spot_img
Home Blog Page 130

ରତ୍ନ ଭଣ୍ଡାର ଗଣତି ମଣତି କୁ ନେଇ ଆଇନମନ୍ତ୍ରୀ ରାଜନୀତିଠାରୁ ଦୂରେଇ ରୁହନ୍ତୁ ବୋଲି ବିଜେଡିର ପରାମର୍ଶ

ରତ୍ନ ଭଣ୍ଡାର ଗଣତି ମଣତି କୁ ନେଇ ଆଇନମନ୍ତ୍ରୀ ରାଜନୀତିଠାରୁ ଦୂରେଇ ରୁହନ୍ତୁ ବୋଲି ବିଜେଡି ପରାମର୍ଶ ଦେଇଛି । କହିଛି, ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ରାଜ୍ୟ ବିଜେପି ସରକାର ରାଜନୀତି ନକରନ୍ତୁ । ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଗଣତି ମଣତି ନେଇ ପୂର୍ବ ସରକାର ସମୟରେ ସବୁ ବ୍ୟବସ୍ଥା ଶେଷ ହୋଇଥିଲା । ସେହି ସମୟରେ ଅଗଷ୍ଟ ୮ ତାରିଖ ୨୦୨୪ରେ ଗଣତି ମଣତି ପାଇଁ ବିଜେଡି ସରକାର ନିଷ୍ପତ୍ତି ନେଇ ସାରିଥିଲେ । ବର୍ତ୍ତମାନର ଡବଲ ଇଞ୍ଜିନ ସରକାର ମିଛ କଥା କହି ସରକାରକୁ ଆସିବା ପରେ ରତ୍ନଭଣ୍ଡାର ଗଣତିକୁ ନେଇ ବାହାବା ନେବାକୁ ଅପଚେଷ୍ଟା କରୁଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ସରକାରଙ୍କୁ ହାଇକୋର୍ଟ ଛାଟ ପରେ ତରବରିଆ ଭାବେ ଏବେ ଗଣତିମଣତି କରିବାକୁ ନିଷ୍ପତ୍ତି ନେବାକୁ ଯାଉଛନ୍ତି ସରକାର । ସେହିପରି ରତ୍ନ ଭଣ୍ଡାରକୁ ନେଇ ଆଇନ ମନ୍ତ୍ରୀ ରାଜନୀତି ଠାରୁ ଦୂରେଇ ରୁହନ୍ତୁ ବୋଲି କହିଛି ବିଜେଡି । ଚାରିଦ୍ୱାର ଖୋଲିବା ନିଷ୍ପତ୍ତି ନେଇ ସରକାର ଯେଉଁ ବାହାବା ନେବାକୁ ଚେଷ୍ଟା କରୁଥଲେ ସେଥିରେ ବିଫଳ ହୋଇଛନ୍ତି । ପ୍ରଭୁଙ୍କ ଦର୍ଶନ ପାଇଁ ବିଜେଡି ସରକାର ସମୟରେ ଯାହା ଥିଲା ପୁଣି ସେହି ବ୍ୟବସ୍ଥା ଏବେ ସରକାରଙ୍କୁ କରିବାକୁ ପଡ଼ିଲା ବୋଲି କହିଛି ବିଜେଡି । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥଙ୍କୁ ନେଇ କେବେ ରାଜନୀତି କରି ନାହାନ୍ତି । ଏବେ ରତ୍ନ ଭଣ୍ଡାରରେ ଥିବା ଅଳଙ୍କାରର ସ୍ଥିତି କଣ ଅଛି ତାକୁ ନେଇ ଦଳ ସନ୍ଦେହରେ ରହିଛି ବୋଲି ବିଜେଡି ଅଭିଯୋଗ କରିଛି।

ଦୁଇଦିନ ପରେ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା: ବିଜେଡିର ସାଂଘାତିକ ଅଭିଯୋଗ

ଆଉ ଦୁଇଦିନ ପରେ ଆରମ୍ଭ ହେବାକୁ ଯାଉଛି ଯୁକ୍ତ ଦୁଇ ପରୀକ୍ଷା । ଏଥିରେ ଯୁକ୍ତ ଦୁଇ କଳା ପରୀକ୍ଷା ମଧ୍ୟ ରହିଛି । କିନ୍ତୁ ଦୁଃଖ ପରିତାପର ବିଷୟ ଯେ ଯୁକ୍ତ ଦୁଇ କଳା ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ତେଲେଙ୍ଗାନାର ଏକ କଳା ତାଲିକା ଭୁକ୍ତ କମ୍ପାନୀକୁ ଦିଆଯାଇଛି ବୋଲି ବିଜେଡି ଅଭିଯୋଗ କରିଛି । ଯେଉଁ ତେଲେଙ୍ଗାନା କମ୍ପାନୀର କାରନାମା ନେଇ ତେଲେଙ୍ଗାନାରେ ୧୯ ଜଣ ପିଲା ଆତ୍ମହତ୍ୟା ଉଦ୍ୟମ କରିଥିଲେ ସେହି କମ୍ପାନୀକୁ ରାଜ୍ୟ ସରକାର ଖାତା ଦେଖିବାକୁ କେମିତି ଦେଲେ ବୋଲି ପ୍ରଶ୍ନ କରିଛି ବିଜେଡି ।

ଗ୍ଲୋବାନିଆ ଟେକନୋଲୋଜି ପ୍ରାଇଭେଟ ଲିମିଟେଡ ଏକ କଳା ତାଲିକାଭୁକ୍ତ କମ୍ପାନୀ । ଏହି କମ୍ପାନୀ ସହ ସହବନ୍ଧିତ ଆଉ ଏକ କମ୍ପାନୀର ନାଁ ପରିବର୍ତ୍ତନ କରି ଟେଣ୍ଡର କରି କୋମେଟ ଏଜୁକେଟ ପ୍ରାଇଭେଟ ଲିମିଟେଡକୁ ଖାତା ଦେଖା ଦାୟିତ୍ବ ଦିଆଯାଇଛି । ଏହି କମ୍ପାନୀ ନେବା ପଛରେ ମୁଖ୍ୟମନ୍ତ୍ରୀ ନିଜେ ହସ୍ତକ୍ଷେପ କରିଛନ୍ତି ନା ଗଣଶିକ୍ଷା ମନ୍ତ୍ରୀଙ୍କ ସ୍ୱାର୍ଥ ରହିଛି ବୋଲି ବିଜେଡି ପ୍ରଶ୍ନ କରିଛି । ଯେଉଁ ଟେଣ୍ଡର କରାଯାଇ ଉକ୍ତ କମ୍ପାନୀକୁ ଦାୟିତ୍ବ ଦିଆଯାଇଛି ସେହି କମ୍ପାନୀର କିଛି ଅନଲାଇନରେ ଟେଣ୍ଡର ପ୍ରକ୍ରିୟା ନାହିଁ । ଯେଉଁ ଟେଣ୍ଡର ପ୍ରକ୍ରିୟା ବ୍ୟବସ୍ଥା ରହିଛି ସେହି ଟେଣ୍ଡର ପଏଣ୍ଟ ସହ ତାଳମେଳ ନାହିଁ । ଉକ୍ତ କମ୍ପାନୀକୁ କେଉଁ ଆଧାରରେ କଳା ଖାତା ଦେଖିବାକୁ ଦିଆଯାଇଛି ବୋଲି ପ୍ରଶ୍ନ କରିଛି ବିଜେଡି । ଗୋଟିଏ କମ୍ପାନୀ ଭିନ୍ନ ଭିନ୍ନ ନାଁରେ ଟେଣ୍ଡରରେ ଭଗନେଇଥିବା ଅଭିଯୋଗ କରିଛି ବିଜେଡି । ତେବେ ଏହି କଳା ତାଲିକାଭୁକ୍ତ କମ୍ପାନୀକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛି ବିଜେଡି । କାରଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଏହି କମ୍ପାନୀ ପ୍ରତ୍ୟାହାର ନ କଲେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ଆଗକୁ ବାହାରିବା ସହ ଆନ୍ଦୋଳନକୁ ବ୍ୟାପକ କରିବାକୁ ସରକାରଙ୍କୁ ଚେତାବନୀ ଦେଇଛି ।

ଆସନ୍ତାକାଲି ଠାରୁ CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ: ସ୍ଥିର ହେଲା ଡେଡଲାଇନ

ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ସମୟରେ ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ CBSE ଡେଡଲାଇନ ସ୍ଥିର କଲା । ଏହି ପରୀକ୍ଷା ସକାଳ ୧୦ଟା ୩୦ରେ ଆରମ୍ଭ ହେବ । ହେଲେ ୧୦ଟା ସୁଦ୍ଧା ପରୀକ୍ଷା କେନ୍ଦ୍ର ନ ପହଁଚିଲେ, ଆଉ ଗେଟ ଖୋଲିବ ନାହିଁ । ତେଣୁ ପରୀକ୍ଷା ଦେବାରୁ ବଞ୍ଚିତ ହେବା ଆଶଂକାରେ ମାର୍ଗଦର୍ଶିକା ଜାରି କରିଛି CBSE । ପାଣିପାଗ, ଟ୍ରାଫିକ ଭିଡ଼ ସମେତ ଜାତୀୟ ଓ ଅନ୍ତର୍ଜାତୀୟ ସମିଟକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ସମୟର ଢେର ପୂର୍ବରୁ ଘରୁ ବାହାରିବାକୁ ସ୍କୁଲ ଅଧ୍ୟକ୍ଷମାନଙ୍କୁ ମାର୍ଗଦର୍ଶିକା ଜାରି କରିଛି CBSE. ଏ ନେଇ ସ୍କୁଲ ପକ୍ଷରୁ ଅଭିଭାବକମାନଙ୍କୁ ଅବଗତ କରାଯାଇଛି ।

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମ ପଣ୍ଡାଙ୍କୁ ଚିକିତ୍ସା ନକରାଇ ଜେଲ୍ ପଠାଗଲା

ପୀତବାସ ପଣ୍ଡା ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କୁ ପୋଲିସ ଚିକିତ୍ସା ନକରାଇ ପୁଣି ଜେଲକୁ ନେଇଯାଇଛି । ବିକ୍ରମ ପଣ୍ଡା ଅର୍ଶ, ଗଲ ବ୍ଲାଡର ଷ୍ଟୋନ, ପାଦ ଓ ଦାନ୍ତରେ ଯନ୍ତ୍ରଣା ଯୋଗୁଁ ୫ ଦିନ ତଳେ ବ୍ରହ୍ମପୁର MKCG ମେଡିକାଲରେ ଭର୍ତ୍ତି ହୋଇଥିଲେ । ଅର୍ଶ ପାଇଁ ତାଙ୍କୁ ମେଡିସିନ ଦିଆଯାଇଥିବାବେଳେ ଦିନେ ଦୁଇ ଦିନ ଭିତରେ ଗଲ ବ୍ଲାଡର ଷ୍ଟୋନ ଅପରେସନ ହେବ ବୋଲି କୁହାଯାଇଥିଲା । ତେବେ ଆଜି ଅଚାନକ ପୋଲିସ ତାଙ୍କୁ ମିଛି କହି MKCGରୁ ଡିସଚାର୍ଜ କରି ଜେଲକୁ ନେଇଯାଇଥିବା ଅଭିଯୋଗ ହୋଇଛି । ବିକ୍ରମଙ୍କ ଓକିଲ ଏଭଳି ଅଭିଯୋଗ ଆଣିଚନ୍ତି ଯେ, ଡାକ୍ତରଙ୍କ ସହ ତଳ ମହଲାରେ କଥାବାର୍ତ୍ତା କରିବାକୁ କହି ତାଙ୍କୁ ଗାଡ଼ିରେ ବସାଇ ଜେଲକୁ ନେଇଯାଇଥିଲା ପୋଲିସ । ତାଙ୍କୁ ପୋଲିସ ନେଇଯାଉଥିବାବେଳେ ପରିବାର ଲୋକେ ଆପତ୍ତି ଉଠାଇଥିଲେ । ବିକ୍ରମଙ୍କ ଓକିଲ ମଧ୍ଯ ଏହାର ପ୍ରତିବାଦ କରିଥିଲେ । ପୋଲିସ କହିଥିଲା ଯେ, ବିକ୍ରମ କାଳେ ଅପରେସନ ପାଇଁ ସହମତି ଦେଉନାହାଁନ୍ତି । କିନ୍ତୁ ସ୍କ୍ରିନରେ ଦେଖାଯାଉଥିବା ଭିଡିଓରେ ବିକ୍ରମ ସ୍ପଷ୍ଟଭାବେ କହୁଛନ୍ତି ଯେ, ସେ ଅପରେସନ ପାଇଁ ସହମତି ଦେଇଥିଲେ । ପୋଲିସ ଏଭଳି କାର୍ଯ୍ୟ ରାଜନୈତିକ ଅଭିସନ୍ଧି ବୋଲି ଅଭିଯୋଗ କରିଛନ୍ତି ବିକ୍ରମଙ୍କ ଓକିଲ ।

ଶୋଇଥିବା ବେଳେ ହୋଟେଲ ମାଲିକଙ୍କୁ ହତ୍ୟା

ସୋର : ବାଲେଶ୍ଵର ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥସ୍ଥିତ ହୋଟେଲ ଜୟ ମା ଦୁର୍ଗା ହୋଟେଲ ମାଲିକଙ୍କୁ ହତ୍ୟା। ହୋଟେଲ ମାଲିକ ଗଜେନ୍ଦ୍ର ପଣ୍ଡା ହୋଟେଲରେ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ଘଟଣାସ୍ଥଳରୁ ସ୍କୁଟି ନେଇ ପଳାଇଥିବା ଜଣାପଡିଛି। ଆଜି ସକାଳେ ହୋଟେଲର ମାଲିକ ଶୋଇଥିବା ଦେଖି ରୋଷେୟା ରମେଶ ଡାକିଥିଲେ। ହେଲେ ମାଲିକ ଗଜେନ୍ଦ୍ର ନ ଉଠିବାରୁ ସ୍ଥାନୀୟ ଲୋକ ଏବଂ ସିମୁଳିଆ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ସିମୁଳିଆ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ମାଲିକଙ୍କ ମୁହଁ ଓ ମୁଣ୍ଡରେ ଗଭୀର କ୍ଷତ ଥିବା ଦେଖିବାକୁ ମିଳିଛି l

ଶେଷ ହେଲା ସର୍ବଦଳୀୟ ବୈଠକ

ଭୁବନେଶ୍ବର : ଆସନ୍ତାକାଲିଠୁ ଆରମ୍ଭ ହେବ ବଜେଟ ଅଧିବେସନ । ଏହା ପୂର୍ବରୁ ଆଜି ଶେଷ ହୋଇଛି ସର୍ବଦଳୀୟ ବୈଠକ । ଗୃହ ପରିଚାଳନା ପାଇଁ ସବୁ ଦଳର ସହଯୋଗ ଲୋଡିଛନ୍ତି ବାଚସ୍ପତି । ପ୍ରଥମ ଦିନରେ ରାଜ୍ୟପାଳଙ୍କ ଅଭିଭାଷଣ ରହିବ । ଏହାସହ ୨୦ ତାରିଖରେ ବଜେଟ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ବୈଠକ ପରେ ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି, ଆମେ ମୁଖ୍ୟତଃ ଚାଷୀ ପ୍ରସଙ୍ଗ ଉଠାଇବୁ । କଟନୀ ଛଟନୀ ବନ୍ଦ ହେଉ ନାହିଁ । ଏହାକୁ ଆମେ ବିଧାନସଭାରେ ପ୍ରଥମେ ଉଠାଇବୁ । ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି, ବାଚସ୍ପତି ବିରୋଧୀଙ୍କୁ ସମୟ ଦେବା ପାଇଁ ଆମେ ଅନୁରୋଧ କରିଛୁ । କୋଟିଆ, ଚାଷୀ, ନାରୀ ସୁରକ୍ଷା କଥା ଆମେ ଉଠାଇବୁ । ଏସଏସଟି, ଓବିସି କଥା ମଧ୍ୟ ଉଠାଇବୁ ।

କାଲିଠୁ ସିବିଏସଇ ମାଟ୍ରିକ ଓ ଦ୍ବାଦଶ ପରୀକ୍ଷା

ଭୁବନେଶ୍ବର : ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ସମୟରେ ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ CBSE ଡେଡଲାଇନ ସ୍ଥିର କଲା । ଏହି ପରୀକ୍ଷା ସକାଳ ୧୦ଟା ୩୦ରେ ଆରମ୍ଭ ହେବ । ହେଲେ ୧୦ଟା ସୁଦ୍ଧା ପରୀକ୍ଷା କେନ୍ଦ୍ର ନ ପହଁଚିଲେ, ଆଉ ଗେଟ ଖୋଲିବ ନାହିଁ । ତେଣୁ ପରୀକ୍ଷା ଦେବାରୁ ବଞ୍ଚିତ ହେବା ଆଶଂକାରେ ମାର୍ଗଦର୍ଶିକା ଜାରି କରିଛି CBSE । ପାଣିପାଗ, ଟ୍ରାଫିକ ଭିଡ଼ ସମେତ ଜାତୀୟ ଓ ଅନ୍ତର୍ଜାତୀୟ ସମିଟକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ସମୟର ଢେର ପୂର୍ବରୁ ଘରୁ ବାହାରିବାକୁ ସ୍କୁଲ ଅଧ୍ୟକ୍ଷମାନଙ୍କୁ ମାର୍ଗଦର୍ଶିକା ଜାରି କରିଛି CBSE. ଏ ନେଇ ସ୍କୁଲ ପକ୍ଷରୁ ଅଭିଭାବକମାନଙ୍କୁ ଅବଗତ କରାଯାଇଛି

କାଲିଠୁ ବିଧାନସଭାର ବଜେଟ ଅଧିବେଶନ, କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…

ଭୁବନେଶ୍ବର : ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ବଜେଟ ଅଧିବେଶନ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୋଲିସ କମିଶନର୍ ଏସ୍ ଦେବଦତ୍ତ ସିଂ ଏ ନେଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଅଧିବେଶନ ସମୟରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ। ଏଥିପାଇଁ ୩୪ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଷ୍ଟ୍ରାଇକିଂ ଫୋର୍ସ, ଏସ୍‌ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍ପାଇ‌ଡ୍ ଓ ଅଗ୍ନିଶମ ବିଭାଗ ମଧ୍ୟ ଦାୟିତ୍ଵରେ ରହିବେ । ଡିସିପି ସୁରକ୍ଷା ତଦାରଖ ଦାୟିତ୍ବରେ ଥିବା ବେଳେ ତାଙ୍କ ଅଧୀନରେ ୮ ଜଣ ଅତିରିକ୍ତ ଡିସିପି, ୨୪ ଜଣ ଏସିପି, ୨୭ ଜଣ ଇନ୍ସପେକ୍ଟର, ୧୧୦ ଜଣ ଏସଆଇ ଓ ଏଏସଆଇ ଦାୟିତ୍ୱରେ ରହିବେ । ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ବିଭିନ୍ନ ସ୍ଥାନରେ ସିଟିଟିଭି ଖଞ୍ଜା ଯାଇଛି । ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ଖୋଲାଯାଇଛି । କଣ୍ଟ୍ରୋଲ୍‌ରୁମ୍‌ରେ ପ୍ରତିଟି ଦିଗ ଉପରେ ନଜର ରଖାଯାଇ ସ୍ଥିତି ନିୟନ୍ତ୍ରଣ କରାଯିବ । ଅଧିବେଶନ ଆରମ୍ଭ ପୂର୍ବରୁ ଏବେଠାରୁ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣି କରାଯିବା ସହ ବ୍ୟାରିକେଡିଂ କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିବ ବିଧାନସଭା । ଲୋୟର ପିଏମଜି ରେ ୧୪୪ ଧାରା ଜାରି କରାଯିବ । ସିସିଟିଭି ସରଭେଲାନସ ଦ୍ବାରା ବିଧାନସଭା ଓ ତାକୁ ଲାଗି ରହିଥିବା ସଂଲଗ୍ନ ସ୍ଥାନଗୁଡିକୁ ରଖାଯିବ । ଏହା ସହିତ ସମ୍ପୁର୍ଣ୍ଣ ପୋଲିସ୍ ପ୍ରଶାସନର କଡ଼ା ନଜରରେ ରହିବ ବିଧାନସଭା।

ବିଶିଷ୍ଟ ଭୃଗୁ ଜ୍ଯୋତିଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟଙ୍କ ପରଲୋକ

ଭୁବନେଶ୍ବର : ବିଶିଷ୍ଟ ଭୃଗୁ ଜ୍ଯୋତିଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟଙ୍କ ପରଲୋକ ହୋଇଛି । ମାତ୍ର ୫୧ ବର୍ଷ ବୟସରେ ଆଜି ସକାଳେ ହୃଦଘାତ ଯୋଗୁଁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ପତ୍ନୀ ଓ ଦୁଇ ପୁଅ ଉପସ୍ଥିତ ଥିଲେ । ଭୁବନେଶ୍ବରରେ ଭୃଗୁ ଜ୍ଯୋତିଷର ପ୍ରଚାର ପ୍ରସାର କ୍ଷେତ୍ରରେ ସେ ବିଶେଷ ଭୂମିକା ଗ୍ରହଣ କରିଥିଲେ । ଗତ ୧୮ ବର୍ଷ ଧରି ଭୁବନେଶ୍ବରରେ ଏସୀୟ ଜ୍ଯୋତିଷ ସମ୍ମିଳନୀ ଆୟୋଜନ କରିଆସୁଥିଲେ । ଭୃଗୁ କଲେଜ ଅଫ ଆଷ୍ଟ୍ରୋଲଜି ମଧ୍ୟ ପ୍ରତିଷ୍ଠା କରିଥିଲେ । ବିଭିନ୍ନ ଟିଭି ଓ ଖବରକାଗଜରେ ବାର୍ଷିକ ରାଶିଫଳ, ଗ୍ରହଚଳନ ଏବଂ ଅନ୍ୟାନ୍ୟ ପୌରାଣିକ ପ୍ରସଙ୍ଗରେ ସେ ଆଲୋଚନା କରି ସେ ବେଶ ଆଦୃତି ଲାଭ କରିଥିଲେ । ସ୍ବର୍ଗତ ଆଚାର୍ଯ୍ୟଙ୍କ ଘର କଟକ ଜିଲ୍ଲାର ବଡ଼ମ୍ବା ନରସିଂହପୁର ଅଞ୍ଚଳରେ ।

ରାସାୟନିକ କାରଖାନାରେ ଭୟଙ୍କର ବିସ୍ଫୋରଣ; ୮ ଜଣ ଜୀବନ୍ତ ଦଗ୍ଧ….

ନନ୍ଦିଘୋଷ ବ୍ୟୁରୋ : ରାଜସ୍ଥାନର ଭିୱାଡିରେ ଏକ ରାସାୟନିକ କାରଖାନାରେ ଭୟଙ୍କର ବିସ୍ଫୋରଣ  । ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ଅଗ୍ନିକାଣ୍ଡରେ ଆଠ ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ଅଗ୍ନିଶମ କର୍ମଚାରୀମାନେ ସମୟ ମଧ୍ୟରେ ସେମାନଙ୍କୁ ଉଦ୍ଧାର କରିବାରେ ବିଫଳ ହୋଇଥିଲେ ଏବଂ ଆଠ ଜଣ ଲୋକ ନିଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ରାସାୟନିକ ପଦାର୍ଥ ଥିବାରୁ ନିଆଁ ଦ୍ରୁତ ଗତିରେ ବ୍ୟାପିଥିଲା। ସୋମବାର ସକାଳେ, ଖୁଶଖେଡା ଶିଳ୍ପାଞ୍ଚଳରେ ଥିବା ଏକ କାରଖାନାରେ ଜୋରଦାର ବିସ୍ଫୋରଣ ହୋଇଥିଲା। କିଛି ମୁହୂର୍ତ୍ତ ମଧ୍ୟରେ କାରଖାନାଟି ନିଆଁରେ ପୋଡ଼ି ଯାଇଥିଲା। ଦୁର୍ଘଟଣାଟି ସକାଳ ପ୍ରାୟ ୯.୩୦ ସମୟରେ ଘଟିଥିବା ଜଣାପଡ଼ିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଅଗ୍ନିକାଣ୍ଡ ସମୟରେ ତିନିରୁ ଚାରୋଟି ଜୋରରେ ବିସ୍ଫୋରଣ ହୋଇଥିଲା, ଯାହା ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ବିସ୍ଫୋରଣର ଶବ୍ଦ ବହୁତ ଦୂରରୁ ଶୁଣାଯାଇଥିଲା।

ଖୁଶଖେଡା ଶିଳ୍ପ ଅଞ୍ଚଳର ଜି-୧, ୧୧୮ଅଞ୍ଚଳଟି କିଛି ମାସ ଧରି ବନ୍ଦ ଥିଲା। ସେଠାରେ ଅଗ୍ନିକାଣ୍ଡ ଘଟିଥିଲା। କାରଖାନାରେ ପ୍ରଚୁର ପରିମାଣର କାର୍ଡବୋର୍ଡ ଗଚ୍ଛିତ ଥିଲା। ଏହି ସ୍ଥାନରେ ତିନିରୁ ଚାରୋଟି ଜୋରଦାର ବିସ୍ଫୋରଣ ହୋଇଥିଲା, ଯାହା ନିଆଁକୁ ବ୍ୟାପିଥିଲା। ସନ୍ଦେହ କରାଯାଉଛି ଯେ ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା, ଯାହା ବିସ୍ଫୋରଣରେ ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କୁ ଗ୍ରାସ କରିଥିଲା।

ସୋମବାର ସକାଳେ କାରଖାନାରେ ଏକ ବିସ୍ଫୋରଣ ହୋଇଥିଲା, ତା’ପରେ ଚିତ୍କାର ଏବଂ କ୍ରନ୍ଦନ ଶୁଭିଥିଲା। ଲୋକମାନେ ଭୟଭୀତ ହୋଇ ଦୌଡ଼ି ପଳାଇଥିଲେ, ଚାରିପାଖରୁ ଚିତ୍କାର ଶୁଭିଥିଲା। ହଠାତ୍, ସମଗ୍ର ଅଞ୍ଚଳ ଜଳନ୍ତା ନିଆଁରେ ପୋଡ଼ି ଯାଇଥିଲା। ରିପୋର୍ଟ ଅନୁସାରେ, ଘଟଣାସ୍ଥଳରେ ପ୍ରାୟ୨୫ ଜଣ ଶ୍ରମିକ ଉପସ୍ଥିତ ଥିଲେ।

ବିସ୍ଫୋରଣ ପରେ କିଛି ଲୋକ ବାହାରକୁ ବାହାରି ଆସିବାରେ ସଫଳ ହୋଇଥିଲେ, ଯେତେବେଳେ ୮ ଜଣ ଲୋକ ଭିତରେ ଫସି ଯାଇଥିଲେ ଏବଂ ନିଆଁରେ ଫସି ଯାଇଥିଲେ। ନିଆଁ ଏତେ ଭୟଙ୍କର ଥିଲା ଯେ ଅନେକ ଅଗ୍ନିଶମ ବାହିନୀ ଗାଡ଼ି ଦେଢ଼ ଘଣ୍ଟା ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲା।

ରିପୋର୍ଟ ଅନୁଯାୟୀ, ରାସାୟନିକ କାରଖାନାରେ ରାସାୟନିକ ପଦାର୍ଥ ସହିତ ବାଣ ମଧ୍ୟ ପ୍ରସ୍ତୁତ ହେଉଥିଲା। ପୋଲିସ ଅଧିକାରୀମାନେ କହିଛନ୍ତି ଯେ ପାଟ୍ରୋଲିଂ ଡ୍ୟୁଟି ସମୟରେ ପୋଲିସ ଏହି ଘଟଣା ଜାଣିପାରିଥିଲା। ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।