spot_img
Home Blog Page 1293

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ,୧୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ ପ୍ରକ୍ରିୟା। ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନାମାଙ୍କନର ଶେଷ ତାରିଖ ରହିଛି ଡିସେମ୍ବର ୧୦। ଡିସେମ୍ବର ୧୧ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ୧୩ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ଯାହାର ସହ ୨୦ ତାରିଖରେ ଭୋଟଗ୍ରହଣ ହେବ। ରାଜ୍ୟସଭାରୁ ସୁଜିତ କୁମାରଙ୍କ ଇସ୍ତଫା ପରେ ଉପନିର୍ବାଚନ

ଆଜିଠାରୁ ଗୁରୁଦ୍ୱାରରେ ବାସନ ମାଜିବେ ପୂର୍ବତନ ପଞ୍ଜାବ ଉପ ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ

ଚଣ୍ଡୀଗଡ:  ବଢିଲା ପଞ୍ଜାବର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଅଡୁଆ।  ଆଜିଠାରୁ ଗୁରୁଦ୍ୱାରରେ ସେ ବାସନ ମାଜିବେ । କାରଣ ତାଙ୍କୁ ସିଖ୍‌ ସମ୍ପ୍ରଦାୟର ସବୁଠାରୁ ବଡ଼ ସଂସ୍ଥା ‘ଅକାଳ ତଖତ’ ‘ଧର୍ମୀୟ ଦଣ୍ଡ’ ଶୁଣାଇଛି । ଦୁଇ ମାସ ପୂର୍ବରୁ ’ଅକାଳ ତଖତ’ ତାଙ୍କୁ ତନଖୋୟା(ଧର୍ମୀୟ ମାମଲାର ଅପରାଧି) ଘୋଷିତ କରିଥିଲା। ‘ଅକାଳ ତଖତ’ର ଜଥେଦାର ଜ୍ଞାନୀ ରଘୁବୀର ସିଂହ ସଜା ଶୁଣାଇବା ସହ ବାଦଲଙ୍କୁ ସ୍ବର୍ଣ୍ଣ ମନ୍ଦିରରେ ଅଇଁଠା ବାସନ ଓ ଶୌଚାଳୟ ସଫେଇ କରିବାର ନିର୍ଦେଶ ଦେଇଛନ୍ତି। ଏହା ସହ ତାଙ୍କୁ ପଞ୍ଚ ସିଂହ ସାହିବଙ୍କ ଘର ବାହାରେ ସକାଳେ ଘଣ୍ଟାଏ ସେବାଦାରୀ କାମ ମଧ୍ୟ ଦେଇଛନ୍ତି। ‘ଅକାଳ ତଖତ’ ସଜା ଶୁଣାଇ ବାଦଲଙ୍କୁ ନିର୍ଦେଶ ଦେଇଛନ୍ତି, ତାଙ୍କୁ ସଜା ସମୟରେ ପ୍ରତିଦିନ ଗୁରୁଦ୍ବାରରେ କୀର୍ତ୍ତନ ଶୁଣିବାକୁ ହେବ।  ସୁଖବୀରଙ୍କ ସମେତ ୧୭ଜଣଙ୍କୁ ଏହି ଦଣ୍ଡ ଦିଆଯାଇଛି । ଏହି ଦଣ୍ଡ ଆଜି ଠାରୁ ଆରମ୍ଭ ହେବ ।

ନିଜ କାର୍ଯ୍ୟକାଳ ସମୟରେ ସୁଖବୀର ସିଂହ ବାଦଲ ଓ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଭୁଲ ରାଜନୈତିକ ନିଷ୍ପତ୍ତି ନେବାରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥିରେ ଡେରା ସଚ୍ଚା ସୌଦାର ଗୁରମିତ ରାମ ରହିମଙ୍କୁ କ୍ଷମା ଦେବାର ଅଭିଯୋଗ ମଧ୍ୟ ରହିଛି। ସୁଖବୀର ଗୋଲ୍ଡେନ୍ ଟେମ୍ପଲରେ ପଞ୍ଚ ସିଂହ ସହିବାନୋଙ୍କ ଆଗରେ ନିଜ ଭୁଲ ସ୍ବୀକାର କରିଛନ୍ତି। ସୁଖବୀର ସିଂହ ବାଦଲ କିଛି ଦିନ ପୂର୍ବରୁ  ହିଁ ଅକାଳୀ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇସାରିଛନ୍ତି। ଦଣ୍ଡଘୋଷଣା କରି ଜଥେଦାର ଜ୍ଞାନୀ ରଣବୀର ସିଂହ ଶିରୋମଣିତିନି ଦିନ ଭିତରେ ତାଙ୍କର ଇସ୍ତଫା ସ୍ବୀକାର କରି ପାର୍ଟିରେ ନୂଆ ଅଧ୍ୟକ୍ଷ ପାଇଁ ଆଗାମୀ ୬ ମାସ ଭିତରେ ନିର୍ବାଚନ ଶେଷ କରିବାକୁ ଅକାଳୀ ଦଳକୁ ନିର୍ଦ୍ଦେଶ ଦେଇଛନ୍ତି ।

ତାମିଲନାଡୁ ତିରୁବନମଲାଇରେ ଭୂସ୍ଖଳନ ଘଟି ୭ ମୃତ

ତିରୁବନମଲାଇ : ତାମିଲନାଡୁରେ ଭୂସ୍ଖଳନରୁ ଗୋଟିଏ ପରିବାର ୭ ମୃତ। ତିରୁବନମଲାଇରେ ଭୂସ୍ଖଳନ ଘଟି ୭ ଜଣଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି। ଅନାମଲାୟାର ପାହାଡରେ ଭୂସ୍ଖଳନରୁ ଘର ଉପରକୁ ମାଡ଼ି ଯାଇଥିଲା ମାଟିଅତଡ଼ା। ସମସ୍ତ ମୃତକ ଗୋଟିଏ ପରିବାରର ଥିବା ସୂଚନା। ଗତକାଲି ଅପରାହ୍ନ ସାଢେ ୪ଟାରେ ଏହି ଅଂଚଳରେ ହୋଇଥିଲା ପ୍ରଥମ ଭୂସ୍ଖଳନ।

ଆଜି ପୁଣି ଭୂସ୍ଖଳନ ଘଟିଛି। ବାତ୍ଯା ଫେଙ୍ଗାଲ ପ୍ରଭାବରେ ତାମିଲନାଡୁରେ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷାରୁ ଭୂସ୍ଖଳନ ଘଟିଥିବା ଆଶଂକା କରାଯାଉଛି। ଭୂସ୍ଖଳନ ସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଚେନ୍ନାଇ ଆଇଆଇଟି ବିଶେଷଜ୍ଞ ଟିମ ନେତୃତ୍ଵେରେ ରେସକ୍ଯୁ ଅପରେସନ ଚାଲିଛି। ତେବେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଉଦ୍ଧାରକାର୍ଯ୍ୟ ପ୍ରଭାବିତ ହୋଇଛି। ଆଗକୁ ମଧ୍ୟ ପାହାଡ଼ରୁ ମାଟି ଧସିବା ନେଇ ସତର୍କତା ଜାରି କରିଛି ପ୍ରଶାସନ। ସେପଟେ ତାମିଲନାଡୁ ଭିଲିପୁରମରେ ଆଜି ମଧ୍ୟ ପ୍ରବଳ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷାରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପଟେ ଅନେକ ବ୍ରିଜରେ ପାଣି ଫୁଲି ଚାଲିଛି।

ଢେଙ୍କାନାଳ ପରଜଙ୍ଗରେ ହାତୀ ଉପଦ୍ରବ : ଆତଙ୍କ ଖେଳାଇଛନ୍ତି ୭୦ ଟିକିଆ ହାତୀ ପଲ

ଢେଙ୍କାନାଳ : ମହାବୀରୋଡ଼ ରେଞ୍ଜ ପରଜଙ୍ଗ ବ୍ଲକର ବିଭିନ୍ନ ଗାଁରେ ୭୦ ଟିକିଆ ହାତୀପଲଙ୍କ ଉପଦ୍ରବ  । ଦଳିଦେଲେ ଏକର ଏକର ଧାନ ଫସଲ  । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ  । ହିନ୍ଦୋଳ ବନାଞ୍ଚଳରୁ ବ୍ରାହ୍ମଣୀ ନଦୀ ପାର ହୋଇ ପରଜଙ୍ଗ ବ୍ଲକର ବିଭିନ୍ନ ଗାଁରେ ପଶିଛନ୍ତି ୭୦ ଟିକିଆ ହାତୀପଲ । ସାଆନ୍ଦା, ପାଣିଭଣ୍ଡାର, ରୋଡ଼, କୁମୁସି, କମର, ପାଳସାହି, ରେଣ୍ଠାପାଟ, ଗଇଲୋ, ପାଟରପଦା ଆଦି ଗାଁ ଗୁଡିକରେ ଏକର ଏକର ଧାନଫସଲକୁ ଦଳି ନଷ୍ଟ କରିଦେଇଛନ୍ତି। ଗାଁ ନିକଟ ଜଙ୍ଗଲରେ ରହୁଥିବା ଯୋଗୁଁ ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ  । ଧାନ ଫସଲ ଅମଳ ବେଳେ ହାତୀପଲଙ୍କ ଉପଦ୍ରବ ଚାଷୀ ମାନଙ୍କ ଚିନ୍ତା ବଢ଼ାଇଛି। ବନବିଭାଗର ସ୍ୱତନ୍ତ୍ର ଟିମ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛି।

ଭିଜିଲାନ୍ସ ଜାଲରେ ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ଵନାଥ ପାତ୍ର

ଜୟପୁର : ଭିଜିଲାନ୍ସ ଜାଲରେ ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ଵନାଥ ପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଏକାଧିକ ଠିକଣାରେ ଚାଲିଛି ରେଡ୍। ଯନ୍ତ୍ରୀ ବିଶ୍ଵନାଥ ପାତ୍ରଙ୍କ ସରକାରୀ ବାସଭବନ, ଅଫିସ ସମେତ ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ। ଜୟପୁର ବ୍ଲକ ଅଫିସ ଚାମ୍ବର, ଜୟପୁର ପୌରପାଳିକା ଅଫିସ ଚାମ୍ବର, ଜୟପୁର DIETରେ କାର୍ଯ୍ୟରତ ପତ୍ନୀଙ୍କ ଅଫିସ, ଭୁବନେଶ୍ଵର ପଟିଆରେ ଥିବା ସମ୍ପର୍କୀୟ ଏବଂ ଗଂଜାମ ବେଲଗୁଣ୍ଠା ସ୍ଥିତ ପୈତୃକ ଘରେ ଚାଲିଛି ରେଡ୍। ଜୟପୁର ପୌରପାଳିକାର ଇଂଜିନିୟର ଦାୟିତ୍ଵରେ ମଧ୍ୟ ଅଛନ୍ତି ବିଶ୍ଵନାଥ ପାତ୍ର। ଚଢାଉରୁ ଜୟପୁରରେ ଗୋଟିଏ ୩ ମହଲା କୋଠା ସହ ପୈତୃକ ଘର ବେଲଗୁଣ୍ଠାରେ ଗୋଟିଏ ଦୁଇ ମହଲା କୋଠା ଥିବା ଜଣାପଡିଛି। ଜଣେ ଅତିରିକ୍ତ ଏସପି, ୨ ଡିଏସପି ଓ ୮ ଇନ୍ସପେକ୍ଟର ଓ ଜଣ ଜଣ ଏଏସଆଇଙ୍କୁ ନେଇ ଚାଲିଛି ଏହି ଚଢାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିବାକୁ ଜୟପୁର ସ୍ଵତନ୍ତ୍ର ଭିଜିଲାନ୍ସ ଜଜ ୱାରେଣ୍ଟ ଜାରି କରିଥିଲେ।

କେରଳ ଆଲାପୁଝାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଚାଲିଗଲା ୫ ଡାକ୍ତରୀ ଛାତ୍ରଙ୍କ ଜୀବନ

ନନ୍ଦିଘୋଷ ବ୍ୟୁରୋ :  କେରଳର ଆଲାପୁଝା  ଜିଲ୍ଲା କାଲାରକୋଡ ଠାରେ ଭୟଙ୍କର ଦୁର୍ଘଟଣା । ସୋମବାର ବିଳମ୍ୱିତ ରାତିରେ ଏକ ଯାତ୍ରୀବାହୀ ବସ ଏବଂ କାର ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୫ଜଣ ପ୍ରଥମ ବର୍ଷର ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟଛି । ସମସ୍ତଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ଡାକ୍ତରଖାନାରେ ସେମାନଙ୍କୁ ମୃତ ଘୋଷିତ କରାଯାଇଛି। ଏହି ଦୁର୍ଘଟଣାରେ ବସ୍ ମଧ୍ୟ ପ୍ରଭାବିତ ହୋଇଥିବା ବେଳେ ଯାତ୍ରୀମାନେ କେବଳ ସାମାନ୍ୟ ଆହତ ହୋଇଥିବା ବେଳେ ସମସ୍ତେ ସୁରକ୍ଷିତ ଥିବା ସୂଚନା ରହିଛି ।

ଦୁର୍ଘଟଣାରେ ଆଉ ୨ ମେଡିକାଲ ଛାତ୍ର ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଦ୍ରୁତ ଗତିରେ ଆସୁଥିବା ବସ ନିୟନ୍ତ୍ରଣ ହରାଇ କାରକୁ ଧକ୍କା ଦେବାରୁ ଏଭଳି ଏକ ଭୟାନକ ଦୁର୍ଘଟଣା ଘଟିଥିବା କୁହାଯାଉଛି। ମୃତକ କେରଳର ବନ୍ଦନମ ମେଡିକାଲ କଲେଜର ପ୍ରଥମ ବର୍ଷ ଏମବିବିଏସ ଛାତ୍ର। କାର ଓ ବସ ମଧ୍ୟରେ ଏତେ ଜୋରରେ ଧକ୍କା ହୋଇଥିଲଯେ କାର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କାରକୁ କାଟି ଆହତଙ୍କୁ ଉଦ୍ଧାର କରିଥିଲେ ସ୍ଥାନୀୟ ଲୋକେ। ମୃତକ ଛାତ୍ର କୋଝିକୋଡ, କନ୍ନରୁ, ଚେରଥନା ଓ ଲାକ୍ଷାଦ୍ଵୀପର ବୋଲି ଜଣାପଡିଛି। ସେପଟେ କେଏସଆରଟିସି ବସରେ ଥିବା ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କ ଅବସ୍ଥାର ସ୍ଥିର ରହିଛି। ଘଟଣାସ୍ଥଳରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ବିବାହ ବନ୍ଧନରେ ବାନ୍ଧି ହେବେ ବ୍ୟାଡମିଣ୍ଟନ ଚାମ୍ପିୟନ ପି.ଭି. ସିନ୍ଧୁ

ନୂଆଦିଲ୍ଲୀ : ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ରାଜସ୍ଥାନର ଉଦୟପୁରରେ ସିନ୍ଧୁ ଡିସେମ୍ବର ୨୨ ତାରିଖରେ ବିବାହ କରିବେ ବୋଲି ସୂଚନା ଦେଇଛନ୍ତି ତାଙ୍କ ବାପା ପି.ଭି. ରମଣା।

ପୋସିଡେକ୍ସ ଟେକ୍ନୋଲୋଜିରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ରହିଥିବା ଭେଙ୍କଟ ଦତ୍ତଙ୍କୁ ସିନ୍ଧୁ ବିବାହ କରିବେ ବୋଲି ଜଣାପଡିଛି। ରବିବାର ସିନ୍ଧୁ ୨ ବର୍ଷର ଟାଇଟଲ ମରୁଡିର ଅନ୍ତ ଘଟାଇ ଲକ୍ଷ୍ନୌରେ ଅନୁଷ୍ଠିତ ସୟଦ ମୋଦି ଇଣ୍ଟରନ୍ୟାଶନାଲ ଟାଇଟଲ ଜିତିବା ପରେ ପରିବାର ଲୋକ ବିବାହ ସମ୍ପର୍କରେ ଘୋଷଣା କରିଛନ୍ତି। ଉଭୟଙ୍କ ପରିବାର ଦୀର୍ଘ ଦିନ ହେବ ପରସ୍ପରକୁ ଜାଣିଥିବା ବେଳେ ମାସେ ତଳେ ବିବାହ ସମ୍ପର୍କରେ ଆଲୋଚନା ହୋଇଥିବା ରମଣା ପ୍ରକାଶ କରିଛନ୍ତି।

ଡିସେମ୍ବର ୨୦ରୁ ବିବାହର ପ୍ରସ୍ତୁତି ଆରମ୍ଭ ହେବାକୁ ଥିବା ବେଳେ ହାଇଦ୍ରାବାଦରେ ରିସେପ୍ସନ ପାର୍ଟି ଡିସେମ୍ବର ୨୪ ତାରିଖରେ ପ୍ରଦାନ କରାଯିବ। ଭାରତର ଅନ୍ୟତମ ଶ୍ରେଷ୍ଠ ଆଥଲେଟ ସିନ୍ଧୁ ୫ ଥର ବିଶ୍ୱ ଚାମ୍ପିୟନଶିପ ପଦକ ଜିତିଛନ୍ତି। ୨୦୧୯ ବିଶ୍ୱ ଚାମ୍ପିୟନଶିପରେ ସେ ଏକ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିବାର ଗୌରବ ଅର୍ଜନ କରିଥିଲେ।

ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ

ଭୁବନେଶ୍ୱର : ଆଜି ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ଅପରାହ୍ନ ୫ଟାରେ ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି । ବିମାନ ବନ୍ଦରରୁ ସିଧାସଳଖ ନୀଳାନ୍ଦ୍ରିବିହାରକୁ ଯିବେ । ସେଠାରୁ ଫେରି ରାଜଭବନରେ ରାତ୍ରି ଯାପନ କରି କାଲି ପୁରୀ ଅଭିମୁଖେ ଯାତ୍ରା କରିବେ ରାଷ୍ଟ୍ରପତି । ଶ୍ରୀକ୍ଷେତ୍ର ବ୍ଲୁ ଫ୍ଲାଗ ବିଚରେ ଆୟୋଜିତ ନୌସେନା ଦିବସରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବୀରଙ୍କ ସମରକଳା ପ୍ରଦର୍ଶନ ଦେଖିବେ ରାଷ୍ଟ୍ରପତି ।

୫ ତାରିଖ ଦିନ ଭୁବନେଶ୍ଵର କୋର୍ଟକୁ ଉଦଘାଟନ କରିବେ ମହାମହିମ। ୫ ଦିନିଆ ରାଷ୍ଟ୍ରପତିଙ୍କ ଗସ୍ତକୁ ଆଖି ଆଗରେ ରଖି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରୁ ରାଜଭବନ ଓ ଭୁବନେଶ୍ୱର କୋର୍ଟ ପର୍ଯ୍ୟନ୍ତ କାରକେଡର ରିହରସଲ କରାଯାଇଛି।

ଓଡ଼ିଶାରେ ତିନିଦିନ ରହିଲେ ହେଲେ ମାଣ୍ଡିପଙ୍କାକୁ ଭୁଲିଗଲେ ମୋଦି

ଭୁବନେଶ୍ବର: ଓଡ଼ିଶାରେ ତିନି ଦିନ ରହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ ମାଣ୍ଡିପଙ୍କାରେ ଆମ୍ବ ଟାକୁଆ ଜାଉ ଖାଇ ତିନି ଆଦିବାସୀଙ୍କ ମୃତ୍ୟୁ ଘଟଣା ହେଉ କି ପୂର୍ବତଟ ରେଳବାଇ ଜୋନ ସଂକୁଚିତ କରାଯିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ କିଛି ବି ଆଲୋଚନା କଲେ ନାହିଁ । ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଥିବା ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଏହି ଦୁଇଟି ପ୍ରସଙ୍ଗରେ ତାଙ୍କୁ ଚିଠି ଲେଖିଥିଲେ। କିନ୍ତୁ ନା ଉତ୍ତର ମିଳିଲା ନା ପ୍ରଧାନମନ୍ତ୍ରୀ ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ । ରାଜ୍ୟର ସ୍ବାର୍ଥ ସମ୍ପର୍କିତ ଦୁଇଟି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀକାନ୍ତ ଜେନା ଓ ବାମ ନେତା ।

ଆମ୍ଵ ଟାକୁଆ ଜାଉ ଖାଇ କନ୍ଧମାଳ ମାଣ୍ଡିପଙ୍କାର ୩ ଆଦିବାସୀଙ୍କ ମୃତ୍ୟୁକୁ ନେଇ ରାଜ୍ୟ ହୁଲସ୍ତୁଲ ହେଉଥିବା ବେଳେ ଓଡ଼ିଶା ଆସି ମଧ୍ୟ ନୀରବ ରହିଲେ ମୋଦି । ଓଡ଼ିଶାରେ ୩ ଦିନ ରହିବା ସତ୍ତ୍ଵେ ପାଟି ଚୁପ୍ । ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ସେ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ଓଡ଼ିଶାରେ ଥିବା ସମୟରେ ମାଣ୍ଡିପଙ୍କାର ଖାଦ୍ୟାଭାବ ନେଇ ମୋଦିଙ୍କୁ ଚିଠି ଲେଖିଥିଲି । ନା ମୁଖ୍ୟମନ୍ତ୍ରୀ ମାଣ୍ଡିପଙ୍କା ଗଲେ, ନା ପ୍ରଧାନମନ୍ତ୍ରୀ ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲେ । ଏଥିପାଇଁ କଡ଼ା ସମାଲୋଚନା କରିଛନ୍ତି ଶ୍ରୀକାନ୍ତ ଜେନା ।

ମାଣ୍ଡିପଙ୍କାର ଆଦିବାସୀଙ୍କୁ ମୋଦି ସମବେଦନା ମଧ୍ୟ ଜ୍ଞାପନ କରି ନଥିବାରୁ ତାଙ୍କ ଉପରେ ବର୍ଷିଛି ସିପିଏମ୍ । ଆମ୍ଵ ଟାକୁଆ ମୃତ୍ୟୁ ପାଇଁ ସିଧାସଳଖ ବିଜେପି ସରକାରକୁ ଦାୟୀ କରି ସିପିଏମ୍ କହିଛି, ପିଡିଏସ ଚାଉଳ ବନ୍ଦ କରାଯିବାରୁ ଏତେ ବଡ଼ ଘଟଣା ଘଟିଛି । ବୋଧହୁଏ ଆଦିବାସୀଙ୍କୁ ଏହା ହେଉଛି ବିଜେପି ସରକାରର ପ୍ରଥମ ଭେଟି ।

ପୂର୍ବ ତଟ ରେଳବାଇରୁ ୱାଲଡିୟର ଡିଭିଜନକୁ ଅଲଗା କରିବା ଓ ତାକୁ ଦକ୍ଷିଣତଟ ରେଳ ଜୋନରେ ମିଶ୍ରଣ କରାଯାଇଥିବାରୁ ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଶ୍ରୀକାନ୍ତ ଜେନା । ଏ ପ୍ରସଙ୍ଗରେ ସେ ମୋଦିଙ୍କୁ ଚିଠି ବି ଲେଖିଛନ୍ତି । ଇଷ୍ଟକୋଷ୍ଟ ରେଲୱେ କ୍ରମାଗତ ଭାବରେ ଭାରତୀୟ ରେଳବାଇରେ ସର୍ବାଧିକ ରାଜସ୍ବ ଆଦାୟ କରୁଥିଲା । ଆନ୍ଧ୍ରପ୍ରଦେଶର ସ୍ଵାର୍ଥ ରକ୍ଷା କରିବାକୁ ଯାଇ ଓଡ଼ିଶାକୁ ହତାଦର କରିବା କେତେ ଦୂର ଠିକ୍ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀକାନ୍ତ । ଏହାର ପୁନର୍ବିଚାର କରିବାକୁ ଦାବି କରି ପୂର୍ବତନ ରେଳ ଜୋନ୍ ଅଧୀନରେ ରାୟଗଡ଼ାରେ ଆଉ ଏକ ଡିଭିଜନ ପ୍ରତିଷ୍ଠା କରିବାକୁ ସେ ଦାବି କରିଛନ୍ତି ।

ସୁନ୍ଦରଗଡ଼, ବାଲେଶ୍ଵର ଏବଂ ମୟୂରଭଞ୍ଜକୁ ପୂର୍ବତଟ ରେଳବାଇରେ ସାମିଲ କରିବାର ଦାବି ପୂରଣ ହେଉନି । ସେପଟେ କିନ୍ତୁ ପୂର୍ବତଟରୁ ୱାଲଟିଅର ଡିଭିଜନକୁ କାଢି ନିଆଯାଉଛି । ଏହାର ଦୃଢ ବିରୋଧ କରିବା ସହ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏହାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି କରିଛନ୍ତି ଶ୍ରୀକାନ୍ତ ଜେନା ।

ରେରା ଆଇନ ମାନୁ ନାହାନ୍ତି ବିଲଡର, ବେଖାତିର ଭାବେ ଚାଲିଛି ରିଅଲ ଇଷ୍ଟେଟ କାରବାର

ଭୁବନେଶ୍ବର: ରିଅଲ ଇଷ୍ଟେଟ କାରବାରକୁ ସ୍ବଚ୍ଛ କରିବା ପାଇଁ କେନ୍ଦ୍ରୀୟ ଆଇନ ରେରା ଆସିବା ପରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଏହାକୁ ଅନୁପାଳନ କରିଥିଲା । ଆପାର୍ଟମେଣ୍ଟ ହେଉ କି ପ୍ଲଟିଂ ସ୍କିମରୁ ପ୍ଲଟ ବିକ୍ରି କରିବାକୁ ଡେଭଲପରମାନଙ୍କ ପାଇଁ ପ୍ରଥମ ସର୍ତ୍ତ, ପ୍ରକଳ୍ପ ରେରାରେ ପଞ୍ଜୀକରଣ ହୋଇଥିବା ଦରକାର । ପଞ୍ଜୀକରଣ ପୂର୍ବରୁ ପ୍ରକଳ୍ପ ବାବଦରେ ବିଜ୍ଞାପନ ଦେବା, କ୍ରେତାଙ୍କଠାରୁ ଅଗ୍ରୀମ ନେବା ବେଆଇନ । ହେଲେ ଏହାକୁ ବିଲଡରମାନେ ମାନୁନାହାନ୍ତି । ରେରା ନଜରକୁ ଆସିଥିବା ଏପରି ୬୦ଟି ବେଆଇନ ପ୍ରକଳ୍ପ ଉପରେ ପ୍ରଶ୍ନ ଉଠିବା ପରେ ଜରିମାନା ଧାର୍ଯ୍ୟ ହୋଇଥିଲା । ୬ କୋଟି ୮୯ ଲକ୍ଷ ଜରିମାନା ରେରା କରିଥିଲେ ମଧ୍ୟ ଆଦାୟ ହୋଇଛି ମାତ୍ର ୨୩ ଲକ୍ଷ ଟଙ୍କା । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଠକ ବିଲଡରମାନେ ରେରା ଆଇନକୁ ଫାଙ୍କି କ୍ରେତାମାନଙ୍କୁ ଠକି ଚାଲିଛନ୍ତି ।

ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସହରରେ ପ୍ଲଟ କିଣିବା ପାଇଁ କ୍ରେତାଙ୍କ ଅହେତୁକ ଆଗ୍ରହ ରହିଛି । ଏହାର ସୁଯୋଗ ନେଇ କ୍ରେତାଙ୍କୁ ଲୋଭନୀୟ ଅଫର ଦେଇ ଠକି ଚାଲିଛନ୍ତି କିଛି ବିଲଡର । ପ୍ଲଟିଂ ସ୍କିମ ବେପାର ପାଇଁ ପ୍ରଥମ ସର୍ତ୍ତ ପ୍ରକଳ୍ପଟି ରିଅଲ ଇଷ୍ଟେଟ ରେଗୁଲେଟୋରୀ ଅଥରିଟି ପାଖରେ ପଞ୍ଜୀକୃତ ହେବା ଆବଶ୍ୟକ । ହେଲେ ଆମେ ଏପରି ୬୦ଟି ବେଆଇନ ପ୍ରକଳ୍ପ କଥା କହୁଛୁ, ଯାହା ରେରା ପାଖରେ ପଞ୍ଜୀକୃତ ହୋଇନାହିଁ । ବିଭିନ୍ନ ଆଡୁ ଅଭିଯୋଗ ଆସିବା ପରେ ରେରା କର୍ତ୍ତୃପକ୍ଷ ଏହାର ବିକ୍ରି ଉପରେ ରୋକ୍ ଲଗାଇଥିବା ବେଳେ ଏମାନଙ୍କ ଉପରେ ଜରିମାନା କରିଛନ୍ତି । ୬୦ ବିଲଡ଼ରଙ୍କ ଉପରେ ୬ କୋଟି ୮୯ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ ହୋଇଥିଲେ ବି ୨ ବର୍ଷ ଭିତରେ ଆଦାୟ ହୋଇଛି ମାତ୍ର ୨୩ ଲକ୍ଷ ଟଙ୍କା । କେବଳ ସେତିକି ନୁହେଁ, ଜରିମାନା ତ ଦେଉନାହାନ୍ତି ବରଂ କ୍ରେତାମାନଙ୍କୁ ଏହି ବେଆଇନ ପ୍ରକଳ୍ପର ମିଛ ପ୍ରଲୋଭନ ଦେଖାଇ ବିକି ଚାଲିଛନ୍ତି ।

ରେରା ଆଇନ ଅନୁସାରେ ପଞ୍ଜୀକୃତ ହୋଇ ନଥିବା ମାଳ ମାଳ ପ୍ରକଳ୍ପର ବିଜ୍ଞାପନ ଘୁରି ବୁଲୁଛି ସୋସିଆଲ ମିଡ଼ିଆରେ । ଲୋଭନୀୟ ବିଜ୍ଞାପନ ଦେଖି ରାଜଧାନୀ ଓ ଏହାର ଉପକଣ୍ଠରେ ପ୍ଲଟ ଖଣ୍ଡିଏ କିଣିବା ପାଇଁ ଗ୍ରାହକଙ୍କ ପ୍ରବଳ ଭିଡ଼ । ହେଲେ ଏହି ପ୍ରକଳ୍ପ ଆଇନ ସମ୍ମତ କି ନୁହେଁ, ତାହା ଜାଣିବା ପାଇଁ ଯେପରି କାହା ପାଖରେ ସମୟ ନାହିଁ । ଏହାର ଫାଇଦା ନେଉଛନ୍ତି ଠକ ବିଲଡ଼ର । ରେରା ୬୦ଟି ବେଆଇନ ପ୍ରକଳ୍ପ ଉପରେ ୬ କୋଟି ୮୯ ଲକ୍ଷ ଟଙ୍କା ଜରିମାନା କରିଥିବା ବେଳେ ଅର୍ଥ ଆଦାୟ କରିବାର ଦାୟିତ୍ବ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ । ସବୁ ଜାଣିଶୁଣି ଏପରି ବେଆଇନ ପ୍ରକଳ୍ପରୁ କ୍ରେତାଙ୍କୁ ରକ୍ଷା କରିବାର ଦାୟିତ୍ବ ସବ୍-ରେଜିଷ୍ଟ୍ରାରଙ୍କ ପାଖରେ ଥିଲେ ମଧ୍ୟ ସେମାନେ ଏହାକୁ ଆଖି ବୁଜି ଦେଇ କବଲା ପଞ୍ଜୀକୃତ କରୁଛନ୍ତି । କିଛି ନବୁଝି ଜାଗା କିଣିବା ଚକ୍କରରେ କ୍ରେତାମାନେ ଦଲିଲ କରିବା ପରେ ପସ୍ତଉଛନ୍ତି । ଗ୍ରାହକ ସୁରକ୍ଷା ଦାୟିତ୍ବରେ ଥିବା ରାଜସ୍ବ ଅଧିକାରୀ ବି ନିଜ ପକେଟ ଗରମ କରିବାକୁ ଯାଇ ଦଲିଲ ପଞ୍ଜୀକରଣ କରୁଛନ୍ତି ।

ଜରିମାନା ହୋଇଥିବା ୬୦ ଜଣ ବିଲଡ଼ରଙ୍କ ମଧ୍ୟରୁ ମାତ୍ର ୩ ଜଣ ଜରିମାନା ଅର୍ଥ ପଇଠ କରିଥିବା ବେଳେ ୫୭ ଜଣ ଏହାକୁ ଫାଙ୍କି ଚାଲିଛନ୍ତି । ସର୍ବାଧିକ ୫୦ ଲକ୍ଷ ଟଙ୍କା ଜରିମାନା ହୋଇଥିବା ବେଳେ ସର୍ବନିମ୍ନ ରାଶି ୫୦ ହଜାର ଟଙ୍କା । କେବଳ ଜରିମାନା ନିର୍ଦ୍ଦେଶ ଦେଇ ରେରା କର୍ତ୍ତୃପକ୍ଷ ଚୁପ୍ ବସିଥିବା ବେଳେ ଗ୍ରାହକମାନେ ଏବେ କମଦାମ ଓ ସୁବିଧାରେ ପ୍ଲଟ କିଣିବା ଚକ୍କରରେ ମହରଗରୁ ଯାଇ କାନ୍ତାରରେ ପଡ଼ିଛନ୍ତି ।