spot_img
Home Blog Page 1288

ରାବିଶ ବ୍ଲକ ଜଅଁରା ବାରିମୂଳ ପଞ୍ଚାୟତ ଏମବିକେ ପୋଷ୍ଟରେ ଜାଲିଆତି

କେନ୍ଦ୍ରପଡା: କେନ୍ଦ୍ରପଡା ଡେରାବିଶରେ ବଢ଼ି ଚାଲିଛି ସରକାରୀ ଚାକିରି ପାଇଥିବା ଜାଲ ସାର୍ଟିଫିକେଟଧାରୀଙ୍କ ସଂଖ୍ଯା। ଡେରାବିଶ ବ୍ଲକ ଜଅଁରା ବାରିମୂଳ ପଞ୍ଚାୟତର ଏମବିକେ ପୋଷ୍ଟ ପାଇଥିବା ସ୍ୱୟଂପ୍ରଭା ମିଶ୍ରଙ୍କ ନାମରେ ସାଙ୍ଘାତିକ ଅଭିଯୋଗ। ବେଲେଶ୍ବର ମହାଦେବ ସଂସ୍କୃତ ମହାବିଦ୍ୟାଳୟର ନାଁକୁ ବ୍ୟବହାର କରି ନକଲି ଶିକ୍ଷାଗତ ପ୍ରମାଣ ପତ୍ର ଜରିଆରେ ଚାକିରି ପାଇଥିବା ନେଇ ଅଭିଯୋଗ ହୋଇଛି। ଜଅଁରା ବାରିମୂଳର ଏମବିକେ ପୋଷ୍ଟ ଏମବିକେ ଲାଗି ସ୍ବୟଂପ୍ରଭା ଦେଢ ବର୍ଷ ତଳେ ନକଲି ସାର୍ଟିଫିକେଟ ଦେଇ ଚାକିରି ପାଇଥିଲେ। କିନ୍ତୁ ଆର୍ଟିଆଇ ତଥ୍ୟ ଘଟଣାର ପର୍ଦ୍ଦାଫାଶ କରାଇବା ପରେ ଏମବିକେ ସ୍ୱୟଂପ୍ରଭା ପ୍ରଭା ମିଶ୍ରଙ୍କ ଉପରେ ଡେରାବିଶ ବିଡ଼ିଓ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ସତ୍ୟାସତ୍ୟ ପରେ ଏମବିକେ ପୋଷ୍ଟରୁ ସ୍ବୟଂପ୍ରଭା ଇସ୍ତଫା ଦେଇଛନ୍ତି।।

ଘଟଣାର କିଛି ଦିନ ପରେ ପୁଣି ଡେରାବିଶ ବ୍ଲକର ବସପୁର ପଞ୍ଚାୟତର ଏମବିକେ ପାର୍ବତୀ ଲେଙ୍କା ମଧ୍ୟ ସେହି ବେଲେଶ୍ୱର ମହାଦେବ ସଂସ୍କୃତ ମହାବିଦ୍ୟାଳୟରେ ଯୁକ୍ତ ତିନି ତଥା ଶାସ୍ତ୍ରୀରେ କୃତକାର୍ଯ୍ୟ କରିଥିବାର ଏକ ନକଲି ସାର୍ଟିଫିକେଟ ତିଆରି କରି ବିଭାଗୀୟ କତୃପକ୍ଷଙ୍କୁ ଦେଇ ଦେଢ଼ ବର୍ଷ ହେବ ଏମବିକେ ପଦରେ ଚାକିରୀ କରୁଥିଲେ। ଚାକିରୀ ପାଇବାକୁ ଅନେକ ଗୁଡିଏ ଅନିୟମିତା ମଧ୍ୟ କରିଥିଲେ ପାର୍ବତୀ। କିନ୍ତୁ ସେହି ପଦ ପାଇଁ ଦ୍ଵିତୀୟ ସ୍ଥାନରେ ଥିବା ଲୋପିତା ସେନ ଆର୍ଟିଆଇରେ ତଥ୍ୟ ମଗାଇବା ସହ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ। ହାଇକୋର୍ଟ ଘଟଣାକୁ ଅନୁଧ୍ୟାନ କରି ଜାଲିଆତି ଓ ଅନିୟମିତତା କରିଥିବା ପାର୍ବତୀ ଲେଙ୍କାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପଟେ ବେଲେଶ୍ୱର ମହାଦେବ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବଳ ମଧ୍ୟ ପାର୍ବତୀ ଲେଙ୍କା ଓ ସୋୟମ ପ୍ରଭା ମିଶ୍ର ତାଙ୍କ କଲେଜରେ ପଢିନାହାନ୍ତି କି ପରୀକ୍ଷା ଦେଇନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

ହାତରେ ଜାତୀୟ ପତାକା ଧରି ରାସ୍ତା ଅବରୋଧ କଲେ ବୃଦ୍ଧା

ନନ୍ଦିଘୋଷ ବ୍ୟୁରୋ: ଜାତୀୟ ରାଜପଥ ଅବରୋଧ କଲେ ବୃଦ୍ଧା। ତାଳଚେର ୫୩ ନମ୍ବର ଜାତୀୟ ରାଜପଥ ତାଳବେଡ଼ା ଛକ ଠାରେ ଜାତୀୟ ପତାକା ଧରି ରାସ୍ତା ଅବରୋଧ କରିଛନ୍ତି ଜଣେ ବୃଦ୍ଧା । ବୃଦ୍ଧା ଜଣକ ହେଲେ ବାଲୁଗାଁ ଗାଁର କଦଳୀ ପ୍ରଧାନ ।

ସୂଚନା ଅନୁଯାୟୀ, ବୃଦ୍ଧା ଜଣଙ୍କ ନାତି ସୁଜନ ପ୍ରଧାନ ଅପହରଣ ହୋଇଥିବା ଅଭିଯୋଗରେ ନ୍ୟାୟ ଦାବି କରି ରାସ୍ତା ଅବରୋଧ କରିଥିଲେ। ତେବେ ରାଜରାସ୍ତା ଅବରୋଧ ପାଇଁ କିଛି ସମୟ ଧରି ଟ୍ରାଫିକ ସମସ୍ୟା ଉପୁଜିଥିଲା। ଘଣ୍ଟା ଘଣ୍ଟା ଧରି ରାଜରାସ୍ତା ଉପରେ ଗାଡି ଗୁଡିକ ଅଟକି ରହିଥିଲା। ଦୀର୍ଘ ୩ ଘଣ୍ଟା ଧରି ଏଭଳି ହାଇଡ୍ରାମା ପରେ ପୋଲିସ ପହଞ୍ଚି ବୃଦ୍ଧାଙ୍କୁ ବୁଝାସୁଝା କରି ଘରେ ଛାଡିଥିଲା। ଏହାପରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।

‘ପୁଷ୍ପା ୨’ ପ୍ରିମିୟର ଶୋ’ ବଡ ଅଘଟଣ; ଦଳାଚକଟାରେ ଜଣେ ମୃତ

ନନ୍ଦିଘୋଷ ବ୍ୟୁରୋ: ରିଲିଜ ହୋଇଛି ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା ୨’ । ରିଲିଜ ବେଳେ ବଡ ଅଘଟଣ ଘଟିଛି । ଦଳାଚକଟାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି ।

ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ବହୁଚର୍ଚ୍ଚିତ ଫିଲ୍ମ ପୁଷ୍ପା ୨ର ପ୍ରିମିୟର ଆଜି ରିଲିଜ ହୋଇଛି । ବାଣ ଫୁଟାଇ ବାଜା ବଜାଇ ଫାଷ୍ଟ ଡେ ଫାଷ୍ଟ ଶୋ ଦେଖିବାକୁ ହଲ ଆଗରେ ଲାଗିଛି ଫ୍ୟାନ୍ସ ମାନଙ୍କର ଖଚାଖଚ ଭିଡ଼ ।  ବହୁ ଆଡମ୍ବର ସହିତ ହାଇଦ୍ରାବାଦରେ ରିଲିଜ ହୋଇଯାଇଛି ପୁଷ୍ପା ୨ର ପ୍ରିମିୟର । ତେବେ ପ୍ରଥମ ଦିନର ପ୍ରଥମ ଶୋ ଦେଖିବାକୁ ଲୋକଙ୍କ ପ୍ରବଳ ଗହଳି ଲାଗି ରହିଥିଲା।

ସୂଚନା ଅନୁସାରେ, ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ପୁର୍ବରୁ ବହୁତ ଉତ୍ସାହ ଥିବା ବେଳେ ପ୍ରିମିୟର ଶୋ ଦେଖିବା ପାଇଁ ହଲ୍ ସାମ୍ନାରେ ରାତି ଅଧରୁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଏହାସହ ଅଲ୍ଲୁ ଅର୍ଜୁନଙ୍କ ଆସିବା ଖବର ଭିଡକୁ ଆହୁରି ଦୁଇ ଗୁଣିତ କରିଥିଲା। ଅଲ୍ଲୁ ଅର୍ଜୁନ ସିନେମା ହଲରେ ପହଞ୍ଚିବା ପରେ ଭିଡ ଅଣଆୟତ ହୋଇଥିଲା । ଭିଡ ଏତେ ମାତ୍ରାରେ ବଢିଥିଲା ଯେ ଦଳାଚକଟା ଭଳି ପରିସ୍ଥିତି ଉପୁଜିଥିଲା । ଦଳାଚକଟାରେ ଅନେକ ଲୋକ ଆହତ ହୋଇଥିବା ବେଳେ ଜଣେ ମହିଳା ତାଙ୍କ ପୁଅ ସହ ତଳେ ପଡିଯାଇଥିଲେ । ଗୁରୁତର ଅବସ୍ଥାରେ ଉଭୟେଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତରଖାନାରେ ମହିଳାଙ୍କର ମୃତ୍ୟୁ ହୋଇଛି । ଶେଷରେ ଭିଡ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଏବଂ ଦଳାଚକଟା ପରିସ୍ଥିତି ଉପୁଜିଥିଲା । ପରିସ୍ଥିତି ଅସମ୍ଭାଳ ହେବାରୁ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠୀ ଚାର୍ଜ ମଧ୍ୟ କରିଥିଲା ।

ଘରେ ପଶି ମାଡ ମାରିବା ସହ ସୁନା ଗହଣା ଲୁଟ ନେଲେ ଦୁର୍ବୃତ୍ତ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ ନପଙ୍ଗରେ ଲୁଟ୍। ଘରେ ପଶି ମାଡ ମାରିବା ସହ ସୁନା ଗହଣା ଲୁଟ ନେଲେ ଦୁର୍ବୃତ୍ତ। ସୂଚନା ଅନୁଯାୟୀ ୬ ଜଣ ଦୁର୍ବୃତ୍ତ ପ୍ରଥମେ ଘର ସାମ୍ନାରେ ଥିବା କୁକୁଡା ଭାଡି ଖୋଲି ଦେଇଥିଲେ । କୁକୁଡାଙ୍କ ଶବ୍ଦ ଶୁଣି ଘର ଲୋକ ବାହାରକୁ ଆସିବା ପରେ ଦୁର୍ବୃତ୍ତମାନେ ଘର ଭିତରକୁ ପଶିଯାଇଥିଲେ । ମହିଳାଙ୍କ ବେକରେ ମାରଣାସ୍ତ୍ର ଲଗାଇ ସୁନା ଗହଣା ମାଗିଥିଲେ ଲୁଟେରା । ନଦେବାରୁ ଛୋଟ ପିଲାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ପରେ ଘରର ପୁରୁଷ ଲୋକ ବିରୋଧ କରିବାରୁ ସେମାନଙ୍କୁ ଆକ୍ରମଣ କରିଥିଲେ । ଏଥିରେ ୪ ଜଣ ଆହତ ହୋଇଥିବା ବେଳେ ଦୃର୍ବୁତ୍ତମାନେ ଲୁଟ ପରେ ଫେରାର ହୋଇଯାଇଛନ୍ତି ।

ଆଜି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ; ଆଜି ଓୟୁଏଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି

ଭୁବନେଶ୍ୱର: ଆଜି ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ। ସେ ଆଜି ଭୁବନେଶ୍ଵରରେ ଓୟୁଏଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ତା ସହିତ ଭୁବନେଶ୍ଵରରେ ନୂଆ କୋର୍ଟ କଂପ୍ଲେକ୍ସର ଉଦଘାଟନ କରିବେ। ରାଷ୍ଟ୍ରପତି କିଛି ସମୟ ପରେ ପୁରୀ ରାଜଭବନରୁ ଭୁବନେଶ୍ଵର ଅଭିମୁଖେ ବାହାରିବେ। ବାୟୁସେନାର ସ୍ଵତନ୍ତ୍ର ହେଲିକପ୍ଟରରେ ବାହାରି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ଓୟୁଏଟି ଯିବେ। ଓୟୁଏଟିର ୪୦ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଦ୍ରୌପଦୀ ମୁର୍ମୁ। ଏହି କାର୍ଯ୍ୟକ୍ରମ ସରିବା ପରେ ସେ ରାଜଭବନ ଆସିବେ।

ଏହାପରେ ଅପରାହ୍ନରେ ଭୁବନେଶ୍ଵରର ନବ ନିର୍ମିତ କୋର୍ଟ କଂପ୍ଲେକ୍ସ ଉଦଘାଟନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେଠାରୁ ପୁଣି ରାଜଭବନ ଫେରି ରାଜଭବନରେ ରାତ୍ରୀଯାପନ କରିବେ।

ରାଉରକେଲା ରେଲୱେ ଷ୍ଟେସନରୁ ବିପୁଳ ପରିମାଣର ରୁପା ଜବତ

ରାଉରକେଲା: ରାଉରକେଲା ରେଲୱେ ଷ୍ଟେସନରୁ ବିପୁଳ ପରିମାଣର ରୁପା ଜବତ। ରାଞ୍ଚିର ଚନ୍ଦନ କୁମାର ନାମକ ଜଣେ ଯାତ୍ରୀଙ୍କ ନିକଟରୁ ୬୫ କେଜିରୁ ଅଧିକ ରୁପା ଅଳଙ୍କାର ଜଵତ କରାଯାଇଛି । ରେଲୱେ ପୋଲିସ ରୁପା ଅଳଙ୍କାର ଜଵତ କରିବା ପରେ ଗତକାଲି ରାତିରେ ଜିଏସଟି ବିଭାଗକୁ ହସ୍ତାନ୍ତର କରିଛି । ରାଉରକେଲା ଜିଏସଟି ଵିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ତେବେ ଚନ୍ଦନ ରୁପା ଅଳଙ୍କାର କେଉଁଠୁ ଆଣିଛନ୍ତି ଓ କେଉଁ ଅଞ୍ଚଳକୁ ନେଉଥିଲେ, ଜିଏସଟି ପଇଠ ହୋଇଛି କି ନାହିଁ ସେନେଇ ଜିଏସଟି ଵିଭାଗ ପକ୍ଷରୁ ତଦନ୍ତ କରାଯାଉଛି । କାଗଜପତ୍ର ଯାଞ୍ଚ କରାଯିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ଜିଏସଟି ଵିଭାଗ।

ଶୁକ୍ରବାରଠୁ ଉପାନ୍ତରୁ ଉପକୂଳ ସବୁଠି ୨ରୁ ୪ ଡିଗ୍ରୀ କମିବ ପାରଦ

ଭୁବନେଶ୍ୱର: କିଛି ଦିନର ବିରତି ପରେ ପୁଣି ରାଜ୍ୟକୁ ଫେରିବ ଶୀତ। ଶୁକ୍ରବାର ଠାରୁ ଫେରିବ ଶୀତ। ଉପାନ୍ତରୁ ଉପକୂଳ ସବୁଠି ୨ରୁ ୪ ଡିଗ୍ରୀ ପାରଦ କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ପାହାଡିଆ ଅଞ୍ଚଳରେ ଅଧିକ ଶୀତ ହେବ ବୋଲି ଆକଳନ କରାଯାଇଛି। ବାତ୍ୟା ଫେଙ୍ଗଲ ପ୍ରଭାବରେ ରାଜ୍ୟର ଉପକୂଳ ଏବେ ଦକ୍ଷିଣ ଓଡିଶାର କୋହଲା ପାଗ ସହ ହାଲୁକା ବର୍ଷା ଲାଗି ରହିଥିଲା। ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗର ପ୍ରଭାବ ନ ଥିବା ବେଳେ ଆଜି ଗଜପତି, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରିରେ ହାଲୁକା ବର୍ଷାର ସମ୍ଭାବନା ରହିଛି ।

୬ ତାରିଖରେ ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ମଧ୍ୟ ହାଲୁକା ବର୍ଷା ହେବାର ସମ୍ଭାବନା ଅଛି । ୭ ତାରିଖରୁ ୯ ତାରିଖ ମଧ୍ୟରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରା କମିବ।

ଆଜି ପୁଣି ଗୃହ ହେବ ସରଗରମ

ଭୁବନେଶ୍ୱର: ଆଜି ପୁଣି ସରଗରମ ହେବ ଗୃହ। ଆଜି ଗୃହରେ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁର ବିଲ୍ ପାରିତ ହେବ । ଜଳସମ୍ପଦ , ରାଜସ୍ବ ବିପର୍ଯ୍ୟୟ ପରିଚାଳନା, ଇସ୍ପାତ ଖଣି, ଯୋଜନା ସଂଯୋଜନା, ବାଣିଜ୍ୟ, ସୂଚନା ଲୋକ ସମ୍ପର୍କ, ପରିବହନ ବିଭାଗର ପ୍ରଶ୍ନକାଳ ରହିଛି ।

ଶୂନ୍ୟ କାଳରେ ପୋଲାଭରମ, ମହାନଦୀ, ଆଇନ ଶୃଙ୍ଖଳା, ସ୍ବତନ୍ତ୍ର ରାଜ୍ୟ ପାହା, ଦରଦାମ ଭଳି ପ୍ରସଙ୍ଗକୁ ବିରୋଧୀ ଉଠାଇ ପାରନ୍ତି । ସେହିପରି ଶାସକ ଦଳ ମଧ୍ୟ ଏହାକୁ କାଉଣ୍ଟର କରିବା ପାଇଁ କିଛି ପ୍ରସଙ୍ଗ ଉଠାଇପାରେ । ମୋଟାମୋଟି ଭାବରେ ଆଜି ଗୃହ ବେଶ ସରଗରମ ରହିବ ।

ଇତିହାସ ରଚିବ ଇସ୍ରୋ: ଆଜି ଲଞ୍ଚ ହେବ ୟୁରୋପୀୟ ସ୍ପେସ ଏଜେନ୍ସିର ପ୍ରୋବା-୩ ସାଟେଲାଇଟ

ନନ୍ଦିଘୋଷ ବ୍ୟୁରୋ: ପୁଣି ଇତିହାସ ରଚିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ। ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଆଜି ଲଞ୍ଚ ହେବ ୟୁରୋପୀୟ ସ୍ପେସ ଏଜେନ୍ସିର ପ୍ରୋବା-୩ ସାଟେଲାଇଟ । ଆଜି ଅପରାହ୍ନ ୪ଟା ୧୨ରେ ଉତକ୍ଷେପଣ ହେବ ପ୍ରୋବା-୩ ସ୍ପେସକ୍ରାଫ୍ଟ ପିଏସଏଲଭି-ସି୫୯।

ପ୍ରଥମେ ଏନଏସଆଇଏଲ ଦ୍ବାରା ଆରମ୍ଭ ହୋଇଥିବା ଏହି ପଦକ୍ଷେପକୁ ପରବର୍ତ୍ତୀ ପର୍ଯ୍ୟାୟରେ ସହାୟତା କରିଥିଲା ଇସ୍ରୋ। ପ୍ରୋବା-୩ ସାଟେଲାଇଟ ଏଲିପ୍ଟିକାଲ ଅରବିଟରେ ପ୍ରଦିକ୍ଷଣ କରିବ। ଭାରତର ପିଏସଏଲଭି ଦ୍ବାରା ପ୍ରେରିତ ହେବାକୁ ଥିବା ଏହି ସାଟେଲାଇଟ ସୂର୍ଯ୍ୟର ବାହ୍ଯ ଆସ୍ତରଣ ସମ୍ପର୍କରେ ଗବେଷଣ କରିବ। କକ୍ଷ ପଥରେ ସାଟେଲାଇଟକୁ ଅବସ୍ଥାପିତ କରିବା ପରେ ଅଲଗା ହୋଇଯିବ ପିଏସଏଲଭି। ଆଦିତ୍ଯ ଏଲ-୧ ମିଶନ ପରି ଏହି ସାଟେଲାଇଟ ସୋଲାର କରୋନା ସମ୍ପର୍କରେ ଗବେଷଣା କରିବ। ପ୍ରୋବା- ମିଶନରେ ଉପଗ୍ରହ ପ୍ରେରଣ କରାଯିବ ଏବଂ ଏଥିରେ ରହିବ କରୋନାଗ୍ରାଫ ଓ ଗୋଟିଏ ଅକ୍ଯୁଲେଟର।

 

ଆଜିଠୁ ମହାରାଷ୍ଟ୍ରରେ ବିଜେପି ସରକାର

ନନ୍ଦିଘୋଷ ବ୍ୟୁରୋ: ଆଜିଠୁ ମହାରାଷ୍ଟ୍ରରେ ବିଜେପି ସରକାର। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନବିସ। ଉପମୁଖ୍ଯମନ୍ତ୍ରୀ ହେବେ ଶିବସେନା ନେତା ଏକନାଥ ସିନ୍ଦେ। ରାଜ୍ଯପାଳଙ୍କୁ ଭେଟି ସରକାର ଗଠନ ଲାଗି ଗତକାଲି ଦାବି କରିଥିଲେ ଦେବେନ୍ଦ୍ର। ସାକ୍ଷାତକାର ବେଳେ ତାଙ୍କ ସହ ଉପସ୍ଥିତ ଥିଲେ ଶିବସେନା ନେତା ଏକନାଥ ସିନ୍ଦେ ଓ ଅଜିତ ପାୱାର।

ବୁଧବାର ମୁମ୍ବାଇରେ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ଫଡନବିସଙ୍କୁ ମୁଖ୍ଯମନ୍ତ୍ରୀ କରାଯିବା ନେଇ ହୋଇଥିଲା ନିଷ୍ପତ୍ତି। ବିଜେପି ବିଧାୟକ ଦଳ ବୈଠକରେ ଫଡନବିସଙ୍କ ନାମ ପ୍ରସ୍ତାବ ଦେଇଥିଲେ ଚନ୍ଦ୍ରକାନ୍ତ ପାଟିଲ। ଏହି ପ୍ରସ୍ତାବକୁ ପଙ୍କଜା ମୁଣ୍ଡେ, ପ୍ରବୀଣ ଡେରକର ଓ ଅଶୋକ ରାଓ ସମର୍ଥନ କରିଥିଲେ। ପରେ ଏହି ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା। ଆଜି ମୁମ୍ବାଇରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଫଡନବିସ ଶପଥ ନେବେ। ଫଳରେ ଗତ ୨୩ ତାରିଖରୁ ଚାଲିଆସିଥିବା ଚର୍ଚ୍ଚାର ଅବସାନ ଘଟିଛି।