spot_img
Home Blog Page 1317

ଗରିବ ପରିବାରରୁ ଆଣି ଦେହ ବେପାରରେ ଲଗାଉଥିଲେ ଦଲାଲ, ଆକ୍ସନ ମୋଡ଼ରେ ଟୁଇନସିଟି ପୋଲିସ

ନନ୍ଦିଘୋଷ ବ୍ୟୁରୋ: କଟକ-ଭୁବନେଶ୍ବରରେ ବାଙ୍ଗଲାଦେଶୀ ନାବାଳିକା ଓ ଯୁବତୀଙ୍କୁ ଆଣି ଅନୈତିକ ଦେହ ବେପାରରେ ଲଗାଯିବା ଘଟଣା ପଦାକୁ ଆସିବା ପରେ ଆକ୍ସନ ମୋଡରେ ପୋଲିସ । କଟକରେ CWC ଆଗରରେ ଉଦ୍ଧାର ନାବାଳିକା ଦେଇଥିବା ବୟାନକୁ ଆଧାର କରି ସଦର ଗୋପାଳପୁରରୁ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମଧୂପାଟଣା ପୋଲିସ । ନାବାଳିକଙ୍କ ସ୍ବାସ୍ଥ୍ଯ ପରୀକ୍ଷ ସହ ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ରେକର୍ଡ ହୋଇଛି । ତାଙ୍କ ପରିବାର ସହ ଯୋଗାଯୋଗ କରାଯାଇଛି । ନ୍ୟାୟିକ ପ୍ରକ୍ରିୟା ପରେ ନାବାଳିକାଙ୍କ ବାଂଲାଦେଶ ପଠାଇବା ପାଇଁ ହାଇ କମିଶନଙ୍କ ସହ ଯୋଗାଯୋଗ କରାଯିବ ବୋଲି କହିଛନ୍ତି CWC ଅଧ୍ଯକ୍ଷ । ସେପଟେ ଘଟଣାର ତଦନ୍ତ ଜାରି ରହିଛି ଜଳପଥରେ ଅନୁପ୍ରବେଶ ରୋକିବାକୁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ପୋଲିସ ଡିଜି । ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ଚଢାଉ କରିଛଇ ସ୍ପେଶାଲ ଟିମ୍ ।

ଗରିବ ପରିବାରରୁ ଆଣି ଦେହ ବେପାରରେ ଲଗାଉଥିଲେ ଦଲାଲ । ଆକ୍ସନ ମୋଡ଼ରେ ଟୁଇନସିଟି ପୋଲିସ । ବାଂଲାଦେଶ ହାଇ କମିଶନଙ୍କ ସହ କରାଯିବ ଯୋଗାଯୋଗ । ଚାକିରି ଦେବାକୁ ମିଥ୍ଯା ପ୍ରତିଶ୍ରୁତି ଦେଇ ବାଂଲାଦେଶରୁ ଯୁବତୀଙ୍କୁ ଆଣି କଟକ ଭୁବନେଶ୍ବରରେ କୁତ୍ସିତ କାର୍ଯ୍ଯରେ ଲଗାଉଥିଲେ ଦଲାଲ । ନାବାଳିକାଙ୍କ ବୟାନ ଆଧାରରେ କଟକ ଗୋପାଳପୁରରୁ ଦମ୍ପତ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି ମଧୂପାଟଣା ପୋଲିସ । ଗିରଫ ଦମ୍ପତି ହେଲେ ଓମ ପ୍ରକାଶ ଚୌଧୁରୀ ଓ ଜାସ୍ମିନ ଚୌଧୁରୀ । ଗିରଫ ଦମ୍ପତି ନାବାଳିକାକୁ ଯୌନ କାର୍ଯ୍ୟରେ ନିୟୋଜିତ କରୁଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି । ଘଟଣାରେ ଆଉ କିଛି ମାଷ୍ଟର ମାଇଣ୍ଡ ସଂପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି । ସେମାନଙ୍କୁ ଧରିବାକୁ ପୋଲିସ ଏକ ସ୍ବତନ୍ତ୍ର ଟିମ ଗଠନ କରିଥିବା କହିଛନ୍ତି ଡିସିପି ।

ଉଦ୍ଧାର ପରେ ନାବାଳିକାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ରେକର୍ଡ କରାଯାଇଛି । ଗତ ୧୦ ତାରିଖରୁ ନାବାଳିକା CWC ପାଖରେ ଥିବା ବେଳେ ତାଙ୍କର ସ୍ବାସ୍ଥ୍ୟବସ୍ଥା ଭଲ ଅଛି । ପରିବାର ସହ ଯୋଗାଯୋଗ ହୋଇଛି । ନାବାଳିକାଙ୍କ ପରିବାର ଅତି ଗରିବ । ତେଣୁ ନ୍ୟାୟିକ ପ୍ରକ୍ରିୟା ପରେ ତାଙ୍କୁ ବାଂଲାଦେଶ ହାଇ କମିଶନରଙ୍କ ସହ ଯୋଗାଯୋଗ କରାଯିବ ବୋଲି CWC ଅଧ୍ୟକ୍ଷ କହିଛନ୍ତି । ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଡିଜିପି । ଘଟଣାର ତଦନ୍ତ ଜାରି ରହିଛି ଆଗକୁ ମଧ୍ଯ ଧରପଗଡ଼ କରାଯିବ । ଏହାସହ ଜଳପଥରେ ଅନୁପ୍ରବେଶ ଉପରେ କଡାକଡି ନଜର ରଖାଯିବ ।  ଡ୍ରୋନ ଦ୍ୱାରା ପାଟ୍ରୋଲିଂ ବ୍ୟାପକ ହେବ । ଉପକୂଳରେ ଅଭିଜ୍ଞ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ନିଯୁକ୍ତି ମିଳିବ । ରାଜ୍ୟରେ ୪୮୦ କିଲୋମିଟର ସମୁଦ୍ର ଉପକୂଳରେ ୧୮ ଟି ମେରାଇନ ଥାନା ରହିଛି । ବର୍ତ୍ତମାନ ପାଟ୍ରୋଲିଂ ପାଇଁ ୧୫ ଟି ବୋଟ ରହିଛି । ୧୦ ଟି ନୂଆ ଫିସିଂ କ୍ରାଫ୍ଟ ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇଛି । ଖୁବଶୀଘ୍ର ଇଣ୍ଟରସେଫ୍ଟର ବୋଟ ମଧ୍ୟ ତଟରକ୍ଷା ପାଇଁ ବ୍ୟବହାର କରାଯିବ ବୋଲି ସୂଚନା ଦେଇଛନ୍ତି ଡିଜିପି ।

 

 

ଡବଲ ଇଞ୍ଜିନ ସରକାରରେ ଏବେ ଅଲୋଡ଼ା ହୋଇପଡ଼ିଛି ମାଣ୍ଡିଆ

ନନ୍ଦିଘୋଷ ବ୍ୟୁରୋ: ଡବଲ ଇଞ୍ଜିନ ତଥା ମୋହନ ମାଝୀ ସରକାରରେ ଏବେ ଅଲୋଡ଼ା ହୋଇପଡ଼ିଛି ମାଣ୍ଡିଆ । ପୂର୍ବ ସରକାର ମାଣ୍ଡିଆ ଚାଷ ପାଇଁ ଗୁରୁତ୍ଵ ଦେଉଥିଲେ, ମିଲେଟ୍ ମିଶନ ପାଇଁ ଆଦିବାସୀ ଜିଲ୍ଲାରେ ମାଣ୍ଡିଆ ଚାଷ ପ୍ରତି ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଏପରିକି ନବୀନ ସରକାର ସମୟରେ ପ୍ୟାରିସ୍ ଫୁଡ୍ ଫେଷ୍ଟିଭାଲରେ ମାଣ୍ଡିଆ ଜାତୀୟ ଖାଦ୍ୟ ସାମଗ୍ରୀ ସାମିଲ୍ ହୋଇ ଚର୍ଚ୍ଚାକୁ ଆସିଥିଲା । ରାଜ୍ୟ ସରକାରଙ୍କ ପାଇଁ ଏବେ ଅଲୋଡ଼ା ହୋଇପଡ଼ିଛି ମାଣ୍ଡିଆ ଚାଷ । ନାହିଁ ମାର୍କେଟ ସୁବିଧା ।  ତଥାପି କଳାହାଣ୍ଡିରେ ବଢୁଛି ନବୀନଙ୍କ ମାଣ୍ଡିଆ ଚାଷ । ମାଣ୍ଡିଆ ଚାଷ କରି ସ୍ଵାବଲମ୍ଵୀ ହେଉଛନ୍ତି କଳାହାଣ୍ଡିର ମାଣ୍ଡିଆ ଚାଷୀ ।

ଚାଲିଛି ମାଣ୍ଡିଆ ଉତ୍ପାଦନ । ଅମଳ ସମୟ ହୋଇଥିବାରୁ ଚାଷୀ କ୍ଷେତରୁ ମାଣ୍ଡିଆ କାଟିଆଣି ଖଳାରେ ଶୁଖାଉଛି । ଅପପୁଷ୍ଟିକୁ ଦୂର କରିବା ସହିତ ଲୋକଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବା ଉଦ୍ଦେଶ୍ୟରେ ମାଣ୍ଡିଆ ଚାଷକୁ ଗୁରୁତ୍ଵ ଦେଇ ମିଲେଟ୍ ମିଶନ ଆରମ୍ଭ କରିଥିଲେ ନବୀନ ସରକାର । ମିଶନ ଶକ୍ତି ମାଆ ମାନଙ୍କୁ ମାଣ୍ଡିଆ ଫସଲ ସହିତ ଯୋଡ଼ାଯାଇଥିଲା । ଯେଉଁଥି ପାଇଁ ବଣ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାରେ ମାଣ୍ଡିଆ ଚାଷର ଚାହିଦା ବଢ଼ିଛି । ଧାନ କପା ମକା ପରେ ଏବେ କଳାହାଣ୍ଡି ମିଲେଟ୍ ହବ ହେବାକୁ ଯାଉଛି । ଚଳିତ ବର୍ଷ ଫସଲ ଭଲ ହୋଇଥିବାରୁ ଅମଳ ଅଧିକ ହେବ ବୋଲି ଆଶା ରଖିଛନ୍ତି ଚାଷୀ ।

କ୍ଷେତରେ ବର୍ଷକୁ ୩ଥର ମାଣ୍ଡିଆ ଚାଷ ହୋଇଥାଏ । ମାଣ୍ଡିଆ ଚାଷ ପାଇଁ କମ୍ ପାଣି ଆବଶ୍ୟକ ହୋଇଥିବା ବେଳେ ଧାନ ଓ ଅନ୍ୟ ଶଷ୍ୟଠାରୁ ଅଧିକ ଲାଭ ମିଳିଥାଏ । ଦିନେ ଭୋକ ମେଣ୍ଟାଇବା ପାଇଁ କାଆଁ ଭାଁ ଅଞ୍ଚଳରେ ଲୋକେ ମାଣ୍ଡିଆ ଚାଷ କରୁଥିଲେ । ହେଲେ ଆଜି କଳାହାଣ୍ଡି ଜିଲ୍ଳା ଧର୍ମଗଡ଼ କୃଷି ଜିଲ୍ଲାର ଗୋଲାମୁଣ୍ଡା ଓ କୋକସରା ବ୍ଲକରେ ପାଖାପାଖି ୧୨ଶହ ହେକ୍ଟର ଚାଷ ଜମିରେ ହେଉଛି । ଚଲିତ ବର୍ଷ ଏକର ପ୍ରତି ୫ କ୍ଵିଣ୍ଟାଲ ମାଣ୍ଡିଆ ଅମଳ ହେବାର ଲକ୍ଷ୍ୟ ରଖିଛି ଜିଲ୍ଲା କୃଷି ବିଭାଗ ।

ଗୁଗୁଲ୍ ମ୍ୟାପ୍ ଦେଖାଇଦେଲା ଭୁଲ୍ ବାଟ: ପୋଲ ତଳକୁ ଖସି ୩ ମୃତ

ନନ୍ଦିଘୋଷ ବ୍ୟୁରୋ: ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଗୁଗୁଲ୍ ମ୍ୟାପ୍କୁ ବିଶ୍ବାସ କରି ଚାଲିଯାଇଛି ୩ ଜଣଙ୍କ ଜୀବନ। ସେମାନେ ଗାଡ଼ିରେ ଯାଉଥିବା ବେଳେ ସେମାନଙ୍କ ଗୁଗୁଲ୍ ମ୍ୟାପ୍ ତାଙ୍କୁ ଏକ ନିର୍ମାଣାଧୀନ ପୋଲ ଉପରେ ରାସ୍ତା ଦେଖାଇଥିଲା।

ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଗୁଗୁଲ୍ ମ୍ୟାପ୍କୁ ବିଶ୍ବାସ କରି ଚାଲିଯାଇଛି ୩ ଜଣଙ୍କ ଜୀବନ। ସେମାନେ ଗାଡ଼ିରେ ଯାଉଥିବା ବେଳେ ସେମାନଙ୍କ ଗୁଗୁଲ୍ ମ୍ୟାପ୍ ତାଙ୍କୁ ଏକ ନିର୍ମାଣାଧୀନ ପୋଲ ଉପରେ ରାସ୍ତା ଦେଖାଇଥିଲା। ସେମାନେ ସେଦହି ପଟରେ ଗାଡ଼ି ନେଇ ଯାଉଥିବା ବେଳେ ଶେଷରେ ସେହି ଅଧା ଖଣ୍ଡିଆ ପୋଲ ଉପରୁ ତଳକୁ ଖସି ପଡ଼ିଥିଲେ। ତେବେ ଏହି ଦୁର୍ଘଟଣାରେ ୩ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି ବୋଲି ପୁଲିସ୍ କହିଛି।

ଏହି ଘଟଣା ହେଉଛି ଶନିବାର ଦିନର। ପୀଡିତଙ୍କ ମଧ୍ୟରୁ ଦୁଇଜଣ ବିବେକ ଏବଂ ଅମିତ ଗୁରୁଗ୍ରାମରୁ ଯାତ୍ରା ଆରମ୍ଭ କରି ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ବରେଲି ଅଭିମୁଖେ ଯାଉଥିଲେ। ସେମାନେ ରାସ୍ତା ଜାଣିନଥିବାରୁ ଗୁଗୁଲ୍ ମ୍ୟାପ୍ ଉପରେ ନିର୍ଭର କରୁଥିଲେ। ଯେଉଁଠାରେ ସେମାନଙ୍କର ଜିପିଏସ୍ ସେମାନଙ୍କୁ ଏକ ଖଣ୍ଡିଆ ଫ୍ଲାଏଓଭରକୁ ନେଇଗଲା।

କାରଟି ବ୍ରିଜ ଉପରେ ଯାତ୍ରା କରୁଥିବା ବେଳେ ୫୦ ଫୁଟ ଉଚ୍ଚରୁ ରାମଗଙ୍ଗା, ଏକ ଗଭୀର ନଦୀକୁ ଖସି ପଡ଼ିଥିଲା। ପରଦିନ ସକାଳେ ସ୍ଥାନୀୟ ଲୋକମାନେ କ୍ଷତିଗ୍ରସ୍ତ କାର ଏବଂ ମୃତ ତିନି ଜଣଙ୍କୁ ପାଇଥିଲେ। ସେମାନେ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ସେମାନେ ଏକ ୱାଗନର୍ରେ ଯାତ୍ରା କରୁଥିଲେ। ଏବେ ସୁଦ୍ଧା ୨ ଜଣଙ୍କ ପରିଚୟ ଜଣାପଡ଼ିଥିବା ବେଳେ ତୃତୀୟ ଜଣଙ୍କ ପରିଚୟ ଜାଣିବା ପାଇଁ ପୁଲିସ୍ ଚେଷ୍ଟା କରୁଛି।

ଚିନ୍ତାରେ ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ଅଞ୍ଚଳର ପିଡିଏସ୍ ହିତାଧିକାରୀ, ନେଟୱର୍କ ନଥିବାରୁ ହୋଇପାରୁନାହିଁ ଇ-କେୱାସି ଅପଡେଟ୍

ନନ୍ଦିଘୋଷ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ଆଦିବାସୀ ଅଞ୍ଚଳରେ ଫେଲ୍ ମାରିଛି ଖାଦ୍ୟସୁରକ୍ଷା ଯୋଜନା ।  ଗାଁରେ ମୋବାଇଲ୍ ନେଟୱର୍କ ପହଞ୍ଚି ନଥିବାରୁ ପିଡିଏସ ହିତାଧିକାରୀଙ୍କ ଇ-କେୱାଇସି ଅପଡେଟ୍ ହୋଇପାରୁନାହିଁ । ରାସନ ସାମଗ୍ରୀ ପାଇଁ ଡବଲ ଇଞ୍ଜିନ ସରକାର ଇ-ପସ୍ ମେସିନ ସହାୟତାରେ ଇ-କେୱାଇସି ଅପଡେଟ୍ କରିବାକୁ ବାଧ୍ୟତାମୂଳକ କରିଛନ୍ତି ।

ନିର୍ଦ୍ଧାରିତ ସମୟରେ ଇ-କେୱାଇସି ଅପଡେଟ୍ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଇ- କେୱାଇସି ଅପଡେଟ୍ ନହୋଇପାରିଲେ ରାସନ ସାମଗ୍ରୀ ବନ୍ଦ ହେବା ସମ୍ଭାବନା ଦୁର୍ଗମ ଅଞ୍ଚଳର ହିତାଧିକାରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଡବଲ ଇଞ୍ଚିନ ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ନାରା ମଧ୍ୟ ଧୂଆଁବାଣ ପାଲଟିଛି ।

କେୱାସି ଅପଡେଟ୍ କରିବାକୁ ଚିନ୍ତାରେ ମୟୂରଭଞ୍ଜ ଜିଲ୍ଲାର ପିଡିଏସ୍ ହିତାଧିକାରୀ । ଜିଲ୍ଲାର ପ୍ରାୟ ୬ ଲକ୍ଷ ୧୯ ହଜାର ହିତାଧୀକାରୀ ସରକାରଙ୍କ ଖାଦ୍ୟସୁରକ୍ଷା ଯୋଜନା ଉପରେ ନିର୍ଭର କରିଥାନ୍ତି । ଏବେ ରାସନ ସାମଗ୍ରୀ ପାଇଁ ଡବଲ ଇଞ୍ଜିନ ସରକାର ଇ-ପସ୍ ମେସିନ ସହାୟତାରେ ଇ-କେୱାସି ଅପଡେଟ୍ କରିବାକୁ ବାଧ୍ୟତାମୂଳକ କରିଛନ୍ତି । ମୟୂଭଞ୍ଜ ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ମୋବାଇଲ୍ ନେଟୱର୍କ ସେବା ନଥିବାରୁ ଇ-କେୱାସି ଅପଡେଟ୍ ହେବାରେ ସମସ୍ୟା ସୃଷ୍ଟି ହୋଇଛି । ନେଟୱର୍କ ପାଇଁ ସହାୟକମାନଙ୍କୁ କେଉଁଠି ଗାଁ ମୁଣ୍ଡକୁ ଯିବାକୁ ପଡୁଛି ତ ଆଉ କେଉଁଠାରେ ଗ୍ରାମପଞ୍ଚାୟତର କୋଠା ଉପରକୁ ଯାଇ ଇ-ପସ୍ ମେସିନ ଖୋଲିବାକୁ ନେଟୱାର୍କ ପାଇଁ ଅପେକ୍ଷା କରୁଛନ୍ତି ।

ମୋବାଇଲ ନେଟୱାର୍କର ସମସ୍ୟା ରହୁଥିବାରୁ ଲିଙ୍କ୍ ମିଳୁନାହିଁ । ଏପରିସ୍ଥଳେ ଇ-କେୱାଇସି ଅପଡେଟ୍ କରିବାକୁ ଖାଉଟିମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଇ- କେୱାଇସି ଅପଡେଟ୍ ନହୋଇପାରିଲେ ରାସନ ସାମଗ୍ରୀ ବନ୍ଦ ହେବା ସମ୍ଭାବନା ଦୁର୍ଗମ ଅଞ୍ଚଳର ହିତାଧିକାରୀଙ୍କ ପାଇଁ ଚିନ୍ତାର କାରଣ ହୋଇପଡିଛି।

ଦୁର୍ଗମ ଅଞ୍ଚଳରେ ମୋବାଇଲ ନେଟୱାର୍କ ଜନିତ ସମସ୍ୟା ଥିବା ବେଳେ ଦେଉଥିବା ଡବଲ ଇଞ୍ଜିନ ସରକାର ମେକ୍ ଇନ୍ ଇଣ୍ଡିଆ ନାରା ଧୂଆଁ ବଣ ପାଲଟିଛି । ମୟୂରଭଞ୍ଜ ଜିଲ୍ଲାରେ ଶାମାଖୁଣ୍ଟା, ବାଙ୍ଗିରିପୋଷି, ବିଜାତଳା, ବିଷୋଇ, ଯଶିପୁର, ସାରସକଣା ବ୍ଲକର କେତେକ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ମୋବାଇଲ ନେଟୱାର୍କ ନଥିବାରୁ ସେସବୁ ବିତରଣକେନ୍ଦ୍ର ଉପରେ ନିର୍ଭରକରୁଥିବା ହଜାର ହଜାର ହିତାଧିକାରୀନଙ୍କୁ ଖାଉଟୀ ସାମଗ୍ରୀ ପାଇବାକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। କେତେକ ଅଞ୍ଚଳରେ ନେଟୱାର୍କ ସମସ୍ୟା ପାଇଁ ଲିଙ୍କ୍ ମିଳୁ ନଥିବାରୁ ଖାଉଟି ସାମଗ୍ରୀ ବିତରଣ ନିର୍ଦ୍ଧାରିତ ସମୟ ମଧ୍ୟରେ କରାଯାଇପାରୁନାହିଁ । ସେସବୁ ଅଞ୍ଚଳରେ ଯୋଗାଣ ସହାୟକମାନେ ମାନୁଆଲ ପଦ୍ଧତିରେ ସାମଗ୍ରୀ ବିତରଣ କରୁଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ।

ମୟୂରଭଞ୍ଜ ଜିଲ୍ଲା ଭଳି ଆଦିବାସୀ ଅଧୁଷିତ ଅଞ୍ଚଳରେ ମୋବାଇଲ ନେଟୱର୍କ ସେବା ନଥିବାରୁ ହୋଇପାରୁନାହିଁ ହିତାଧିକାରୀଙ୍କ ଇ-କେୱାସି ଅପଡେଟ୍ । ଡବଲ ଇଞ୍ଜିନ ସରକାରଙ୍କ ମେକ ଇନ୍ ଇଣ୍ଡିଆ ନାରା ଧୂଆଁବାଣ ପାଲଟିଛି।

 

ଏଥର ନୂଆ କଂସ ଦେଖିବ ବରଗଡ଼

ନନ୍ଦିଘୋଷ ବ୍ୟୁରୋ: ଏଥର ନୂଆ କଂସ ଦେଖିବ ବରଗଡ଼ । ବରଗଡ଼ ଧନୁଯାତ୍ରାରେ ଦୁର୍ଦ୍ଦାନ୍ତ କଂସ ମହାରାଜ ଭୂମିକା ପାଇଁ ସାକ୍ଷାତକାର ଅନୁଷ୍ଠିତ ହେବ । ୨୦୨୨ରେ ହୋଇଥିବା କଂସ ଚୟନ ତାଲିକାରେ ଥିବା ଦ୍ବିତୀୟରୁ ପଞ୍ଚମ ସ୍ଥାନରେ ଥିବା ୪ ଜଣ କଳାକାରଙ୍କ ମଧ୍ଯରୁ ଜଣଙ୍କୁ ମନୋନୀତ କରାଯିବ । ସେମାନେ ହେଲେ ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର, ଭୁବନେଶ୍ୱର ପ୍ରଧାନ ଓ ସୁଶୀଲ କୁମାର ମେହେର । ଏନେଇ ଧନୁଯାତ୍ରା ମହୋତ୍ସବ ସମିତି ବୈଠକରେ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି। ଗତଥର ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ହୃଷିକେଶ ଭୋଇ ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କୁ କଂସ ଭୂମିକାରୁ ବାଦ୍ ଦିଆଯାଇଛି।

ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିଜିପିଙ୍କ ସହ ବରିଷ୍ଠ ଅଧିକାରୀ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଆସନ୍ତାକାଲିଠୁ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୩୦ଟି କାର୍ଯ୍ୟଦିବସ ରହିଥିବା ବେଳେ ଅଧିବେଶନରେ ରାଜ୍ୟ ସରକାର ଅତିରିକ୍ତ ବଜେଟ ଆଗତ କରିବେ।  ବିଧାନସଭା ଅଧିବେଶନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି ଡିଜିପିଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ। ବିଧାନସଭା ଅଧିବେଶନ ପାଇଁ ୩ ଥାକିଆ ସୁରକ୍ଷା ବଳୟ ସହ ବିଧାନସଭା ଓ ଆଖପାଖ ଅଞ୍ଚଳ ପୋଲିସ ଛାଉଣୀ ହେବ। ଏଥିପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ। ଏସଓଜି, ଷ୍ଟ୍ରାଇକିଂ ଫୋର୍ସ, ବୋମା ନିସ୍କ୍ରିୟକାରୀ ଦଳ, କ୍ୟୁଏଟି, ଡଗ ସ୍କ୍ୱାଡ, ଅଗ୍ନିଶମ ବିଭାଗ ସବୁ ଦିଗ ଉପରେ ତୀକ୍ଷ୍ଣ ନଜର ରଖିବେ। ଲୋୟର ପିଏମଜିରେ ଏଥର ଧାରଣା ପାଇଁ ଅନୁମତି ମିଳିବ ନାହିଁ। ତଥାପି ମଧ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଲୋୟର ପିଏମଜି, ରବୀନ୍ଦ୍ର ମଣ୍ଡପ ଛକ ଓ ସଂଲଗ୍ନ ରାସ୍ତାରେ ସିସିଟିଭି ବ୍ୟବସ୍ଥା ହେବ। ସୁରକ୍ଷାକୁ ଅଧିକ କଡାକଡି କରିବା ପାଇଁ ଅସ୍ଥାୟୀ କଣ୍ଟ୍ରୋଲ ରୁମ ବ୍ୟବସ୍ଥା କରାଯାଇଛି । ବିଧାନସଭା ଚାରିପଟେ ସଶସ୍ତ୍ର ସୁରକ୍ଷା ବାହିନୀ ଆହୋରାତ୍ର ଜଗିବେ। ବିଧାନସଭା ଛାତ ଉପରେ ରୁଫ ଟଫ ପୋଲିସ  ରହିବେ। ପ୍ରବେଶ ପଥରେ ଚେକପୋଷ୍ଟ କରାଯିବା ସହିତ ବିଧାନସଭାକୁ ସଂଯୋଗ କରୁଥିବା ରୁଟକୁ ଡାଇଭର୍ଟ କରାଯିବ ।

ଏଥର ବାଙ୍ଗାଲୋରରେ ଭୁବନେଶ୍ବର, ଜାଣନ୍ତୁ କେଉଁ ଖେଳାଳିଙ୍କୁ କିଣିଲା କେଉଁ ଟିମ୍

ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଆଇପିଏଲ ମେଗା ଅକ୍ସନ । ରବିବାର ହୋଇଥିବା ନିଲାମୀରେ ଋଷଭ ପନ୍ତ ସବୁଠାରୁ ଦାମୀ ଖେଳାଳି ହୋଇଛନ୍ତି । ଆଇପିଏଲ ଇତିହାସରେ ସେ ରେକର୍ଡ କରିଛନ୍ତି । ୨୭ କୋଟିରେ ଲକ୍ଷ୍ନୌ ତାଙ୍କୁ କିଣିଛି । ତେବେ ସୋମବାର ବହୁ ଅଭିଜ୍ଞ ଖେଳାଳିଙ୍କୁ କେହି କିଣିନଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ସୋମବାର ମଧ୍ୟ ବହୁ ଖେଳାଳିଙ୍କୁ ଅଧିକ ଟଙ୍କାରେ କିଣିଛନ୍ତି ପ୍ରାଞ୍ଚାଇଜ୍ ।

  • ମୁମ୍ବାଇରେ ଦମ୍ ଦେଖାଇବେ ଦୀପକ ଚହର । ୯.୨୫ କୋଟିରେ କିଣିଲା ଦଳ ।
  • ୧୦.୭୫ କୋଟି ଟଙ୍କାରେ ଭୁବନେଶ୍ବର କୁମାରଙ୍କୁ କିଣିଲା ଆରସିବି
  • ଲକି ଫର୍ଗୁସନଙ୍କୁ ୨ କୋଟି ଟଙ୍କାରେ କିଣିଲା ପଞ୍ଜାବ କିଙ୍ଗ୍ସ
  • ମୁକେଶ କୁମାରଙ୍କୁ ୮ କୋଟି ଟଙ୍କାରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ
  • ୬.୪୦ କୋଟି ଟଙ୍କାରେ ବିକ୍ରି ହେଲେ ତୁଷାର ଦେଶପାଣ୍ଡେ । କିଣିଲା ରାଜସ୍ଥାନ ରୟାଲ୍ସ
  • ମାର୍କୋ ୟାନସନଙ୍କୁ ୭ କୋଟି ଟଙ୍କାରେ କିଣିଲା ପଞ୍ଜାବ କିଙ୍ଗ୍ସ
  • ଏଥର ଦେବେ କୋହଲିଙ୍କ ସାଥ୍ । କୁନାଲ ପାଣ୍ଡ୍ୟାଙ୍କୁ ୫.୭୫ କୋଟି ଟଙ୍କାରେ କିଣିଲା ଆରସିବି
  • ପଞ୍ଜାବରୁ ଚେନ୍ନାଇକୁ ଫେରିଲେ ସାମ କରାନ । ୨.୪୦ କୋଟିରେ କିଣିଲା ଚେନ୍ନାଇ ସୁପରକିଙ୍ଗ୍ସ
  • ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବେ ନୀତିଶ ରାଣା । ୪.୨ କୋଟିରେ କିଣାହେଲେ
  • ଫାଫ୍ ଡୁପ୍ଲେସିଙ୍କୁ ୨ କୋଟିରେ କିଣିଲା ଦିଲ୍ଲୀ କ୍ୟାପିଟାଲ୍ସ

କିଣା ହୋଇନଥିବା ଖେଳାଳି

ଆଜିଙ୍କ୍ୟା ରାହାଣେ

ମୟଙ୍କ ଅଗ୍ରଓ୍ବାଲ

ପୃଥୀ ଶ’

ସାର୍ଦ୍ଧୁଲ ଠାକୁର

କେନ୍ ଓ୍ବିଲିୟମସନ

ଡାରେଲ ମିଚେଲ

ଗ୍ଲେନ୍ ଫିଲିପ୍ସ

ଯାଜପୁର ଗଣ୍ଡଗୋଳ ପ୍ରସଙ୍ଗ: ଡିଜିପିଙ୍କୁ ଭେଟିଲା ବିଜେଡି ଟିମ୍

ନନ୍ଦିଘୋଷ ବ୍ୟୁରୋ: ଯାଜପୁର ଗଣ୍ଡଗୋଳ ପ୍ରସଙ୍ଗରେ ଡିଜିପିଙ୍କୁ ଭେଟିଲା ବିଜେଡି ଟିମ୍। ଯାଜପୁରରେ ବେଆଇନ ଗିରଫଦାରୀକୁ ନିନ୍ଦା କରିଛି ବିଜେଡି ପ୍ରତିନିଧି ଦଳ। ପୋଲିସ ଶାସକ ଦଳର ହାତବାରିସି ସାଜିଥିବା ଅଭିଯୋଗ କରିଛି ବିଜେଡି।  ଜାଣିଶୁଣି ବିଜେଡି କର୍ମୀଙ୍କୁ ଗିରଫ କରାଯାଉଥିବା ଅଭିଯୋଗ କରିଛି ଦଳ। ଅନ୍ୟପଟେ ବିଜେଡି ଅଭିଯୋଗ କରିଥିଲେ ବି ହେଉନି କାର୍ଯ୍ୟାନୁଷ୍ଠାନ। ଏହାସହ ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ଦଳ ଅଭିଯୋଗ କରିଛି।

୫୮୨୧ ଦିନ ପରେ ଅଷ୍ଟ୍ରେଲିଆଠୁ ବଦଲା ନେବା ଭାରତ, ପର୍ଥରେ ଭାଙ୍ଗିଲା କଙ୍ଗାରୁ ଦଳର ଏହିସବୁ ରେକର୍ଡ

ନନ୍ଦିଘୋଷ ବ୍ୟୁରୋ: ଘରୋଇ ମାଟିରେ ହାରିଲା କଙ୍ଗରୁ ଦଳ । ୨୯୫ ରନର ବଡ଼ ରନ ବ୍ୟବଧାନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ବର୍ଡର ଗାଭାସ୍କାର ଟ୍ରଫିର ପ୍ରଥମ ମ୍ୟାଚ ପର୍ଥରେ ଅନୁଷ୍ଠିତ ହୋଇଥିବାବେଳେ ଭାରତ ବିଜୟ ସହ ରେକର୍ଡ କରିଛି । ଏହି ମ୍ୟାଚ ବିଜୟ ସହ ଭାରତ ଅଷ୍ଟ୍ରେଲିଆର ୫ ରେକର୍ଡ ଭାଙ୍ଗିଛି । ୨୦୧୮ ମସିହାରେ ସମାନ ଗ୍ରାଉଣ୍ଡରେ ଖେଳଯାଇଥିବା ପ୍ରଥମ ଟେଷ୍ଟରେ ଭାରତକୁ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ । ଆଉ ଏବେ ଏହି ପ୍ରତିଶୋଧ ନେଇଛି ଭାରତ । ତେବେ ଆସନ୍ତୁ ନଜର ପକାଇବା ଭାରତ ଅଷ୍ଟ୍ରେଲିଆର କେଉଁସବୁ ରେକର୍ଡକୁ ଭାଙ୍ଗିଛି ।

୧. ଅପ୍ଟସ ଷ୍ଟାଡିୟମରେ ଭାରତ ପ୍ରଥମ ଦଳ ଭାବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି ।

୨. ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ୨୯୫ ରନ୍ ବ୍ୟବଧାନରେ ପରାସ୍ତ କରିଛି। ଅଷ୍ଟ୍ରେଲିଆ ମାଟିରେ ଚାଲିଥିବା ରନ୍ କ୍ଷେତ୍ରରେ ଏହା ହେଉଛି ଭାରତର ସବୁଠାରୁ ବଡ ବିଜୟ | ଏହାପୂର୍ବରୁ ୧୯୭୭ରେ ମେଲବର୍ଣ୍ଣରେ ଟିମ୍ ଇଣ୍ଡିଆ ୨୨୨ ରନ୍ ଜିତିଥିଲା।

୩ . ସେନା ଦେଶରେ ଭାରତର ବିଜୟ ମଧ୍ୟରେ ଏହା ମଧ୍ୟ ବଡ଼ ବିଜୟ କୁହାଯାଇପାରେ । (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ) ଦେଶମାନଙ୍କରେ ଏହା ସବୁଠାରୁ ବଡ ବିଜୟ | ବିଦେଶୀ ମାଟିରେ ଏହା ହେଉଛି ଭାରତର ତୃତୀୟ ବୃହତ୍ତମ ବିଜୟ । ନର୍ଥ ସାଉଣ୍ଡ, ୱେଷ୍ଟଇଣ୍ଡିଜରେ 318 ରନ୍ ଏବଂ ଶ୍ରୀଲଙ୍କାର ଗାଲରେ 304 ରନ୍ରେ ଭାରତ ମଧ୍ୟ ଜିତିଛି।

୪.ଏହି ମ୍ୟାଚରେ ଜସପ୍ରୀତ ବୁମ୍ରା 72 ରନ୍ ପାଇଁ 8 ୱିକେଟ୍ ନେଇଥିଲେ। ବିଦେଶୀ ମାଟିରେ କେସଣସି ଭାରତୀୟ ଅଧିନାୟକଙ୍କ ବିଜୟରେ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ଏହା ଏକ ନୂଆ ରେକର୍ଡ |

୫. ପର୍ଥରେ ଏକ ଟେଷ୍ଟ ମ୍ୟାଚ୍ ଜିତିବାରେ ବୁମ୍ରା କେବଳ ଦ୍ୱିତୀୟ ଏସୀୟ ଅଧିନାୟକ ହୋଇପାରିଛନ୍ତି। ସୌଭାଗ୍ୟବଶତଃ ,, ପୂର୍ବ ଅଧିନାୟକ ମଧ୍ୟ ଜଣେ ଭାରତୀୟ ବୋଲର ଥିଲେ। ଅନିଲ କୁମ୍ବଲେଙ୍କ ଅଧିନାୟକତ୍ୱରେ ଭାରତ ୨୦୦୮ରେ WACA (ପର୍ଥର ପୁରୁଣା ଷ୍ଟାଡିୟମ) ରେ ଜିତିଥିଲେ|

 

 

ରିଲିଜ୍ ପୂର୍ବରୁ ‘ପୁଷ୍ପା-୨’ ର ନୂଆ ରେକର୍ଡ, ପଛରେ ପଡ଼ିଲା ବଡ଼ ବଡ ବଜେଟ ଫିଲ୍ମ

ନନ୍ଦିଘୋଷ ବ୍ୟଚରୋ: ଆଉ ମାତ୍ର ୯ଟା ଦିନ । ତାପରେ କେବଳ ପୁଷ୍ପାରାଜ । ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ୍ । ଅଲୁ ଅର୍ଜୁନଙ୍କ ‘ପୁଷ୍ପା ୨’କୁ ରିଲିଜକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଡିସେମ୍ବର ୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଫିଲ୍ମ ରିଲିଜ ପୂର୍ବରୁ ପ୍ରମୋସନ ଜୋରସୋରରେ ଚାଲିଛି । ନିକଟରେ ଶ୍ରୀଲିଲାଙ୍କ ଏକ ଗୀତ ମୁକ୍ତିଲାଭ କରିଥିଲା ଯାହା ସିନେପ୍ରେମୀଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଛି । ଏହାରି ଭିତରେ ଆମେରିକାରେ ପୁଷ୍ପା-୨ ଟିକେଟ ବିକ୍ରିରେ ଇତିହାସ ସୃଷ୍ଟି କରିଛି  ।

ଆଜିପର୍ଯ୍ୟନ୍ତ ବଡବଡ ସୁପରଷ୍ଟାରମାନେ ଯାହା କରିପାରିନଥିଲେ ତାହା ପୁଷ୍ପା-୨ ଫିଲ୍ମ ରିଲିଜର ୯ଦିନ ପୂର୍ବରୁ କରି ଦେଖେଇଛି । ଫିଲ୍ମଟି ରିଲିଜ୍ ପୂର୍ବରୁ କୋଟି କୋଟି ଟଙ୍କା ଆୟ କରିଥିବା ବେଳେ ଏବେ ଅଲ୍ଲୁ ଅର୍ଜୁନ ଫିଲ୍ମ ଆମେରିକାରେ ଧମାଲ କରିଥିବା ଜଣାଯାଇଛି। ଆମେରିକାରେ ଏହି ଚଳଚ୍ଚିତ୍ରର  ଟିକେଟ ବିକ୍ରି ୧ମିଲିୟନ କ୍ରଶ କରିଥିବା ଜଣାପଡିଛି। ଏଭଳି କରିବାରେ ‘ପୁଷ୍ପା ୨: ଦି ରୁଲ୍’ ଦ୍ରୁତତମ ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି  । ନିର୍ମାତାମାନେ ଏହାର ଘୋଷଣା ସହିତ ଏକ ନୂତନ ପୋଷ୍ଟର ସେୟାର କରିଛନ୍ତି ଏବଂ ଲେଖିଛନ୍ତି – ‘ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗୁଛି। ଯାହା ତାଙ୍କର ଆଗାମୀ ଚଳଚ୍ଚିତ୍ର ପାଇଁ ଭାଙ୍ଗିବା କଷ୍ଟକର ହେବ । ବାସ୍ତବରେ, ‘ପୁଷ୍ପା ୨’ ଡିସେମ୍ବର୪ ରେ ଆମେରିକାରେ ପ୍ରିମିୟର ହେବ । ଯେଉଁଥି ପାଇଁ ବୁକିଂ ଚାଲିଛି  । ତେବେ ୩ଦିନ ପୂର୍ବରୁ ଏହି ଫିଲ୍ମଟି ଆମେରିକାର ପ୍ରିମିୟର ପାଇଁ ୪୦ହଜାର ଟିକେଟ୍ ବିକ୍ରି କରିଥିଲା ପରେ ବର୍ଦ୍ଧିତ ହୋଇ ୫୦ହଜାରରେ ପହଞ୍ଚିଛି । ​​

‘ପୁଷ୍ପା ୨’ର ଟ୍ରେଲର ପ୍ରଥମରୁ ହିଁ ଅଲ୍ଲୁ ଅର୍ଜୁନଙ୍କ ଦମଦାର ଅଭିନୟ ଏବଂ ସୁକୁମାରଙ୍କର ଏକ ଭିନ୍ନ ପ୍ରକାର ନିର୍ଦ୍ଦେଶନାରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଛି । ଚଳିତ ବର୍ଷ ଡିସେମ୍ବର ୫ରେ ବିଶ୍ୱ ସ୍ତରରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମ ବକ୍ସ ଅଫିସର ରେକର୍ଡ ଭାଙ୍ଗିବାକୁ ପୂରାପୂରି ପ୍ରସ୍ତୁତ ହୋଇଛି ।