spot_img
Home Blog Page 1302

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ପୁଣି ନବଜାତକ ଗାଏବ

ନୟାଗଡ଼: ରଣପୁର ବ୍ଲକ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ନବଜାତ ଶିଶୁ ଗାଏବ। ନବଜାତ ଶିଶୁ ପୁତ୍ରକୁ ଚୋରି କରାଯାଇଥିବା ନେଇ ଅଭିଯୋଗ ହେବା ପରେ ମେଡିକାଲରେ ତନାଘନା ଆରମ୍ଭ ହୋଇଛି। ଜନ୍ମ ହେବାର କିଛି ସମୟ ପରେ ନବଜାତ ଶିଶୁକୁ କିଏ କେଉଁଆଡ଼େ ନେଲା ତାକୁ ନେଇ ଖୋଳତାଡ଼ ଚାଲିଛି।

ବୋଲଗଡ଼ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ ସୁଚିସ୍ମିତା ପରିଡ଼ା ପ୍ରସବଜନିତ ଯନ୍ତ୍ରଣା ଭୋଗିବାରୁ ଗତକାଲି ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ l ଆଜି ନବଜାତ ଶିଶୁ ଜନ୍ମ ହୋଇଥିଲା l ହେଲେ କିଛି ସମୟ ପରେ ନବଜାତ ଶିଶୁ ଗାଏବ ହୋଇଥିବା ନେଇ ମେଡିକାଲରେ ତନାଘନା ଚାଲିଛି l

ଶିଶୁ ପୁତ୍ରକୁ କିଏ ଚୋରି କରି ନେଇଯାଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି l ମେଡିକାଲ କର୍ତ୍ତୃପକ୍ଷ CCTV ଯାଞ୍ଚ କରି କରିବା ସହ ତଦନ୍ତ ଜାରି ରଖିଛନ୍ତି l

ଏଟିଏମରୁ ଉଠାଇ ପାରିବେ PF ଟଙ୍କା, ସରକାର ଆଣୁଛନ୍ତି ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଇପିଏଫଓ ୩.୦ ରେ ସରକାର EPFO ​​ସଦସ୍ୟଙ୍କ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏହି ଯୋଜନା ଅଧୀନରେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ କର୍ମଚାରୀଙ୍କ ପେନ୍ସନ ଅବଦାନ ଏବଂ ଡେବିଟ୍ କାର୍ଡ ପରି ଏକ ଏଟିଏମ୍ କାର୍ଡ ପ୍ରଦାନ କରିବାକୁ ଚିନ୍ତା କରାଯାଉଛି। ଏହି କାର୍ଡ ସହିତ EPFO ​​ସଦସ୍ୟମାନେ ଭବିଷ୍ୟତରେ ଏଟିଏମରୁ ସିଧାସଳଖ PF ଟଙ୍କା ଉଠାଇ ପାରିବେ |

ଏହି ଯୋଜନା ୨୦୨୫ ମେ ଏ ଜୁନ୍‌ ସୁଦ୍ଧା କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଇପିଏଫ୍ ସଦସ୍ୟମାନଙ୍କୁ ୭ ରୁ ୧୦ ଦିନ ଅପେକ୍ଷା କରିବାକୁ ପଡିବ । ଯେଉଁ ଟଙ୍କା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଇପିଏଫ ଆକାଉଣ୍ଟ ସହିତ ସଂଯୁକ୍ତ ହେବ। ସମସ୍ତ ଟଙ୍କା ଉଠାଣ ଔପଚାରିକତା ପୂରଣ କରିବା ପରେ EPFO ​​ରେ ଆବଶ୍ୟକ ଡକ୍ୟୁମେଣ୍ଟ୍ ଦାଖଲ କରିବାକୁ ହୋଇଥାଏ  ।

ରିପୋର୍ଟ ଅନୁଯାୟୀ, କର୍ମଚାରୀଙ୍କ PF ଅବଦାନ ଉପରେ ୧୨ ପ୍ରତିଶତ ସୀମା ହଟାଇବାକୁ ସରକାର ବିଚାର କରୁଛନ୍ତି। ଏହି ପରିବର୍ତ୍ତନଗୁଡିକ କର୍ମଚାରୀମାନଙ୍କୁ ସେମାନଙ୍କର ସଞ୍ଚୟ ଉପରେ ଆଧାର କରି ଅଧିକ ଯୋଗଦାନ କରିବାର ବିକଳ୍ପ ଦେଇପାରେ  । ତଥାପି, ନିଯୁକ୍ତିଦାତାଙ୍କ ଅବଦାନ ସ୍ଥିର ହେବ । କର୍ମଚାରୀଙ୍କ ବେତନର ଶତକଡ଼ା ହିସାବ କରାଯିବ  । ବର୍ତ୍ତମାନ ସମୟରେ ଉଭୟ କର୍ମଚାରୀ ଏବଂ ନିଯୁକ୍ତିଦାତା ପ୍ରୋଭିଡେଣ୍ଟ୍ ପାଣ୍ଠିରେ ୧୨ ପ୍ରତିଶତ ଯୋଗଦାନ ଦେଉଛନ୍ତି  । ନିଯୁକ୍ତିଦାତାର ଅବଦାନ ମଧ୍ୟରୁ ୮.୩୩ ପ୍ରତିଶତ ଇପିଏସ୍ -95 ଅଧୀନରେ ପେନ୍ସନ୍ ରିହାତି ଏବଂ ୩.୬୭ ପ୍ରତିଶତ ଇପିଏଫରେ ଯାଇଥାଏ  ।

ରିପୋର୍ଟ ଅନୁଯାୟୀ, କର୍ମଚାରୀଙ୍କ PF ଅବଦାନର ସୀମା ହଟାଯାଇପାରେ, କିନ୍ତୁ ନିଯୁକ୍ତିଦାତାଙ୍କ ଅବଦାନ ୧୨ ପ୍ରତିଶତରେ ସ୍ଥିର ରହିବ। ଏହି ପରିବର୍ତ୍ତନ ପେନସନ୍‌ ରାଶି ଉପରେ ପ୍ରଭାବ ପକାଇବ ନାହିଁ, କାରଣ ପେନସନ୍‌ ଅବଦାନ ମଧ୍ୟ ୮.୩୩ ପ୍ରତିଶତରେ ସ୍ଥିର ରହିବ  । ଯେତେବେଳେ ସରକାର  PF କାଟିବା ପାଇଁ ବେତନ ସୀମା ବୃଦ୍ଧି କରିବେ ସେତେବେଳେ ପେନ୍‌ସନ୍‌ ପରିମାଣ ବୃଦ୍ଧି ପାଇବ ।

ଏହା ବର୍ତ୍ତମାନ ୧୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଅନୁମାନ କରାଯାଉଛି ଯେ କେନ୍ଦ୍ର ଏହି ସୀମାକୁ ୨୧ ହଜାର ଟଙ୍କାକୁ ବୃଦ୍ଧି କରିପାରେ। କର୍ମଚାରୀଙ୍କ ଅଧିକ ଯୋଗଦାନ ସେମାନଙ୍କୁ ୫୮ ବର୍ଷ ପୂରଣ କରିବା ପରେ ଏକ ବୃହତ ଅବସର ପାଣ୍ଠି ଗଠନ କରିବାରେ ସାହାଯ୍ୟ କରିବ  ।

 

 

ବଲିଉଡ ଅଭିନେତା ଶରଦ କପୁର ବିରୁଦ୍ଧରେ ଯୁବତୀ ଆଣିଲେ ଦୁଷ୍କର୍ମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ‘ତମନ୍ନା’, ‘ଦସ୍ତକ’, ‘ତ୍ରିଶକ୍ତି’, ‘ଜୋଶ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ବଲିଉଡ ଅଭିନେତା ଶରଦ କପୁର ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ। ଅଭିନେତା କାମ ବାହାନାରେ ଯୁବତୀଙ୍କୁ ଡାକି ତାଙ୍କ ସହିତ ଅଶ୍ଳୀଳ ବ୍ୟବହାର କରିଥିବା ନେଇ ଯୁବତୀଙ୍କ ଅଭିଯୋଗ ।  ଯୁବତୀଙ୍କୁ କାମ ଦେବେ କହି ଘରକୁ ଡାକିଥିଲେ ଏବଂ ପରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ଯୁବତୀ ଅଭିଯୋଗ କରିଛନ୍ତି । ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ ଫେସବୁକ ଜରିଆରେ ଶରଦ କପୁରଙ୍କ ସହ ସେ ଯୋଗାଯୋଗ କରିଥିଲେ। ଏହା ପରେ ଦୁହିଁଙ୍କର ଭିଡିଓ କଲ ମାଧ୍ୟମରେ ସାକ୍ଷାତ ହୋଇଥିଲା। ଶରଦ ତାଙ୍କୁ କହିଥିଲେ ଯେ ସେ ତାଙ୍କ ସହ ସାକ୍ଷାତ କରିବାକୁ ଚାହୁଁଛନ୍ତି। ଏହା ପରେ ସେ ଫୋନ୍ ମାଧ୍ୟମରେ ତାଙ୍କ ଠିକଣା ଦେଇ ଅଫିସକୁ ଆସିବାକୁ କହିଥିଲେ। କିନ୍ତୁ ସେଠାକୁ ଯିବାପରେ ତାହା ତାଙ୍କ କାର୍ଯ୍ୟାଳୟ ନୁହେଁ ବରଂ ତାଙ୍କ ଘର ବୋଲି ଜଣାପଡିଥିଲା।

ବେଡରୁମକୁ ଡାକିଲେ :

ଯୁବତୀ ଜଣକ କହିଛନ୍ତି ଯେତେବେଳେ ଖାର ବିଲ୍ଡିଂର ତୃତୀୟ ମହଲାରେ ଶରଦଙ୍କ ଘରେ ସେ ପହଞ୍ଚିଥିଲେ, ସେତେବେଳେ ଶରଦ ରୋଷେଇ ଘରୁ ବେଡରୁମକୁ ଯାଇଥିଲେ। କିଛି ସମୟ ପରେ ଶରଦ ତାଙ୍କୁ ବେଡରୁମକୁ ଡାକିଥିଲେ।

ବଳାତ୍କାର କରିବାକୁ ଉଦ୍ୟମ :

ଯେତେବେଳେ ସେ ବେଡରୁମକୁ ଗଲେ ସେ ଦେଖିଲେ ଶରଦ ସେଠାରେ ବିନା ପୋଷାକରେ ବସିଛନ୍ତି ଏବଂ ଏପରି ପରିସ୍ଥିତିରେ ଯୁବତୀ ଜଣକ ତାଙ୍କୁ ପୋଷାକ ପିନ୍ଧିବାକୁ ଅନୁରୋଧ କରିଥିଲେ କିନ୍ତୁ ଶରଦ ତାହା ନକରି ଯୁବତୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ।  ପରେ ଯୁବତୀ ଏହାକୁ ବିରୋଧ କରି ଶରତଙ୍କୁ ଧକ୍କା ଦେଇ ସେ ସ୍ଥାନରୁ ପଳାଇଥିଲେ ।

ଅଭିନେତାଙ୍କ ବିରୁଦ୍ଧରେ ମାମଲା ରୁଜୁ:

ଯୁବତୀ ଜଣକ ଅଭିନେତ୍ରୀ ସହିତ ପ୍ରଯୋଜକ ହୋଇଥିବା ବେଳେ ସେ ତତକାଳୀନ ଅଭିନେତାଙ୍କ ବିରୁଦ୍ଧରେ ଏଫଆଇଆର ଦାଖଲ କରିଛନ୍ତି । ଶରଦ କପୁରଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟିକ ସଂହିତା ଧାରା ୭୪ (ମହିଳାଙ୍କ ଉପରେ ବଳ ପ୍ରୟୋଗ), ଧାରା ୭୫ (ଶାରୀରିକ ତଥା ମାନସିକ ଭାବେ ମହିଳାଙ୍କୁ ନିର୍ଯ୍ୟାତନା ଦେବା) ଏବଂ ଧାରା ୭୯ (ମହିଳାଙ୍କୁ ଅପମାନିତ କରିବା) ଅନୁଯାୟୀ ମାମଲା ରୁଜୁ କରିଛନ୍ତି ।

 

ବିଦ୍ୟୁତ ବିଭାଗ କର୍ମଚାରୀଙ୍କ ମୁହଁହାତ ବାନ୍ଧି ଲୁଟିନେଲେ ୪ ଲକ୍ଷ ଟଙ୍କାର ସାମଗ୍ରୀ

ପାଟକୁରା: ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ଲୁଟେରା। ପାଟକୁରା ଗରଦପୁର ବ୍ଲକ ବେଡାରୀ ନୂଆପଡା TPCODLରେ ବଡ଼ଧରଣର ଡକାୟତି। ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରି ଇଲେକ୍ଟ୍ରି ଅଫିସରୁ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ। ଡ୍ୟୁଟିରେ ଥିବା ୩ ଜଣ କର୍ମଚାରୀଙ୍କ ମୁହଁ ଓ ହାତ ବାନ୍ଧି ପ୍ରାୟ ୪ ଲକ୍ଷ ଟଙ୍କାର ବିଦ୍ୟୁତ୍ ସାମଗ୍ରୀ ଲୁଟି ନେଇଛନ୍ତି।

୧୦ରୁ ୧୨ ମୁଖାପିନ୍ଧା ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ଅଫିସ କାଚ ଭାଙ୍ଗି ଭିତରକୁ ପଶିଥିଲେ। ରାତି ଡ୍ୟୁଟିରେ ଥିବା ତିନି ଜଣ କର୍ମଚାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ମୁହଁରେ ଗାମୁଛା ବାନ୍ଧି ଦେଇଥିଲେ। ସେମାନଙ୍କ ମୋବାଇଲ ଛଡ଼ାଇ ନେବା ସହ ବେକରେ ଭୁଜାଲି ଲଗାଇ ଲୁଟପାଟ କରିଥିଲେ।

ପ୍ରାୟ ୪ ଲକ୍ଷ ଟଙ୍କାର ବିଦ୍ୟୁତ ସାମଗ୍ରୀ ଲୁଟିନେଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ମଧ୍ୟ 8 ଲକ୍ଷ ଟଙ୍କାର ବିଦ୍ୟୁତ୍ ତାର ଲୁଟି ନେଇଥିଲେ ଦୁର୍ବୃତ୍ତ । ବାରମ୍ବାର ବେଡ଼ାରି ନୂଆପଡ଼ା ବିଦ୍ୟୁତ୍ ସେକ୍ସନ ଅଫିସରୁ ଚୋରି ହେବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାମଲାକୁ ପାଟକୁରା ପୋଲିସ ଗୁରୁତ୍ବ ସହ ନେଇ ତଦନ୍ତ ଆରମ୍ଭ କରିଛି।

ଆଜି ଠାରୁ ତିନି ଦିନ ଶ୍ରୀମନ୍ଦିରରେ ଦେବଦୀପାବଳି

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପୀ ମହାପ୍ରଭୁଙ୍କ ଦେବ ଦୀପାବଳି ନୀତି ଅନୁଷ୍ଠିତ ହେବ । ଏହି ତିନିଦିନ ମହାପ୍ରଭୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବା ସହ ଶ୍ରାଦ୍ଧ ପ୍ରଦାନ କରାଯିବ  । ସାଧାରଣ ହିନ୍ଦୁମାନେ ଯେପରି କାର୍ତ୍ତିକ ଅମାବାସ୍ୟା ତିଥି, ଦୀପାବଳି ଦିନ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରି ଦୀପଦାନ କରିଥାନ୍ତି।

ଠିକ ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ତିଥିରେ ତିନିଦିନ ଧରି ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି । ଏହି ତିନି ଦିନ ଶ୍ରୀଜଗନ୍ନାଥ ଶ୍ରାଦ୍ଧବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଶ୍ରାଦ୍ଧବେଶରେ ଭୂଷିତ ହୋଇ ବାମନ ରୂପରେ ସତ୍ୟଯୁଗର ଅଦିତି ଓ କଶ୍ୟପ, ଶ୍ରୀରାମ ରୂପରେ ତ୍ରେତୟା ଯୁଗର କୌଶଲ୍ୟା ଓ ଦଶରଥ ଓ ଦ୍ୱାପର ଯୁଗର ଶ୍ରୀକୃଷ୍ଣ ରୂପରେ ଦେବକୀ ଓ ବସୁଦେବ ତଥା ଗୁଣ୍ଡିଚା ଓ ଇନ୍ଦ୍ରଦ୍ୟୁମ୍ନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି ।

ଅଟୋ ଉପରେ ମାଡିଗଲା ପରେ ପଥଚାରୀଙ୍କୁ ପିଟିଲା ଟ୍ରକ, ୪ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳରେ ସିରିଜ୍ ଦୁର୍ଘଟଣା। କମ୍ରାଗତ ଦୁଇଟି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୩ ଗୁରୁତର ଅଛନ୍ତି। ସୂଚନା ଅନୁସାରେ, ଆଜି ସକାଳୁ ଏକ ଟ୍ରକ ତିରିଂ ଥାନା ବାଗଡେଗା ନିକଟରେ ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଅଟୋର ଡ୍ରାଇଭର ସମେତ ଅଟୋରେ ବସିଥିବା ସ୍ୱାମୀ ସ୍ତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ଜଣେ ଆହତଙ୍କୁ ତିରିଂ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସେହି ଟ୍ରକଟି ଦ୍ରୁତ ଗତିରେ ଆସି ବଡଡାଳିମା ନିକଟରେ ପ୍ରାତଃ ଭ୍ରମଣରେ ଥିବା ଜଣେ ବ୍ୟକ୍ତିଙ୍କ ଉପରେ ମାଡିଯାଇଥିଲା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ତିରିଂ ପୋଲିସ ଘଟଣାର ତଦନ୍ତ କରୁଛି।

ଓଡ଼ିଆ ସାମ୍ବାଦିକଙ୍କୁ ଆତଙ୍କବାଦୀ ପନ୍ନୁର ଧମକପୂର୍ଣ୍ଣ ମେସେଜ୍‌

ଭୁବନେଶ୍ବର: ପୁଣି ଶିଖସ୍ ଫର ଜଷ୍ଟିସ ନେତା ତଥା ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁର ଧମକ। ଏକ ଅଡିଓ ବାର୍ତ୍ତାରେ ସେ କହିଛି- ୧ ଡିସେମ୍ବର ଅର୍ଥାତ ଆସନ୍ତାକାଲି ଡି-ଡେ। ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଉଡାଣ ନଭରିବାକୁ ଚେତାବନୀ ଦେଇଛି ପନ୍ନୁ‌। ଖଲିସ୍ତାନୀ ଓ କାଶ୍ମୀରୀମାନେ ଡିଜିପି ଆତଙ୍କୀ ସମ୍ମିଳନୀକୁ ଟାର୍ଗେଟ କରିଛନ୍ତି। ଲୋକସେବା ଭବନରେ ଆୟୋଜିତ ସମ୍ମିଳନୀକୁ ଟାର୍ଗେଟ କରାଯାଇଛି।

ଖଲିସ୍ତାନ ପତାକା ଉଡାଇଲେ ୨୫ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି କହିଛି ପନ୍ନୁ। ସେହିପରି ଜଣେ ଓଡ଼ିଆ ସାମ୍ବାଦିକଙ୍କ ପାଖକୁ ମଧ୍ୟ ଧମକ ପୂର୍ଣ୍ଣ ମେଲ୍ ଆସିଛି। ଖଲିସ୍ତାନୀ ଆତଙ୍କବାଦୀ ପନୁନ୍ ନାଁରେ ଆସିଛି ମେଲ୍‌। ଗତ ୨୮ ତାରିଖରେ ମଧ୍ୟ ଏଭଳି ଆଉ ଏକ ଭିଡିଓ ମଧ୍ଯ ଭାଇରାଲ ହୋଇଥିଲା।

ସେପଟେ ପୋଲିସ କମିଶନର ଏସ.ଦେବଦତ୍ତ ସିଂ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କଡାକଡି କରାଯାଇଛି । ଏଭଳି ଧମକପୂର୍ଣ୍ଣ ଅଡିଓ ବାର୍ତ୍ତା ଆସିବା ପରେ ତୀକ୍ଷ୍ଣ ନଜର ରଖିଛି ପୋଲିସ। କମିଶନରେଟ ପୋଲିସ ଏ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏ ନେଇ ସ୍ୱତନ୍ତ୍ର ସର୍ଭେଲାନ୍ସ ଟିମ ମଧ୍ୟ ଗଠନ କରାଯାଇଛି ।

ବାଂଲାଦେଶୀଙ୍କ ଚିକିତ୍ସା ନ କରିବାକୁ କୋଲକତା ହସ୍ପିଟାଲର ଘୋଷଣା

କୋଲକାତା: କୋଲକାତାର ଉତ୍ତରରେ ମାଣିକତଲା ସ୍ଥିତ ଜେଏନ ରେ’ ହସ୍ପିଟାଲରେ ବାଂଲାଦେଶୀଙ୍କୁ ଚିକିତ୍ସା ମନା  । ବାଂଲାଦେଶ ନାଗରରିକଙ୍କ ଚିକିତ୍ସା ନ କରିବା ପାଇଁ ନିଷ୍ପତ୍ତି ନେଇଛି ହସ୍ପିଟାଲ  । ବାଂଲାଦେଶରେ ଅଳ୍ପସଂଖ୍ୟକ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ହସ୍ପିଟାଲ ଏଭଳି ନିଷ୍ପତ୍ତି ନେଇଛି  । ସେହିପରି ଭାରତର ଜାତୀୟ ପତାକାକୁ ବାଂଲାଦେଶରେ ଅସମ୍ମାନ କରାଯାଇଥିବା ଯୋଗୁଁ ହସ୍ପିଟାଲ ଏଭଳି ନିଷ୍ପତ୍ତି ନେଇଥିବା କହିଛି ।

ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆମେ ବାଂଲାଦେଶୀ ରୋଗୀଙ୍କୁ ଚିକିତ୍ସା କରିବୁନି ବୋଲି ହସ୍ପିଟାଲ ଏକ ପ୍ରେସ ରିଲିଜ ଜାରି କରିଛି  । ‘‘ତ୍ରିରଙ୍ଗାର ଅପମାନକୁ ଦେଖି ବାଂଲାଦେଶ ଏଭଳି ନିଷ୍ପତ୍ତି ନେଇଛି  । ହସ୍ପିଟାଲ କହିଛି ଭାରତ ବାଂଲାଦେଶର ସ୍ବାଧୀନତା ପାଇଁ ଗୁରୁତ୍ବପୂର୍ଣ୍ଣ ଭୁମିକା ଗ୍ରହଣ କରିଛି  । କିନ୍ତୁ ଏହା ସତ୍ତ୍ବେ ବି ଆଜି ଆମେ ଭାରତ ବିରୋଧୀ ଭାବନା ଦେକିବାକୁ ପାଉଛୁ  । ଆମେ ଆଶା କରୁଛୁ ଯେ ଅନ୍ୟ ହସ୍ପିଟାଲ ବି ଆମର ସମର୍ଥନ କରିବେ ଓ ଏଭଳି ପଦକ୍ଷେପ ନେବେ ’’ ।

ହସ୍ପିଟାଲର ଏଭଳି ନିଷ୍ପତ୍ତିକୁ ଗୁରୁତର ସହ ନିଆଯାଇଛି  । କାରଣ ହସ୍ପିଟାଲ ସ୍ବାସ୍ଥ୍ୟସେବାକୁ ରାଜନୈତିକ ଓ ସାଂସ୍କୃତିକ ପ୍ରସଙ୍ଗ ସହ ଯୋଡିଛି  । ଏହା ଦ୍ବାରା ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଆହୁରି ଜଟିଳ ହୋଇପାରେ  । ଦେଖିବାକୁ ବାକି ରହିଲା କଲିକତାର ଅନ୍ୟ ହସ୍ପିଟାଲ ଏହି ନିଷ୍ପତ୍ତିକୁ ଅନୁସରଣ କରୁଛନ୍ତି ନା ନାହିଁ  । ଭବିଷ୍ୟତରେ ହସ୍ପିଟାଲର ଏଭଲି ନିଷ୍ପତ୍ତି କଣ ପ୍ରଭାବ ପକାଇବ ଦେଖିବାକୁ ବାକି ରହିଲା ।

ଧାନମଣ୍ଡିରେ ବେକରେ ଗାମୁଛା ପକେଇ ଲାଇନରେ ଛିଡ଼ା ହେଲେ ଜିଲ୍ଲାପାଳ

ରାୟପୁର: ଚାଷୀ ସାଜି ଧାନକିଣା କେନ୍ଦ୍ରରେ ପହଞ୍ଚିଲେ ଜିଲ୍ଲାପାଳ  । ଛତିଶଗଡ ସରଗୁଜା ଜିଲ୍ଲାର ଜିଲ୍ଲାପାଳ ବିଳାସ ଭୋସକର ଧାନକିଣା କେନ୍ଦ୍ରରେ ପହଞ୍ଚି ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହୋଇଥିବା ଦେକିବାକୁ ମିଳିଛି  । ତାଙ୍କ ସହ ଉପଜିଲ୍ଲାପାଳ ବି ଧାନକିଣା କେନ୍ଦ୍ରରେ ପହଞ୍ଚିଥିଲେ  । ପେଟଲା ଧାନ ଉପାର୍ଜନ କେନ୍ଦ୍ରରେ ଜିଲ୍ଲାପାଳ ଚାଷୀ ବେଶରେ ପହଞ୍ଚି ପ୍ରଥମେ ଟୋକେନ ପ୍ରକ୍ରିୟାରେ ସାମିଲ ହୋଇଥିଲେ । ଧାନକିଣା ପ୍ରକ୍ରିୟା ଓ ବ୍ୟବସ୍ଥା ବିଷୟରେ ଚାଷୀମାନଙ୍କୁ ପଚାରି ବୁଝିଥିଲେ  । କର୍ମଚାରୀଙ୍କ ବ୍ୟବହାର ବିଷୟରେ ମଧ୍ୟ ପଚାରିଥିଲେ ।

ମୁଣ୍ଡରେ ଗାମୁଛା ବାନ୍ଧି ସେ ଧାନକିଣା କେନ୍ଦ୍ରରେ ପହଞ୍ଚିଥିଲେ । କିନ୍ତୁ ତାଙ୍କୁ ସେଠାରେ କେହି ଜାଣିପାରି ନଥିଲେ  ।  ଯେତେବେଳେ ଜିଲ୍ଲାପାଳଙ୍କ ଅସଲ ପରିଚୟ ଜାଣିବାକୁ ପାଇଥିଲେ ଚାଷୀମାନେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ପାଖାପାଖି ଏକ ଘଣ୍ଚା ପର୍ଯ୍ୟନ୍ତ ଧାନକିଣା କେନ୍ଦ୍ରରେ ବୁଲାବୁଲି କରିବା ସହ ଚାଷୀଙ୍କ ସମସ୍ୟା ଶୁଣିଥିଲେ  । ଚାଷୀ ମାନେ ଯେପରି ହଇରାଣ ନହେବେ ସମିତି ପ୍ରବନ୍ଧକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ  ।

ଏହାପରେ ଜିଲ୍ଲାପାଳ ସୀତାପୁର ବ୍ୟାଙ୍କରେ ପହଞ୍ଚିଥିଲେ  । ଯେଉଁଠାରେ ଧାନ ବିକ୍ରି ପରେ ପଇସା ଉଠାଇବା ପାଇଁ ଚାଷୀ ମାନେ ଲାଇନ ଲଗାଇଥିଲେ  । ଏହାପରେ ଜଣେ ଚାଷୀଙ୍କ ଖାତାରୁ ପଇସା ଉଠାଇବା ସହ ତାକୁ ଗଣିଥିଲେ  । ନୂଆ ପାସବୁକ୍‌ ପାଇଁ ଫର୍ମ ନେବା ସହ ବ୍ୟାଙ୍କ ବ୍ୟବସ୍ଥାର ନୀରିକ୍ଷଣ କରିଥିଲେ ଜିଲ୍ଲାପାଳ  ।