ଭୁବନେଶ୍ବର: ଆଜି ବିଧାନସଭାର ବଜେଟ ଅଧିବେଶନରେ ଯୋଗ ଦେବା ନିମନ୍ତେ ବିଧାନସଭାରେ ପହଞ୍ଚିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ତେବେ ବିଧାନସଭାରେ ପାଦ ଦେଉ ଦେଉ ଚମ୍ପୁଆ ବିଜେଡି ବିଧାୟକ ସନା ମହାକୁଡ଼ଙ୍କୁ ତାଗିଦ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଧାୟକ ସନାତନ ମହାକୁଡ଼ଙ୍କୁ ନବୀନ ପଟ୍ଟନାୟକଙ୍କ ଜବାବ ତଲବ । ଗତକାଲି ବିଜେଡି ବିଧାୟକ ଦଳ ବୈଠକକୁ କାହିଁକି ଆସି ନଥିଲେ ବୋଲି ପ୍ରଶ୍ନ କରିଥିଲେ ନବୀନ । ଉତ୍ତରରେ ସନାତନ ଅସୁସ୍ଥତା କାରଣ ଦର୍ଶାଇଥିଲେ ମଧ୍ୟ ସେ ବିଜେପି ଆଡ଼କୁ ଯାଉଛନ୍ତି କି ବୋଲି କହି ତେରଛା ବାଣ ମାରିଥିଲେ ନବୀନ । ନବୀନଙ୍କୁ ସ୍ଵାଗତ ପାଇଁ ବିଜେଡି ବିଧାୟକମାନେ ବିଧାନସଭାରେ ଅପେକ୍ଷା କରିଥିବାବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।
ବ୍ୟାନ ହଟାଇଲା RBI: ଏଣିକି କ୍ରେଡିଟ କାର୍ଡ ଜାରି କରିପାରିବ କୋଟକ ମହିନ୍ଦ୍ରା ବ୍ୟାଙ୍କ
ନୂଆଦିଲ୍ଲୀ: ପ୍ରାଇଭେଟ ସେକ୍ଟରର ଏକ ବଡ଼ ବ୍ୟାଙ୍କ କୋଟକ ମହିନ୍ଦ୍ରା ବ୍ୟାଙ୍କକୁ ମିଳିଛି ଏକ ବଡ଼ ଆଶ୍ବସ୍ତି । କୋଟକ ମହିନ୍ଦ୍ରା ବ୍ୟାଙ୍କ ଉପରୁ ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଉଠାଇ ଦେଇଛି । । ଏହାଫଳରେ ବ୍ୟାଙ୍କକୁ ଏବେ ବହୁତ ଫାଇଦା ମିଳିବ । ୯ ମାସରୁ ଅଧିକ ସମୟ ଧରି ବ୍ୟାଙ୍କ ଉପରେ ବ୍ୟାନ ଲାଗିଥିଲା । ବ୍ୟାନ ଲାଗିବା କାରଣରୁ ପୂର୍ବରୁ ବ୍ୟାଙ୍କର କାରବାର ପ୍ରଭାବିତ ହେଉଥିଲା । ଏବେ କୋଟକ ମହିନ୍ଦ୍ରା ବ୍ୟାଙ୍କ କିଛି କାମ ସହଜରେ କରିପାରିବ । କୋଟକ ମହିନ୍ଦ୍ରା ବ୍ୟାଙ୍କ ଉପରେ ଟେକ୍ନୋଲୋଜି ସହ ଜଡ଼ିତ ସମସ୍ୟାକୁ ନେଇ ବ୍ୟାନ ଲଗାଇଥିଲା ଆରବିଆଇ । ଏହାଦ୍ବାରା ବ୍ୟାଙ୍କର ୮୧୧ ବ୍ୟାଙ୍କିଂ କାରବାର ସବୁଠାରୁ ବେଶି ପ୍ରଭାବିତ ହୋଇଥିଲା । ଏବେ ବ୍ୟାଙ୍କ ନିଜର କାରବାରକୁ ବିସ୍ତାର କରିପାରିବ ।
ଆରବିଆଇ କୋଟକ ମହିନ୍ଦ୍ରା ବ୍ୟାଙ୍କ ଉପରେ ବ୍ୟାନ ଲଗାଇବା ପରେ ସୁଧାରାତ୍ମକ କାମରେ ସନ୍ତୁଷ୍ଟ ହୋଇ ଉକ୍ତ ବ୍ୟାନ ହଟାଇ ଦେଇଛି । ଏହାପରେ ଏବେ କୋଟକ ମହିନ୍ଦ୍ରା ବ୍ୟାଙ୍କ ପୁଣି ଥରେ କ୍ରେଡିଟ କାର୍ଡ ଜାରି କରିପାରିବ । ନିଜର ଡିଜିଟାଲ ମୋବାଇଲ ପ୍ଲାଟଫର୍ମ ୮୧୧ ମାଧ୍ୟମରେ ନୂଆ ଗ୍ରାହକଙ୍କୁ ମଧ୍ୟ ଯୋଡ଼ି ପାରିବ । ଏଜେନ୍ସି ମୁତାବକ, ବ୍ୟାଙ୍କର ସୁଧାରାତ୍ମକ ଉପାୟରେ ସନ୍ତୁଷ୍ଟ ଥିବା ଆରବିଆଇ କହିଛି । ବ୍ୟାଙ୍କକୁ କ୍ରେଡିଟ କାର୍ଡ ଜାରି କରିବା ତଥା ଅନଲାଇନ ଓ ମୋବାଇଲ ବ୍ୟାଙ୍କିଂ ଚ୍ୟାନେଲ ମାଧ୍ୟମରେ ନୂଆ ଗ୍ରାହକଙ୍କୁ ଯୋଡ଼ିବାର ଅନୁମତି ଦିଆଯାଇଛି । କୋଟକ ମହିନ୍ଦ୍ରା ବ୍ୟାଙ୍କ ଏକ ବାହ୍ୟ ପରାମର୍ଶଦାତା ଠାରୁ ଥାର୍ଡ ପାର୍ଟି ଆଇଟି ଅଡିଟ କରୁଥିଲା । ଆରବିଆଇର ନିର୍ଦ୍ଦେଶ ଅନୁସାରେ ସୁଧାରାତ୍ମକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଥିଲା । ଏହାପରେ ବ୍ୟାନ ଲାଗିଥିଲା । ଆରବିଆଇର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳରେ କୋଟକ ମହିନ୍ଦ୍ରା ବ୍ୟାଙ୍କ ଉପରେ ବ୍ୟାନ ଲାଗିଥିଲା । ସେ ସମୟରେ ଆରବିଆଇ ସୁପରଭାଇଜିଂ ନିୟମ ଅନୁସାରେ ଅନ୍ୟ କିଛି ସଂସ୍ଥା ଉପରେ କମର୍ସିଆଲ ବ୍ୟାନ ଲାଗିଥିଲା । ସେଥିମଧ୍ୟରେ ୨୦୨୨ରେ ପ୍ରାଇଭେଟ ସେକ୍ଟରର ସବୁଠାରୁ ବଡ଼ ବ୍ୟାଙ୍କ ଏଚଡିଏଫସି ବ୍ୟାଙ୍କର ନାମ ସାମିଲ ରହିଥିଲା । ବ୍ୟାଙ୍କ ଉପରେର ୧୫ ମାସ ପର୍ଯ୍ୟନ୍ତ ବ୍ୟାନ ଲାଗିଥିଲା ।
ଉତ୍ପାତ ମଚାଉଛି ଗୋଠଛଡ଼ା ଦନ୍ତା: ହାତୀକୁ ଘଉଡ଼ାଇବା ପାଇଁ ବନବିଭାଗର ଉଦ୍ୟମ
କାମାକ୍ଷାନଗର: ଉତ୍ପାତ ମଚାଉଛି ଗୋଠଛଡା ଦନ୍ତା। କାମାକ୍ଷାନଗର ସହର ରାଜକୁଳା କାଟେଣୀ ଗ୍ରାମରେ ପଶି ଦନ୍ତାଟି ଉତ୍ପାତ ମଚାଉଛି। ଗାଁ ଭିତରେ ଦନ୍ତାଟି ପଶି ଏଣେତେଣେ ବୁଲୁଥିବାର ଦେଖି ଭୟଭୀତ ହୋଇ ଲୋକେ ବନବିଭାଗକୁ ଖବର ଦେଇଥିଲୋ। ଖବର ପାଇଁ ବନବିଭିଗ କର୍ମଚାରୀ ପହଞ୍ଚି ହାତୀକୁ ଘଉଡାଇବା ପାଇଁ ଉଦ୍ୟମ କରିଥିବାବେଳେ ହାତୀଟି ଜଙ୍ଗଲ ଭିତରକୁ ନଯାଇ କାମାକ୍ଷାଗର ଡ଼ୁବୁରୀ ୫୩ ନମ୍ବର ଜାତୀୟ ରାଜପଥରେ ଦୀର୍ଘ ସମୟ ଧରି ଠିଆ ହୋଇ ରହିଥିଲା। ଫଳରେ ରାଜପଥର ଉଭୟ ପାର୍ଶ୍ଵରେ ଯାତାୟାତ ଠପ ହେବା ସହ ହାତୀ ଥିବା କାରଣରୁ ବିଦ୍ୟୁତ ସେବା ବନ୍ଦ କରାଯାଇଥିଲା। ଅନେକ ପରିଶ୍ରମ ପରେ ବନବିଭାଗ ଦନ୍ତାଟିକୁ ଜାତୀୟ ରାଜପଥରୁ ଘଉଡ଼ାଇଥିବା ବେଳେ ଦନ୍ତାଟି ରାଜପଥ ପାର୍ଶ୍ଵରେ ଥିବା ୬ ଫୁଟର ବ୍ୟାରିକେଡ଼କୁ ଡେଇଁ ସ୍ଥାନୀୟ କନ୍ଦରସିଙ୍ଗା ଗ୍ରାମ ଅଭିମୁଖେ ଚାଲି ଯାଇଥିଲା । ତେବେ କିଛିଦିନର ବ୍ୟବଧାନ ପରେ କାମାକ୍ଷାନଗର ସହରରେ ଦନ୍ତା ଆତଙ୍କକୁ ଦେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: କୋରାପୁଟ କୋଟପାଡ ବ୍ଲକ ବାଟସାନ ପଞ୍ଚାୟତ ଏଡିଇଓଙ୍କ ଘରେ ରେଡ
କୋରାପୁଟ: ଭିଜିଲାନ୍ସ ଜାଲରେ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ବାଟସାନ ପଞ୍ଚାୟତର ଆକାଉଣ୍ଟାଣ୍ଟ ତଥା ଡାଟା ଏଣ୍ଟ୍ରି ଅପରେଟର ଏସ. ପାର୍ଥ ସାରଥି ବିଷୋୟୀଙ୍କ ଘରେ ଭିଜିଲାନ୍ସ ରେଡ। ୭ଟି ସ୍ଥାନରେ ରେଡ କରିଛନ୍ତି ଭିଜିଲାନ୍ସର ଟିମ। ଟିମରେ ସାମିଲ ଅଛନ୍ତି ୨ ଜଣ ଅତିରିକ୍ତ ଏସପି, ୪ ଡିଏସପି, ୬ ଇନ୍ସପେକ୍ଟର, ୬ ଏଏସଆଇ। କୋରାପୁଟ ବୋରିଗୁମା ଚମ୍ପିଆସ୍ଥିତ ବାସଭବନ, ଭାଇଙ୍କ ଘର, ସମ୍ପର୍କୀୟଙ୍କ ଘର, ଚମ୍ପିଆସ୍ଥିତ ସାଇକ୍ରିଷ୍ଣା ଏଣ୍ଟରପ୍ରାଇଜେସ, ବୋରିଗୁମାସ୍ଥିତ ତିନି ମହଲା କୋଠା, କୋଟପାଡ ବ୍ଲକ ବାଟସାନସ୍ଥିତ ଅଫିସ ଆଦି ସ୍ଥାନରେ ରେଡ କରିଛି ଟିମି।
ଦୁଇ ଦିନ ସାମାନ୍ୟ ଗରମ ପରେ ପୁଣି ବଢ଼ିବ ଥଣ୍ଡା: ତାପମାତ୍ରା କମିବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
ଭୁବନେଶ୍ବର: ଦୁଇ ଦିନ ସାମାନ୍ୟ ଗରମ ପରେ ପୁଣି ବଢିବ ଥଣ୍ଡା । ଅସନ୍ତା ଶନିବାର ଠାରୁ ପୁଣି ତାପମାତ୍ରା କମିବା ନେଇ ର୍ପୂବାନୁମାନ କରିଛି ପାଣିପାଗ କେନ୍ଦ୍ର । ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ ପାରଦ । ଆସନ୍ତା ଦୁଇ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏହାପରେ ଥଣ୍ଡା ଅନୁଭବ ହେବ ବୋଲି ପୂର୍ବାନୁମାନ କରାଯାଇଛି । ସେପଟେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବ। ଗୁରୁଚାପ ବଳୟର ଉପସ୍ଥିତି ତଥା ପଶ୍ଚିମାଝଡ଼ର ଆଗମନ ହେତୁ ଉପକୂଳ ଓଡ଼ିଶା ତଥା ପାର୍ଶ୍ବବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଘନକୁହୁଡ଼ି ଦୃଶ୍ୟମାନ ହେବ । ତେବେ ଗତ ୨୪ ମଧ୍ୟରେ ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୬.୬ ଡିଗ୍ରୀ ଥିବା ବେଳେ ବଲାଙ୍ଗୀର ଓ ଅନୁଗୁଳରେ ୩୫.୭, ସମ୍ବଲପୁରରେ ୩୫.୩, ଭବାନୀପାଟଣା, ଭଦ୍ରକ ଓ ସୋନପୁରରେ ୩୫.୨, ମାଲକାନଗିରିରେ ୩୫.୧ ଡିଗ୍ରୀ ରହିଥିଲା। ପାରାଦୀପ ଓ ଦାରିଙ୍ଗବାଡ଼ି ବ୍ୟତୀତ ଅନ୍ୟ ସମସ୍ତ ସହରରେ ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରି ଉପରେ ରହିଥିଲା ।

