spot_img
Home Blog Page 1247

ଅନ୍ତିମ ଟେଷ୍ଟରେ ଖେଳିବେନି ମିଚେଲ ମାର୍ସ, ଡେବ୍ୟୁ କରିବେ ଏହି ଯୁବ ଖେଳାଳି

ନନ୍ଦିଘୋଷ ବ୍ୟୁରୋ: ବର୍ଡର ଗାଭାସ୍କର ଟ୍ରଫିର ଅନ୍ତିମ ମ୍ୟାଚ ପାଇଁ ସମ୍ଭାବ୍ୟ ଦଳ ଘୋଷଣା କରିଛି । ଦଳର ଅଭିଜ୍ଞ ଖେଳାଳି ଅନ୍ତିମ ମ୍ୟାଚରେ ବାହାରେ ରହିଛନ୍ତି । ତାଙ୍କ ବଦଳରେ ଯୁବ ଖେଳାଳି ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଯୁବ ଖେଳାଳି ହେଉଛନ୍ତି ବିଉ ଓ୍ବେବଷ୍ଟର । ୪୬୯ତମ ପୁରୁଷ ଖେଳାଳିଭାବେ ଅଷ୍ଟ୍ରେଲିଆ ପାଇଁ ଡେବ୍ୟୁ କରିବାକୁ ଯାଉଛନ୍ତି ଓ୍ବେବଷ୍ଟର । ଦଳର ଅଧିନାୟକ ପାଟ କମିନ୍ସ ପ୍ରେସମିଟ୍ କରି ପ୍ଲେଇଙ୍ଗ ୧୧ ସମ୍ପର୍କରେ ସୂଚନା ଦେଇଛନ୍ତି ।  ଷଷ୍ଠ ସ୍ଥାନରେ ବ୍ୟାଟିଂର ବିକଳ୍ପ ହେବେ ବୋଲି କୁହାଯାଇଛି । ମାର୍ଶ ଏହି ସିରିଜରେ ଭଲ ପ୍ରଦର୍ଶନ କରିଥିବାବେଳେ ତାଙ୍କ ବଦଳରେ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି ।

ମିଚେଲ ମାର୍ଶଙ୍କ ପାଦରେ ଆଘାତ ଲାଗିଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଇଛି । ଶୁକ୍ରବାର ଅନ୍ତିମ ଟେଷ୍ଟ ଖେଳାଯିବାକୁ ଥିବାବେଳେ ଏହା ଉଭୟ ଦଳ ପାଇଁ ବେଶ ଗୁରୁତ୍ବ ବହନ କରୁଛି । କାରଣ ଏହି ଟେଷ୍ଟ ହାରିଲେ ଭାରତ ସିରିଜ ହାରିବ । ଅନ୍ୟପଟେ ମ୍ୟାଚ ଯଦି ଡ୍ର ହୁଏ ତାହେଲେ ସିରିଜ ବରାବର ରହିବ । ଅଷ୍ଟ୍ରେଲିଆ ଏବେ ୨-୧ରେ ଆଗୁଆ ରହିଛି । ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଯେଭଳି ରହିଛି ଏଥିରେ ଉନ୍ନତି ଆସିବ ବୋଲି ଫ୍ୟାନ୍ସମାନେ ଆଶା ରଖିଛନ୍ତି ।

ଶୀତଦିନେ ଆପଣମାନେ ଆବଶ୍ୟକତା ଠାରୁ ଅଧିକ ଅଦା ଖାଉନାହାନ୍ତି ତ? ଜାଣନ୍ତୁ ଏହାର କ୍ଷତି ବିଷୟରେ…

ପ୍ରତ୍ୟେକ ଭାରତୀୟ ଘରେ ଘରେ ଅଦାର ବ୍ୟବହାର କରିଥାନ୍ତି । ଚା’ରେ ଏହାର ବ୍ୟବହାର କରାଯିବା ସହିତ ଅନେକ ଖାଦ୍ୟର ସ୍ବାଦ ବୃଦ୍ଧି ପାଇଁ ମଧ୍ୟ ଏହାର ଉପଯୋଗ କରାଯାଇଥାଏ । ଥଣ୍ଡା ସିଜିନରେ ଇମ୍ୟୁନିଟି ବୁଷ୍ଟ କରିବା ଓ ସର୍ଦ୍ଦି-କାଶରୁ ମୁକ୍ତି ପାଇବା ପାଇଁ ଅଦାକୁ ବ୍ୟବହାର କରାଯାଇଥାଏ । ଏଥିରେ ରହିଥିବା ଔଷଧୀୟ ଗୁଣ ଆମର ସ୍ବାସ୍ଥ୍ୟ ପାଇଁ ବରଦାନ ସାବ୍ୟସ୍ତ ହୋଇଥାଏ । ମାତ୍ର ଅତ୍ୟଧିକ ମାତ୍ରାରେ ଅଦାର ବ୍ୟବହାର ଆମର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ତେଣୁ ଅଦା ସେବନର ପାର୍ଶ୍ବପ୍ରତିକ୍ରିୟା ବିଷୟରେ ଆସନ୍ତୁ ଜାଣିବା ।
୧- ପେଟରେ ଗ୍ୟାସ ସୃଷ୍ଟି ସମସ୍ୟା
ଅଧିକ ଅଦା ସେବନ କରିବା ଫଳରେ ପେଟରେ ଗ୍ୟାସ ସୃଷ୍ଟି ସମସ୍ୟା ହୋଇପାରେ । ଏହାକୁ ଅଧିକ ଖାଇବା ଫଳରେ ପେଟ ଯନ୍ତ୍ରଣା, ଗ୍ୟାସ ସମସ୍ୟା ସୃଷ୍ଟି ହୋଇପାରେ ।
୨- ରକ୍ତ ପତଳା ହୋଇପାରେ
ଅଧିକ ମାତ୍ରାରେ ଅଦା ସେବନ ଆମର ରକ୍ତକୁ ପତଳା କରିବା ଦିଗରେ କାମ କରିଥାଏ । ଏହି କାରଣରୁ ଚୋଟ ଲାଗିଲେ ରକ୍ତର ଜବାଟ ଶୀଘ୍ର ସୃଷ୍ଟି ହୋଇ ପାରିନଥାଏ ।
୩- ଗର୍ଭଧାରଣ
ଗର୍ଭବତୀ ମହିଳାମାନେ କମ୍ ଅଦା ସେବନ କରିବା ଉଚିତ । ଅଧିକ ଅଦା ସେବନ କରିବା ଫଳରେ ଗର୍ଭଧାରଣରେ ବିପଦ ସୃଷ୍ଟି ହୋଇଥାଏ ।
୪- ଲୋ ବ୍ଲଡ ପ୍ରେସର ସମସ୍ୟା
ଯେଉଁ ଲୋକଙ୍କ ଠାରେ ଲୋ ବ୍ଲଡ ପ୍ରେସର ସମସ୍ୟା ରହିଥାଏ, ସେମାନେ କମ୍ ମାତ୍ରାରେ ଅଦା ସେବନ କରିବା ଉଚିତ୍ । ରକ୍ତକୁ ପତଳା କରିବାର ଗୁଣ ଅଦାରେ ରହିଥାଏ । ଏପରି ସ୍ଥିତିରେ ଏହା ଲୋ ବ୍ଲଡ ପ୍ରେସରର ସମସ୍ୟାକୁ ଆହୁରି ବଢ଼ାଇପାରେ ।
୫- ଡାଇବେଟିସ
ଅଧିକ ଅଦା ସେବନ କରିବା ଫଳରେ ଶୁଗର ସ୍ତର କମ୍ ହୋଇପାରେ । ଯେଉଁମାନଙ୍କର ଡାଇବେଟିସ ସ୍ତର କମ୍, ସେମାନେ ଅଧିକ ଅଦା ସେବନରୁ ଦୂରେଇ ରହିବା ଉଚିତ ।
୬- ଚର୍ମ ସମ୍ବନ୍ଧୀୟ ସମସ୍ୟା
ଆବଶ୍ୟକତା ଠାରୁ ଅଧିକ ଅଦା ଖାଇବା ଫଳରେ ଚର୍ମ ସମ୍ବନ୍ଧୀୟ ସମସ୍ୟା ହୋଇପାରେ । ଏହି କାରଣରୁ କୁଣ୍ଡିଆ, ଆଖି ଲାଲ, ଆଖି କୁଣ୍ଡାଇ ହେବା ଓ ଗଳା ସମ୍ବନ୍ଧୀୟ ସମସ୍ୟା ହୋଇପାରେ ।
ସାଧାରଣ ଲୋକମାନେ ୧-୨ ଗ୍ରାମର ଅଦା ସେବନ କରିବା ସ୍ବାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ । ଏହାକୁ ଆପଣମାନେ ଚା’ କିମ୍ବା ଖାଦ୍ୟରେ ମିଶାଇ ପାରିବେ । ମାତ୍ର ଏହାର ଅତ୍ୟଧିକ ଉପଯୋଗରୁ ଦୂରେଇ ରହିବେ ।

୨୦ ବର୍ଷିୟ ଯୁବକଙ୍କ କମାଲ, ସୃଷ୍ଟି କଲେ ନୂଆ ରେକର୍ଡ଼

ନନ୍ଦିଘୋଷ ବ୍ୟୁରୋ: କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳେ । ଏହି ଉକ୍ତିକୁ ପ୍ରମାଣ କରି ଆଉ ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି ୨୦ ବର୍ଷର  ଭାରତୀୟ ଯୁବକ ।  ଗୋରିଚେନ୍ ପର୍ବତ ଉପରକୁ ଯାଇ କଲେ ରେକର୍ଡ଼ ।ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି ତେଲେଙ୍ଗାନାର ୨୦ ବର୍ଷିୟ ପର୍ବତାରୋହୀ ଭୁକି ଯଶଓ୍ବନ୍ତ ନାୟକ।  ଗୋରିଚନ ପର୍ବତକୁ ଚଢି ରେକର୍ଡ଼ କରିବାରେ ସବୁଠାରୁ କନିଷ୍ଠ ବ୍ୟକ୍ତି ହେଉଛନ୍ତି ଯଶଓ୍ବନ୍ତ ।  ଯଶଓ୍ବନ୍ତ  ୬ ହଜାର ୪୮୮ ମିଟର ଉଚ୍ଚତାର ପର୍ବତ ଚଢି ଏହି ଇତିହାସ ସୃଷ୍ଟି କରିଛନ୍ତି ।  ଯଶଓ୍ବନ୍ତ ତେଲେଙ୍ଗାନାର ଏକ ଆଦିବାସୀ ଅଞ୍ଚଳରୁ ଆସିଛନ୍ତି । ଯେଉଁଠି ଅନେକ ସଂଘର୍ଷ କରିବା ପରେ ସେ  କିଛି ଲୋକଙ୍କ ସାହାର୍ୟ୍ୟ ନେଇ ସେ ଏହି ଯାତ୍ରା ଆରମ୍ଭ କରିଥିଲେ ।  ନିଜ ର କଠିନ ପରିଶ୍ରମ ଦ୍ବାରା ସେ ଏହି ସଫଳତା ପାଇଛନ୍ତି ।

ଯଶୱନ୍ତ ମାତ୍ର ୧୬ ବର୍ଷ ବୟସରେ ଭୁବନଗିରିର ରକ୍ କ୍ଲାଇମ୍ବିଂ ସ୍କୁଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟରୁ ତାଙ୍କର ଏହି ଯାତ୍ରା ଆରମ୍ଭ କରିଥିଲେ। ଯଶଓ୍ବନ୍ତ ନାୟକଙ୍କୁ ଭାରତୀୟ ହିମାଳୟ ସେଣ୍ଟର ଫର ଆଡଭେଞ୍ଚର ଆଣ୍ଡ ଇକୋଟୋରିଜିମ୍ (ଓଐଉଇଋ) ରୁ ତାଲିମ ନେବାକୁ ମଧ୍ୟ ସୁଯୋଗ ମିଳିଛି। ଯଶୱନ୍ତ  ଏହି ଆରୋହଣ ପାଇଁ ପ୍ରତିଦିନ ଶାରୀରିକ ପରିଶ୍ରମ କରନ୍ତି ଜ୍ଝ ସେ କହିଥିଲେ ଯେ ମୁଁ ପ୍ରତିଦିନ ସକାଳେ ଦୈାଡ଼େ, ଏବଂ ପରେ ପ୍ରାୟ ୨ ଘଣ୍ଟା ପାଇଁ  କିଛି  ବାୟାମ କରେ । ସେ କହିଥିଲେ ଯେ ମୁଁ ମୋର ଖାଦ୍ୟ ନିଜେ ପ୍ରସ୍ତୁତ କରେ। ଯଶୱନ୍ତଙ୍କ ସ୍ୱପ୍ନ ହେଉଛି ଏଭରେଷ୍ଟ ପର୍ବତ ଏବଂ ୭ ମହାଦେଶର ୭ ଟି ସର୍ବୋଚ୍ଚ ଶିଖର ଉପରକୁ  ଚଢିବାଜ୍ଝ  ଯଶଓ୍ବନ୍ତ ହାସଲ କରିଥିବା ଏହି ସଫଳତା ପାଇଁ ତାଙ୍କ ପରିବାର ସହିତ ପୁରା ଗାଁ  ତାଙ୍କ ପାଇଁ ଗର୍ବିତ ।

କିପରି ଥିଲା ଯଶଓ୍ବନ୍ତଙ୍କର ଏହି ଆରୋହଣ:

ଗୋରିଚେନ୍ ପର୍ବତର ଆରୋହଣ ୧୯ ସେପ୍ଟେମ୍ବର ୨୦୨୪ ରେ ହୋଇଥିଲା। ୟଶୱନ୍ତ ନାୟକ, ପ୍ରସିଦ୍ଧ ଟ୍ରାନ୍ସକେଣ୍ଡ ଆଡଭେଞ୍ଚର କମ୍ପାନୀ ସହିତ ଏହି ଚ୍ୟାଲେଞ୍ଜ କରି ଶିଖରରେ ସଫଳତାର ସହ ପହଞ୍ଚିବାରେ ପ୍ରଥମ ନାଗରିକ ଦଳର ଅଂଶ ହୋଇଥିଲେ। ସମଗ୍ର ପଥଟି ବିପଦରେ ପରିପୂର୍ଣ୍ଣ ଥିଲା, ଖାଲି ପଥର ଏବଂ ବିପଜ୍ଜନକ ସମୁଦ୍ର ଗ୍ଲାସିରଗୁଡିକ ଏହି ଅସୁବିଧାକୁ ଯୋଡିଥିଲା । ଏହି ବାଧାବିଘ୍ନ ସତ୍ତ୍ୱେ ସେ ତାଙ୍କର ଆରୋହଣ ସମାପ୍ତ କରିଥିଲେ ।

ଗୋରିଚେନ୍ ଶିଖର କେଉଁଠାରେ ଅବସ୍ଥିତ ଏବଂ ଏହାର ଉଚ୍ଚତା କ’ଣ?

ଗୋରିଚେନ୍ ଶିଖର ଅରୁଣାଚଳ ପ୍ରଦେଶର ତାୱାଙ୍ଗ ଜିଲ୍ଲାରେ ଅବସ୍ଥିତ ଏକ ପର୍ବତ ଶିଖର । ପୂର୍ବ ଭାରତ ଏବଂ ଅରୁଣାଚଳ ପ୍ରଦେଶରେ ଏହି ଶିଖର ସର୍ବାଧିକ ଜ୍ଝ ଯାହାର ଉଚ୍ଚତା ସମୁଦ୍ର ପତ୍ତନଠାରୁ ୨୧,୨୮୩ ଫୁଟ (୬,୪୮୮ ମିଟର) ଜ୍ଝ ଏହା ତିବ୍ଦତର ସୀମା ନିକଟରେ । ଏହି ଶିଖରଟି ତୁଷାର ଆଚ୍ଛାଦିତ ଏବଂ ଏହାର କଠିନ ଅଞ୍ଚଳ ପାଇଁ ଜଣାଶୁଣା । ଏହାକୁ ଅତିକ୍ରମ କରିବା ପ୍ରତ୍ୟେକ ପର୍ବତାରୋହୀଙ୍କ ସ୍ୱପ୍ନ, ଲୋକମାନେ ଅନେକ ଚେଷ୍ଟା ପରେ ହିଁ ଏହାକୁ ଅତିକ୍ରମ କରିବାକୁ ସକ୍ଷମ ହୋଇପାରନ୍ତି ।

ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ଇଣ୍ଟରନ୍ୟାସନାଲ ହକି ଫେଡେରେସନ ଅଧ୍ୟକ୍ଷଙ୍କ ପ୍ରଶଂସା

ନନ୍ଦିଘୋଷ ବ୍ୟୁରୋ: ରାଉରକେଲା ସହରରେ ନିର୍ମିତ ହୋଇଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ଇଣ୍ଟରନ୍ୟାସନାଲ ହକି ଫେଡେରେସନ ଅଧ୍ୟକ୍ଷଙ୍କ ପ୍ରଶଂସା । ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ବିଶ୍ଵର ଶ୍ରେଷ୍ଠ ହକି ଷ୍ଟାଡିୟମ କହିଛନ୍ତି ଇଣ୍ଟରନ୍ୟାସନାଲ ହକି ଫେଡେରେସନର ଅଧ୍ୟକ୍ଷ ତାୟାବ ଇକ୍ରାମ । ସେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ପ୍ରଶଂସା କରିଛନ୍ତି । ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗ୍ ଅନୁଷ୍ଠିତ ହେଉଛି । ଏହି ଅବସରରେ ଇଣ୍ଟରନ୍ୟାସନାଲ ହକି ଫେଡେରେସନର ଅଧ୍ୟକ୍ଷ ତାୟାବ ଇକ୍ରାମ ସାମ୍ଵାଦିକ ସମ୍ମିଳନୀ କରି ହକି ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେବା ସହ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ପ୍ରଶଂସା କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ମାତ୍ର ୧୫ ମାସ ସମୟ ମଧ୍ୟରେ ରାଉରକେଲା ସହରରେ ବିଶ୍ଵର ସର୍ଵ ବୃହତ ହକି ଷ୍ଟାଡିୟମ ନିର୍ମାଣ କରାଯାଇଥିଲା । ଏହି ହକି ଷ୍ଟାଡିୟମକୁ ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ବେଶ ପ୍ରଶଂସା ମିଳୁଛି।

ଏବେ ସ୍ପେସରୁ ସିଧାସଳଖ ନେଟୱାର୍କ ପାଇବ ଆପଣଙ୍କର ଫୋନ୍..

ନନ୍ଦିଘୋଷ ବ୍ୟୁରୋ: ଏବେ ସ୍ପେସରୁ ସିଧାସଳଖ ନେଟୱାର୍କ ପାଇବ ଆପଣଙ୍କର ଫୋନ୍ । ଆମେରିକାର ଉପଗ୍ରହ ଉତକ୍ଷେପଣ କରି ଏହି ସ୍ୱପ୍ନକୁ ପୂରଣ କରିବ ଇସ୍ରୋ। ଟେକ୍ସାସ୍ ସ୍ଥିତ କମ୍ପାନୀ AST ହେଉଛି ସ୍ପେସ୍ ମୋବାଇଲ୍, ଯାହା ସ୍ପେସ୍ ମାଧ୍ୟମରେ ଲୋକଙ୍କୁ ମୋବାଇଲ୍ ନେଟୱାର୍କ ଯୋଗାଇବା ପାଇଁ କାର୍ଯ୍ୟ କରିବ । ଏହି କମ୍ପାନୀର କମ୍ୟୁନିକେସନ ସ୍ୟାଟେଲାଇଟ୍ ଶ୍ରୀହରିକୋଟା ଠାରୁ ଲଞ୍ଚ ହେବାକୁ ଯାଉଛି। ସମଗ୍ର ବିଶ୍ୱରେ ଭାରତକୁ ଏକ ଭିନ୍ନ ପରିଚୟ ପ୍ରଦାନ କରିବ ।  ଆର୍ଥିକ ହେଉ ଅବା ସାମାଜିକ, ରାଜନୀତି ହେଉ ଅବା ବିଜ୍ଞାନ, ଆମେ ପ୍ରତ୍ୟେକ କ୍ଷେତ୍ରରେ ବିଶ୍ୱ ସହିତ ଗତି କରୁଛୁ। ଇସ୍ରୋ ବିଜ୍ଞାନ କ୍ଷେତ୍ରରେ ଏକ ନୂତନ ସଫଳତା ହାସଲ କରିବାକୁ ଯାଉଛି। ବର୍ତ୍ତମାନ ମୋବାଇଲ୍ କଲିଂ ପାଇଁ ପାରମ୍ପରିକ ନେଟୱର୍କ କିମ୍ବା ଟାୱାରର କୌଣସି ଆବଶ୍ୟକତା ରହିବ ନାହିଁ । ଆଗକୁ ଆପଣ ନିଜେ ମହାକାଶରୁ ଦୁନିଆର କୌଣସି ଅଞ୍ଚଳକୁ କଲ କରିପାରିବେ।

ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଖୁବ୍ ଶୀଘ୍ର ଆମେରିକୀୟ କମ୍ପାନୀ ଏହି ସ୍ୱପ୍ନକୁ ବାସ୍ତବରେ ପରିଣତ କରିବାକୁ ଯାଉଛି । ଭାରତର ଇସ୍ରୋ ଏଥିରେ ସମର୍ଥନ କରୁଛି । ଭାରତୀୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ଆମେ ଫେବୃଆରୀ କିମ୍ବା ମାର୍ଚ୍ଚରେ ଆମେରିକାର ଉପଗ୍ରହ ଉତକ୍ଷେପଣ କରିବୁ । ମୋବାଇଲ୍ ଯୋଗାଯୋଗ କ୍ଷେତ୍ରରେ ଏହା ଏକ ବିପ୍ଳବ ଆଣିବ । ତେବେ ଏନେଇ ଇସ୍ରୋ କିମ୍ବା କେନ୍ଦ୍ର ମନ୍ତ୍ରୀଙ୍କଠାରୁ କୌଣସି ସରକାରୀ ବିବୃତ୍ତି ଆସିନାହିଁ। ଏହାର ବିଶେଷତ୍ଵ ହେଉଛି ମହାକାଶରୁ ନେଟୱର୍କ ମିଳିବା ସରଳ ହେବ। ଦୁନିଆରେ ଯେକୌଣସି ସ୍ଥାନରେ ରହି ଫୋନରେ କଥା ହୋଇପାରିବା। ଷ୍ଟାରଲିଙ୍କ ପରି ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ହେବ। ଦେଖିବାକୁ ଗଲେ ଏହା ଗ୍ଲୋବାଲ ସିମ୍ ଭଳି କାମ କରିବ।

ଜାନୁଆରୀ ମାସରେ ସ୍ଵାଭାବିକ ଶୀତ ଅପେକ୍ଷା ଅଧିକ ରହିବ ପଶ୍ଚିମାଝଡ଼ର ପ୍ରଭାବ

ନନ୍ଦିଘୋଷ ବ୍ୟୁରୋ: ଜାନୁଆରୀରେ ଶୀତ କମ୍ ବର୍ଷା ଅଧିକ । ଦୀର୍ଘମିଆଦି ଆକଳନରେ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଜାନୁଆରୀ ମାସରେ ସ୍ଵାଭାବିକ ଶୀତ ଅପେକ୍ଷା ପଶ୍ଚିମାଝଡ଼ର ପ୍ରଭାବ ଅଧିକ ରହିବ। ଶୀତ କମ୍ ରହିବ, କୋହଲା ପାଗ ସହ ବର୍ଷା ହେବ ବୋଲି ଆକଳନ କରାଯାଇଛି । ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ଅନୁଭବ ହେବ ପ୍ରବଳ ଶୀତ । ଗତ ତିନି ଦିନ ମଧ୍ୟରେ ୭ ଡିଗ୍ରୀରୁ ଅଧିକ ତାପମାତ୍ରା ହ୍ରାସ ପାଇଛି । ଆଗାମୀ ୭ ଦିନ ଯାଏଁ ପାଗ ଶୁଖିଲା ରହିବା ସହ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ।

କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବୌଦ୍ଧ, ସୋନପୁର ସମେତ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ଜାଡ଼ ଅନୁଭୂତ ହେବ। ୪ ଦିନ ଯାଏ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ କୁହୁଡ଼ି ଦୃଶ୍ୟମାନ ହେବ। କନ୍ଧମାଳ ଓ ଅନୁଗୁଳ ଜିଲ୍ଲାରେ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାସହ କେନ୍ଦୁଝର, ମୟୁରଭଞ୍ଜ,ଢେଙ୍କାନାଳ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କଳାହାଣ୍ଡି ଓ ନୟାଗଡ଼ରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ। ଜାନୁଆରୀରେ ଶୀତର ପ୍ରକୋପ ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ଗତ ୨ଦିନ ମଧ୍ୟରେ ଅନେକ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇଥିବା ବେଳେ ପ୍ରବଳ ଶୀତ ଅନୁଭବ ହୋଇଛି।

ନୂଆବର୍ଷରୁ ଜନ୍ମ ନେବେ ଜେନେରେସନ ବୀଟା: ଜାଣନ୍ତୁ ଏହି ଜେନେରେସନର ନାମ ଓ ତା’ ପଛର କାହାଣୀ

ନୂଆଦିଲ୍ଲୀ: ଆପଣମାନେ ବର୍ତ୍ତମାନ ସୁଦ୍ଧା ଜେନେରେସନ ଅଲ୍ଫା ଓ ଜେନେରେସନ Z ବିଷୟରେ ଶୁଣିଥିବେ । କିନ୍ତୁ ନୂଆବର୍ଷରୁ ଆଉ ଏକ ନୂଆ ଜେନେରେସନ ଆମମାନଙ୍କ ପାଇଁ ଆସୁଛି, ଯାହାର ନାମ ‘Generation Beta’ ହେବ । ୨୦୨୫ ଜାନୁଆରୀ ୧ ଠାରୁ ଜନ୍ମଗ୍ରହଣ କରୁଥିବା ଶିଶୁମାନଙ୍କୁ ’ଜେନେରେସନ ବେଟା’ ନାମ ଦିଆଯାଇଛି । ପୂର୍ବରୁ ଆମେମାନେ Gen G ଓ Gen Alpha ମଧ୍ୟରେ ରହିଥିବା ସାମଞ୍ଜସ୍ୟକୁ ଶିଖୁଥିବା ବେଳେ ଏହା ମଧ୍ୟରେ ଏକ ନୂଆ ଜେନେରେସନ ଆସିଯାଇଛି ।

ସାଧାରଣ ଭାବେ ଯେ କୌଣସି ଜେନେରେସନର ନାମ ସେହି ସମୟର ଐତିହାସିକ, ସାଂସ୍କୃତିକ ଓ ଆର୍ଥିକ ଘଟଣାବଳୀର ଆଧାରରେ ସ୍ଥିର ହୋଇଥାଏ । କୌଣସି ଜେନେରେସନର ଆରମ୍ଭ ଓ ଶେଷ ସେହି ସମୟର ଯୁଦ୍ଧ, ଆର୍ଥିକ ବୃଦ୍ଧି ବା କୌଣସି ବଡ଼ ଟେକ୍ନୋଲୋଜିର ପରିବର୍ତ୍ତନ ଆଧାରରେ ରଖାଯାଇଥାଏ । ଏହି ଜେନେରେସନ ସାଧାରଣ ଭାବେ ୧୫-୨୦ ବର୍ଷର ଅବଧି ବିଶିଷ୍ଟ ହୋଇଥାଏ । ଆସନ୍ତୁ ଜାଣିବା ଜେନେରେସନର ନାମ ଓ ତା’ର ପଛର କାହାଣୀ ବିଷୟରେ ।

The Greatest Generation (GI ଜେନେରେସନ): 1901-1927

ଏହି ସମୟରେ ଜନ୍ମ ନେଉଥିବା ଜେନେରେସନକୁ The Greatest Generation ନାମରେ ଜଣାଯାଇଥାଏ । ଏହି ଜେନେରେସନର ଅଧିକାଂଶ ଲୋକ ଗ୍ରେଟ ଡିପ୍ରେସନ (ମହାମନ୍ଦୀ)ର ଦୁଃଖରେ ସମୟ ବିତାଉଥିଲେ । ଏହି ସମୟରେ ଜନ୍ମ ହେଉଥିବା ଅଧିକାଂଶ ଶିଶୁ ସୈନିକ ହୋଇଥିଲେ ଓ ଦ୍ବିତୀୟ ବିଶ୍ବଯୁଦ୍ଧରେ ଦେଶକୁ ରକ୍ଷା ପାଇଁ ସାମିଲ ହୋଇଥିଲେ । ଏହି ସମୟରେ ପରିବାରର ପାଳନ-ପୋଷଣ କରିବା ଏକ ଉପଲବ୍ଧି ଭାବେ ଗ୍ରହଣ କରାଯାଉଥିଲା । ଏହି ପୀଢ଼ିଙ୍କର ନିଜର କାମ ଉପରେ ଅତ୍ୟଧିକ ଫୋକସ ରହିଥିଲା, ଯାହାକି ସେମାନଙ୍କର ପରିଚୟ ସୃଷ୍ଟି କରିଥିଲା । ସେମାନେ ଯେଉଁ ଅନୁଭବ ହାସଲ କରିଥିଲେ, ତାହା ସେମାନେ ପରବର୍ତ୍ତୀ ପୀଢ଼ିଙ୍କୁ ମଧ୍ୟ ଉତ୍ତରାଧିକାର ସୂତ୍ରରେ ପ୍ରଦାନ କରିଥିଲେ ।

The Silent Generation: 1928-1945

ମହାମନ୍ଦୀ ଓ ଦ୍ବିତୀୟ ବିଶ୍ବଯୁଦ୍ଧର ଫଳାଫଳ କାରଣରୁ ଏହି ଜେନେରେସନକୁ The Silent Generation ନାମରେ ପରିଚିତ କରାଇଥିଲା । ଏହି ଜେନେରେସନର ଶିଶୁମାନେ ପରିଶ୍ରମୀ ଓ ଆତ୍ମନିର୍ଭରଶୀଳ ଥିଲେ ।

Baby Boomer Generation: 1946-1964

ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଜନସଂଖ୍ୟାର ପ୍ରବଳ ବୃଦ୍ଧି କାରଣରୁ ଏହି ଜେନେରେସନର ନାମ ବେବି ବୁମର୍ସ ରଖାଯାଇଥିଲା । ବେବି ବୁମର୍ସ ଜେନେରେସନର ଲୋକମାନେ ନିଜର ଶିଶୁଙ୍କୁ ନୂଆ ତରିକାରେ ବଡ଼ କରିଥିଲେ । ସେମାନଙ୍କ ପାଇଁ ଟେକ୍ନୋଲୋଜି ନୂଆ ଥିଲା ।

ଜେନେରେସନ X: 1965-1980

ଜେନେରେସନ X ପାଇଁ ମଧ୍ୟ ଟେକ୍ନୋଲୋଜି ନୂଆ ଥିଲା । ଏହି ଯୁଗରେ ଇଣ୍ଟରନେଟ ଓ ଭିଡିଓ ଗେମର ଶୁଭାରମ୍ଭ ହୋଇଥିଲା । ଦ୍ରୁତ ଭାବେ ବଦଳୁଥିବା ଦୁନିଆରେ ଏହି ଜେନେରେସନର ଲୋକମାନେ ବଡ଼ ହୋଇଥିଲେ । ନିଜର ଶିଶୁଙ୍କୁ ସମସ୍ତ ପ୍ରକାରର ସୁବିଧା ଦେବାକୁ ଏହି ଜେନେରେସନର ଅଭିଭାବକମାନେ ପ୍ରୟାସ କରୁଥିଲେ ।

ମିଲୋନିୟଲ୍ସ ବା ଜେନେରେସନ Y: ୧୯୮୧-୧୯୯୬

ଜେନେରେସନ Yକୁ ମିଲୋନିୟଲ୍ସ ନାମରେ ଜଣାଯାଇଥାଏ । ଏହି ଜେନେରେସନର ଲୋକମାନେ ସବୁଠାରୁ ଅଧିକ ପରିବର୍ତ୍ତନ ଦେଖିଥିଲେ ଓ ଶିଖିଥିଲେ । ଏହି ଜେନେରେସନର ଲୋକମାନେ ଟେକ୍ନୋଲୋଜି ସହିତ ନିଜକୁ ଅପଡେଟ କରିଥିଲେ ।

ଜେନେରେସନ Z: ୧୯୯୭-୨୦୦୯

ଜନ୍ମ ଲାଭ ପରେ ପରେ ଏହି ଜେନେରେସନକୁ ତ୍ବରିତ ଭାବେ ଇଣ୍ଟରନେଟ ଓ ସୋସିଆଲ ମିଡ଼ିଆ ପରି ପ୍ଲାଟଫର୍ମକୁ ନିଆଯାଇଥିଲା । ଡିଜିଟାଲ ଯୁଗରେ ଲାଳିତ ପାଳିତ ହୋଇଥିବା ଏହି ଜେନେରେସନ ସ୍ମାର୍ଟଫୋନ ଓ ଇଣ୍ଟରନେଟ ବିନା ବଞ୍ଚିବାର କଳ୍ପନା କରିନଥାନ୍ତି । ଡିଜିଟାଲ ଯୁଗରେ ସୋସିଆଲ ମିଡ଼ିଆରେ କିପରି ଅର୍ଥ ରୋଜଗାର ହୁଏ, ତାହା ଏହି ଜେନେରେସନଙ୍କୁ ଭଲ ଭାବେ ଜଣା ।

ଜେନେରେସନ ଅଲ୍ଫା: ୨୦୧୦-୨୦୨୪

ପ୍ରଥମ ପୀଢ଼ି ଭାବେ ଏମାନଙ୍କର ଜନ୍ମ ପୂବର୍ରୁ ହିଁ ସୋସିଆଲ ମିଡ଼ିଆ ଓ ଇଣ୍ଟରନେଟ ପ୍ଲାଟଫର୍ମ ରହିଥିଲା । ଏମାନେ ସବୁଠାରୁ କମ୍ ବୟସର ନୂଆ ପୀଢ଼ି ଅଟନ୍ତି । ଏହି ଜେନେରେସନର ଶିଶୁଙ୍କ ପିତା-ମାତା ଇଣ୍ଟରନେଟ, ମୋବାଇଲ ଫୋନ ଓ ସୋସିଆଲ ମିଡ଼ିଆ ସହିତ ବଡ଼ ହୋଇଥିଲେ ।

ଜେନେରେସନ ବୀଟା: ୨୦୨୫-୨୦୩୯

୨୦୨୫ ଜାନୁଆରୀ ୧ ଠାରୁ ବୀଟାର ଯାତ୍ରା ଆରମ୍ଭ ହେବ । ବର୍ଷ ୨୦୨୫ରେ ଯେଉଁ ଶିଶୁମାନଙ୍କର ଜନ୍ମ ହେବ, ସେମାନଙ୍କୁ ‘ବୀଟା କୀଡସ’ କୁହାଯିବ । ଏହି ଶିଶୁମାନେ ଏପରି ଦୁନିଆରେ ବଡ଼ ହେବେ, ଯେଉଁଠାରେ ଟେକ୍ନୋଲୋଜି ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ଭାବେ ପରିଗଣିତ ହେବ । ଜେନେରେସନ ବୀଟାର ଜୀବନରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ହସ୍ତକ୍ଷେପ ଅଧିକ ଦେଖିବାକୁ ମିଳିବ ।

ରାଜଧାନୀରେ ଭାରତର ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭକୁ ଅସମ୍ମାନ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ରାଜଧାନୀରେ ଭାରତର ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭକୁ ଅସମ୍ମାନ ଅଭିଯୋଗ । ନୂଆ ବର୍ଷ ସ୍ୱାଗତ ଆଳରେ ବିଭିନ୍ନ ରାଜନୈତିକ ଦଳର ଵ୍ୟାନର ଓ ହୋଡିଂରେ ଲୁଚିଗଲା ଅଶୋକ ସ୍ତମ୍ଭ । ଦୀର୍ଘଦିନରୁ ରାଜଧାନୀର ସତ୍ୟନଗର ଓଭରବ୍ରିଜ ଓ ଲକ୍ଷ୍ମୀସାଗର ଗୋଳେଇ ଛକରେ ଥିବା ଜାତୀୟ ପତାକାର ଅଶୋକ ସ୍ତମ୍ଭ ଏଵେ ଵ୍ୟାନରରେ ଲୁଚି ଯାଇଛି । ଏହା ଅଶୋକ ସ୍ତମ୍ଭ ପ୍ରତି  ଘୋର ଅସମ୍ମାନ ବୋଲି କହିଛନ୍ତି ବିଶିଷ୍ଟ ଐତିହାସିକ ଅନିଲ ଧୀର । ଏନେଇ ଶ୍ରୀ ଧୀର ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବିଶେଷକରି ବିଜେପି ଦଳର ନେତା ଓ ଚିହ୍ନ ଥିବା ଅଭିନନ୍ଦନ ଵ୍ୟାନର ଅଶୋକ ସ୍ତମ୍ଭକୁ ଲୁଚାଇ ଦେବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ପ୍ରଶାସନ କାଲି ସୁଦ୍ଧା ଵ୍ୟାନର ନହଟାଇଲେ ସେ ହାଇକୋର୍ଟ ଯିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

ସମନ୍ଵିତ ପ୍ରଣାଳୀରେ ଚାଷ କରି ସ୍ଵାବଲମ୍ବୀ ପଙ୍କଜ

ନନ୍ଦିଘୋଷ ବ୍ୟୁରୋ: ସମନ୍ଵିତ ପ୍ରଣାଳୀରେ ଚାଷ କରି ସ୍ଵାବଲମ୍ବୀ । କୃଷି ଓ ଉଦ୍ୟାନ ବିଭାଗ ସହଯୋଗରେ ମାଛ ଓ ଛତୁ ଚାଷ କରି ସଫଳ ଉଦ୍ଯୋଗୀ ପାଲଟିଛନ୍ତି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଭରସୁଜା ଗାଁର ପଙ୍କଜ ସାହୁ । ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ୧୦ ରୁ ୧୨ ଜଣଙ୍କୁ ରୋଜଗାର ମଧ୍ଯ ଦେଇଛନ୍ତି । ଅନ୍ଯ ପାଇଁ ପାଲଟିଛନ୍ତି ଉଦାହରଣ ।

ପିଲାଟି ଦିନରୁ ଚାଷ କାମରେ ବିମୁଖ । ଏଭଳି ଏକ ଚାଷୀ ହେଲେ ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଗାଁର ପଙ୍କଜ ସାହୁ । ସେ ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ଯ ଚାକିରୀ ପଛରେ ନଗୋଡାଇ ନିଜସ୍ଵ ସମ୍ବଳରେ ସମନ୍ଵିତ କୃଷିକୁ ଆପଣାଇ ସୃଷ୍ଟି କରିଛନ୍ତି ସ୍ଵତନ୍ତ୍ର ପରିଚୟ । ନିଜର ପାଞ୍ଚ ଏକର ଜମିରେ ମାଛ ଚାଷ ଠୁ ଆରମ୍ଭ କରି ଛତୁ ଚାଷ, ଗେଣ୍ଡୁ ଫୁଲ, ଆମ୍ବ ସହିତ ବିଭିନ୍ନ ପନିପରିବା ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି । ଏବଂ ବାର୍ଷିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । କୃଷକ ରତ୍ନ, କୃଷି ଓଡିଶା ଭଳି ଅନେକ ପୁରସ୍କାର ପାଇବା ସହିତ ଜଣେ ସଫଳ ଚାଷୀ ଭାବେ ରାଜ୍ଯ ଓ ଜିଲ୍ଲା ସ୍ତରରେ ପୁରସ୍କୃତ ହୋଇଛନ୍ତି ପଙ୍କଜ।

ପଙ୍କଜ ଚାଷ କାମ କରି ନିଜେ ସ୍ଵାବଲମ୍ବୀ ହେବା ସହିତ ୧୦ ରୁ ୧୨ ଜଣଙ୍କୁ କୃଷିକାର୍ଯ୍ୟରେ ନିୟୋଜିତ କରି ରୋଜଗାର ଦେଉଛନ୍ତି । ତାଙ୍କୁ ଚାଷ କାର୍ଯ୍ଯରେ ତାଙ୍କ ଧର୍ମପତ୍ନୀ ସହଯୋଗ କରୁଛନ୍ତି । ସରକାରଙ୍କ ପକ୍ଷରୁ କେବଳ ବିଜୁଳିର ବ୍ୟସ୍ତତା ହୋଇ ପାରିଲେ ଆହୁରି ଉନ୍ନତି ହୋଇପାରନ୍ତା ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି । ଅନ୍ୟପଟେ  କୃଷି ଓ ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀ ପଙ୍କଜକୁ ଏକ ପ୍ଯାକିଙ୍ଗ ହାଉସ ସହିତ , ନେଟ ହାଉସ ସହ ବିଭିନ୍ନ ସମୟରେ ଚାରା  ଓ ଚାଷ ଉପକରଣ ଯୋଗାଇ ଦେଉଥିବା ନେଇ ଉଦ୍ୟାନକୃଷି ଅଧିକାରୀ କହିଛନ୍ତି ।

ନୂଆ ବର୍ଷରେ ଆମେରିକାରେ ଆତଙ୍କବାଦୀ ଆକ୍ରମଣ,ଭିଡ଼ ଉପରେ ଟ୍ରକ୍ ଚଢାଇ ୧୨ଙ୍କୁ ହତ୍ୟା

ନନ୍ଦିଘୋଷ ବ୍ୟୁରୋ: ନୂଆବର୍ଷରେ ସବୁଠି ଖୁସିର ମାହୋଲ ରହିଥିବାବେଳେ ଆମେରିକାର ନ୍ୟୁ ଓରିଲିନ୍ସରୁ ଆସିଛି ଏକ ହୃଦୟବିଦାରକ ଖବର । ଭିଡ଼ ଭିତରେ ଏକ ଟ୍ରକ ପଶିବା ସହ ଲୋକଙ୍କ ଉପରେ ଚଢ଼ାଇ ଦେଇଛି । ଯେଉଁଥିରେ ୧୨ ଜଣଙ୍କ ଜୀବନ ଚାଲିଯାଇଛି  ଏବଂ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ଏକ ସୂଚନା ଅନୁସାରେ ସହରର ଜଣାଶୁଣା ସ୍ଥାନ ବର୍ବନ ଷ୍ଟ୍ରିଟ ଅଞ୍ଚଳରେ ଏକ କାର ଦୁର୍ଘଟଣା ଦେବା କାରଣରୁ ଏଭଳି ହୋଇଛି । ସେପଟେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ଏକ ଟ୍ରକ ଗହଳି ଅଞ୍ଚଳକୁ ଆସିଥିଲା ଏବଂ ଡ୍ରାଇଭର ଜଣକ ଆଖିବୁଜା ଗୁଳି ଚଳାଇଥିଲା । ଯାହା ଫଳରେ ଏଭଳି ଅଘଟଣ ଘଟିଛି ।