spot_img
Home Blog Page 1308

ଗୁଳି ଫୁଟାଇ ସୁନା ଦୋକାନରୁ ଲୁଟ୍ ଉଦ୍ୟମ, ଜଣେ ମୃତ

ଯାଜପୁର: ଦିନ ଦ୍ବିପ୍ରହରରେ ସୁନା ଦୋକାନରୁ ଡକାୟତି ଉଦ୍ୟମ । ବନ୍ଧୁକ ଦେଖାଇ ଡକାୟତି କରିବାକୁ ଉଦ୍ୟମ । ଗୁଳି ମାଡ଼ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୋକାନର ଦୁଇଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ବିଦ୍ୟୁତ କାମ କରିବାକୁ ଆସିଥିବା ବେଳେ ତାଙ୍କୁ ଗୁଳି ମାଡ଼ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ନୀଳମାଧବ ପଣ୍ଡା । ଦୁଇ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଲୁଟେରାମାନଙ୍କୁ କାବୁ କରି ନିର୍ଧୁମ ଛେଚିବା ପରେ ପୋଲିସ ଜିମା ଦେଛନ୍ତି ଲୋକେ ।

ଅଭିଯୋଗ ଅନୁସାରେ ଯାଜପୁର ରୋଡ ପାଣିକୋଇଲିରେ ଥିବା ପଣ୍ଡା ଅଳଙ୍କାର ଦୋକାନରୁ ଡକାୟତି ଉଦ୍ୟମ ହୋଇଛି । ବାଇକରେ ଦୁଇ ଜଣ ଡକାୟତ ଆସି ବନ୍ଧୁକ ଦେଖାଇ ଡକାୟତି ଉଦ୍ୟମ କରିଥିଲେ । ଏପରିକି ସେମାନେ ଗୁଳି ମଧ୍ୟ ଫଉଟାଇଥିଲେ । ଏଥିରେ ଗୁଳି ନୀଳମାଧବଙ୍କ ଦେହରେ ବାଜିଥିଲା । ଏହାସହ ଦୋକାନର ଦୁଇଜଣ କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ନୀଳମାଧବଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣା ସ୍ଥଳରୁ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଦୁଇ ଜଣ ଡକାୟତଙ୍କୁ ସ୍ଥାନୀୟ ଲୋକେ ଧରି ପକାଇଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଧରା ପଡ଼ିଥିବା ଦୁଇ ଡକାୟତଙ୍କୁ ନିର୍ଧୁମ ମାଡ଼ ମାରିଥିଲେ ସ୍ଥାନୀୟ ଲୋକେ । ଲୋକଙ୍କ ମାଡ଼ରେ ଅଭିଯୁକ୍ତଙ୍କ ମଧ୍ୟ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି । ପୋଲିସ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ତେବେ ମେଡିକାଲ ପରିସରରେ ମଧ୍ୟ ଉତ୍ତ୍ୟକ୍ତ ଲୋକଙ୍କ ହୋହାଲ୍ଲା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ପୋଲିସ ଉପସ୍ଥିତ ରଖି ଲୋକଙ୍କୁ ବୁଝାଶୁଝା କରୁଛି ।

ଏସବିଆଇର ଏହି ସ୍କିମ୍ ପ୍ରତି ଘରକୁ କରିଦେବ ଲକ୍ଷପତି: ବୟସ୍କ ଓ ଛୋଟପିଲାଙ୍କ ପାଇଁ ରହିଛି ଅନେକ କିଛି

ନନ୍ଦିଘୋଷ ବ୍ୟୁରୋ: ଭବିଷ୍ୟତର ଆର୍ଥିକ ଆବଶ୍ୟକତାକୁ ପୂରା କରିବା ପାଇଁ ଏସବିଆଇ ଏକ ଖାସ୍ ସ୍କିମ୍ ନେଇ ଆସିଛି । ଏହି ଜମା ଯୋଜନାର ନାମ ‘ହର ଘର ଲକ୍ଷପତି’ ରଖାଯାଇଛି । ନିମ୍ନ ମଧ୍ୟବିତ ଓ ତା’ଠାରୁ ଉପର ଆୟ ଶ୍ରେଣୀର ପରିବାରର ଭବିଷ୍ୟତର ଆବଶ୍ୟକତାକୁ ପୂରଣ କରିବା ପାଇଁ ଏସବିଆଇ ଏହି RD ସ୍କିମ୍ ନେଇ ଆସିଛି । ଏହାଛଡ଼ା  ବୟସ୍କଙ୍କ ପାଇଁ ମଧ୍ୟ ଏସବିଆଇ ପ୍ୟାଟ୍ରନ ନାମକ ଏକ ନୂଆ ଯୋଜନା ଲଞ୍ଚ କରିଛି । ଗତ ୩ ତାରିଖ ଦିନ ଏକ ପ୍ରେସ ରିଲିଜ୍ ଜରିଆରେ ଏହି ଦୁଇ ସ୍କିମ ବାବଦରେ ସୂଚନା ଦିଆଯାଇଛି ।

ହର ଘର ଲକ୍ଷପତି ଯୋଜନାରେ ଗ୍ରାହକମାନେ ଏକ ଖାସ୍ ରାଶି ଜମା କଲେ ଧାର୍ଯ୍ୟ ସମୟରେ ଏକ ଲକ୍ଷ ବା ତା’ର ମଲ୍ଟିପୁଲରେ ଆମାଉଣ୍ଟ ଜମା କରିବା ପାଇଁ ଡିଜାଇନ କରାଯାଇଛି ।  ଛୋଟପିଲାଙ୍କୁ ଆରମ୍ଭରୁ ସଞ୍ଚୟ ଅଭ୍ୟାସ କରାଇବା ଓ ଫାଇନାନ୍ସିଆଲ ପ୍ଲାନିଂର ଟ୍ରେନିଂ ଦେବା ପାଇଁ ଏହି ସ୍କିମକୁ ପ୍ରସ୍ତୁତ କରାଯାଇଛି । ଏସବିଆଇ ପ୍ୟାଟ୍ରନ ସ୍କିମକୁ ଖାସ୍ ଭାବେ ବୟସ୍କଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଏହି ସ୍ଥାୟୀ ଜମା ଏସବିଆର ନୂଆ ଓ ପୁରୁଣା ଉଭୟ ପ୍ରକାରର ଗ୍ରାହକଙ୍କ ପାଇଁ ଅଟେ । ଇନୋଭେସନ ଜରିଆରେ ଡିପୋଜିଟ କ୍ଷେତ୍ରରେ ବଜାରରେ ନିଜର ଲିଡରଶିପକୁ କାଏମ୍ ରଖିବା ହେଉଛି ଏହି ସ୍କିମ ଲଞ୍ଚ କରିବାର ଉଦ୍ଦେଶ୍ୟ । ଲକ୍ଷ୍ୟ ଆଧାରିତ ଫାଇନାନ୍ସିଆଲ ପ୍ରଡକ୍ଟ ପ୍ରସ୍ତୁତ କରିବା ଓ ଗ୍ରାହକଙ୍କ ସ୍ବପ୍ନକୁ ବିସ୍ତାର କରିବା ଆମର ଉଦ୍ଦେଶ୍ୟ ବୋଲି ଏସବିଆଇ ଅଧ୍ୟକ୍ଷ ସିଏସ ଶେଟ୍ଟୀ କହିଛନ୍ତି ।

ଏସବିଆଇ ତରଫରୁ ବୟସ୍କଙ୍କ ପାଇଁ ଏସବିଆଇ ଓ୍ବି-କେୟର ସ୍କିମ ପୂର୍ବରୁ ଲଞ୍ଚ ହୋଇ ସାରିଛି । ୫ରୁ ୧୦ ବର୍ଷୀୟ ଅବଧି ପାଇଁ ଏହି ଜମା ଯୋଜନାରେ ୭.୫ ପ୍ରତିଶତର ସୁଧହାର ରହିଛି । ସେହିପରି ଏସବିଆଇର ୪୪୪ ଦିନିଆ ଏଫଡି ସ୍କିମରେ ୭.୭୫ ପ୍ରତିଶତ ସୁଧ ହାର ଅଫର କରାଯାଇଛି । ଆସନ୍ତା ମାର୍ଚ୍ଚ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି ଯୋଜନା ଉପଲବ୍ଧ ରହିବ ।

ଦିନକୁ ଗୋଟିଏ ସିଗାରେଟ୍ ଟାଣିଲେ ଏତିକି ମିନିଟ୍ କମି ଯାଉଛି ବୟସ: ଟାଣିବା ଛାଡ଼ିଦେଲେ ବଢ଼ିପାରେ ଆୟୁଷ

ଲଣ୍ଡନ: ସିଗାରେଟ୍‌ ଟାଣିବା ଆମର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏହି କ୍ଷତିର ମାତ୍ରା ଏତେ ବେଶି ଯେ ଏହା ଆପଣଙ୍କର ଆୟୁଷକୁ ମଧ୍ୟ କମାଇ ଦେଇପାରେ । ଦିନକୁ କେବଳ ଗୋଟିଏ ସିଗାରେଟ ଟାଣିବା ଫଳରେ ତାହା ଆପଣଙ୍କର ବୟସକୁ କମାଇ ଦେଉଛି । ଏପରି ସ୍ଥିତିରେ ବର୍ଷକ ମଧ୍ୟରେ ଆପଣଙ୍କର ବୟସ କେତେ କମୁଛି, ତାହା ଜାଣିବା ନିହାତି ଆବଶ୍ୟକ । ସିଗାରେଟ୍‌ ଟାଣିବା ଫଳରେ ଏହା କେବଳ ଆପଣଙ୍କର ଶରୀରର ବିଭିନ୍ନ ଅଙ୍ଗ ଉପରେ ପ୍ରଭାବ ପକାଇ ନଥାଏ, ଆପଣଙ୍କର ହାରାହାରି ଆୟୁଷକୁ ମଧ୍ୟ କମ୍ କରିଦେଇଥାଏ ।

ନିକଟରେ ୟୁନିଭରସିଟି କଲେଜ୍ ଅଫ୍ ଲଣ୍ଡନ ତରଫରୁ କରାଯାଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଯେଉଁ ବ୍ୟକ୍ତି ଦିନକୁ ଗୋଟିଏ ସିଗାରେଟ୍ ଟାଣିଥାନ୍ତି, ତାଙ୍କର ଆୟୁଷ ସିଗାରେଟ ଟାଣୁନଥିବା ବ୍ୟକ୍ତିଙ୍କ ତୁଳନାରେ କମ୍ ହୋଇଥାଏ । ଦିନକୁ ଗୋଟିଏ ସିଗାରେଟ୍ ଟାଣିବା ଫଳରେ ଆପଣଙ୍କର ହାରାହାରି ଆୟୁଷ ୨୦ ମିନିଟ କମ୍ ହୋଇପାରେ । ଜର୍ଣ୍ଣାଲ ଅଫ୍ ଏଡିକ୍ସନରେ ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ, ଗୋଟିଏ ସିଗାରେଟ୍ ଟାଣିବା ଫଳରେ ପୁରୁଷଙ୍କ ଆୟୁଷ ୧୭ ମିନିଟ୍ ଓ ମହିଳାଙ୍କ ଆୟୁଷ ୨୨ ମିନିଟ୍ ପର୍ଯ୍ୟନ୍ତ କମ୍ ହୋଇଯାଇଥାଏ ।

ଉକ୍ତ ରିସର୍ଚ୍ଚରେ କୁହାଯାଇଛି, ଯଦି କୌଣସି ବ୍ୟକ୍ତି ଗୋଟିଏ ଦିନରେ ୧୦ଟି ସିଗାରେଟ ଟାଣନ୍ତି ଓ ସେ ଚଳିତ ଜାନୁଆରୀ ପହିଲାରେ ଧୂମ୍ରପାନ ଛାଡ଼ି ଦିଅନ୍ତି, ତେବେ ଜାନୁଆରୀ ୮ ପର୍ଯ୍ୟନ୍ତ ଜୀବନର ଗୋଟିଏ ଦିନ କ୍ଷତି କମ୍ ହୋଇପାରେ । ଫେବୃଆରୀ ୫ ପର୍ଯ୍ୟନ୍ତ ସେ ନିଜର ଲାଇଫ ଏକ୍ସପେକ୍ଟାନ୍ସିକୁ ଏକ ସପ୍ତାହ ଓ ଅଗଷ୍ଟ ୫ ପର୍ଯ୍ୟନ୍ତ ନିଜ ଜୀବନକୁ ୧ ମାସ ପର୍ଯ୍ୟନ୍ତ ବଢ଼ାଇ ପାରନ୍ତି । ଯଦି ପୂରା ଏକ ବର୍ଷ ଧୂମ୍ରପାନ କରିବେନି, ତେବେ ଏହାଦ୍ବାରା ଆପଣଙ୍କୁ ୫୦ ଦିନର କ୍ଷତି କମ୍ ହୋଇପାରେ ।  ଧୂମ୍ରପାନ କରି କିଛି ଲୋକ ନିଜ ଜୀବନର ୧୦ ବର୍ଷର ବହୁମୂଲ୍ୟ ସମୟକୁ ନଷ୍ଟ କରିଦେଇଥାନ୍ତି ।

ଧୂମ୍ରପାନ କରିବା ଫଳରେ ବୃଦ୍ଧାବସ୍ଥାର ବୟସ କମ୍ ହୋଇଥାଏ, ଏହା ନୁହେଁ । ଏହି ଖରାପ ଅଭ୍ୟାସ ଦ୍ବାରା ଆପଣଙ୍କର ଜୀବନର ସୁନ୍ଦର ମୁହୂର୍ତ୍ତ ବିଷମୟ ହୋଇଯାଇଥାଏ । ଏପରି ସ୍ଥିତିରେ ଆପଣଙ୍କ ବୟସ ୫୦-୬୦ ହୋଇଥିବା ସମୟରେ ଆପଣଙ୍କୁ ୭୦ ବର୍ଷ ବୟସର ଲୋକଙ୍କ ବୀମାରୀ ହୋଇଥାଏ । ଏହାର ଅର୍ଥ ହେଉଛି ଧୂମ୍ରପାନ କରୁଥିବା ୬୦ ବର୍ଷୀୟ ଲୋକଙ୍କ ହେଲଥ ପ୍ରୋଫାଇଲ ଧୂମ୍ରପାନ  କରୁନଥିବା ୭୦ ବର୍ଷୀୟ ବ୍ୟକ୍ତିଙ୍କ ପରି ହୋଇଯିବ । ଧୂମ୍ରପାନ କରିବା ଫଳରେ ହାର୍ଟ ସହ ଜଡ଼ିତ ବୀମାରୀ ଓ ଷ୍ଟ୍ରୋକ ପରି ଅନେକ ସ୍ବାସ୍ଥ୍ୟ ସ୍ଥିତିର କାରଣ ସାଜିଥାଏ । ସ୍ମୋକିଂ କରିବା ଫଳରେ ଏହି ସ୍ଥିତିର ଆଶଙ୍କା ପାଖାପାଖି ୫୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ି ଯାଇଥାଏ । ସ୍ମୋକିଂ ଦ୍ବାରା ଫୁସଫୁସ, ହୃଦୟ ଓ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ ।

ବାଣ କାରଖାନାରେ ବିସ୍ଫୋରଣ : ଜଳିଗଲେ ୬ ଜଣ ଶ୍ରମିକ

ଚେନ୍ନାଇ : ତାମିଲନାଡୁ ବିରୁଧନଗର ଜିଲ୍ଲାରେ ଏକ ବାଣ କାରଖାନାରେ ବିସ୍ଫୋରଣ । ଜଳିଯାଇ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବାଣ କାରଖାନାରେ କାମ ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣରେ ରାସାୟନିକ ମିଶ୍ରଣ ପ୍ରକ୍ରିୟା ଯୋଗୁଁ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି । ବିସ୍ଫୋରଣରେ ଅନେକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ଏହି କାରଖାନାରେ ୩୫ରୁ ଅଧିକ କୋଠରୀରେ ୮୦ରୁ ଅଧିକ ଶ୍ରମିକ କାମ କରୁଥିଲେ । ଆପାନାୟାକାନପାଟୀ ପଞ୍ଚାୟତର ବୋମ୍ଵାୟପୁରମ୍ ଗାଁରେ ଏହି ବାଣ କାରଖାନା ରହିଥିବା ବେଳେ ବାଲାଜି ନାମକ ଜଣେ ବ୍ୟକ୍ତିଙ୍କ ନାମରେ ରହିଛି । ମୃତକମାନେ ହେଲେ ଭେଲମୁରୁଗାନ୍, ନାଗରାଜ, କନ୍ନନ୍, କାମରାଜ, ଶିବକୁମାର ଏବଂ ମୀନାକ୍ଷୀ ସୁନ୍ଦରମ୍ ବୋଲି ଜଣାପଡ଼ିଛି । ଏହା ବ୍ୟତୀତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ବିରୁଧୁନଗର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ଘନ କୁହୁଡ଼ି

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆର ସମେତ ସମଗ୍ର ଉତ୍ତର ଭାରତରେ ଘନ କୁହୁଡ଼ି । ଦିଲ୍ଲୀରେ ସର୍ବ ନିମ୍ନ ତାପମାତ୍ରା ୧୦ ଡିଗ୍ରୀକୁ ଖସି ଆସିଛି । ଆଜି ଘନ କୁହୁଡ଼ି ଧଳା କମ୍ଵଳ ଆଛାଦିତ ପରି ଦୃଶ୍ୟମାନ ହୋଇଛି । ଦିଲ୍ଲୀର ଅନେକ ଅଞ୍ଚଳରେ ଘନ କୁହୁଡ଼ି ଯୋଗୁଁ ୧୦ ମିଟର ଦୂରରୁ ଦେଖିବା ସମ୍ଭବ ହେଉନାହିଁ । ଅନେକ ଅଞ୍ଚଳରେ ଜିରୋ ଭିଜିବିଲିଟି ରହିଛି । ଶୁକ୍ରବାର ଦିନ ମଧ୍ୟ ଦିଲ୍ଲୀର ଲୋକଙ୍କୁ ଘନ କୁହୁଡ଼ିର ସମ୍ମୁଖୀନ ହେବାକୁ ପଡିଥିଲା । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଅନୁଯାୟୀ ସର୍ବନିମ୍ନ ତାପମାତ୍ରା ଆସନ୍ତା କିଛି ଦିନ ପାଇଁ ୭ ରୁ ୯ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ । ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅତି ଧୀର ଗତିରେ ଗାଡ଼ି ଚଳାଚଳ କରୁଛି । ଟ୍ରେନ ଚଳାଚାଳ ଓ ବିମାନ ଉଡ଼ାଣରେ ବିଳମ୍ବ ହୋଇଛି । ଲୋ ଭିଜିବିଲିଟି ଯୋଗୁଁ ଦିଲ୍ଲୀ ବିମାନ ବନ୍ଦରରେ ସମସ୍ତ ବିମାନ ସେବା ପ୍ରଭାବିତ ହୋଇଛି। ପ୍ରାୟ ବିମାନ ଉଡ଼ାଣ ୩୦ ମିନିଟ ବିଳମ୍ଵରେ ଚାଲିଛି । ବିମାନ ଯାତ୍ରୀମାନଙ୍କୁ ଘରୁ ବାହାରିବା ପୂର୍ବରୁ ବିମାନର ବର୍ତ୍ତମାନର ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ଘନ କୁହୁଡ଼ି ଯୋଗୁଁ ପ୍ରାୟ ୫୦ଟି ଟ୍ରେନ୍ ବିଳମ୍ବରେ ଚାଲୁଛି । ଉତ୍ତର ଭାରତର ଦିଲ୍ଲୀ-ଏନସିଆର, ୟୁପି, ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ବିହାରରେ କୁହୁଡ଼ି ଏବଂ ଭୀଷଣ ଥଣ୍ଡାର ପ୍ରଭାବ ଦେଖିବାକୁ ମିଳିଛି । ଜାମ୍ମୁ କାଶ୍ମୀର, ଉତ୍ତରପ୍ରଦେଶ ଏବଂ ହିମାଚଳ ପ୍ରଦେଶ ଭଳି ପାହାଡ଼ିଆ ରାଜ୍ୟରେ ତୁଷାରପାତ ଏବଂ ତାପମାତ୍ରା ହ୍ରାସ ପାଇବା ସହିତ ଶୀତ ବୃଦ୍ଧି ପାଉଛି ।

୧୮ ବର୍ଷରୁ କମ୍ ପିଲାଙ୍କୁ ସୋସିଆଲ ମିଡିଆ ମନା !

ନୂଆଦିଲ୍ଲୀ : ମାନଙ୍କ ସୋସିଆଲ ମିଡିଆ ବ୍ୟବହାରରେ ଲାଗିବ ରୋକ  ।  ଆଗାମୀ ସମୟରେ ଆପଣଙ୍କ ପିଲାମାନେ ଆପଣଙ୍କ ବିନା ଅନୁମତିରେ ସୋସିଆଲ ମିଡିଆର ଅପବ୍ୟବହାର କରିପାରିବେ ନାହିଁ  । ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଲାଗିବ କଟକଣା । କେନ୍ଦ୍ର ସରକାର ଏଭଳି ଏକ ନିୟମ ଆଣିବାକୁ ଯାଉଛନ୍ତି ଯାହା କାର୍ଯ୍ୟକାରୀ ହେବା ପରେ ୧୮ ବର୍ଷରୁ କମ ବୟସର ପିଲାମାନେ ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିବା ପାଇଁ ହେଲେ ଅଭିଭାବକଙ୍କ ଅନୁମତି ଆବଶ୍ୟକ ପଡିପାରେ । ଏହି ନିମକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ଡିଜିଟାଲ ପର୍ସୋନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ବା ଡିପିଡିପି ଡ୍ରାଫ୍ଟ ରୁଲରେ ପର୍ସୋନାଲ ଡାଟା ସୁରକ୍ଷା ପାଇଁ କଡ଼ା ନିୟମାବଳୀ ରଖିଛନ୍ତି । ଏ ସମ୍ପର୍କରେ କେନ୍ଦ୍ର ଇେଲେକ୍ଟ୍ରୋନିକ୍ସ ଏବଂ ଇନଫର୍ମେଶନ ଟେକନୋଲଜି ମନ୍ତ୍ରାଳୟ ପକ୍ଷରୁ ଡ୍ରାଫ୍ଟ ବିଜ୍ଞପ୍ତି ପ୍ରକାଶ ପାଇଛି  ।

ତଥ୍ୟ ସ୍ଥାନାନ୍ତର କରିବା ପୂର୍ବରୁ ଅନୁମୋଦନ ଗ୍ରହଣ କରିବାକୁ ପଡିବ  । ଏହି ଡ୍ରାଫ୍ଟ ଅନୁଯାୟୀ କୈଣସି କମ୍ପାନି ଯଦି ଭାରତୀୟ ବ୍ୟବହାରକାରିଙ୍କ କୈଣସି ତଥ୍ୟକୁ ଦେଶ ବାହାରକୁ ନେବାକୁ ଚାହୁଁଛନ୍ତି ତେବେ  ସରକାରଙ୍କ ଅନୁମତି ନବାକୁ ପଡିବ  ।ଏହି ନିୟମକୁ ସଠିକ ରୂପେ କାର୍ଯ୍ୟକାରୀ କରିବା ପାଇଁ ଏକ ଡାଟା ସୁରକ୍ଷା ବୋର୍ଡ ପ୍ରତିଷ୍ଠା କରାଯିବ  ।ଯାହା ଏକ ଡିଜିଟାଲ ଅଫିସ ପରି କାମ କରିବ  । କୁହାଯାଉଛି ସରକାରଙ୍କ ଏହି ନିୟମ ଲାଗୁ ହେବା ପରେ ତଥ୍ୟ ସହ ହେଉଥିବା ହେରଫେର ସାମ୍ନାକୁ ଆସିବ  ।

ବିଭାଗୀୟ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ତାଙ୍କ ଆକାଉଣ୍ଟରେ ସୂଚନା ଦେଇ କହିଛନ୍ତି  ଡ୍ରାଫ୍ଟ ଡିପିଡିପି ରେ ସମସ୍ତଙ୍କ ମତ ଆହ୍ନାନ କରାଯାଇଛି  ।ଏଥିପାଇଁ ଜାନୁଆରୀ ୩ରୁ ଫେବୃଆରୀ ୧୮ ତାରିଖ ମଧ୍ୟରେ mygov.in ଓ୍ବବସାଇଟ୍ ଜରିଆରେ ନିଜର ମତାମତ ଓ ଅଭିଯୋଗ କରିପାରିବେ  ।  ଫେବୃଆରୀ ୧୮ ତାରିଖ ପରେ  ନିୟମାବଳୀ ସମ୍ପର୍କରେ ନିଷ୍ପତି ନିଆଯିବ  । ବ୍ୟକ୍ତିଗତ ତଥ୍ୟ ଉପରେ ବ୍ୟବହାରକାରୀଙ୍କ ଅଧିକାର , ବ୍ୟକ୍ତଗତ ତଥ୍ୟ ସଂଗ୍ରହ ସମୟରେ ଉଦ୍ଦେଶ୍ୟ ପଚାରିବା ଓ ଡାଟା ଲିକ୍ ପାଇଁ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଫାଇନ ଦେବା ଏହି ବ୍ୟବସ୍ଥା ରହିଛି  ।

ମଣପୁରମରୁ ସୁନା ଡକାୟତି ଘଟଣା : ବ୍ରାଞ୍ଚ ମ୍ୟାନେଜର ଓ ସହକାରୀ ବ୍ରାଞ୍ଚ ମ୍ୟାନେଜରଙ୍କୁ ଅଟକ

ସମ୍ବଲପୁର : ସମ୍ବଲପୁର ମଣପୁରମ ଗୋଲ୍ଡ ଲୋନରୁ ପାଖାପାଖି ୩୦ କେଜି ସୁନା ଓ ୪ ଲକ୍ଷ ୮୦ ହଜାର ଡକାୟତି ଘଟଣାରେ ତନାଘନା। ବ୍ରାଞ୍ଚ ମ୍ୟାନେଜର ଓ ସହକାରୀ ବ୍ରାଞ୍ଚ ମ୍ୟାନେଜରଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ। କେଉଁ ପରିସ୍ଥିତିରେ ଡକାୟତି ହୋଇଛି ସେନେଇ ଛାନବିନ ଚାଲିଛି। ସହରର ବିଭିନ୍ନ ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ କରାଯାଉଛି। ସମସ୍ତେ ହିନ୍ଦୀରେ କଥା ହେଉଥିବାରୁ ୪ଟି ଟିମକୁ ରାଜ୍ୟ ବାହାରକୁ ପଠାଇଛି ପୋଲିସ। ପୋଲିସର ସୂଚନା ଅନୁସାରେ ଚାରିଟି ବାଇକରେ ମୋଟ ୭ ଜଣ ଆସି ଡକାୟତି କରି ଝାରସୁଗୁଡ଼ା କିମ୍ବା ଦେବଗଡ଼ ରାସ୍ତାରେ ଯାଇଛନ୍ତି। ତେଣୁ ବିହାର ଓ ପଶ୍ଚିମବଙ୍ଗ ସମେତ ଆଉ ଦୁଇ ରାଜ୍ୟକୁ ଟିମ୍ ପଠାଇ ସମସ୍ତ ସୀମାକୁ ସିଲ୍ କରିଛି ପୋଲିସ। ସିସିଟିଭିରେ କଏଦ ହୋଇଛି ଲୁଟ୍ ପରେ ଫେରାର ବେଳର ଦୃଶ୍ୟ। ଏହି ଖବର ଜଣାପଡ଼ିବା ପରେ ଏବେ ସୁନା ରଖିଥିବା ଗ୍ରାହକ ଚିନ୍ତାରେ ପଡିଲେଣି। ସୁନା କିମ୍ବା ଟଙ୍କା ଫେରାଇବାକୁ ଦାବି କରିଛନ୍ତି ଗ୍ରାହକ।

ପଞ୍ଚମୁଖୀ ମନ୍ଦିରରୁ କବାଟ ଶିକୁଳି ଭାଙ୍ଗି ଲୁଟିନେଲେ ସୁନା ଅଳଙ୍କାର

କଟକ : କଟକ ଖାନନଗରରେ ଥିବା ପଞ୍ଚମୁଖୀ ମନ୍ଦିରରୁ ଲୁଟ୍ । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିର ପଛ ପଟ ଲୁହା କବାଟର ଶିକୁଳି ଭାଙ୍ଗି ମନ୍ଦିରରୁ ଲୁଟ୍ କରିଥିବା ଜଣାପଡିଛି। ଏହାସହ ପଞ୍ଚମୁଖୀଙ୍କ ଦେହରେ ଲାଗିଥିବା ସୁନା ଅଳଙ୍କାର, ଗଦା, କଳସ ଲୁଟିବା ସହିତ ପାର୍ଶ୍ଵରେ ଥିବା ରାମ ମନ୍ଦିରରେ ପୂଜା ପାଉଥିବା ସୀତା ମା’ଙ୍କ ରୁପା ମୁକୁଟ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଆଜି ସକାଳୁ ପୂଜକ ଆସି ମନ୍ଦିର ଖୋଲିବାରୁ ଲୁଟ ହୋଇଥିବା ଜାଣି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।

ଶ୍ରୀମନ୍ଦିରରେ ହେବ ଧାଡି ଦର୍ଶନ, ଆରମ୍ଭ ହେଲା କାଠର ରାମ୍ପ୍ ଓ ବ୍ୟାରିକେଡ୍ ନିର୍ମାଣ

ପୁରୀ : ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିରରେ ହେବ ଧାଡି ଦର୍ଶନ। ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିବା ପରେ ଆରମ୍ଭ ହୋଇଛି ପ୍ରକ୍ରିୟା। ମହାପ୍ରଭୁଙ୍କୁ ସ୍ପଷ୍ଟ ଦେଖିବା ପାଇଁ ବାହାର କାଠ ପାଖରେ ଭକ୍ତଙ୍କ ପାଇଁ ପଡ଼ିବ କାଠର ରାମ୍ପ୍ ଓ ବ୍ୟାରିକେଡ୍ ନିର୍ମାଣ। ବ୍ୟାରିକେଡରେ ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ୬ ଥାକିଆ ଧାଡି ଦର୍ଶନ ମଧ୍ୟରେ ପ୍ରଥମ ଧାଡି ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ, ଦ୍ୱିତୀୟ ଧାଡିରେ ମହିଳା,ପରେ ଛୋଟପିଲା ଓ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଚାଲିଛି କାଷ୍ଠ ନିର୍ମିତ ରାମ୍ପ ଓ ବ୍ୟାରିକେଡ୍ ନିର୍ମାଣ ପ୍ରକ୍ରିୟା ତେବେ ସମସ୍ତ ଭକ୍ତମାନେ ସାତପାହାଚ ଦ୍ବାର ଦେଇ ପ୍ରବେଶ କରିବାକୁ ଥିବାବେଳେ ମହିଳା ଓ ବରିଷ୍ଠ ନାଗରିକ ମାନେ ଘଣ୍ଟିଦ୍ବାର ପ୍ରସ୍ଥାନ କରିବେ ଏବଂ ପୁରୁଷ ଭକ୍ତମାନେ ଗାରଦଦ୍ୱାର ଦେଇ ପ୍ରସ୍ଥାନ କରିବେ।