spot_img
Home Blog Page 1289

ପୁରୀ କ୍ଲକ ରୋଡ ସ୍ଥିତ ଦେବୀ ଫ୍ଲେକ୍ସ ପ୍ରିଣ୍ଟ ଦୋକାନରେ ନିଆଁ

ନନ୍ଦିଘୋଷ ବ୍ୟୁରୋ: ପୁରୀର କ୍ଲକ ରୋଡ ସ୍ଥିତ ଦେବୀ ଫ୍ଲେକ୍ସ ପ୍ରିଣ୍ଟ ଦୋକାନରେ ନିଆଁ । ସର୍ଟସର୍କିଟରୁ ନିଆଁ ଲାଗିଥିବା କୁହାଯାଉଛି । ଅଗ୍ନିକାଣ୍ଡରେ ଜଣେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।  ଫ୍ଲେକ୍ସ କେମିକାଲ ଆଦି ଜଳିବା ଯୋଗୁଁ ସମ୍ପୂର୍ଣ୍ଣ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଗତକାଲି ପୁରୀ ମଙ୍ଗଳାଘାଟ ନିକଟରେ ଏକ ସାବୁନ ଫ୍ୟାକ୍ଟିରିରେ ନିଆଁ ଲାଗିଥିବା ବେଳେ ଆଜି କ୍ଲକ ରୋଡ ନିକଟ ଏକ ଫ୍ଲେକ୍ସ ଦୋକାନରେ ନିଆଁ ଲାଗିଛି । ଅଗ୍ନିକାଣ୍ଡରେ ଅନେକ ଆସବାବପତ୍ର, ଫ୍ଲେକ୍ସ ମେସିନ ସହ ଅନ୍ୟାନ୍ୟ ସାମଗ୍ରୀ ପୋଡି ହୋଇଯାଇଛି । ଆଜି ସକାଳୁ ସକାଳୁ ଏହି ଫ୍ଲେକ୍ସ ଦୋକାନରେ ନିଆଁ ଲାଗିଥିବାର ଦେଖି ଫ୍ଲେକ୍ସ ଦୋକାନ ମାଲିକ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର ୨ଟି ଟିମ ଘଟଣାସ୍ଥଳକୁ ଆସି ନିଆଁକୁ ଆୟତ୍ତ କରିଥିଲେ । ୨ ଦିନରେ ଦୁଇଟି ଜାଗାରେ ନିଆଁ ଲାଗିବା ହେତୁ ପୁରୀବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଭାରତ ଫେରିବା ପରେ ଅଶ୍ବିନୀଙ୍କୁ ଏମିତି ସ୍ବାଗତ କଲେ ପତ୍ନୀ

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନୀଙ୍କ ଅବସର ଅନେକ କ୍ରିକେଟ ପ୍ରମେୀଙ୍କ ମନରେ ଦୁଃଖ ଆଣିଛି ନିଶ୍ଚୟ । ଏଥର ଆଉ ମଇଦାନରେ ଦେଖିବାକୁ ମିଳିବନି କ୍ୟାରାମ ବଲ । ଆନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅଶ୍ବିନୀ ଅବସର ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ବର୍ଡର ଗାଭାସ୍କର ଟ୍ରଫି ଖେଳୁଥିବାବେଳେ ଅଶ୍ବିନୀ ଏଭଳି ନିଷ୍ପତ୍ତି ଶୁଣାଇଥିଲେ । ଏବେ ଅବସର ଘୋଷଣା ପରେ ଭାରତ ଫେରିଛନ୍ତି ଅଶ୍ବିନୀ । କାରଣ ପ୍ରେସମିଟରେ ଅଶ୍ବିନୀ ଘୋଷଣା କରିଥିଲେ କି ସେ ଭାରତ ଯିବାକୁ ଚାହୁଁଛନ୍ତି । ୫ ମ୍ୟାଚ ବିଶିଷ୍ଟ ସିରିଜର ଆଉ ୨ଟି ମ୍ୟାଚ ବାକି ଥିବାବେଳେ ଘରକୁ ଫେରିଛନ୍ତି । ଚେନ୍ନାଇ ଏୟାରପୋର୍ଟରେ ଅଶ୍ବିନୀଙ୍କୁ ନେବା ପାଇଁ ୨ ଝିଅ ଏବଂ ପତ୍ନୀ ରହିଥିଲେ ।

ଅଶ୍ବିନୀ ଭାରତ ପ୍ରତ୍ୟାବର୍ତ୍ତନ କରୁଥିବା ଖବର ପାଇବା ପରେ ଚେନ୍ନାଇ ଏୟାରପୋର୍ଟରେ ଫ୍ୟାନ୍ସମାନେ ମଧ୍ୟ ଭିଡ଼ ଜମାଇଥିଲେ । ଅଶ୍ବିନୀଙ୍କ ଭବ୍ୟ ସ୍ବାଗତ କରାଯିବା ସହ ସେ କଳା ରଙ୍ଗର ଭଲଭୋ କାରରେ ବସି ଘରକୁ ଯାଇଥିଲେ । ଯାହାର ମୂଲ୍ୟ ୧ କୋଟି ହେବ । ସେପଟେ ଘରେ ପହଞ୍ଜିବା ପରେ ତାଙ୍କୁ ମଧ୍ୟ ସୋସାଇଟ୍ ଲୋକେ ସ୍ବାଗତ କରିଥିଲେ । ବାପା ଘରୁ ଆସି ଅଶ୍ବିନୀଙ୍କୁ ଆଲିଙ୍ଗନ କରିଥିଲେ । ସେପଟେ ଫ୍ୟାନ୍ସମାନେ ଅଟୋଗ୍ରାଫ ମଧ୍ୟ ସେଠାରେ ନେଇଥିବା ଦେଖିବାକୁ ମିଳିଥିଲା ।

ବାୟୁପ୍ରଦୂଷଣକୁ ନଜରରେ ରଖି ଶିକ୍ଷା ବ୍ୟବସ୍ଥାରେ ସରକାର ଆଣିଲେ ପରିବର୍ତ୍ତନ

ନନ୍ଦିଘୋଷ ବ୍ୟୁରୋ:  କ୍ରମାଗତ ଭାବରେ ବଡୁଥିବା ବାୟୁପ୍ରଦୂଷଣ ପିଲାଠୁ ଆରମ୍ଭ କରି ବୁଢା ପର୍ୟ୍ୟନ୍ତ ସମସ୍ତ ବର୍ଗ ର ଲୋକଙ୍କୁ ହନ୍ତସନ୍ତ କଲାଣି । ଏହାଫଳରେ ବିଶେଷକରି ପିଲାମାନଙ୍କର ବିଗୁଡ଼ୁଥିବା ସ୍ବାସ୍ଥ୍ୟ କୁ ନଜରରେ ରଖି ହରିୟାଣା ସରକାର ଆଣିଛନ୍ତି କିଛି ପରିବତ୍ତର୍ନ । ବାୟୁପ୍ରଦୂଷଣ ବିପଜ୍ଜନକ ସ୍ତରରେ ପହଞ୍ଚିବା ହେତୁ ହରିୟାଣା ସରକାର କରିଛନ୍ତି ଘୋଷଣା । ଛାତ୍ରଛାତ୍ରୀ ମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା କୁ ନଜର ରେ ରଖି ସରକାର ତାଙ୍କର ଶିକ୍ଷା ପଦ୍ଧତିରେ ଆଣିଛନ୍ତି ପରିବର୍ତ୍ତନ । ହରିୟାଣା ସରକାରଙ୍କ ଶିକ୍ଷା ବିଭାଗ ଗୁରୁଗ୍ରାମ ଏବଂ ଫରିଦାବାଦର ସମସ୍ତ ବିଦ୍ୟାଳୟର ୯ମରୁ ଏକାଦଶ ପର୍ୟ୍ୟନ୍ତ ପିଲାମାନଙ୍କର ହାଇବ୍ରିଡ଼୍ ମୋଡ଼ରେ କ୍ଳାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁଗ୍ରାମ ଏବଂ ଫରିଦାବାଦର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ପାଇଁ ନିର୍ଦ୍ଦେଶ ନାମା ଦିଆଯାଇଛି । ଆଦେଶ ଅନୁଯାୟୀ ନବମ ଏବଂ ଏକାଦଶ ପର୍ୟ୍ୟନ୍ତ ଶ୍ରେଣୀଗୁଡ଼ିକ ହାଇବ୍ରିଡ଼ ମୋଡ଼୍ ( ଉଭୟ ଶାରୀରିକ ଏବଂ ଅନଲାଇନ) ପ୍ରକ୍ରିୟା ରେ ପରିଚାଳିତ ହେବ ।

ହରିୟାଣାର ଗୁରୁଗ୍ରାମରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଏଜଇଚ ୪ (ଗ୍ରେଡ୍ ରେସପନ୍ସ ଆକ୍ସନ ପ୍ଲାନ୍) କାର୍ୟ୍ୟକାରୀ ହେବା ପରେ ଏହି ପଦକ୍ଷେପ ନିଆଯାଇଛି ଜ୍ଝ ଗୁରୁଗ୍ରାମ ଡିସି ଅଜୟ କୁମାର ଏନେଇ ଅଧିକାରୀମାନଙ୍କୁ ଏଜଇଚ ୪ ପ୍ରତିବନ୍ଧକକୁ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଜଇଚ ୪ ଆଦେଶ ଅନୁଯାୟୀ, ସରକାରୀ କର୍ମଚାରୀଙ୍କ ଅଫିସ୍ ସମୟ ପରିବର୍ତ୍ତନ, ଘରୋଇ ଅନୁଷ୍ଠାନରେ ଘରୁ କାମ, ବିଦ୍ୟାଳୟରେ ହାଇବ୍ରିଡ୍ ମୋଡ୍ କ୍ଲାସ୍, ନିର୍ମାଣ ଏବଂ ଭାଙ୍ଗିବା କାର୍ୟ୍ୟକଳାପ ଉପରେ ଅନେକ ପ୍ରତିବନ୍ଧକ ଲଗାଯାଇଛି।

ଏହି ଆଦେଶରେ କୁହାଯାଇଛି, “ଏଜଇଚ ୪ ପ୍ରତିବନ୍ଧକ ଅନୁଯାୟୀ, ରାଜପଥ ଏବଂ ଫ୍ଲାଏଓଭର ସମେତ ଜିଲ୍ଲାରେ ସରକାରୀ ତଥା ବେସରକାରୀ ନିର୍ମାଣ ତଥା ଭାଙ୍ଗିବା କାର୍ୟ୍ୟ ଉପରେ ପ୍ରତିବନ୍ଧକ ଲଗାଯିବ। ଅଣଓସାରିଆ ରାସ୍ତାରେ ନିର୍ମାଣ ସାମଗ୍ରୀ ପରିବହନ କରୁଥିବା ଯାନ ଉପରେ ନିଷେଧାଦେଶ ରହିବ। ଅଳିଆ ଆବର୍ଜନା ଜାଳିବା ଉପରେ ଏକ ନିଷେଧାଦେଶ ରଖାଯିବ ଏବଂ ପଲିଥିନ ଏବଂ ପ୍ରଦୂଷିତ ପଦାର୍ଥ ବ୍ୟବହାର ଉପରେ ମଧ୍ୟ ପ୍ରତିବନ୍ଧକ ରହିବ।

 

ଅଙ୍ଗନୱାଡ଼ି କର୍ମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ : ଖଣ୍ଡପଡା ବ୍ଲକ ପରିସରରେ ଧାରଣା

ନନ୍ଦିଘୋଷ ବ୍ୟୁରୋ: ଅଙ୍ଗନୱାଡ଼ି କର୍ମୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ନେଇ ଖଣ୍ଡପଡା ବ୍ଲକ ପରିସରରେ ଧାରଣା । ଖଣ୍ଡପଡା ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଓ ସୁପର ଭାଇଜରଙ୍କ ବିରୋଧରେ ବ୍ଲକ ପରିସରରେ ଧାରଣା ଦିଆଯିବା ସହ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଖଣ୍ଡପଡା ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ କେ କେଟେଶ୍ୱରି ଓ ସୁପରଭାଇଜର ଲକ୍ଷ୍ମୀ ବସନ୍ତରାୟଙ୍କ କାର୍ଯ୍ୟକଳାପକୁ ନେଇ ବ୍ଲକ୍ ଅଙ୍ଗନୱାଡି କର୍ମୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଉଭୟ ଅଧିକାରିଣୀଙ୍କ ବିରୋଧରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଖଣ୍ଡପଡା ବ୍ଲକ କାର୍ଯ୍ୟଳୟ ପରିସରରେ ଧାରଣା ଦିଆଯାଇଥିଲା । ଧାରଣାସ୍ଥଳରେ ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ, ଉପସଭାପତି ନିରଞ୍ଜନ ଦାସ, ନୟାଗଡ ଜିଲ୍ଲା ମହିଳା ସଭାନେତ୍ରି କନକଲତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏ ସମ୍ପର୍କରେ ଏକ ଦାବିପତ୍ର ବିଡିଓଙ୍କ ଜରିଆରେ ନୟାଗଡ଼ ଜିଲ୍ଲାପାଳଙ୍କୁ ଦିଆଯାଇଛି । ୧୫ ଦିନ ମଧ୍ୟରେ ସିଡିପିଓ ଓ ସୁପର ଭାଇଜରଙ୍କ ବିରୁଦ୍ଧରେ ଯଦି କୌଣସି କାର୍ଯ୍ୟାନୁଷ୍ଠନ ଗ୍ରହଣ କରାନଯାଏ । ତେବେ ଆନ୍ଦୋଳନକୁ ତିବ୍ରତର କରାଯିବା ସହ ଉଚ୍ଚ ନ୍ୟାୟାଳୟରେ ମାମଲା କରାଯିବ ବୋଲି ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି କହିଛନ୍ତି।

ଏଠାରେ ଶସ୍ତାରେ ମିଳୁଛି ପିଆଜ, ଆସନ୍ତୁ ନେଇ ଯାଆନ୍ତୁ !

ନନ୍ଦିଘୋଷ ବ୍ୟୁରୋ: ପିଆଜ ଦର ଆକାଶ ଛୁଆଁ ଥିବା ବେଳେ ଶାଗ ମାଛ ଦରରେ ପିଆଜ ବସ୍ତା ବିକ୍ରି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବହୁଗ୍ରାମ ଶମ୍ଭୁପୁର ଆମ୍ବତୋଟା ପଡିଆରେ । ନାସିକରୁ ଆସିଥିବା ଏକ ପିଆଜ ଟ୍ରକ ପଚି ନଷ୍ଟ ହୋଇଯିବାରୁ ସେଗୁଡିକୁ ଏହି ଠାରେ ଖାଲି କରାଯାଇଥିଲା । ପିଆଜ ଗୁଡିକୁ କମ ଦାମରେ ବିକ୍ରି କରାଯାଇଥିଲା । ପଚାଶଢ଼ା ପିଆଜକୁ ବସ୍ତା ପ୍ରତି ୨ଶହ ଟଙ୍କା, ଟିକେ ଭଲଥିବା ପିଆଜ ବସ୍ତା ୩ଶହ ଏବଂ ଅତି ଭଲଥିବା ପିଆଜ ବସ୍ତା ୫ଶହ ଟଙ୍କାରେ ବିକ୍ରି କରାଯାଇଥିଲା । ପିଆଜ କିଣିବାକୁ ଲୋକଙ୍କ ଭିଡ ଜମିଥିଲା ।

କେମିତି ଘଟିଲା ମୁମ୍ଵାଇ ଉପକୂଳରେ ବଡ଼ ଅଘଟଣ ?

ନନ୍ଦିଘୋଷ ବ୍ୟୁରୋ: କେମିତି ଘଟିଲା ମୁମ୍ଵାଇ ଉପକୂଳରେ ବଡ଼ ଅଘଟଣ । ଯାନ୍ତ୍ରୀକ ତୃଟି ନାଁ ମନୁଷ୍ୟକୃତ ଭୁଲ। କାହାର ଅବହେଳାରୁ ଚାଲିଗଲା ୧୩ ଜଣଙ୍କ ଜୀବନ। ବିଭିନ୍ନ ଦିଗକୁ ନେଇ ନୌସେନା ଓ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଗତକାଲି ଘଟିଥିଲା ଏହି ବଡ଼ ଅଘଟଣ। ବୋଟ ବୁଡ଼ିଯିବାରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୩ ଜଣ ନୌସେନା ଅଧିକାରୀ ଥିବା ବେଳେ, ୧୦ ଜଣ ସାଧାରଣ ନାଗରିକ ଅଛନ୍ତି। ୧୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।  ଏଲିଫେଣ୍ଟା କେଭସ୍ ଦେଖିବାକୁ ଯିବା ବେଳେ ବୋଟକୁ ଧକ୍କା ଦେଇଥିଲା ଅନ୍ୟ ଏକ ସ୍ପିଡ୍ ବୋଟ୍। ବୋଟଟି ବୁଡିଯିବା ପରେ ସ୍ଥାନୀୟ ମତ୍ସ୍ୟଜୀବୀ ଓ କୋଷ୍ଟ ଗାର୍ଡ ସହାୟତାରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଥିଲା।

 

ଭାରତରେ ଚାଲିଛି ପାକିସ୍ତାନୀ ବେଟିଂ ଆପ୍ ମାଲିକଙ୍କ ରାଜୁତି

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ସେଲିବ୍ରେଟିଙ୍କୁ ମୋହରା ବନାଇଛନ୍ତି ପାକିସ୍ତାନୀ ବେଟିଂ ଆପ୍ ମାଲିକ । ଟଙ୍କା ଦେଖଇ ଭାରତରେ ଚାଲିଛି ପାକିସ୍ତାନି ଆପ୍ ମାଲିକଙ୍କ ରାଜୁତି । ଏହି ପ୍ରସଙ୍ଗକୁ ନେଇ ସାମାଜିକ ଗଣମାଧ୍ୟମରେ ଚାଲିଛି ଜୋରଦାର ପ୍ରଚାର । ଭାରତରେ ଚାଲିଥିବା ଏହି ଠକାମି ର ଖୁଲାସା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡ଼ି) ଦ୍ବାରା କରାଯାଇଥିବା ତଦନ୍ତ ରୁ ଜଣାପଡ଼ିଛି । ସୂଚନା ଅନୁସାରେ ଭାରତରେ ଚାଲିଥିବା ମ୍ୟାଜିକ୍ବିନ୍ ବେଟିଂ ଆାପ୍ ଟି ଜଣେ ପାକିସ୍ତାନୀ ନାଗରିକଙ୍କର ଅଟେ । ଭାରତରେ ନିଜ ଆାପ ର ପ୍ରମୋସନ ପାଇଁ ରଚାଯାଇଥିବା ଷଡ଼ଯନ୍ତ୍ରରେ ଫସିଯାଇଛନ୍ତି ଅନେକ ଭାରତୀୟ ଅଭିନେତ୍ରୀ । ମ୍ୟାଜିକ୍ୱିନ୍ ବେଟିଂ ଆପ୍ ମାମଲାରେ ଇଡି ପ୍ରଥମ ଥର ପାଇଁ ପାକିସ୍ତାନୀ ଲିଙ୍କ ଆବିଷ୍କାର କରିଛି।

ସୂତ୍ରରୁ ପ୍ରକାଶ ଯେ ଦୁବାଇ ଦେଇ ଭାରତରୁ ପାକିସ୍ତାନକୁ ଟଙ୍କା ପଠାଯାଇଥିଲା। ଉଭୟ ବଡ଼ ଏବଂ ଛୋଟ ପରଦାରୁ ଅଭିନେତା ଏବଂ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ମ୍ୟାଜିକୱିନକୁ ପ୍ରୋତ୍ସାହିତ କରିଥିଲେ। ଏଥିରେ ସାମିଲ ଥିବା ସେଲିବ୍ରେଟି ମାନଙ୍କୁ ଇଡ଼ି ଡ଼ାକି ପଚରାଉଚରା କରୁଛି । ନିକଟରେ ଇଡି ଅଭିନେତା ମଲ୍ଲିକା ଶେରାୱତ ଏବଂ ପୂଜା ବାନାର୍ଜୀଙ୍କୁ ପ୍ରଶ୍ନ କରିସାରିଛି। ଏହି ସପ୍ତାହ ଶେଷରେ ଅନ୍ୟ ଦୁଇଜଣ ସେଲିବ୍ରିଟିଙ୍କୁ ଇଡି ଡକାଇଥିବା ବେଳେ ଆସନ୍ତା ସପ୍ତାହରେ ଅତି କମରେ ସାତଜଣ ସେଲିବ୍ରିଟିଙ୍କୁ ଡକାଯିବର ସୂଚନା ମିଳିଛି ।

ଗତ ୬ ମାସ ମଧ୍ୟରେ ଇଡି ଏହି ମାମଲାରେ ୬୭ ଟି ସ୍ଥାନରେ ଚଢ଼ାଉ କରିଛି। ଗତ ସପ୍ତାହରେ ଦିଲ୍ଲୀ, ମୁମ୍ବାଇ ଏବଂ ପୁଣେରେ ମ୍ୟାଜିକୱିନ୍ ମାମଲା ସହ ଜଡିତ ଥିବା ୨୧ ଟି ସ୍ଥାନ ଉପରେ ଇଡି ଚଢ଼ାଉ କରି ପ୍ରାୟ ୩.୫୫ କୋଟି ଟଙ୍କା ଜବତ କରିଥିଲା। ତଦନ୍ତ ବେଳେ ଇଡି ଅଧିକାରୀମାନେ ଜାଣିବାକୁ ପାଇଛନ୍ତି ଯେ ମ୍ୟାଜିକୱିନ୍ ହେଉଛି ଏକ ବେଟିଂ ୱେବସାଇଟ୍ ଯାହା ଏକ ଗେମ୍ ୱେବସାଇଟ୍ ଭାବରେ ଦର୍ଶାଯାଇଛି। ଏହା ଦୁବାଇରେ ରହୁଥିବା ଭାରତୀୟ ନାଗରିକଙ୍କ ଦ୍ୱାରା ପରିଚାଳିତ ହେଉଛି।

 

କାରକୁ ଧକ୍କା ଦେଲା ଟ୍ରକ୍, ଚାଲିଗଲା ଗୋଟିଏ ପରିବାରର ୫ ଜଣଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ: ଉତ୍ତରପ୍ରଦେଶର ଶାହଜହାଁପୁରରେ ମର୍ମନ୍ତୁଦ ଦୁର୍ଘଟଣା। କାରକୁ ଧକ୍କା ଦେଲା ଟ୍ରକ। ଘଟଣାସ୍ଥଳରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଆଉ ୫ ଜଣ ଗୁରୁତର ହୋଇପଡିଛନ୍ତି। କାର ଜାତୀୟ ରାଜପଥ ଅତିକ୍ରମ କରୁଥିବାବେଳେ ଘଟିଥିଲା ଏ ଦୁର୍ଘଟଣା। ଘଟଣାସ୍ଥଳରେ ହିଁ ୫ ଜଣଙ୍କ ମୃତ୍ଯୁ ଘଟିଥିଲା। ମୃତକଙ୍କ ମଧ୍ୟରେ ଦୁଇ ମହିଳାଙ୍କ ସହ ଦୁଇ ଜଣ ଶିଶୁ ରହିଛନ୍ତି। ସ୍ଥାନୀୟ ଲୋକଙ୍କ ସହ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାରକ କରିଥିଲେ। କାର ଭିତରୁ ଗୁରୁତର ଅବସ୍ଥାରେ ୫ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

 

 

 

କାହିଁକି ବନ୍ଦ ରହିଥିଲା ମାନସରୋବର ଯାତ୍ରା ?

ନନ୍ଦିଘୋଷ ବ୍ୟୁରୋ: ୨୦୧୯ ରୁ ବନ୍ଦ ହୋଇଥିବା ମାନସରୋବର ଯାତ୍ରା  ପାଇଁ ଭାରତ ଏବଂ ଚୀନ୍ ଉଭୟ ଦେଶ ସହମତି ଦେଇଛନ୍ତି  ।  ପାଞ୍ଚ ବର୍ଷ ପାରେ ବିଭିନ୍ନ ସମସ୍ୟାକୁ ନେଇ ଦୁଇ ଦେଶ ଭିତରେ ଏକ ବୖଠକ ହୋଇଥିଲା ଯେଉଁଥିରେ ୬ଟି ମୁଦ୍ଦାକୁ ନେଇ ଉଭୟ ଦେଶ ସହମତି ଦେଇଛନ୍ତି । ଡ଼ିସେମ୍ବର ୨୦୧୯ ପରଠାରୁ ପ୍ରଥମ ଥର ପାଇଁ ଲଦାଖରେ ଚାରି ବର୍ଷର ବିବାଦ ପରେ ସମ୍ପର୍କର ପନରୁଦ୍ଧାରକୁ ଦୃଷ୍ଟି ରେ ରଖି ସୀମା ପ୍ରସଙ୍ଗରେ ଗଠିତ ଏହି ସମାସ୍ୟା କୁ ଶେଷ କରିବା ଲଗି ଏକ ଗୁରୁତ୍ବପୂର୍ଣ୍ଣ ମିଟିଙ୍ଗ ହୋଇଛି । ଭାରତ ଓ ଚିନ ମଧ୍ୟରେ ହୋଇଥିବା ଏହି ଚୁକ୍ତିନାମାରେ ଭାରତୀୟ ପରାମଶର୍ଦାତା ଅଜିତ ଡ଼ୋଭାଲ ଏବଂ ଚୀନ ପକ୍ଷରୁ ଚୀନର ବୈଦେଶିକ ମନ୍ତ୍ରୀ ଓ୍ବାଙ୍ଗ ୟି ଉପସ୍ଥିତ ଥିଲେ । ସୀମା ନଦୀ ଏବଂ ଉଭୟ ଦେଶର ବାଣିଜ୍ୟରେ ଉନ୍ନତି ଆାଣିବା ପ୍ରସଙ୍ଗରେ ସହମତ ଦେଇଛନ୍ତି । ଦ୍ୱିପାକ୍ଷିକ ସମ୍ପର୍କର ଉନ୍ନତି ପାଇଁ ସୀମା ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଉଭୟ ସ୍ୱତନ୍ତ୍ର ପ୍ରତିନିଧୀ ବର୍ଣ୍ଣନା କରିଛନ୍ତି।ଭାରତ ଏବଂ ଚୀନ୍ର ସ୍ୱତନ୍ତ୍ର ପ୍ରତିନିଧୀମାନେ ସୀମା ବିବାଦ ଉପରେ ଆଲୋଚନା କରି କୌଳାଶ ମାନସରୋବର ଯାତ୍ରା ଆରମ୍ଭ କରିବାକୁ ରାଜି ହୋଇଥିଲେ। ଏହି ବାର୍ତ୍ତାଳାପ ପରେ ଭାରତର ଭକ୍ତମାନେ ଏକ ବଡ଼ ଖବର ପାଇଛନ୍ତି। ଏହାପୂର୍ବରୁ ବ୍ରାଜିଲର ରିଓ ଡି ଜେନେରେୋରେ ଅନୁଷ୍ଠିତ ଜି -୨୦ ଶିଖର ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଚୀନ୍ ପ୍ରତିପକ୍ଷ ୱାଙ୍ଗ ୟିଙ୍କୁ ଭେଟିଥିଲେ। ଯେଉଁଥିରେ ମାନସରୋବର ଯାତ୍ରା ଆରମ୍ଭ କରିବା ଏବଂ ଭାରତ ଏବଂ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ କରିବା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଗତ ପାଞ୍ଚ ବର୍ଷ ଧରି ଏହି ମାନସରୋବର ଯାତ୍ରା ବନ୍ଦ ରହିଥିଲା ।
ମାନସରୋବର ଯାତ୍ରା କ’ଣ?
ସମୁଦ୍ର ପତ୍ତନଠାରୁ ୧୭ ହଜାର ଫୁଟ ଉଚ୍ଚରେ ଥିବା ଲିପୁଲେଖ ପାସ୍ ଦେଇ କୌଳାଶ ମାନସରୋଭାର ଯାତ୍ରା ଆରମ୍ଭ ।  ଏହି ଯାତ୍ରା ଜୁନ୍ ମାସରେ ଆରମ୍ଭ ହୋଇଥିଲାବେଳେ ଏହାର ପ୍ରସ୍ତୁତି ଜାନୁଆରୀରୁ ଆରମ୍ଭ ହୋଇଥାଏ । କୌଳାଶ ମାନସରୋବର ଯାତ୍ରା ଏକ ପବିତ୍ର ତୀର୍ଥ ଯାହା ହିନ୍ଦୁ ଧର୍ମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।  କୌଳାଶ ମାନସରୋବର ଯାତ୍ରା ସମୟରେ ତୀର୍ଥଯାତ୍ରୀମାନେ କୌଳାଶ ପର୍ବତକୁ ବୁଲି ମାନସରୋଭର ହ୍ରଦରେ ଗାଧୋଇଥାନ୍ତି। ଏହି ଯାତ୍ରା ଅତ୍ୟନ୍ତ କଷ୍ଟକର ଏବଂ ତୀର୍ଥଯାତ୍ରୀମାନଙ୍କୁ ଏଥିପାଇଁ ଶାରୀରିକ ଏବଂ ମାନସିକ ସ୍ତରରେ ପ୍ରସ୍ତୁତ ହେବାକୁ ପଡିବ ।  ଏହି ଯାତ୍ରା ସାଧାରଣତ ୧୪ ରୁ ୨୧ ଦିନ ମଧ୍ୟରେ ସମାପ୍ତ ହୋଇଥାଏ ।

କୌଳାଶ ମାନସରୋବର ଯାତ୍ରା ଏବଂ ଚୀନ୍ର କ’ଣ ରହିଛି ସଂଯୋଗ
କୌଳାଶ ମାନସରୋବର ଯାତ୍ରା ଏବଂ ଚୀନ୍ ମଧ୍ୟରେ ଏକ ଗଭୀର ସଂଯୋଗ ଅଛି ।  କୌଳାଶ ମାନସରୋବର ଯାତ୍ରା କରିବା ସମୟରେ ଚୀନ୍ର ଅନୁମତି ଆବଶ୍ୟକ କାରଣ ଏହି ଯାତ୍ରା ‘ତିବ୍ଦତରେ’ ଅବସ୍ଥିତ। ‘ତିବ୍ଦତ’ ଯାହା ବର୍ତ୍ତମାନ ଚାଇନାର ଏକ ସ୍ୱୟଂଶାସିତ ଅଞ୍ଚଳ ଅଟେ  ତେଣୁ ସେଠାକୁ ଯିବାକୁ ହେଲେ ଚାଇନାର ଟୁରିଷ୍ଟ ଭିସା ନେବାକୁ ପଡିବ। ଚୀନ୍ ସରକାର ଏହି ଅଞ୍ଚଳରେ ଭ୍ରମଣ ପାଇଁ ନିୟମ ଏବଂ ସର୍ତ୍ତ ସ୍ଥିର କରିଛନ୍ତି, ଯାହା ପାଳନ କରିବା ବାଧ୍ୟତାମୂଳକ ଅଟେ।

ମାନସରୋବର ଯାତ୍ରା କାହିଁକି ବନ୍ଦ ହେଲା?
ଗାଲୱାନ୍ ହିଂସା ଏବଂ କରୋନା ମହାମାରୀ ଯୋଗୁଁ ଭାରତ ଏବଂ ଚୀନ୍ ଏବଂ କୌଳାଶ ମାନସରୋବର ତୀର୍ଥଯାତ୍ରା ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା। ଅତୀତରେ ଚାଇନା ପ୍ରାୟ ୫୦,୦୦୦ ଭାରତୀୟ ତୀର୍ଥଯାତ୍ରୀଙ୍କୁ କୌଳାଶ ମାନସରୋବର ପରିଦର୍ଶନ କରିବାକୁ ଅନୁମତି ଦେବାକୁ ମନା କରିଦେଇଥିଲେ। ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ଖରାପ ହେତୁ ଡ୍ରାଗନ୍ ଭାରତୀୟଙ୍କ ପାଇଁ ନୂତନ ଅନୁମତି ନଦେବାକୁ ସୂଚିତ କରିଥିଲେ। ଗତ ବର୍ଷ ଏପ୍ରିଲରେ ବେଜିଂ କୌଳାଶ ମାନସରୋବରର ପ୍ରବେଶ ଦ୍ୱାର ହିଲସା ବର୍ଡର ପଏଣ୍ଟ ଖୋଲିଥିଲା। ପର୍ୟ୍ୟଟନ ଶିଳ୍ପ ସହିତ ଜଡିତ ଲୋକମାନେ ମଧ୍ୟ ଭାରତୀୟମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବାରୁ ନିରାଶ ହୋଇଥିଲେ।

ନେପାଳର ଲୋକଙ୍କ ପାଇଁ ବାଣିଜ୍ୟ ଏବଂ ଗତିବିଧି ପାଇଁ ଚୀନ୍ କିଛି ସୀମା ପଏଣ୍ଟ ଖୋଲିଥିଲା କିନ୍ତୁ ଭାରତୀୟ ତୀର୍ଥଯାତ୍ରୀମାନଙ୍କ ପାଇଁ ବିଶେଷ ପ୍ରତିବନ୍ଧକ ଲଗାଇଥିଲା। ଏହି ନିଷେଧାଦେଶ ହଜାର ହଜାର ଭାରତୀୟଙ୍କ ବହୁ ସମ୍ମାନିତ ତୀର୍ଥସ୍ଥାନ ପରିଦର୍ଶନ କରିବାକୁ ଆଶା ହରାଇଥିଲା। ମାତ୍ର ଚୀନ ତାକୁ ରୋକିଦେଇଥିଲା । ୨୦୨୦ ମସିହାରୁ, କୌଳାଶ ମାନସରୋବର ଯାତ୍ରାର ଉଭୟ ସରକାରୀ ମାର୍ଗ ଭାରତୀୟଙ୍କ ପାଇଁ ବନ୍ଦ ରହିଲା ଜ୍ଝ ଏହି ଯାତ୍ରା ଉପରେ ଚୀନ୍ ଅନେକ ପ୍ରତିବନ୍ଧକ ଲଗାଇଥିଲା, ଯେଉଁଥିପାଇଁ ଭାରତୀୟଙ୍କ ପାଇଁ ଏହି ଯାତ୍ରା କରିବା କଷ୍ଟକର ହୋଇପଡିଥିଲା। ଚାଇନା ଏପରିକି କୌଳାଶ ମାନସରୋବର ଯାତ୍ରା ପାଇଁ ଶୁଳ୍କ ବୃଦ୍ଧି କରିଦେଇଥିଲା।ଯାହାଫଳରେ ଭାରତୀୟଙ୍କ ପାଇଁ ଏହା ଏକ ସମସ୍ୟା ସୃଷ୍ଟି କରିଥିଲା ।

ଜାମୁ କାଶ୍ମୀରରେ ଏନକାଉଣ୍ଟର, ୫ ଆତଙ୍କବାଦୀ ନିହତ

ନନ୍ଦିଘୋଷ ବ୍ୟୁରୋ: ଜାମ୍ମମୁ କାଶ୍ମୀର କୁଲଗାମରେ ବଡ଼ଧରଣର ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି। କୁଲଗାମ ଜିଲ୍ଲା ବେହିବାଗ ଥାନା ଅଂଚଳର କଦେର ଗାଁରେ ଏହି ଗୁଳିବିନିମୟ ଚାଲିଛି। ଉଭୟ ପକ୍ଷରୁ ଜୋରଦାର ଗୁଳିବିନିମୟ ହୋଇଥିଲା। ଗୁଳିବିନିମୟରେ ୫ ଆତଙ୍କୀଙ୍କୁ ନିପାତ କରିଛନ୍ତି ଯବାନ। ଗୁଳିବିନିମୟରେ ୨ ଜବାନ ଆହତ ହୋଇଥିବା ଜଣାପଡିଛି।ଏନକାଉଣ୍ଟର ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରସୋରରେ ସର୍ଚ୍ଚ ଅପରେସନ ଚାଲିଛି। ଅଧିକ ସଂଖ୍ୟକ ଆତଙ୍କୀ ଲୁଚିଥିବା ସନ୍ଦେହରେ ଚାଲିଛି ସର୍ଚ୍ଚ ଅପରେସନ। ବିଶେଷ ଗୁଇନ୍ଦା ସୂଚନା ପାଇଁ ସେନାର ଯବାନଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଏହି ଆତଙ୍କୀ ନିପାତ ଅପରେସନ। କାଶ୍ମୀର ପୋଲିସ ସହ ଏହି ମିଳିତ ଅପରେସନ ଆରମ୍ଭ ହୋଇଥିଲା। ଆତଙ୍କୀ ଥିବା ନେଇ ଗତିବିଧି ସ୍ପଷ୍ଟ ହେବାପରେ ଅପରେସନ୍ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କୀ ଆଖିବୁଜା ଗୁଳିମାଡ଼ ଆରମ୍ଭ କରିଥିଲେ।ତେବେ ସେନାର ଯବାନଙ୍କ ପାଲଟା ଗୁଳିମାଡ଼ରେ ୫ ଆତଙ୍କୀ ନିପାତ ହୋଇଛନ୍ତି। ଗତ କିଛି ଦିନ ଧରି ଆତଙ୍କୀ ଗତିବିଧି ପୁଣିଥରେ ଜାମୁ କାଶ୍ମୀରରେ ଆରମ୍ଭ ହୋଇଛି। ଏହାକୁ ନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆଣ୍ଟି ଟେରର ଅପରେସନକୁ ଜୋରଦାର କରାଯାଇଛି।