ଆଜି କୃଷକ ସଂଗଠନର ଦିଲ୍ଲୀ ଚଲୋ ଅଭିଯାନ। ଏମଏସପି ଗ୍ୟାରେଣ୍ଟି ଦାବି ନେଇ ଆଜି ଦିଲ୍ଲୀ ଚଲୋ ଅଭିଯାନ ଦେଇଛନ୍ତି କୃଷକ ସଂଗଠନ। ୧୦୧ ଚାଷୀ ଦିଲ୍ଲୀ ଅଭିମୁଖେ ଦିଲ୍ଲୀ ଚଲୋ ଅଭିଯାନରେ ବାହାରିବେ। ପୂର୍ବରୁ ଦିଲ୍ଲୀ ଚଲୋ ଅଭିଯାନ ନାରା ଦେଇଥିବା ଚାଷୀ ସୀମାନ୍ତ ସମ୍ଭୁ ବର୍ଡରେ ଅଟକି ଅଛନ୍ତି। ଆଜିଠାରୁ ପୁଣି ଦିଲ୍ଲୀ ଚଲୋ ଅଭିଯାନ ଆରମ୍ଭ ହେବ ବୋଲି ଘୋଷଣା କରିଥିଲା କୃଷକ ସଂଗଠନ। ଚାଷୀଙ୍କ ଆନ୍ଦୋଳନ ଡାକରା ଦେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ଦିଲ୍ଲୀ ପୋଲିସ। ଶମ୍ଭୁ ବର୍ଡରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବହୁ ଦିନ ହେଲା ହରିୟାଣା ଓ ପଂଜାବର ଚାଷୀମାନେ ଶମ୍ଭୁ ବର୍ଡରରେ ଧାରଣା ଦେଇଛନ୍ତି। ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ସହିତ ୧୦ ଦଫା ଦାବିରେ ସେମାନେ ଚଳାଇଛନ୍ତି ଆନ୍ଦୋଳନ। କିଛି ଦିନ ତଳେ ଦିଲ୍ଲୀ ଚଲୋ ଯାତ୍ରା ହେବାର ଥିଲା। କିନ୍ତୁ ତାକୁ ଆଜି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଚାଷୀଙ୍କ ଆନ୍ଦୋଳନ ସମୟରେ ହରିୟାଣା ପୋଲିସ ସେମାନଙ୍କ ଉପରେ ଲୁହ ବୁହା ଗ୍ୟାସ୍ ଓ ରବର୍ ବୁଲେଟ ପ୍ରୟୋଗ କରିବାକୁ ଅନେକ ଆନ୍ଦୋଳନକାରୀ ଆହତ ହୋଇଥିଲେ। ଏହାକୁ ନେଇ ଦେଖା ଦେଇଥିଲା ଉତ୍ତେଜନା। ତେଣୁ ଦିଲ୍ଲୀ ଚଲୋ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା।
ଉପର ବାରାକାମୁଡ଼ାରେ ୩ ଡିଗ୍ରୀ, ଅସମ୍ଭାଳ ଜାଡରେ ଥରୁଛି ମୟୂରଭଞ୍ଜ
ମୟୂରଭଞ୍ଜ: ମୟୂରଭଞ୍ଜରେ ଅସମ୍ଭାଳ ଜାଡ । ଆଜି ସର୍ବନିମ୍ନ ତାପମାତ୍ରା ତିନି ଡିଗ୍ରୀ ରହିଛି । ଶିମିଳିପାଳ ପାଦଦେଶରେ ମଧ୍ୟ ଏହାର ପ୍ରଭାବ ଦେଖବାକୁ ମିଳିଛି । ଶୀତର ପ୍ରକୋପରୁ ବଞ୍ଚିବା ପାଇଁ ଲୋକମାନେ କାଠ ଜାଳି ନିଆଁ ପୁଉଁଛନ୍ତି। ଥଣ୍ଡାର ପ୍ରକୋପ ବଢ଼ିବା ସହ ଘନ କୁହୁଡ଼ି ଦେଖିବାକୁ ମିଳୁଛି । ଶିମିଳିପାଳର ବିଭିନ୍ୟ ସ୍ଥାନରେ ଆଜିର ତାପମାତ୍ରା ହ୍ରାସ ପାଇଛି। ଉପର ବାରାକାମୁଡ଼ାରେ ତିନି ଡିଗ୍ରୀ, ନଅଣାରେ ପାଞ୍ଚ, ଚହଲାରେ ୪, ଗୁରିଗୁଡ଼ିଆରେ ୬, ବରେହିପାଣି ୬ ଏବଂ ରlମତିର୍ଥ ଠାରେ ୧୦ ଡିଗ୍ରୀ ରେକର୍ଡ ହୋଇଛି l କିଛି ସ୍ଥାନରେ ୧୦ ତଳକୁ ଖସିଛି ତାପମାତ୍ରା । ୧୫ ତଳେ ରହିଛି ରାଜ୍ୟର ଅନେକ ସହର । ଆଗାମୀ ୩ ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ନଥିବା ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହିପରି ଆଜିଠାରୁ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ ଘନ କୁହୁଡି଼ ଅଧିକ ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।
ବେଙ୍ଗାଲୁରୁ ସଫଟୱେର ଆତ୍ମହତ୍ୟା ଘଟଣାରେ ସ୍ତ୍ରୀ, ଶାଶୁ, ଶଳାକୁ ପୋଲିସର ନୋଟିସ୍
ବେଙ୍ଗାଲୁରୁ: ସ୍ତ୍ରୀ ନିର୍ଯାତନା ସହିନପାରି ବେଙ୍ଗାଲୁରୁର ସଫଟୱେର ଆତ୍ମହତ୍ୟା କରିବା ଘଟଣାରେ ସ୍ତ୍ରୀକୁ ପୋଲିସର ନୋଟିସ । ବୟାନ ରେକର୍ଡ ପାଇଁ ଡାକିଛି ବେଙ୍ଗାଲୁରୁ ପୋଲିସ। ତିନି ଦିନ ଭିତରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ପତ୍ନୀ ନିକିତା ସିଙ୍ଘାନିଆ ଓ ଶ୍ବଶୁର ଘର ଲୋକଙ୍କ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଥିବା କହିଥିଲେ ଅତୁଲ ସୁଭାଷ। ୨୪ ପୃଷ୍ଠାର ଏକ ସୁଇସାଇଡ ନୋଟ୍ ବି ଲେଖିଥିଲେ । ଏହି ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଯେଉଁ ଆଇନ କରାଯାଇଥିଲା, ତାର ଅପବ୍ୟବହାର କରି କେମିତି ସ୍ଵାମୀମାନଙ୍କୁ ନିର୍ଯାତନା ଦିଆଯାଉଛି, ଏହା ତାର ଏକ ଉଦାହରଣ। ସ୍ଵାମୀଙ୍କ ବିରୋଧରେ ମିଛ କେସ୍ କରି କୋଟି କୋଟି ଟଙ୍କା ଅସୁଲ କରୁଥିଲେ ନିକିତା। ତାଙ୍କ ସହିତ ମାଆ ଓ ଭାଇଙ୍କୁ ମଧ୍ୟ ନୋଟିସ୍ ଜାରି କରିଛି ବେଙ୍ଗଳୁରୁ ପୋଲିସ । କିନ୍ତୁ ଅତୁଲଙ୍କ ଆତ୍ମହତ୍ୟା ପରଠୁ ଏହି ଦିନି ଜଣ ଫେରାର ଥିବା ଜଣାପଡ଼଼ିଛି। କେଉଁଠି ବି ଦେଖିବାକୁ ମିଳୁନି। ନିକିତାଙ୍କ ଘର ଉତ୍ତର ପ୍ରଦେଶର ଜୋନପୁରରେ। ତାଙ୍କ ଘର ଆଗରେ ବେଙ୍ଗାଲୁରୁ ପୋଲିସ ନୋଟିସ୍ ମାରିଛି ।

