୍ତି । ତୁରନ୍ତ ଓଭରବ୍ରିଜ କାମ ସାରିବାକୁ ଲୋକେ ଦାବି କରିଛନ୍ତି । ରେଳ ଓଭରବ୍ରିଜ କାମ ଜାରି ରହିଥିବାରୁ ମରଣଯନ୍ତା ପାଲଟିଛି କଲୁଙ୍ଗା ଫାଟକ ନିକଟ ରାସ୍ତା । ତେଣୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଉଠିଛି ଦାବି ।

କଟକ SCBକୁ ପିଛା ଛାଡୁନି ନିଯୁକ୍ତି ଠକେଇ କଳଙ୍କ

କଟକ : ବଦନାମ ହେଉଛି କଟକ ବଡ଼ ମେଡିକାଲ । ପିଛା ଛାଡ଼ୁନି ନିଯୁକ୍ତି ଠକେଇ କଳଙ୍କ । ମାମଲାରେ ବଢୁଛି ଅଭିଯୋଗ ତାଲିକା । ପୁଣିଥରେ ଥାନାରେ ପହଞ୍ଚିଲେ ଠକେଇ ଶିକାର ଯୁବକ ଯୁବତୀ । ମାମଲାରେ ପୂର୍ବରୁ ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି । ହେଲେ ଏଥିରେ ଅନ୍ଯମାନଙ୍କର ବି ରହିଛି ସଂପୃକ୍ତି । ସେଥିପାଇଁ ପୁଣି  ମଙ୍ଗଳାବାଗ ଥାନାରେ ୮ ଜଣ ଯୁବକ ଯୁବତୀ ଦେଇଛନ୍ତି ଏତଲା । ଘଟଣାରେ ଅନ୍ଯମାନଙ୍କର ବି ସଂପୃକ୍ତି ରହିଥିବା ସେମାନେ ଅଭିଯୋଗ କରିଛନ୍ତି । ଘଟଣାର ମୁଖ୍ୟ କାର୍ପଟଦାର ଦଲାଲ ଭ୍ରାତା ଅର୍ଜିତ ମହାନ୍ତି, ଅର୍ପିତ୍ ମହାନ୍ତି, ଏଜେଣ୍ଟ ଅକ୍ଷୟ ପ୍ରଧାନ, ଦେବାଶିଷ ଦାସଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ୍ । ତେବେ ନିଜ ପୁତୁରା ପାଇଁ ଟଙ୍କା ଦେଇ ଏଥିରେ ଫସିଛନ୍ତି ଦେବାଶିଷ ଦାସ । ନିଜ ପୁତୁରା ସହ ଅନ୍ଯମାନଙ୍କ ଚାକିରି ପାଇଁ ସେ ୧୦ ଲକ୍ଷରୁ ଅଧିକ ଟଙ୍କା ଦେଇଥିବା କହିଛନ୍ତି ।

ଏସସିବି ମେଡିକାଲରେ  ଆଟେଣ୍ଡାଣ୍ଟ୍, ସୁରକ୍ଷାକର୍ମୀ, ସଫେଇ କର୍ମୀ, ଲିଫ୍ଟ ଅପରେଟର, ଡାଟା ଏଣ୍ଟ୍ରି ଅପରେଟର, ଟେକ୍ନିସିଆନ୍ ଆଦି ପଦବୀ ପାଇଁ ୨୨ ଶହ  କର୍ମଚାରୀଙ୍କୁ ଆଉଟସୋର୍ସିଂ ଜରିଆରେ ନିଯୁକ୍ତି ମିଳିଥାଏ । ଯେଉଁଥିରେ ଏସସିବି ର କୌଣସି ଭୂମିକା ନଥାଏ । କେବଳ କିଛି ପଦବୀ ପାଇଁ ମେଡିକାଲ ପକ୍ଷରୁ ଏକ ଟିମ ଗଠନ ହୋଇ ଏହି ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତାକୁ ଦୃଷ୍ଟି ଦିଆଯାଏ । କିନ୍ତୁ ବର୍ତ୍ତମାନ ଯେଉଁ ଦୁଇଟି ଆଉଟସୋର୍ସିଙ୍ଗ ସଂସ୍ଥାର କର୍ମଚାରୀ ନିଯୁକ୍ତି ଠକେଇ ଘଟଣାରେ ସାମିଲ ଅଛନ୍ତି ସେମାନଙ୍କୁ କାରଣଦର୍ଶାଅ ନୋଟସ ଜାରି କରାଯାଇଛି । ଏହାସହ ଆଗାମୀ ଦିନରେ ଏଭଳି ଘଟଣା ଯେପରି ନଘଟେ ସେ ଦିଗରେ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମେଡିକାଲ ପ୍ରଶାସନିକ ଅଧିକାରୀ । ମାମଲାରେ ଅଭିଯୋଗ ବଢୁଥିବାରୁ ଆଗକୁ ଗିରଫଦାରୀ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ପୋଲିସ ସୂତ୍ରରୁ ଜଣା ପଡିଛି ।

‘କୋ-ଅପରେଟିଭ ସୋସାଇଟି ସଭ୍ୟଙ୍କ କ୍ଷମତା ବୃଦ୍ଧି ପାଇଁ କଣ ପଦକ୍ଷେପ ନିଆଯାଇଛି ?’

ନୂଆଦିଲ୍ଲୀ : ରାଜ୍ୟରେ କୋ-ଅପରେଟିଭ ସୋସାଇଟି ସଦସ୍ୟମାନଙ୍କ ଦକ୍ଷତା ବୃଦ୍ଧି ପାଇଁ କୌଣସି ତାଲିମ କାର୍ଯ୍ୟକ୍ରମ କରାଯିବାର ଯୋଜନା ଅଛି କି ବୋଲି ରାଜ୍ୟସଭାରେ ପ୍ରଶ୍ନ କରିଛନ୍ତି ସାଂସଦ ମାନସ ମଙ୍ଗରାଜ ଓ ମୁଜିବୁଲ୍ଲା ଖାନ। ୩ ବର୍ଷରେ କେତୋଟି କର୍ମଶାଳା ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି, ତାର ସୂଚନା ମାଗିଥିଲେ ସାଂସଦ । ଏହା ସହିତ ଓଡ଼ିଶାରେ କୋଅପରେଟିଭ ସୋସାଇଟିଗୁଡିକର କୌଣସି ଶିକ୍ଷାନୁଷ୍ଠାନ କିମ୍ବା ବିଶେଷଜ୍ଞଙ୍କ ସହଯୋଗିତାରେ ତାଲିମ ପାଇଁ କାର୍ଯ୍ୟକ୍ରମ କରାଯାଉଛି କି ବୋଲି ପ୍ରଶ୍ନ କରିଛନ୍ତି ମାନସ ମଙ୍ଗରାଜ। ଏହାର ଉତ୍ତରରେ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ନ୍ୟାସନାଲ କାଉନସିଲ ଫର କୋଅପରେଟିଭ ଟ୍ରେନିଂ ଜରିଆରେ ପୂରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସମଗ୍ର ଦେଶରେ ୨୦ ଟି ଟ୍ରେନିଂ ଇନଷ୍ଟିଚ୍ୟୁଟ ଅଛି। ଭୁବନେଶ୍ଵରରେ ଥିବା ମଧୁସୂଦନ ଇନଷ୍ଟିଚ୍ୟୁଟ ଅଫ କୋପରେଟିଭ ମ୍ୟାନେଜମେଣ୍ଟ ମାଧ୍ୟମରେ ପରିଚାଳନାଗତ କୌଶଳ ଶିକ୍ଷା ପ୍ରଦାନ କରାଯାଉଛି । ୩ ବର୍ଷର ସୂଚନା ଦେବାକୁ ଯାଇ ମନ୍ତ୍ରୀ ଅମିତ ଶାହ କହିଛନ୍ତି ୨୦୨୧-୨୨ରେ ୯୪ ଟି କାର୍ଯ୍ୟକ୍ରମ ମାଧ୍ୟମରେ ୪୪୪୬ ଜଣ, ୨୦୨୨-୨୩ ରେ ୧୬୬ ଟି  କାର୍ଯ୍ୟକ୍ରମ ଜରିଆରେ ୯୧୬୫ ଜଣ ଓ ୨୦୨୩-୨୪ ରେ ୧୯୧ ଟି କାର୍ଯ୍ୟକ୍ରମ ମାଧ୍ୟମରେ ୯୪୫୬ ଜଣ ତାଲିମ ନେଇଛନ୍ତି । ମଧୁସୂଦନ ଇନଷ୍ଟିଚ୍ୟୁଟ ଅଫ୍ କୋଅପରେଟିଭ ମ୍ୟାନେଜମେଣ୍ଟ,  ନାବାର୍ଡ, ରିଜର୍ଭ ବ୍ୟାଙ୍କ, ରାଜ୍ୟ କୋ ଅଅପରେଟିଭ ବ୍ୟାଙ୍କରେ ଟ୍ରେନିଂ ଦିଆଯାଏବୋଲି କହିଛନ୍ତି ମନ୍ତ୍ରୀ ।

ବୁଡିଗଲା ବୋଟ୍ : ୪୦ ଜଣ ନଖୋଜ, ଉଦ୍ଧାର ଜାରି

ମୁମ୍ଵାଇ : ମୁମ୍ଵାଇ ଉପକୂଳରେ ବଡ଼ ଅଘଟଣ  । ଏଲିଫେଣ୍ଟା କେଭସ୍ ଦେଖିବାକୁ ଯିବା ବେଳେ ବୁଡ଼ିଗଲା ବୋଟ୍ ।  ୬୦ରୁ ଅଧିକ ପର୍ଯ୍ୟଟକ ବୋଟରେ ଥିଲେ ।  ସ୍ଥାନୀୟ ମତ୍ସ୍ୟଜୀବୀ ଓ କୋଷ୍ଟ ଗାର୍ଡ ସହାୟତାରେ ଚାଲିଛି ଉଦ୍ଧାର କାର୍ଯ୍ୟ  । ଜଣକର ମୃତଦେହ ଉଦ୍ଧାର ହୋଇଥିବା ସୂଚନା  । ଅନେକ ଏଯାଏ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା  । ୪୦ ଜଣ ନିଖୋଜ ଥିବା ସୂଚନା   । ଗେଟ୍ ୱେ ଅଫ୍ ଇଣ୍ଡିଆ ନିକଟରେ ବୋଟ୍ ବୁଡ଼ି ଯାଇଥିଲା  । ୨୦ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଆବାସ ଯୋଜନାରୁ ବଞ୍ଚିତ ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ଗାଁର ହିତାଧିକାରୀ

ବାସୁଦେବପୁର : କାନ୍ଥ ଫାଟି ଆଁ କଲାଣି । ଫଟା କାନ୍ଥରେ ମାଟି ଲେପି ଯୋଡ଼ିବାକୁ ଚେଷ୍ଠା କରାଯାଉଛି । ଭଙ୍ଗା ଦଦରା ଚାଳ ଛପର ଘରେ ପଲଥିନି ପକାଇ ରହୁଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ଗାଁର ବାସନ୍ତୀ ସେଠୀ । ତାଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ସାହାଭରସା ପାଲଟିଛି ଏହି ଭଙ୍ଗା ଦଦରା ଘର । ମୁଣ୍ଡ ଝାଳ ତୁଣ୍ତରେ ପାଣି ଯାହା ମିଳୁଛି ସେତିରେ ତିନି ଓଳି ଖାଇବା କଷ୍ଟକର ହୋଇପଡୁଛି । ନୂଆ ଘର ତିଆରି ଦୂରର କଥା, ଅର୍ଥାଭାବରୁ ଘର ମରାମତି କରିପାରୁନାହାନ୍ତି ବାସନ୍ତୀ । ଏପଟେ ଟିକେ ନଜର ପକାନ୍ତୁ । ଅଳିଆ ଆବର୍ଜନା ଭିତରେ ଖୋଲା ଆକାଶ ତଳେ ଚାଲିଛି ରୋଷେଇ। ଘରର ନଡ଼ା ଛପର ଉଡ଼ିଗଲାଣି । ଘର ଭିତରୁ ଦିନରେ ସୂର୍ଯ୍ୟ ଓ ରାତିରେ ଜହ୍ନ ଦେଖାଯାଉଛନ୍ତି । ମାର୍ଗଶିର ମାସ ମାଣ ବସାଇବାକୁ ଭଲ ଜାଗାଟିଏ ନଥିବାରୁ ଏହି ଘରେ ମାଆ ଲକ୍ଷ୍ମୀଙ୍କ ଆସ୍ଥାନ କରି ପୂଜା କରୁଛନ୍ତି ସେହି ଗାଁର କମଳା ସାମଲ । ଆବାସ ଯୋଜନାରେ ବାସନ୍ତୀଙ୍କୁ ଘର ଖଣ୍ଡେ ମିଳିବା ସାତସପନ ହୋଇଛି । ସରପଞ୍ଚଙ୍କଠୁ ବିଡିଓଙ୍କ ପର୍ଯ୍ୟନ୍ତ ଗୁହାରି କରି ବାସନ୍ତୀ ଓ କମଳାଙ୍କୁ  ନିରାଶ ହେବାକୁ ପଡ଼ିଛି ।

ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ଗାଁର ତେଲିଆ ମୁଣ୍ଡରେ ତେଲ ଭଳି ଥିଲାବାଲା ଆବାସ ଯୋଜନାରେ ଘର ପାଇଛନ୍ତି । କୋଠାଘର ଥାଇ ସରକାରୀ କାଗଜପତ୍ରରେ ଚାଳ ଛପର ଘର ଫଟୋ ଅପ୍ଲୋଡ଼  କରାଯାଇଥିବା ଅଭିଯୋଗ ହୋଇଛି । ଘର ପାଇବାକୁ ବଞ୍ଚିତ ହୋଇଛନ୍ତି ପ୍ରକୃତ ହିତାଧିକାରୀ । ବାସୁଦେବପୁର ବ୍ଲକ୍ରେ ଏହି ଭଳି ଶତାଧିକ ଥିଲାବାଲା ସାଜିଛନ୍ତି ସରକାରୀ କାଗଜପତ୍ରରେ ଗରିବ । ଏସମ୍ପର୍କରେ ମମତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ସେପଟେ  ସରକାରୀ ବାବୁଙ୍କୁ ହାତବାରିଶ୍ କରି ଘର ପାଇଛନ୍ତି ଅଯୋଗ୍ୟ ହିତାଧିକାରୀ । ନିରପେକ୍ଷ ତଦନ୍ତ କରାଗଲେ ଏଥିମଧ୍ୟରୁ ବହୁ ଅଯୋଗ୍ୟ ହିତାଧିକାରୀଙ୍କ ନମ ପଦାକୁ ଆସିପାରିବ। । ଏସମ୍ପର୍କରେ ବାସୁଦେବପୁର ବିଡିଓ କଣ କହୁଛନ୍ତି ଶୁଣନ୍ତୁ ।

କେବଳ ବାସନ୍ତୀ ଓ କମଳାଙ୍କ କଥା ନୁହେଁ ଲକ୍ଷ୍ମୀଦାସପୁର ଗାଁର ଯୁଧିଷ୍ଟିର ଜେନା, ଶତୃଘ୍ନ ପୁହାଣ, ଭାରତୀ ଜେନା, ହେମନ୍ତ କୁମାର ଜେନା, ଶରତ କୁମାର ଜେନା ଓ ଅନାଦି ଚରଣ ଜେନାଙ୍କ ଭଳି ଅନେକ ଯୋଗ୍ୟ ହିତାଧିକାରୀ ଘର ପାଇବାକୁ ବଞ୍ଚିତ ହୋଇଛନ୍ତି ।  ଏଠି ଥିଲାବାଲା ଘର ପାଉଥିବା ବେଳେ ଗରିବ ଲୋକ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଅଜଣା ରୋଗରେ ପୀଡ଼ିତ ୨ ପୁଅ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଭୁବନ : ଜନ୍ମ ହେବାର ୫ ବର୍ଷ ପରେ ମାନସିକ ବିକୃତି ହୋଇଯାଉଛନ୍ତି ଜଣେ ପରେ ଜଣେ ପୁଅ । ଡାକ୍ତର ମଧ୍ୟ ରୋଗ ଚିହ୍ନି ପାରୁନାହାନ୍ତି । ଏଭଳି କଳା ବାଦଲ ଘୋଟିଆସିଛି ଢେଙ୍କାନାଳ ଜିଲ୍ଲାର ଭୁବନ ୱାର୍ଡ ନମ୍ବର ୧୩ର ବାବୁରାମ ପୃଷ୍ଟିଙ୍କ ପରିବାରରେ । ଛୋଟ ଅଣ୍ଡା ଦୋକାନରୁ ପରିବାର ପୋଷିବା କଷ୍ଟକର ହୋଇପଡୁଥିବା ବେଳେ ୨ ପୁଅଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି । ଜନ୍ମର ୫ ବର୍ଷ ମଧ୍ୟରେ ବଡ଼ପୁଅର ସ୍ଵାସ୍ଥ୍ୟ ଠିକଠାକ୍ ଥିଲା । ସମସ୍ତଙ୍କୁ ଚିହ୍ନିବା ସହିତ ନା ମଧ୍ୟ ଡାକୁଥିଲା। ଖାଇବା ପିଇବା, ଅଙ୍ଗନବାଡ଼ିକୁ ମଧ୍ୟ ଯାଇ ଖେଳକୁଦ କରୁଥିଲା । ଅଚାନକ ଅସ୍ଵାଭାବିକ ଆଚରଣ ସାଙ୍ଗକୁ କାହାକୁ ଚିହ୍ନି ପାରିରୁନାହିଁ। ପୁଅର ସ୍ଵାସ୍ଥ୍ୟାବସ୍ଥାରେ ବିଗିଡ଼ି ବାରେ ଲାଗିଛି । ପ୍ରଥମେ ବେସରକାରୀ ଓ ପରେ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ କରାଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ପୁଅ ପୂର୍ବ ଅବସ୍ଥାକୁ ଆଉ ଫେରି ପାରୁନାହିଁ। ପୁଅର ଚିକିତ୍ସା ପାଇଁ ସରକାରୀ ସ୍ତରରେ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି ବାପା ମାଆ।

ପ୍ରଥମ ସନ୍ତାନର ମାନସିକ ସ୍ଥିତି ବିଗିବା ପରେ ସମାନ ଭାବେ ବାବୁରାମଙ୍କର ସାନ ପୁଅର ମଧ୍ୟ ଆୟୁଷର ମଧ୍ୟ ସ୍ଵଭାବ ଆଚରଣ ବଦଳିବାକୁ ଲାଗିଛି । ଫଳରେ ବାପା ମାଆ ଭାଙ୍ଗି ପଡ଼ିଛନ୍ତି । ବଡ଼ ପୁଅ ବୟସ ୧୩ ବର୍ଷ ହୋଇଥିବା ବେଳେ ସାନ ପୁଅକୁ ୭ ବର୍ଷ । ବଡ଼ ପୁଅ ଭୁବନ ହାଇସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିବାବେଳେ ସାନ ପୁଅ ଦ୍ଵିତୀୟ ଶ୍ରେଣୀରେ ପାଠ ପଢୁଛି । ଦୁଇପୁଅଙ୍କୁ ବାପା ସାଙ୍ଗରେ ନେଇ ସବୁଦିନ ଯିବାଆସିବା କରୁଛନ୍ତି। ଏପରି ସ୍ଥିତିରେ ଅର୍ଥ ଅଭାବରୁ ୨ ପୁଅଙ୍କ ଚିକିତ୍ସା କରିପାରୁନାହାନ୍ତି ବାବୁରାମ । ସରକାରୀ ସ୍ତରରେ ଚିକିତ୍ସା ସୁବିଧା ସେବା ଯୋଗାଇଦେବାକୁ ପଡ଼ୋଶୀ ନିବେଦନ କରିଛନ୍ତି । ଦିନକୁଦିନ ଦୁଇ ପୁଅଙ୍କର ସ୍ଵାସ୍ଥ୍ୟ ଅବସ୍ଥା ବିଗୁଡୁ ଥିବାରୁ ପୁଅକୁ ଭଲ କରାଇବା ପାଇଁ ସରକାରୀ ସ୍ତରରେ ସୁବିଧା ମିଲିପାରିଲେ ଗରିବ ପରିବାରର ଦୁଇ ପିଲା ନୂଆ ଜୀବନ ପାଇପାରନ୍ତେ।

ନିମ୍ନମାନର କାମ ନେଇ ଗ୍ରାମବାସୀଙ୍କ ଅଭିଯୋଗ

ନୟାଗଡ଼ : ନୂଆକରି ତିଆରି ହୋଇଥିବା କଂକ୍ରିଟ ରାସ୍ତାକୁ ଶାବଳରେ ଖୋଳାଯାଉଛି । ରାସ୍ତାର ଉଚ୍ଚତାକୁ ମଧ୍ୟ ମପାଯାଉଛି । ଏସବୁ ଚାଲିଛି ଜିଲ୍ଲା ଓ ବ୍ଲକ ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିରେ । ନୟାଗଡ଼ ଜିଲ୍ଲା ଭାପୁର ବ୍ଳକ ବଡ଼ସହରା ପଞ୍ଚାୟତରେ ଦୁଇଟି ରାସ୍ତା ଓ ଦୁଇଟି ନୂତନ ସରକାରୀ ଗୃହ ନିର୍ମାଣ କାମ ନିମ୍ନମାନର ହୋଇଥିବା ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଜିଲ୍ଲା ସ୍ତରୀୟ ତଦନ୍ତକାରୀ ଦଳ ପହଞ୍ଚି ରାସ୍ତାକାମର ଅନୁଧ୍ୟାନ କରିଥିଲେ । ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଅନୁଦାନ ପାଣ୍ଠିରୁ ବଡ଼ସହରା ପଞ୍ଚାୟତ ଢୋଲାଚଣ୍ତି ଠାକୁରାଣୀଙ୍କଠୁ ଆରଡ଼ି ରାସ୍ତା ଓ ବଡ଼ସହରା କଲ୍ୟାଣମଣ୍ତପ ରାସ୍ତା ନିର୍ମାଣ ହୋଇଛି । ସେହିପରି ବନ ସୁରକ୍ଷା ଗୃହ  ଓ ପଞ୍ଚାୟତ ଫାସିଲିଟି ସେଣ୍ଟ  ନିର୍ମାଣ ହୋଇଛି । ନିର୍ମାଣ ଚାରୋଟି ପ୍ରକଳ୍ପ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ବ୍ଳକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ ଓ ବଡ଼ସହରା ପଞ୍ଚାୟତ ସରପଞ୍ଚଙ୍କ ଉପସ୍ଥିତିରେ ପଞ୍ଚାୟତ ରାଜ ବିଭାଗର ସୁପରିଟେଣ୍ତଣ୍ଟ ଇଞ୍ଜିନିୟର ଟେକନିକାଲ ସର୍ପରାଜ ଖାନଙ୍କ ନେତୃତ୍ୱରେ ଟିମ୍ ପହଞ୍ଚି  ତଦନ୍ତ କରିଥିଲେ।

ନିମ୍ନ ମାନର ରାସ୍ତା କାମ ପାଇଁ ବଡ଼ସହରା ପଞ୍ଚାୟତର ଜନସାଧାରଣଙ୍କ ମଧ୍ୟ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ତେବେ ଏହି ରାସ୍ତା କାମରେ ତଦନ୍ତ କରାଯାଇ ସମ୍ପୃକ୍ତ ଠିକାଦାରଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ସ୍ୱତନ୍ତ୍ର ବିଭାଗ ଦ୍ୱାରା ନିର୍ମାଣ କାମରେ ସୂଚନା ଫଳକ ମଧ୍ୟ ଲଗାଯାଇ ନାହିଁ। ଦାୟିତ୍ୱରେ ଥିବା ବିଭାଗୀୟର ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଭାଗର ବଡ଼ବଡ଼ିଆ ବାବୁ ମାନଙ୍କ ସହ ଠିକାଦାରଙ୍କ ମଧୁ ଚନ୍ଦ୍ରିକା ରହିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରି ଦୋଷୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ନିମ୍ନମାନର କାମ ଉପରେ କେବଳ ଅନୁଧ୍ୟାନ କରି ଚୁପ୍ ବସିଗଲେ ହେବନାହିଁ । ତଦନ୍ତ କରି ଠିକାଦାରଙ୍କ ସହିତ ଦୋଷୀ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀଙ୍କ ମହଲରେ ଦାବି ହୋଇଛି ।

ପିଣ୍ଡି ନଥିବାରୁ ରାସ୍ତା ଉପରେ ଉତ୍ପାଦିତ କପା ଶୁଖାଉଛନ୍ତି ଚାଷୀ

ଉମରକୋଟ : ଖଳା ପାଲଟିଛି ଭାରତମାଳା ରାସ୍ତା । ରାଜପଥରେ ଶୁଖାଯାଇଛି ଉତ୍ପାଦିତ ମକା । ଏହି ରାସ୍ତା ଉପରେ ବସ୍ତାରେ ଭର୍ତ୍ତି କରି ରଖାଯାଉଛି । ଚାଷୀଙ୍କ ପାଇଁ ମକା ଶୁଖାଇବା ପାଇଁ ସ୍ଥାନ ଅଭାବରୁ ରାଜପଥରେ ମକା ଶୁଖାଉଛନ୍ତି ଚାଷୀ । ମକା ଚାଷ ପାଇଁ ଏସିଆ ମହାଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି ଉମରକୋଟ ଓ ରାଇଘର ଅଞ୍ଚଳ । ନବରଙ୍ଗପୁର ଜିଲ୍ଲାରେ  ୬୫ ହଜାର ହେକ୍ଟର ଜମିରେ ମକା ଚାଷ ହେଉଥିବା ବେଳେ ଉମରକୋଟ ଓ ରାଇଘରରେ ସର୍ବାଧିକ ଜମିରେ ମକା ଚାଷ ହୋଇଥାଏ । ମକା ଉତ୍ପାଦନ ପରେ ଖରାରେ ଶୁଖାଇବାକୁ ଜାଗା ଅଭାବ ପଡୁଥିବା ବେଳେ ଚାଷୀଙ୍କ ପାଖରେ ପଯ୍ୟାପ୍ତ ପରିମାଣରେ ପିଣ୍ଡି ନାହିଁ । ଏଣୁ ଭାରତମାଳା ରାସ୍ତାକୁ ମକା ଶୁଖାଇବା କାର୍ଯ୍ୟରେ ବ୍ୟବହାର କରୁଛନ୍ତି ଚାଷୀ । ଚାଷୀମାନେ ବହୁ ଦୂରରୁ ମକାକୁ ଆଣି ଏହି ଭାରତମାଳା ରାସ୍ତା ଉପରେ ଶୁଖାଇ ପୁଣି ଥରେ ଘରକୁ ନେଉଛନ୍ତି । ଟ୍ରାନ୍ସପୋଟିଂ ଖର୍ଚ୍ଚ ବଢୁଥିବାରୁ  ମକାରେ ଲାଭ କମ୍ ହେଉଥିବା କହିଛନ୍ତି ଚାଷୀ ।

ମକା ଶୁଖାଇବା ପାଇଁ ପାରମ୍ପରିକ ପଦ୍ଧତିରେ ଖଳା ପ୍ରସ୍ତୁତ କରିବା ବ୍ୟୟ ସାପେକ୍ଷ ଅଟେ ଓ ଶୁଖିବାକୁ ଅଧିକ ସମୟ ଲାଗେ । କଂକ୍ରିଟ ରେ ତିଆରି ଖଳାରେ ମକା ଶୀଘ୍ର ଶୁଖିଯାଉଛି । ନବରଙ୍ଗପୁର ଜିଲ୍ଲାରେ ପ୍ରତି ପଞ୍ଚାୟତରେ ପ୍ରଶାସନ ତରଫରୁ ରହିଥିବା ପିଣ୍ଡି ପର୍ଯ୍ୟାପ୍ତ ହେଉନାହିଁ । ମକା ଶୁଖାଇବାକୁ ଚାଷୀ ଭାରତମାଳା ରାସ୍ତାକୁ ବିକଳ୍ପ ଭାବେ ବାଛି ନେଇଛନ୍ତି। ଆଗକୁ ପୂର୍ଣ୍ଣ ମାତ୍ରାରେ ରାସ୍ତା କାର୍ଯ୍ୟକ୍ଷମ ହୋଇଗଲେ ଚାଷୀ ପୁଣି ଥରେ ମକା ଶୁଖାଇବାକୁ ଅସୁବିଧାରେ ପଡ଼ିବ । ତେଣୁ ମକା ଚାଷୀଙ୍କ ପାଇଁ ଆବଶ୍ୟକ ପରିମାଣରେ ମକା ପିଣ୍ଡି ନିର୍ମାଣ କରିବାକୁ ଚାଷୀ ଦାବି କରିଛନ୍ତି । ଅନେକ ସମୟରେ ଗାଡ଼ିମୋଟର ଚଳାଚଳ କରୁଥିବାରୁ ଚାଷୀ ଦୁର୍ଘଟଣାର ଶିକାର ହେଉଛଥିବା ନଜିର ରହିଛି । ତେଣୁ ମକା ଚାଷୀଙ୍କ ପାଇଁ ଆବଶ୍ୟକ ପରିମାଣରେ ଫୋର୍ଡ ତିଆରି କରିବାକୁ ଦାବି କରିଛନ୍ତି ମକା ଚାଷୀ । ମକା ଚାଷ ପାଇଁ ଏସିଆ ମହାଦେଶରେ ପ୍ରଥମ ସ୍ଥାନରେ ରହିଛି ଉମରକୋଟ ଓ ରାଇଘର ଅଞ୍ଚଳ । ତେଣୁ ଏହି ଚାଷୀଙ୍କ ପାଇଁ ରାଜ୍ୟ ସରକାର ପର୍ଯ୍ୟାପ୍ତ ପରିମାଣର ମକା ପିଣ୍ଡି ବ୍ୟବସ୍ଥା କରିବା ଜରୁରୀ ହୋଇପଡ଼ିଛି ।

କ୍ୟାନ୍ସର ପାଇଁ ଆସିଲା ଟିକା, ଲୋକମାନଙ୍କୁ ମାଗଣାରେ ଟିକା ଯୋଗାଇବ ଏହି ଦେଶ

ନନ୍ଦିଘୋଷ ବ୍ୟୁରୋ : ଋଷର ସ୍ବାସ୍ଥ୍ୟ ମନ୍ତ୍ରାଳୟ କ୍ୟାନ୍ସର ପାଇଁ ଟିକା ପ୍ରସ୍ତୁତ କରିଥିବା ଘୋଷଣା କରିଛି । ଆସନ୍ତା ମାସରେ ଋଷର ନାଗରିକମାନଙ୍କୁ ମାଗଣାରେ ଏହି ଟିକା ଯୋଗାଇ ଦିଆଯିବ । ଏହି ଟିକା କ୍ୟାନ୍ସର ରୋଗୀଙ୍କୁ ଦିଆଯିବ ନାହିଁ । ବରଂ କ୍ୟାନ୍ସର ରୋକିବା ପାଇଁ ଏହି ଟିକାକୁ ବ୍ୟବହାର କରାଯିବ  । ଋଷ ରେଡିଓଲୋଜି ରିସର୍ଚ ସେଣ୍ଟରର ମହାନିର୍ଦ୍ଦେଶକ ଏଣ୍ଡ୍ରି କାପ୍ରିନ ଏହି ବିଷୟରେ ସୂଚନା ଦେଇଛନ୍ତି । କେଉଁ ଭଳି କ୍ୟାନ୍ସର ପାଇଁ ଏହାକୁ ବ୍ୟବହାର କରାଯିବ ଓ ଏହାର ନାମ କଣ ତାକୁ ନେଇ ପ୍ରଶ୍ନ ଉଠିଛି ?

ଗାମାଲେୟା ରିସର୍ଚ ସେଣ୍ଟର ଫର୍ ଏପିଡେମିୟୋଲୋଜି ଏଣ୍ଡ ମାଇକ୍ରୋବାୟୋଲୋଜିର ନିର୍ଦ୍ଦେଶକ ଏଲାକଜେଣ୍ଡର ଜିଟ୍ସବର୍ଗ ଟିକାକୁ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଟିକାର ପ୍ରି-କ୍ଲିନିକାଲ ପରୀକ୍ଷା କରାଯାଇଛି । ଏହି ଟିକା ଟ୍ୟୁମର ବୃଦ୍ଧି ଓ ସମ୍ଭାବ୍ୟ ମେଟାସାସିସ୍ ଦମନ କରିଥାଏ ।

ଏହା ପୂର୍ବରୁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କରିଥିଲେ, ଋଷର ବୈଜ୍ଞାନିକମାନେ କ୍ୟାନ୍ସର ଟିକା ସୃଷ୍ଟି କରିବାକୁ ଯାଉଛନ୍ତି । ଏହି ଟିକା ଖୁବଶିଘ୍ର ରୋଗୀଙ୍କ ପାଇଁ ଉପଲବ୍ଧ ହେବ  । ତେବେ କେଉଁ ପ୍ରକାର କ୍ୟାନ୍ସର ପାଇଁ ଏହା ଉପଲବ୍ଧ ହେବ ତାହା ସ୍ପଷ୍ଟ ହୋଇନାହିଁ । ଏହା ବ୍ୟତିତ ଏହାର ନାମ ପ୍ରକାଶ କରାଯାଇ ନାହିଁ ।